bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
1 Corinthians 6
1 Corinthians 6
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 5
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 7 →
1
ତୁମ୍ଭମାନଙ୍କ ମଧ୍ୟରୁ ଜଣକ ବିରୁଦ୍ଧରେ ଯଦି କାହାର କୌଣସି ଅଭିଯୋଗ ଥାଏ, ତେବେ ସେ ଖ୍ରୀଷ୍ଟୀୟ ମଣ୍ଡଳୀ ନିକଟକୁ ଯିବା ପାଇଁ କିପରି ସାହସ କରୁଛ?
2
ଈଶ୍ୱରଙ୍କ ଲୋକମାନେ ଜଗତର ବିଚାର କରିବେ ବୋଲି କ’ଣ ଜାଣ ନାହିଁ? ତୁମେ ଯଦି ଜଗତର ବିଚାର କରିପାର, ତେବେ ଏହି ସାମାନ୍ୟ ବିଷୟଗୁଡ଼ିକର କ’ଣ ମୀମାଂସା କରି ପାରିବ ନାହିଁ?
3
ଆମେ ସ୍ୱର୍ଗଦୂତମାନଙ୍କର ମଧ୍ୟ ବିଚାର କରିବା, ଏହା କ’ଣ ଜାଣ ନାହିଁ? ତେବେ ଜାଗତିକ ମାମଲାଗୁଡ଼ିକର ମୀମାଂସା କରିବା, ଆମ ପକ୍ଷରେ ଅଧିକ ସହଜ ହେବ ନାହିଁ କି?
4
ଏହିସବୁ ସାଧାରଣ ବିଷୟର ସମାଧାନ ପାଇଁ କାହିଁକି ଖ୍ରୀଷ୍ଟୀୟ ମଣ୍ଡଳୀ ଦୃଷ୍ଟିରେ ଯେଉଁମାନେ ସମ୍ମାନାସ୍ପଦ ନୁହନ୍ତି, ସେହିଭଳି ଇତର ଲୋକମାନଙ୍କ ନିକଟକୁ ଯାଉଛ?
5
ଏଥିପାଇଁ ତୁମ୍ଭେମାନେ ଲଜ୍ଜିତ ହେବା ଉଚିତ୍। ଖ୍ରୀଷ୍ଟବିଶ୍ୱାସୀ ଭାଇ ମଧ୍ୟରେ ଉପୁଜିଥିବା ବିବାଦର ନିଷ୍ପତ୍ତି କରିବାକୁ ନିଶ୍ଚୟ ତୁମ ମଣ୍ଡଳୀରେ କେହି ନା କେହି ଜଣେ ବିଜ୍ଞ ବ୍ୟକ୍ତି ଅଛନ୍ତି।
6
ତାଙ୍କ ନିକଟକୁ ନ ଯାଇ ଜଣେ ଭାଇ ଅନ୍ୟ ଭାଇ ବିରୁଦ୍ଧରେ ଅଦାଲତରେ ନାଲିସ୍ କରୁଛି, ଅଣବିଶ୍ୱାସୀମାନେ ଏହାର ବିଚାର କରୁଛନ୍ତି।
7
ତୁମ୍ଭମାନଙ୍କ ମଧ୍ୟରେ ଚାଲିଥିବା ମାଲିମକଦ୍ଦମା ପ୍ରମାଣିତ କରୁଛି ଯେ ତୁମ୍ଭେମାନେ ସମ୍ପୂର୍ଣ୍ଣ ପରାଜିତ। ମାଲିମକଦ୍ଦମା କରିବା ଅପେକ୍ଷା ବରଂ ଅନ୍ୟାୟ ସହ୍ୟ କରି କ୍ଷତିଗ୍ରସ୍ତ ହେବା, ତୁମ ପକ୍ଷରେ ଶ୍ରେୟଃ ନୁହେଁ କି?
8
ଏହା କରିବା ପରିବର୍ତ୍ତେ ପରସ୍ପର ପ୍ରତି ଏପରି କି ନିଜ ଭାଇମାନଙ୍କ ପ୍ରତି ମଧ୍ୟ ଅନ୍ୟାୟ କରି ସେମାନଙ୍କୁ ପ୍ରବଞ୍ଚନା କରୁଛ।
9
ତୁମ୍ଭେମାନେ ନିଶ୍ଚିତରୂପେ ଜାଣ ଯେ ଦୁର୍ଜନମାନେ ଈଶ୍ୱରଙ୍କ ରାଜ୍ୟର ଅଧିକାରୀ ହେବେ ନାହିଁ। ଏ ବିଷୟରେ ତୁମ୍ଭମାନଙ୍କର କୌଣସି ଭ୍ରାନ୍ତ ଧାରଣା ନ ରହୁ। ଲମ୍ଫଟୀ, ପ୍ରତିମାପୂଜକ, ବ୍ୟଭିଚାରୀ, ଅସ୍ୱାଭାବିକ ଯୌନକ୍ରିୟାରେ ଲିପ୍ତ ଲୋକମାନେ,
10
ଚୋର, ଧନଲୋଭୀ, ମାତାଲ୍, କୁତ୍ସାରଟନାକାରୀ ଓ ଡ଼କାଏତମାନେ ଈଶ୍ୱରଙ୍କ ରାଜ୍ୟରେ ଅଧିକାର ପାଇବେ ନାହିଁ।
11
ତୁମ୍ଭମାନଙ୍କ ମଧ୍ୟରୁ କେହି କେହି ସେ ପ୍ରକାର ଥିଲ। କିନ୍ତୁ ବର୍ତ୍ତମାନ ତୁମ୍ଭେମାନେ ପାପରୁ ପରିଷ୍କୃତ ହୋଇ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗିତ। ପୁଣି ପ୍ରଭୁ ଯୀଶୁ ଖ୍ରୀଷ୍ଟ ଓ ପବିତ୍ରଆତ୍ମାଙ୍କ ଦ୍ୱାରା ତୁମ୍ଭେମାନେ ଧାର୍ମିକରୂପେ ପରିଗଣିତ ହୋଇଅଛ।
12
କେହି କହିପାରେ, “ମୋତେ ସବୁ କିଛି କରିବା ପାଇଁ ଅନୁମତି ଦିଆଯାଇଛି।” ସତ କଥା, କିନ୍ତୁ ସବୁ କିଛି ତୁମ ପାଇଁ ହିତଜନକ ନୁହେଁ। ଯେ କୌଣସି ବିଷୟ କରିବାର ସ୍ୱାଧୀନତା ମୋର ଅଛି ବୋଲି ମୋତେ ବଶୀଭୂତ କରିବା ପାଇଁ ମୁଁ କାହାରିକୁ କେବେ ସୁଯୋଗ ଦେବି ନାହିଁ।
13
ଅନ୍ୟ କେହି କହିପାରେ, “ଖାଦ୍ୟ ଉଦର ପାଇଁ ଓ ଉଦର ଖାଦ୍ୟ ପାଇଁ ଉଦ୍ଦିଷ୍ଟ।” ସତ କଥା, କିନ୍ତୁ ଈଶ୍ୱର ଉଭୟକୁ ଲୋପ କରିବେ। ଶରୀର, କାମୁକତାରେ ବ୍ୟବହାର ନ ହୋଇ ପ୍ରଭୁଙ୍କ ସେବାରେ ବ୍ୟବହୃତ ହେଉ, କାରଣ ପ୍ରଭୁ ଶରୀରର ଆବଶ୍ୟକତା ପୂରଣ କରନ୍ତି।
14
ଈଶ୍ୱର ପ୍ରଭୁ ଯୀଶୁଙ୍କୁ ମୃତ୍ୟୁରୁ ପୁନର୍ଜୀବିତ କରିଅଛନ୍ତି ଏବଂ ଆପଣା ଶକ୍ତିରେ ସେ ଆମ୍ଭମାନଙ୍କୁ ମଧ୍ୟ ପୁନର୍ଜୀବିତ କରିବେ।
15
ତୁମ୍ଭମାନଙ୍କର ଶରୀର ଖ୍ରୀଷ୍ଟଙ୍କ ଶରୀରର ଅଂଶ ସ୍ୱରୂପ ବୋଲି କ’ଣ ଜାଣ ନାହିଁ? ତେବେ କ’ଣ ମୁଁ ଖ୍ରୀଷ୍ଟଙ୍କ ଶରୀରର ଏକ ଅଂଶକୁ ଗଣିକାର ଅଙ୍ଗରେ ପରିଣତ କରିବି? କେବେ ନୁହେଁ।
16
ତୁମେ ବୋଧହୁଏ ଜାଣ ନାହିଁ, ଯିଏ ଗଣିକା ସହିତ ମିଳିତ ହୁଏ, ସେ ତା’ ସହିତ ଶାରୀରିକଭାବେ ଏକାଙ୍ଗ ହୋଇଯାଏ? ଶାସ୍ତ୍ରରେ ସ୍ପଷ୍ଟ ଭାବରେ ଉଲ୍ଲେଖ ଅଛି, “ସେ ଦୁହେଁ ଏକାଙ୍ଗ ହେବେ।”
17
କିନ୍ତୁ ଯେ ପ୍ରଭୁଙ୍କ ସହିତ ସଂଯୁକ୍ତ ହୁଏ, ସେ ତାଙ୍କ ସହିତ ଆତ୍ମିକ ଭାବରେ ଏକ ହୋଇଯାଏ।
18
କାମୁକତାଠାରୁ ଦୂରରେ ରୁହ। ଅନ୍ୟ କୌଣସି ପାପ ମନୁଷ୍ୟର ଶରୀରକୁ କଳୁଷିତ କରେ ନାହିଁ। କିନ୍ତୁ ବ୍ୟଭିଚାରୀ ନିଜ ଶରୀର ବିରୁଦ୍ଧରେ ପାପ କରେ।
19
ତୁମ୍ଭେମାନେ କ’ଣ ଜାଣ ନାହିଁ ଯେ ତୁମ୍ଭମାନଙ୍କର ଶରୀର ଈଶ୍ୱରଙ୍କଠାରୁ ପ୍ରାପ୍ତ ଅନ୍ତର୍ବାସୀ ପବିତ୍ରଆତ୍ମାଙ୍କ ମନ୍ଦିର? ତୁମେ ଆଉ ତୁମର ହୋଇ ନାହଁ, ମାତ୍ର ଈଶ୍ୱରଙ୍କର।
20
ସେ ତୁମ୍ଭମାନଙ୍କୁ ବିଶେଷ ମୂଲ୍ୟ ଦେଇ କିଣିଛନ୍ତି। ତେଣୁ ତୁମ୍ଭମାନଙ୍କ ଶରୀର ଦ୍ୱାରା ଈଶ୍ୱରଙ୍କୁ ଗୌରବାନ୍ୱିତ କର।
← Chapter 5
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 7 →
All chapters:
1
2
3
4
5
6
7
8
9
10
11
12
13
14
15
16