bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Luke 18
Luke 18
Odia Bible ERV 2004 (ପବିତ୍ର ବାଇବଲ)
← Chapter 17
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 19 →
1
ପରମେଶ୍ୱର ତାଙ୍କ ଲୋକଙ୍କୁ ଉତ୍ତର ଦେବେ ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ଉପଦେଶ ଦେଉଥିଲେ ଯେ, ସେମାନେ ସଦାବାଳେ ପ୍ରାର୍ଥନା କରିବା ଉଚିତ୍। ଏବଂ କେବେ ହେଲେ ଭରସା ହରେଇବା ଉଚିତ୍ ନୁହେଁ। ଯୀଶୁ ସେମାନଙ୍କୁ ଉପଦେଶ ଦେବା ପାଇଁ ଏହି ଦୃଷ୍ଟାନ୍ତ କହିଲେ,
2
“ଥରେ ଗୋଟିଏ ନଗରରେ ଜଣେ ବିଗ୍ଭରପତି ଥିଲା। ପରମେଶ୍ୱରଙ୍କୁ ତାହାଙ୍କର ଡର ନ ଥିଲା କି ଲୋକମାନେ ତାହାଙ୍କ ବିଷୟରେ କ’ଣ ଭାବୁଛନ୍ତି, ସେଥିପ୍ରତି ଖାତିରି କରୁ ନ ଥିଲେ।
3
ସେହି ନଗରରେ ଗୋଟିଏ ସ୍ତ୍ରୀଲୋକ ଥିଲା। ତା’ର ସ୍ୱାମୀ ମରି ଯାଇଥିଲା। ସେ ସ୍ତ୍ରୀଲୋକଟି ଏହି ବିଗ୍ଭରପତିଙ୍କ ନିକଟକୁ ବହୁତ ଥର ଆସୁଥିଲା ସେ ବିଗ୍ଭରପତିଙ୍କୁ କହୁଥିଲା, ‘ଗୋଟିଏ ଲୋକ ମୋ’ ପ୍ରତି ଅନ୍ୟାୟ କରୁଛି। ତୁମ୍ଭେ ମୋତେ ମୋ’ ନ୍ୟାୟ ଅଧିକାର ଦିଅ।’
4
କିନ୍ତୁ ବିଗ୍ଭରପତି ସ୍ତ୍ରୀଲୋକଟିକୁ ସାହାଯ୍ୟ କରିବାକୁ ଇଚ୍ଛା କରି ନ ଥିଲେ। କେତେ ସମୟ ପରେ ବିଗ୍ଭରପତି ଜଣକ ମନେ ମନେ ଭାବିଲେ, ‘ମୁଁ ପରମେଶ୍ୱରଙ୍କୁ ଡରୁ ନାହିଁ କି ଲୋକମାନେ ମୋ’ ବିଷୟରେ କ’ଣ ଭାବୁଛନ୍ତି, ସେଥିପ୍ରତି ଖାତିରି ବି କରୁ ନାହିଁ।
5
କିନ୍ତୁ ଏହି ସ୍ତ୍ରୀଲୋକଟି ମୋତେ ସବୁବେଳେ ବ୍ୟସ୍ତ କରି ପକାଉଛି। ମୁଁ ତାକୁ ନ୍ୟାୟ ଅଧିକାର ଦେଇଦେଲେ ସେ ମୋ’ ପିଛା ଛାଡ଼ିଦେବ। ନଚେତ ସେ ମୋତେ ହଇକାଣ କରୁଥିବ।’”
6
ପ୍ରଭୁ! କହିଲେ, “ଶୁଣ, ସେହି ଦୁଷ୍ଟ ବିଗ୍ଭରପତି ଜଣକ ଯାହା କହିଲେ, ସେ କଥାର ଗୋଟିଏ ଅର୍ଥ ଅଛି।
7
ପରମେଶ୍ୱରଙ୍କ ଦ୍ୱାରା ମନୋନୀତ ଲୋକମାନେ ଦିନରାତି ତାହାଙ୍କୁ ପାଟି କରି ଡାକୁଥା’ନ୍ତି। ଯାହା ଠିକ୍, ତାହା ପରମେଶ୍ୱର ତାହାଙ୍କ ଲୋକଙ୍କୁ ସଦାବେଳେ ଦେଇଥା’ନ୍ତି। ନିଜ ଲୋକଙ୍କୁ ଉତ୍ତର ଦେବାରେ ପରମେଶ୍ୱର ଆଦୌ ବିଳମ୍ବ କରିବେ ନାହିଁ।
8
ମୁଁ ତୁମ୍ଭକୁ କହୁଛି। ଅତି ଶୀଘ୍ର ପରମେଶ୍ୱର ତାହାଙ୍କ ଲୋକଙ୍କୁ ସାହାଯ୍ୟ କରିବେ। କିନ୍ତୁ ମନୁଷ୍ୟପୁତ୍ର ପୁଣି ଥରେ ଫେରି ଆସିବା ପରେ ସେ ଏ ପୃଥିବୀରେ ତାହାଙ୍କର ବିଶ୍ୱାସୀମାନଙ୍କୁ ପାଇ ପାରିବେ କି?”
9
ପରମେଶ୍ୱରଙ୍କ ପ୍ରତି ବିଶ୍ୱସ୍ତ ରହିବା ଉଚିତ୍ କେତେକ ଲୋକ ଭାବୁଥିଲେ ଯେ ସେମାନେ ବହୁତ ଭଲ ଅଟନ୍ତି। ସେମାନେ ନିଜେ ଅନ୍ୟମାନଙ୍କ ଅପେକ୍ଷା ବହୁତ ଭଲ ହୋଇଥିବା ଭଳି ବ୍ୟବହାର କରୁଥିଲେ। ଯୀଶୁ ସେମାନଙ୍କୁ ଉପଦେଶ ଦେବା ପାଇଁ ଏହି ଦୃଷ୍ଟାନ୍ତ କହିଲେ:
10
“ଜଣେ ଫାରୂଶୀ ଓ ଜଣେ କରଆଦାୟକାରୀ ଥିଲେ। ଦିନେ ସେହି ଦୁଇଜଣ ପ୍ରାର୍ଥନା କରିବାକୁ ମନ୍ଦିରକୁ ଗଲେ।
11
ଫାରୂଶୀଜଣକ କରଆଦାୟକାରୀଙ୍କଠାରୁ ଦୂରରେ ଅଲଗା ଠିଆ ହୋଇଥିଲେ। ଫାରୂଶୀ ଜଣକ ପ୍ରାର୍ଥନା କଲାବେଳେ କହିଲେ, ‘ହେ ପରମେଶ୍ୱର, ମୁଁ ଅନ୍ୟ ଲୋକଙ୍କ ଭଳି ଖରାପ ହୋଇ ନ ଥିବାରୁ ତୁମ୍ଭକୁ କୃତଜ୍ଞତା ଜଣାଉଛି। ମୁଁ ଗ୍ଭେରି, ଠକାମି, ବ୍ୟଭିଗ୍ଭର, ପାପ କରୁଥିବା ଲୋକମାନଙ୍କ ଭଳି ନୁହେଁ। ମୁଁ ଏହି କରଆଦାୟକାରୀ ଅପେକ୍ଷା ଭଲ ହୋଇଥିବାରୁ ତୁମ୍ଭ ପାଖରେ କୃତଜ୍ଞତା ଜଣାଉଛି।
12
ମୁଁ ଜଣେ ଭଲ ଲୋକ। ମୁଁ ସପ୍ତାହରେ ଦୁଇ ଥର ଉପବାସ କରେ। ମୁଁ ମୋର ସମସ୍ତ ରୋଜଗାରର ଦଶ ଭାଗରୁ ଏକ ଭାଗ ଦାନ କରେ।’
13
“କରଆଦାୟକାରୀ ମଧ୍ୟ ଅଲଗା ଏକାକୀ ଠିଆ ହୋଇଥିଲେ। କିନ୍ତୁ ପ୍ରାର୍ଥନା କଲେ ବେଳେ ସେ ସ୍ୱର୍ଗ ଆଡ଼କୁ ମଧ୍ୟ ଗ୍ଭହିଁଲେ ନାହିଁ। କରଆଦାୟକାରୀ ପରମେଶ୍ୱରଙ୍କ ପାଖରେ ନିଜକୁ ନମ୍ର କରି ପ୍ରାର୍ଥନା କଲେ, “ହେ ପରମେଶ୍ୱର, ମୋ’ ଉପରେ ଦୟା କର। ମୁଁ ଜଣେ ପାପୀ।”
14
ମୁଁ ତୁମ୍ଭମାନଙ୍କୁ କହୁଛି, ‘ଏହି ଲୋକଟି ଯେତେବେଳେ ତା’ର ପ୍ରାର୍ଥନା ଶେଷ କରି ତା’ ଘରକୁ ଫେରିଗଲା, ସେ ପରମେଶ୍ୱରଙ୍କ ଦୃଷ୍ଟିରେ ଧାର୍ମିକ ପରିଗଣତ ହେଲା। କିନ୍ତୁ ଯେଉଁ ଫାରୂଶୀ ଅନୁଭବ କଲା ଯେ ସେ ଅନ୍ୟ ଲୋକମାନଙ୍କ ଅପେକ୍ଷା ଭଲ ଲୋକ, ସେ ପରମେଶ୍ୱରଙ୍କ ପ୍ରତି ବିଶ୍ୱସ୍ତ ନ ଥିଲା। ଯେଉଁ ଲୋକ ନିଜକୁ ନିଜେ ମହାନ୍ ବୋଲି ଭାବେ, ତାକୁ ହୀନ କରି ଦିଆଯିବ, କିନ୍ତୁ ଯେଉଁ ଲୋକ ନିଜକୁ ହୀନ କରି ଦିଏ ତାକୁ ମହାନ୍ କରାଯିବ।”
15
ପରମେଶ୍ୱରଙ୍କ ରାଜ୍ୟରେ କେଉଁମାନେ ପ୍ରବେଶ କରିବେ କେତେକ ଲୋକ ସେମାନଙ୍କର ଛୋଟ ଛୋଟ ପିଲାମାନଙ୍କୁ ଯୀଶୁଙ୍କ ପାଖକୁ ଆଣିଲେ, ଯେପରି ଯୀଶୁ ସେହି ପିଲାମାନଙ୍କୁ କେବଳ ଛୁଇଁବେ। ଯୀଶୁଙ୍କ ଶିଷ୍ୟମାନେ ଏହା ଦେଖି ଲୋକମାନଙ୍କୁ ଏହା ନ କରିବାକୁ କହିଲେ।
16
କିନ୍ତୁ ଯୀଶୁ ସେହି ଛୋଟ ପିଲାମାନଙ୍କୁ ପାଖକୁ ଡାକିଲେ। ସେ ତାହାଙ୍କ ଶିଷ୍ୟମାନଙ୍କୁ କହିଲେ, “ଛୋଟ ପିଲାମାନେ ମୋ’ ପାଖକୁ ଆସନ୍ତୁ। ସେମାନଙ୍କୁ ଅଟକାଅ ନାହିଁ। କାରଣ ଯେଉଁ ଲୋକମାନେ ଏହି ଛୋଟ ପିଲାମାନଙ୍କ ଭଳି ହୋଇଥିବେ, କେବଳ ସେହିମାନେ ପରମେଶ୍ୱରଙ୍କ ରାଜ୍ୟର ଅଧିକାରୀ ହେବେ।
17
ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି। ଗୋଟିଏ ଛୋଟ ପିଲା କିଛି ଗ୍ରହଣ କଲାଭଳି ତୁମ୍ଭେମାନେ ପରମେଶ୍ୱରଙ୍କ ରାଜ୍ୟ ଗ୍ରହଣ ନ କଲେ ତା’ ମଧ୍ୟରେ ପ୍ରବେଶ କରି ପାରିବ ନାହିଁ।”
18
ଜଣେ ଧନୀଲୋକ ଯୀଶୁଙ୍କୁ ଗୋଟିଏ ପ୍ରଶ୍ନ ପଗ୍ଭରିଲେ ଜଣେ ଯିହୂଦୀ ନେତା ଯୀଶୁଙ୍କୁ ପଗ୍ଭରିଲେ, “ହେ ଉତ୍ତମ ଗୁରୁ! ଅନନ୍ତ ଜୀବନ ଲାଭ କରିବା ପାଇଁ ମୁଁ କ’ଣ କରିବା ଉଚିତ୍?”
19
ଯୀଶୁ ତାହାଙ୍କୁ କହିଲେ, “ତୁମ୍ଭେ ମୋତେ ଉତ୍ତମ ବୋଲି କାହିଁକି କହିଲ? କେବଳ ପରମେଶ୍ୱର ହିଁ ଉତ୍ତମ।
20
ମୁଁ କିନ୍ତୁ ତୁମ୍ଭ ପ୍ରଶ୍ନର ଉତ୍ତର ଦେବି। ତୁମ୍ଭେ ପରମେଶ୍ୱରଙ୍କ ଆଜ୍ଞାମାନ ଜାଣିଛ: ‘ତୁମ୍ଭେ ବ୍ୟଭିଗ୍ଭର କରିବ ନାହିଁ, ତୁମ୍ଭେ କାହାରିକି ହତ୍ୟା କରିବ ନାହିଁ, କୌଣସି ଜିନିଷ ଗ୍ଭେରି କରିବ ନାହିଁ, ଅନ୍ୟ ଲୋକଙ୍କ ବିଷୟରେ କେବେ ହେଁ ମିଛ କହିବ ନାହିଁ, ତୁମ୍ଭେ ତୁମ୍ଭର ବାପା-ମାଙ୍କୁ ନିଶ୍ଚୟ ସମ୍ମାନ ଦେବ…’ ”
21
କିନ୍ତୁ ଯିହୂଦୀ ନେତା ଜଣକ କହିଲେ, “ମୁଁ ମୋ’ ପିଲା ଦିନୁ ଏସବୁ ଆଜ୍ଞା ମାନିଆସିଛି।”
22
ଏ କଥା ଶୁଣି ଯୀଶୁ ସେହି ନେତାଙ୍କୁ କହିଲେ, “ତଥାପି ଏ ପର୍ଯ୍ୟନ୍ତ ଆଉ ଗୋଟିଏ କଥା ତୁମ୍ଭର କରିବାକୁ ବାକିଅଛି। ତୁମ୍ଭର ଯାହା ଅଛି ସବୁ ବିକି ଦେଇ ଗରିବଙ୍କୁ ବାଣ୍ଟିଦିଅ। ତୁମ୍ଭକୁ ସ୍ୱର୍ଗରେ ପୁରସ୍କାର ମିଳିବ। ତା’ପରେ ତୁମ୍ଭେ ଆସ ଓ ମୋର ଅନୁସରଣ କର।”
23
ନେତା ଜଣକ ଏହା ଶୁଣି ବହୁତ ମନ ଦୁଃଖ କଲେ। ସେ ବହୁତ ଧନୀ ଥିଲେ ଓ ନିଜ ଧନତକ ରଖିବାକୁ ଗ୍ଭହୁଁଥିଲେ।
24
ସେହି ଯିହୂଦୀ ନେତାଙ୍କୁ ଦୁଃଖିତ ହେବାର ଦେଖି ଯୀଶୁ କହିଲେ, “ପରମେଶ୍ୱରଙ୍କ ରାଜ୍ୟରେ ଧନୀ ଲୋକମାନେ ପ୍ରବେଶ କରିବ ବହୁତ କଠିନ।
25
ଜଣେ ଧନୀଲୋକ ପକ୍ଷରେ ପରମେଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବାଠାରୁ ଗୋଟିଏ ଛୁଞ୍ଚି କଣାଦେଇ ଓଟଟିଏ ଗଳିଯିବା ଅଧିକ ସହଜ।”
26
କେଉଁମାନେ ପରିତ୍ରାଣ ପାଇ ପାରିବେ ଲୋକମାନେ ଏ କଥା ଶୁଣିବା ପରେ କହିଲେ, “ତେବେ କେଉଁମାନେ ପରିତ୍ରାଣ ପାଇ ପାରିବେ?”
27
ଯୀଶୁ କହିଲେ, “ଯେଉଁ କାମ ମନୁଷ୍ୟ ପକ୍ଷରେ ସମ୍ଭବ ନୁହେଁ, ତାହା ପରମେଶ୍ୱର କରି ପାରିବେ।”
28
ପିତର କହିଲେ, “ଦେଖନ୍ତୁ, ଆମ୍ଭେ ଆମ୍ଭର ସର୍ବସ୍ୱ ଛାଡ଼ିଦେଇ ଆପଣଙ୍କ ଅନୁସରଣ କରିଛୁ।”
29
ଯୀଶୁ କହିଲେ, “ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି। ଯେଉଁ ଲୋକ ପରମେଶ୍ୱରଙ୍କ ରାଜ୍ୟ ପାଇଁ ତା’ର ଘର, ପତ୍ନୀ, ଭାଇ, ବାପାମା କିମ୍ବା ପିଲାମାନଙ୍କୁ ଛାଡ଼ିଥିବ,
30
ସେ ଛାଡ଼ିଥିବା ବସ୍ତୁ ଅପେକ୍ଷା ଅଧିକ ପାଇବ। ସେ ଲୋକ ଏହି ଜୀବନକାଳ ମଧ୍ୟରେ ତ ଅନେକ ଗୁଣ ଅଧିକ ପାଇବ ଏବଂ ମରିଗଲା ପରେ ମଧ୍ୟ ସେ ପରମେଶ୍ୱରଙ୍କ ସହିତ ଚିରକାଳ ବାସ କରିବ।
31
ଯୀଶୁ ମୃତ୍ୟୁରୁ ପୁଣି ଜୀବିତ ହେବେ ତା’ପରେ ଯୀଶୁ ଅଲଗା ଭାବରେ ବାରଜଣ ଶିଷ୍ୟଙ୍କୁ କହିଲେ, “ଶୁଣ, ଆମ୍ଭେମାନେ ଯିରୁଶାଲମକୁ ଯାଉଛୁ। ପରମେଶ୍ୱର ଭବିଷ୍ୟଦ୍ବକ୍ତାମାନଙ୍କୁ ମନୁଷ୍ୟପୁତ୍ରଙ୍କ ବିଷୟରେ ଯାହାସବୁ ଲେଖିବାକୁ କହିଥିଲେ, ସେ ସବୁ ଘଟିବ।
32
ତାହାଙ୍କ ଲୋକମାନେ ତାହାଙ୍କୁ ବିଧର୍ମୀମାନଙ୍କ ହାତରେ ଦେଇଦେବେ। ତାହାଙ୍କୁ ଉପହାସ କରାଯିବ। ଲୋକେ ତାହାଙ୍କୁ ଅପମାନ ଦେବେ ଓ ତାହାଙ୍କୁ ଉପରକୁ ଛେପ ପକାଇବେ।
33
ସେମାନେ ତାହାଙ୍କୁ ଗ୍ଭବୁକରେ ପିଟିବେ ଓ ଶେଷରେ ମାରିଦେବେ। କିନ୍ତୁ ମୃତ୍ୟୁର ତୃତୀୟ ଦିବସରେ ସେ ପୁଣି ଜୀବିତ ହୋଇ ଉଠିବେ।”
34
ପ୍ରେରିତମାନେ ଏ କଥା ବୁଝିବାକୁ ଚେଷ୍ଟା କଲେ। ମାତ୍ର ସେମାନେ ବୁଝି ପାରିଲେ ନାହିଁ। ଏ କଥାର ଅର୍ଥ ସେମାନଙ୍କ ପାଖରେ ଗୁପ୍ତ ରହିଲା।
35
ଯୀଶୁ ଗୋଟିଏ ଅନ୍ଧକୁ ସୁସ୍ଥ କଲେ ଯୀଶୁ ଯିରୀହୋ ନଗର ପାଖାପାଖି ହୋଇ ଆସିଲେ। ସେତେବେଳେ ରାସ୍ତା କଡ଼ରେ ଗୋଟିଏ ଅନ୍ଧ ବସିଥିଲା। ସେହି ଅନ୍ଧଟି ଭିକ ମାଗୁଥିଲା।
36
ସେ ରାସ୍ତାରେ ଯାଉଥିବା ଲୋକମାନଙ୍କ କୋଳାହଳ ଶୁଣିପାରି ପଗ୍ଭରିଲା, “ଘଟଣା କ’ଣ?”
37
ଲୋକମାନେ କହିଲେ, “ନାଜରିତୀୟ ଯୀଶୁ ଏହି ବାଟ ଦେଇ ଯାଉଛନ୍ତି।”
38
ଅନ୍ଧଟି ଉତ୍ତେଜିତ ହୋଇ ପଡ଼ିଲା ଓ କହିଲା, “ଦାଉଦଙ୍କ ପୁତ୍ର ଯୀଶୁ ଦୟାକରି ମୋତେ ସାହାଯ୍ୟ କର।”
39
ଆଗରେ ଯାଉଥିବା ଲୋକମାନେ ଅନ୍ଧକୁ ଧମକ ଦେଲେ। ସେମାନେ ଅନ୍ଧକୁ ଚୁପ୍ ରହିବାକୁ କହିଲେ। କିନ୍ତୁ ସେ ଆହୁରି ଜୋର୍ରେ ପାଟିକରି କହିଲା, “ହେ ଦାଉଦଙ୍କ ପୁତ୍ର, ଦୟାକରି ମୋତେ ସାହାଯ୍ୟ କରନ୍ତୁ।”
40
ଯୀଶୁ ସେଠାରେ ଅଟକି ଗଲେ, ସେ ଆଜ୍ଞା ଦେଲେ, “ତାହାକୁ ମୋ’ ପାଖକୁ ଆଣ।” ସେ ପାଖକୁ ଆସିବା ପରେ ଯୀଶୁ ତାକୁ ପଗ୍ଭରିଲେ,
41
“ମୁଁ ତୁମ୍ଭ ପାଇଁ କ’ଣ କରିବି ବୋଲି ତୁମ୍ଭେ ଗ୍ଭହୁଁଛ?” ସେହି ଅନ୍ଧଟି କହିଲା, “ପ୍ରଭୁ, ମୁଁ ପୁଣି ଥରେ ଦେଖି ପାରିବାକୁ ଗ୍ଭହୁଁଛି।”
42
ଯୀଶୁ ତାହାକୁ କହିଲେ, “ତୁମ୍ଭେ ଦୃଷ୍ଟି ଶକ୍ତି ଲାଭ କର। ତୁମ୍ଭର ବିଶ୍ୱାସ ହିଁ ତୁମ୍ଭକୁ ଉଦ୍ଧାର କଲା।”
43
ତତ୍ ସଙ୍ଗେ ସଙ୍ଗେ ଅନ୍ଧଟି ଦୃଷ୍ଟି ଶକ୍ତି ଫେରିପାଇଲା। ସେ ପରମେଶ୍ୱରଙ୍କୁ ପ୍ରଶଂସା କରି ଯୀଶୁଙ୍କୁ ଅନୁସରଣ କଲା। ଏହି ଘଟଣା ଦେଖି ଥିବା ଲୋକେ ପରମେଶ୍ୱରଙ୍କୁ ସ୍ତୁତିଗାନ କଲେ।
← Chapter 17
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 19 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24