bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
1 Corinthians 12
1 Corinthians 12
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 11
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 13 →
1
ଭାଇମାନେ, ପବିତ୍ରଆତ୍ମାଙ୍କ ଦାନସମୂହ ବିଷୟରେ ମୁଁ ତୁମ୍ଭମାନଙ୍କୁ ପ୍ରକୃତ ସତ୍ୟ ଜଣାଇବାକୁ ଚାହେଁ।
2
ତୁମ୍ଭେମାନେ ଜାଣ ଯେ, ଅଣବିଶ୍ୱାସୀ ଥିଲାବେଳେ, ନିର୍ଜୀବ ପ୍ରତିମାମାନଙ୍କୁ ପୂଜା କରି ତୁମ୍ଭେମାନେ ବିପଥଗାମୀ ହୋଇଥିଲ।
3
ସେଥିପାଇଁ ତୁମ୍ଭମାନଙ୍କର ଜାଣିବା ଉଚିତ ଯେ, ଈଶ୍ୱରଙ୍କ ଆତ୍ମା ଦ୍ୱାରା ପରିଚାଳିତ ହୋଇ କେହି କହି ପାରେନା, “ଯୀଶୁ ଅଭିଶପ୍ତ”; ପୁଣି ପବିତ୍ର୍ରଆତ୍ମାଙ୍କ ଦ୍ୱାରା ପରିଚାଳିତ ନ ହେଲେ, କେହି ଯୀଶୁଙ୍କୁ ପ୍ରଭୁ ବୋଲି ସ୍ୱୀକାର କରିପାରେ ନାହିଁ।
4
ଆତ୍ମିକ ଦାନ ବିଭିନ୍ନ ପ୍ରକାର, କିନ୍ତୁ ସେହି ଏକ ଆତ୍ମା ସେସବୁ ପ୍ରଦାନ କରନ୍ତି।
5
ବିଭିନ୍ନ ଭାବରେ ସେବା କରାଯାଉଥିଲେ ସୁଦ୍ଧା ଏକ ପ୍ରଭୁଙ୍କର ସେବା ହୁଏ।
6
କାର୍ଯ୍ୟ କରିବାର ଶକ୍ତି ବିଭିନ୍ନ ଧରଣର, କିନ୍ତୁ ଏକ ଈଶ୍ୱର ସେହିସବୁ ଶକ୍ତି ଯୋଗାଇ ଥାଆନ୍ତି।
7
ସମସ୍ତଙ୍କର ମଙ୍ଗଳ ସାଧନ ନିମନ୍ତେ ପ୍ରତ୍ୟେକ ବ୍ୟକ୍ତି ମଧ୍ୟରେ ପବିତ୍ରଆତ୍ମାଙ୍କ ଶକ୍ତି ବିଭିନ୍ନ ଭାବରେ ପ୍ରକାଶିତ ହୁଏ।
8
ପବିତ୍ରଆତ୍ମାଙ୍କ ଅନୁଗ୍ରହରୁ କେହି ବୁଦ୍ଧିମାନ ହୋଇ ବାକ୍ପଟୁ ହୁଏ ଓ ଆଉ କେହି ଜ୍ଞାନର କଥା କହେ।
9
ସେହି ଏକ ପବିତ୍ରଆତ୍ମା କାହାକୁ ଦିଅନ୍ତି ବିଶ୍ୱାସ ଓ କାହାକୁ ଦିଅନ୍ତି ଆରୋଗ୍ୟ କରିବାର ଶକ୍ତି;
10
କାହାକୁ ଦିଅନ୍ତି ଅଲୌକିକ କାର୍ଯ୍ୟ କରବାର କ୍ଷମତା, କାହାକୁ ଦିଅନ୍ତି ଈଶ୍ୱରଙ୍କ ଭାବବାଣୀ କହିବାର ଶକ୍ତି ଓ କାହାକୁ ବିଭିନ୍ନ ଆତ୍ମା ଚିହ୍ନିବାର ଦକ୍ଷତା; ପୁଣି ସେ କାହାକୁ ଦିଅନ୍ତି ବିଭିନ୍ନ ଭାଷାରେ କଥା କହିବାର ଶକ୍ତି ଓ ଆଉ କାହାକୁ ଦିଅନ୍ତି ସେହି ଭାଷାର ଅର୍ଥ କରିବାର ଦକ୍ଷତା।
11
କିନ୍ତୁ ଏସବୁ ସେହି ଏକ ଆତ୍ମା ହିଁ କରିଥା’ନ୍ତି। ସେ ନିଜର ଇଚ୍ଛା ଅନୁସାରେ ପ୍ରତ୍ୟେକ ବ୍ୟକ୍ତିକୁ ବିଭିନ୍ନ ବିଷୟ ଦାନ କରନ୍ତି।
12
ଖ୍ରୀଷ୍ଟ ଅନେକ ଅବୟବବିଶିଷ୍ଟ ଏକ ଶରୀର ସ୍ୱରୂପ। ଅନେକ ଅଙ୍ଗପ୍ରତ୍ୟେଙ୍ଗର ସମଷ୍ଟି ହୋଇଥିଲେ ସୁଦ୍ଧା, ଶରୀର ଏକ।
13
ସେହିପରି ଇହୁଦୀ, ଅଣଇହୁଦୀ, କ୍ରୀତଦାସ ଓ ସ୍ୱାଧୀନ ନାଗରିକ ନିର୍ବିଶେଷରେ ଆମେ ସମସ୍ତେ ଏକ ଆତ୍ମାଙ୍କ କର୍ତ୍ତୃକ ଜଳଦୀକ୍ଷାରେ ଦୀକ୍ଷିତ ହୋଇ ସେହି ଏକ ଶରୀରରେ ଅନ୍ତର୍ଭୁକ୍ତ ହୋଇଅଛୁ, ଏକ ଆତ୍ମାଙ୍କୁ ପାନ କରିଛୁ।
14
ଶରୀର ଗୋଟିଏ ଅଙ୍ଗରେ ଗଢ଼ା ନୁହେଁ। ଏହା ଅନେକ ଅଙ୍ଗର ସମଷ୍ଟି।
15
ପାଦ ଯଦି କୁହେ, “ମୁଁ ହାତ ନୁହେଁ, ତେଣୁ ଶରୀରର ଅଂଶବିଶେଷ ନୁହେଁ,” ତେବେ ଏହି କାରଣରୁ ତାହା ଶରୀର ଅନ୍ତର୍ଭୁକ୍ତ ନ ହୋଇ ରହିପାରିବ ନାହିଁ।
16
କାନ ଯଦି କୁହେ, “ମୁଁ ଆଖି ନୁହେଁ, ତେଣୁ ଶରୀରର ଅଂଶବିଶେଷ ନୁହେଁ”; ତେବେ ଏହି କାରଣରୁ ସେ ମଧ୍ୟ ଶରୀରରୁ ପୃଥକ୍ ହୋଇ ରହିପାରିବ ନାହିଁ।
17
ସମସ୍ତ ଶରୀର ଯଦି କେବଳ ଆଖି ହୁଏ, ତେବେ ଶୁଣାଯିବ କିପରି? ପୁଣି ତାହା ଯଦି କେବଳ କାନ ହୁଏ, ତେବେ ଆଘ୍ରାଣ କରାଯିବ କିପରି?
18
ପ୍ରକୃତ ପକ୍ଷେ, ଈଶ୍ୱର ବିଭିନ୍ନ ଅଂଶକୁ ଶରୀରର ବିଭିନ୍ନ ସ୍ଥାନରେ ନିଜ ଇଚ୍ଛା ଅନୁଯାୟୀ ଖଞ୍ଜିଛନ୍ତି।
19
ସେସବୁ କେବଳ ଗୋଟିଏ ଅଙ୍ଗ ହୋଇଥିଲେ, ଶରୀର ସମ୍ଭବ ହୁଅନ୍ତା କିପରି?
20
ତେଣୁ ଅଙ୍ଗପ୍ରତ୍ୟଙ୍ଗ ଅନେକ ହେଲେ ମଧ୍ୟ ଶରୀର ଏକ।
21
ସୁତରାଂ ଆଖି ହାତକୁ କହି ପାରିବ ନାହିଁ, “ମୁଁ ତୁମକୁ ଦରକାର କରେନା।” କିମ୍ବା ମୁଣ୍ଡ ପାଦ ଦୁଇଟିକୁ କହ ପାରିବ ନାହିଁ, “ତୁମଠାରେ ମୋର କିଛି ପ୍ରୟୋଜନ ନାହିଁ।”
22
ଅନ୍ୟ ପକ୍ଷରେ, ଶରୀରରେ ଯେଉଁ ଅଙ୍ଗଗୁଡ଼ିକ ଦୁର୍ବଳ ବୋଲି ମନେହୁଏ, ସେଗୁଡ଼ିକ ଅପରିହାର୍ଯ୍ୟ।
23
ଶରୀରର ଯେଉଁ ଅଙ୍ଗଗୁଡ଼ିକୁ ଆମେ ବିଶେଷ ପ୍ରୟୋଜନ ବୋଲି ମନେକରୁ ନାହୁଁ, ସେଗୁଡ଼ିକର ଆମେ ଅଧିକ ଯତ୍ନ ନେଉ। ପୁଣି ଶରୀରର ଅସୁନ୍ଦର ଅଙ୍ଗଗୁଡ଼ିକ ପ୍ରତି ଆମେ ବିଶେଷ ମନୋଯୋଗୀ,
24
ଅଥଚ ଶରୀରର ସୁନ୍ଦର ଅଙ୍ଗପ୍ରତ୍ୟଙ୍ଗ ପ୍ରତି ଆମେ ସେତେ ମନୋଯୋଗୀ ହୋଇ ନ ଥାଉ। ଈଶ୍ୱର ନିଜେ ଶରୀରକୁ ଏପରି ଭାବରେ ଗଠନ କରିଛନ୍ତି ଯେ, ଯେଉଁ ଅଙ୍ଗଗୁଡ଼ିକର ଯତ୍ନ ଆବଶ୍ୟକ, ବାସ୍ତବିକ୍ ସେଗୁଡ଼ିକ ଅଧିକ ସମାଦୃତ।
25
ତେଣୁ ଶରୀର ମଧ୍ୟରେ କୌଣସି ବିଭେଦ ସୃଷ୍ଟି ହୁଏ ନାହିଁ, ବରଂ ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗଗୁଡ଼ିକ ପରସ୍ପରର ଆବଶ୍ୟକତା ବୁଝନ୍ତି।
26
ଶରୀରର ଗୋଟିଏ ଅଙ୍ଗରେ ଯନ୍ତ୍ରଣା ହେଲେ, ଅନ୍ୟ ସମସ୍ତ ଅଙ୍ଗ ସେହି ଯନ୍ତ୍ରଣା ଅନୁଭବ କରନ୍ତି। ଗୋଟିଏ ଅଙ୍ଗ ଗୌରବାନ୍ୱିତ ହେଲେ, ଅନ୍ୟ ସମସ୍ତ ଅଙ୍ଗ ସେହି ଆନନ୍ଦର ଭାଗୀ ହୁଅନ୍ତି।
27
ତୁମ୍ଭେମାନେ ଖ୍ରୀଷ୍ଟଙ୍କ ଶରୀର। ତୁମ୍ଭେମାନେ ପ୍ରତ୍ୟେକେ ସେହି ଶରୀରର ଗୋଟିଏ ଗୋଟିଏ ଅଙ୍ଗ।
28
ମଣ୍ଡଳୀରେ ଈଶ୍ୱର ପ୍ରଥମତଃ ପ୍ରେରିତ ଶିଷ୍ୟମାନଙ୍କୁ, ଦ୍ୱିତୀୟତଃ ଭବିଷ୍ୟତ୍ବକ୍ତାମାନଙ୍କୁ, ତୃତୀୟତଃ ଶିକ୍ଷାଗୁରୁମାନଙ୍କୁ ନିଯୁକ୍ତ କରି ଅଛନ୍ତି। ତା’ପରେ ଅଲୌକିକ କାର୍ଯ୍ୟସାଧନକାରୀ, ରୋଗ ସୁସ୍ଥକାରୀ, ସାହାଯ୍ୟକାରୀ, ପ୍ରଶାସନ କାର୍ଯ୍ୟରେ ଦକ୍ଷ ଏବଂ ବିଭିନ୍ନ ଭାଷାରେ କଥା କହିବା ବ୍ୟକ୍ତିମାନଙ୍କୁ ନିଯୁକ୍ତ କରି ଅଛନ୍ତି।
29
ସେମାନେ ସମସ୍ତେ ପ୍ରେରିତ ଶିଷ୍ୟ, ଭବିଷ୍ୟତ୍ବକ୍ତା କିମ୍ବା ଶିକ୍ଷକ ନୁହଁନ୍ତି।
30
ସମସ୍ତେ ରୋଗ ସୁସ୍ଥ କରିବାକୁ, ବିଭିନ୍ନ ଭାଷାରେ କଥା କହବାକୁ ଏବଂ ସେ ସବୁର ଅର୍ଥ ବୁଝାଇବାକୁ ପାରିବେ ନାହିଁ।
31
ତୁମ୍ଭେମାନେ ଉକ୍ରୃଷ୍ଟ ଦାନଗୁଡ଼ିକ ପାଇବା ନିମନ୍ତେ ଉଦ୍ଯୋଗୀ ହୁଅ। ମୁଁ ତୁମ୍ଭମାନଙ୍କୁ ଏହାଠାରୁ ଉକ୍ରୃଷ୍ଟତର ଏକ ପନ୍ଥା ଦେଖାଇବି।
← Chapter 11
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 13 →
All chapters:
1
2
3
4
5
6
7
8
9
10
11
12
13
14
15
16