bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Luke 4
Luke 4
Odia Bible ERV 2004 (ପବିତ୍ର ବାଇବଲ)
← Chapter 3
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 5 →
1
ଶୟତାନ ଦ୍ୱାରା ଯୀଶୁଙ୍କ ପରୀକ୍ଷା ଯୀଶୁ ପବିତ୍ରଆତ୍ମାରେ ପରିପୂର୍ଣ୍ଣ ହୋଇ ଯର୍ଦ୍ଦନ ନଦୀରୁ ବାହୁଡ଼ି ଆସିଲେ। ଆତ୍ମା ତାହାଙ୍କୁ ମରୁଭୂମିକୁ କଢ଼ାଇ ନେଇଗଲେ।
2
ସେଠାରେ ଶୟତାନ ଗ୍ଭଳିଶ୍ ଦିନ ପର୍ଯ୍ୟନ୍ତ ତାହାଙ୍କର ପରୀକ୍ଷା ନେଲା। ସେହି ଦିନମାନଙ୍କରେ ଯୀଶୁ କିଛି ନ ଖାଇ ନ ପିଇ ରହିଲେ। ସେହି ଦିନତକ ସରିଯିବା ପରେ ଯୀଶୁଙ୍କୁ ବଡ଼ ଭୋକ ଲାଗିଲା।
3
ଶୟତାନ ଯୀଶୁଙ୍କୁ କହିଲା, “ତୁମ୍ଭେ ଯଦି ପରମେଶ୍ୱରଙ୍କ ସନ୍ତାନ ତେବେ ଏହି ପଥରଟିକୁ କୁହ, ସେ ରୋଟୀ ହୋଇଯାଉ।”
4
ଏହା ଶୁଣି ଯୀଶୁ ତାହାକୁ ଉତ୍ତର ଦେଲେ, “ଶାସ୍ତ୍ରରେ ଲେଖାଅଛି: ‘ମଣିଷ କେବଳ ରୋଟୀରେ ବଞ୍ଚେ ନାହିଁ।’”
5
ତା’ପରେ ଶୟତାନ ତାହାଙ୍କୁ ବହୁତ ଉପରକୁ ନେଇଯାଇ କ୍ଷଣକ ମଧ୍ୟରେ ସାରା ସଂସାରର ସମସ୍ତ ରାଜ୍ୟ ଦେଖାଇଦେଲା।
6
ଶୟତାନ ଯୀଶୁଙ୍କୁ କହିଲା, “ମୁଁ ଏହିସବୁ ରାଜ୍ୟ ଏବଂ ସେମାନଙ୍କର ସମସ୍ତ କ୍ଷମତା ବିଭବ ତୁମ୍ଭକୁ ଦେଇଦେବି। ସେଗୁଡ଼ିକୁ ମୋତେ ଦିଆଯାଇଛି। ମୁଁ ଯାହାକୁ ଗ୍ଭହିଁବି, ତାହାକୁ ଏ ସମସ୍ତ ଦେଇ ପାରିବି।
7
ତେବେ ଯଦି ତୁମ୍ଭେ ମୋତେ ଉପାସନା କରିବ, ତେବେ ମୁଁ ଏସବୁ ତୁମ୍ଭକୁ ଦେଇଦେବି।”
8
ଯୀଶୁ ଉତ୍ତର ଦେଲେ, “ଶାସ୍ତ୍ରରେ ଲେଖାଅଛି: ‘ତୁମ୍ଭେ କେବଳ ନିଜ ପ୍ରଭୁ ପରମେଶ୍ୱରଙ୍କୁ ପ୍ରଣାମ କରିବ ଓ ତାହାଙ୍କର ଉପାସନା କରିବ।’”
9
ତା’ପରେ ସେ ଯୀଶୁଙ୍କୁ ଯିରୁଶାଲମକୁ ନେଇଗଲା ଓ ସେଠାରେ ମନ୍ଦିରର ଶିଖରରେ ଠିଆ କରାଇ ଦେଲା। ସେ ଯୀଶୁଙ୍କୁ କହିଲା, “ଯଦି ତୁମ୍ଭେ ପରମେଶ୍ୱରଙ୍କ ପୁତ୍ର, ତେବେ ଏହିଠାରୁ ତଳକୁ ଡେଇଁପଡ଼।”
10
ଶାସ୍ତ୍ରରେ ଲେଖାଅଛି: ‘ପରମେଶ୍ୱର ତାହାଙ୍କର ଦୂତମାନଙ୍କୁ ତୁମ୍ଭର ଯତ୍ନ ନେବା ପାଇଁ ଆଜ୍ଞା ଦେବେ।’
11
ଏହା ମଧ୍ୟ ଲେଖାଅଛି: ‘ସେମାନେ ତାହାଙ୍କ ହାତରେ ତୁମ୍ଭକୁ ଉଠେଇ ନେବେ, ଯାହା ଫଳରେ କୌଣସି ପଥରରେ ତୁମ୍ଭ ପାଦ ଲାଗିବ ନାହିଁ।’”
12
ଯୀଶୁ କହିଲେ, “ଶାସ୍ତ୍ରରେ ଏ କଥା ମଧ୍ୟ ଲେଖାଅଛି, ‘ତୁମ୍ଭେ ପ୍ରଭୁ ପରମେଶ୍ୱରଙ୍କୁ କେବେ ହେଲେ ପରୀକ୍ଷା କରିବ ନାହିଁ।’”
13
ଶୟତାନ ଯୀଶୁଙ୍କର ସବୁ ପ୍ରକାର ପରୀକ୍ଷା ନେଇ ସାରିଲା। ଆଉ ଟିକିଏ ଭଲ ସୁଯୋଗ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ସେ ଯୀଶୁଙ୍କୁ ଛାଡ଼ି ଗ୍ଭଲିଗଲା।
14
ଲୋକମାନଙ୍କୁ ଯୀଶୁଙ୍କ ଉପଦେଶ ପବିତ୍ରଆତ୍ମାଙ୍କ ଦ୍ୱାରା ଶକ୍ତି ପାଇ ଯୀଶୁ ଗାଲିଲୀକୁ ଫେରିଗଲେ। ଗାଲିଲୀର ଗ୍ଭରିଆଡ଼େ ଯୀଶୁଙ୍କ ବିଷୟରେ ଖବର ବ୍ୟାପିଗଲା।
15
ଯୀଶୁ ସେମାନଙ୍କର ସମାଜଗୃହମାନଙ୍କରେ ଉପଦେଶ ଦେବା ଆରମ୍ଭ କଲେ। ସମସ୍ତେ ତାହାଙ୍କର ପ୍ରଶଂସା କରୁଥିଲେ।
16
ଯୀଶୁ ତାଙ୍କର ନିଜ ସହରକୁ ଗଲେ ତା’ପରେ ସେ ନାଜରିତକୁ ଆସିଲେ। ନାଜରିତରେ ସେ ପ୍ରତିପାଳିତ ହୋଇଥିଲେ। ସବୁଥର ଭଳି ସେ ବିଶ୍ରାମ ଦିନ ଯିହୂଦୀ ସମାଜଗୃହକୁ ଗଲେ। ସେ ପାଠ କରିବା ପାଇଁ ଠିଆ ହେଲେ।
17
ଭବିଷ୍ୟଦ୍ବକ୍ତା ଯିଶାଇୟଙ୍କ ପୁସ୍ତକ ତାହାଙ୍କୁ ଦିଆଯାଇଥିଲା। ଯୀଶୁ ପୁସ୍ତକ ଖୋଲି ଯେଉଁ ଜାଗାରେ ଏହା ଲେଖାଥିଲା, ତାହା ପାଇଲେ:
18
“ପ୍ରଭୁଙ୍କ ଆତ୍ମା ମୋ’ଠାରେ ଅଛି। ଦୀନହୀନ ଲୋକଙ୍କ ନିକଟରେ ସୁସମାଗ୍ଭର ପ୍ରଗ୍ଭର କରିବା ପାଇଁ ପରମେଶ୍ୱର ମୋତେ ବାଛିଛନ୍ତି। ବନ୍ଦୀମାନେ ଯେ ମୁକ୍ତ ହୋଇ ପାରିଛନ୍ତି, ଏହା ସେମାନଙ୍କୁ ଶୁଣାଇବା ପାଇଁ ଅନ୍ଧମାନେ ପୁଣି ଦେଖି ପାରିବେ ବୋଲି ସେମାନଙ୍କୁ କହିବା ପାଇଁ, ଦୁଃଖ ଦୁର୍ଦ୍ଦଶାଗ୍ରସ୍ତ ଲୋକଙ୍କ ଦୁଃଖ ଦୂର କରିଦେବାକୁ
19
ଓ ପ୍ରଭୁଙ୍କ ଅନୁଗ୍ରହର ସମୟ ଘୋଷଣା କରିବାକୁ ପ୍ରଭୁ ମୋତେ ପଠାଇଛନ୍ତି।”
20
ଯୀଶୁ ପୁସ୍ତକ ବନ୍ଦ କରି ସେବକଙ୍କୁ ଫେରାଇଦେଲେ। ତା’ପରେ ସେ ବସି ପଡ଼ିଲେ। ସମାଜଗୃହରେ ଥିବା ପ୍ରତ୍ୟେକ ଲୋକର ଲକ୍ଷ୍ୟ ତାହାଙ୍କ ଉପରେ ଥିଲା।
21
ଯୀଶୁ ସେମାନଙ୍କୁ କହିଲେ, “ମୁଁ ପୁସ୍ତକରୁ ଯେଉଁ ଅଂଶ ବର୍ତ୍ତମାନ ପାଠକଲି, ତାହା ତୁମ୍ଭେମାନେ ଶୁଣିଲା ବେଳେ ଶାସ୍ତ୍ରରେ ଏହି ବାକ୍ୟ ଏବେ ସଫଳ ହେଲା।”
22
ପ୍ରତ୍ୟେକ ଲୋକ ଯୀଶୁଙ୍କୁ ପ୍ରଶଂସା କରିବାକୁ ଲାଗିଲେ। ଯୀଶୁଙ୍କ ମୁହଁରୁ ଯେଉଁ ସୁନ୍ଦର ବାକ୍ୟ ବାହାରି ଆସୁଥିଲା, ସେଥିରେ ସମସ୍ତେ ବିସ୍ମିତ ହୋଇ ଯାଉଥିଲେ। ସେମାନେ କହୁଥିଲେ, “ଏ କ’ଣ ଯୋଷେଫଙ୍କ ପୁଅ ନୁହେଁ?”
23
ଯୀଶୁ ସେମାନଙ୍କୁ କହିଲେ, “ମୁଁ ଜାଣିଛି ଯେ, ତୁମ୍ଭେମାନେ ମୋତେ ସେହି ପୁରୁଣା ଉକ୍ତିଟି କହିବ, ‘ଆରେ ବଇଦ, ଆଗ ନିଜକୁ ଭଲ କର।’ ତୁମ୍ଭେ କହିବିକୁ ଗ୍ଭହୁଁଛ, କଫର୍ନାହୂମରେ ତୁମ୍ଭେ ଯାହାସବୁ କରୁଛ ବୋଲି ଆମ୍ଭେମାନେ ଶୁଣିଛୁ, ସେହିସବୁ ଏବେ ନିଜ ପୈତୃକ ନଗରରେ ମଧ୍ୟ କର।”
24
ତା’ପରେ ଯୀଶୁ ସେମାନଙ୍କୁ କହିଲେ, “ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି ଯେ, କୌଣସି ଭବିଷ୍ୟଦ୍ବକ୍ତାକୁ ନିଜ ନଗରରେ ଗ୍ରହଣ କରାଯାଏ ନାହିଁ।
25
“ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି, ଏଲିୟଙ୍କ ସମୟରେ ଇସ୍ରାଏଲରେ ଯେତେବେଳେ ତିନି ବର୍ଷ ଛଅ ମାସ ପର୍ଯ୍ୟନ୍ତ ବର୍ଷା ହେଲା ନାହିଁ ଓ ସାରା ଦେଶରେ ଭୀଷଣ ଦୁର୍ଭିକ୍ଷ ପଡ଼ିଲା, ସେତେବେଳେ ଇସ୍ରାଏଲରେ ବହୁ ସଂଖ୍ୟାରେ ବିଧବା ଥିଲେ।
26
କିନ୍ତୁ ଏଲିୟଙ୍କୁ ସେମାନଙ୍କ ମଧ୍ୟରୁ କୌଣସି ବିଧବାଙ୍କ ପାଖକୁ ପଠାଗଲା ନାହିଁ। ଏଲିୟଙ୍କୁ କେବଳ ସୀଦୋନ ଅଞ୍ଚଳର ସାରିଫତରେ ରହୁଥିବା ଜଣେ ବିଧବା ପାଖକୁ ପଠାଗଲା।
27
“ଆହୁରି ମଧ୍ୟ ଭବିଷ୍ୟଦ୍ବକ୍ତା ଏଲୀଶାୟଙ୍କ ସମୟରେ ଇସ୍ରାଏଲରେ ଅନେକ କୁଷ୍ଠରୋଗୀ ଥିଲେ। ତଥାପି ସେମାନଙ୍କ ମଧ୍ୟରୁ, କାହାରିକୁ ଆରୋଗ୍ୟ କରାଯାଇ ନ ଥିଲା। କେବଳ ସୁରିଆ ଦେଶର ନାମାନଙ୍କୁ ଆରୋଗ୍ୟ କରାଯାଇଥିଲା। ନାମାନ୍ ଇସ୍ରାଏଲର ଲୋକ ନ ଥିଲେ।”
28
ସମାଜଗୃହରେ ଥିବା ସବୁଲୋକେ ଯୀଶୁଙ୍କ ଏହି କଥା ସବୁ ଶୁଣି ଖୁବ୍ ରାଗିଗଲେ।
29
ଲୋକମାନେ ଉଠି ପଡ଼ିଲେ ଓ ଜୋର୍ ଜବରଦସ୍ତି ଯୀଶୁଙ୍କୁ ନଗର ମଧ୍ୟରୁ ବାହାର କରିଦେଲେ। ସେମାନଙ୍କ ନଗର ଗୋଟିଏ ପାହାଡ଼ ଉପରେ ନିର୍ମିତ ଥିଲା। ସେମାନେ ଯୀଶୁଙ୍କୁ ପାହାଡ଼ର ଧାରକୁ ନେଇଗଲେ। ସେମାନେ ଯୀଶୁଙ୍କୁ ସେଠାରୁ ତଳକୁ ଫିଙ୍ଗି ଦେବାକୁ ଗ୍ଭହୁଁଥିଲେ।
30
କିନ୍ତୁ ଯୀଶୁ ସେମାନଙ୍କ ମଧ୍ୟଦେଇ ଗ୍ଭଲିଗଲେ।
31
ଯୀଶୁ ଦୁଷ୍ଟାତ୍ମା କବଳରୁ ଜଣକୁ ସୁସ୍ଥ କଲେ ଯୀଶୁ ଗାଲିଲୀର କଫର୍ନାହୂମ ନାମକ ନଗରକୁ ଆସିଲେ। ସେ ବିଶ୍ରାମବାରରେ ଲୋକମାନଙ୍କୁ ଉପଦେଶ ଦେବାକୁ ଲାଗିଲେ।
32
ଲୋକେ ତାହାଙ୍କ ଉପଦେଶ ଶୁଣି ବିସ୍ମିତ ହୋଇଯାଉଥିଲେ। କାରଣ ସେ ଅଧିକାର ସହିତ କଥା କହୁଥିଲେ।
33
ସେହି ସମାଜଗୃହରେ ଥିବା ଜଣେ ଲୋକ ଦେହରେ ଦୁଷ୍ଟାତ୍ମା ଆସି ରହିଥିଲା। ସେ ବଡ଼ପାଟିରେ ଚିତ୍କାର କରି କହିଲା,
34
“ହେ ନାଜରିତର ଯୀଶୁ! ତୁମ୍ଭେ ଆମ୍ଭମାନଙ୍କଠାରୁ କ’ଣ ଗ୍ଭହୁଁଛ? ତୁମ୍ଭେ କ’ଣ ଆମ୍ଭମାନଙ୍କୁ ଧ୍ୱଂସ କରିଦେବାକୁ ଆସିଛ? ମୁଁ ଜାଣିଛି ତୁମ୍ଭେ କିଏ ତୁମ୍ଭେ ପରମେଶ୍ୱରଙ୍କ ସେହି ପବିତ୍ର ବ୍ୟକ୍ତି।”
35
ଯୀଶୁ ତାହାକୁ ଧମକ ଦେଇ କହିଲେ, “ଚୁପ୍ କର ଏହି ଲୋକର ଦେହରୁ ବାହାରିଯା”। ଏହା ପରେ ଦୁଷ୍ଟାତ୍ମା ସେହି ଲୋକଟିକୁ ସମସ୍ତଙ୍କ ସାମନାରେ ତଳେ ପକାଇ ଦେଲା ଓ ତାହାର କୌଣସି କ୍ଷତି ନ କରି ତା’ ଦେହରୁ ବାହାରିଗଲା।
36
ଲୋକମାନେ ଆଶ୍ଚର୍ଯ୍ୟ ହୋଇଗଲେ। ସେମାନେ କୁହାକୁହି ହେଲେ, “ଏ କିପରି କଥା? ଅଧିକାର ଓ ଶକ୍ତି ସହିତ ସେ ଦୁଷ୍ଟାତ୍ମାମାନଙ୍କୁ ଆଜ୍ଞା ଦେଉଛନ୍ତି। ଏବଂ ଦୁଷ୍ଟାତ୍ମାମାନେ ତାହାଙ୍କ କଥା ମାନି ବାହାରି ଆସୁଛନ୍ତି।”
37
ସେହି ଅଞ୍ଚଳର ସବୁ ସ୍ଥାନରେ ଯୀଶୁଙ୍କ ବିଷୟରେ ଏହି ଖବର ବ୍ୟାପିଗଲା।
38
ଯୀଶୁ ପିତରଙ୍କ ଶାଶୁକୁ ସୁସ୍ଥ କଲେ ଯୀଶୁ ସମାଜଗୃହ ଛାଡ଼ି ଶିମୋନଙ୍କ ଘରକୁ ଗଲେ। ଶିମୋନଙ୍କ ଶାଶୁଙ୍କୁ ଭୟଙ୍କର ଜ୍ୱର ହୋଇଥିଲା। ସେମାନେ ଯୀଶୁଙ୍କୁ, ତାହାଙ୍କୁ ସାହାଯ୍ୟ କରିବା ପାଇଁ କହିଲେ।
39
ଯୀଶୁ ତାହାଙ୍କର ପାଖରେ ଠିଆ ହୋଇ ଜ୍ୱରକୁ ଧମକ ଦେଲେ। ତାହାଙ୍କର ଜ୍ୱର ଛାଡ଼ିଗଲା। ତା’ପରେ ସେ ଉଠି ସେମାନଙ୍କର ସେବାରେ ଲାଗିପଡ଼ିଲେ।
40
ଯୀଶୁ ଅନେକ ଲୋକଙ୍କୁ ସୁସ୍ଥ କଲେ ସୂର୍ଯ୍ୟ ଅସ୍ତ ହୋଇଯିବା ପରେ ଲୋକମାନେ ସେମାନଙ୍କର ରୋଗୀ ଲୋକମାନଙ୍କୁ ଯୀଶୁଙ୍କ ପାଖକୁ ଆଣିଲେ। ସେମାନଙ୍କଠାରେ ବିଭିନ୍ନ ପ୍ରକାରର ରୋଗ ଥିଲା। ଯୀଶୁ ନିଜ ହାତ ରୋଗୀମାନଙ୍କ ଉପରେ ରଖି ସେମାନଙ୍କୁ ସୁସ୍ଥ କରିଦେଲେ।
41
ଆଉ ମଧ୍ୟ ସେମାନଙ୍କ ମଧ୍ୟରେ ଥିବା ଅନେକଙ୍କ ଭିତରୁ ଦୁଷ୍ଟାତ୍ମାମାନେ ବାହାରି ଆସିଲେ। ଦୁଷ୍ଟାତ୍ମାମାନେ ଚିତ୍କାର କରୁ ଥିଲେ, “ତୁମ୍ଭେ ପରମେଶ୍ୱରଙ୍କର ପୁତ୍ର।” କିନ୍ତୁ ଯୀଶୁ ଦୁଷ୍ଟାତ୍ମାମାନଙ୍କୁ ଚୁପ୍ ରହିବା ପାଇଁ କଠୋର ଆଜ୍ଞା ଦେଲେ। କାରଣ ସେହି ଦୁଷ୍ଟାତ୍ମାମାନେ ଜାଣିଥିଲେ ଯେ ଯୀଶୁ ହେଉଛନ୍ତି ସ୍ୱୟଂ ଖ୍ରୀଷ୍ଟ।
42
ଅନ୍ୟ ନଗରଗୁଡ଼ିକୁ ଯୀଶୁଙ୍କ ଯାତ୍ରା ଯୀଶୁ ଏକାକୀ ରହିବା ଉଦ୍ଦେଶ୍ୟରେ ତା’ ପରଦିନ ସକାଳେ ସେ ସ୍ଥାନ ଛାଡ଼ି ଅନ୍ୟତ୍ର ଗ୍ଭଲିଗଲେ। କିନ୍ତୁ ଲୋକମାନେ ତାହାଙ୍କୁ ଖୋଜିଲେ। ଖୋଜି ଖୋଜି ଶେଷରେ ସେମାନେ ଯୀଶୁ ଯେଉଁଠାରେ ଥିଲେ, ସେଠାରେ ପହଞ୍ଚିଗଲେ। ଯୀଶୁ ସେମାନଙ୍କୁ ଛାଡ଼ି କରି କୁଆଡ଼େ ନ ଯା’ନ୍ତୁ ବୋଲି ସେମାନେ ଗ୍ଭହୁଁଥିଲେ। ତେଣୁ ସେମାନେ ଯାଶୁଙ୍କୁ ଅଟକେଇବାକୁ ଚେଷ୍ଟା କଲେ।
43
କିନ୍ତୁ ଯୀଶୁ ସେମାନଙ୍କୁ କହିଲେ, “ପରମେଶ୍ୱରଙ୍କ ରାଜ୍ୟର ସୁସମାଗ୍ଭର ମୋତେ ଅନ୍ୟ ନଗରମାନଙ୍କରେ ମଧ୍ୟ ପ୍ରଗ୍ଭର କରିବାକୁ ପଡ଼ିବ। କାରଣ ମୋତେ ଏଥିପାଇଁ ପଠାଯାଇଛି।”
44
ଏହିଭଳି ଭାବରେ ଯୀଶୁ ଯିହୂଦାରେ ବିଭିନ୍ନ ସମାଜଗୃହମାନଙ୍କରେ ଉପଦେଶ ପ୍ରଗ୍ଭର କରିବାକୁ ଲାଗିଲେ।
← Chapter 3
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 5 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24