bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
1 Corinthians 7
1 Corinthians 7
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 6
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 8 →
1
ତୁମ ଚିଠିରେ ଯେଉଁ ସବୁ ପ୍ରଶ୍ନ ପଚାରିଛ, ବର୍ତ୍ତମାନ ମୁଁ ସେ ସବୁର ଉତ୍ତର ଦେବି। ବିବାହ ନ କରିବା ଭଲ।
2
କିନ୍ତୁ ସର୍ବତ୍ର ଯୌନ ପ୍ରଲୋଭନ ପୂରି ରହି ଥିବାରୁ, ପ୍ରତ୍ୟେକ ପୁରୁଷର ସ୍ତ୍ରୀ ଓ ପ୍ରତ୍ୟେକ ସ୍ତ୍ରୀର ସ୍ୱାମୀ ଥିବା ଆବଶ୍ୟକ।
3
ସ୍ୱାମୀ, ସ୍ତ୍ରୀ ପ୍ରତି ନିଜର କର୍ତ୍ତବ୍ୟ ଓ ସ୍ତ୍ରୀ, ସ୍ୱାମୀ ପ୍ରତି ନିଜର କର୍ତ୍ତବ୍ୟ ସମ୍ପାଦନ କରିବା ଉଚିତ୍। ପୁଣି ଉଭୟେ ଉଭୟଙ୍କର ଆବଶ୍ୟକତା ପୂରଣ କରିବା ବିଧେୟ।
4
ନିଜ ଶରୀର ଉପରେ ସ୍ତ୍ରୀର ପ୍ରଭୁତ୍ୱ ନାହିଁ, କିନ୍ତୁ ସ୍ୱାମୀର ଅଛି। ଠିକ୍ ସେହିପରି, ନିଜ ଶରୀର ଉପରେ ସ୍ୱାମୀର ପ୍ରଭୁତ୍ୱ ନାହିଁ, କିନ୍ତୁ ସ୍ତ୍ରୀର ଅଛି।
5
ପରସ୍ପରଠାରୁ ସେମାନେ ପୃଥକ୍ ନ ରହନ୍ତୁ। କିନ୍ତୁ ଉଭୟେ ଏକମତ ହୋଇ ପ୍ରାର୍ଥନାରେ କାଳକ୍ଷେପଣ ପାଇଁ କିଛି ସମୟ ପୃଥକ୍ ରହି ପାରନ୍ତି। ଆତ୍ମସଂଯମର ଅଭାବ ହେତୁ ଶୟତାନ ଯେପରି ସେମାନଙ୍କୁ ପ୍ରଲୋଭିତ ନ କରେ, ସେଥିପାଇଁ ସେମାନେ ପୁନର୍ବାର ଏକତ୍ର ହୁଅନ୍ତୁ।
6
ଏ ବିଷୟରେ ମୁଁ ଯାହା ସବୁ କହୁଛି, ତାହା ମୋର ଆଦେଶ ନୁହେଁ; କେବଳ ତୁମ୍ଭମାନଙ୍କର ସୁବିଧା ପାଇଁ ଏହା ମୋର ପରାମର୍ଶ।
7
ତୁମେ ସମସ୍ତେ ମୋ’ ପରି ହୁଅ ବୋଲି ମୁଁ ଚାହେଁ। କିନ୍ତୁ ପ୍ରତ୍ୟେକେ ଈଶ୍ୱରଙ୍କଠାରୁ ବିଶେଷ ବିଶେଷ ଦାନ ପାଇଛନ୍ତି; କାହାକୁ ଗୋଟିଏ ପ୍ରକାର ଓ ଅନ୍ୟକୁ ଭିନ୍ନ ଏକ ପ୍ରକାର ଦାନ ପ୍ରଦତ୍ତ ହୋଇଛି।
8
ଅବିବାହିତ ଓ ବିଧବାମାନଙ୍କ ସମ୍ବନ୍ଧରେ ମୋର ମନ୍ତବ୍ୟ ଏହି - ସେମାନେ ମୋ’ ପରି ଏକାକୀ ରହିଲେ ଭଲ ହୁଅନ୍ତା।
9
କିନ୍ତୁ ସଂଯମୀ ହୋଇ ନ ପାରିଲେ, ସେମାନଙ୍କ ପକ୍ଷରେ ବିବାହ କରିବା ଉଚିତ୍। କାରଣ କାମାନଳରେ ଦଗ୍ଧ ହେବା ଅପେକ୍ଷା ବିବାହ କରିବା ଶ୍ରେୟସ୍କର।
10
ବିବାହିତମାନଙ୍କ ପ୍ରତି ଏହା ମୋର ଆଦେଶ ନୁହେଁ, ଈଶ୍ୱରଙ୍କ ଆଦେଶ - ସ୍ତ୍ରୀ ସ୍ୱାମୀକୁ କଦାପି ପରିତ୍ୟାଗ ନ କରୁ -
11
ଯଦି କରେ, ତେବେ ସେ ଏକାକିନୀ ରହୁ କିମ୍ବା ସ୍ୱାମୀ ସହିତ ପୁନର୍ମିଳିତ ହେଉ। ପୁଣି ସ୍ୱାମୀ ଆପଣା ସ୍ତ୍ରୀକୁ କଦାପି ଛାଡ଼ପତ୍ର ନ ଦେଉ।
12
ଅନ୍ୟମାନଙ୍କ ପ୍ରତି ଏହା ମୋର ପରାମର୍ଶ (ଈଶ୍ୱରଙ୍କର ନୁହେଁ।); ଯଦି ଆମ ମଧ୍ୟରୁ କାହାର ସ୍ତ୍ରୀ, ଖ୍ରୀଷ୍ଟବିଶ୍ୱାସୀ ନ ହୋଇ ମଧ୍ୟ ସ୍ୱାମୀ ସହିତ ବାସ କରିବାକୁ ଇଚ୍ଛା କରେ, ତେବେ ସେହି ଭାଇ ତାକୁ ଛାଡ଼ପତ୍ର ଦେବା ଉଚିତ୍ ନୁହେଁ।
13
ସେହିପରି କୌଣସି ସ୍ୱାମୀ, ଅଣବିଶ୍ୱାସୀ ହୋଇ ମଧ୍ୟ ଖ୍ରୀଷ୍ଟବିଶ୍ୱାସୀ ସ୍ତ୍ରୀ ସହିତ ବସବାସ କରିବା ପାଇଁ ଚାହେଁ, ତେବେ ସେହି ସ୍ତ୍ରୀ ତାକୁ ଛାଡ଼ପତ୍ର ଦେବା ଅନୁଚିତ୍।
14
କାରଣ ସେହି ଅଣବିଶ୍ୱାସୀ ସ୍ୱାମୀ, ତା’ ସ୍ତ୍ରୀର ସାହଚର୍ଯ୍ୟରେ ଓ ସେହି ଅଣବିଶ୍ୱାସୀ ସ୍ତ୍ରୀ, ଆପଣା ସ୍ୱାମୀର ସାହଚର୍ଯ୍ୟରେ ପ୍ରଭୁ ଯୀଶୁ ଖ୍ରଷ୍ଟଙ୍କୁ ଗ୍ରହଣ କରି ପାରନ୍ତି। ତା’ ନ ହେଲେ, ସେମାନଙ୍କ ସନ୍ତାନମାନେ ଅଶୁଚି ହେବେ, କିନ୍ତୁ ପ୍ରକୃତ ପକ୍ଷେ ସେମାନେ ଈଶ୍ୱରଙ୍କ ଦ୍ୱାରା ଗ୍ରହଣଯୋଗ୍ୟ।
15
ସେ ଯାହାହେଉ, ଯଦି ଜଣେ ଅଣବିଶ୍ୱାସୀ, ତା’ର ଖ୍ରୀଷ୍ଟବିଶ୍ୱାସୀ ସ୍ୱାମୀ ବା ସ୍ତ୍ରୀଠାରୁ ପୃଥକ୍ ରହିବାକୁ ଚାହେଁ, ତେବେ ସେ ତା’ କରୁ। ଏ କ୍ଷେତ୍ରରେ ଖ୍ରୀଷ୍ଟବିଶ୍ୱାସୀ ସ୍ୱାମୀ ବା ସ୍ତ୍ରୀଠାରୁ ପୃଥକ ରହିବାକୁ ଚାହେଁ, ତେବେ ସେ ତା’ କରୁ। ଏ କ୍ଷେତ୍ରରେ ଖ୍ରୀଷ୍ଟବିଶ୍ୱାସୀ ସ୍ୱାମୀ ବା ସ୍ତ୍ରୀ କୌଣସି ନିୟମରେ ଆବଦ୍ଧ ନୁହଁନ୍ତି। କାରଣ ଶାନ୍ତିରେ ଜୀବନ ଯାପନ କରିବା ପାଇଁ ଈଶ୍ୱର ଆମ୍ଭମାନଙ୍କୁ ଆହ୍ୱାନ କରିଅଛନ୍ତି।
16
ଖ୍ରୀଷ୍ଟବିଶ୍ୱାସୀ ସ୍ତ୍ରୀ, ତୁମେ ଆପଣା ସ୍ୱାମୀଙ୍କୁ ବିଶ୍ୱାସୀ କରାଇ ପାରିବ ବୋଲି କଅଣ ନିଶ୍ଚିତଭାବେ ଜାଣିଛ? ବିଶ୍ୱାସୀ ସ୍ୱାମୀ, ତୁମେ ଆପଣା ସ୍ତ୍ରୀକୁ ଖ୍ରୀଷ୍ଟବିଶ୍ୱାସୀ କରାଇ ପାରିବ ବୋଲି କ’ଣ ନିଶ୍ଚିତଭାବେ କହିପାରିବ?
17
ଈଶ୍ୱର ଯାହାକୁ ଯେପରି ଅନୁଗ୍ରହ କରିଛନ୍ତି ଓ ଯାହାକୁ ଯେଉଁ ଅବସ୍ଥାରେ ଆହ୍ୱାନ କରିଛନ୍ତି, ସେ ସେହିପରି ଭାବରେ ଜୀବନ ଯାପନ କରିବା ଉଚିତ୍। ଏହି ନିର୍ଦ୍ଦେଶ ମୁଁ ସବୁ ମଣ୍ଡଳୀକୁ ଦେଇଥାଏ।
18
ସୁନ୍ନତ ହେବା ପରେ କେହି ଯଦି ଆହ୍ୱାନ ପାଏ, ସେ ସୁନ୍ନତର ଚିହ୍ନ ଲୋପ କରିବାକୁ ଚେଷ୍ଟା ନ କରୁ।
19
ଅସୁନ୍ନତ ଲୋକ ଯଦି ଈଶ୍ୱରଙ୍କ ଆହ୍ୱାନ ପାଏ, ସେ ଆଉ ସୁନ୍ନତ ନ ହେଉ, କାରଣ ସୁନ୍ନତ ହେବା ବା ନ ହେବାରେ କିଛି ମୂଲ୍ୟ ନାହିଁ। ମୁଖ୍ୟ ବିଷୟ ହେଉଛି, ଈଶ୍ୱରଙ୍କ ଆଦେଶ ପାଳନ କରିବା।
20
ଈଶ୍ୱରଙ୍କ ଆହ୍ୱାନ ଗ୍ରହଣ କଲାବେଳେ ଯେ ଯେଉଁ ଅବସ୍ଥାରେ ଥିଲା, ସେ ସେହି ଅବସ୍ଥାରେ ଥାଉ।
21
ଈଶ୍ୱର ଆହ୍ୱାନ କଲାବେଳେ ତୁମେ କ’ଣ କ୍ରୀତଦାସ ଥିଲ? ସେଥିପାଇଁ ମନ କଷ୍ଟ କର ନାହିଁ, ଯଦି କୌଣସି ଉପାୟରେ ମୁକ୍ତ ହୋଇପାର, ତେବେ ସେହି ସୁଯୋଗର ସଦ୍ବ୍ୟବହାର କର।
22
କାରଣ ପ୍ରଭୁଙ୍କର ଆହ୍ୱାନ ପାଇଥିବା କ୍ରୀତଦାସ, ତାଙ୍କର ମୁକ୍ତ ବ୍ୟକ୍ତି। ଅପର ପକ୍ଷରେ, ଖ୍ରୀଷ୍ଟଙ୍କ ଆହ୍ୱାନ ପାଇଥିବା ମୁକ୍ତ ବ୍ୟକ୍ତି, ତାଙ୍କର କ୍ରୀତଦାସ।
23
ଈଶ୍ୱର ତୁମ୍ଭମାନଙ୍କୁ ବିଶେଷ ମୂଲ୍ୟ ଦେଇ କିଣିଛନ୍ତି। ତେଣୁ ମନୁଷ୍ୟର କ୍ରୀତଦାସ ହୁଅ ନାହିଁ।
24
ଭାଇମାନେ, ତୁମ୍ଭେମାନେ ଯେଉଁ ଅବସ୍ଥାରେ ଆହୂତ ହୋଇଛ, ସେହି ଅବସ୍ଥାରେ ଈଶ୍ୱରଙ୍କ ସାହଚର୍ଯ୍ୟ ଲାଭ କରିବା ଉଚିତ୍।
25
ତୁମ୍ଭେମାନେ ଅବିବାହିତମାନଙ୍କ ବିଷୟରେ ଜାଣିବାକୁ ଚାହିଁଛ। ଏ ବିଷୟରେ ମୁଁ ପ୍ରଭୁଙ୍କଠାରୁ କୌଣସି ନିର୍ଦ୍ଦେଶ ପାଇ ନାହିଁ। କିନ୍ତୁ ପ୍ରଭୁଙ୍କ କୃପାରୁ ଜଣେ ବିଶ୍ୱାସଯୋଗ୍ୟ ବ୍ୟକ୍ତି ଭାବରେ ମୋର ବ୍ୟକ୍ତିଗତ ମତ ପ୍ରକାଶ କରୁଛି।
26
ଆସନ୍ନ ଦୁର୍ଦ୍ଦଶା ଦୃଷ୍ଟିରୁ ମୁଁ ମନେକରେ; ଜଣେ ବ୍ୟକ୍ତି ଯେପରି ଅଛି, ସେପରି ରହିବା ଆବଶ୍ୟକ।
27
ତୁମେ କ’ଣ ବିବାହିତ? ତେବେ ଏହି ବନ୍ଧନ ଛିନ୍ନ କରିବାକୁ ଚେଷ୍ଟା କର ନାହିଁ। ତୁମେ କ’ଣ ଅବିବାହିତ? ତେବେ ବିବାହ କରିବା ପାଇଁ ଇଚ୍ଛା କର ନାହିଁ।
28
ଅବଶ୍ୟ ବିବାହ କଲେ; ତୁମ୍ଭେମାନେ ପାପ କରିବ ନାହିଁ। ଅବିବାହିତ ସ୍ତ୍ରୀ ବିବାହ କଲେ କୌଣସି ପାପ କରେ ନାହିଁ। କିନ୍ତୁ ବିବାହିତ ଲୋକକୁ ସଂସାରର ବହୁ ଦୁଃଖ କଷ୍ଟ ସହ୍ୟ କରିବାକୁ ହୋଇଥାଏ। ଏ ଦୁର୍ଦ୍ଦଶା ସମୟରେ ସେଥିରୁ ତୁମ୍ଭେମାନେ ରକ୍ଷା ପାଅ, ଏହା ମୋର ଇଚ୍ଛା।
29
ଭାଇମାନେ, ମୁଁ ଏହି କଥା କହିବାକୁ ଇଚ୍ଛା କରୁଛି ଯେ, କାଳ ସନ୍ନିକଟ। ଆଜିଠାରୁ ବିବାହିତମାନେ ଅବିବାହିତଙ୍କ ପରି ଜୀବନ ଯାପନ କରନ୍ତୁ।
30
ଯେଉଁମାନେ ଶୋକାର୍ତ୍ତ, ସେମାନଙ୍କର ଶୋକ କରିବା ପାଇଁ କୌଣସି କାରଣ ନାହିଁ ବୋଲି ମନେ କରନ୍ତୁ। ଯେଉଁମାନେ ଉଲ୍ଲସିତ, ସେମାନେ ମଧ୍ୟ ଆନନ୍ଦ କରିବାର କୌଣସି କାରଣ ନାହିଁ ବୋଲି ମନେ କରନ୍ତୁ। ଯେଉଁମାନେ ଯାହା କିଣନ୍ତି, ତାହା ନିଜର ନୁହେଁ ବୋଲି ମନେ କରନ୍ତୁ।
31
ଯେଉଁମାନେ ସାଂସାରିକ ବିଷୟରେ ଲିପ୍ତ, ସେମାନେ ଏଥିରେ ନିର୍ଲିପ୍ତ ହେଲା ପରି ରହନ୍ତୁ, କାରଣ ଏହି ଜଗତର ସାମ୍ପ୍ରତିକ ପରିସ୍ଥିତି ଆଉ ବେଶୀ ଦିନ ତିଷ୍ଠିବ ନାହିଁ।
32
ତୁମ୍ଭେମାନେ ବ୍ୟସ୍ତତାରୁ ମୁକ୍ତ ହୁଅ ବୋଲି ମୁଁ ଚାହେଁ। ଅବିବାହିତ ବ୍ୟକ୍ତି ପ୍ରଭୁଙ୍କ କାର୍ଯ୍ୟରେ ମନୋଯୋଗୀ ହୁଏ; କାରଣ ପ୍ରଭୁଙ୍କୁ ସନ୍ତୁଷ୍ଟ କରିବା, ତା’ର ଏକମାତ୍ର ଲକ୍ଷ୍ୟ।
33
କିନ୍ତୁ ବିବାହିତ ବ୍ୟକ୍ତି ସାଂସାରିକ ବିଷୟରେ ଚିନ୍ତିତ ହେବା ସ୍ୱାଭାବିକ, କାରଣ ସ୍ତ୍ରୀକୁ ସନ୍ତୁଷ୍ଟ କରିବାକୁ ସେ ଚାହେଁ।
34
ତେଣୁ ସେ ଦୁଇଟି ଆକର୍ଷଣର ବଶବର୍ତ୍ତୀ। ଅବିବାହିତ ସ୍ତ୍ରୀ ବା କୁମାରୀ; ପ୍ରଭୁଙ୍କ କାର୍ଯ୍ୟରେ ମନୋଯୋଗୀ ହୁଏ, କାରଣ ଶାରୀରିକ ଓ ଆତ୍ମିକ ଭାବରେ ସେ ନିଜକୁ ଈଶ୍ୱରଙ୍କ ନିକଟରେ ଉତ୍ସର୍ଗ କରି ଦେବାକୁ ଚାହେଁ। କିନ୍ତୁ ବିବାହିତ ନାରୀ ଜାଗତିକ ବିଷୟ ନେଇ ବ୍ୟସ୍ତ, କାରଣ ସ୍ୱାମୀକୁ ସନ୍ତୁଷ୍ଟ କରିବା ତା’ର ଲକ୍ଷ୍ୟ।
35
ତୁମ୍ଭମାନଙ୍କର ମଙ୍ଗଳ ପାଇଁ କହୁଅଛି। ତୁମ ପ୍ରତି କୌଣସି ନିଷେଧାଜ୍ଞା ଜାରୀ କରିବା ମୋର ଅଭିପ୍ରାୟ ନୁହେଁ। ଅନ୍ୟ ପକ୍ଷରେ ତୁମେ ଯଥାଯଥ ଆଚରଣ କରି ନିଜ ନିଜକୁ ବିନା ଦ୍ୱିଧାରେ ପ୍ରଭୁଙ୍କ ସେବାରେ ସମର୍ପଣ କର, ଏହା ମୋର ଇଚ୍ଛା।
36
ବିବାହ ନିର୍ବନ୍ଧ ହୋଇଯିବା ପରେ, ପୁରୁଷ ଯଦି ମନେ କରେ ଯେ ତା’ର ବାଗ୍ଦତ୍ତା ସ୍ତ୍ରୀ ପ୍ରତି ସେ ସଂଯତ ଆଚରଣ କରିପାରୁ ନାହିଁ, ଯଦି ତା’ର କାମାଭିଳାଷ ପ୍ରବଳ ହୁଏ ଓ ତାହା ପକ୍ଷରେ ବିବାହ କରିବା ନିତାନ୍ତ ପ୍ରୟୋଜନ ହୋଇପଡ଼େ, ତେବେ ତା’ର ଇଚ୍ଛା ଅନୁଯାୟୀ ସେମାନେ ବିବାହ କରନ୍ତୁ। ଏଥିରେ କୌଣସି ପାପ ନାହିଁ।
37
କିନ୍ତୁ ଯେଉଁ ବ୍ୟକ୍ତି ସ୍ୱତଃପ୍ରବୃତ୍ତ ହୋଇ ତା’ର ବାଗ୍ଦତ୍ତାକୁ ବିବାହ ନ କରିବାକୁ ଦୃଢ଼ ସଙ୍କଳ୍ପ ଓ ନିଜର ଇନ୍ଦ୍ରିୟ ଲାଳସା ସମ୍ପୂର୍ଣ୍ଣ ଦମନ କରି ପାରିଛି ଏବଂ ବାଗ୍ଦତ୍ତାକୁ ସେହିପରି କୁମାରୀ ଅବସ୍ଥାରେ ରଖିବା ପାଇଁ ନିଷ୍ପତ୍ତି ନେଇ ସାରିଛି, ତେବେ ସେ ଠିକ୍ କରିଛି।
38
ଅତଏବ ଯେ ତା’ର ବାଗ୍ଦତ୍ତାକୁ ବିବାହ କରେ, ସେ ଭଲ କରେ। କିନ୍ତୁ ଯେ ବିବାହ ନ କରେ, ସେ ତା’ଠାରୁ ଅଧିକ ଭଲ କରେ।
39
ସ୍ୱାମୀ ବଞ୍ଚିଥିବା ପର୍ଯ୍ୟନ୍ତ ସ୍ତ୍ରୀ ସ୍ୱାଧୀନ ନୁହେଁ। ସ୍ୱାମୀର ମୃତ୍ୟୁ ପରେ ସେ ଇଚ୍ଛାନୁଯାୟୀ ପୁନର୍ବିବାହ କରିପାରେ; କିନ୍ତୁ ଯାହାକୁ ବିବାହ କରିବ, ସେ ଖ୍ରୀଷ୍ଟବିଶ୍ୱାସୀ ହେବା ଆବଶ୍ୟକ।
40
ମୋ’ ମତରେ, ସେ ଯେଉଁ ଅବସ୍ଥାରେ ଅଛି, ସେହି ଅବସ୍ଥାରେ ରହିଲେ ଅଧିକ ଖୁସି ହେବ। ଏହା ମଧ୍ୟ ଈଶ୍ୱରଙ୍କ ପବିତ୍ରଆତ୍ମାଙ୍କ ଅଭିମତ ବୋଲି ମୁଁ ଭାବୁଛି।
← Chapter 6
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 8 →
All chapters:
1
2
3
4
5
6
7
8
9
10
11
12
13
14
15
16