bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Luke 17
Luke 17
Odia Bible ERV 2004 (ପବିତ୍ର ବାଇବଲ)
← Chapter 16
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 18 →
1
ପାପ କର ନାହିଁ ଏବଂ କ୍ଷମା ଦେବା ପାଇଁ ପ୍ରସ୍ତୁତ ହୁଅ ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ କହିଲେ, “ନିଶ୍ଚିତ ଭାବରେ ଏଭଳି ଘଟଣା ଘଟିବ, ଯେଉଁ କାରଣରୁ ଲୋକେ ପାପ କରିବେ। ମାତ୍ର ଯେଉଁ ଲୋକ ଦ୍ୱାରା ଏଭଳି ଘଟଣାମାନ ଘଟିବ, ସେହି ଲୋକ ପାଇଁ ଏହା ବହୁତ ଖରାପ ହେବ।
2
ଯେଉଁ ଲୋକ ଏଭଳି ଦୁର୍ବଳମାନଙ୍କ ମଧ୍ୟରୁ ଜଣକୁ ହେଲେ ପାପ କରିବା ପାଇଁ ପ୍ରବର୍ତ୍ତାଏ ତାହା ପାଇଁ ଏହା ବହୁତ ଖରାପ ହେବ। ବେକରେ ପଥର ବାନ୍ଧି ସମୁଦ୍ରରେ ବୁଡ଼ି ମରିବା ତା ପକ୍ଷରେ ଭଲ ହେବ।
3
ତେଣୁ ସାବଧାନ ରୁହ। “ଯଦି ତୁମ୍ଭର ଭାଇ ପାପ କରେ, ତେବେ ତାକୁ କୁହ ଯେ ଭୁଲ୍ କରୁଛି। ସେ ଯଦି ଦୁଃଖ ପ୍ରକାଶ କରି ଆଉ ପାପ କରେ ନାହିଁ, ତେବେ ତାକୁ କ୍ଷମା ଦିଅ।
4
ଯଦି ତୁମ୍ଭର ଭାଇ ଦିନ ଭିତରେ ତୁମ୍ଭ ପ୍ରତି ସାତଥର ଅନ୍ୟାୟ କରେ ଓ ପ୍ରତିଥର ଆସି କହେ ଯେ, ସେ ଏଥିପାଇଁ ଦୁଃଖିତ, ତେବେ ତାକୁ କ୍ଷମା କରି ଦିଅ।”
5
ତୁମ୍ଭର ବିଶ୍ୱାସ କେତେ ଦୃଢ଼ ପ୍ରେରିତମାନେ ପ୍ରଭୁଙ୍କୁ କହିଲେ, “ଆମ୍ଭକୁ ଅଧିକ ବିଶ୍ୱାସ ପ୍ରଦାନ କର।”
6
ପ୍ରଭୁ କହିଲେ, “ଯଦି ତୁମ୍ଭମାନଙ୍କର ବିଶ୍ୱାସ ଗୋଟିଏ ସୋରିଷଦାନା ପରିମାଣର ହୋଇଥାଏ, ତେବେ ତୁମ୍ଭେମାନେ ଏହି ତୁତ ଗଛକୁ କହି ପାରିବ, ନିଜକୁ ଉପାଡ଼ି ନେଇ ସମୁଦ୍ରରେ ରୋପଣ କର, ତେବେ ଗଛଟି ତୁମ୍ଭମାନଙ୍କ କଥା ମାନିବ।
7
ଉତ୍ତମ ସେବକ ହୁଅ “ମନେକର ତୁମ୍ଭମାନଙ୍କ ଭିତରୁ ଜଣକର ଗ୍ଭକରଟିଏ ଅଛି। ସେହି ଗ୍ଭକର ତୁମ୍ଭ ବିଲରେ କାମ କରିଆସେ। ସେ ତୁମ୍ଭ ବିଲରେ ହଳ କରି ଆସୁଛି କିମ୍ବା ମେଣ୍ଢାଙ୍କ ଯତ୍ନ ନେଇ ଆସେ। ସେ କାମରୁ ଫେରିବା ପରେ ତୁମ୍ଭେ ତାକୁ କ’ଣ କହିବ? ତୁମ୍ଭେ କ’ଣ କହିବ ଯେ, ‘ଭିତରକୁ ଆସ ଓ ଖାଇବାକୁ ବସ?’
8
ନା, ତୁମ୍ଭେ ତୁମ୍ଭର ଗ୍ଭକରକୁ କହିବ, ‘ମୋ’ ପାଇଁ କିଛି ଖାଇବାକୁ ପ୍ରସ୍ତୁତ କର। ମୋ’ ଖିଆପିଆ ସରିଲେ ତୁମ୍ଭେମାନେ ଖାଇବ ଓ ପିଇବ।’
9
ଗ୍ଭକର ବିଶେଷ ଧନ୍ୟବାଦ ବି ପାଇବା କଥା ନୁହେଁ। କାରଣ ମାଲିକ ଯାହା କରିବାକୁ କହନ୍ତି, ସେ କେବଳ ତାହା ହିଁ କରେ।
10
ତୁମ୍ଭମାନଙ୍କ କ୍ଷେତ୍ରରେ ସେହି ଏକା କଥା ହେବ। ତୁମ୍ଭମାନଙ୍କୁ ଦିଆଯାଇଥିବା କାମତକ କରି ଦେବା ପରେ ତୁମ୍ଭମାନଙ୍କର କହିବା ଉଚିତ୍ ଯେ, ‘ଆମ୍ଭେମାନେ କୌଣସି ବିଶେଷ ଧନ୍ୟବାଦ ପାଇବାକୁ ଯୋଗ୍ୟ ନୋହୁଁ। କାରଣ ଆମ୍ଭେ ଅଯୋଗ୍ୟ ଗ୍ଭକର ଓ ଆମ୍ଭର ଯାହା କରିବା ଉଚିତ୍, ଆମ୍ଭେ କେବଳ ତାହା ହିଁ କରିଛୁ।’”
11
କୃତଜ୍ଞ ହୁଅ ଯୀଶୁ ଯିରୁଶାଲମ ଯାତ୍ରା କରୁଥିଲେ। ସେ ଗାଲିଲୀରୁ ଶମିରୋଣକୁ ଗଲେ।
12
ସେ ଗୋଟିଏ ଛୋଟ ନଗରକୁ ଆସିଲେ। ସେଠାରେ ତାହାଙ୍କୁ ଦଶ ଜଣ ଲୋକ ଭେଟିଲେ। ସେହି ସମସ୍ତଙ୍କର କୁଷ୍ଠରୋଗ ହୋଇଥିବାରୁ ସେମାନେ କେହି ଯୀଶୁଙ୍କର ଅତି ପାଖକୁ ଆସି ପାରିଲେ ନାହିଁ।
13
କିନ୍ତୁ ସେମାନେ ଯୀଶୁଙ୍କୁ ପାଟି କରି ଡାକିଲେ, “ହେ ପ୍ରଭୁ ଯୀଶୁ! ଦୟାକରି ଆମ୍ଭକୁ ସାହାଯ୍ୟ କର।”
14
ଯୀଶୁ ଲୋକମାନଙ୍କୁ ଦେଖି କହିଲେ, “ତୁମ୍ଭେମାନେ ଯାଇ ନିଜ ଦେହକୁ ଯାଜକମାନଙ୍କୁ ଦେଖାଅ।” ସେହି ଦଶ ଜଣ ଲୋକ ଯାଜକଙ୍କ ପାଖକୁ ଗଲାବେଳେ ସୁସ୍ଥ ହୋଇଗଲେ।
15
ଜଣେ ଲୋକ ନିଜକୁ ସୁସ୍ଥ ହୋଇ ଯାଇଥିବାର ଦେଖି ଯୀଶୁଙ୍କ ପାଖକୁ ଫେରି ଆସିଲା। ସେ ବଡ଼ ପାଟିକରି ନଇଁପଡ଼ି ପ୍ରଣାମ କଲା ଓ ତାହାଙ୍କୁ ଧନ୍ୟବାଦ ଦେଲା
16
ସେ ଯୀଶୁଙ୍କ ପାଦତଳେ ନଇଁପଡ଼ି ପ୍ରମାଣ କଲା ଓ ତାହାଙ୍କୁ ଧନ୍ୟବାଦ ଦେଲା। ଏହି ଲୋକଟି ଶମିରୋଣର ଅଧିବାସୀ ଥିଲା। ସେ ଯିହୂଦୀ ନ ଥିଲା,
17
ଯୀଶୁ ଉତ୍ତର ଦେଲେ, “ଦଶ ଜଣ ଲୋକ ସୁସ୍ଥ ହେଲେ, ତେବେ ଅନ୍ୟ ନଅ ଜଣ କାହାନ୍ତି?
18
ସୁସ୍ଥ ହୋଇ ସାରିବା ପରେ ପୁଣି ଫେରି ଆସି ପରମେଶ୍ୱରଙ୍କୁ ଧନ୍ୟବାଦ ଜଣାଇବା ପାଇଁ କ’ଣ ଏହି ଶମିରୋଣୀୟ ଜଣକ କେବଳ ଥିଲା?”
19
ତା’ପରେ ଯୀଶୁ ତାହାକୁ କହିଲେ, “ଠିଆ ହୁଅ। ତୁମ୍ଭେ ଏବେ ଯାଅ। ତୁମ୍ଭର ବିଶ୍ୱାସ କରିଥିବା ହେତୁ ତୁମ୍ଭେ ଭଲ ହୋଇଗଲ।”
20
ପରମେଶ୍ୱରଙ୍କ ରାଜ୍ୟ ତୁମ୍ଭ ନିଜ ଭିତରେ ଅଛି କେତେକ ଫାରୂଶୀ ଯୀଶୁଙ୍କୁ ପଗ୍ଭରିଲେ, “ପରମେଶ୍ୱରଙ୍କ ରାଜ୍ୟ କେବେ ଆସିବ?” ଯୀଶୁ ଉତ୍ତର ଦେଲେ, “ପରମେଶ୍ୱରଙ୍କ ରାଜ୍ୟ ଆସୁଛି। କିନ୍ତୁ ଯେଉଁଭଳି ଭାବରେ ଆସିବ, ତାହାକୁ ତୁମ୍ଭେମାନେ ଆଖିରେ ଦେଖି ପାରିବ ନାହିଁ।
21
ଲୋକମାନେ କହିବେ ନାହିଁ ଯେ, ‘ହେଇ ଦେଖ, ପରମେଶ୍ୱରଙ୍କ ରାଜ୍ୟ ଏଠାରେ ଅଛି କିମ୍ବା ସେଠାରେ ଅଛି। ନା, ପରମେଶ୍ୱରଙ୍କ ରାଜ୍ୟ ତୁମ୍ଭମାନଙ୍କ ନିଜ ଭିତରେ ଅଛି।’”
22
ତା’ପରେ ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ କହିଲେ, “ଦିନ ଆସିବ, ଯେତେବେଳେ ତୁମ୍ଭେମାନେ ମନୁଷ୍ୟପୁତ୍ରଙ୍କ ଦିନ ଗୁଡ଼ିକ ମାନଙ୍କ ଭିତରୁ ଦିନଟିଏ ଦେଖିବାକୁ ବହୂତ ଇଚ୍ଛା କରିବ। କିନ୍ତୁ ତୁମ୍ଭେମାନେ ତାହା ଦେଖି ପାରିବ ନାହିଁ।
23
ଲୋକମାନେ ତୁମ୍ଭମାନଙ୍କୁ କହିବେ, ‘ଦେଖ ତାହା ସେଠାରେ!’ ‘ଦେଖ, ତାହା ଏଠାରେ! କିନ୍ତୁ ତୁମ୍ଭେମାନେ ଯେଉଁଠି ଅଛ ସେହିଠାରେ ରୁହ। ବାହାରକୁ ଯାଇ ଖୋଜ ନାହିଁ।
24
“ମନୁଷ୍ୟପୁତ୍ରଙ୍କର ଫେରି ଆସିବା ସମୟ ତୁମ୍ଭେମାନେ ଜାଣି ପାରିବ। ଯେଉଁ ଦିନ ସେ ଫେରି ଆସିବେ, ସେ ଆକାଶରେ ଗୋଟିଏ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତର ପର୍ଯ୍ୟନ୍ତ ଉଜ୍ଜ୍ୱଳ ବିଜୁଳି ଝଲକିଲା ଭଳି ଦେଖାଯିବେ।
25
କିନ୍ତୁ ମନୁଷ୍ୟପୁତ୍ର ପ୍ରଥମେ ଅନେକ ଯନ୍ତ୍ରଣା ଭୋଗ କରିବେ ଏବଂ ବର୍ତ୍ତମାନର ଲୋକମାନଙ୍କ ଦ୍ୱାରା ହତ ହେବେ।
26
“ନୋହ ବାସ କରୁଥିବା ସମୟରେ ଯାହା ଘଟିଥିଲା ମନୁଷ୍ୟପୁତ୍ର ଫେରି ଆସିବା ସମୟରେ ସେହି ଏକା କଥା ଘଟିବ।
27
ନୋହଙ୍କ ସମୟରେ, ଏପରିକି ନୋହ ଜାହାଜରେ ବସିବା ସମୟ ପର୍ଯ୍ୟନ୍ତ ଲୋକମାନେ ଖିଆପିଆ କରୁଥିଲେ ଓ ବିବାହ କରୁଥିଲେ। ତା’ପରେ ବନ୍ୟା ମାଡ଼ି ଆସିଲା ଓ ସେ ସମସ୍ତଙ୍କୁ ମାରି ଦେଲା।
28
“ପରମେଶ୍ୱର ଲୋଟଙ୍କ ସମୟରେ ସଦୋମ ନଗର ଧ୍ୱଂସ କଲାବେଳେ ଯାହା ଘଟିଥିଲା, ଏବେ ମଧ୍ୟ ସେହି କଥା ଘଟିବ। ସେହି ଲୋକମାନେ ସେତେବେଳେ ଖିଆପିଆ, କିଣାବିକା କରୁଥିଲେ। ଗଛ ଲଗାଉଥିଲେ ଓ ନିଜ ପାଇଁ ଘର ତୋଳୁଥିଲେ।
29
ଲୋଟ ନଗର ଛାଡ଼ି ଗ୍ଭଲିଯିବା ସମୟ ପର୍ଯ୍ୟନ୍ତ ମଧ୍ୟ ଲୋକମାନେ ଏସବୁ କାମ କରୁଥିଲେ। ତା’ପରେ ସେଠାରେ ଆକାଶରୁ ଅଗ୍ନି ଓ ଗନ୍ଧକ ବର୍ଷା ହେଲା ଓ ତାହା ସମସ୍ତଙ୍କୁ ମାରି ଦେଲା।
30
ଯେତେବେଳେ ମନୁଷ୍ୟପୁତ୍ର ଫେରି ଆସିବେ, ସେତେବେଳେ ଠିକ୍ ସେହିଭଳି ଘଟଣା ଘଟିବ।
31
“ସେ ଦିନ ଯଦି କୌଣସି ଲୋକ ତା’ର ଘରର ଛାତ ଉପରେ ଥିବ, ଭିତରକୁ ଯାଇ ଜିନିଷପତ୍ର ଆଣିବାକୁ ତାକୁ ସମୟ ହେବ ନାହିଁ। ଯଦି କୌଣସି ଲୋକ ବିଲରେ ଥିବ, ତେବେ ସେ ଘରକୁ ଫେରି ପାରିବ ନାହିଁ।
32
ଲୋଟଙ୍କ ସ୍ତ୍ରୀଙ୍କର କ’ଣ ହୋଇଥିଲା, ମନେ ପକାଅ।
33
“ଯେଉଁ ଲୋକ ନିଜ ଜୀବନ ରକ୍ଷା କରିବାକୁ ଚେଷ୍ଟା କରିବ, ସେ ତାହା ହରେଇ ବସିବ। କିନ୍ତୁ ଯେଉଁ ଲୋକ ତା’ ଜୀବନ ପରିତ୍ୟାଗ କରିବ, ସେ ତାହା ରକ୍ଷା କରିବ।
34
ମୁଁ ଫେରି ଆସିବା ସମୟରେ ଗୋଟିଏ କୋଠରିରେ ହୁଏତ ସେହି ରାତିରେ ଦୁଇଜଣ ଲୋକ ଶୋଇଥାଇ ପାରନ୍ତି, କିନ୍ତୁ ସେମାନଙ୍କ ମଧ୍ୟରୁ ଜଣକୁ ନିଆ ହେବ ଓ ଅନ୍ୟ ଜଣକୁ ଛାଡ଼ି ଦିଆଯିବ।
35
ହୁଏତ ଦୁଇଜଣ ସ୍ତ୍ରୀଲୋକ ଏକତ୍ର ଚକିରେ ଶସ୍ୟ ଦାନା ପେଶୁ ଥାଇ ପାରନ୍ତି, କିନ୍ତୁ ସେମାନଙ୍କ ମଧ୍ୟରୁ ଜଣକୁ ନେଇ ନିଆଯିବ ଓ ଅନ୍ୟ ଜଣକୁ ଛାଡ଼ି ଦିଆଯିବ।”
37
ଶିଷ୍ୟମାନେ ଯୀଶୁଙ୍କୁ ପଗ୍ଭରିଲେ, “ଏ ଘଟଣା କେଉଁଠାରେ ଘଟିବ ପ୍ରଭୁ?” ଯୀଶୁ ଉତ୍ତର ଦେଲେ, “ଶାଗୁଣାମାନେ ଉଡ଼ିବା ଦ୍ୱାରା ଲୋକମାନେ ଜାଣି ପାରନ୍ତି କୌଣସି ଏକ ଶବ ପଡ଼ିଛି।”
← Chapter 16
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 18 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24