bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
1 Corinthians 5
1 Corinthians 5
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 4
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 6 →
1
ବାସ୍ତବରେ ଶୁଣାଯାଉଛି ଯେ, ତୁମ୍ଭେମାନେ ଯେଉଁ ଭୟଙ୍କର ବ୍ୟଭିଚାରରେ ଲିପ୍ତ, ତାହା ବିଜାତୀୟମାନଙ୍କ ମଧ୍ୟରେ ସୁଦ୍ଧା ଦେଖାଯାଏ ନାହିଁ। ମୁଁ ଶୁଣୁଛି, ତୁମ ଭିତରୁ ଜଣେ ତା’ର ସାବତ ବା ସହିତ ସହବାସ କରୁଛି।
2
ତଥାପି ତୁମ୍ଭେମାନେ କିପରି ନିଜ ବିଷୟରେ ଗର୍ବ କରି ପାରୁଛ? ପ୍ରକୃତ ପକ୍ଷରେ ତୁମ୍ଭେମାନେ ଲଜ୍ଜିତ ହୋଇ ସେହି ଭଳି ଲୋକକୁ ତୁମ ମଧ୍ୟରୁ ବହିଷ୍କାର କରିଦେବା ଉଚିତ୍।
3
ମୁଁ ସେଠାରେ ଶାରୀରିକ ଭାବରେ ଅନୁପସ୍ଥିତ ଥିଲେ ସୁଦ୍ଧା, ଆତ୍ମିକ ଭାବରେ ଉପସ୍ଥିତ ବୋଲି ମନେ କରି, ସେହିପରି ଜଘନ୍ୟ କାର୍ଯ୍ୟ କରିଥିବା ବ୍ୟକ୍ତି ବିରୁଦ୍ଧରେ ପ୍ରଭୁ ଯୀଶୁଙ୍କ ନାମରେ ଦଣ୍ଡବିଧାନ କରି ସାରିଛି।
4
ପ୍ରଭୁ ଯୀଶୁଙ୍କ ନାମରେ ତୁମ୍ଭେମାନେ ଏକତ୍ର ହେବା ସମୟରେ, ମୁଁ ମଧ୍ୟ ସେଠାରେ ଆତ୍ମିକ ଭାବରେ ଉପସ୍ଥିତ ବୋଲି ଜାଣି,
5
ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ କ୍ଷମତା ବଳରେ ସେହି ବ୍ୟକ୍ତିକୁ ତା’ର ଶରୀରର ବିନାଶ ନିମନ୍ତେ ଶୟତାନ ହସ୍ତରେ ସମର୍ପଣ କରିଦିଅ। ତା’ହେଲେ, ହୁଏତ, ପ୍ରଭୁଙ୍କ ଆଗମନ ଦିନରେ ତା’ର ଆତ୍ମା ରକ୍ଷା ପାଇପାରିବ।
6
ତୁମ୍ଭେମାନେ ଆସ୍ପର୍ଦ୍ଧା କରିବା ଅନୁଚିତ। ତୁମେ କ’ଣ ଜାଣ ନାହଁ, ‘ଟିକିଏ ଖମୀର ସମୁଦାୟ ମଇଦାକୁ ଖମୀରମୟ କରିଦିଏ’?
7
ତୁମ୍ଭମାନଙ୍କ ମଧ୍ୟରୁ ପାପରୂପ ପୁରୁଣା ଖମୀରକୁ ଦୂର କରି ସମ୍ପୂର୍ଣ୍ଣ ଶୁଚି ହୁଅ। ତାହାହେଲେ, ତୁମ୍ଭେମାନେ ଖମୀରଶୂନ୍ୟ ନିର୍ମଳ ମଇଦା ପରି ହେବ - ଅବଶ୍ୟ ମୁଁ ଜାଣେ, ତୁମ୍ଭେମାନେ ବର୍ତ୍ତମାନ ସେହିପରି ଅଛ। ନିସ୍ତାର ପର୍ବର ପ୍ରସ୍ତୁତି ସରିଛି। ଆମ ପରିତ୍ରାଣ ନିମନ୍ତେ ନିସ୍ତାର ପର୍ବର ମେଷଶାବକ ପରି ସ୍ୱୟଂ ଖ୍ରୀଷ୍ଟ ବଳି ରୂପେ ଉତ୍ସର୍ଗିତ ହୋଇଛନ୍ତି।
8
ତେଣୁ ଆସ, ଆମେ ପାପ ଓ ଦୁଷ୍ଟତାରୂପ ପୁରୁଣା ଖମୀର ପରିତ୍ୟାଗ କରିବା ଏବଂ ଖମୀର ଶୂନ୍ୟ ରୋଟୀ ଦ୍ୱାରା ଅର୍ଥାତ୍ ସତ୍ୟତା ଓ ସରଳତାରୂପ ରୋଟୀ ଦ୍ୱାରା ଏହି ଉତ୍ସବ ପାଳନ କରିବା।
9
ପୂର୍ବ ଚିଠିରେ ଲେଖିଥିଲି ଯେ ତୁମ୍ଭେମାନେ ଦୁଶ୍ଚରିତ୍ର ଲୋକମାନଙ୍କର ସଙ୍ଗୀ ହୁଅ ନାହିଁ।
10
ତା’ର ଅର୍ଥ ନୁହେଁ ଯେ ଏହି ଜଗତର ବ୍ୟଭିଚାରୀ, ଲୋଭୀ, ଚୋର ଓ ପ୍ରତିମାପୂଜକମାନଙ୍କ ସହିତ କୌଣସି ସମ୍ପର୍କ ରଖିବ ନାହିଁ। ସେପରି ହେଲେ, ତୁମ୍ଭମାନଙ୍କୁ ଜଗତରୁ ଏକାବେଳକେ ବାହାରି ଯିବାକୁ ହେବ।
11
ମୋର କହିବାର ଉଦ୍ଦେଶ୍ୟ ହେଉଛି ଯେ ତୁମ୍ଭମାନଙ୍କ ସଙ୍ଗୀ ବୋଲି ପରିଚିତ କୌଣସି ଲୋକ ଯଦି ବ୍ୟଭିଚାରୀ, ଲୋଭୀ, ପ୍ରତିମାପୂଜକ, କୁତ୍ସାରଟନାକାରୀ, ମାତାଲ୍ କିମ୍ବା ଚୋର ହୁଏ, ତେବେ ତାହା ସହିତ ସମସ୍ତ ସମ୍ପର୍କ ଛିନ୍ନ କରିଦେବ। ଏପରି କି, ଏ ଧରଣର ଲୋକ ସହିତ ଖିଆପିଆ ମଧ୍ୟ କରିବ ନାହିଁ।
12
ତାହାର ଲୋକମାନଙ୍କ ବିଚାର କରିବାକୁ ମୁଁ କିଏ? ଈଶ୍ୱର ସେମାନଙ୍କର ବିଚାର କରିବେ।
13
କିନ୍ତୁ ଆମ ମଣ୍ଡଳୀ ଅନ୍ତର୍ଭୁକ୍ତ ଲୋକମାନଙ୍କର ବିଚାର କରିବାର ଦାୟିତ୍ୱ କ’ଣ ଆମର ନାହିଁ? ଧର୍ମଶାସ୍ତ୍ରରେ ଲେଖାଅଛି, “ତୁମ୍ଭମାନଙ୍କ ମଧ୍ୟରୁ ଦୁର୍ଜନକୁ ବିତାଡ଼ିତ କର।”
← Chapter 4
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 6 →
All chapters:
1
2
3
4
5
6
7
8
9
10
11
12
13
14
15
16