bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
1 Samuel 1
1 Samuel 1
Odia Bible ERV 2004 (ପବିତ୍ର ବାଇବଲ)
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 2 →
1
ଇଲ୍କାନା ଓ ତାଙ୍କ ପରିବାର ଶୀଲୋଠାରେ ଉପାସନା କଲେ ଇଫ୍ରୟିମର ପର୍ବତମୟ ଦେଶର ରାମାଠାରେ ଜଣେ ଲୋକ ବାସ କରୁଥିଲେ, ଯାହାର ନାମ ଥିଲା ଇଲ୍କାନା। ଇଲ୍କାନା ସୂଫ ପରିବାରବର୍ଗର ଥିଲେ। ଇଲ୍କାନା ଯିରୋହମର ପୁତ୍ର ଥିଲା, ଯିଏ ଇଲୀହର ପୁତ୍ର ଥିଲା, ଯିଏ ତୋହର ପୁତ୍ର ଥିଲା, ଯିଏ ସୂଫର ପୁତ୍ର ଥିଲା ଓ ଏମାନେ ଇଫ୍ରୟିମ ପରିବାରବର୍ଗର ଥିଲେ।
2
ଇଲ୍କାନାର ଦୁଇଟି ସ୍ତ୍ରୀ ଥିଲେ, ଜଣକର ନାମ ଥିଲା ହାନ୍ନା ଓ ଅନ୍ୟ ଜଣକର ନାମ ଥିଲା ପନିନ୍ନା। ପିନ୍ନିନାର ପିଲାପିଲି ଥିଲେ। କିନ୍ତୁ ହାନ୍ନାର କୌଣସି ପିଲାପିଲି ନ ଥିଲେ।
3
ପ୍ରତି ବର୍ଷ ଇଲ୍କାନା ତା’ର ନିଜ ସହର ରାମାକୁ ଛାଡ଼ି ଶୀଲୋକୁ ଯାଉଥିଲା, ଶୀଲୋରେ ଥିବା ସର୍ବଶକ୍ତିମାନ ସଦାପ୍ରଭୁଙ୍କ ନିକଟରେ ବଳିଦାନ ଉତ୍ସର୍ଗ ପାଇଁ ଓ ଉପାସନା ପାଇଁ ସେଠାକୁ ଯାଉଥିଲା। ଯେଉଁ ସ୍ଥାନରେ ଏଲିଙ୍କର ଦୁଇ ପୁତ୍ର ସଦାପ୍ରଭୁଙ୍କର ଯାଜକ ଥିଲେ, ତାଙ୍କର ନାମ ଥିଲା, ହଫ୍ନି ଓ ପୀନହସ୍।
4
ପ୍ରତ୍ୟେକଥର ବଳିଦାନ ଉତ୍ସର୍ଗ କଲାପରେ ସେଥିରୁ କିଛି ଅଂଶ ତା’ର ସ୍ତ୍ରୀ ପନିନ୍ନା ଏବଂ ତା’ର ସମସ୍ତ ପୁତ୍ରଗଣ ଓ କନ୍ୟାମାନଙ୍କୁ ଦେଉଥିଲା।
5
ଇଲ୍କାନା ମଧ୍ୟ ତା’ର ସ୍ତ୍ରୀ ହାନ୍ନାକୁ ତା’ର ଦୁଇଗୁଣ ଅଂଶ ଦେଉଥିଲା। କାରଣ ନିଜ ସ୍ତ୍ରୀ ହାନ୍ନାକୁ ସେ ବାସ୍ତବରେ ପ୍ରେମ କରୁଥିଲା। କିନ୍ତୁ ସଦାପ୍ରଭୁ ତା’ କୋଳରେ କୌଣସି ସନ୍ତାନସନ୍ତତି ଦେଇ ନ ଥିଲେ।
6
ପନିନ୍ନା ହାନ୍ନାକୁ ଧୈର୍ଯ୍ୟଚ୍ୟୁତ କଲା ସଦାପ୍ରଭୁ ହାନ୍ନା କୋଳରେ କୌଣସି ସନ୍ତାନ ଦେଇ ନ ଥିଲେ, ତେଣୁ ପନିନ୍ନା ତାକୁ ଦୁଃଖିତ କରୁଥିଲା ଏବଂ ତାକୁ ବିରକ୍ତି କରୁଥିଲା।
7
ଯେତେବେଳେ ସେହି ପରିବାର ସଦାପ୍ରଭୁଙ୍କ ମନ୍ଦିରକୁ ଯାଉଥିଲେ ପ୍ରତି ବର୍ଷ ଏହିପରି ହେଉଥିଲା। ପନିନ୍ନା ହାନ୍ନାକୁ ଦୁଃଖିତ କରୁଥିଲା। ତେଣୁ ସେ କ୍ରନ୍ଦନ କଲା ଓ କିଛି ଖାଇଲା ନାହିଁ।
8
ତା’ର ସ୍ୱାମୀ ଇଲ୍କାନା ପଗ୍ଭରୁ ଥିଲେ, “ତୁମ୍ଭେ କାହିଁକି କାନ୍ଦୁଛ? ତୁମ୍ଭେ କାହିଁକି କିଛି ଖାଉ ନାହଁ? ତୁମ୍ଭେ କାହିଁକି ଦୁଃଖିତ। ମୁଁ ତୁମ୍ଭର ସ୍ୱାମୀ, ତୁମ୍ଭେ ଭାବିବା ଉଚିତ୍ ଯେ ମୁଁ ତୁମ୍ଭ ପାଇଁ ତୁମ୍ଭର ଦଶ ଜଣ ପୁତ୍ର ପାଇବା ସକ୍ଷମ।”
9
ହାନ୍ନାର ପ୍ରାର୍ଥନା ଖାଇପିଇ ସାରିବା ପରେ ହାନ୍ନା ଚୁପ୍ଗ୍ଭପ୍ ଭାବରେ ଉଠିଯାଇ ସଦାପ୍ରଭୁଙ୍କ ପ୍ରାଙ୍ଗଣକୁ ପ୍ରାର୍ଥନା କରିବାକୁ ଗଲା। ଏଲି ଯିଏ କି ଧର୍ମଯାଜକ ଥିଲେ, ସେ ସେହି ସଦାପ୍ରଭୁଙ୍କ ପବିତ୍ର ମନ୍ଦିରର ଫାଟକ ନିକଟରେ ବସି ରହିଥିଲା।
10
ହାନ୍ନା ଭାରି ଦୁଃଖିନୀ ଥିଲା। ସେ ଯେତେବେଳେ ସଦାପ୍ରଭୁଙ୍କୁ ପ୍ରାର୍ଥନା କରୁଥିଲା, ସେ ବହୁତ କାନ୍ଦୁଥିଲା।
11
ସେ ଏହା କହି ପରମେଶ୍ୱରଙ୍କ ନିକଟରେ ପ୍ରତିଜ୍ଞା କଲା, “ସର୍ବଶକ୍ତିମାନ ସଦାପ୍ରଭୁ ଯଦି ତୁମ୍ଭେ ଦେଖୁଥାଅ ମୁଁ କେତେ ଦୁଃଖୀ, ଯଦି ତୁମ୍ଭେ ତୁମ୍ଭର ଦାସୀକୁ ମନେ ରଖିଥାଅ, ତେବେ ମୋତେ ଏକ ପୁତ୍ର ଦିଅ। ତା’ହେଲେ ମୁଁ ସେହି ପୁତ୍ରଟିକୁ ତୁମ୍ଭଠାରେ ଉତ୍ସର୍ଗ କରିବି। ସେ ତା’ର ଜୀବନସାରା ତୁମ୍ଭର ସେବା କରିବ। ସେ ଦ୍ରାକ୍ଷାରସ ଏବଂ ସୁରା ନାସରୀୟ ତୁଲ୍ୟ ପିଇବ ନାହିଁ ଏବଂ ତା’ର ବାଳ କାଟିବା ପାଇଁ କୌଣସି କ୍ଷୁର ତା’ର ମୁଣ୍ଡରେ ସ୍ପର୍ଶ କରିବ ନାହିଁ।”
12
ଯେତେବେଳେ ସେ ସଦାପ୍ରଭୁଙ୍କୁ ଦୀର୍ଘ ସମୟ ଧରି ଏହିପରି ପ୍ରାର୍ଥନା କରୁଥିଲା, ଏଲି ତା’ର ପାଟିକୁ ଦେଖୁଥିଲେ।
13
ସେହି ସମୟରେ ହାନ୍ନା ମନେ ମନେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଥିଲା। କେବଳ ତା’ର ଓଷ୍ଠ ହଲୁଥିଲା। ମାତ୍ର ତା’ର ସ୍ୱର ଶୁଣା ଯାଉ ନ ଥିଲା। ତେଣୁ ସେ ଗଭୀର ଭାବରେ ଦ୍ରାକ୍ଷାପାନ କରିଛି ବୋଲି ଏଲି ଭାବିଲେ।
14
ଏଲି ହାନ୍ନାଙ୍କୁ କହିଲେ, “ତୁମ୍ଭେ ଆଉ କେତେକାଳ ମାତାଲ ହେଉଥିବ? ଦ୍ରକ୍ଷାରସରୁ ଦୂରେଇ ରୁହ।”
15
ହାନ୍ନା ଉତ୍ତର ଦେଲା, “ନା, ମୋର ମହାଶୟ, ମୁଁ ଜଣେ ଦୁଃଖିନୀ ସ୍ତ୍ରୀ, ମୁଁ ଦ୍ରାକ୍ଷାରସ କି ମଦ୍ୟପାନ କରି ନାହିଁ। ମାତ୍ର ମୁଁ ସଦାପ୍ରଭୁଙ୍କଠାରେ ଆପଣାର ପ୍ରାଣ ବେଦନା ଢାଳୁଥିଲି।
16
ଆପଣା ଦାସୀକୁ କୁଚରିତ୍ରା ଭାବ ନାହିଁ। ମୁଁ ଆପଣା ଚିନ୍ତା ଓ ସମସ୍ୟାକୁ ସଦାପ୍ରଭୁଙ୍କ ନିକଟରେ ଜଣାଉଥିଲି। କାରଣ ମୋର ଅନେକ ସମସ୍ୟା ଅଛି ଏବଂ ମୁଁ ଅତ୍ୟନ୍ତ ଦୁଃଖିତ।”
17
ତହିଁରେ ଏଲି ଉତ୍ତର ଦେଲେ, “ଶାନ୍ତିରେ ଯାଅ, ଯାହା ତୁମ୍ଭେ ପରମେଶ୍ୱରଙ୍କଠାରେ ମାଗିଲ, ଇସ୍ରାଏଲର ପରମେଶ୍ୱର ତୁମ୍ଭର ମନସ୍କାମନା ପୁରଣ କରନ୍ତୁ।”
18
ତା’ପରେ ସେ ଉତ୍ତର ଦେଲା, “ମୁଁ ତୁମ୍ଭ ଦାସୀ ତୁମ୍ଭ ଆଖିରେ ଅନୁଗ୍ରହ ପ୍ରାପ୍ତ ହେଉ।” ଆଉ ସେ (ସ୍ତ୍ରୀ) ଆପଣା ପଥରେ ଗଲା ଓ ଭୋଜନ କଲା ଏବଂ ତା’ର ମୁହଁ ଆଉ ବିଷର୍ଣ୍ଣ ହେଲା ନାହିଁ।
19
ତା’ ପରଦିନ ପ୍ରଭାତରେ ଇଲ୍କାନା ଉଠି, ଆପଣା ପରିବାର ସହ ସଦାପ୍ରଭୁଙ୍କ ଉପାସନା କରି ଆପଣା ଗୃହ ରାମାକୁ ଫେରିଗଲେ। ଶାମୁୟେଲର ଜନ୍ମ ତା’ପରେ ଇଲ୍କାନା ଆପଣା ସ୍ତ୍ରୀ ହାନ୍ନା ସହିତ ସହବାସ କଲା ଏବଂ ସଦାପ୍ରଭୁ ହାନ୍ନାକୁ ସ୍ମରଣ କଲେ।
20
ଏହା ପରେ ସେହି ସମୟରେ ପରବର୍ଷ ହାନ୍ନା ପୁତ୍ର ପ୍ରସବ କଲା। କାରଣ ମୁଁ ସଦାପ୍ରଭୁଙ୍କୁ ମାଗିଥିଲି, “ସେ ତାହାର ନାମ ଶାମୁୟେଲ ଡାକିଲା।”
21
ଏହା ପରେ ଇଲ୍କାନା ଓ ତାହାର ପରିବାର ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବଳିଦାନ ଓ ଆପଣା ପ୍ରତିଜ୍ଞା ପୂର୍ଣ୍ଣତା କରିବାକୁ ଗଲେ।
22
କିନ୍ତୁ ହାନ୍ନା ଗଲା ନାହିଁ, ଏବଂ ସେ ଆପଣା ସ୍ୱାମୀକୁ କହିଲା, “ବାଳକ ସ୍ତନ୍ୟପାନ ଛାଡ଼ିଲା ପରେ ମୁଁ ତାକୁ ନେଇଯିବି। ତା’ପରେ ସେ ସଦାପ୍ରଭୁଙ୍କର ସାକ୍ଷାତରେ ଉପସ୍ଥିତ ହେବ ଓ ସେଠାରେ ସର୍ବଦା ରହିବ।”
23
ତା’ପରେ ତା’ର ସ୍ୱାମୀ ଇଲ୍କାନା ତାକୁ କହିଲା, “ଯାହା ତୁମ୍ଭେ ଉତ୍ତମ ଭାବ ତାହା କର। ପିଲାଟି ସ୍ତନ୍ୟପାନ ତ୍ୟାଗ କରିବା ପର୍ଯ୍ୟନ୍ତ ଏଠାରେ ରୁହ। ସଦାପ୍ରଭୁ ତାଙ୍କର ବାକ୍ୟ ପୂର୍ଣ୍ଣ କରନ୍ତୁ ।” ତେଣୁ ସେହି ସ୍ତ୍ରୀ ଆପଣା ପୁତ୍ରକୁ ସ୍ତନ୍ୟପାନ ତ୍ୟାଗ କରିବା ପର୍ଯ୍ୟନ୍ତ ଗୃହରେ ରହିଲା ଓ ପିଲାର ଦେଖାଗ୍ଭହାଁ କଲା।
24
ହାନ୍ନା ଶାମୁୟେଲଙ୍କୁ ଶୀଲୋଠାରେ ଏଲିଙ୍କ ନିକଟକୁ ନେଲା ଏହା ପରେ ସେ ତାହାକୁ ସ୍ତନ୍ୟପାନ ତ୍ୟାଗ କରାଇଲା ଓ ତିନି ଗୋବତ୍ସ ଓ ଏକ ଐଫା ମଇଦା ଓ ଏକ ବୋତଲ ଦ୍ରାକ୍ଷାରସ ତା’ ସହିତ ପିଲାଟିକୁ ଶୀଲୋସ୍ଥିତ ସଦାପ୍ରଭୁଙ୍କ ଗୃହକୁ ଆଣିଲା। ସେତେବେଳେ ବାଳକଟି ଛୋଟ ଥିଲା।
25
ତହିଁରେ ସେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନୈବେଦ୍ୟ ରୂପେ ଗୋବତ୍ସ ବଧ କଲେ ଓ ବାଳକକୁ ଏଲି ନିକଟକୁ ଆଣିଲେ।
26
ତା’ପରେ ହାନ୍ନା ଏଲିୟକୁ କହିଲା, “ମହାଶୟ ମୁଁ ବାସ୍ତବରେ ସେହି ସ୍ତ୍ରୀଲୋକ ଯିଏ କି ତୁମ୍ଭ ଆଗରେ ଛିଡ଼ା ହେଉଥିଲା ଓ ସଦାପ୍ରଭୁଙ୍କୁ ପ୍ରାର୍ଥନା କରୁଥିଲା।
27
ମୁଁ ଏହି ବାଳକ ନିମନ୍ତେ ପ୍ରାର୍ଥନା କରିଥିଲି, ଆଉ ସଦାପ୍ରଭୁ ମୋତେ ମଞ୍ଜୁର କରିଛନ୍ତି।
28
ସେଥିପାଇଁ ବର୍ତ୍ତମାନ ମୁଁ ତାକୁ ସଦାପ୍ରଭୁଙ୍କ ସେବା କରିବା ପାଇଁ ଉତ୍ସର୍ଗ କରୁଛି। ସେ ଯାବଜ୍ଜୀବନ ସଦାପ୍ରଭୁଙ୍କ ଉପାସନା କରିବ।” ଏହା ପରେ ସେମାନେ ସେଠାରେ ସଦାପ୍ରଭୁଙ୍କ ଆଗରେ ପ୍ରଣାମ କଲେ।
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 2 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31