bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
1 Corinthians 14
1 Corinthians 14
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 13
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 15 →
1
ତେଣୁ ପ୍ରେମ ନିମିତ୍ତ ତୁମ୍ଭେମାନେ ଉଦ୍ଯୋଗୀ ହୁଅ। ଅନ୍ୟାନ୍ୟ ଆତ୍ମିକ ଦାନ ପାଇବା, ବିଶେଷତଃ ଈଶ୍ୱରଙ୍କ ବାର୍ତ୍ତା ପ୍ରଚାର କରିବା, ତୁମ୍ଭମାନଙ୍କ ଆନ୍ତରିକ କାମନା ହେଉ।
2
ଯେ ଅଲୌକିକ ଭାଷାରେ କଥା କହେ, ସେ ମନୁଷ୍ୟ ସହିତ କଥା କହେ ନାହିଁ - ଈଶ୍ୱରଙ୍କ ଉଦ୍ଦେଶ୍ୟରେ କହେ। ତା’ କଥା କେହି ବୁଝି ପାରନ୍ତି ନାହିଁ। ସେ ଆତ୍ମାଙ୍କ ଶକ୍ତିରେ ନିଗୂଢ଼ ତଥ୍ୟସବୁ କହେ।
3
କିନ୍ତୁ ଯେ ଈଶ୍ୱରଙ୍କ ବାକ୍ୟ ପ୍ରଚାର କରେ, ସେ ତାହା ଲୋକମାନଙ୍କୁ କହେ, ତଦ୍ଦ୍ୱାରା ସେମାନଙ୍କୁ ସାହାଯ୍ୟ, ଉତ୍ସାହ ଓ ସାନ୍ତ୍ୱନା ଦେଇଥାଏ।
4
ଯେ ଅଲୌକିକ ଭାଷାରେ କଥା କହେ, ସେ କେବଳ ନିଜ ପାଇଁ ତାହା କରେ; କିନ୍ତୁ ଯେ ଈଶ୍ୱରଙ୍କ ବାକ୍ୟ ପରିବେଷଣ କରେ, ସେ ସମସ୍ତ ମଣ୍ଡଳୀକୁ ସାହାଯ୍ୟ କରେ।
5
ତୁମ୍ଭେମାନେ ସମସ୍ତେ ଅଲୌକିକ ଭାଷାରେ କଥା କହିଲେ, ମୁଁ ଖୁସି ହେବି, କିନ୍ତୁ ମୁଁ ଚାହେଁ, ତୁମ୍ଭେମାନେ ଈଶ୍ୱରଙ୍କ ବାକ୍ୟ ପ୍ରଚାର କରିବା ପାଇଁ ଶକ୍ତି ପାଅ। ଅଲୌକିକ ଭାଷାରେ କଥା କହିବା, ମଣ୍ଡଳୀ ପାଇଁ ଉପାଦେୟ ହେବ; ଯଦି କେହି ତା’ର ଅର୍ଥ ବ୍ୟାଖ୍ୟା କରି ବୁଝାଇ ଦିଏ, ନଚେତ୍ ଅଲୌକିକ ଭାଷାରେ କଥା କହିବାଠାରୁ ଈଶ୍ୱରଙ୍କ ବାର୍ତ୍ତା ପ୍ରଚାର କରିବା ଶ୍ରେଷ୍ଠତର।
6
ଭାଇମାନେ, ମୁଁ ଯଦି ତୁମ୍ଭମାନଙ୍କ ନିକଟକୁ ଆସି ଅଲୌକିକ ଭାଷାରେ କଥା କହେ, ଅଥଚ ଈଶ୍ୱରଙ୍କଠାରୁ କୌଣସି ପ୍ରତ୍ୟାଦେଶ କିମ୍ବା ବାର୍ତ୍ତା କିମ୍ବା କୌଣସି ଶିକ୍ଷଣୀୟ ବିଷୟ ପ୍ରକାଶ ନ କରେ, ତେବେ ତୁମ୍ଭମାନଙ୍କର କି ଉପକାର ହେବ?
7
ବଂଶୀ ବା ବୀଣା ପରି ନିର୍ଜୀବ ବାଦ୍ୟ ଯନ୍ତ୍ର ଯଦି ଠିକ୍ ସୁରରେ ନ ବାଜେ, ତେବେ ସେଥିରେ କ’ଣ ବାଜୁଛି, କେହି କଅଣ ଜାଣି ପାରିବ?
8
ତୂରୀ ଧ୍ୱନିର ସଙ୍କେତ ଅସ୍ପଷ୍ଟ ହେଲେ, କିଏ କାହିଁକି ଯୁଦ୍ଧ ପାଇଁ ପ୍ରସ୍ତୁତ ହେବ?
9
ସେହିପରି, ଯଦି ଅଜଣା ଭାଷାରେ କଥା କୁହ, ତେବେ ତାକୁ କିଏ ବୁଝିବ? ଏହା ପବନକୁ କହିଲା ପରି ହେବ।
10
ଜଗତରେ ଅନେକ ଭାଷା ଅଛି, କିନ୍ତୁ ସେଗୁଡ଼ିକ ମଧ୍ୟରୁ ଗୋଟିଏ ହେଲେ ଅର୍ଥଶୂନ୍ୟ ନୁହେଁ।
11
ଯଦି ମୋ’ ସହିତ କଥାବାର୍ତ୍ତା ହେଉଥିବା ବ୍ୟକ୍ତିର ଭାଷା ମୁଁ ବୁଝିପାରେ ନାହିଁ, ତେବେ ସେହି ବ୍ୟକ୍ତି ମୋ’ ନିକଟରେ ଅଚିହ୍ନା ଲୋକ ପରି ହେବ, ମୁଁ ମଧ୍ୟ ତାଙ୍କ ନିକଟରେ ଅଚିହ୍ନା ଲୋକ ପରି ହେବି।
12
ତୁମ୍ଭେମାନେ ବିଭିନ୍ନ ଆତ୍ମିକଦାନ ପାଇବାକୁ ଆଗ୍ରହାନ୍ୱିତ ଥିବାରୁ, ତନ୍ମଧ୍ୟରୁ ଯେଉଁସବୁ ମଣ୍ଡଳୀର ପୁଷ୍ଟି ସାଧନ କରିପାରେ, ସେଗୁଡ଼ିକର ବହୁଳ ବ୍ୟବହାର ପାଇଁ ଚେଷ୍ଟା କର।
13
ତେଣୁ ଯେ ଅଲୌକିକ ଭାଷାରେ କଥା କୁହେ, ସେ ଏହାର ଅର୍ଥ ବ୍ୟାଖ୍ୟା କରିବା ଶକ୍ତି ପାଇବାକୁ ପ୍ରାର୍ଥନା କରୁ।
14
ଯଦି ମୁଁ ଅଲୌକିକ ଭାଷାରେ ପ୍ରାର୍ଥନା କରେ, କେବଳ ମୋର ଅନ୍ତରାତ୍ମା ତାହା କରେ, ମୋର ବୋଧ ଶକ୍ତି ସେଥିରେ ସକ୍ରିୟ ନ ଥାଏ।
15
ତେବେ ମୁଁ କ’ଣ କରିବି? ମୁଁ ମୋ’ ଆତ୍ମାର ପ୍ରେରଣାରେ ପ୍ରାର୍ଥନା କରିବି, କିନ୍ତୁ ସଙ୍ଗେ ସଙ୍ଗେ ମୋର ବୁଦ୍ଧି ପ୍ରୟୋଗ କରି ମଧ୍ୟ ପ୍ରାର୍ଥନା କରିବି। ମୁଁ ମୋର ଆତ୍ମାର ପ୍ରେରଣାରେ ଗୀତ ଗାଇବି, କିନ୍ତୁ ତାହା ସହିତ ମନ ଧ୍ୟାନ ଦେଇ ଗୀତ ଗାଇବି।
16
ତା’ ନ ହେଲେ ଈଶ୍ୱରଙ୍କୁ କେବଳ ତୁମ ଆତ୍ମାର ଉଚ୍ଛ୍ୱାସରେ କୃତଜ୍ଞତା ଜ୍ଞାପନ ଭଲାବେଳେ, ସେଠାରେ ଉପସ୍ଥିତ ଥିବା ଜଣେ ସାଧାରଣ ଲୋକ କିପରି ତୁମ ସହିତ ‘ଆମେନ୍’ (ତଥାସ୍ତୁ) କହିବ? କାରଣ ତୁମେ କ’ଣ କହୁଛ, ତାହା ସେ ଜାଣିପାରେ ନାହିଁ।
17
ତୁମେ ଉତ୍ତମ ଭାବରେ ଈଶ୍ୱରଙ୍କୁ କୃତଜ୍ଞତା ଜଣାଉଥିଲେ ସୁଦ୍ଧା, ତାହା ଦ୍ୱାରା ସେହି ଲୋକଟି କୌଣସି ପ୍ରକାରେ ଉପକୃତ ହୋଇ ପାରିବ ନାହିଁ।
18
ମୁଁ ଈଶ୍ୱରଙ୍କୁ ଧନ୍ୟବାଦ ଦେଉଛି, କାରଣ ମୁଁ ତୁମ ସମସ୍ତଙ୍କଠାରେ ଅଧିକ ମାତ୍ରାରେ ଅଲୌକିକ ଭାଷା କହିପାରେ।
19
କିନ୍ତୁ ମଣ୍ଡଳୀର ଉପାସନାରେ ଅଲୌକିକ ଭାଷାରେ ହଜାର ହଜାର ଶବ୍ଦ ବ୍ୟବହାର ନ କରି ବରଂ ସମସ୍ତଙ୍କର ବୋଧଗମ୍ୟ ହେବା ଭଳି ପାଞ୍ଚଟି ଶବ୍ଦ କହିବା ଉଚିତ୍ ବୋଲି ମୁଁ ମନେକରେ।
20
ଭାଇମାନେ, ଚିନ୍ତାଧାରାରେ ଶିଶୁ ପରି ହୁଅ ନାହିଁ। ମନ୍ଦ ବିଷୟ ପ୍ରତି ଶିଶୁ ପରି ହୁଅ; କିନ୍ତୁ ବୁଦ୍ଧି ବିଚାରରେ ତୁମ୍ଭେମାନେ ପୂର୍ଣ୍ଣ ବୟସ୍କ ହେବା ଉଚିତ୍।
21
ଧର୍ମଶାସ୍ତ୍ରରେ ଲେଖାଅଛି: “ପ୍ରଭୁ କହନ୍ତି, ଅଜଣା ଭାଷା କହୁଥିବା ବିଦେଶୀୟମାନଙ୍କ ମୁଖରେ ମୁଁ ଏହି ଜାତି ସହିତ କଥା କହିବି। ତଥାପି ସେମାନେ ମୋ’ କଥା ଶୁଣିବେ ନାହିଁ।”
22
ସୁତରାଂ ଅଲୌକିକ ଭାଷା କହିବା ଶକ୍ତି ବିଶ୍ୱାସୀମାନଙ୍କ ପାଇଁ କୌଣସି ବିଷୟର ନିଦର୍ଶନ ସ୍ୱରୂପ ନୁହେଁ। ତାହା କେବଳ ଅବିଶ୍ୱାସୀମାନଙ୍କ ନିକଟରେ ଐଶ୍ୱରିକ ଶକ୍ତିର ନଦର୍ଶନ। ଅନ୍ୟ ପକ୍ଷରେ, ଈଶ୍ୱରଙ୍କ ବାର୍ତ୍ତା ପ୍ରଚାର କରିବା ଶକ୍ତି ଅବିଶ୍ୱାସୀମାନଙ୍କ ପାଇଁ ନୁହେଁ, ମାତ୍ର ବିଶ୍ୱାସୀମାନଙ୍କ ପାଇଁ ଐଶ୍ୱରିକ ନିଦର୍ଶନ।
23
ମଣ୍ଡଳୀର ସମସ୍ତେ ଏକତ୍ର ହେଉଥିବା ସମୟରେ ଯଦି ପ୍ରତ୍ୟେକେ ଅଜଣା ଭାଷାରେ କଥା କହନ୍ତି ଓ ସେଠାରେ ସାଧାରଣ ଲୋକେ ବା ଅନ୍ୟ ଧର୍ମାବଲମ୍ବୀମାନେ ଉପସ୍ଥିତ ହୁଅନ୍ତି, ସେମାନେ କଅଣ ମଣ୍ଡଳୀର ସମସ୍ତଙ୍କୁ ପାଗଳ ବୋଲି ମନେ କରିବେ ନାହିଁ?
24
କିନ୍ତୁ ସେମାନେ ଯଦି ଈଶ୍ୱରଙ୍କ ବାକ୍ୟ ପ୍ରଚାର କରୁଥାଆନ୍ତି ଓ ଜଣେ ଅନ୍ୟ ମତାବଲମ୍ବୀ କିମ୍ବା ସାଧାରଣ ଲୋକ ସେଠାରେ ଉପସ୍ଥିତ ହୁଏ, ସେ ଯାହା ଶୁଣିବ,
25
ତଦ୍ଦ୍ୱାରା ତା’ ପାପ ପ୍ରତି ସେ ସଚେତନ ହୋଇ ପାରିବ; ତା’ ହୃଦୟର ଗୁପ୍ତ ବିଷୟସବୁ ଉଦ୍ଘାଟିତ ହେବ; ସେ ଈଶ୍ୱରଙ୍କ ନିକଟରେ ପ୍ରଣିପାତ କରି ତାଙ୍କର ଆରାଧନା କରିବ ଏବଂ ଘୋଷଣା କରିବ: “ପ୍ରକୃତରେ ଈଶ୍ୱର ତୁମ୍ଭମାନଙ୍କ ମଧ୍ୟରେ ଉପସ୍ଥିତ!”
26
ଭାଇମାନେ, ତୁମ୍ଭମାନଙ୍କୁ ମୋର କହିବାର ଉଦ୍ଦେଶ୍ୟ; ଉପାସନା କରିବା ନିମନ୍ତେ ସମବେତ ହେବା ସମୟରେ କେହି ଜଣେ ଗୀତ ଗାଉ, ଆଉ ଜଣେ ଶିକ୍ଷା ଦେଉ, କେହି ଜଣେ ଈଶ୍ୱରଙ୍କ ପ୍ରତ୍ୟାଦେଶ ପ୍ରକାଶ କରୁ, ଆଉ ଜଣେ ଅଲୌକିକ ଭାଷାରେ କଥା କହୁ ଏବଂ ଆଉ କେହି ଏହି ଅଜଣା ଭାଷାର ଅର୍ଥ ବୁଝାଇ ଦେଉ। ଏହିସବୁ ମଣ୍ଡଳୀର ପୁଷ୍ଟିସାଧନ ନିମନ୍ତେ କରାଯିବା ଆବଶ୍ୟକ।
27
ଯଦି କେତେକ ଅଲୌକିକ ଭାଷାରେ କହିବା ପାଇଁ ଚାହାନ୍ତି, ତେବେ ଜଣକ ପରେ ଜଣେ ଏହିପରି ଦୁଇ ବା ଅତି ବେଶୀ ହେଲେ, ତିନି ଜଣ କୁହନ୍ତୁ ଏବଂ କେହି ଜଣେ ନିଶ୍ଚୟ ତା’ର ଅର୍ଥ ବୁଝାଇ ଦେଉ।
28
ଅର୍ଥ ବ୍ୟାଖ୍ୟା କରିବାକୁ କେହି ନ ଥିଲେ, ଅଲୌକିକ ଭାଷାରେ କଥା କହିବାକୁ ଚାହୁଁଥିବା ବ୍ୟକ୍ତି ଉପାସନାରେ ନୀରବ ରହୁ। ସେ କେବଳ ମନେ ମନେ ଈଶ୍ୱରଙ୍କ ସହିତ ସେହିପରି କଥା କହୁ।
29
ଦୁଇ ବା ତିନି ଜଣ ଈଶ୍ୱରଙ୍କ ବାର୍ତ୍ତା ପରିବେଷଣ କରନ୍ତୁ, ଅନ୍ୟମାନେ ତାହା ବିଚାର କରି ଦେଖନ୍ତୁ।
30
କିନ୍ତୁ ଉପାସନାରେ ଉପସ୍ଥିତ ଥିବା କେହି ଯଦି ହଠାତ୍ ଈଶ୍ୱରଙ୍କଠାରୁ କୌଣସି ବାର୍ତ୍ତା ପାଆନ୍ତି, ତେବେ ଭାଷଣ ଦେଉଥିବା ବ୍ୟକ୍ତି ତାଙ୍କ ବକ୍ତବ୍ୟ ସ୍ଥଗିତ ରଖନ୍ତୁ।
31
ସମସ୍ତଙ୍କର ଶିକ୍ଷା ଓ ପ୍ରେରଣା ନିମନ୍ତେ ସମସ୍ତେ ଜଣକ ପରେ ଜଣେ ଈଶ୍ୱରଙ୍କ ବାର୍ତ୍ତା ପ୍ରଚାର କରିପାର।
32
କିନ୍ତୁ ଈଶ୍ୱରଙ୍କ ବାକ୍ୟ ପ୍ରଚାର କରିବା ଶକ୍ତି ପ୍ରଚାରକର ଆୟତ୍ତାଧୀନ ହେବା ଉଚିତ୍।
33
କାରଣ ଈଶ୍ୱର ବିଶୃଙ୍ଖଳତାର ସ୍ରଷ୍ଟା ନୁହନ୍ତି - ସେ ଶାନ୍ତିପ୍ରିୟ ଈଶ୍ୱର। ଈଶ୍ୱରଙ୍କ ଅନ୍ୟାନ୍ୟ ଉପାସକ ମଣ୍ଡଳୀରେ ଯେପରି,
34
ତୁମ ମଣ୍ଡଳୀର ସଭାମାନଙ୍କରେ ମଧ୍ୟ ସେହିପରି ମହିଳାମାନେ ନୀରବ ରୁହନ୍ତୁ। ସେଠାରେ କଥା କହିବା ପାଇଁ ସେମାନଙ୍କୁ ଅନୁମତି ମିଳି ନାହିଁ। ଇହୁଦୀ ବ୍ୟବସ୍ଥା ଅନୁଯାୟୀ ସେମାନେ ବଶୀଭୂତା ହୋଇ ରୁହନ୍ତୁ।
35
ସେମାନେ କୌଣସି ବିଷୟ ବୁଝିବାକୁ ଚାହିଁଲେ, ଘରକୁ ଫେରି ନିଜ ସ୍ୱାମୀଙ୍କୁ ପଚାରନ୍ତୁ। କାରଣ ମଣ୍ଡଳୀରେ କଥା କହିବା, ନାରୀମାନଙ୍କ ପକ୍ଷରେ ଲଜ୍ଜାଜନକ।
36
ଈଶ୍ୱରଙ୍କ ବାକ୍ୟ କଅଣ ତୁମ୍ଭମାନଙ୍କ ମଧ୍ୟରୁ ଉତ୍ପନ୍ନ ହୋଇଥିଲା ଅଥବା ଏହା କ’ଣ କେବଳ ତୁମ୍ଭମାନଙ୍କ ନିକଟକୁ ଆସିଥିଲା?
37
ତୁମ୍ଭମାନଙ୍କ ମଧ୍ୟରୁ କେହି ଯଦି ନିଜକୁ ଜଣେ ଭାବବାଦୀ କିମ୍ବା ଆତ୍ମିକ ଦାନପ୍ରାପ୍ତ ବ୍ୟକ୍ତି ବୋଲି ଭାବେ, ସେ ଜାଣୁ ଯେ, ଏଠାରେ ମୁଁ ଯାହାସବୁ ଲେଖିଛି, ତାହା ପ୍ରଭୁଙ୍କ ଆଦେଶ।
38
କିନ୍ତୁ ଯଦି ସେ ଏସବୁ କଥାକୁ ଉପେକ୍ଷା କରେ, ତୁମ୍ଭେମାନେ ତାକୁ ଉପେକ୍ଷା କର।
39
ତେଣୁ ଭାଇମାନେ, ଈଶ୍ୱରଙ୍କ ବାର୍ତ୍ତା ପ୍ରଚାର କରିବା ପାଇଁ ଆଗ୍ରହାନ୍ୱିତ ହୁଅ। କିନ୍ତୁ ଅଲୌକିକ ଭାଷାରେ କଥା କହିବା ପାଇଁ କାହାକୁ ନିଷେଧ କର ନାହିଁ।
40
ସମସ୍ତ କାର୍ଯ୍ୟ ଯଥାର୍ଥ ଭାବରେ ଓ ଶୃଙ୍ଖଳାର ସହିତ କରାଯିବା ଆବଶ୍ୟକ।
← Chapter 13
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 15 →
All chapters:
1
2
3
4
5
6
7
8
9
10
11
12
13
14
15
16