bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Luke 20
Luke 20
Odia Bible ERV 2004 (ପବିତ୍ର ବାଇବଲ)
← Chapter 19
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 21 →
1
ଯିହୂଦୀ ନେତାମାନେ ଯୀଶୁଙ୍କୁ ଗୋଟିଏ ପ୍ରଶ୍ନ ପଗ୍ଭରିଲେ ଦିନେ ଯୀଶୁ ମନ୍ଦିର ଭିତରେ ଥିଲେ। ସେ ଲୋକମାନଙ୍କୁ ଉପଦେଶ ଦେଉଥିଲେ। ଯୀଶୁ ଲୋକମାନଙ୍କୁ ପରମେଶ୍ୱରଙ୍କ ରାଜ୍ୟ ବିଷୟରେ ସୁସମାଗ୍ଭର କହୁଥିଲେ। ପ୍ରଧାନଯାଜକ, ଧର୍ମଶାସ୍ତ୍ରୀ ଓ ଯିହୂଦୀ ନେତାମାନେ ଯୀଶୁଙ୍କୁ ପ୍ରଶ୍ନ ପଗ୍ଭରିବାକୁ ଆସିଲେ।
2
ସେମାନେ ପଗ୍ଭରିଲେ, “ଆମ୍ଭକୁ କୁହ, କେଉଁ ଅଧିକାର ବଳରେ ତୁମ୍ଭେ ଏସବୁ କାମ କରୁଛ? ତୁମ୍ଭକୁ ଏ ଅଧିକାର କିଏ ଦେଲା?”
3
ଯୀଶୁ ଉତ୍ତର ଦେଲେ, “ମୁଁ ମଧ୍ୟ ତୁମ୍ଭମାନଙ୍କୁ ଗୋଟିଏ ପ୍ରଶ୍ନ ପଗ୍ଭରିବି। ମୋତେ କୁହ:
4
ଯେତେବେଳେ ଯୋହନ ଲୋକମାନଙ୍କୁ ବାପ୍ତିସ୍ମ ଦେଲେ, ତାହା ପରମେଶ୍ୱରଙ୍କଠାରୁ ଆସିଥିଲା ନା ମଣିଷଠାରୁ ଆସିଥିଲା?”
5
ପ୍ରଧାନଯାଜକ, ଧର୍ମଶାସ୍ତ୍ରୀ ଓ ଯିହୂଦୀ ନେତାମାନେ ଏ ବିଷୟରେ କଥାବାର୍ତ୍ତା ହେଲେ। ସେମାନେ ପରସ୍ପର କୁହାକୁହି ହେଲେ, “ଆମ୍ଭେ ଯଦି କହିବା ଯେ ଯୋହନଙ୍କ ବାପ୍ତିସ୍ମ ପରମେଶ୍ୱରଙ୍କଠାରୁ ଆସିଥିଲା, ତେବେ ସେ ପଗ୍ଭରିବେ, ‘ତୁମ୍ଭେମାନେ ଯୋହନଙ୍କୁ କାହିଁକି ବିଶ୍ୱାସ କଲ ନାହିଁ?’
6
କିନ୍ତୁ ଆମ୍ଭେ ଯଦି କହିବା, ‘ଯୋହନଙ୍କ ବାପ୍ତିସ୍ମ ମଣିଷଠାରୁ ଆସିଥିଲା,’ ତେବେ ସବୁ ଲୋକ ଆମ୍ଭ ଉପରକୁ ଟେକା ପଥର ଫିଙ୍ଗି ଆମ୍ଭକୁ ଜୀବନରେ ମାରିଦେବେ। କାରଣ ସେମାନେ ଯୋହନଙ୍କୁ ଭବିଷ୍ୟଦ୍ବକ୍ତା ରୂପେ ବିଶ୍ୱାସ କରନ୍ତି।”
7
ତେଣୁ ସେମାନେ କହିଲେ, “ଆମ୍ଭେ ଜାଣି ନାହୁଁ।”
8
ଯୀଶୁ ସେମାନଙ୍କୁ କହିଲେ, “ମୁଁ ତେବେ ତୁମ୍ଭମାନଙ୍କୁ କହିବି ନାହିଁ ଯେ ମୁଁ କେଉଁ ଅଧିକାରରେ ଏ ସବୁ କାମ କରୁଛି।”
9
ପରମେଶ୍ୱର ତାହାଙ୍କ ପୁତ୍ରଙ୍କୁ ପଠାନ୍ତି ତା’ପରେ ଯୀଶୁ ଲୋକମାନଙ୍କୁ ଏହି ଦୃଷ୍ଟାନ୍ତଟି କହିଲେ, “ଗୋଟିଏ ଲୋକ କିଛି ଜମିରେ ଅଙ୍ଗୁର ଗ୍ଭଷ କଲା। ସେ ଏହି ଜମିଟି କେତେ ଜଣ କୃଷକଙ୍କୁ ଭାଗ ଦେଇଦେଲା। ତା’ପରେ ସେ ଦୀର୍ଘ ସମୟ ପର୍ଯ୍ୟନ୍ତ ସେଠାରୁ ଗ୍ଭଲିଗଲା।
10
ପରେ ଅଙ୍ଗୁର ତୋଳିବା ସମୟ ଆସିଲା। ତେଣୁ ଲୋକଟି ତା’ର ଜଣେ ଗ୍ଭକରକୁ ଏହି କୃଷକମାନଙ୍କ ପାଖକୁ ପଠାଇଲା ଯେପରି କୃଷକମାନେ ତାହାଙ୍କ ଭାଗ ଅଙ୍ଗୁର ଗ୍ଭକର ହାତରେ ଦେଇଦେବେ। କିନ୍ତୁ କୃଷକମାନେ ଗ୍ଭକରକୁ ମାଡ଼ ମାରି ଖାଲି ହାତରେ ପଠେଇ ଦେଲେ।
11
ତେଣୁ ଲୋକଟି ଆଉ ଜଣେ ଗ୍ଭକରକୁ ପଠାଇଲା। କୃଷକମାନେ ଏହି ଲୋକଟିକୁ ମାଡ଼ ମାରିଲେ ଓ ତା’ ପ୍ରତି ଅସମ୍ମାନ ବ୍ୟବହାର କଲେ। ସେମାନେ ତାକୁ ମଧ୍ୟ କିଛି ନ ଦେଇ ପଠେଇ ଦେଲେ।
12
ତେଣୁ ଜମିମାଲିକ ପୁଣି ଆଉ ଜଣେ ଗ୍ଭକରକୁ ପଠାଇଲା। କୃଷକମାନେ ତାକୁ ଭୟଙ୍କର ଭାବରେ କ୍ଷତବିକ୍ଷତ କରି ବାହାରକୁ ଫିଙ୍ଗି ଦେଲେ।
13
“ଜମିମାଲିକ କହିଲା, ‘ଏବେ ମୁଁ କ’ଣ କରିବି? ମୁଁ ମୋ’ ପୁଅକୁ ପଠାଇବି। ମୁଁ ମୋ’ ପୁଅକୁ ଅତ୍ୟଧିକ ଭଲ ପାଏ। ହୁଏତ ମୋ’ ପୁଅକୁ କୃଷକମାନେ ସମ୍ମାନ ଦେଇପାରନ୍ତି।’
14
କୃଷକମାନେ ମାଲିକର ପୁଅକୁ ଦେଖି କୁହାକୁହି ହେଲେ, ‘ଏତ ଜମିମାଲିକର ପୁଅ। ଏ ଜମି ଖଣ୍ଡିକ ତା’ର ହିଁ ହେବ। ଆମ୍ଭେ ତାକୁ ମାରିଦେଲେ ଜମିଟି ଆମ୍ଭରି ହୋଇଯିବ।’
15
ତେଣୁ କୃଷକମାନେ ମାଲିକର ପୁଅକୁ ଜୀବନରେ ମାରିଦେଲେ ଓ ଜମି ବାହାରକୁ ଫିଙ୍ଗି ଦେଲେ। “ଏବେ ଜମିମାଲିକ କ’ଣ କରିବ?
16
ସେ ଆସି ସେହି କୃଷକମାନଙ୍କୁ ଜୀବନରେ ମାରିଦେବ। ତା’ପରେ ସେହି ଜମିଟିକୁ ଆଉ କେତେକ କୃଷକଙ୍କୁ ଭାଗ ଦେଇଦେବେ।” ଲୋକମାନେ ଏହି ଦୃଷ୍ଟାନ୍ତଟି ଶୁଣିଲେ ଓ ସେମାନେ କହିଲେ, “ଯେ, ଏ କଥା କେବେ ହେଲେ ନ ହେଉ।”
17
ଯୀଶୁ ସେମାନଙ୍କୁ ଗ୍ଭହିଁ କହିଲେ, “ତେବେ ଧର୍ମଶାସ୍ତ୍ରର ଏହି ପଦର ଅର୍ଥ କ’ଣ ହେବ? ‘ନିର୍ମାତାମାନେ ଯେଉଁ ପଥରକୁ ନାପସନ୍ଦ କରିଦେଲେ, ସେହି ପଥରଟି ମୂଳଦୁଆର ପ୍ରଧାନ ପଥର ହୋଇଗଲା।’
18
ଯେଉଁ ଲୋକ ସେହି ପଥର ଉପରେ ଖସି ପଡ଼ିବ, ତା’ର ହାଡ ଗୋଡ଼ ଭାଙ୍ଗିଯିବ। କିନ୍ତୁ ସେହି ପଥର ଯାହା ଉପରେ ପଡ଼ିବ, ତାହା ତାକୁ ଚୁର୍ମାର୍ କରିଦେବ।”
19
ଧର୍ମଶାସ୍ତ୍ରୀ ଓ ମୁଖ୍ୟ ଯାଜକମାନେ ଯୀଶୁଙ୍କଠାରୁ ଏହି ଦୃଷ୍ଟାନ୍ତଟି ଶୁଣିଲେ। ସେମାନେ ଜାଣି ପାରିଲେ ଯେ, ଏହି ଦୃଷ୍ଟାନ୍ତଟି ସେମାନଙ୍କ ଉଦ୍ଦେଶ୍ୟରେ କୁହାଯାଇଛି। ତେଣୁ ସେମାନେ ଯୀଶୁଙ୍କୁ ଠିକ୍ ସେତିକିବେଳେ ବନ୍ଦୀ କରିବାକୁ ଗ୍ଭହିଁଲେ। କିନ୍ତୁ ଲୋକମାନେ କାଳେ କ’ଣ କିଛି କରିପକାଇବେ, ସେଥିପାଇଁ ସେମାନେ ଡରୁଥିଲେ।
20
ଯୀଶୁଙ୍କୁ ଫାନ୍ଦରେ ପକାଇବାକୁ ଯିହୂଦୀ ନେତାମାନଙ୍କ ଚେଷ୍ଟା ତେଣୁ ଧର୍ମଶାସ୍ତ୍ରୀ ଏବଂ ଯାଜକମାନେ ଯୀଶୁଙ୍କୁ ଫାନ୍ଦରେ ପକାଇବା ପାଇଁ ଉପଯୁକ୍ତ ସମୟ ଅପେକ୍ଷାରେ ରହିଲେ। ସେମାନେ ଯୀଶୁଙ୍କ ପାଖକୁ କେତେକ ଗୁପ୍ତଚର ପଠାଇଲେ। ସେମାନେ ଏହି ଲୋକମାନଙ୍କୁ ଭଲ ଲୋକ ଭଳି ଛଳନା କରିବା ପାଇଁ କହିଥିଲେ। ସେମାନେ ଯୀଶୁଙ୍କ କହୁଥିବା କଥାରେ କିଛି ଭୁଲ୍ ବିଷୟ ଖୋଜି ବାହାର କରିବାକୁ ଗ୍ଭହୁଁଥିଲେ। କାରଣ ଯଦି ସେମାନେ ଯୀଶୁଙ୍କର କିଛି ଭୁଲ୍ ଦେଖି ପାରିବେ, ତେବେ ସେମାନେ ଯୀଶୁଙ୍କ ଉପରେ ଅଧିକାର ଓ କ୍ଷମତା ରହିଥିବା ଶାସନକର୍ତ୍ତାଙ୍କ ହାତରେ ଯୀଶୁଙ୍କୁ ଦେଇଦେବେ।
21
ସେହି ଲୋକମାନେ ଯୀଶୁଙ୍କୁ କହିଲେ, “ଗୁରୁ, ଆମ୍ଭେ ଜାଣିଛୁ ଯେ ଆପଣ ଯାହା କହୁଛନ୍ତି ଓ ଉପଦେଶ ଦେଉଛନ୍ତି, ସେ ସବୁ ଠିକ୍। ଆପଣ କାହାପ୍ରତି ପକ୍ଷପାତପୂର୍ଣ୍ଣ ଆଚରଣ କରୁ ନାହାନ୍ତି। ଆପଣ ପରମେଶ୍ୱରଙ୍କ ମାର୍ଗ ବିଷୟରେ ଯେଉଁ ଉପଦେଶ ଦେଉଛନ୍ତି, ତାହା ସତ୍ୟ।
22
ଆମ୍ଭକୁ କୁହ। କାଇସରଙ୍କୁ କର ଦେବା ଆମ୍ଭ ପକ୍ଷେ ଠିକ୍ ହେବ କି ନାହିଁ?”
23
କିନ୍ତୁ ଯୀଶୁ ଜାଣିଥିଲେ ଯେ ଏହି ଲୋକମାନେ ତାହାଙ୍କୁ ଫାନ୍ଦରେ ପକାଇବାକୁ ଗ୍ଭହୁଁଛନ୍ତି। ତେଣୁ ଯୀଶୁ ସେମାନଙ୍କୁ କହିଲେ,
24
“ମୋତେ ଗୋଟିଏ ମୁଦ୍ରା ଦେଖାଅ, ମୁଦ୍ରା ଉପରେ କାହାର ନାମ ଅଛି ଏବଂ କାହାର ଛବି ଅଛି?” ସେମାନେ କହିଲେ, “କାଇସରଙ୍କର।”
25
ଯୀଶୁ ସେମାନଙ୍କୁ କହିଲେ, “ତେବେ ଯାହା କାଇସରଙ୍କର, ତାହା କାଇସରଙ୍କୁ ଦେଇଦିଅ, ଯାହା ପରମେଶ୍ୱରଙ୍କର ତାହା ପରମେଶ୍ୱରଙ୍କୁ ଦେଇଦିଅ।”
26
ଲୋକମାନେ ଯୀଶୁଙ୍କର ଏହି ବୁଦ୍ଧିପୂର୍ଣ୍ଣ ଉତ୍ତର ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ। ସେମାନେ କିଛି କହି ପାରିଲେ ନାହିଁ। ସେମାନେ ଯୀଶୁଙ୍କୁ ସମସ୍ତଙ୍କ ଆଗରେ ଫାନ୍ଦରେ ପକାଇ ପାରିଲେ ନାହିଁ। ଯୀଶୁ ଏଭଳି କିଛି କହିଲେ ନାହିଁ, ଯାହାକୁ ସେମାନେ ଯୀଶୁଙ୍କ ବିରୁଦ୍ଧରେ ବ୍ୟବହାର କରି ପାରିବେ।
27
କେତେକ ସାଦ୍ଦୂକୀ ଯୀଶୁଙ୍କୁ ଫାନ୍ଦରେ ପକାଇବାକୁ ଚେଷ୍ଟା କଲେ କେତେକ ସାଦ୍ଦୂକୀ ଯୀଶୁଙ୍କ ପାଖକୁ ଆସିଲେ। ସାଦ୍ଦୂକୀମାନେ ବିଶ୍ୱାସ କରନ୍ତି ଯେ ଲୋକେ ମୃତ୍ୟୁରୁ ପୁଣି ବଞ୍ଚି ଉଠି ପାରିବେ ନାହିଁ। ସେମାନେ ଯୀଶୁଙ୍କୁ ପଗ୍ଭରିଲେ,
28
“ଗୁରୁ! ମୋଶା ଆମ୍ଭ ପାଇଁ ଲେଖିଥିଲେ ଯେ ଯଦି ଜଣେ ବିବାହିତ ପୁରୁଷ କୌଣସି ସନ୍ତାନସନ୍ତତି ନ ଥାଇ ମରିଯାଏ, ତେବେ ତା’ର ଭାଇ ନିଶ୍ଚୟ ସେହି ମୃତ ଭାଇର ପତ୍ନୀକୁ ବିବାହ କରିବ। ତାହାହେଲେ ସେ ତା’ ମୃତ ଭାଇ ପାଇଁ ସେହି ସ୍ତ୍ରୀଠାରୁ ସନ୍ତାନସନ୍ତତି ଉତ୍ପନ୍ନ କରି ପାରିବ।
29
ଥରେ ସାତ ଜଣ ଭାଇ ଥିଲେ। ବଡ଼ ଭାଇଟି ବିବାହ କରିଥିଲା। କୌଣସି ସନ୍ତାନ ନ ଥାଇ ସେ ଭାଇଟି ମରିଗଲେ।
30
ତା’ପରେ ସେହି ସ୍ତ୍ରୀ ଲୋକଟିକୁ ଦ୍ୱିତୀୟ ଭାଇ ବିବାହ କଲା। କିନ୍ତୁ ସେ ମଧ୍ୟ ମରିଗଲା।
31
ତା’ପରେ ତୃତୀୟ ଭାଇଟି ସେହି ସ୍ତ୍ରୀକୁ ବିବାହ କଲା ଓ ମରିଗଲା। ଅନ୍ୟ ଭାଇମାନଙ୍କ ପ୍ରତି ମଧ୍ୟ ସେହି ଏକା କଥା ଘଟିଲା। ସେମାନେ ସମସ୍ତେ ମରିଗଲେ ଓ କାହାରି ହେଲେ ସନ୍ତାନସନ୍ତିତି ଜନ୍ମ ହୋଇ ନ ଥିଲେ।
32
ଶେଷରେ ସେହି ସ୍ତ୍ରୀଟି ମଧ୍ୟ ମରିଗଲା।
33
ସାତ ଭାଇଯାକ ତାକୁ ବିବାହ କରିଥିଲେ। ତେବେ ଯେତେବେଳେ ଲୋକେ ମୃତ୍ୟୁରୁ ପୁଣି ଜୀବନ ନ ପାଇ ଉଠିବେ, ସେତେବେଳେ ଏହି ସ୍ତ୍ରୀଟି କାହାର ପତ୍ନୀ ହେବ?”
34
ଯୀଶୁ ସାଦ୍ଦୂକୀମାନଙ୍କୁ କହିଲେ, “ସଂସାରରେ ଲୋକମାନେ ପରସ୍ପର ମଧ୍ୟରେ ବିବାହ କରିଥା’ନ୍ତି।
35
କିନ୍ତୁ କେତେକ ଲୋକ ମୃତ୍ୟୁରୁ ପୁଣି ବଞ୍ଚି ଉଠିବାକୁ ଯୋଗ୍ୟ ହେବେ ଓ ସେମାନେ ଏହି ଜୀବନ ପରେ ମଧ୍ୟ ପୁଣି ଜୀବିତ ରହିବେ। ସେହି ଜୀବନରେ ସେମାନେ ବିବାହ କରିବେ ନାହିଁ।
36
ସେହି ଜୀବନରେ ଲୋକମାନେ ସ୍ୱର୍ଗଦୂତଙ୍କ ପରି ହୋଇଥା’ନ୍ତି ଓ ସେମାନେ କେବେ ହେଲେ ମରନ୍ତି ନାହିଁ। ସେମାନେ ପରମେଶ୍ୱରଙ୍କ ସନ୍ତାନ କାରଣ ମୃତ୍ୟୁରୁ ପୁଣି ବଞ୍ଚି ଉଠିଥା’ନ୍ତି।
37
ମୋଶା ସ୍ପଷ୍ଟ ଭାବରେ ଦେଖେଇ ଦେଇଛନ୍ତି ଯେ ଲୋକେ ମୃତ୍ୟୁରୁ ପୁଣି ବଞ୍ଚି ଉଠନ୍ତି। ମୋଶା ଯେତେବେଳେ ‘ଜ୍ୱଳନ୍ତବୁଦା’ ବିଷୟରେ ଲେଖିଲେ, ସେ କହିଥିଲେ ଯେ, ‘ପ୍ରଭୁ (ପରମେଶ୍ୱର) ହେଉଛନ୍ତି ଅବ୍ରହାମଙ୍କ ପରମେଶ୍ୱର, ଇସ୍ହାକଙ୍କ ପରମେଶ୍ୱର, ଓ ଯାକୁବଙ୍କ ପରମେଶ୍ୱର’
38
ଯଦି ପରମେଶ୍ୱର କହିଛନ୍ତି ଯେ, ସେ ସେମାନଙ୍କର ପରମେଶ୍ୱର, ତେବେ ଏ ଲୋକମାନେ ପ୍ରକୃତରେ ମୃତ ନୁହନ୍ତି। ସେ କେବଳ ଜୀବିତ ଲୋକମାନଙ୍କ ପରମେଶ୍ୱର। ଯେଉଁମାନେ ପରମେଶ୍ୱରଙ୍କ ଲୋକ, ସେମାନେ ସମସ୍ତେ ଜୀବିତ ଅଟନ୍ତି।
39
ଧର୍ମଶାସ୍ତ୍ରୀମାନେ କହିଲେ, “ଗୁରୁ, ଆପଣଙ୍କ ଉତ୍ତର ବହୁତ ଭଲ ଥିଲା।”
40
ଯୀଶୁଙ୍କୁ ଆଉ ଅଧିକ ପ୍ରଶ୍ନ ପଗ୍ଭରିବାକୁ କେହି ସାହସ କଲେ ନାହିଁ।
41
ଖ୍ରୀଷ୍ଟ କ’ଣ ଦାଉଦଙ୍କ ପୁତ୍ର ତା’ପରେ ଯୀଶୁ କହିଲେ, “ଲୋକେ କାହିଁକି କହୁଛନ୍ତି ଯେ ଖ୍ରୀଷ୍ଟ ଦାଉଦଙ୍କ ପୁତ୍ର?
42
ଗୀତସଂହିତାରେ ଦାଉଦ ନିଜେ କହିଛନ୍ତି: ‘ପ୍ରଭୁ ପରମେଶ୍ୱର ମୋର ପ୍ରଭୁ ଖ୍ରୀଷ୍ଟଙ୍କୁ କହିଲେ, ମୋର ଡାହାଣ ପଟେ ମୋ’ ପାଖରେ ବସ।
43
ମୁଁ ତୁମ୍ଭର ଶତ୍ରୁମାନଙ୍କୁ ତୁମ୍ଭ ଶକ୍ତି ଅଧୀନରେ ରଖିବି।’
44
ଦାଉଦ ଖ୍ରୀଷ୍ଟଙ୍କୁ ‘ପ୍ରଭୁ’ କହିଛନ୍ତି। କିନ୍ତୁ ଖ୍ରୀଷ୍ଟ ମଧ୍ୟ ଦାଉଦଙ୍କ ପୁତ୍ର। ଏ ଉଭୟ କଥା କିପରି ସତ୍ୟ ହୋଇ ପାରିବ?”
45
ଧର୍ମଶାସ୍ତ୍ରୀମାନଙ୍କ ବିରୁଦ୍ଧରେ ଚେତାବନୀ ସବୁଲୋକେ ଯୀଶୁଙ୍କ ଉପଦେଶ ଶୁଣୁଥିଲେ। ଯୀଶୁ ଶିଷ୍ୟମାନଙ୍କୁ କହିଲେ,
46
“ଧର୍ମଶାସ୍ତ୍ରୀମାନଙ୍କଠାରୁ ସାବଧାନ ରୁହ। ମାନ୍ୟଗନ୍ୟ ବ୍ୟକ୍ତିଙ୍କ ପରି ପୋଷାକପତ୍ର ପିନ୍ଧି ବୁଲାବୁଲି କରିବାକୁ ସେମାନେ ଗ୍ଭହାନ୍ତି। ହାଟବଜାରରେ ଲୋକେ ତାହାଙ୍କୁ ସମ୍ମାନ ଦେଖାନ୍ତୁ ବୋଲି ସେମାନେ ଭଲ ପାଆନ୍ତି। ଯିହୂଦୀ ସମାଜଗୃହମାନଙ୍କରେ ସବୁଠାରୁ ଶ୍ରେଷ୍ଠ ଆସନଗୁଡ଼ିକ ପାଇବାକୁ ସେମାନେ ଭଲ ପାଆନ୍ତି। ଭୋଜିମାନଙ୍କରେ ସବୁଠାରୁ ପ୍ରଧାନ ଆସନରେ ବସିବାକୁ ସେମାନେ ଭଲ ପାଆନ୍ତି।
47
କିନ୍ତୁ ସେମାନେ ବିଧବାମାନଙ୍କ ପ୍ରତି ଅତ୍ୟନ୍ତ ନୀଚ୍ଚ ମନୋଭାବ ଦେଖାନ୍ତି। ସେମାନେ ବିଧବାମାନଙ୍କର ଘରଦ୍ୱାର ଠକି କରି ନେଇ ଥା’ନ୍ତି। ସେମାନେ ଲମ୍ବାଲମ୍ବା ପ୍ରାର୍ଥନା କରି ନିଜକୁ ଭଲ ବୋଲି ଦେଖେଇ ହେବାକୁ ଚେଷ୍ଟା କରନ୍ତି। ପରମେଶ୍ୱର ଏହି ଲୋକମାନଙ୍କୁ କଠିନ ଦଣ୍ଡ ଦେବେ।”
← Chapter 19
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 21 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24