bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
1 Corinthians 10
1 Corinthians 10
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 9
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 11 →
1
ଭାଇମାନେ, ମୋଶାଙ୍କୁ ଅନୁସରଣ କରି ଆମ ପୂର୍ବପୁରୁଷମାନଙ୍କ ପ୍ରତି କ’ଣ ଘଟିଥିଲା, ତୁମ୍ଭେମାନେ ସ୍ମରଣ ରଖ, ଏହା ମୋର ଏକାନ୍ତ ଇଚ୍ଛା। ସେମାନେ ସମସ୍ତେ ମେଘ ଦ୍ୱାରା ସୁରକ୍ଷିତ ଥିଲେ, ଲୋହିତ ସାଗରକୁ ଅକ୍ଲେଶରେ ଅତିକ୍ରମ କଲେ।
2
ମୋଶାଙ୍କ ଅନୁସରଣକାରୀ ଭାବରେ ସେମାନେ ସମସ୍ତେ ମେଘ ଓ ସାଗରରେ ଜଳଦୀକ୍ଷା ପାଇଥିଲେ।
3
ସେମାନେ ସମସ୍ତେ ଏକ ଆଧ୍ୟାତ୍ମିକ ଖାଦ୍ୟ ଓ ପାନୀୟ ଗ୍ରହଣ କରିଥିଲେ,
4
କାରଣ ସେମାନଙ୍କ ସହିତ ଗତି କରୁଥିବା ଆଧ୍ୟାତ୍ମିକ ଶୈଳରୁ ସେମାନେ ଜଳପାନ କରୁଥିଲେ, ଆଉ ସେହି ଶୈଳ ସ୍ୱୟଂ ଖ୍ରୀଷ୍ଟ।
5
ତଥାପି ଈଶ୍ୱର ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ପ୍ରତି ସନ୍ତୁଷ୍ଟ ନ ଥିଲେ। ତେଣୁ ସେମାନଙ୍କ ମୃତ ଶରୀର ମରୁଭୂମିର ଚାରିଆଡ଼େ ଛିନ୍ନଭିନ୍ନ ହୋଇ ପଡ଼ିଥିଲା।
6
ସେମାନଙ୍କ ପ୍ରତି ଅସତ୍ ଚିନ୍ତା ନ କରିବା ପାଇଁ କିମ୍ବା ସେମାନଙ୍କ ମଧ୍ୟରୁ କେତେକଙ୍କ ପରି ପ୍ରତିମା ପୂଜା ନ କରିବା ପାଇଁ, ଏସବୁ ଦୃଷ୍ଟାନ୍ତ ସ୍ୱରୂପ ହୋଇ ଆମକୁ ଚେତାବନୀ ଦେଉଛି। ଧର୍ମଶାସ୍ତ୍ରରେ ଲେଖାଅଛି, “ଲୋକମାନେ ଭୋଜନପାନ କରିବାକୁ ବସିଲେ ଓ ତା’ପରେ ଉଠି ରଙ୍ଗରସରେ ମାତିଲେ।”
8
ସେମାନଙ୍କ ମଧ୍ୟରୁ କେତେକ ବ୍ୟଭିଚାର କରିବା ହେତୁ ଗୋଟିଏ ଦିନରେ ତେଇଶ ହଜାର ଲୋକ ମରିଥିଲେ। ସେପରି ପାପ ଆମେ ନ କରୁ।
9
ସେମାନଙ୍କ ମଧ୍ୟରୁ କେତେକ ପ୍ରଭୁଙ୍କ ଶକ୍ତି ପରଖ କରି ସର୍ପାଘାତରେ ନିହତ ହୋଇଥିଲେ। ଆମ୍ଭେମାନେ ସେପରି ପ୍ରଭୁଙ୍କୁ ପରୀକ୍ଷା ନ କରୁ।
10
ସେମାନଙ୍କ ମଧ୍ୟରୁ କେହି କେହି ଈଶ୍ୱରଙ୍କ ବିରୁଦ୍ଧରେ ବିକ୍ଷୋଭ କରି ସଂହାରକ ଦୂତ ଦ୍ୱାରା ଧ୍ୱଂସ ପାଇଥିଲେ। ତୁମ୍ଭେମାନେ ସେପରି ବିକ୍ଷୋଭ କର ନାହିଁ।
11
ସେମାନଙ୍କ ପାଇଁ ଏ ସବୁ ଘଟଣା ଅନ୍ୟମାନଙ୍କର ଦୃଷ୍ଟାନ୍ତ ସ୍ୱରୂପ ଘଟିଥିଲା ଏବଂ ଆମକୁ ସତର୍କ କରାଇବା ନିମନ୍ତେ ସେଗୁଡ଼ିକ ଲିଖିତ। କାରଣ ପ୍ରାୟ ଯୁଗାନ୍ତ ସମୟରେ ଆମେ ବାସ କରୁଅଛୁ।
12
ଯେ ଦୃଢ଼ ପ୍ରତିଷ୍ଠିତ ବୋଲି ଭାବେ, ସେ ସାବଧାନ ରହୁ। ତା’ର ଯେପରି ପତନ ନ ହୁଏ।
13
ତୁମେ ଯେଉଁ ସକଳ ପରୀକ୍ଷାର ସମ୍ମୁଖୀନ ହୋଇଛ, ଲୋକେ ସାଧାରଣତଃ ସେହି ପ୍ରକାର ପରୀକ୍ଷାର ସମ୍ମୁଖୀନ ହୋଇଥାନ୍ତି, କିନ୍ତୁ ଈଶ୍ୱର ତାଙ୍କ ପ୍ରତିଜ୍ଞା ରକ୍ଷାରେ ବିଶ୍ୱସ୍ତ। ସେ ତୁମ୍ଭମାନଙ୍କୁ ତୁମ ଶକ୍ତିର ବାହାରେ ପରୀକ୍ଷିତ ହେବାକୁ ଦେବେ ନାହିଁ। ତୁମେ ପରୀକ୍ଷିତ ହେବାବେଳେ, ସହ୍ୟ କରିବା ପାଇଁ ଈଶ୍ୱର ତୁମକୁ ଶକ୍ତି ଯୋଗାଇ ଦେବେ ଓ ଉଦ୍ଧାରର ପଥ ଦେଖାଇ ଦେବେ।
14
ସୁତରାଂ ପ୍ରିୟ ବନ୍ଧୁଗଣ, ତୁମ୍ଭେମାନେ ପ୍ରତିମା ପୂଜା ପରିହାର କର।
15
ତୁମ୍ଭମାନଙ୍କୁ ବୁଦ୍ଧିମାନ ମନେକରି ମୁଁ ଏହା କହୁଛି, ମୁଁ ଯାହା କହୁଛି, ତାହା ବିବେଚନା କର।
16
ପ୍ରଭୁଭୋଜରେ ଆମେ ଯେଉଁ ପାନପାତ୍ର ବ୍ୟବହାର କରୁ, ତାହା ନିମନ୍ତେ ଆମେ ଈଶ୍ୱରଙ୍କୁ ଧନ୍ୟବାଦ ଦେଇଥାଉ। ଏହି ପାନପାତ୍ରରୁ ପାନ କରିବାବେଳେ ଆମେ ଖ୍ରୀଷ୍ଟଙ୍କ ରକ୍ତରେ ଅଂଶ ଗ୍ରହଣ କରୁ। ପୁଣି ରୋଟୀ ଭାଙ୍ଗି ଖାଇବା ଦ୍ୱାରା ଆମେ ଖ୍ରୀଷ୍ଟଙ୍କ ଶରୀରରେ ଅଂଶ ଗ୍ରହଣ କରୁ।
17
ଆମେ ଅନେକ ହେଲେ ମଧ୍ୟ ରୋଟୀ ଏକ ହେବାରୁ ଆମେ ଏକ ଶରୀର ହେଉ, କାରଣ ଆମେ ସମସ୍ତେ ସେହି ଏକ ରୋଟୀରେ ଅଂଶ ଗ୍ରହଣ କରିଥାଉ।
18
ଏବ୍ରୀ ଜାତି କଥା ବିବେଚନା କର। ସେମାନଙ୍କ ମଧ୍ୟରୁ ଯେଉଁମାନେ ବଳିମାଂସ ଭୋଜନ କରନ୍ତି, ସେମାନେ କ’ଣ ବେଦୀର ଉପାସନାରେ ଅଂଶ ଗ୍ରହଣ କରନ୍ତି ନାହିଁ?
19
ତେବେ ମୁଁ କ’ଣ କହୁଛି ଯେ, ପ୍ରତିମା ଓ ତା’ ଉଦ୍ଦେଶ୍ୟରେ ଉତ୍ସର୍ଗିତ ବଳିର କିଛି ମୂଲ୍ୟ ଅଛି?
20
ନା, କଦାପି ନୁହେଁ। ମୋର କହିବାର ଅର୍ଥ ହେଉଛି ଯେ, ପ୍ରତିମାପୂଜକମାନେ ଉତ୍ସର୍ଗ କରିଥିବା ବଳି ଈଶ୍ୱରଙ୍କ ଉଦ୍ଦେଶ୍ୟରେ ନୁହେଁ, ତାହା ଶୟତାନ ଉଦ୍ଦେଶ୍ୟରେ ଅର୍ପିତ। ଶୟତାନ ସହିତ ତୁମ୍ଭମାନଙ୍କର କୌଣସି ସମ୍ପର୍କ ରହୁ ବୋଲି ମୁଁ ଚାହେଁ ନାହିଁ।
21
ପ୍ରଭୁ ଓ ଶୟତାନ, ଉଭୟଙ୍କ ପାନପାତ୍ରରୁ ତୁମ୍ଭେମାନେ ପାନ କରି ପାରିବ ନାହିଁ। ପ୍ରଭୁ ଓ ଶୟତାନ, ଉଭୟଙ୍କ ମେଜରେ ତୁମ୍ଭେମାନେ ଭୋଜନ କରି ପାରିବ ନାହିଁ।
22
ଆମେ କ’ଣ ପ୍ରଭୁଙ୍କ ମନରେ ଈର୍ଷା ଜନ୍ମାଇବା? ଆମେ କ’ଣ ଈଶ୍ୱରଙ୍କଠାରୁ ଅଧିଖ ଶକ୍ତିଶାଳୀ?
23
ସେମାନେ କହୁଛନ୍ତି, “ସବୁ କରିବା ପାଇଁ ଆମର ସ୍ୱାଧୀନତା ଅଛି।” ସତ କଥା, କିନ୍ତୁ ସବୁ ବିଷୟ ବିହିତ ନୁହେଁ। ଆମେ ସବୁ କରିପାରୁ, କିନ୍ତୁ ସବୁ ବିଷୟ ହିତଜନକ ନୁହେଁ।
24
କେବଳ ନିଜର ସ୍ୱାର୍ଥସିଦ୍ଧିରେ ନିବିଷ୍ଟ ନ ରହି, ଅନ୍ୟର ସ୍ୱାର୍ଥ ପ୍ରତି ଦୃଷ୍ଟି ଦେବା ଉଚିତ୍।
25
ବିବେକକୁ ନିର୍ମଳ ରଖିବା ପାଇଁ କୌଣସି ପ୍ରଶ୍ନ ନ ପଚାରି ବଜାରରେ ବିକ୍ରି ହେଉଥିବା ମାଂସ ତୁମେ ସ୍ୱଚ୍ଛନ୍ଦରେ ଭୋଜନ କରିପାର,
26
କାରଣ ଶାସ୍ତ୍ର ବାକ୍ୟ ଅନୁଯାୟୀ, “ପୃଥିବୀ ଓ ତାହାର ସମସ୍ତ ବିଷୟ ପ୍ରଭୁଙ୍କର”।
27
ଅନ୍ୟ ମତାବଲମ୍ବୀ କେହି ଯଦି ତୁମକୁ ନିମନ୍ତ୍ରଣ କରେ ଏବଂ ତୁମେ ତାହା ଗ୍ରହଣ କର, ତେବେ ତୁମ ବିବେକ ହେତୁ କୌଣସି ପ୍ରଶ୍ନ ନ ପଚାରି, ଯାହା ପରିବେଷଣ କରାଯାଇଛି, ତାହା ଭୋଜନ କର।
28
କିନ୍ତୁ ତାହା ଦେବ ପ୍ରସାଦ ବୋଲି ଯଦି କେହି କହେ, ତାହାର ମଙ୍ଗଳ ପାଇଁ ଓ ବିବେକ ହେତୁ ତାହା ଖାଅ ନାହିଁ।
29
ଏଠାରେ ତୁମ୍ଭର ବିବେକ କଥା ମୁଁ କହୁ ନାହିଁ - ତାହାର ବିବେକ ପାଇଁ ଏ କଥା କହୁଛି। ତୁମ୍ଭେମାନେ ହୁଏତ ପ୍ରଶ୍ନ କରିପାର, “ଆମ ସ୍ୱାଧୀନତା ଉପରେ ଅନ୍ୟର ବିବେକ କାହିଁକି ହସ୍ତକ୍ଷେପ କରିବ?
30
ମୁଁ ଈଶ୍ୱରଙ୍କୁ ଧନ୍ୟବାଦ ଦେଇ ଯେଉଁ ଖାଦ୍ୟ ଗ୍ରହଣ କରୁଛି, ସେହି ଖାଦ୍ୟ ପାଇଁ ମୋତେ କାହିଁକି କିଏ ସମାଲୋଚନା କରିବ?”
31
ତୁମେ ଖିଆପିଆ କିମ୍ବା ଯାହା କିଛି କର, ତାହା ଈଶ୍ୱରଙ୍କ ଗୌରବ ଉଦ୍ଦେଶ୍ୟରେ କର।
32
ତୁମ୍ଭେମାନେ ଅନ୍ୟ ଦେଶୀୟ, ଇହୁଦୀ କିମ୍ବା ଈଶ୍ୱରଙ୍କ ମଣ୍ଡଳୀ, କାହାରି ବିଘ୍ନ ସ୍ୱରୂପ ହୁଅ ନାହିଁ।
33
ତୁମେ ମୋ’ ପରି ଆଚରଣ କର। ମୁଁ ସବୁ ବିଷୟରେ ସମସ୍ତଙ୍କୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରୁଛ। ନିଜର ଚିନ୍ତା ନ କରି, ଅନ୍ୟମାନଙ୍କର ପରିତ୍ରାଣ ଲାଭ ଉଦ୍ଦେଶ୍ୟରେ ସମସ୍ତଙ୍କର ମଙ୍ଗଳ କରୁଛି।
← Chapter 9
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 11 →
All chapters:
1
2
3
4
5
6
7
8
9
10
11
12
13
14
15
16