bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
1 Corinthians 13
1 Corinthians 13
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 12
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 14 →
1
ମୁଁ ମନୁଷ୍ୟମାନଙ୍କର ତଥା ସ୍ୱର୍ଗଦୂତମାନଙ୍କ ଭାଷାରେ କଥା କହି ପାରିଲେ ସୁଦ୍ଧା, ମୋ’ ହୃଦୟରେ ପ୍ରେମ ନ ଥିଲେ, ମୁଁ କେବଳ ଗୋଟିଏ ଶବ୍ଦାୟମାନ ପିଟା ଘଣ୍ଟା, କିଅବା ଝଣତ୍କାର କରୁଥିବା ଗୋଟିଏ କରତାଳ।
2
ପ୍ରେରଣାପୂର୍ଣ୍ଣ ଧର୍ମପ୍ରଚାର କରିବାକୁ ମୋର ଶକ୍ତି ଥାଇପାରେ। ସମସ୍ତ ବିଷୟରେ ଜ୍ଞାନ ଥାଇପାରେ, ସମସ୍ତ ନିଗୂଢ଼ ତତ୍ତ୍ୱ ବୁଝିବାକୁ ଶକ୍ତି ଥାଇପାରେ, ବିଶ୍ୱାସ ବଳରେ ପାହାଡ଼ ଘୁଞ୍ଚାଇବା ସାମର୍ଥ୍ୟ ଥାଇପାରେ; ତଥାପି ମୋର ପ୍ରେମ ନ ଥିଲେ, ମୁଁ କିଛି ନୁହେଁ।
3
ଯଦିବା ମୋର ସର୍ବସ୍ୱ ଦାନ କରିପାରେ କିମ୍ବା ଅଗ୍ନିରେ ଦଗ୍ଧ ହେବା ପାଇଁ ମୋ’ ଶରୀରକୁ ବିସର୍ଜନ କରି ଦିଏ, ତଥାପି ଯଦି ମୋ’ ହୃଦୟରେ ପ୍ରେମ ନାହିଁ, ସେସବୁ ମୋ’ ପାଇଁ ବୃଥା।
4
ପ୍ରେମ ଧୈର୍ଯ୍ୟଶୀଳ ଓ ସଦୟ, ପ୍ରେମ ଈର୍ଷାପର, ଆତ୍ମାଭିମାନୀ ବା ଅହଙ୍କାରୀ ନୁହେଁ।
5
ପ୍ରେମ ଋକ୍ଷ ସ୍ୱଭାବ ବା ସ୍ୱାର୍ଥପର ନୁହେଁ, ଅଯଥା ବିରକ୍ତ ହୁଏ ନାହିଁ। ପ୍ରେମ ତା’ ପ୍ରତି କରାଯାଇଥିବା ଅନ୍ୟାୟର ହିସାବ ରଖେ ନାହିଁ।
6
ପ୍ରେମ ଅଧର୍ମରେ ଆନନ୍ଦ କରେ ନାହିଁ, ସତ୍ୟରେ ତା’ର ଆନନ୍ଦ। ପ୍ରେମ ସବୁ କିଛି ସହ୍ୟ କରେ।
7
ତା’ର ଅସୀମ ବିଶ୍ୱାସ, ଅଦମ୍ୟ ଭରସା; କୌଣସି ପରିସ୍ଥିତିରେ ସେ ଧୈର୍ଯ୍ୟଚ୍ୟୁତ ହୁଏ ନାହିଁ।
8
ପ୍ରେମ ଚିରସ୍ଥାୟୀ। ପ୍ରେରଣାପୂର୍ଣ୍ଣ ଧର୍ମ ପ୍ରଚାର କ୍ଷଣିକ। ଅଲୌକିକ ଭାଷାରେ କଥା କହିବା ଶକ୍ତି କ୍ଷୟ ପାଇବ, ମନୁଷ୍ୟ ଜ୍ଞାନର ବିଲୋପ ଘଟିବ।
9
କାରଣ ଆମର ଜ୍ଞାନ ଓ ପ୍ରେରଣାପୂର୍ଣ୍ଣ ଧର୍ମ ପ୍ରଚାର କରିବା ପାଇଁ ଆମ ଶକ୍ତି ଅସମ୍ପୂର୍ଣ୍ଣ।
10
କିନ୍ତୁ ସମସ୍ତ ବିଷୟର ସମ୍ପୂର୍ଣ୍ଣତା ଉପସ୍ଥିତ ହେଲେ, ଏହି ଆଂଶିକ ବିଷୟସବୁ ଲୋପ ପାଇବ।
11
ମୁଁ ଶିଶୁ ଥିଲାବେଳେ ମୋର କଥାବାର୍ତ୍ତା, ଅନୁଭୂତି ଓ ଚିନ୍ତାଧାରା ଶିଶୁସୁଲଭ ଥିଲା। କିନ୍ତୁ ବୟଃପ୍ରାପ୍ତ ହେଲା ପରେ ବର୍ତ୍ତମାନ ମୁଁ ଆଉ ଶିଶୁ ପରି ଆଚରଣ କରୁ ନାହିଁ।
12
ବର୍ତ୍ତମାନ ଆମେ ଯାହା ଦେଖୁଛୁ, ତାହା ଦର୍ପଣରେ ଦେଖାଯାଉଥିବା ଅସ୍ପଷ୍ଟ ପ୍ରତିବିମ୍ବ ପରି। କିନ୍ତୁ ଦିନ ଆସିବ, ଯେତେବେଳେ ତାହା ଆମେ ମୁହାଁମୁହିଁ ହୋଇ ଦେଖିବା। ବର୍ତ୍ତମାନ ମୁଁ ଯାହା ଜାଣୁଛି, ତାହା କେବଳ ଆଂଶିକ। ଈଶ୍ୱର ମୋତେ ସମ୍ପୂର୍ଣ୍ଣଭାବେ ଜାଣିଲା ପରି ସେତେବେଳେ ମୋର ଜ୍ଞାନ ମଧ୍ୟ ସମ୍ପୂର୍ଣ୍ଣ ହେବ।
13
ବିଶ୍ୱାସ, ଭରସା ଓ ପ୍ରେମ - ଏହି ତିନୋଟି ସ୍ଥାୟୀ ବିଷୟ ମଧ୍ୟରେ ପ୍ରେମ ହିଁ ଶ୍ରେଷ୍ଠ।
← Chapter 12
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 14 →
All chapters:
1
2
3
4
5
6
7
8
9
10
11
12
13
14
15
16