bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
1 Corinthians 9
1 Corinthians 9
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 8
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 10 →
1
ମୁଁ କ’ଣ ଜଣେ ସ୍ୱାଧୀନ ବ୍ୟକ୍ତି ନୁହେଁ? ମୁଁ ପ୍ରେରିତ ଶିଷ୍ୟ ନୁହେଁ କି? ଆମ୍ଭମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ କ’ଣ ମୁଁ ଦେଖି ନାହିଁ? ତୁମ୍ଭେମାନେ, ମୁଁ ପ୍ରଭୁଙ୍କ ପାଇଁ କରିଥିବା କାର୍ଯ୍ୟର ଫଳ ସ୍ୱରୂପ ନୁହଁ କି?
2
ଅନ୍ୟମାନେ ମୋତେ ପ୍ରେରିତ ଶିଷ୍ୟ ବୋଲି ଗ୍ରହଣ ନ କଲେ ମଧ୍ୟ ତୁମ୍ଭେମାନେ ଗ୍ରହଣ କରିଛ, କାରଣ ପ୍ରଭୁଙ୍କ ସହିତ ତୁମ ଜୀବନର ମିଳନ ହେତୁ ମୋ’ ପ୍ରେରିତ ଶିଷ୍ୟତ୍ୱର ପ୍ରମାଣ ତୁମେ ପାଇଛ।
3
ସମାଲୋଚକମାନଙ୍କୁ ମୁଁ ଏହିପରି ଉତ୍ତର ଦେଇଥାଏ।
4
ମୋର କାର୍ଯ୍ୟ ପାଇଁ ଖାଦ୍ୟ ଓ ପାନୀୟ ଗ୍ରହଣ କରିବାର ଅଧିକର କ’ଣ ମୋର ନାହିଁ?
5
ଅନ୍ୟାନ୍ୟ ପ୍ରେରିତ ଶିଷ୍ୟ, ପିତର ଓ ପ୍ରଭୁଙ୍କ ଭାଇମାନଙ୍କ ପରି ବିଶ୍ୱାସୀ ସମାଜର ଜଣେ ମହିଳାଙ୍କୁ ବିବାହ କରି ତାଙ୍କ ସହିତ ଭ୍ରମଣ କରିବା ପାଇଁ ମୋର କ’ଣ ଅଧିକାର ନାହିଁ?
6
ଜୀବିକା ନିର୍ବାହ ନିମନ୍ତେ କେବଳ ମୋତେ ଓ ବର୍ଣ୍ଣବାଙ୍କୁ କ’ଣ ପରିଶ୍ରମ କରିବାକୁ ହେବ?
7
ଜଣେ ସୈନିକ ନିଜର ଖର୍ଚ୍ଚ ନିଜେ ବହନ କରିଥାଏ କି? ଚାଷୀ କ’ଣ ନିଜ ଅଙ୍ଗୁର ବଗିଚାର ଫଳ ଖାଏ ନାହିଁ, ଅଥବା ମେଷପାଳକ ନିଜ ମେଷର ଦୁଗ୍ଧ ପାନ କରେ ନାହିଁ?
8
ମନୁଷ୍ୟ ଭାବରେ କ’ଣ ମୁଁ ଏହା କହୁଛି? ବ୍ୟବସ୍ଥାରେ ଏହା କୁହାଯାଇ ନାହିଁ କି?
9
ମୋଶାଙ୍କ ବ୍ୟବସ୍ଥାରେ ଉଲ୍ଲେଖ ଅଛି, “ବେଙ୍ଗଳା ପକାଉ ଥିବା ବଳଦର ମୁହଁରେ ତୁଣ୍ଡି ବାନ୍ଧ ନାହିଁ।” ଈଶ୍ୱର କ’ଣ କେବଳ ବଳଦର କଥା ଚିନ୍ତା କରୁଛନ୍ତି?
10
ଏହା ଆମ୍ଭମାନଙ୍କର ଉଦ୍ଦେଶ୍ୟରେ ଲିଖିତ ନୁହେଁ କି? ଅବଶ୍ୟ ତାହା ଆମ ପାଇଁ ଲିଖିତ। ଜମି ଚାଷକାରୀ ଓ ଫସଲ ଅମଳକାରୀ, ଫସଲରୁ ଅଂଶ ପାଇବା ପାଇଁ ଆଶା ରଖି କାର୍ଯ୍ୟ କରିଥାଆନ୍ତି।
11
ଆମେ ତୁମ୍ଭମାନଙ୍କ ମଧ୍ୟରେ ଆଧ୍ୟାତ୍ମିକ ବୀଜ ବୁଣିଛୁ। ତେଣୁ ତୁମ୍ଭମାନଙ୍କଠାରୁ କିଛି ପାର୍ଥିବ ଫସଲ ପାଇବାକୁ ଇଚ୍ଛା କରିବା କଅଣ ଏକ ଦୁରାଶା?
12
ତୁମ୍ଭମାନଙ୍କଠାରୁ ଏପରି ଆଶା କରିବା ପାଇଁ ଅନ୍ୟମାନଙ୍କର ଅଧିକାର ଅଛି। ତେବେ ଆମ ଅଧିକାର କ’ଣ ସେମାନଙ୍କଠାରୁ ଅଧିକ ନୁହେଁ? ଆମେ ଏହି ଅଧିକାରକୁ ପ୍ରୟୋଗ କରି ନାହୁଁ। କିନ୍ତୁ ଖ୍ରୀଷ୍ଟଙ୍କ ସୁସମାଚାର ପ୍ରଚାରରେ କୌଣସି ବାଧା ସୃଷ୍ଟି ନ କରିବା ପାଇଁ ଆମେ ସବୁ ସହ୍ୟ କରି ଯାଉଛୁ।
13
ତୁମ୍ଭେମାନେ କ’ଣ ଜାଣ ନାହିଁ, ଯେଉଁମାନେ ମନ୍ଦିରରେ କାର୍ଯ୍ୟ କରନ୍ତି, ସେମାନେ ମନ୍ଦିରରୁ ଖାଦ୍ୟ ପାଆନ୍ତି? ବଳି ଉତ୍ସର୍ଗ କରିବା ବ୍ୟକ୍ତି, ବଳିର ଅଂଶ ପାଏ ନାହିଁ କି?
14
ସେହିପରିଭାବେ ସୁସମାଚାର ପ୍ରଚାରକମାନେ ଏହି କାର୍ଯ୍ୟ ଦ୍ୱାରା ଜୀବିକା ନିର୍ବାହ କରିବେ, ଏହା ପ୍ରଭୁଙ୍କ ନିର୍ଦ୍ଦେଶ।
15
ମୁଁ କିନ୍ତୁ ଏହି ସୁଯୋଗ ସୁବିଧାରୁ ଗୋଟିଏ ହେଲେ ଉପଯୋଗ କରି ନାହିଁ କିମ୍ବା ସେଗୁଡ଼ିକୁ ଦାବୀ କରିବା ଉଦ୍ଦେଶ୍ୟରେ ତୁମ୍ଭମାନଙ୍କୁ ଏହା ଲେଖୁ ନାହିଁ, ମୋର ଏହି ଦର୍ପ ନିରର୍ଥକ ବୋଲି କେହି ପ୍ରମାଣିତ କରି ଦେବା ଅପେକ୍ଷା ମରଣ ମୋ’ ପାଇଁ ଶ୍ରେୟସ୍କର।
16
ସୁସମାଚାର ପ୍ରଚାର କରୁଛି ବୋଲି ମୋର ଦର୍ପ କରିବାର କିଛି କାରଣ ନାହିଁ। ଏହି ଦାୟିତ୍ୱ ପାଳନ ନିମନ୍ତେ ମୁଁ ଆଦେଶ ପାଇଛି। ତେଣୁ ସୁସମାଚାର ପ୍ରଚାର ନ କଲେ ମୋତେ ଧିକ୍।
17
ସ୍ୱେଚ୍ଛାରେ ଏହି କାର୍ଯ୍ୟ କଲେ, ମୁଁ ପୁରସ୍କାର ଅପେକ୍ଷା କରିଥାଆନ୍ତି, କିନ୍ତୁ ଈଶ୍ୱର ମୋ’ ଉପରେ ଏହି ଦାୟିତ୍ୱ ନ୍ୟସ୍ତ କରିଥିବାରୁ ଏହା କରିବା ମୋର କର୍ତ୍ତବ୍ୟ।
18
ତେବେ ମୁଁ କି ପୁରସ୍କାର ପାଉଛି? ସମସ୍ତଙ୍କ ନିକଟରେ ବିନା ମୂଲ୍ୟରେ ସୁସମାଚାର ପ୍ରଚାର କରୁଛି, ଏହି ମୋର ପୁରସ୍କାର। ସେଥିପାଇଁ ସୁସମାଚାର ପ୍ରଚାର ଲାଗି ମୁଁ କୌଣସି ସୁଯୋଗ ସୁବିଧା ଉପଭୋଗ କରେ ନାହିଁ।
19
ମୁଁ ଜଣେ ସ୍ୱାଧୀନ ବ୍ୟକ୍ତି, କାହାରି କ୍ରୀତଦାସ ନୁହେଁ, ତଥାପି ଅନେକଙ୍କୁ ଲାଭ କରିବା ପାଇଁ ମୁଁ ସମସ୍ତଙ୍କର ଦାସ ହୋଇଅଛି।
20
ଇହୁଦୀମାନଙ୍କୁ ଲାଭ କରିବା ପାଇଁ ମୁଁ ସେମାନଙ୍କ ସହିତ ଇଦୁଦୀଙ୍କ ପରି ଆଚରଣ କରୁଛି। ମୋଶାଙ୍କ ବ୍ୟବସ୍ଥା ପାଳନକାରୀମାନଙ୍କୁ ଲାଭ କରିବା ପାଇଁ ମୁଁ କୌଣସି ବ୍ୟବସ୍ଥାର ଅଧୀନ ନ ହେଲେ ମଧ୍ୟ ବ୍ୟବସ୍ଥାର ଅଧୀନରେ ଥିବା ପରି ଆଚରଣ କରିଛି।
21
ସେହିପରି ଅଣଇହୁଦୀମାନଙ୍କୁ ଲାଭ କରିବା ପାଇଁ ମୁଁ ସେମାନଙ୍କ ମଧ୍ୟରେ କାର୍ଯ୍ୟ କରିବାବେଳେ ଅଣଇହୁଦୀମାନଙ୍କ ପରି ବ୍ୟବସ୍ଥା ବହିର୍ଭୂତ ଆଚରଣ କରିଛି। ଏହାର ଅର୍ଥ ନୁହେଁ ଯେ, ମୁଁ ଈଶ୍ୱରଙ୍କ ବିଧିବିଧାନ ପାଳନ କରେ ନାହିଁ। ପ୍ରକୃତରେ ମୁଁ ଖ୍ରୀଷ୍ଟଙ୍କ ବ୍ୟବସ୍ଥାର ଅଧୀନ।
22
ଯେଉଁମାନେ ବିଶ୍ୱାସରେ ଦୁର୍ବଳ, ସେମାନଙ୍କୁ ଲାଭ କରିବା ପାଇଁ ମୁଁ ସେମାନଙ୍କ ପରି ହୋଇଛି। ଯେ କୌଣସି ଉପାୟରେ କେତେକଙ୍କୁ ରକ୍ଷା କରିବା ପାଇଁ ମୁଁ ବିଭିନ୍ନ ଭାବରେ ଆଚରଣ କରିଛି।
23
ମୁଁ ସୁସମାଚାର ପ୍ରଚାର କରି, ଏଥିରୁ ଆଶୀର୍ବାଦପ୍ରାପ୍ତ ହେବା ନିମନ୍ତେ ଏ ସବୁ କରିଥାଏ।
24
କ’ଣ ଜାଣ ନାହିଁ ଯେ, ପ୍ରତିଯୋଗିତାରେ ଅନେକେ ଅଂଶ ଗ୍ରହଣ କରନ୍ତି, କିନ୍ତୁ ଜଣେ ପୁରସ୍କୃତ ହୁଏ? ତୁମ୍ଭେମାନେ ଏପରି ଭାବରେ ଦୌଡ଼, ଯେପରି ପୁରସ୍କାର ଲାଭ କରି ପାରିବ।
25
କ୍ରୀଡ଼ା ପ୍ରତିଯୋଗୀମାନେ ତାଲିବେଳେ ସବୁ ବିଷୟରେ ସଂଯମ ଆଚରଣ କରନ୍ତି। ସେମାନେ ନଶ୍ୱର ଜୟମାଲ୍ୟ ଲାଭ କରିବା ଉଦ୍ଦେଶ୍ୟରେ ଏପରି କରି ଥାଆନ୍ତି। କିନ୍ତୁ ଆମେ ଅବିନଶ୍ୱର ଜୟମାଲ୍ୟ ଲାଭ କରିବା ଉଦ୍ଦେଶ୍ୟରେ ଏପରି କରିଥାଉ।
26
ସେଥିପାଇଁ ମୁଁ ସିଦ୍ଧାସଳଖ ଲକ୍ଷ୍ୟ ସ୍ଥଳ ନିକଟକୁ ଦୌଡ଼େ, ଜଣେ ମୁଷ୍ଟିଯୋଦ୍ଧା ପରି ମୁଁ ନିଜ ମୁଷ୍ଟିର ଆଘାତକୁ ଶୂନ୍ୟରେ ଛାଡ଼ି ଦେବାକୁ ଚାହେଁ ନାହିଁ।
27
ଅନ୍ୟମାନଙ୍କ ନିକଟରେ ସୁସମାଚାର ପ୍ରଚାର କରିଥିଲେ ମଧ୍ୟ ମୁଁ ନିଜେ ଯେପରି ଅଗ୍ରାହ୍ୟ ନ ହୁଏ, ଏଥିପାଇଁ କଷ୍ଟ ସହ୍ୟ କରି ଶରୀରକୁ କଠିନ କରିଛି ଓ ନିଜ ଆୟତ୍ତାଧୀନ କରି ରଖିଅଛି।
← Chapter 8
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 10 →
All chapters:
1
2
3
4
5
6
7
8
9
10
11
12
13
14
15
16