bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Luke 11
Luke 11
Odia Bible ERV 2004 (ପବିତ୍ର ବାଇବଲ)
← Chapter 10
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 12 →
1
ଯୀଶୁ ପ୍ରାର୍ଥନା ବିଷୟରେ ଉପଦେଶ ଦେଲେ ଥରେ ଯୀଶୁ ଗୋଟିଏ ସ୍ଥାନରେ ପ୍ରାର୍ଥନା କରୁଥିଲେ। ସେ ପ୍ରାର୍ଥନା କରି ସାରିବା ପରେ ତାହାଙ୍କର ଜଣେ ଶିଷ୍ୟ ତାହାଙ୍କୁ କହିଲେ, “ପ୍ରାର୍ଥନା କିପରି କରିବାକୁ ହେବ ତାହା ଯୋହନ ତାହାଙ୍କ ଶିଷ୍ୟମାନଙ୍କୁ ଶିଖାଇ ଦେଇଥିଲେ। ପ୍ରଭୁ, ପ୍ରାର୍ଥନା କିପରି କରିବାକୁ ହୁଏ, ତାହା ଆପଣ ମଧ୍ୟ ଆମ୍ଭମାନଙ୍କୁ ବତେଇ ଦିଅନ୍ତୁ।
2
ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭେମାନେ ପ୍ରାର୍ଥନା କଲାବେଳେ କୁହ: ‘ହେ ପରମପିତା, ଆମ୍ଭେମାନେ ପ୍ରାର୍ଥନା କରୁଛୁ ଯେ ତୁମ୍ଭ ନାମ ସର୍ବଦା ପବିତ୍ର ରହୁ। ଆମ୍ଭେମାନେ ପ୍ରାର୍ଥନା କରୁଛୁ ଯେ ତୁମ୍ଭର ରାଜ୍ୟ ଆସୁ।
3
ଆମ୍ଭେମାନେ ଆବଶ୍ୟକ କରୁଥିବା ଖାଦ୍ୟ ଆମ୍ଭକୁ ଦିଅ।
4
ଆମ୍ଭମାନଙ୍କର ପାପଗୁଡ଼ିକ କ୍ଷମା କରିଦିଅ, କାରଣ ଯେଉଁମାନେ ଆମ୍ଭମାନଙ୍କ ପ୍ରତି ଅନ୍ୟାୟ କରିଛନ୍ତି, ଆମ୍ଭେମାନେ ପ୍ରତ୍ୟେକଙ୍କୁ ମଧ୍ୟ କ୍ଷମା ଦେଉଛୁ। ଆମ୍ଭମାନଙ୍କୁ କଠିନ ପରୀକ୍ଷା ମଧ୍ୟରେ ପକାଅ ନାହିଁ।’”
5
ତୁମ୍ଭର ଆବଶ୍ୟକ ପାଇଁ ପରମେଶ୍ୱରଙ୍କଠାରେ ପ୍ରାର୍ଥନା କର ତା’ପରେ ଯୀଶୁ ସେମାନଙ୍କୁ କହିଲେ, “ମନେକର ତୁମ୍ଭମାନଙ୍କ ଭିତରୁ ଜଣେ କେହି ନିଜ ସାଙ୍ଗ ପାଖକୁ ରାତିରେ ବହୁତ ଡେରିରେ ଯାଇ କହିବ, ‘ମୋର ଅନ୍ୟ ସହରରେ ଜଣେ ବନ୍ଧୁ ମୋତେ ଦେଖା କରିବାକୁ ଆସିଛନ୍ତି। ତାହାଙ୍କୁ ଖାଇବାକୁ ଦେବା ପାଇଁ ମୋ’ ପାଖରେ କିଛି ହେଲେ ନାହିଁ। ଦୟାକରି ମୋତେ ତିନିଖଣ୍ଡ ରୋଟୀ ଦିଅ।’
7
ତୁମ୍ଭ ସାଙ୍ଗ ଘର ଭିତରୁ ଉତ୍ତର ଦେବ, ‘ତୁମ୍ଭେ ଗ୍ଭଲିଯାଅ। ମୋତେ ହଇରାଣ କର ନାହିଁ। ଦୁଆର ବନ୍ଦ ହୋଇ ଗଲାଣି। ମୁଁ ଓ ମୋ’ ପିଲାମାନେ ଶୋଇବାକୁ ଗଲୁଣି, ତୁମ୍ଭକୁ ରୋଟୀ ଦେବାକୁ ମୁଁ ବର୍ତ୍ତମାନ ଉଠି ପାରିବି ନାହିଁ।’
8
ମୁଁ ତୁମ୍ଭକୁ କହୁଛି। ସେ ଲୋକଟି ଶେଯ ଛାଡ଼ି ଉଠିବ, ଓ ତୁମ୍ଭକୁ ରୋଟୀ ଦେବା ପାଇଁ ହୁଏତ ତୁମ୍ଭର ବନ୍ଧୁତ୍ୱ ଯଥେଷ୍ଟ ହୋଇ ପାରି ନ ଥାଏ। କିନ୍ତୁ ତୁମ୍ଭେ ଯଦି ନିରନ୍ତର ମାଗି ଗ୍ଭଲିଥାଅ, ତେବେ ସେ ନିଶ୍ଚୟ ଉଠିବ, ଓ ତୁମ୍ଭର ଯାହା ଦରକାର, ତାହା ଦେବ।
9
ତେଣୁ ମୁଁ ତୁମ୍ଭମାନଙ୍କୁ କହୁଛି, ବାରମ୍ବାର ମାଗୁଥାଅ। ତା’ହେଲେ ପରମେଶ୍ୱର ତୁମ୍ଭମାନଙ୍କୁ ଦେବେ। ଖୋଜୁଥାଅ। ତୁମ୍ଭେମାନେ ପାଇବ। ଦୁଆର ଠକ୍ଠକ୍ କରି ଗ୍ଭଲି ଥାଅ। ତୁମ୍ଭ ପାଇଁ ଦୁଆର ଖୋଲିଯିବ।
10
କାରଣ ଯେଉଁ ଲୋକମାନେ ମାଗୁଥା’ନ୍ତି, ସେମାନେ ପ୍ରତ୍ୟେକେ ପାଇଥା’ନ୍ତି। ଯେଉଁମାନେ ଖୋଜୁଥା’ନ୍ତି, ସେମାନେ ପାଇଥା’ନ୍ତି। ଯେଉଁମାନେ ଦୁଆର ବାଡ଼େଇ ଥା’ନ୍ତି, ସେମାନଙ୍କ ପାଇଁ ଦୁଆର ଖୋଲିଯାଏ।
11
ତୁମ୍ଭମାନଙ୍କ ଭିତରୁ କାହାର ପୁଅଟିଏ ଅଛି କି? ତୁମ୍ଭକୁ ତୁମ୍ଭ ପୁଅ ମାଛଟିଏ ମାଗିଲେ ତୁମ୍ଭେ କ’ଣ କରିବ? କୌଣସି ବାପା ତା ପୁଅକୁ ମାଛଟିଏ ବଦଳରେ ସାପଟିଏ ଦିଏ କି? ନା, ତୁମ୍ଭେମାନେ ତାକୁ ମାଛ ଦେବ।
12
କିମ୍ବା ପୁଅ ଯଦି ଅଣ୍ଡାଟିଏ ମାଗେ, ତେବେ ତା’ ହାତରେ ତୁମ୍ଭେମାନେ କଙ୍କଡ଼ାବିଛାଟିଏ ଦେବ କି? ନା।
13
ତୁମ୍ଭେମାନେ ଖରାପ ଲୋକ ହୋଇଥିଲେ ମଧ୍ୟ ତୁମ୍ଭମାନଙ୍କ ପିଲାମାନଙ୍କୁ କିଭଳି ଭଲ ଉପହାର ଦିଆଯାଏ ତୁମ୍ଭେମାନେ ଜାଣ। ତେବେ ସ୍ୱର୍ଗରେ ରହୁଥିବା ତୁମ୍ଭମାନଙ୍କର ପରମପିତା ଜାଣନ୍ତି ଯେ ତାହାଙ୍କୁ ମାଗୁଥିବା ଲୋକମାନଙ୍କୁ ସେ ପବିତ୍ରଆତ୍ମା କିପରି ଦେବେ।”
14
ଯୀଶୁଙ୍କଠାରେ ପରମେଶ୍ୱରଙ୍କର ଶକ୍ତି ଥରେ ଯୀଶୁ କଥା କହି ପାରୁ ନ ଥିବା ଗୋଟିଏ ଲୋକ ଦେହରୁ ଭୂତକୁ ତଡ଼ି ଦେଉଥିଲେ। ଭୂତଟି ମୂକ ଲୋକ ଦେହରୁ ବାହାରି ଆସିବା ମାତ୍ରେ, ଲୋକଟି ପୁଣି କଥା କହିବାକୁ ଲାଗିଲା। ଜମା ହୋଇଥିବା ଲୋକମାନେ ଆଶ୍ଚର୍ଯ୍ୟ ହୋଇଗଲେ।
15
କିନ୍ତୁ ସେମାନଙ୍କ ମଧ୍ୟରୁ କେତେକ କହିଲେ, “ଯୀଶୁ ଭୂତପତି ବାଆଲ୍ଜିବୂଲ୍ର ଶକ୍ତି ଦ୍ୱାରା ଭୂତ ଛଡ଼ାଉଛନ୍ତି, ଭୂତମାନଙ୍କୁ ତଡ଼ି ଦେବାକୁ ବ୍ୟବହାର କରୁଛନ୍ତି।
16
ଅନ୍ୟ ଲୋକମାନେ ଯୀଶୁଙ୍କୁ ପରୀକ୍ଷା କରିବାକୁ ଗ୍ଭହୁଁଥିଲେ। ସେମାନେ ଯୀଶୁଙ୍କୁ ସ୍ୱର୍ଗର କୌଣସି ଚିହ୍ନ ଦେଖାଇବାକୁ କହିଲେ।
17
କିନ୍ତୁ ଯୀଶୁ ସେହି ଲୋକମାନଙ୍କ ଭାବନା ଜାଣି ପାରିଲେ। ସେ କହିଲେ, “ଗୋଟିଏ ରାଜ୍ୟ ଭାଗଭାଗ ହୋଇ ନିଜ ବିରୁଦ୍ଧରେ ଲଢ଼େଇ କଲେ ଶେଷରେ ଧ୍ୱଂସ ହୋଇଯିବ। ଗୋଟିଏ ପରିବାରର ଲୋକେ ନିଜ ବିରୁଦ୍ଧରେ ଲଢ଼େଇ କଲେ ସେ ପରିବାର ମଧ୍ୟ ଭାଙ୍ଗିଯିବ।
18
ତେଣୁ ଯଦି ଶୟତାନ ନିଜ ବିରୁଦ୍ଧରେ ଲଢ଼େଇ କରେ, ତେବେ କିଭଳି ତା ରାଜ୍ୟ ତିଷ୍ଠି ରହି ପାରିବ? ମୁଁ ବାଆଲ୍ଜିବୂଲ୍ ସାହାଯ୍ୟରେ ଭୂତମାନଙ୍କୁ ବାହାର କରି ଦେଉଛି ବୋଲି ତୁମ୍ଭେମାନେ କହୁଛ।
19
କିନ୍ତୁ ମୁଁ ଯଦି ବାଆଲ୍ଜିବୂଲ୍ ସାହାଯ୍ୟରେ ଭୂତମାନଙ୍କୁ ବାହାର କରି ଦେଉଛି, ତେବେ ତୁମ୍ଭମାନଙ୍କ ଲୋକମାନେ କାହା ସାହାଯ୍ୟରେ ଭୂତମାନଙ୍କୁ ବାହାର କରୁଛନ୍ତି? ତେବେ ତୁମ୍ଭମାନଙ୍କର ନିଜ ଲୋକେ ପ୍ରମାଣିତ କରି ଦେଉଛନ୍ତି ଯେ, ତୁମ୍ଭେମାନେ ଭୁଲ୍ କହୁଛ।
20
ମୁଁ ଭୂତମାନଙ୍କୁ ବାହାର କରିଦେବା ପାଇଁ ପରମେଶ୍ୱରଙ୍କ ଶକ୍ତି ବ୍ୟବହାର କରୁଛି। ଏ କଥା ସ୍ପଷ୍ଟ ଦେଖାଇ ଦେଉଛି ଯେ ପରମେଶ୍ୱରଙ୍କ ରାଜ୍ୟ ତୁମ୍ଭମାନଙ୍କ ପାଖକୁ ଆସିଗଲାଣି।
21
“ଯେତେବେଳେ ଜଣେ ଶକ୍ତିଶାଳୀ ଲୋକ ଅନେକ ଅସ୍ତ୍ରଶସ୍ତ୍ର ଧରି ନିଜ ଘରକୁ ଜଗିରହେ, ସେତେବେଳେ ତା’ର ସମସ୍ତ ସମ୍ପତ୍ତି ସୁରକ୍ଷିତ ରହେ।
22
କିନ୍ତୁ, ଯେତେବେଳେ ତା’ଠାରୁ ଜଣେ ଅଧିକ ଶକ୍ତିଶାଳୀ ଲୋକ ଆସେ ଓ ତା’ ଉପରେ ଆକ୍ରମଣ କରି ତାକୁ ହରେଇ ଦିଏ, ଯେଉଁ ଅସ୍ତ୍ରଶସ୍ତ୍ର ଗୁଡ଼ିକ ଉପରେ ପ୍ରଥମ ଲୋକଟିର ଭରସା ଥିଲା, ସେହି ସମସ୍ତ ଅସ୍ତ୍ରଶସ୍ତ୍ରଗୁଡ଼ିକୁ ଅଧିକତର ବଳବାନ ଲୋକଟି ଛଡ଼େଇ ନିଏ ଓ ତାହାର ଜିନିଷଗୁଡ଼ିକୁ ଯାହା ଇଚ୍ଛା ତାହା କରେ।
23
“ଯେଉଁ ଲୋକ ମୋ’ ସହିତ ନାହିଁ, ସେ ମୋ’ ବିରୁଦ୍ଧରେ ଅଛି, ଯେଉଁ ଲୋକ ମୋ’ ସହିତ କାମ କରୁନି, ସେ ମୋ’ ବିରୁଦ୍ଧରେ କାମ କରୁଛି।
24
ଶୂନ୍ୟ ମଣିଷ “ଯେତେବେଳେ କୌଣସି ଭୂତ କୌଣସି ମଣିଷ ଦେହରୁ ବାହାରି ଆସେ, ସେତେବେଳେ ସେହି ଆତ୍ମା ବିଶ୍ରାମ ସ୍ଥାନ ଖୋଜି ଖୋଜି ଶୁଖିଲା ଜାଗାସବୁରେ ବୁଲେ। କିନ୍ତୁ ସେ ବିଶ୍ରାମ ନେବାକୁ ଜାଗା ଟିକିଏ ନ ପାଇଲେ କୁହେ, ‘ମୁଁ ଯେଉଁଠାରୁ ଆସିଛି, ପୁଣି ସେହି ଘରକୁ ଫେରିଯିବି।’
25
ଯେତେବେଳେ ଭୂତଟି ସେହି ମଣିଷ ନିକଟକୁ ଫେରି ଆସେ, ସେ ଦେଖେ ଯେ ସେହି ଘରଟି ସଫାସୁତୁରା ଓ ସବୁ ଠିକ୍ଠାକ୍ ଅଛି।
26
ତା’ପରେ ସେ ଯାଇ ତା’ଠାରୁ ଆହୁରି ଅଧିକ ଦୁଷ୍ଟ ସାତ ଜଣ ଭୂତଙ୍କୁ ଡାକିଆଣେ, ସେମାନେ ସମସ୍ତେ ସେହି ମଣିଷ ମଧ୍ୟରେ ପ୍ରବେଶ କରି ଏକତ୍ର ରହନ୍ତି। ଏହିଭଳି ଭାବରେ ସେହି ଲୋକଟିର ଅବସ୍ଥା ପୂର୍ବ ଅପେକ୍ଷା ଅଧିକ ଖରାପ ହୋଇ ପଡ଼େ।”
27
ଏହି ଲୋକମାନେ ପ୍ରକୃତରେ ସୁଖୀ ଯୀଶୁ ଏହିସବୁ କଥା କରୁଥିବା ସମୟରେ ଭିଡ଼ ଭିତରୁ ସ୍ତ୍ରୀ ଲୋକଟିଏ ଉଠିପଡ଼ି ଉଚ୍ଚ ସ୍ୱରରେ କହିବାକୁ ଲାଗିଲା, “ଧନ୍ୟ ତୁମ୍ଭର ମା। କାରଣ ସେ ତୁମ୍ଭକୁ ଜନ୍ମ ଦେଇଛନ୍ତି ଓ କ୍ଷୀରପାନ କରାଇଛନ୍ତି।”
28
କିନ୍ତୁ ଯୀଶୁ କହିଲେ, “ପରମେଶ୍ୱରଙ୍କ ଉପଦେଶ ଯେଉଁମାନେ ଶୁଣନ୍ତି ଓ ତାହା ମାନି ଚଳନ୍ତି ପ୍ରକୃତରେ ସେହିମାନେ ହିଁ ଧନ୍ୟ।”
29
ପ୍ରମାଣ ପାଇଁ ଦାବୀ ଧୀରେ ଧୀରେ ଭିଡ଼ ବଢ଼ିବାକୁ ଲାଗିଲା। ଯୀଶୁ କହିଲେ, “ବର୍ତ୍ତମାନ ଯୁଗର ଲୋକେ ବଡ଼ ମନ୍ଦ। ସେମାନେ ପରମେଶ୍ୱରଙ୍କଠାରୁ ପ୍ରମାଣ ସ୍ୱରୂପ ଏକ ଆଶ୍ଚର୍ଯ୍ୟକର୍ମ ଦେଖିବାକୁ ଗ୍ଭହୁଁଛନ୍ତି। କିନ୍ତୁ ଏମାନଙ୍କୁ ଚିହ୍ନ ସ୍ୱରୂପ କୌଣସି ଆଶ୍ଚର୍ଯ୍ୟକର୍ମ ଦେଖାଇ ଦିଆ ଯିବ ନାହିଁ। ଯୂନସଙ୍କ ସମ୍ବନ୍ଧରେ ଘଟିଥିବା ଆଶ୍ଚର୍ଯ୍ୟକର୍ମ ହେଉଛି ଏକମାତ୍ର ଚିହ୍ନ।
30
ଯୂନସ ଯେପରି ନୀନିବୀୟମାନଙ୍କ ପାଇଁ ଚିହ୍ନ ସ୍ୱରୂପ ହେଲେ, ସେହିଭଳି ଏହି ସମୟର ଲୋକମାନଙ୍କ ପାଇଁ ମନୁଷ୍ୟପୁତ୍ର ମଧ୍ୟ ଚିହ୍ନ ସ୍ୱରୂପ ହେବେ।
31
“ବିଗ୍ଭର ଦିନରେ ଦକ୍ଷିଣର ରାଣୀ ପ୍ରକାଶିତ ହୋଇ ଏବେ ବଞ୍ଚିଥିବା ଲୋକମାନଙ୍କ ବିରୁଦ୍ଧରେ ଅଭିଯୋଗ ଆଣିବେ ଓ ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରିବେ, କାରଣ ସେହି ରାଣୀ ଶଲୋମନଙ୍କ ଜ୍ଞାନମୂଳକ ଉପଦେଶ ଶୁଣିବା ପାଇଁ ବହୁତ ଦୂରରୁ ଆସିଥିଲେ ଏବଂ ମୁଁ ତୁମ୍ଭମାନଙ୍କୁ କହୁଛି ଯେ, ମୁଁ ଶଲୋମନଙ୍କ ଅପେକ୍ଷା ମହାନ୍ ଅଟେ।
32
“ବିଗ୍ଭର ହେବା ଦିନ ନିନିବୀର ଲୋକମାନେ ଏହି ସମୟରେ ବଞ୍ଚିଥିବା ଲୋକମାନଙ୍କ ବିରୁଦ୍ଧରେ ଠିଆ ହୋଇ ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରିବେ। କାରଣ ସେମାନେ ଯୂନସଙ୍କ ଉପଦେଶ ଶୁଣି ନିଜର ହୃଦୟ ଓ ଜୀବନଯାପନ ପ୍ରଣାଳୀ ପରିବର୍ତ୍ତନ କରିଥିଲେ। ମୁଁ ତୁମ୍ଭମାନଙ୍କୁ କହୁଛି ଯେ, ମୁଁ ଯୂନସଙ୍କ ଅପେକ୍ଷା ମହାନ୍ ଅଟେ।
33
ପୃଥିବୀରେ ଆଲୋକ ସ୍ୱରୂପ ହୁଅ “କୌଣସି ଲୋକ ଦୀପଟିଏ ଜଳାଇ ଲୁଗ୍ଭଇ ରଖେ ନାହିଁ କିମ୍ବା ହାଣ୍ଡି ତଳେ ରଖେ ନାହିଁ। ବରଂ ତାହା ରୁଖାଟିଏ ଉପରେ ରଖେ, ଯାହା ଫଳରେ ଭିତରକୁ ଆସୁଥିବା ଲୋକେ ଆଲୁଅ ଦେଖି ପାରିବେ।
34
ତୁମ୍ଭ ଆଖି ତୁମ୍ଭ ଶରୀର ପାଇଁ ପ୍ରଦୀପ। ତୁମ୍ଭର ଆଖି ଭଲ ଥିଲେ ତୁମ୍ଭର ସମଗ୍ର ଶରୀର ଆଲୁଅରେ ପରିପୂର୍ଣ୍ଣ ରହିବ। ତୁମ୍ଭର ଆଖି ଖରାପ ଥିଲେ ତୁମ୍ଭେ ସମଗ୍ର ଶରୀର ଅନ୍ଧକାରରେ ଭରିଯିବ।
35
ମନେରଖ, ତୁମ୍ଭ ଭିତରର ଆଲୁଅ ଯେପରି ଅନ୍ଧକାରମୟ ହୋଇ ନଯାଏ।
36
ଯଦି ତୁମ୍ଭର ସମଗ୍ର ଶରୀର ଆଲୋକରେ ପରିପୂର୍ଣ୍ଣ ଏବଂ ଏହାର କୌଣସି ଅଂଶ ଅନ୍ଧକାରମୟ ନୁହେଁ, ତାହାହେଲେ ଏହା ଆଲୋକରେ ପୂର୍ଣ୍ଣ ରହିବ। ତାହା ତୁମ୍ଭ ଉପରେ ଝଟକୁ ଥିବା ପ୍ରଦୀପ ପରି ହେବ।”
37
ଯୀଶୁ ଧାର୍ମିକ ନେତାମାନଙ୍କୁ ସମାଲୋଚନା କଲେ ଯୀଶୁ ତାହାଙ୍କ କଥା ଶେଷ କଲାବେଳକୁ ଜଣେ ଫାରୂଶୀ ଯୀଶୁଙ୍କୁ ତାହାଙ୍କ ସାଙ୍ଗରେ ଖାଇବା ପାଇଁ ଅନୁରୋଧ କଲେ। ତେଣୁ ଯୀଶୁ ଭିତରକୁ ଗଲେ ଓ ଖାଇବା ପାଇଁ ବସି ପଡ଼ିଲେ।
38
ଯୀଶୁ ଖାଇବାକୁ ଯିବା ପୁର୍ବରୁ ନିଜ ହାତ ନ ଧୋଇଥିବାରୁ ଫାରୂଶୀ ଜଣକ ଆଶ୍ଚର୍ଯ୍ୟ ହୋଇଗଲେ।
39
ପ୍ରଭୁ ଯୀଶୁ ତାହାଙ୍କୁ କହିଲେ, “ତୁମ୍ଭେମାନେ ଫାରୂଶୀମାନେ ଥାଳିଗିନାର ବାହାରତ ପରିଷ୍କାର କରୁଛ, କିନ୍ତୁ ଭିତରେ ତୁମ୍ଭେମାନେ ଲୋକମାନଙ୍କୁ ଠକି ଓ ଦୁଷ୍ଟତାପୂର୍ଣ୍ଣ ଆଚରଣ କରି ତା’ ଦ୍ୱାରା ପାଇଥିବା ଜିନିଷରେ ପରିପୂର୍ଣ୍ଣ କରିଛ।
40
ହେ ନିର୍ବୋଧଗଣ! ବାହାରେ ଯାହା ଅଛି, ତାହା ଯିଏ ତିଆରି କରିଛନ୍ତି ସେ ମଧ୍ୟ ଭିତରେ ଥିବା ବିଷୟ ସବୁ ତିଆରି କରିଛନ୍ତିା
41
ଏଣୁ ତୁମ୍ଭମାନଙ୍କ ଭିତରେ ଥିବା ବିଷୟଗୁଡ଼ିକ ପ୍ରତି ଦୃଷ୍ଟି ଦିଅ। ଯେଉଁ ଲୋକମାନେ ସାହାଯ୍ୟ ଲୋଡ଼ନ୍ତି, ସେମାନଙ୍କୁ ସାହାଯ୍ୟ କର। ତା’ହେଲେ ତୁମ୍ଭେମାନେ ସମ୍ପୂର୍ଣ୍ଣ ରୂପେ ପରିଷ୍କାର ଓ ପବିତ୍ର ହୋଇଯିବ।
42
“ହେ ଫାରୂଶୀଗଣ! ତୁମ୍ଭମାନଙ୍କୁ ଧିକ୍! ତୁମ୍ଭେମାନେ ସମସ୍ତ ବିଷୟରେ ଦଶମାଂଶ ପରମେଶ୍ୱରଙ୍କୁ ଦେଇଥାଅ। ପୋଦିନା, ଆରୁଦ ଓ ଏପରିକି ବଗିଗ୍ଭର ଅନ୍ୟାନ୍ୟ ଛୋଟ ଗ୍ଭରାର ମଧ୍ୟ ଦଶ ଭାଗରୁ ଭାଗେ ପରମେଶ୍ୱରଙ୍କୁ ଦେଇଥାଅ। କିନ୍ତୁ ଅନ୍ୟମାନଙ୍କ ପ୍ରତି ଦୟାପୂର୍ଣ୍ଣ ବ୍ୟବହାର କରିବାକୁ ଓ ପରମେଶ୍ୱରଙ୍କୁ ଭଲ ପାଇବାକୁ ତୁମ୍ଭେମାନେ ଭୁଲି ଯାଇଥାଅ। ତୁମ୍ଭମାନଙ୍କର ଏସବୁ କାର୍ଯ୍ୟ କରିବା ଉଚିତ୍। ତା’ ସହିତ ଦଶମାଂଶ ଦେବା ଏବଂ ଅନ୍ୟାନ୍ୟ କାର୍ଯ୍ୟ ମଧ୍ୟ ଗ୍ଭଲୁ ରଖିବା ଉଚିତ୍।
43
“ହାୟ ଫାରୂଶୀଗଣ! କାରଣ ତୁମ୍ଭେମାନେ ଯିହୂଦୀ ସମାଜଗୃହରେ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଆସନ ଗ୍ଭହୁଁଛ ଓ ହାଟ ବଜାରରେ ଲୋକମାନଙ୍କଠାରୁ ସମ୍ମାନଜନକ ନମସ୍କାର ପାଇବାକୁ ଭଲ ପାଉଛ।
44
ହାୟ, କାରଣ ତୁମ୍ଭେମାନେ ଲୁଚି ରହିଥିବା ସେହି କବରମାନଙ୍କ ଭଳି, ଯାହା ଉପରେ ଲୋକମାନେ ଅଜଣାରେ ଗ୍ଭଲିଯାଆନ୍ତି।”
45
ଧର୍ମଶାସ୍ତ୍ରୀମାନଙ୍କ ବିଷୟରେ ଯୀଶୁଙ୍କ କଥନ ଜଣେ ଧର୍ମଶାସ୍ତ୍ରୀ ଯୀଶୁଙ୍କୁ କହିଲେ, “ଗୁରୁ, ଆପଣ ଯେତେବେଳେ ଫାରୂଶୀମାନଙ୍କ ବିଷୟରେ ଏହିଭଳି କଥା କହୁଛନ୍ତି, ସେତେବେଳେ ଆମ୍ଭ ଦଳକୁ ମଧ୍ୟ ଅପମାନ ଦେଉଛନ୍ତି।”
46
ଏହା ଶୁଣି ଯୀଶୁ କହିଲେ, “ହେ ଧର୍ମଶାସ୍ତ୍ରୀଗଣ! ହାୟ, କାରଣ ତୁମ୍ଭେମାନେ ଲୋକମାନଙ୍କ ଉପରେ କଠିନ ନିୟମର ବୋଝ ଏତେ ଲଦି ଦେଉଛ ଯେ, ତାହା ମାନିବା କଷ୍ଟକର ହୋଇଯାଉଛି। ଏହି ନିୟମ ଗୁଡ଼ିକୁ ମାନିବା ପାଇଁ ତୁମ୍ଭେମାନେ ଲୋକଙ୍କୁ ବାଧ୍ୟ କରୁଛ କିନ୍ତୁ ନିଜେ କେବେ ହେଲେ ଏଥିରୁ କୌଣସି ଗୋଟିଏ ହେଲେ ନିୟମ ପାଳିବାକୁ ଚେଷ୍ଟା କରୁ ନାହଁ।
47
ହାୟ, କାରଣ ତୁମ୍ଭେମାନେ ଭବିଷ୍ୟଦ୍ବକ୍ତାମାନଙ୍କ ସମ୍ମାନାର୍ଥେ କବର ତିଆରି କରୁଥାଅ। କିନ୍ତୁ ଏହି ଭବିଷ୍ୟଦ୍ବକ୍ତାମାନଙ୍କୁ ତୁମ୍ଭମାନଙ୍କର ପୂର୍ବପୁରୁଷମାନେ ହିଁ ମାରି ଦେଇଥିଲେ।
48
ଏହା ଦ୍ୱାରା ତୁମ୍ଭେମାନେ ଲୋକଙ୍କୁ ଦେଖେଇ ଦେବାକୁ ଗ୍ଭହୁଁଛ ଯେ, ତୁମ୍ଭେମାନେ ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କ କାମକୁ ସମର୍ଥନ କରୁଛ। କାରଣ ସେମାନେ ଭବିଷ୍ୟଦ୍ବକ୍ତାମାନଙ୍କୁ ମାରି ଦେଇଥିଲେ ଏବଂ ତୁମ୍ଭେମାନେ ତାହାଙ୍କ ପାଇଁ କବର ତିଆରି କରୁଛ।
49
ଏଥିପାଇଁ ପରମେଶ୍ୱରଙ୍କ ଜ୍ଞାନ କହେ, ‘ମୁଁ ଭବିଷ୍ୟଦ୍ବକ୍ତା ଓ ପ୍ରେରିତମାନଙ୍କୁ ସେମାନଙ୍କ ପାଖକୁ ପଠାଇବି। କେତେକଙ୍କୁ ସେମାନେ ମାରି ଓ ଆଉ କେତେକଙ୍କୁ ବହୁତ ଖରାପ ବ୍ୟବହାର ଦେଖାଇବେ।’
50
“ଏଣୁ ସୃଷ୍ଟି ଆରମ୍ଭରୁ ଯେତେବେଳେ ଭବିଷ୍ୟଦ୍ବକ୍ତାଙ୍କ ରକ୍ତପାତ ହୋଇଛି, ସେଥିପାଇଁ ଏହି ସମୟର ବଞ୍ଚିଥିବା ଲୋକମାନଙ୍କୁ ଦଣ୍ଡ ଭୋଗିବାକୁ ପଡ଼ିବ।
51
ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି। ହେବଲ ଙ୍କ ରକ୍ତପାତଠାରୁ ଆରମ୍ଭ କରି ବେଦି ଓ ମନ୍ଦିର ର ମଧ୍ୟସ୍ଥଳରେ ନିହତ ହୋଇଥିବା ଜିଖରିୟଙ୍କ ରକ୍ତପାତ ପର୍ଯ୍ୟନ୍ତ ସମସ୍ତ ଭବିଷ୍ୟଦ୍ବକ୍ତାଙ୍କ ରକ୍ତପାତ ପାଇଁ ଏହି ସମୟରେ ବଞ୍ଚିଥିବା ଲୋକମାନଙ୍କୁ ଏହି ଦଣ୍ଡ ଭୋଗିବାକୁ ପଡ଼ିବ।
52
“ହେ ଧର୍ମଶାସ୍ତ୍ରୀଗଣ! ତୁମ୍ଭମାନଙ୍କୁ ଧିକ୍, କାରଣ ତୁମ୍ଭେମାନେ ଈଶ୍ୱର ଜ୍ଞାନର ଗ୍ଭବିକାଠି ଲୁଚେଇ ଦେଲ। ନିଜ ଐଶ୍ୱରିକ ଜ୍ଞାନ ଶିଖିଲ ନାହିଁ କି, ଯେଉଁମାନେ ଶିଖିବାକୁ ଗ୍ଭହୁଁ ଥିଲେ, ସେମାନଙ୍କୁ ମଧ୍ୟ ଶିଖିବାକୁ ଦେଲ ନାହିଁ।”
53
ଯୀଶୁ ସେ ସ୍ଥାନ ଛାଡ଼ି ଗ୍ଭଲି ଯାଉଥିବା ସମୟରେ ଧର୍ମଶାସ୍ତ୍ରୀ ଓ ଫାରୂଶୀମାନେ ଯୀଶୁଙ୍କୁ ଅନେକ କଷ୍ଟ ଦେବା ଆରମ୍ଭ କରି ଦେଲେ। ସେମାନେ ଯୀଶୁଙ୍କୁ ଅନେକ ବିଷୟରେ ପ୍ରଶ୍ନମାନ ପଗ୍ଭରି ତାହାଙ୍କଠାରୁ ଉତ୍ତର ଗ୍ଭହୁଁଥିଲେ।
54
କାରଣ ସେମାନେ ଯୀଶୁଙ୍କୁ କିଛି ଭୁଲ୍ କଥା କୁହାଇ ଫାନ୍ଦରେ ପକେଇବାକୁ ବାଟ ଖୋଜୁ ଥିଲେ।
← Chapter 10
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 12 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24