bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
1 Corinthians 15
1 Corinthians 15
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 14
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 16 →
1
ଭାଇମାନେ, ମୁଁ ଯେଉଁ ଶୁଭ ବାର୍ତ୍ତା ତୁମ୍ଭମାନଙ୍କ ନିକଟରେ ପ୍ରଚାର କରିଅଛି, ଯାହା ତୁମ୍ଭେମାନେ ଗ୍ରହଣ କରିଅଛ ଏବଂ ଯାହା ଉପରେ ତୁମ୍ଭମାନଙ୍କର ବିଶ୍ୱାସ ପ୍ରତିଷ୍ଠିତ, ସେହି ବିଷୟ ତୁମ୍ଭମାନଙ୍କୁ ସ୍ମରଣ କରାଇ ଦେବା ପାଇଁ ମୁଁ ଚାହେଁ।
2
ମୁଁ ତୁମ୍ଭମାନଙ୍କ ନିକଟରେ ପ୍ରଚାର କରିଥିବା ସେହି ଶୁଭ ବାର୍ତ୍ତା ହିଁ ସୁସମାଚାର। ତୁମ୍ଭେମାନେ ସେହି ସୁସମାଚାରରେ ଦୃଢ଼ ବିଶ୍ୱାସୀ ହୋଇ ରହିଲେ, ପରିତ୍ରାଣ ପାଇବ। ନଚେତ୍ ତୁମ୍ଭମାନଙ୍କର ବିଶ୍ୱାସ ବୃଥା।
3
ମୁଁ ପ୍ରାପ୍ତ ହୋଇଥିବା ଗୋଟିଏ ଶିକ୍ଷା ତୁମ୍ଭମାନଙ୍କୁ ଜଣାଇ ଅଛି। ତାହା ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ। ତାହା ହେଉଛି, ଧର୍ମଶାସ୍ତ୍ରରେ ଲିଖିତ ହୋଇଥିବା ପ୍ରକାରେ, ଖ୍ରୀଷ୍ଟ ଆମର ପାପ ପାଇଁ ମୃତ୍ୟୁଭୋଗ କଲେ,
4
ସମାଧିସ୍ଥ ହେଲେ ଓ ତୃତୀୟ ଦିନରେ ଉତ୍ଥିତ ହେଲେ।
5
ସେ ପିତର ଏବଂ ପରେ ତାଙ୍କର ଦ୍ୱାଦଶ ଶିଷ୍ୟଙ୍କୁ ଦର୍ଶନ ଦେଇଥିଲେ।
6
ତା’ପରେ ସେ ଏକ ସଙ୍ଗେ ତାଙ୍କର ପାଞ୍ଚ ଶହରୁ ଅଧିକ ଅନୁଗାମୀଙ୍କୁ ଦର୍ଶନ ଦେଇଥିଲେ। ସେମାନଙ୍କ ମଧ୍ୟରୁ କେତେକ ଏବେ ଜଗତରେ ନାହାନ୍ତି, କିନ୍ତୁ ଅଧିକାଂଶ ଜୀବିତ ଅଛନ୍ତି।
7
ଏହା ପରେ ସେ ଯାକୁବ ଓ ସମସ୍ତ ପ୍ରେରିତ ଶିଷ୍ୟଙ୍କୁ ଦର୍ଶନ ଦେଲେ।
8
ସର୍ବଶେଷରେ ସେ ମୋ’ ପରି ଜଣେ ଅକାଳଜାତକୁ ମଧ୍ୟ ଦର୍ଶନ ଦେଇଛନ୍ତି।
9
ପ୍ରେରିତ ଶିଷ୍ୟମାନଙ୍କ ମଧ୍ୟରେ ମୁଁ ସବୁଠାରୁ ନିକୃଷ୍ଟ, ଏପରି କି ପ୍ରେରିତ ନାମର ଯୋଗ୍ୟ ନୁହେଁ, କାରଣ ମୁଁ ଈଶ୍ୱରଙ୍କ ମଣ୍ଡଳୀକୁ ନିର୍ଯ୍ୟାତିତ କରିଛି।
10
କିନ୍ତୁ ଏବେ ମୁଁ ଯାହା ହୋଇଛି, ତାହା ଈଶ୍ୱରଙ୍କ ଅନୁଗ୍ରହରୁ ହୋଇଛି ଏବଂ ମୋ’ ପ୍ରତି ତାଙ୍କର ଅନୁଗ୍ରହ ନିଷ୍ଫଳ ହୋଇ ନାହିଁ। ବରଂ ଅନ୍ୟାନ୍ୟ ସମସ୍ତ ପ୍ରେରିତ ଶିଷ୍ୟମାନଙ୍କଠାରୁ ମୁଁ ଅଧିକ ପରିଶ୍ରମ କରିଛି। ପ୍ରକୃତରେ ଏସବୁ ମୁଁ କରି ନାହିଁ, କିନ୍ତୁ ମୋ’ ପ୍ରତି ଈଶ୍ୱରଙ୍କ ଅନୁଗ୍ରହ ଥିବା ହେତୁ ଏହ ସମ୍ଭବ ହୋଇଛି।
11
ତେଣୁ ମୁଁ ହୁଏ ବା ସେମାନେ ହୁଅନ୍ତୁ, ଆମେ ସମସ୍ତେ ସେହି ଏକ କଥା ପ୍ରଚାର କରୁଛୁ ଓ ତୁମ୍ଭେମାନେ ସେଥିରେ ବିଶ୍ୱାସ କରିଛ।
12
ଖ୍ରୀଷ୍ଟ, ମୃତ୍ୟୁରୁ ଉତ୍ଥିତ ହୋଇଛନ୍ତି - ଏହା ହିଁ ଆମ ପ୍ରଚାରର ବିଷୟବସ୍ତୁ। ତଥାପି ବର୍ତ୍ତମାନ ତୁମ୍ଭମାନଙ୍କ ମଧ୍ୟରୁ କେହି କେହି ମୃତମାନଙ୍କର ପୁନରୁତ୍ଥାନ ନାହିଁ ବୋଲି କିପରି କହୁଛ?
13
ମୃତମାନଙ୍କର ପୁନରୁତ୍ଥାନ ନ ହେଲେ, ଖ୍ରୀଷ୍ଟ ମୃତ୍ୟୁରୁ ଜୀବିତ ହୋଇ ନାହାନ୍ତି।
14
ଯଦି ଖ୍ରୀଷ୍ଟ ମୃତ୍ୟୁରୁ ଉତ୍ଥିତ ହୋଇ ନାହାନ୍ତି, ତେବେ ଆମର ପ୍ରଚାର ବୃଥା ଓ ତୁମର ବିଶ୍ୱାସ ମଧ୍ୟ ବୃଥା।
15
ଅଧିକନ୍ତୁ, ଆମ୍ଭେମାନେ ଈଶ୍ୱରଙ୍କ ସମ୍ବନ୍ଧରେ ମିଥ୍ୟା କହିବା ଭଳି ହେବ, କାରଣ ଆମେ କହୁଛୁ ଯେ, ସେ ଖ୍ରୀଷ୍ଟଙ୍କୁ ମୃତ୍ୟୁରୁ ପୁନର୍ଜୀବିତ କରିଛନ୍ତି। କିନ୍ତୁ ଯଦି ପ୍ରକୃତରେ ମୃତମାନଙ୍କର ପୁନରୁତ୍ଥାନ ନାହିଁ, ତେବେ ଈଶ୍ୱର ଖ୍ରୀଷ୍ଟଙ୍କୁ ମୃତ୍ୟୁରୁ ପୁନରୁତ୍ଥିତ କରି ନାହାନ୍ତି।
16
ମୃତମାନେ ପୁନରୁତ୍ଥିତ ହୋଇ ନ ପାରିଲେ, ଖ୍ରୀଷ୍ଟ କିପରି ପୁନରୁତ୍ଥିତ ହୁଅନ୍ତେ?
17
ଯଦି ଖ୍ରୀଷ୍ଟ ମୃତ୍ୟୁରୁ ପୁନରୁତ୍ଥିତ ହୋଇ ନାହାନ୍ତି, ତେବେ ତୁମ୍ଭମାନଙ୍କ ବିଶ୍ୱାସ ମିଥ୍ୟା ଓ ତୁମ୍ଭେମାନେ ଏବେ ମଧ୍ୟ ପାପରେ ବୁଡ଼ି ରହିଛ।
18
ପୁଣି ଏହାର ଅର୍ଥ ହେବ ଯେ, ମୃତ୍ୟୁଭୋଗ କରିଥିବା ଖ୍ରୀଷ୍ଟବିଶ୍ୱାସୀମାନେ ମଧ୍ୟ ବିନଷ୍ଟ ହୋଇଛନ୍ତି।
19
ଯଦି ଖ୍ରୀଷ୍ଟଙ୍କଠାରେ ଆମର ଭରସା କେବଳ ଏ ଜୀବନ ପାଇଁ ଉଦ୍ଦିଷ୍ଟ, ତେବେ ଅନ୍ୟ ସମସ୍ତଙ୍କଠାରୁ ଆମର ଅବସ୍ଥା ଅଧିକ ଦୟନୀୟ।
20
କିନ୍ତୁ ବାସ୍ତବରେ ଖ୍ରୀଷ୍ଟ ମହାନିଦ୍ରାପ୍ରାପ୍ତ ଲୋକମାନଙ୍କ ପୁନରୁତ୍ଥାନର ନିଶ୍ଚିତତା ଦେଖାଇବା ପାଇଁ ସେମାନଙ୍କ ମଧ୍ୟରୁ ନିଜେ ସର୍ବପ୍ରଥମେ ମୃତ୍ୟୁରୁ ଉତ୍ଥିତ ହୋଇଛନ୍ତି।
21
ଜଣକ ଯୋଗୁଁ ମୃତ୍ୟୁ ଜଗତରେ ପ୍ରବେଶ କଲା। ସେହିପରି ଜଣକ ଯୋଗୁଁ ମୃତମାନଙ୍କର ପୁନରୁତ୍ଥାନ ସମ୍ଭବ ହୋଇଛି।
22
ଆଦମଙ୍କ ସହିତ ସମ୍ପର୍କ ଥିବାରୁ ପ୍ରତ୍ୟେକ ମନୁଷ୍ୟ ମୃତ୍ୟୁଭୋଗ କଲା ପରି ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହେବା ଦ୍ୱାରା ପ୍ରତ୍ୟେକେ ପୁନର୍ଜୀବନ ଲାଭ କରିବେ।
23
କିନ୍ତୁ ପ୍ରତ୍ୟେକେ ନିରୂପିତ ସମୟରେ ପୁନରୁତ୍ôଥତ ହେବେ। ସର୍ବପ୍ରଥମେ ଖ୍ରୀଷ୍ଟ ମୃତ୍ୟୁରୁ ଉତ୍ଥିତ ହୋଇଛନ୍ତି। ତେଣୁ ତାଙ୍କର ଆଗମନ ସମୟରେ ତାଙ୍କ ଆଶ୍ରିତ ଲୋକମାନେ ପ୍ରଥମେ କାହିଁକି ଜୀବିତ ହେବେ।
24
ତା’ପରେ ଯୁଗାନ୍ତ ହେବ। ଖ୍ରୀଷ୍ଟ ସମସ୍ତ କର୍ତ୍ତୃତ୍ୱ, କ୍ଷମତା ଓ ପରାକ୍ରମର ସମାପ୍ତି ଘଟାଇ ପିତା ଈଶ୍ୱରଙ୍କୁ ରାଜ୍ୟ ସମର୍ପଣ କରିବେ।
25
ଈଶ୍ୱର ସମସ୍ତ ଶତ୍ରୁଙ୍କୁ ପରାସ୍ତ କରି ଖ୍ରୀଷ୍ଟଙ୍କ ପଦଦଳିତ କରିବା ପର୍ଯ୍ୟନ୍ତ, ଖ୍ରୀଷ୍ଟ ରାଜତ୍ୱ କରିବେ।
26
ଶେଷରେ ଅନ୍ତିମ ଶତ୍ରୁ ମୃତ୍ୟୁ ମଧ୍ୟ ପରାଜିତ ହେବ।
27
କାରଣ ଧର୍ମଶାସ୍ତ୍ରରେ ଉଲ୍ଲେଖ ଅଛି, “ଈଶ୍ୱର ସମସ୍ତ ବିଷୟ ଖ୍ରୀଷ୍ଟଙ୍କ ଅଧୀନ କରିବେ।” ଅବଶ୍ୟ ଈଶ୍ୱର ଏହି ‘ସମସ୍ତ ବିଷୟ’ର ଅନ୍ତର୍ଭୁକ୍ତ ନୁହନ୍ତି, ଯେହେତୁ ସେ ସମସ୍ତ ବିଷୟକୁ ଖ୍ରୀଷ୍ଟଙ୍କ ଅଧୀନ କରିବେ।
28
ସଚରାଚର ସମସ୍ତ ବିଷୟ ଖ୍ରୀଷ୍ଟଙ୍କ ଶାସନାଧୀନ ହେବା ପରେ, ସେ ନିଜେ ପିତା ଈଶ୍ୱରଙ୍କ ଅଧୀନ ହେବେ ଏବଂ ସମଗ୍ର ବିଶ୍ୱ ଉପରେ ଈଶ୍ୱରଙ୍କ ରାଜତ୍ୱ ସମ୍ପୂର୍ଣ୍ଣ ହେବ।
29
ମୃତମାନଙ୍କ ପାଇଁ ଯେଉଁମାନେ ଜଳଦୀକ୍ଷା ଗ୍ରହଣ କରନ୍ତି, ସେମାନଙ୍କ ବିଷୟରେ କ’ଣ କହିବା? କେତେକଙ୍କର ମତ ଅନୁଯାୟୀ, ଯଦି ମୃତମାନେ ପୁନରୁତ୍ଥିତ ହୁଅନ୍ତି ନାହିଁ, ସେମାନଙ୍କ ନିମନ୍ତେ ଅନ୍ୟମାନଙ୍କୁ କାହିଁକି ଜଳଦୀକ୍ଷା ଦିଆଯାଏ?
30
ପୁଣି ଆମେ ବା କାହିଁକି ପ୍ରତି ମୁହୂର୍ତ୍ତ ବିପଦ ଆପଦର ସମ୍ମୁଖୀନ ହେଉଛୁ?
31
ଭାଇମାନେ, ଆମ୍ଭମାନଙ୍କର ଜୀବନ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହୋଇ ଥିବାରୁ, ତୁମ୍ଭମାନଙ୍କ ପାଇଁ ମୋର ଯେଉଁ ଗର୍ବ, ତାହାରି ଦୁହାଇ ଦେଇ କହୁଛି, ମୁଁ ପ୍ରତିଦିନ ମୃତ୍ୟୁ ମୁଖରେ ପତିତ ହେଉଛି।
32
ଯଦି ମୁଁ କେବଳ ମାନବୀୟ ଲକ୍ଷ୍ୟ ନେଇ ଏଫିସସ୍ରେ ହିଂସ୍ରଯନ୍ତୁମାନଙ୍କ ସହିତ ଲଢ଼ିଥିଲି, ତେବେ ମୋର କି ଲାଭ ହେଲା? ଯଦି ମୃତମାନେ ପୁନରୁତ୍ôଥତ ନ ହେବେ, ତେବେ ପ୍ରବଚନ ଅନୁଯାୟୀ, “ଆସ, ଭୋଜନପାନ କରି ସମୟ କାଟିବା, ଯେହେତୁ ଆସନ୍ତା କାଲି ତ ଆମକୁ ମରିବାକୁ ହେବ।”
33
ତୁମ୍ଭେମାନେ ପ୍ରତାରିତ ହୁଅ ନାହିଁ - “କୁସଂସର୍ଗରେ ସତ୍ଚରିତ୍ର ନଷ୍ଟ ହୁଏ।”
34
ତେଣୁ ସଂଯତ ହୁଅ, ପାପ କର ନାହିଁ। ତୁମ୍ଭମାନଙ୍କ ପକ୍ଷରେ ଗୋଟିଏ ଲଜ୍ଜାଜନକ ବିଷୟ ଏଠାରେ କହି ରଖୁଛି - ତୁମ୍ଭମାନଙ୍କ ମଧ୍ୟରୁ କେତେକେ ଈଶ୍ୱରଙ୍କୁ ଜାଣି ନାହାନ୍ତି।
35
କେହି ହୁଏତ ପଚାରି ପାରନ୍ତି, “ମୃତମାନେ କିପରି ପୁନରୁତ୍ôଥତ ହେବେ?” ସେମାନେ କି ପ୍ରକାର ଶରୀର ଧାରଣ କରିବେ?
36
ତୁମ୍ଭେମାନେ କେଡ଼େ ନିର୍ବୋଧ। ଏତିକି କଅଣ ଜାଣ ନାହିଁ - ଯେଉଁ ବୀଜ ବୁଣାଯାଏ, ତାହା ନ ମଲେ ଅଙ୍କୁରିତ ହୁଏ ନାହିଁ? ଯେଉଁ ଗଛଟି ଉତ୍ପନ୍ନ ହୁଏ, ତୁମେ ତାକୁ ବୁଣି ନ ଥାଅ।
37
ତୁମେ ବୁଣିଥାଅ ଗହମ କିମ୍ବା ଅନ୍ୟ କୌଣସି ଶସ୍ୟର ଗୋଟିଏ ବୀଜ ମାତ୍ର।
38
କିନ୍ତୁ ଈଶ୍ୱର ଆପଣା ଇଚ୍ଛାନୁସାରେ ତା’ର ଶରୀର ରୂପାୟିତ କରନ୍ତି। ପ୍ରତ୍ୟେକ ବୀଜକୁ ସେ ତା’ର ନିଜସ୍ୱ ରୂପ ଦାନ କରନ୍ତି।
39
ସବୁ ପ୍ରାଣୀଙ୍କର ଶରୀର ଏକ ପ୍ରକାର ନୁହେଁ। ମଣିଷର ଶରୀର ଏକ ପ୍ରକାର, ପଶୁର ଶରୀର ଅନ୍ୟ ପ୍ରକାର। ପକ୍ଷୀ ଓ ମାଛର ଶରୀର ଭିନ୍ନ ପ୍ରକାର।
40
ସ୍ୱର୍ଗୀୟ ଓ ପାର୍ଥିବ ଉଭୟ ପ୍ରକାରର ଶରୀର ଅଛି। ସ୍ୱର୍ଗୀୟ ଶରୀରର ସୌନ୍ଦର୍ଯ୍ୟ ଏକ ପ୍ରକାର ଓ ପାର୍ଥିବ ଶରୀରର ସୌନ୍ଦର୍ଯ୍ୟ ଭିନ୍ନ ପ୍ରକାର।
41
ସୂର୍ଯ୍ୟର ସୌନ୍ଦର୍ଯ୍ୟ ଏକ ପ୍ରକାର, ଚନ୍ଦ୍ରର ଭିନ୍ନ ପ୍ରକାର ଏବଂ ନକ୍ଷତ୍ରମାନଙ୍କ ସୌନ୍ଦର୍ଯ୍ୟ ଭିନ୍ନ ପ୍ରକାରର। ଏପରି କି ଗୋଟିଏ ନକ୍ଷତ୍ରର ସୌନ୍ଦର୍ଯ୍ୟ, ଅନ୍ୟ ନକ୍ଷତ୍ରଠାରୁ ଭିନ୍ନ।
42
ମୃତମାନଙ୍କ ପୁନରୁତ୍ଥାନ ସମ୍ପର୍କରେ ମଧ୍ୟ ଏ କଥା ପ୍ରଯୁଜ୍ୟ।
43
ସମାଧି ଦିଆଯାଉଥିବା ଶରୀର ନଶ୍ୱର। କିନ୍ତୁ ପୁନରୁତ୍ଥିତ ଶରୀର ଅବିନଶ୍ୱର।
44
ସମାଧି ପାଉଥିବା ଶରୀର ଅସୁନ୍ଦର ଓ ଦୁର୍ବଳ। କିନ୍ତୁ ପୁନରୁତ୍ôଥତ ଶରୀର ସୁନ୍ଦର ଓ ଶକ୍ତିମାନ। ସମାଧି ଦିଆଯିବାବେଳେ ଶରୀର ପ୍ରାକୃତିକ ଥାଏ; କିନ୍ତୁ ପୁନରୁଜ୍ଜୀବିତ ହେବାବେଳେ, ତାହା ହେବ ଆତ୍ମିକ। ପ୍ରାକୃତିକ ଶରୀରର ଅସ୍ତିତ୍ୱ ଥିବାରୁ, ଆତ୍ମିକ ଶରୀର ସମ୍ଭବ ହେଉଛି।
45
ଧର୍ମଶାସ୍ତ୍ରରେ ଲେଖାଅଛି: “ପ୍ରଥମେ ଆଦମ ଏକ ସଜୀବ ପ୍ରାଣୀ ରୂପେ ସୃଷ୍ଟ ହୋଇଥିଲା।” ଅନ୍ତିମ ଆଦମ ଥିଲେ, ଜୀବନ ପ୍ରଦାୟୀ ଆତ୍ମା।
46
ପ୍ରାରମ୍ଭରୁ ଆତ୍ମିକ ବିଷୟ ନ ଥିଲା। ପ୍ରଥମେ ଯାହା ଥିଲା ପ୍ରାକୃତିକ - ତା’ପରେ ଆସିଲା ଆତ୍ମିକ ବିଷୟ।
47
ପ୍ରଥମ ମନୁଷ୍ୟ ଆଦମ ଥିଲା ପାର୍ଥିବ, ମୃତ୍ତିକାରୁ ନିର୍ମିତ; କିନ୍ତୁ ଦ୍ୱିତୀୟ ଆଦମ ସ୍ୱର୍ଗରୁ ଅବତୀର୍ଣ୍ଣ ହେଲେ।
48
ପାର୍ଥିବ ମନୁଷ୍ୟ ସଦୃଶ। କିନ୍ତୁ ସ୍ୱର୍ଗୀୟ ସ୍ୱଭାବବିଶିଷ୍ଟ ମନୁଷ୍ୟମାନେ ସେହି ସ୍ୱର୍ଗୀୟ ସ୍ୱଭାବବିଶିଷ୍ଟ ମନୁଷ୍ୟମାନେ ସେହି ସ୍ୱର୍ଗୀୟ ମାନବଙ୍କ ସଦୃଶ।
49
ଆମ୍ଭେମାନେ ଏବେ ମୃତ୍ତିକାଜାତ ମନୁଷ୍ୟର ସ୍ୱରୂପ ଧାରଣ କରିଛୁ, କିନ୍ତୁ ଦିନେ ସେହି ସ୍ୱର୍ଗୀୟ ମାନବଙ୍କ ସାଦୃଶ୍ୟରେ ରୂପାୟିତ ହେବା।
50
ସୁତରାଂ ଭାଇମାନେ, ମୁଁ ତୁମ୍ଭମାନଙ୍କୁ କହିବାକୁ ଚାହେଁ ଯେ, ରକ୍ତ ମାଂସ ଶରୀର ଧରି ଆମ୍ଭେମାନେ ଈଶ୍ୱରଙ୍କ ରାଜ୍ୟର ଅଧିକାରୀ ହୋଇ ପାରିବା ନାହିଁ, କାରଣ ନଶ୍ୱର ବସ୍ତୁ ଅବିନଶ୍ୱରତା ଲାଭ କରିପାରେ ନାହିଁ।
51
ଶୁଣ, ମୁଁ ତୁମ୍ଭମାନଙ୍କୁ ଏକ ନିଗୂଢ଼ ସତ୍ୟ ଜଣାଉଛି। ଆମେ ସମସ୍ତେ ମୃତ୍ୟୁ ଭୋଗ କରିବା ନାହିଁ। କିନ୍ତୁ ଶେଷ ତୂରୀ ଧ୍ୱନି ହେବା ସମୟରେ, ଗୋଟିଏ ମୁହୂର୍ତ୍ତରେ, ଆଖି ପଲକରେ ଆମେ ସମସ୍ତେ ରୂପାନ୍ତରିତ ହେବା। ସେତେବେଳେ ମୃତମାନେ ଅମର ହୋଇ ଉତ୍ଥିତ ହେବେ ଏବଂ ଆମେ ସମସ୍ତେ ପରିବର୍ତ୍ତିତ ହେବା।
53
କାରଣ ଯାହା ନଶ୍ୱର, ତାହାକୁ ଅବିନଶ୍ୱର ରୂପେ ପରିବର୍ତ୍ତିତ ହେବାକୁ ପଡ଼ିବ; ଯେଉଁ ପାର୍ଥିବ ଶରୀର ମରଣଶୀଳ, ତାହାକୁ ଅମରରୂପ ବସ୍ତ୍ର ପରିଧାନ କରବାକୁ ହେବ।
54
ତାହାହେଲେ ଏବଂ ଏହି ମର ଶରୀର ଅମରତ୍ୱ ଲାଭ କଲେ, ଧର୍ମଶାସ୍ତ୍ରର ଏହି ବାଣୀ ସଫଳ ହେବ:
55
“ମୃତ୍ୟୁର ବିନାଶ ଘଟିଛି, ବିଜୟ ହୋଇଛି ସମ୍ପୂର୍ଣ୍ଣ। ରେ ମୃତ୍ୟୁ! କାହିଁ ତୋର ଜୟ ରେ ମୃତ୍ୟୁ! କାହିଁ ତୋର ନାହୁଡ଼?”
56
ମୃତ୍ୟୁର ନାହୁଡ଼ ପାପ, ପୁଣି ପାପର ବଳ ବ୍ୟବସ୍ଥା।
57
କିନ୍ତୁ ଆମେ ଈଶ୍ୱରଙ୍କଠାରେ କୃତଜ୍ଞତା ଜଣାଇବା, କାରଣ ସେ ଆମ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଆମ୍ଭମାନଙ୍କୁ ବିଜୟୀ କରାଇଛନ୍ତି।
58
ଅତଏବ ପ୍ରିୟ ଭାଇମାନେ, ଅଟଳ ଓ ଅବିଚଳିତ ରୁହ। ପ୍ରଭୁଙ୍କ କାର୍ଯ୍ୟରେ ସର୍ବଦା ତତ୍ପର ହୁଅ। କାରଣ ତୁମ୍ଭେମାନେ ଜାଣ ଯେ, ପ୍ରଭୁଙ୍କ ପାଇଁ ତୁମ୍ଭମାନଙ୍କର ପରିଶ୍ରମ କେବେହେଲେ ବୃଥା ହେବ ନାହିଁ।
← Chapter 14
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 16 →
All chapters:
1
2
3
4
5
6
7
8
9
10
11
12
13
14
15
16