bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Luke 23
Luke 23
Odia Bible ERV 2004 (ପବିତ୍ର ବାଇବଲ)
← Chapter 22
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 24 →
1
ଯୀଶୁଙ୍କୁ ରାଜ୍ୟପାଳ ପୀଲାତଙ୍କ ପ୍ରଶ୍ନ ସମସ୍ତେ ଉଠି ଠିଆ ହେଲେ। ସେମାନେ ଯୀଶୁଙ୍କୁ ପୀଲାତଙ୍କ ପାଖକୁ ନେଇଗଲେ।
2
ସେମାନେ ଯୀଶୁଙ୍କୁ ଦୋଷ ଦେବାକୁ ଲାଗିଲେ। ସେମାନେ ପୀଲାତଙ୍କୁ କହିଲେ, “ଆମ୍ଭର ଲୋକମାନଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଥିବା ବେଳେ ଆମ୍ଭେମାନେ ଏହାଙ୍କୁ ଧରିଛୁ। ସେ ଲୋକମାନଙ୍କୁ କହୁଛନ୍ତି ଯେ କାଇସରଙ୍କୁ କର ଦେବା ଉଚିତ୍ ନୁହେଁ। ସେ ନିଜକୁ ଖ୍ରୀଷ୍ଟ, ଜଣେ ରାଜା ବୋଲି କହୁଛି।”
3
ପୀଲାତ ଯୀଶୁଙ୍କୁ ପଗ୍ଭରିଲେ, “ତୁମ୍ଭେ କ’ଣ ଯିହୂଦୀମାନଙ୍କର ରାଜା?” ଯୀଶୁ ଉତ୍ତର ଦେଲେ, “ହଁ ତାହା ଠିକ୍ କଥା।”
4
ପୀଲାତ ପ୍ରଧାନଯାଜକ ଏବଂ ଲୋକମାନଙ୍କୁ କହିଲେ, “ଏ ଲୋକର ମୁଁ କିଛି ଭୁଲ୍ ଦେଖି ପାରୁ ନାହିଁ,”
5
ସେମାନେ କିନ୍ତୁ ବାରମ୍ବାର କହିଲେ, “ସେ ଲୋକଙ୍କ ମଧ୍ୟରେ ଗୋଳମାଳ ସୃଷ୍ଟି କରୁଛନ୍ତି। ଯିହୂଦାର ଗ୍ଭରିଆଡ଼େ ସେ ଲୋକଙ୍କୁ ଉପଦେଶ ଦେଉଛନ୍ତି। ସେ ଏହା ଗାଲିଲୀରେ ଆରମ୍ଭ କରିଥିଲେ। ଏବେ ସେ ଏଠାରେ ଅଛନ୍ତି।”
6
ପୀଲାତ ଯୀଶୁଙ୍କୁ ହେରୋଦଙ୍କ ପାଖକୁ ପଠାଇଲେ ପୀଲାତ ଏହା ଶୁଣି ପଗ୍ଭରିଲେ, ଏହି ଲୋକ କ’ଣ ଗାଲିଲୀର?
7
ପୀଲାତ ଜାଣିଲେ ଯେ, ଯୀଶୁ ହେରୋଦଙ୍କ ଅଧିକାର କ୍ଷେତ୍ରର ଲୋକ। ହେରୋଦ ସେହି ସମୟରେ ଯିରୁଶାଲମରେ ଥିଲେ। ତେଣୁ ପୀଲାତ ଯୀଶୁଙ୍କୁ ତାହାଙ୍କ ପାଖକୁ ପଠାଇଦେଲେ।
8
ହେରୋଦ ଯୀଶୁଙ୍କୁ ଦେଖି ବହୁତ ଖୁସୀ ହୋଇଗଲେ। ହେରୋଦ ଯୀଶୁଙ୍କ ବିଷୟରେ ସବୁକଥା ଶୁଣି ସାରିଥିଲେ। ବହୁ ଆଗରୁ ଯୀଶୁଙ୍କୁ ଦେଖିବାକୁ ସେ ଇଚ୍ଛା କରିଥିଲେ। ହେରୋଦ ଯୀଶୁଙ୍କର ଗୋଟିଏ ଆଶ୍ଚର୍ଯ୍ୟକର୍ମ ଦେଖିବାକୁ ଗ୍ଭହୁଁଥିଲେ। ତେଣୁ ସେ ଆଶା କରୁଥିଲେ ଯେ, ତାହାଙ୍କ ଆଗରେ ଯୀଶୁ କିଛି ଆଶ୍ଚର୍ଯ୍ୟକର୍ମ ପ୍ରଦର୍ଶନ କରିବେ।
9
ହେରୋଦ ଯୀଶୁଙ୍କୁ ଅନେକ ପ୍ରଶ୍ନ ପଗ୍ଭରିଲେ। କିନ୍ତୁ ଯୀଶୁ କିଛି ହେଲେ ଉତ୍ତର ଦେଲେ ନାହିଁ।
10
ପ୍ରଧାନଯାଜକ ଓ ଧର୍ମଶାସ୍ତ୍ରୀମାନେ ସେଠାରେ ଠିଆ ହୋଇଥିଲେ। ସେମାନେ ଯୀଶୁଙ୍କ ବିରୁଦ୍ଧରେ ଅଭିଯୋଗ ଆଣି ଚିତ୍କାର କରି କହୁଥିଲେ।
11
ତା’ପରେ ହେରୋଦ ଓ ତାହାଙ୍କ ସୈନ୍ୟମାନେ ଯୀଶୁଙ୍କୁ ପରିହାସ କଲେ। ତାହାଙ୍କୁ ରାଜକୀୟ ପୋଷାକ ପିନ୍ଧାଇ ଦେଇ ସେମାନେ ଉପହାସ କଲେ। ତା’ପରେ ହେରୋଦ ପୀଲାତଙ୍କୁ ପାଖକୁ ଯୀଶୁଙ୍କୁ ପଠାଇଲେ।
12
ଅତୀତରେ ପିଲାତ ଓ ହେରୋଦଙ୍କ ମଧ୍ୟରେ ବରାବର ଶତ୍ରୁତା ଲାଗି ରହୁଥିଲା କିନ୍ତୁ ସେହି ଦିନରୁ ସେ ଦୁହେଁ ବନ୍ଧୁ ହୋଇଗଲେ।
13
ଯୀଶୁଙ୍କର ମୃତ୍ୟୁ ନିଶ୍ଚିତ ପୀଲାତ, ପ୍ରଧାନଯାଜକ ଓ ଯିହୂଦୀନେତାଙ୍କ ସହିତ ସବୁ ଲୋକଙ୍କୁ ଏକାଠି ଡାକିଲେ।
14
ପୀଲାତ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଯୀଶୁଙ୍କୁ ମୋ’ ପାଖକୁ ଆଣିଛ। ତୁମ୍ଭେମାନେ କହୁଛ ଯେ ସେ ଲୋକଙ୍କ ମଧ୍ୟରେ ଗୋଳମାଳ ସୃଷ୍ଟି କରୁଛନ୍ତି। କିନ୍ତୁ ମୁଁ ତୁମ୍ଭମାନଙ୍କ ସମସ୍ତଙ୍କ ଉପସ୍ଥିତିରେ ତାହାଙ୍କୁ ପ୍ରଶ୍ନ କରିଛି। ତାହାଙ୍କଠାରେ ମୁଁ କୌଣସି ଭୁଲ୍ ଦେଖି ପାରିଲି ନାହିଁ। ତୁମ୍ଭେମାନେ ଯାହା କହୁଛ, ଯୀଶୁ ସେଥିରେ ଦୋଷୀ ନୁହନ୍ତି।
15
ତାଛଡ଼ା ହେରୋଦ ମଧ୍ୟ ତାହାଙ୍କଠାରେ କୌଣସି ଭୁଲ୍ ଦେଖି ନାହାନ୍ତି। ହେରୋଦ ଆମ୍ଭ ପାଖକୁ ଯୀଶୁଙ୍କୁ ପଠାଇ ଦେଇଛନ୍ତି। ଦେଖ, ଯୀଶୁ କିଛି ହେଲେ ଭୁଲ୍ କାମ କରି ନାହାନ୍ତି। ତେଣୁ ତାହାଙ୍କୁ ବଧ କରିବା ଠିକ୍ ହେବ ନାହିଁ।
16
ତେଣୁ ତାହାଙ୍କୁ ସାମାନ୍ୟ ଦଣ୍ଡ ଦେବାପରେ ମୁଁ ତାହାଙ୍କୁ ମୁକ୍ତ କରି ଗ୍ଭଲିଯିବାକୁ ଅନୁମତି ଦେବି।”
18
କିନ୍ତୁ ସବୁଲୋକେ ପାଟିକରି ଉଠିଲେ, “ତାହାକୁ ମାରିଦିଅ। ବାରବ୍ବାକୁ ମୁକ୍ତ କରିଦିଅ।”
19
ବାରବ୍ବା ନଗରରେ ଦଙ୍ଗା ଆରମ୍ଭ କରିଥିବା ଯୋଗୁଁ ଓ କେତେକ ଲୋକଙ୍କୁ ହତ୍ୟା କରିଥିବା ଯୋଗୁଁ କାରାଗାରରେ ବନ୍ଦୀ ହୋଇ ରହିଥିଲା।
20
ପୀଲାତ ଯୀଶୁଙ୍କୁ ମୁକ୍ତ କରି ଦେବାକୁ ଗ୍ଭହୁଁଥିଲେ। ତେଣୁ ପୁଣି ଥରେ ପୀଲାତ ସେମାନଙ୍କୁ କହିଲେ ଯେ ସେ ଯୀଶୁଙ୍କୁ ଛାଡ଼ି ଦେବେ।
21
କିନ୍ତୁ ଲୋକମାନେ ଚିତ୍କାର କରି କହିଲେ, “ତାହାଙ୍କୁ ମାରିଦିଅ। ତାହାଙ୍କୁ କ୍ରୁଶରେ ଚଢ଼ାଇ ମାରିଦିଅ।”
22
ତୃତୀୟ ଥର ପାଇଁ ପୀଲାତ ସେମାନଙ୍କୁ କହିଲେ, “କାହିଁକି, ସେ କ’ଣ ଭୁଲ୍ କରିଛନ୍ତି? ସେ ଦୋଷୀ ନୁହନ୍ତି। ତାହାଙ୍କୁ ମୃତ୍ୟୁଦଣ୍ଡ ଦେବା ପାଇଁ ମୁଁ କୌଣସି କାରଣ ଦେଖି ପାରୁ ନାହିଁ। ତେଣୁ ତାହାଙ୍କୁ ସାମାନ୍ୟ ଦଣ୍ଡ ଦେବା ପରେ ମୁଁ ତାହାଙ୍କୁ ଛାଡ଼ି ଦେବି।”
23
କିନ୍ତୁ ଲୋକମାନେ ଚିତ୍କାର କରିବାକୁ ଲାଗିଲେ। ସେମାନେ ଦାବି କଲେ ଯେ ଯୀଶୁଙ୍କୁ କ୍ରୁଶରେ ଚଢ଼ାଇ ମାରିଦିଅ। ସେମାନଙ୍କର ପାଟିତୁଣ୍ଡ ଏତେ ତୀବ୍ର ହେଲା ଯେ,
24
ପୀଲାତ ଲୋକଙ୍କ ଇଚ୍ଛା ଅନୁଯାୟୀ ନିର୍ଣ୍ଣୟ ନେଲେ।
25
ଲୋକମାନେ ବାରବ୍ବାକୁ ମୁକ୍ତ ହୋଇ ଗ୍ଭଲିଯିବାକୁ ଗ୍ଭହୁଁଥିଲେ। ବାରବ୍ବା ନରହତ୍ୟା ଓ ବିଦ୍ରୋହ ଅପରାଧରେ କାରାଗାରରେ ଥିଲା। ପୀଲାତ ବାରବ୍ବାଙ୍କୁ ମୁକ୍ତ କରିଦେଲେ। ପୀଲାତ ଯୀଶୁଙ୍କୁ ମାରିଦେବା ପାଇଁ ଲୋକମାନଙ୍କ ହାତରେ ସମର୍ପି ଦେଲେ। ଲୋକମାନେ ତାହା ଗ୍ଭହୁଁଥିଲେ।
26
ଯୀଶୁ କ୍ରୁଶରେ ହତ ହେଲେ ସୈନ୍ୟମାନେ ଯୀଶୁଙ୍କୁ ମାରିଦେବା ପାଇଁ ନେଇଗଲେ। ଠିକ୍ ସେହି ସମୟରେ ଜଣେ ଲୋକ ପଲ୍ଲୀଗ୍ରାମରୁ ଫେରି ନଗର ଭିତରକୁ ଆସୁଥିଲା। ତା’ର ନାମ ଥିଲା ଶିମୋନ। ଶିମୋନ କୁରୀଣ ନଗରର ଲୋକ ଥିଲା। ସୈନ୍ୟମାନେ ଯୀଶୁଙ୍କ କ୍ରୁଶ ବହନ କରି ଯୀଶୁଙ୍କ ପଛରେ ଯିବାକୁ ଶିମୋନକୁ ବାଧ୍ୟ କଲେ।
27
ବହୁ ସଂଖ୍ୟାରେ ଲୋକେ ଯୀଶୁଙ୍କ ପଛେ ପଛେ ଗଲେ। କେତେକ ସ୍ତ୍ରୀଲୋକ ଦୁଃଖ କରିଥିଲେ ଓ କାନ୍ଦୁଥିଲେ। ସେମାନେ ଯୀଶୁଙ୍କ ପାଇଁ ଦୁଃଖ ଅନୁଭବ କରୁଥିଲେ।
28
କିନ୍ତୁ ଯୀଶୁ ବୁଲିପଡ଼ି ସେହି ସ୍ତ୍ରୀଲୋକମାନଙ୍କୁ କହିଲେ, “ହେ ଯିରୁଶାଲମର ନାରୀଗଣ! ମୋ’ ପାଇଁ କାନ୍ଦ ନାହିଁ। ତୁମ୍ଭେମାନେ ନିଜ ପାଇଁ ଓ ନିଜ ପିଲାମାନଙ୍କ ପାଇଁ କାନ୍ଦ।
29
ଏବେ ସମୟ ଆସୁଛି, ଯେତେବେଳେ ଲୋକମାନେ କହିବେ, ‘ଯେଉଁ ସ୍ତ୍ରୀଲୋକମାନଙ୍କର ସନ୍ତାନସନ୍ତତି ନାହାନ୍ତି, ସେମାନେ ସୁଖୀ। ଯେଉଁ ସ୍ତ୍ରୀଲୋକମାନେ ବନ୍ଧ୍ୟା, ସେମାନେ ଧନ୍ୟ। ଯେଉଁ ସ୍ତ୍ରୀଲୋକମାନେ ସନ୍ତାନ ସନ୍ତତିକୁ ଜନ୍ମ ଦେଇ ନାହାନ୍ତି ଏବଂ ତାହାଙ୍କର ଯତ୍ନ ନେଇ ନାହାନ୍ତି, ସେମାନେ ଧନ୍ୟ।’
30
ତା’ପରେ ଲୋକମାନେ ପର୍ବତକୁ କହିବେ, ଆମ୍ଭ ଉପରେ ଖସିପଡ଼୍, ଲୋକେ ପାହାଡ଼କୁ କହିବେ, ‘ଆମ୍ଭକୁ ଘୋଡ଼େଇ ଦିଅ।’
31
ବର୍ତ୍ତମାନ ସମୟରେ ଯେତେବେଳେ ଜୀବନ ଭଲରେ କଟୁଛି, ସେତେବେଳେ ଲୋକେ ଯଦି ଏଭଳି ବ୍ୟବହାର କରିବେ, ତେବେ ଯେତେବେଳେ ଖରାପ ସମୟ ଆସିବ, ସେତେବେଳେ ଅବସ୍ଥା କ’ଣ ହେବ?”
32
ଯୀଶୁଙ୍କ ସହିତ ମୃତ୍ୟୁ ଦଣ୍ଡ ଦିଆଯିବା ପାଇଁ ଆଉ ଦୁଇଜଣ ଅପରାଧୀଙ୍କୁ ମଧ୍ୟ ନିଆ ଯାଉଥିଲା।
33
‘କପାଳ’ ନାମକ ସ୍ଥାନକୁ ଯୀଶୁ ଓ ସେହି ଦୁଇଜଣ ଅପରାଧୀଙ୍କୁ ମଧ୍ୟ ନିଆଗଲା। ସେଠାରେ ସୈନ୍ୟମାନେ ଯୀଶୁଙ୍କୁ କ୍ରୁଶବିଦ୍ଧ କଲେ। ସେମାନେ ସେହି ଅପରାଧୀମାନଙ୍କ ମଧ୍ୟରୁ ଜଣକୁ ଯୀଶୁଙ୍କ ଡାହାଣ ପାଖରେ ଓ ଅନ୍ୟ ଜଣକୁ ଯୀଶୁଙ୍କ ବାମ ପାଖରେ ରଖିଲେ।
34
ଯୀଶୁ କହିଲେ, “ହେ ପରମପିତା, ଯେଉଁ ଲୋକମାନେ ମୋତେ ହତ୍ୟା କରୁଛନ୍ତି, ସେମାନଙ୍କୁ କ୍ଷମା କର। କାରଣ ସେମାନେ କ’ଣ କରୁଛନ୍ତି, ତାହା ସେମାନେ ଜାଣନ୍ତି ନାହିଁ।” ସୈନ୍ୟମାନେ ଗୁଲିବାଣ୍ଟ ସାହାଯ୍ୟରେ ଯୀଶୁଙ୍କ ପୋଷାକ ବାଣ୍ଟି ନେଲେ।
35
ଲୋକମାନେ ସେଠାରେ ଠିଆ ହୋଇ ଯୀଶୁଙ୍କୁ ଲକ୍ଷ୍ୟ କରୁଥିଲେ। ଯିହୂଦୀ ନେତାମାନେ ଯୀଶୁଙ୍କୁ ଉପହାସ କରୁଥିଲେ। ସେମାନେ କହୁଥିଲେ, “ଯଦି ସେ ପରମେଶ୍ୱରଙ୍କ ଦ୍ୱାରା ମନୋନୀତ ଖ୍ରୀଷ୍ଟ, ତେବେ ନିଜକୁ ରକ୍ଷା କରନ୍ତୁ। ସେ ଅନ୍ୟ ଲୋକଙ୍କୁ ରକ୍ଷା କରିଥିଲେ। ନୁହେଁ କି?”
36
ଏପରିକି ସୈନ୍ୟମାନେ ଯୀଶୁଙ୍କ ପ୍ରତି ଉପହାସ କଲେ ଓ ତାହାଙ୍କୁ ଥଟ୍ଟା କରିଲେ। ସେମାନେ ଯୀଶୁଙ୍କ ପାଖକୁ ଆସିଲେ ଓ ତାହାଙ୍କୁ ଅମ୍ଲରସ ଯାଚିଲେ।
37
ସୈନ୍ୟମାନେ କହିଲେ, “ତୁମ୍ଭେ ଯଦି ଯିହୂଦୀମାନଙ୍କର ରାଜା, ତେବେ ନିଜକୁ ରକ୍ଷା କର।”
38
କ୍ରୁଶରେ ଉପରି ଭାଗରେ ଲେଖା ଯାଇଥିଲା: “ ଏ ଯିହୂଦୀମାନଙ୍କର ରାଜା।”
39
ଝୁଲୁଥିବା ଅପରାଧୀ ଦୁହିଁଙ୍କ ଭିତରୁ ଜଣେ ଯୀଶୁଙ୍କୁ ନିନ୍ଦା କରି କହିବାକୁ ଲାଗିଲା, “ତୁମ୍ଭେ କ’ଣ ଖ୍ରୀଷ୍ଟ ନୁହଁ? ତେବେ ତୁମ୍ଭେ ନିଜକୁ ରକ୍ଷା କର ଓ ଆମ୍ଭକୁ ମଧ୍ୟ ରକ୍ଷା କର।”
40
କିନ୍ତୁ ଅନ୍ୟ ଅପରାଧୀଟି ତାହାକୁ ଗାଳି କରି କହିଲା, “ତୁ କ’ଣ ପରମେଶ୍ୱରଙ୍କୁ ମଧ୍ୟ ଭୟ କରୁ ନାହୁଁ? ଆମ୍ଭେମାନେ ଖୁବ୍ ଶୀଘ୍ର ମରିବାକୁ ଯାଉଛୁ।
41
ତୁ ଓ ମୁଁ ଉଭୟ ଅପରାଧୀ। ଆମ୍ଭେ ଦୋଷ କରିଥିଲୁ। ତେଣୁ ଆମ୍ଭେ ଯାହା ପାଇବାକୁ ଯୋଗ୍ୟ ଆମ୍ଭେ ତାହା ପାଇଛୁ। କିନ୍ତୁ ଏହି ଲୋକ କୌଣସି ଦୋଷ କରି ନାହାନ୍ତି।”
42
ତା’ପରେ ସେହି ଅପରାଧୀଟି ଯୀଶୁଙ୍କୁ କହିଲା, “ଯୀଶୁ, ଆପଣ ଯେତେବେଳେ ରାଜା ଭାବରେ ଆପଣଙ୍କ ଶାସନ ଆରମ୍ଭ କରିବେ, ସେତେବେଳେ ମୋତେ ମନେ ପକାଇବେ।”
43
ଯୀଶୁ ତାହାକୁ କହିଲେ, “ଶୁଣ, ମୁଁ ଯାହା କହୁଛି ତାହା ସତ୍ୟ। ଆଜି ତୁମ୍ଭେ ମୋ’ ସହିତ ପାରାଦୀଶରେ ପ୍ରବେଶ କରିବ।”
44
ଯୀଶୁଙ୍କ ପ୍ରାଣତ୍ୟାଗ ସେତେବେଳେ ପ୍ରାୟ ଦିନ ଦ୍ୱିପ୍ରହର ହୋଇଥିଲା। କିନ୍ତୁ ଅପରାହ୍ନ ତିନିଟା ପର୍ଯ୍ୟନ୍ତ ସମଗ୍ର ଅଞ୍ଚଳ ଅନ୍ଧକାରମୟ ହୋଇଗଲା।
45
ସୂର୍ଯ୍ୟ ଦେଖାଯାଉ ନ ଥିଲା। ମନ୍ଦିରର ପରଦା ଦୁଇଖଣ୍ଡ ହୋଇ ଚିରିଗଲା।
46
ଯୀଶୁ ପାଟିକରି କହିଲେ, “ହେ ପରମପିତା, ମୁଁ ମୋର ଆତ୍ମା ତୁମ୍ଭକୁ ଦେଉଛି।” ଏହା କହିବା ପରେ ଯୀଶୁ ପ୍ରାଣ ତ୍ୟାଗ କଲେ।
47
ସେନାଧ୍ୟକ୍ଷ ସେଠାରେ ଯାହା ଘଟିଲା, ଦେଖିଲେ। ସେ ଏହି କଥା କହି ପରମେଶ୍ୱରଙ୍କୁ ପ୍ରଶଂସା କଲେ, “ମୁଁ ଜାଣେ ଯେ, ଏହି ମନୁଷ୍ୟ ଜଣେ ଉତ୍ତମ ବ୍ୟକ୍ତି ଥିଲେ!”
48
ଅନେକ ଲୋକ ଏହି ଘଟଣା ଦେଖିବାକୁ ନଗରରୁ ବାହାରି ଆସିଥିଲେ। ଏସବୁ ଦେଖି ସେମାନେ ଅତ୍ୟନ୍ତ ଦୁଃଖ ପ୍ରକାଶ କଲେ ଏବଂ ଶେଷରେ ସେମାନେ ଫେରିଗଲେ।
49
ଯୀଶୁଙ୍କର ଅନ୍ତରଙ୍ଗ ବନ୍ଧୁମାନେ ସେଠାରେ ଉପସ୍ଥିତ ଥିଲେ। ତା’ଛଡ଼ା ଯୀଶୁଙ୍କୁ ଗାଲିଲୀରୁ ଅନୁସରଣ କରି ଆସିଥିବା ଅନେକ ସ୍ତ୍ରୀ ଲୋକ ସେଠାରେ ଥିଲେ। ସେମାନେ କ୍ରୁଶଠାରୁ ଦୂରରେ ଠିଆ ହୋଇ ଏସବୁ ଦେଖୁଥିଲେ।
50
ହାରାମାଥୀୟାର ଯୋଷେଫ ଯିହୂଦୀମାନଙ୍କର ହାରାମାଥୀୟା ନଗରର ଜଣେ ଲୋକ ସେଠାରେ ଥିଲେ। ତାହାଙ୍କ ନାମ ଯୋଷେଫ। ସେ ଯିହୂଦୀ ମହାସଭାର ଜଣେ ସଦସ୍ୟ ଥିଲେ। ସେ ଜଣ ଉତ୍ତମ ଓ ଧାର୍ମିକ ଲୋକଥିଲେ। ସେ ପରମେଶ୍ୱରଙ୍କ ରାଜ୍ୟକୁ ଅପେକ୍ଷା କରୁଥିଲେ। ଅନ୍ୟ ଯିହୂଦୀ ନେତାମାନେ ଯୀଶୁଙ୍କୁ ହତ୍ୟା କରିବାକୁ ସ୍ଥିର କଲାବେଳେ ସେ ସେଥିରେ ରାଜି ହୋଇ ନ ଥିଲେ।
52
ଯୋଷେଫ ପୀଲାତଙ୍କ ପାଖକୁ ଯାଇ ଯୀଶୁଙ୍କ ଶରୀରକୁ ମାଗିଲେ। ପୀଲାତ ଯୋଷେଫ ସେଥିପାଇଁ ଅନୁମତି ଦେଲେ।
53
ତେଣୁ ଯୋଷେଫ ଯୀଶୁଙ୍କ ଶରୀରକୁ କ୍ରୁଶ ଉପରୁ ତଳକୁ ଓହ୍ଲାଇ ଆଣିଲେ। ତାହା ଗୋଟିଏ ଲୁଗାରେ ସେ ଘୋଡ଼ାଇ ଦେଲେ। ସେ ଯୀଶୁଙ୍କ ଶରୀରକୁ ନେଇ ପାହାଡ଼ କାନ୍ଥରେ ଖୋଳା ହୋଇଥିବା ଓ ପୂର୍ବରୁ କେବେ ବ୍ୟବହୃତ ହୋଇ ନ ଥିବା କବର ମଧ୍ୟରେ ରଖିଲେ।
54
ଏହା ପ୍ରସ୍ତୁତି ଦିବସର ଶେଷ ସମୟ ଥିଲା। ବିଶ୍ରାମ ଦିବସ ପାଖେଇ ଆସୁଥିଲା।
55
ଯେଉଁ ସ୍ତ୍ରୀ ଲୋକମାନେ ଯୀଶୁଙ୍କୁ ଅନୁସରଣ କରି ତାହାଙ୍କ ସହିତ ଗାଲିଲୀରୁ ଆସିଥିଲେ, ସେମାନେ ଯୋଷେଫ ପଛେ ପଛେ ଗଲେ। ସେମାନେ ଯାଇ କବରଟି ଦେଖିଲେ। । ଭିତରେ ଯେଉଁ ସ୍ଥାନରେ ଶରୀରଟି ରଖାଗଲା, ସେହି ସ୍ଥାନଟି ମଧ୍ୟ ସେମାନେ ଦେଖିଲେ।
56
ତା’ପରେ ସେହି ସ୍ତ୍ରୀ ଲୋକମାନେ ଯୀଶୁଙ୍କ ଶରୀରରେ ଲଗାଇବା ପାଇଁ ସୁଗନ୍ଧିତ ଦ୍ରବ୍ୟ ପ୍ରସ୍ତୁତ କରିବାକୁ ସେଠାରୁ ଗ୍ଭଲିଗଲେ। ବିଶ୍ରାମ ଦିବସରେ ସେମାନେ ବିଶ୍ରାମ ନେଲେ। କାରଣ ମୋଶାଙ୍କ ନିୟମ ଲୋକମାନଙ୍କୁ ଏହା କରିବାକୁ ଆଜ୍ଞା ଦେଇଥାଏ।
← Chapter 22
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 24 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24