bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
1 Corinthians 3
1 Corinthians 3
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 2
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 4 →
1
ଭାଇମାନେ, ଆଧ୍ୟାତ୍ମିକମନା ଲୋକମାନଙ୍କ ସହିତ କଥାବାର୍ତ୍ତା କଲା ପରି ମୁଁ ତୁମ୍ଭମାନଙ୍କ ସହିତ କଥାବାର୍ତ୍ତା କରି ନାହିଁ। ମାତ୍ର ମୁଁ ତୁମ୍ଭମାନଙ୍କୁ ଏହି ଜଗତର ଲୋକ ଏବଂ ଖ୍ରୀଷ୍ଟୀୟ ବିଶ୍ୱାସରେ ଶିଶୁ ମନେ କରି କଥା କହିଛି।
2
ତୁମ୍ଭମାନଙ୍କୁ ଗୁରୁପାକ ଖାଦ୍ୟ ନ ଦେଇ ଦୁଗ୍ଧ ପାନ କରିବାକୁ ଦେଇଥିଲି, କାରଣ ଗୁରୁପାକ ଖାଦ୍ୟ ଭୋଜନ କରିବାକୁ ତୁମେ ଅସମର୍ଥ ଥିଲ; ବର୍ତ୍ତମାନ ମଧ୍ୟ ସମର୍ଥ ନୁହଁ।
3
ଏବେ ମଧ୍ୟ ତୁମ୍ଭେମାନେ ଜାଗତିକ ଲୋକମାନଙ୍କ ପରି ଜୀବନ ଯାପନ କରୁଛ। ତୁମ୍ଭମାନଙ୍କ ମଧ୍ୟରେ ଈର୍ଷା ଏବଂ ପରସ୍ପର ମଧ୍ୟରେ କଳହ ଲାଗି ରହିଛି; ଏଥିରୁ କ’ଣ ତୁମ୍ଭେମାନେ ଶାରୀରିକ ଓ ଜାଗତିକ ବୋଲି ପ୍ରମାଣିତ ହେଉ ନାହଁ?
4
ତୁମ୍ଭମାନଙ୍କ ମଧ୍ୟରୁ କେହି ଯେତେବେଳେ କୁହେ, ‘ମୁଁ ପାଉଲଙ୍କର’, ଆଉ କେହି କୁହେ, ‘ମୁଁ ଆପୋଲୋଙ୍କର’, ସେତେବେଳେ କ’ଣ ତୁମ୍ଭେମାନେ ଜାଗତିକ ଲୋକମାନଙ୍କ ପରି ଆଚରଣ କରୁ ନାହଁ?
5
ଆପୋଲୋ କିଏ? ଅଥବା ପାଉଲ କିଏ? ଆମ୍ଭେମାନେ ଈଶ୍ୱରଙ୍କ ସେବକ ମାତ୍ର। ତୁମ୍ଭମାନଙ୍କୁ ବିଶ୍ୱାସୀ କରିବାରେ ଆମେ ସାହାଯ୍ୟ କରୁଛୁ। ଈଶ୍ୱର ଆମ୍ଭମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କୁ ଯେଉଁ କାର୍ଯ୍ୟରେ ନିଯୁକ୍ତ କରିଛନ୍ତି, ଆମେ ସେହି କାର୍ଯ୍ୟ କରିଛୁ।
6
ମୁଁ ରୋପଣ କରିଛି ଓ ଆପୋଲୋ ସେଥିରେ ଜଳସେଚନ କରିଛନ୍ତି, କିନ୍ତୁ ଈଶ୍ୱର ବୃଦ୍ଧି ସାଧନ କରାଇଛନ୍ତି।
7
ସୁତରାଂ ରୋପଣକାରୀ ଓ ସେଚନକାରୀ କିଛି ନୁହଁନ୍ତି। କେବଳ ବୃଦ୍ଧି ସାଧନକର୍ତ୍ତା ଈଶ୍ୱର ସର୍ବେସର୍ବା।
8
ରୋପଣକାରୀ ଓ ସେଚନକାରୀ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ। ନିଜ ନିଜ ପରିଶ୍ରମ ଅନୁସାରେ ଈଶ୍ୱର ସେମାନଙ୍କୁ ପୁରସ୍କୃତ କରିବେ।
9
ଆମେ ଈଶ୍ୱରଙ୍କ ସହକର୍ମୀ; ତୁମ୍ଭେମାନେ ଈଶ୍ୱରଙ୍କ କ୍ଷେତ୍ର ଏବଂ ଈଶ୍ୱରଙ୍କ ଗୃହ।
10
ଈଶ୍ୱରଦତ୍ତ ଅନୁଗ୍ରହ ଅନୁଯାୟୀ ଜଣେ ଦକ୍ଷ ନିର୍ମାଣକାରୀ ଭାବରେ ମୁଁ ମୂଳଦୁଆ ପକାଇଛି। ଅନ୍ୟ ଜଣେ ଏହି ମୂଳଦୁଆ ଉପରେ ନିର୍ମାଣ କରୁଛି। କିନ୍ତୁ ନିର୍ମାଣ କଲାବେଳେ ଆମେ ପ୍ରତ୍ୟେକେ ସତର୍କ ହେବା ଆବଶ୍ୟକ,
11
କାରଣ ଈଶ୍ୱର ଯୀଶୁ ଖ୍ରୀଷ୍ଟଙ୍କୁ ଏକମାତ୍ର ଭିତ୍ତିମୂଳ କରି ସ୍ଥାପନ କରିଛନ୍ତି; ତାଙ୍କ ବ୍ୟତୀତ ଅନ୍ୟ କୌଣସି ଭିତ୍ତିମୂଳ ସ୍ଥାପିତ ହୋଇ ପାରିବ ନାହିଁ।
12
ଏହି ଭିତ୍ତି ଉପରେ କେହି କେହି ସୁନା ରୂପା, ମୂଲ୍ୟବାନ ପଥର ଏବଂ କେହି କେହି କାଠ, ଘାସ ଓ ନଡ଼ା ଦେଇ ନିର୍ମାଣ କରିବେ।
13
କିନ୍ତୁ “ଖ୍ରୀଷ୍ଟଙ୍କ ଦିବସରେ” ପ୍ରତ୍ୟେକର କାର୍ଯ୍ୟ ପ୍ରକାଶିତ ହେବ। ସେହି ଦିନ ଅଗ୍ନି ଦ୍ୱାରା ପ୍ରତ୍ୟେକର କାର୍ଯ୍ୟ ପରୀକ୍ଷା କରାଯାଇ ମାନ ନିରୂପଣ କରାଯିବ।
14
ମୂଳଦୁଆ ଉପରେ ଯାହାର ନିର୍ମାଣ କାର୍ଯ୍ୟ ଅଗ୍ନି ପରୀକ୍ଷାରେ ଅକ୍ଷୁଣ୍ଣ ହୋଇ ରହିବ, ସେ ପୁରସ୍କୃତ ହେବ।
15
ଯାହାର କାର୍ଯ୍ୟ ଧ୍ୱଂସ ପାଇବ, ସେ ସେଥିରୁ ବଞ୍ଚିତ ହେବ, କିନ୍ତୁ ପରୀକ୍ଷାରୁ ଉଦ୍ଧାରପ୍ରାପ୍ତ ବ୍ୟକ୍ତି ପରି ସେ ନିଜେ ରକ୍ଷା ପାଇବ।
16
ତୁମେ ନିଶ୍ଚିତରୂପେ ଜାର ଯେ ତୁମ୍ଭେମାନେ ଈଶ୍ୱରଙ୍କ ମନ୍ଦିର, ଈଶ୍ୱରଙ୍କ ଆତ୍ମା ତୁମ୍ଭମାନଙ୍କ ଅନ୍ତରରେ ବାସ କରନ୍ତି।
17
କେହି ଯଦି ଈଶ୍ୱରଙ୍କ ମନ୍ଦିରକୁ ଧ୍ୱଂସ କରେ, ଈଶ୍ୱର ତାକୁ ଧ୍ୱଂସ କରିବେ। କାରଣ ଈଶ୍ୱରଙ୍କ ମନ୍ଦିର ପବିତ୍ର ଏବଂ ତୁମ୍ଭେମାନେ ସେହି ମନ୍ଦିର।
18
କେହି ନିଜକୁ ପ୍ରବଞ୍ଚନା ନ କରୁ। ତୁମ୍ଭମାନଙ୍କ ମଧ୍ୟରେ କେହି ଯଦି ନିଜକୁ ଜାଗତିକ ବିଷୟରେ ଜ୍ଞାନୀ ବୋଲି ଭାବେ, ପ୍ରକୃତ ଜ୍ଞାନ ଅର୍ଜନ ନିମନ୍ତେ ତାକୁ ଅଜ୍ଞ ହେବାକୁ ପଡ଼ିବ,
19
କାରଣ ଏହି ଜଗତ ଦୃଷ୍ଟିରେ ଯାହା ଜ୍ଞାନ, ତାହା ଈଶ୍ୱରଙ୍କ ଦୃଷ୍ଟିରେ ଅଜ୍ଞତା। ଧର୍ମଶାସ୍ତ୍ରରେ ଉଲ୍ଲେଖ ଅଛି:- “ଈଶ୍ୱର ଜ୍ଞାନୀ ଲୋକମାନଙ୍କୁ ସେମାନଙ୍କ ଧୂର୍ତ୍ତପଣରେ ଧରନ୍ତି।”
20
ପୁନଶ୍ଚ “ପ୍ରଭୁ ଜାଣନ୍ତି ଯେ, ଜ୍ଞାନୀମାନଙ୍କର ଚିନ୍ତା ଭାବନା ଅସାର।”
21
ସୁତରାଂ ମନୁଷ୍ୟର କ୍ୱଚିତ୍ ବିଷୟରେ କେହି ଦର୍ପ ନ କରୁ। ବାସ୍ତବିକ ତୁମ୍ଭେମାନେ ସବୁ ବିଷୟର ଅଧିକାରୀ।
22
ପାଉଲ, ଆପୋଲୋ, ପିତର, ଏହି ଜଗତ, ଜୀବନ ଓ ମୃତ୍ୟୁ, ବର୍ତ୍ତମାନ ଓ ଭବିଷ୍ୟତ୍ ସବୁ ତୁମ୍ଭମାନଙ୍କର।
23
କିନ୍ତୁ ତୁମ୍ଭେମାନେ ଖ୍ରୀଷ୍ଟଙ୍କର ଓ ଖ୍ରୀଷ୍ଟ ଈଶ୍ୱରଙ୍କର।
← Chapter 2
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 4 →
All chapters:
1
2
3
4
5
6
7
8
9
10
11
12
13
14
15
16