bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
1 Corinthians 4
1 Corinthians 4
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 3
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 5 →
1
ତୁମେ ଆମକୁ ଈଶ୍ୱରଙ୍କ ସେବକ ବୋଲି ବିବେଚନା କରିବା ଉଚିତ୍। ଈଶ୍ୱର ଆମକୁ ଐଶ୍ୱରିକ ନିଗୂଢ଼ ତତ୍ତ୍ୱର ତତ୍ତାବଧାରକ କରିଛନ୍ତି।
2
ଏହିପରି ଦାୟିତ୍ୱ ଗ୍ରହଣ କରିଥିବା ବ୍ୟକ୍ତି ନିଜ ପ୍ରଭୁଙ୍କ ପ୍ରତି ବିଶ୍ୱସ୍ତ ହେବା ଏକାନ୍ତ ଆବଶ୍ୟକ।
3
ଏ ବିଷୟରେ ତୁମ ଦ୍ୱାରା କିମ୍ବ ଯେକୌଣସି ମାନବିମ ବିଚାରାଳୟ ଦ୍ୱାରା ବିଚାରିତ ହେବା ପାଇଁ ମୁଁ ଚିନ୍ତିତ ନୁହେଁ, ଏପରି କି ମୁଁ ନିଜେ ମଧ୍ୟ ନିଜର ବିଚାର କରୁ ନାହିଁ।
4
ମୋ’ ବିରୁଦ୍ଧରେ କୌଣସି ବିଷୟ ଥିବା କଥା ମୁଁ ଜାଣେ ନାହିଁ। ଅବଶ୍ୟ ଏହାର ଅର୍ଥ ନୁହେଁ ଯେ ମୁଁ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ। କିନ୍ତୁ ପ୍ରଭୁ ନିଜେ ମୋର ବିଚାରକର୍ତ୍ତା।
5
ତେଣୁ ନିରୂପିତ ସମୟ ପୂର୍ବରୁ ତୁମ୍ଭେମାନେ କାହାରି ବିଚାର କର ନାହିଁ। ଶେଷ ବିଚାର ପ୍ରଭୁଙ୍କର ଆଗମନ ସମୟରେ ହେବ। ସେ ଅନ୍ଧକାରର ଗୋପନୀୟ ବିଷୟସବୁ ଆଲୋକକୁ ଆଣିବେ। ଲୋକମାନଙ୍କ ମନର ଗୁପ୍ତ ସଙ୍କଳ୍ପସବୁ ପ୍ରକାଶ କରିବେ। ସେତେବେଳେ ପ୍ରତ୍ୟେକେ ଈଶ୍ୱରଙ୍କ ନିକଟରୁ ନିଜ ନିଜର ଯଥୋଚିତ ପ୍ରଶଂସା ପାଇବେ।
6
ଭାଇମାନେ, କେବଳ ତୁମ୍ଭମାନଙ୍କର ମଙ୍ଗଳ ନିମନ୍ତେ ମୁଁ ଆପୋଲୋ ଓ ମୋ’ ବିଷୟରେ ଏହିସବୁ କଥା କହିଛି। ଆମ ଦୁହିଁଙ୍କୁ ଦୃଷ୍ଟାନ୍ତ ସ୍ୱରୂପ ମନେ କରି ତୁମ୍ଭେମାନେ ଶିକ୍ଷା କରିବା ଉଚିତ୍ ଯେ, “ଶାସ୍ତ୍ରରେ ଯାହା ଲିଖିତ ଅଛି, ତାହାର ବ୍ୟତିକ୍ରମ କରିବା ବିଧେୟ ନୁହେଁ।” ତୁମ୍ଭମାନଙ୍କ ମଧ୍ୟରୁ କାହାକୁ ନେଇ ଗର୍ବ କର ନାହିଁ, କିଅବା କାହାକୁ ଉପେକ୍ଷା କର ନାହିଁ।
7
ଅନ୍ୟଠାରୁ ତୁମକୁ କିଏ ଶ୍ରେଷ୍ଠ କରିଛି? ତୁମର ସର୍ବସ୍ୱ କ’ଣ ଈଶ୍ୱରଙ୍କ ଦାନ ନୁହେଁ? ତେବେ ତୁମର ଯାହା ଅଛି, ତାହା ଦାନ ସ୍ୱରୂପେ ପାଇ ନ ଥିବା ଭଳି ଗର୍ବ କରୁଛ କାହିଁକି?
8
ତୁମର ଆବଶ୍ୟକୀୟ ସମସ୍ତ ବିଷୟ ପାଇ ସାରିଛ କି? ତୁମେ କ’ଣ ଧନବାନ ହୋଇସାରିଛ? ତୁମେ କ’ଣ ଜଣେ ଜଣେ ରାଜା ହୋଇ ଯାଇଛ (ଯଦିଚ ଆମେ ହୋଇପାରି ନାହୁଁ)? ସତରେ, ତୁମ୍ଭେମାନେ ରାଜା ହୋଇ ତୁମର ସେହି ରାଜପଦର ଅଂଶୀ ହୋଇ ଥାଆନ୍ତୁ।
9
ପ୍ରକୃତ ପକ୍ଷରେ ମୋର ମନେହୁଏ, ଆମ ଭଳି ପ୍ରେରିତ ଶିଷ୍ୟମାନଙ୍କୁ ଈଶ୍ୱର ସମସ୍ତଙ୍କ ପଶ୍ଚାତ୍ଭାଗରେ ରଖିଛନ୍ତି। ପ୍ରକାଶ୍ୟରେ ମୃତ୍ୟୁଦଣ୍ଡ ଭୋଗ କରି ସମଗ୍ର ଜଗତର ମନୁଷ୍ୟ ଓ ଦେବଦୂତମାନଙ୍କ ନିକଟରେ ଉପହାସର ପାତ୍ର ବ୍ୟକ୍ତିମାନଙ୍କ ପରି ଆମକୁ ସେ ରଖିଛନ୍ତି।
10
ଖ୍ରୀଷ୍ଟଙ୍କ ନିମନ୍ତେ ଆମେ ନିର୍ବୋଧ ବୋଲି ପରିଚିତ। କିନ୍ତୁ ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହୋଇଥିବାରୁ ତୁମ୍ଭେମାନେ ଜ୍ଞାନୀ। ଆମେ ଦୁର୍ବଳ; କିନ୍ତୁ ତୁମ୍ଭେମାନେ ସବଳ। ଆମେ ଅବଜ୍ଞାତ, କିନ୍ତୁ ତୁମ୍ଭେମାନେ ସମ୍ମାନିତ।
11
ଆମେ ଏବେ ମଧ୍ୟ କ୍ଷୁଧିତ, ତୃଷାର୍ତ୍ତ, ଛିନ୍ନ ବସ୍ତ୍ର ପରିହିତ, ପ୍ରହାରିତ ଓ ବାସହୀନ।
12
କଠିନ ପରିଶ୍ରମ କରି ଆମେ ଦିନକୁ ଦିନ ଜୀର୍ଣ୍ଣଶୀର୍ଣ୍ଣ ହୋଇ ଯାଉଛୁ। କେହି ଆମକୁ ଅଭିଶାପ ଦେଲେ, ଆମେ ତାକୁ ଆଶୀର୍ବାଦ କରୁ। ନିର୍ଯ୍ୟାତିତ ହେଲେ, ସହ୍ୟ କରୁ।
13
ଅପମାନିତ ହେଲେ, ମୃଦୁ କଥାରେ ଉତ୍ତର ଦେଇଥାଉ। ଏପର୍ଯ୍ୟନ୍ତ ଆମେ ଜଗତର ଆବର୍ଜନା ସ୍ୱରୂପ ହୋଇ ରହିଛୁ - ସମସ୍ତଙ୍କ ଦ୍ୱାରା ପରିତ୍ୟକ୍ତ।
14
ତୁମ୍ଭମାନଙ୍କୁ ଲଜ୍ଜା ଦେବା ନିମନ୍ତେ ମୁଁ ଏସବୁ କଥା ଲେଖୁ ନାହିଁ। ତୁମ୍ଭେମାନେ ମୋର ପ୍ରିୟ ସନ୍ତାନ ହୋଇ ଥିବାରୁ ପରାମର୍ଶ ଓ ଚେତନା ଦେବା ପାଇଁ ଏ ସବୁ ଲେଖୁଅଛି।
15
ଖ୍ରୀଷ୍ଟୀୟ ଜୀବନରେ ତୁମର ଅନେକ ଧର୍ମଗୁରୁ ଥାଉ ପାରନ୍ତି। କିନ୍ତୁ ତୁମର ପିତା ଏକ। ତୁମ ନିକଟରେ ସୁସମାଚାର ପ୍ରଚାର କରିବା ଦ୍ୱାରା ଖ୍ରୀଷ୍ଟୀୟ ଜୀବନରେ ମୁଁ ତୁମର ପିତା ସ୍ୱରୂପ ହୋଇଛି।
16
ସୁତରାଂ ମୋର ଆଦର୍ଶ ଅନୁସରଣ କରିବା ପାଇଁ ମୁଁ ତୁମ୍ଭମାନଙ୍କୁ ଅନୁରୋଧ କରୁଛି।
17
ଖ୍ରୀଷ୍ଟୀୟ ଜୀବନରେ ମୋର ଅତି ପ୍ରିୟ ଓ ବିଶ୍ୱସ୍ତ ସନ୍ତାନ ତୀମଥିଙ୍କୁ ତୁମ ନିକଟକୁ ପଠାଉଛି। ମୁଁ ଖ୍ରୀଷ୍ଟଙ୍କଠାରେ ରହି ଯେଉଁ ନୂତନ ଜୀବନଯାପନ କରୁଛି ଏବଂ ସର୍ବତ୍ର ସମସ୍ତ ମଣ୍ଡଳୀମାନଙ୍କରେ ଯେଉଁ ସବୁ ଶିକ୍ଷା ଦେଉଛି, ତାହା ସେ ତୁମ୍ଭମାନଙ୍କୁ ସ୍ମରଣ କରାଇ ଦେବେ।
18
ମୁଁ ତୁମ୍ଭମାନଙ୍କ ନିକଟକୁ ଯିବି ନାହିଁ ବୋଲି ଭାବି କେହି କେହି ଉଦ୍ଧତ ହେଉଛ।
19
ଈଶ୍ୱର ଇଚ୍ଛା କଲେ, ମୁଁ ଶୀଘ୍ର ତୁମମାନଙ୍କ ନିକଟକୁ ଯିବି। ସେତେବେଳେ ଏହି ଉଦ୍ଧତ ଲୋକମାନଙ୍କର କଥା କେବଳ ଶୁଣିବି ନାହିଁ - ପ୍ରକୃତରେ ସେମାନଙ୍କର କେତେ ପ୍ରଭାବ ଅଛି, ତାହା ମୁଁ ଦେଖିବି।
20
ଈଶ୍ୱରଙ୍କ ରାଜ୍ୟ କେବଳ କଥାର ବିଷୟ ନୁହେଁ, ତାହାର ପରିପ୍ରକାଶ ପରାକ୍ରମରେ।
21
ତୁମେ କଅଣ ଚାହଁ? ମୁଁ କ’ଣ ତୁମ୍ଭମାନଙ୍କୁ ଶାସନ କରିବା ପାଇଁ ଚାବୁକ ନେଇ ଯିବି? - ନା, ପ୍ରେମ ଓ ମୃଦୁ ମନୋଭାବ ନେଇ ଯିବି?
← Chapter 3
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 5 →
All chapters:
1
2
3
4
5
6
7
8
9
10
11
12
13
14
15
16