bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Luke 3
Luke 3
Odia Bible ERV 2004 (ପବିତ୍ର ବାଇବଲ)
← Chapter 2
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 4 →
1
ବାପ୍ତିଜକ ଯୋହନଙ୍କ ପ୍ରଗ୍ଭର ତିବିରିଅ କାଇସରଙ୍କ ରାଜତ୍ୱର ପନ୍ଦରତମ ବର୍ଷ ସମୟର କଥା। ଯିହୂଦା ପ୍ରଦେଶର ଶାସକ ପନ୍ତିୟ ପୀଲାତ, ଗାଲିଲୀର ଶାସକ ହେରୋଦ, ଇତୂରିୟା ଓ ତ୍ରାଖୋନୀତି ପ୍ରଦେଶର ଶାସକ ହେରୋଦର ଭାଇ ଫିଲିପ୍ପ ଓ ଅବିଲୀନୀର ଶାସକ ଲୂସାନିୟା, ଏ ସମସ୍ତେ କାଇସରଙ୍କ ଅଧୀନରେ ଥିଲେ।
2
ହାନାନ ଓ କୟାଫା ମହାଯାଜକ ଥିଲେ। ସେହି ସମୟରେ ଜିଖରିୟଙ୍କ ପୁଅ ଯୋହନଙ୍କ ପାଖକୁ ପରମେଶ୍ୱରଙ୍କର ଗୋଟିଏ ଆଜ୍ଞା ଆସିଲା। ଯୋହନ ମରୁଭୂମିରେ ବାସ କରୁଥିଲେ।
3
ଯୋହନ ଯର୍ଦ୍ଦନ ନଦୀର ଗ୍ଭରିପାଖଯାକ ସବୁଅଞ୍ଚଳରେ ବୁଲି ବୁଲି ଲୋକମାନଙ୍କ ନିକଟରେ ପ୍ରଗ୍ଭର କଲେ ଯେ, ସେମାନେ ନିଜର ହୃଦୟ ଓ ଜୀବନ ପରିବର୍ତ୍ତନ କରନ୍ତୁ ଓ ବାପ୍ତିଜିତ ହୁଅନ୍ତୁ, ତାହାହେଲେ ସେମାନଙ୍କର ପାପଗୁଡ଼ିକୁ କ୍ଷମା କରି ଦିଆଯିବ।
4
ଏହା ଭବିଷ୍ୟଦ୍ବକ୍ତା ଯିଶାଇୟଙ୍କ ବାକ୍ୟ ସମ୍ବଳିତ ପୁସ୍ତକରେ ଲେଖାଥିବା କଥା ଥିଲା। ସେଥିରେ ଲେଖାଥିଲା: “ମରୁଭୂମିରେ ଜଣେ ଲୋକ ପାଟି କରି କହୁଛି: ‘ପ୍ରଭୁଙ୍କ ମାର୍ଗ ପ୍ରସ୍ତୁତ କର। ତାହାଙ୍କ ବାଟ ସଳଖ କର।
5
ପ୍ରତ୍ୟେକ ଉପତ୍ୟକା ପୂର୍ଣ୍ଣ କରି ଦିଆଯିବ। ପ୍ରତ୍ୟେକ ପର୍ବତ ଓ ପାହାଡ଼ ସମତଳ ହୋଇଯିବ। ବଙ୍କା ରାସ୍ତା ସବୁ ସିଧା କରି ଦିଆଯିବ ଓ ଖାଲଢ଼ିପ ରାସ୍ତା ସବୁ ସମତଳ କରି ଦିଆଯିବ।
6
ପ୍ରତ୍ୟେକ ଲୋକ ପରମେଶ୍ୱରଙ୍କ ପରିତ୍ରାଣ ବିଷୟରେ ଜାଣିବେ।’”
7
ଯୋହନଙ୍କ ନିକଟକୁ ବାପ୍ତିଜିତ ହେବା ପାଇଁ ଲୋକମାନେ ଆସିଲେ। ଯୋହନ ସେମାନଙ୍କୁ କହିଲେ, “ତୁମ୍ଭେମାନେ ବିଷଧର ସାପ ଭଳି। ପରମେଶ୍ୱରଙ୍କ ଆସୁଥିବା ମହା କ୍ରୋଧରୁ ଖସି ପଳାଇବା ପାଇଁ କିଏ ତୁମ୍ଭମାନଙ୍କୁ ଚେତାଇ ଦେଲା?
8
ତୁମ୍ଭେମାନେ ପ୍ରକୃତରେ ନିଜ ହୃଦୟ ଓ ଜୀବନ ପରିବର୍ତ୍ତନ କରିଛ ବୋଲି ତୁମ୍ଭମାନଙ୍କୁ ନିଜ କାର୍ଯ୍ୟ ଦ୍ୱାରା ପ୍ରମାଣିତ କରିବାକୁ ହେବ। ଗର୍ବ କରି କୁହ ନାହିଁ ଯେ ‘ଅବ୍ରହାମ ଆମ୍ଭମାନଙ୍କର ପିତା।’ ମୁଁ ତୁମ୍ଭମାନଙ୍କୁ କହୁଛି ଯେ, ପରମେଶ୍ୱର ଅବ୍ରହାମଙ୍କ ପାଇଁ ଏହି ପଥରଗୁଡ଼ିକରୁ ମଧ୍ୟ ସନ୍ତାନ ସୃଷ୍ଟି କରିପାରନ୍ତି।
9
ଗଛ ମୂଳରେ କୁହ୍ରାଡ଼ି ରଖାଯାଇ ସାରିଲାଣି ଏବଂ ଯେଉଁ ଗଛ ଭଲ ଫଳ ଦେଇପାରୁ ନାହିଁ, ସେହି ପ୍ରତ୍ୟେକ ଗଛକୁ କାଟି ଦିଆଯିବ ଏବଂ ନିଆଁରେ ଫିଙ୍ଗି ଦିଆଯିବ।”
10
ଲୋକମାନେ ତାହାଙ୍କୁ ପଗ୍ଭରିଲେ, “ତେବେ ଆମ୍ଭେମାନେ କ’ଣ କରିବୁ?”
11
ଯୋହନ ସେମାନଙ୍କୁ ଉତ୍ତର ଦେଲେ, “ଯଦି ତୁମ୍ଭ ପାଖରେ ଦୁଇଟି କୁର୍ତ୍ତା ଅଛି ତେବେ ସେଥିରୁ ଗୋଟିଏ କୁର୍ତ୍ତା ଯାହାର ନାହିଁ ତାହାକୁ ଦିଅ। ଯଦି ତୁମ୍ଭ ପାଖରେ ଖାଦ୍ୟ ଅଛି ତେବେ ତାହାକୁ ମଧ୍ୟ ବାଣ୍ଟିଦିଅ।”
12
କେତେକ କରଆଦାୟକାରୀ ବାପ୍ତିଜିତ ହେବା ପାଇଁ ଆସିଲେ। ସେମାନେ ଯୋହନଙ୍କୁ ପଗ୍ଭରିଲେ, “ହେ ଗୁରୁ! ଆମ୍ଭେମାନେ କ’ଣ କରିବୁ?”
13
ଯୋହନ ସେମାନଙ୍କୁ କହିଲେ, “ତୁମ୍ଭକୁ ଯେତିକି ନେବାକୁ ଆଦେଶ ଦିଆଯାଇଛି, ତା’ଠାରୁ ଅଧିକ କର ଲୋକମାନଙ୍କଠାରୁ ନିଅ ନାହିଁ।”
14
ସୈନ୍ୟମାନେ ତାହାଙ୍କୁ ପଗ୍ଭରିଲେ, “ଆମ୍ଭକୁ କ’ଣ କରିବାକୁ ହେବ?” ଯୋହନ ସେମାନଙ୍କୁ କହିଲେ, “ବଳପୂର୍ବକ କାହାରିଠାରୁ ଅର୍ଥ ନିଅ ନାହିଁ। କାହା ବିରୁଦ୍ଧରେ ମିଛ କୁହ ନାହିଁ। ଯେତିକି ବେତନ ମିଳୁଛି, ସେତିକିରେ ସନ୍ତୁଷ୍ଟ ରୁହ।”
15
ସବୁ ଲୋକେ ଖ୍ରୀଷ୍ଟଙ୍କ ଆଗମନ ଅପେକ୍ଷାରେ ଥିଲେ। ଯୋହନଙ୍କ ବିଷୟରେ ସେମାନେ ମନେ ମନେ ଭାବୁଥିଲେ, “ହୁଏତ ଏ ଖ୍ରୀଷ୍ଟ ଅଟନ୍ତି।”
16
ସେତେବେଳେ ଯୋହନ ସେମାନଙ୍କୁ କହିଲେ, “ମୁଁ ତ ତୁମ୍ଭମାନଙ୍କୁ ଜଳରେ ବାପ୍ତିଜିତ କରୁଛି, କିନ୍ତୁ ମୋ’ଠାରୁ ଅଧିକ ଶକ୍ତିଶାଳୀ ଜଣେ ଆସୁଛନ୍ତି। ତାହାଙ୍କର ଜୋତାର ଫିତା ଫିଟାଇବାକୁ ମଧ୍ୟ ମୁଁ ଯୋଗ୍ୟ ନୁହେଁ। ସେ ତୁମ୍ଭମାନଙ୍କୁ ପବିତ୍ରଆତ୍ମା ଓ ଅଗ୍ନି ଦ୍ୱାରା ବାପ୍ତିଜିତ କରିବେ।
17
ତାହାଙ୍କ ହାତରେ ଖଳା ସଫା କରିବାର କୁଲା ଅଛି। ସେଥିରେ ସେ ଶସ୍ୟକୁ ଅଗାଡ଼ିଠାରୁ ଅଲଗା କରିଦେବେ। ସେ ଭଲ ଶସ୍ୟତକ ସଂଗ୍ରହ କରି ଅମାରରେ ନେଇ ରଖିବେ। ତା’ପରେ ଅଗାଡ଼ି ଓ ଦରକାରୀ ଅନାବନା ଜିନିଷଗୁଡ଼ିକୁ ଚିରକାଳ ଜଳୁଥିବା ନିଆଁରେ ପୋଡ଼ି ଦେବେ।”
18
ଏହିଭଳି ଯୋହନ ଲୋକମାନଙ୍କୁ ସୁସମାଗ୍ଭରର ଉପଦେଶ ଦେଉଥିଲେ ଏବଂ ଅନେକ ପ୍ରକାରେ ସାହାଯ୍ୟ କରୁଥିଲେ।
19
ପରେ ଯୋହନଙ୍କ କାର୍ଯ୍ୟ କିପରି ଶେଷ ହେଲା ସାମନ୍ତରାଜା ହେରୋଦ ନିଜ ଭାଇର ସ୍ତ୍ରୀ ହେରୋଦିଆଙ୍କ ସହିତ ଅନୁଚିତ୍ ସମ୍ପର୍କ ରଖିଥିବାରୁ ଓ ଅନ୍ୟ କେତେକ ଖରାପ କାମ କରିଥିବାରୁ ଯୋହନ ତାହାଙ୍କୁ ସମାଲୋଚନା କଲେ।
20
ସେହିଭଳି ହେରୋଦ ଆଉ ଗୋଟିଏ ଖରାପ କାମ କଲେ। ସେ ଯୋହନଙ୍କୁ ବନ୍ଦୀଶାଳାରେ ରଖିଲେ। ସେ ଯେତେ କୁକର୍ମ କରିଥିଲେ, ସେଥିରେ ଏହି କୁକର୍ମଟି ଯୋଗ ହେଲା।
21
ଯୋହନ ଯୀଶୁଙ୍କୁ ବାପ୍ତିଜିତ କଲେ ଯୋହନ କାରାଗାରରେ ବନ୍ଦୀ ହେବା ପୂର୍ବରୁ ସବୁ ଲୋକ ଯୋହନଙ୍କ ଦ୍ୱାରା ବାପ୍ତିଜିତ ହେଉଥିଲେ। ତା’ପରେ ଯୀଶୁ ମଧ୍ୟ ଆସିଲେ ଓ ତାହାଙ୍କ ଦ୍ୱାରା ବାପ୍ତିଜିତ ହେଲେ। ଯୀଶୁ ପ୍ରାର୍ଥନା କଲାବେଳେ ଆକାଶ ଖୋଲିଗଲା।
22
ପବିତ୍ରଆତ୍ମା ତାହାଙ୍କ ଉପରକୁ ଓହ୍ଲାଇ ଆସିଲେ ଓ ସେ କପୋତ ପରି ଦେହ ଧାରଣ କରିଥିଲେ। ଆକାଶବାଣୀ ହେଲା: “ତୁମ୍ଭେ ମୋର ପ୍ରିୟ ପୁତ୍ର। ମୁଁ ତୁମ୍ଭ ଉପରେ ଅତ୍ୟନ୍ତ ସନ୍ତୁଷ୍ଟ।”
23
ଯୋଷେଫଙ୍କ ବଂଶର ଇତିହାସ ଯୀଶୁ ଉପଦେଶ ପ୍ରଦାନ କାର୍ଯ୍ୟ ଆରମ୍ଭ କରିବା ବେଳକୁ ତାହାଙ୍କୁ ପ୍ରାୟ ତିରିଶ୍ ବର୍ଷ ବୟସ ହୋଇଥିଲା। ଲୋକଙ୍କ ଧାରଣା ଅନୁସାରେ ଯୀଶୁ ଯୋଷେଫଙ୍କ ପୁତ୍ର। ଯୋଷେଫ ଏଲୀଙ୍କ ପୁତ୍ର ଥିଲେ।
24
ଏଲୀ ମତ୍ଥାତଙ୍କର ପୁତ୍ର। ମତ୍ଥାତ ଲେବୀଙ୍କ ପୁତ୍ର। ଲେବୀ ମଲ୍ଖୀଙ୍କ ପୁତ୍ର। ମଲ୍ଖୀ ଯନ୍ନୟଙ୍କର ପୁତ୍ର। ଯନ୍ନୟ ଯୋଷେଫଙ୍କର ପୁତ୍ର।
25
ଯୋଷେଫ ମତ୍ତିଥ୍ୟାଙ୍କର ପୁତ୍ର। ମତ୍ତିଥ୍ୟା ଆମୋସଙ୍କର ପୁତ୍ର। ଆମୋସ ନାହୂମଙ୍କର ପୁତ୍ର। ନାହୂସ ହେସ୍ଳୀଙ୍କ ପୁତ୍ର। ହେସ୍ଳୀ ନଗୟଙ୍କର ପୁତ୍ର।
26
ନଗୟ ମହଥଙ୍କ ପୁତ୍ର। ମହଥ ମତ୍ତିଥ୍ୟାଙ୍କର ପୁତ୍ର। ମତ୍ତିଥ୍ୟା ଶିମୟୀଙ୍କର ପୁତ୍ର। ଶିମୟୀ ଯୋସେଖଙ୍କର ପୁତ୍ର। ଯୋସେଖ ଯୋଦାଙ୍କର ପୁତ୍ର।
27
ଯୋଦା ଯୋହନଙ୍କ ପୁତ୍ର। ଯୋହନ ରେଷାଙ୍କ ପୁତ୍ର। ରେଷା ଜିରୁବ୍ବାବେଲଙ୍କର ପୁତ୍ର। ଜିରୁବ୍ବାବେଲ ଶଲ୍ଟୀୟେଲଙ୍କ ପୁତ୍ର। ଶଲ୍ଟୀୟେଲ ନେରୀଙ୍କ ପୁତ୍ର।
28
ନେରୀ ମଲ୍ଖୀଙ୍କ ପୁତ୍ର। ମଲ୍ଖୀ ଅଦ୍ଦୀଙ୍କ ପୁତ୍ର। ଅଦ୍ଦୀ କୋସାମଙ୍କ ପୁତ୍ର। କୋସାମ ଏଲ୍ମଦାନଙ୍କ ପୁତ୍ର। ଏଲ୍ମଦାନ ଏରଙ୍କ ପୁତ୍ର।
29
ଏର ଯିହୋଶୂୟଙ୍କ ପୁତ୍ର। ଯିହୋଶୂୟ ଏଲିୟେଜରଙ୍କ ପୁତ୍ର। ଏଲିୟେଜର ଯୋରୀମଙ୍କ ପୁତ୍ର। ଯୋରୀମ ମତ୍ଥାତଙ୍କ ପୁତ୍ର। ମତ୍ଥାତ ଲେବୀଙ୍କ ପୁତ୍ର।
30
ଲେବୀ ଶିମିୟୋନଙ୍କ ପୁତ୍ର। ଶିମିୟୋନ ଯିହୂଦାଙ୍କ ପୁତ୍ର। ଯିହୂଦା ଯୋଷେଫଙ୍କ ପୁତ୍ର। ଯୋଷେଫ ଯୋନାମଙ୍କ ପୁତ୍ର। ଯୋନାମ ଏଲିୟାକୀମଙ୍କ ପୁତ୍ର।
31
ଏଲିୟାକୀମ ମଲାହଙ୍କ ପୁତ୍ର। ମଲାହ ମନ୍ନାଙ୍କ ପୁତ୍ର। ମନ୍ନା ମତ୍ତଥାଙ୍କ ପୁତ୍ର। ମତ୍ତଥା ନାଥନଙ୍କ ପୁତ୍ର। ନାଥନ ଦାଉଦଙ୍କ ପୁତ୍ର।
32
ଦାଉଦ ଯିଶୟଙ୍କ ପୁତ୍ର। ଯିଶୟ ଓବେଦଙ୍କ ପୁତ୍ର। ଓବେଦ ବୋୟଜଙ୍କ ପୁତ୍ର। ବୋୟଜ ଶେଲହଙ୍କ ପୁତ୍ର। ଶେଲହ ନହଶୋନଙ୍କ ପୁତ୍ର।
33
ନହଶୋନ ଅମ୍ମୀନାଦାବଙ୍କ ପୁତ୍ର। ଅମ୍ମୀନାଦାବ ଅଦ୍ମୀନଙ୍କ ପୁତ୍ର। ଅଦ୍ମୀନ ଅର୍ଣ୍ଣୀଙ୍କ ପୁତ୍ର। ଅର୍ଣ୍ଣୀ ହେସ୍ରୋଣଙ୍କ ପୁତ୍ର। ହେସ୍ରୋଣ ଫେରସଙ୍କ ପୁତ୍ର। ଫେରସ ଯିହୂଦାଙ୍କ ପୁତ୍ର।
34
ଯିହୂଦା ଯାକୁବଙ୍କ ପୁତ୍ର। ଯାକୁବ ଇସ୍ହାକଙ୍କ ପୁତ୍ର। ଇସ୍ହାକ ଅବ୍ରହାମଙ୍କ ପୁତ୍ର। ଅବ୍ରହାମ ତେରେହଙ୍କ ପୁତ୍ର। ତେରେହ ନାହୋରଙ୍କ ପୁତ୍ର।
35
ନାହୋର ସରୂଗଙ୍କ ପୁତ୍ର। ସରୂଗ ରଗୁଙ୍କ ପୁତ୍ର। ରଗୁ ଫେଲଗଙ୍କ ପୁତ୍ର। ଫେଲଗ ଏବରଙ୍କ ପୁତ୍ର। ଏବର ଶେଲହଙ୍କ ପୁତ୍ର।
36
ଶେଲହ କେନାନଙ୍କ ପୁତ୍ର। କେନାନ ଅର୍ଫକ୍ଷଦଙ୍କ ପୁତ୍ର। ଅର୍ଫକ୍ଷଦ ଶେମଙ୍କ ପୁତ୍ର। ଶେମ ନୋହଙ୍କ ପୁତ୍ର। ନୋହ ଲେମଖଙ୍କ ପୁତ୍ର।
37
ଲେମଖ ମଥୂଶେଲହଙ୍କ ପୁତ୍ର। ମଥୂଶେଲହ ହନୋକଙ୍କ ପୁତ୍ର। ହନୋକ ଯେରଦଙ୍କ ପୁତ୍ର। ଯେରଦ ମହଲଲେଲଙ୍କ ପୁତ୍ର। ମହଲଲେଲ କେନାନଙ୍କ ପୁତ୍ର।
38
କେନାନ ଏନୋଶଙ୍କ ପୁତ୍ର। ଏନୋଶ ଶେଥଙ୍କ ପୁତ୍ର। ଶେଥ ଆଦମଙ୍କ ପୁତ୍ର। ଆଦମ ପରମେଶ୍ୱରଙ୍କ ପୁତ୍ର।
← Chapter 2
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 4 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24