bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
1 Corinthians 8
1 Corinthians 8
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 7
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 9 →
1
ଦେବ ପ୍ରସାଦ ସମ୍ପର୍କରେ ମୋର ମନ୍ତବ୍ୟ:- ଆମ ସମସ୍ତଙ୍କର ଜ୍ଞାନ ଅଛି ବୋଲି ଜାଣୁ। ଜ୍ଞାନ ମନୁଷ୍ୟକୁ ଅହଙ୍କାରୀ କରେ, କିନ୍ତୁ ପ୍ରେମ ମଣିଷକୁ ସୁଗଠିତ କରେ।
2
ଯଦି କେହି କୁହେ ଯେ, ସେ କିଛି ଜାଣେ, ବାସ୍ତବରେ ଯାହା ଜାଣିବା ଦରକାର, ତାହା ସେ ଜାଣେ ନାହିଁ।
3
ଯେ କେହି ଈଶ୍ୱରଙ୍କୁ ପ୍ରେମ କରେ, ସେହି କେବଳ ତାଙ୍କର ପରିଚିତ ଲୋକ ହୁଏ।
4
ପ୍ରତିମାର ପ୍ରସାଦ ସେବନ ବିଷୟରେ ଆମେ ଜାଣୁ ଯେ, ଏ ଜଗତରେ ପ୍ରତିମାର କୌଣସି ପ୍ରକୃତ ଅସ୍ତିତ୍ୱ ନାହିଁ। ଆମ ଈଶ୍ୱର ହିଁ ଏକମାତ୍ର ଈଶ୍ୱର।
5
ସ୍ୱର୍ଗ ଓ ମର୍ତ୍ତ୍ୟରେ ତଥାକଥିତ ଅନେକ “ଦେବତା” ଓ “ପ୍ରଭୁ” ଥାଇପାରନ୍ତି।
6
ତଥାପି ଆମର ଆରାଧ୍ୟ ଈଶ୍ୱର ଏକମାତ୍ର। ସେ ପିତା, ତାଙ୍କ ଦ୍ୱାରା ସମସ୍ତ ବିଷୟ ସୃଷ୍ଟ ଓ ତାଙ୍କ ପାଇଁ ଆମେ ବଞ୍ଚିଛୁ। ପୁଣି ଆମର ଜଣେ ମାତ୍ର ପ୍ରଭୁ: ଯୀଶୁ ଖ୍ରୀଷ୍ଟ। ତାଙ୍କ କର୍ତ୍ତୃକ ସମସ୍ତ ବିଷୟ ସୃଷ୍ଟି ହୋଇଛି ଏବଂ ତାଙ୍କଠାରେ ଆମେ ବଞ୍ଚିଛୁ।
7
କିନ୍ତୁ ଏ ଜ୍ଞାନ ସମସ୍ତଙ୍କର ନାହିଁ। କେହି କେହି ପ୍ରତିମା ପୂଜାରେ ଏତେ ଅଭ୍ୟସ୍ତ ହୋଇ ଯାଇଛନ୍ତି ଯେ, ଏବେ ମଧ୍ୟ ସେମାନେ ପ୍ରତିମା ନିକଟରେ ଉତ୍ସର୍ଗିତ ଖାଦ୍ୟକୁ ଦେବ ପ୍ରସାଦ ବୋଲି ମନେକରି ଖାଉଛନ୍ତି। ସେମାନଙ୍କ ବିବେକ ଦୁର୍ବଳ, ତେଣୁ ସେହି ଖାଦ୍ୟ ଖାଇବା ଦ୍ୱାରା ସେମାନେ କଳୁଷିତ ହୁଅନ୍ତି।
8
ଖାଦ୍ୟ ପଦାର୍ଥ ଦ୍ୱାରା ଈଶ୍ୱରଙ୍କ ସହିତ ଆମ ସମ୍ପର୍କରେ କିଛି ପରିବର୍ତ୍ତନ ଘଟେ ନାହିଁ। କୌଣସି ଖାଦ୍ୟ ପଦାର୍ଥ ଗ୍ରହଣ ନ କରିବା ଦ୍ୱାରା ଆମର କିଛି କ୍ଷତି ହୁଏ ନାହିଁ, କିମ୍ବା କୌଣସି ଖାଦ୍ୟ ପଦାର୍ଥ ଗ୍ରହଣ କରିବା ଦ୍ୱାରା ଆମର କିଛି ଲାଭ ହୁଏ ନାହିଁ।
9
କିନ୍ତୁ ସାବଧାନ, ତୁମ୍ଭମାନଙ୍କର ଏହି ସ୍ୱାଧୀନତା ଯେପରି ଦୁର୍ବଳ ବିଶ୍ୱାସୀମାନଙ୍କର ବିଘ୍ନ ସ୍ୱରୂପ ନ ହୁଏ।
10
ମନେକର, ଜଣେ ଦୁର୍ବଳ ବିଶ୍ୱାସୀ ତୁମ ପରି ଏକ ଜ୍ଞାନବାନ ବ୍ୟକ୍ତିକୁ ମନ୍ଦିର ମଧ୍ୟରେ ପ୍ରସାଦ ସେବନ କରିବା ଦେଖେ, ସେ କ’ଣ ପ୍ରସାଦ ସେବନ କରବା ପାଇଁ ଉତ୍ସାହିତ ହେବ ନାହିଁ?
11
ତା’ହେଲେ ଯେଉଁ ଦୁର୍ବଳ ବିଶ୍ୱାସୀ ଭାଇ ପାଇଁ ଖ୍ରୀଷ୍ଟ ମୃତ୍ୟୁ ଭୋଗ କରିଥିଲେ, ତୁମର ଏହି “ଜ୍ଞାନ” ତା’ର ବିନାଶର କାରଣ ହେବ ନାହିଁ କି?
12
ଏହିପରି ଭାବରେ ତୁମ ସହବିଶ୍ୱାସୀମାନଙ୍କ ବିରୁଦ୍ଧରେ ପାପ କରି ତୁମେ ଖ୍ରୀଷ୍ଟଙ୍କ ବିରୁଦ୍ଧରେ ପାପ କରିବ ଏବଂ ସେହି ଭାଇମାନଙ୍କ ଦୁର୍ବଳ ବିବେକକୁ ଆଘାତ ଦେବ।
13
ସୁତରାଂ କୌଣସି ଖାଦ୍ୟ ଯଦି ମୋ’ ଭାଇର ବିଘ୍ନ ସ୍ୱରୂପ ହୋଇ ତାକୁ ପାପ ପଥରେ କଢ଼ାଇ ନିଏ, ସେହି ଖାଦ୍ୟ ମୁଁ କଦାପି ଗ୍ରହଣ କରିବି ନାହିଁ।
← Chapter 7
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 9 →
All chapters:
1
2
3
4
5
6
7
8
9
10
11
12
13
14
15
16