bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
1 Corinthians 1
1 Corinthians 1
Odia BSI (ପବିତ୍ର ବାଇବଲ (CL) NT (BSI))
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 2 →
1
ଈଶ୍ୱରଙ୍କ ଇଚ୍ଛାନୁଯାୟୀ ଖ୍ରୀଷ୍ଟ ଯୀଶୁଙ୍କ ପ୍ରେରିତ ଶିଷ୍ୟ ରୂପେ ଆହୂତ ପାଉଲ ଓ ଆମ ଭ୍ରାତା ସୋସ୍ଥିନା -
2
କରିନ୍ଥ ନଗରସ୍ଥ ଈଶ୍ୱରଙ୍କ ମଣ୍ଡଳୀକୁ ଏ ପତ୍ର ଲେଖୁଛନ୍ତି:- ଯେଉଁମାନେ ଈଶ୍ୱରଙ୍କ ପବିତ୍ର ଲୋକ ହେବା ନିମନ୍ତେ ଆହୂତ ଓ ଯୀଶୁ ଖ୍ରୀଷ୍ଟଙ୍କ ସହ ମିଳିତ ହେବା ଦ୍ୱାରା ଈଶ୍ୱରଙ୍କ ହୋଇ ଅଛନ୍ତି ଏବଂ ସର୍ବତ୍ର ଆମ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଉପାସନା କରୁଛନ୍ତି:
3
ସେ ସମସ୍ତଙ୍କୁ ଆମ ପିତା ଈଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଅନୁଗ୍ରହ ଓ ଶାନ୍ତି ପ୍ରଦାନ କରନ୍ତୁ।
4
ଯୀଶୁ ଖ୍ରୀଷ୍ଟଙ୍କ ଦେଇ ଈଶ୍ୱର ତୁମ୍ଭମାନଙ୍କୁ ଯେଉଁ ଅନୁଗ୍ରହ ପ୍ରଦାନ କରିଛନ୍ତି, ସେଥିପାଇଁ ମୁଁ ଈଶ୍ୱରଙ୍କୁ ସର୍ବଦା ଧନ୍ୟବାଦ ଦେଉଛି,
5
କାରଣ ଖ୍ରୀଷ୍ଟଙ୍କ ସହିତ ସମ୍ମିଳିତ ହୋଇଥିବାରୁ ତୁମ୍ଭେମାନେ ସବୁ ବିଷୟରେ ଏପରି କି ବାକ୍ଶକ୍ତି ଓ ଜ୍ଞାନରେ ମଧ୍ୟ ସମୃଦ୍ଧ ହୋଇଅଛି।
6
ଖ୍ରୀଷ୍ଟ ସମ୍ପର୍କୀୟ ବାର୍ତ୍ତା ତୁମଠାରେ ଦୃଢ଼ ପ୍ରତିଷ୍ଠିତ ହୋଇଛି।
7
ସେଥିପାଇଁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଆବବିର୍ଭାବର ଅପେକ୍ଷାରେ ଥିବା ସମୟରେ ତୁମ୍ଭମାନଙ୍କର କୌଣସି ଆତ୍ମିକ ଆଶୀର୍ବାଦର ଅଭାବ ହୋଇ ନାହିଁ।
8
ସେ ମଧ୍ୟ ତୁମ୍ଭମାନଙ୍କୁ ଶେଷ ପର୍ଯ୍ୟନ୍ତ ସୁରକ୍ଷା କରିବେ। ଫଳରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ “ଦିବସ”ରେ ତୁମ୍ଭେମାନେ ନିର୍ଦ୍ଦୋଷ ବିବେଚିତ ହେବ।
9
ଯେଉଁ ଈଶ୍ୱର ତାଙ୍କ ପୁତ୍ର ଆମ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସାହଚର୍ଯ୍ୟ ପାଇବା ପାଇଁ ତୁମ୍ଭମାନଙ୍କୁ ଆହ୍ୱାନ କରିଛନ୍ତି, ସେ ସଦା ବିଶ୍ୱସ୍ତ।
10
ଭାଇମାନେ, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅଧିକାର ବଳରେ ମୁଁ ତୁମ୍ଭମାନଙ୍କୁ ଆବେଦନ କରୁଛି, ଆଲୋଚନା କରିବା ସମୟରେ ଏକ ମତ ହୁଅ। ତା’ହେଲେ ତୁମ ମଧ୍ୟରେ କୌଣସି ବିଭେଦ ରହିବ ନାହିଁ।
11
ଏକ ଚିନ୍ତା ଓ ଏକ ଲକ୍ଷ୍ୟ ନେଇ ଏକତାବଦ୍ଧ ହୁଅ। ଭାଇମାନେ, ତୁମ୍ଭମାନଙ୍କ ମଧ୍ୟରେ ବାଦବିବାଦ ରହିଛି ବୋଲି ଖୁୟୀଙ୍କ ପରିବାରର କେତେକ ମୋତେ ଜଣାଇଛନ୍ତି।
12
ମୋର ମନେହୁଏ, ତୁମ୍ଭେମାନେ ପ୍ରତେକେ ବିଭିନ୍ନ ମତ ବ୍ୟକ୍ତ କରୁଛ। କେହି କହୁଛି, ‘ମୁଁ ପାଉଲଙ୍କୁ ଅନୁସରଣ କରୁଛି,’ କେହି କହୁଛି, ‘ମୁଁ ପିତରଙ୍କର ଅନୁଗାମୀ,’ ଆଉ କେହି କହୁଛି, ‘ମୁଁ ଖ୍ରୀଷ୍ଟଙ୍କର ଅନୁଗାମୀ’।
13
ଖ୍ରୀଷ୍ଟ କ’ଣ ବିଭକ୍ତ ହୋଇଛନ୍ତି? ପାଉଲ କ’ଣ ତୁମ୍ଭମାନଙ୍କ ପାଇଁ କ୍ରୁଶରେ ହତ ହୋଇଥିଲେ? ତୁମ୍ଭେମାନେ କ’ଣ ପାଉଲଙ୍କ ଶିଷ୍ୟ ରୂପେ ଜଳଦୀକ୍ଷା ଗ୍ରହଣ କରିଥିଲ?
14
ଈଶ୍ୱରଙ୍କୁ ଧନ୍ୟବାଦ ଜଣାଉଛି ଯେ କ୍ରିଷ୍ପ ଓ ଗାୟଙ୍କ ବ୍ୟତୀତ ତୁମ୍ଭମାନଙ୍କ ମଧ୍ୟରୁ ମୁଁ କାହାକୁ ଜଳଦୀକ୍ଷା ଦେଇ ନାହିଁ।
15
ତେଣୁ ମୋର ଶିଷ୍ୟ ରୂପେ ଜଳଦୀକ୍ଷା ନେଇଛନ୍ତି ବୋଲି ତୁମ୍ଭମାନଙ୍କ ମଧ୍ୟରୁ କେହି କହି ପାରିବେ ନାହିଁ।
16
(ହଁ, ମୁଁ ସ୍ତିଫାନ ଓ ତାଙ୍କ ପରିବାରବର୍ଗଙ୍କୁ ଜଳଦୀକ୍ଷା ଦେଇଥିଲି। ଅନ୍ୟ କାହାକୁ ଜଳଦୀକ୍ଷା ଦେଇଛି ବୋଲି ମୋର ମନେ ପଡ଼ୁ ନାହିଁ।)
17
ଜଳଦୀକ୍ଷା ଦେବା ପାଇଁ ଖ୍ରୀଷ୍ଟ ମୋତେ ପ୍ରେରଣ କରି ନାହାନ୍ତି। ସେ ମୋତେ ସୁସମାଚାର ପ୍ରଚାର କରିବାକୁ ପ୍ରେରଣ କରିଛନ୍ତି; ତାହା ମଧ୍ୟ ବାକ୍ୟାଡ଼ମ୍ବରରେ ନୁହେଁ, କାଳେ ଖ୍ରୀଷ୍ଟଙ୍କ କ୍ରୁଶର ଶକ୍ତି ଓ ପ୍ରଭାବ ବ୍ୟର୍ଥ ହୁଏ।
18
ବିନଷ୍ଟ ହେବାକୁ ଯାଉଥିବା ଲୋକମାନଙ୍କ ପାଇଁ କ୍ରୁଶର ବାର୍ତ୍ତା ନିର୍ବୋଧତା। କିନ୍ତୁ ଆମ୍ଭମାନଙ୍କ ପରି ପରିତ୍ରାଣପ୍ରାପ୍ତ ହେଉଥିବା ଲୋକମାନଙ୍କ ପାଇଁ ଏହା ହେଉଛି ଈଶ୍ୱରଙ୍କ ଶକ୍ତି।
19
କାରଣ ଧର୍ମଶାସ୍ତ୍ରରେ ଲେଖାଅଛି: “ମୁଁ ଜ୍ଞାନୀମାନଙ୍କର ଜ୍ଞାନ ବିନଷ୍ଟ କରିବି, ବିଦ୍ୱାନମାନଙ୍କ ବିଚକ୍ଷଣତା ବ୍ୟର୍ଥ କରିବି।”
20
ତେଣୁ ଏ ଯୁଗର ଜ୍ଞାନୀ, ପଣ୍ଡିତ କିମ୍ବା ତାର୍କିକମାନଙ୍କର ସ୍ଥାନ କେଉଁଠାରେ? ଏହି ଜଗତର ଜ୍ଞାନକୁ ମୂର୍ଖତା ବୋଲି ଈଶ୍ୱର ପ୍ରକାଶ କରି ନାହାନ୍ତି କି?
21
ଈଶ୍ୱର ତାଙ୍କ ମହାଜ୍ଞାନରେ ସ୍ଥିର କରିଥିଲେ ଯେ ମନୁଷ୍ୟ ନିଜ ଜ୍ଞାନ ଦ୍ୱାରା ଈଶ୍ୱରଙ୍କୁ ଜାଣିପାରିବ ନାହିଁ। ଅନ୍ୟ ପକ୍ଷରେ, ଆମେ ପ୍ରଚାର କରୁଥିବା ତଥାକଥିତ ନିର୍ବୋଧ ସୁସମାଚାରରେ ବିଶ୍ୱାସ କରୁଥିବା ଲୋକମାନଙ୍କୁ ଉଦ୍ଧାର କରିବା ପାଇଁ ଈଶ୍ୱର ମନସ୍ଥ କରିଛନ୍ତି।
22
ଇହୂଦୀମାନେ ଚିହ୍ନ ଖୋଜନ୍ତି, ଗ୍ରୀକ୍ମାନେ ଜ୍ଞାନ ଅନ୍ୱେଷଣ କରନ୍ତି।
23
କିନ୍ତୁ ଆମେ କ୍ରୁଶବିଦ୍ଧ ଯୀଶୁଙ୍କୁ ପ୍ରଚାର କରୁଛୁ। ଏହା ଇହୁଦୀମାନଙ୍କ ନିମନ୍ତେ ବିଘ୍ନ ସ୍ୱରୂପ ଓ ଅଣଇହୁଦୀମାନଙ୍କ ଦୃଷ୍ଟିରେ ନିର୍ବୋଧତା ହୋଇପରେ;
24
କିନ୍ତୁ ଇହୁଦୀ ଓ ଗ୍ରୀକ୍ ନିର୍ବିଶେଷରେ ଆହୂତ ସମସ୍ତଙ୍କ ପାଇଁ ଖ୍ରୀଷ୍ଟ ହେଉଛନ୍ତି ଈଶ୍ୱରଙ୍କ ଶକ୍ତି ଓ ଜ୍ଞାନର ଅଭିବ୍ୟକ୍ତି।
25
କାରଣ ଯାହା ଈଶ୍ୱରଙ୍କ ମୂର୍ଖତା ବୋଲି ମନେହୁଏ, ତାହା ମନୁଷ୍ୟ ଜ୍ଞାନଠାରୁ ଉକ୍ରୃଷ୍ଟତର। ପୁଣି ଯାହା ଈଶ୍ୱରଙ୍କ ଦୁର୍ବଳତା ବୋଲି ମନେହୁଏ, ତାହା ମନୁଷ୍ୟର ବଳଠାରୁ ଅଧିକ ଶକ୍ତିଶାଳୀ।
26
ଭାଇମାନେ, ଈଶ୍ୱର ଆହ୍ୱାନ କରିବା ସମୟରେ ତୁମ୍ଭେମାନେ କିପରି ଥିଲ, ତାହା ବିବେଚନା କର। ଜାଗତିକ ଦୃଷ୍ଟିକୋଣରୁ ତୁମ୍ଭମାନଙ୍କ ମଧ୍ୟରୁ ମାତ୍ର କେତେ ଜଣ ଜ୍ଞାନୀ, କ୍ଷମତାପନ୍ନ ବା ଉଚ୍ଚବଂଶଜ ଥିଲ।
27
କିନ୍ତୁ ଈଶ୍ୱର ଜ୍ଞାନୀମାନଙ୍କୁ ଲଜ୍ଜିତ କରିବା ପାଇଁ ଜଗତ ଦ୍ୱାରା ବିବେଚିତ ଦୁର୍ବଳମାନଙ୍କୁ ମନୋନୀତ କରିଛନ୍ତି।
28
ଜଗତ ଦୃଷ୍ଟିରେ ଯାହା ସବୁ ଗୁରୁତ୍ୱପୂର୍ଣ୍ଣ, ସେଗୁଡ଼ିକୁ ବିଲୋପ କରିବା ପାଇଁ; ଜଗତର ହେୟ, ଉପେକ୍ଷିତ ଓ ନଗଣ୍ୟମାନଙ୍କୁ ସେ ପସନ୍ଦ କରିଛନ୍ତି।
29
ଏଥିର ସୁସ୍ପଷ୍ଟ ଯେ କେହି ଈଶ୍ୱରଙ୍କ ସମ୍ମୁଖରେ ଦର୍ପ ପରି ନ ପାରେ।
30
କିନ୍ତୁ ଈଶ୍ୱର ତୁମ୍ଭମାନଙ୍କୁ ଖ୍ରୀଷ୍ଟ ଯୀଶୁଙ୍କ ସହିତ ସଂଯୁକ୍ତ କରିଛନ୍ତି ଓ ସେହି ଖ୍ରୀଷ୍ଟଙ୍କୁ ହିଁ ଆମ୍ଭମାନଙ୍କ ଜ୍ଞାନ ସ୍ୱରୂପ କରିଛନ୍ତି। ତାଙ୍କ ଦ୍ୱାରା ଈଶ୍ୱରଙ୍କ ସହିତ ଆମର ଯଥାର୍ଥ ସମ୍ପର୍କ ପୁନଃପ୍ରତିଷ୍ଠିତ ହୋଇଛି, ଆମେ ଧାର୍ମିକ ଓ ପବିତ୍ର ଲୋକ ହୋଇ ମୁକ୍ତି ପାଇଛୁ।
31
ତେଣୁ ଧର୍ମଶାସ୍ତ୍ରରେ ଯେପରି ଲେଖାଅଛି: “ଯେ ଦର୍ପ କରିବାକୁ ଚାହେଁ, ପ୍ରଭୁ ଯାହା କରିଛନ୍ତି, ସେଥିପାଇଁ କେବଳ ସେ ଦର୍ପ କରୁ।”
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 2 →
All chapters:
1
2
3
4
5
6
7
8
9
10
11
12
13
14
15
16