bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
1 Samuel 10
1 Samuel 10
Odia Bible ERV 2004 (ପବିତ୍ର ବାଇବଲ)
← Chapter 9
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 11 →
1
ଶାମୁୟେଲ ଶାଉଲଙ୍କୁ ଅଭିଷେକ କଲେ ଶାମୁୟେଲ ଏକ ସ୍ୱତନ୍ତ୍ର ତୈଳପାତ୍ର ନେଇ ଶାଉଲଙ୍କ ମସ୍ତକରେ ତାହା ଢାଳିଲେ ଓ ତାଙ୍କୁ ଚୁମ୍ବନ କରି କହିଲେ, “ସଦାପ୍ରଭୁ ତାଙ୍କ ଲୋକମାନଙ୍କର ନେତା ହେବା ପାଇଁ ତୁମ୍ଭକୁ ଅଭିଷିକ୍ତ କରିଛନ୍ତି। ତୁମ୍ଭେ ତାଙ୍କର ଲୋକମାନଙ୍କୁ ନିମନ୍ତ୍ରଣ କରିବ। ତୁମ୍ଭେ ସେମାନଙ୍କର ଚତୁର୍ଦ୍ଦିଗର ଶତ୍ରୁମାନଙ୍କଠାରୁ ରକ୍ଷା କରିବ। ସଦାପ୍ରଭୁ ତୁମ୍ଭକୁ ନେତା ହେବା ପାଇଁ ଅଭିଷିକ୍ତ କରିଛନ୍ତି। ଏ ଚିହ୍ନ ଏହାର ସତ୍ୟତା ପ୍ରତିପାଦନ କରିବ।
2
ଆଜି ତୁମ୍ଭେ ମୋତେ ଏଠି ଛାଡ଼ି ଗଲାପରେ ବିନ୍ୟାମୀନ ସୀମାର ସେଲଠାରେ ରାହେଲର କବର ନିକଟରେ ଦୁଇ ପୁରୁଷଙ୍କ ସାକ୍ଷାତ ପାଇବ। ସେ ଦୁଇଜଣ ତୁମ୍ଭକୁ କହିବେ, ‘ତୁମ୍ଭେ ଯେଉଁ ଗଧମାନଙ୍କୁ ଖୋଜୁଥିଲ, ସେମାନେ ମିଳିଛନ୍ତି। ତୁମ୍ଭ ବାପା ଗଧମାନଙ୍କ ପାଇଁ ବ୍ୟସ୍ତ ନୁହନ୍ତି ବରଂ ତୁମ୍ଭ ପାଇଁ ଅଟନ୍ତି ଓ କହନ୍ତି, ମୋ’ ପୁଅ ପାଇଁ ମୁଁ କ’ଣ କରିବି।’”
3
ଶାମୁୟେଲ କହିଲେ, “ତୁମ୍ଭେ ସେଠାରୁ ଆଗକୁ ଗଲେ ତାବୋରର ଅଲୋନବୃକ୍ଷ ନିକଟରେ ପହଞ୍ଚିବ, ତୁମ୍ଭେ ବୈଥେଲ୍କୁ ପରମେଶ୍ୱରଙ୍କ ନିକଟକୁ ଉପାସନା ପାଇଁ ଯାଉଥିବାର ଏପରି ତିନି ପୁରୁଷଙ୍କର ସାକ୍ଷାତ ପାଇବ। ସେଠାରେ ଜଣେ ତିନୋଟି ଯୁବା ଛେଳି, ଆଉ ଜଣେ ତିନୋଟି ରୋଟୀ ଏବଂ ଆଉ ଜଣେ କୁମ୍ପାଏ ଦ୍ରାକ୍ଷାରସ ନେବ।
4
ସେମାନେ ତୁମ୍ଭକୁ ଅଭ୍ୟର୍ଥନା କରିବେ ଓ ଦୁଇଟି ରୋଟୀ ଦେବେ, ଏବଂ ତୁମ୍ଭେ ସେମାନଙ୍କଠାରୁ ତାହା ଗ୍ରହଣ କରିବ।
5
ତା’ପରେ ତୁମ୍ଭେମାନେ ଗିବିୟୋଥ ଓ ଲୋହିମକୁ ଯିବ। ସେଠାରେ ପଲେଷ୍ଟୀୟମାନଙ୍କ ପ୍ରହରୀଗଣ ଅଛନ୍ତି। ଯେତେବେଳେ ତୁମ୍ଭେ ସହରର ପ୍ରବେଶ ଦ୍ୱାର ନିକଟରେ ପହଞ୍ଚିବ, ଉପାସନା ସ୍ଥଳରୁ ଦଳେ ଯାଜକ ଭବିଷ୍ୟଦ୍ବାକ୍ୟ ପ୍ରଗ୍ଭର କରି ବଇଁଶୀ, ତମ୍ବୁରା ଓ ବୀଣା ବଜାଇ ଆସୁଥିବାର ଦେଖିବ।
6
ସଦାପ୍ରଭୁଙ୍କର ଆତ୍ମା ତୁମ୍ଭ ନିକଟକୁ ବିରାଟ ଶକ୍ତିରେ ଆସିବ ଏବଂ ତୁମ୍ଭେ ସେମାନଙ୍କ ସହିତ ଭବିଷ୍ୟଦ୍ବାଣୀ କହିବ ଏବଂ ତୁମ୍ଭେ ଜଣେ ଅଲଗା ବ୍ୟକ୍ତି ହୋଇଯିବ।
7
ସମ୍ଭବତଃ ସେହି ସମସ୍ତ ଚିହ୍ନ ଅତିକ୍ରମ କରିବାକୁ ଲାଗିଲା, ତୁମ୍ଭେ ଯାହା କରିବାକୁ ପସନ୍ଦ କରିବ ତାହା କରିବ। କାରଣ ପରମେଶ୍ୱର ତୁମ୍ଭ ସହିତ ଅଛନ୍ତି।
8
“ମୋ’ ପୂର୍ବରୁ ପ୍ରଥମେ ତୁମ୍ଭେ ଗିଲ୍ଗଲ୍କୁ ଯିବ। ତା’ପରେ ମୁଁ ସେଠାକୁ ହୋମବଳି ଓ ମଙ୍ଗଳାର୍ଥକ ବଳିରେ ଉତ୍ସର୍ଗ କରିବି। ମୁଁ ଆସି ତୁମ୍ଭକୁ କ’ଣ କରିବାକୁ ହେବ କହିବା ପର୍ଯ୍ୟନ୍ତ, ତୁମ୍ଭେ ସେଠାରେ ସାତ ଦିନ ଅପେକ୍ଷା କରିବାକୁ ହେବ।”
9
ଶାଉଲ ଭବିଷ୍ୟଦ୍ବକ୍ତାମାନଙ୍କ ପରି ହେଲେ ଏହା ପରେ ସେ ଶାମୁୟେଲଙ୍କୁ ଛାଡ଼ିଯିବା ପାଇଁ ପିଠି ଫେରାନ୍ତେ ପରମେଶ୍ୱର ତାଙ୍କର ହୃଦୟ ପରିବର୍ତ୍ତନ କରିଦେଲେ ଓ ସେହି ଦିନ ସେ ସମସ୍ତ ଚିହ୍ନ ଘଟିଲା।
10
ଶାଉଲ ଏବଂ ତାଙ୍କର ସେବକ ଜିବେଥ୍ଇଲୋହିମ୍କୁ ଗଲେ। ସେହି ସ୍ଥାନରେ ଶାଉଲ ଦଳେ ଭବିଷ୍ୟଦ୍ବକ୍ତାଙ୍କୁ ଭେଟିଲେ। ପୁଣି ପରମେଶ୍ୱରଙ୍କ ଆତ୍ମା ତାହାଙ୍କୁ ଆକ୍ରାନ୍ତ କରନ୍ତେ ସେ ସେମାନଙ୍କ ଭିତରେ ନାଚି, ଗାଈ ଭବିଷ୍ୟଦ୍ବାଣୀ ପ୍ରଗ୍ଭର କରିବାକୁ ଲାଗିଲେ।
11
ଏଥିରେ ଯେଉଁମାନେ ପୂର୍ବରୁ ଶାଉଲଙ୍କୁ ଜାଣିଥିଲେ ସେମାନେ ଦେଖିଲେ ଯେ, ସେ ଭବିଷ୍ୟଦ୍ବକ୍ତାଙ୍କ ପରି ଅନ୍ୟ ଭବିଷ୍ୟଦ୍ବକ୍ତାମାନଙ୍କ ଗହଣରେ ନାଚୁଥିଲେ ଓ ଗାଉଥିଲେ। ତା’ପରେ ଲୋକମାନେ ପରସ୍ପର କୁହାକୁହି ହେବାକୁ ଲାଗିଲେ, “କୀଶ୍ର ପୁତ୍ର ପ୍ରତି କ’ଣ ଘଟିଲା? ଶାଉଲ କ’ଣ ଭବିଷ୍ୟଦ୍ବକ୍ତାମାନଙ୍କ ମଧ୍ୟରେ ଜଣେ?”
12
ତହିଁରେ ସେହି ସ୍ଥାନସ୍ଥ ଜଣେ ଉତ୍ତର କରି କହିଲେ, “ଆଚ୍ଛା! ଏହା ଜଣାଯାଏ ଶାଉଲ ଜଣେ ଭବିଷ୍ୟଦ୍ବକ୍ତାମାନଙ୍କର ନେତା” ଏହେତୁ “ଶାଉଲ କି ଭବିଷ୍ୟଦ୍ବକ୍ତାମାନଙ୍କ ମଧ୍ୟରେ ଜଣେ” ଏହି କଥା ଏକ ବଡ଼ ପ୍ରବାଦ ହୋଇ ଉଠିଲା।
13
ଶାଉଲ ଘରେ ପହଞ୍ଚିଲେ ତା’ପରେ ସେ ଭବିଷ୍ୟଦ୍ବାଣୀ କହିବା ବନ୍ଦ କଲେ ଏବଂ ଉପାସନା କରିବାକୁ ଗୃହ ନିକଟସ୍ଥ ଉଚ୍ଚସ୍ଥଳୀକୁ ଗଲେ।
14
ଶାଉଲଙ୍କ କକା ତାଙ୍କୁ ଓ ତାଙ୍କର ଯୁବାଙ୍କୁ ପଗ୍ଭରିଲେ, “ତୁମ୍ଭେମାନେ କେଉଁଠାକୁ ଯାଇଥିଲ।” ଶାଉଲ ଉତ୍ତର ଦେଲା, “ଗଧ ଖୋଜିବାକୁ ଯାଇଥିଲୁ। କିନ୍ତୁ ସେମାନେ ନ ମିଳିବାରୁ ଆମ୍ଭେ ଶାମୁୟେଲ ନିକଟକୁ ଦେଖାକରିବାକୁ ଆସିଲୁ।”
15
ଏଥିରେ ଶାଉଲଙ୍କ ପିତୃବ୍ୟ କହିଲେ, “ମୁଁ ନିବେଦନ କରୁଛି ଶାମୁୟେଲ ତୁମ୍ଭକୁ କ’ଣ କହିଲେ ମୋତେ କୁହ।”
16
ଶାଉଲ ଉତ୍ତରରେ କହିଲେ, “ସେ କହିଲେ ଯେ, ଗଧମାନେ ମିଳି ଗଲେଣି।” କିନ୍ତୁ ଶାଉଲ ତା’ର କକାକୁ ଶାମୁୟେଲ ଦ୍ୱାରା କୁହାଯାଇଥିବା ରାଜତ୍ୱ ବିଷୟରେ କହିଲେ ନାହିଁ।
17
ଶାମୁୟେଲ ଶାଉଲଙ୍କୁ ରାଜା ପଦରେ ଘୋଷଣା କଲେ ଶାମୁୟେଲ ଇସ୍ରାଏଲବାସୀଙ୍କୁ ମିସ୍ପୀରେ ଏକତ୍ରିତ ହେବା ପାଇଁ ଡକାଇଲେ।
18
ସେ ଇସ୍ରାଏଲବାସୀଙ୍କୁ କହିଲେ, “ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର କହନ୍ତି, ‘ମୁଁ ଇସ୍ରାଏଲକୁ ମିଶରରୁ ବାହାର କରି ଆଣିଲି, ମୁଁ ତୁମ୍ଭମାନଙ୍କୁ ମିଶରୀୟମାନଙ୍କଠାରୁ ରକ୍ଷା କଲି ଓ ଅନ୍ୟ ଦେଶମାନଙ୍କର ନିୟନ୍ତ୍ରଣରୁ ତୁମ୍ଭକୁ ରକ୍ଷା କଲି।’
19
କିନ୍ତୁ ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କୁ ଆଜି ପରିତ୍ୟାଗ କଲ। ପରମେଶ୍ୱର ତୁମ୍ଭମାନଙ୍କୁ ସବୁ ଅସୁବିଧାରୁ ଓ ସମସ୍ୟାରୁ ରକ୍ଷା କରନ୍ତି। କିନ୍ତୁ ତୁମ୍ଭେମାନେ କହିଲ, ‘ଆମ୍ଭମାନଙ୍କୁ ଶାସନ କରିବାକୁ ଆମ୍ଭେ ଜଣେ ରାଜା ଗ୍ଭହୁଁ।’ ସେଥିପାଇଁ ତୁମ୍ଭମାନଙ୍କର ଜାତି ଓ ପରିବାରବର୍ଗ ଅନୁସାରେ ସଦାପ୍ରଭୁଙ୍କ ନିକଟରେ ଉପସ୍ଥିତ ହୁଅ।”
20
ଏପ୍ରକାରେ ଶାମୁୟେଲ ଇସ୍ରାଏଲର ସମସ୍ତ ପରିବାରବର୍ଗଙ୍କୁ ଏକତ୍ରିତ କରନ୍ତେ, ପ୍ରଥମତଃ ବିନ୍ୟାମୀନ ପରିବାରବର୍ଗ ନିର୍ଣ୍ଣିତ ହେଲା।
21
ଶାମୁୟେଲ କହିଲେ ଯେ, ବିନ୍ୟାମୀନ ପରିବାରବର୍ଗଙ୍କୁ ଏକ ଏକ ପରି ଆଗକୁ ଆସିବା ପାଇଁ। ମଟ୍ରିର ଗୋଷ୍ଠୀ ନିର୍ଣ୍ଣିତ ହେଲା। ତା’ପରେ ଶାମୁୟେଲ ସେହି ପରିବାରବର୍ଗର ପ୍ରତ୍ୟେକ ଲୋକଙ୍କୁ ଆଗକୁ ଆସିବାକୁ କହିଲେ। କୀଶ୍ଙ୍କ ପୁତ୍ର ଶାଉଲ ବଛାଗଲେ। କୀଶ୍ଙ୍କ ପୁତ୍ର ଶାଉଲଙ୍କୁ ସେଠାରେ ଖୋଜାଗଲା, କିନ୍ତୁ ସେଠାରେ ଲୋକମାନେ ଶାଉଲଙ୍କୁ ଖୋଜି ପାଇଲେ ନାହିଁ।
22
ତା’ପରେ ଲୋକମାନେ ସଦାପ୍ରଭୁଙ୍କୁ ପଗ୍ଭରିଲେ, “ଏପର୍ଯ୍ୟନ୍ତ ଶାଉଲ ଏଠାକୁ ଆସିଛନ୍ତି କି?” ସଦାପ୍ରଭୁ କହିଲେ, “ସେ ଏଠାରେ ଥିବା ସାମଗ୍ରୀମାନଙ୍କ ମଧ୍ୟରେ ନିଜକୁ ଗୋପନ ରଖିଛି।”
23
ଲୋକମାନେ ଖୋଜିଲେ ଏବଂ ତାଙ୍କୁ ସାମଗ୍ରୀ ପଛପଟେ ପାଇଲେ। ଶାଉଲ ଲୋକମାନଙ୍କ ମଧ୍ୟରେ ଛିଡ଼ା ହେଲେ ସେ ସମସ୍ତ ଲୋକଙ୍କ ଅପେକ୍ଷା ଲମ୍ବା ଥିଲେ।
24
ଶାମୁୟେଲ ଲୋକମାନଙ୍କୁ କହିଲେ, “ଏଇ ବ୍ୟକ୍ତିକୁ ଦେଖ। ପରମେଶ୍ୱର ତାଙ୍କୁ ମନୋନୀତ କରିଛନ୍ତି। ତୁମ୍ଭମାନଙ୍କ ମଧ୍ୟରେ ତାଙ୍କଠାରୁ ସୁପୁରୁଷ ଆଉ କେହି ନାହାନ୍ତି।” ତା’ପରେ ଲୋକମାନେ ପାଟିକଲେ, “ରାଜା ଦୀର୍ଘଜୀବି ହୁଅନ୍ତୁ।”
25
ଶାମୁୟେଲ ଲୋକମାନଙ୍କୁ ବନ୍ଧୁତାର ନିୟମ ଜଣାଇଲେ ଏବଂ ତାହା ଖଣ୍ଡେ ପୁସ୍ତକରେ ଲେଖି ସଦାପ୍ରଭୁଙ୍କ ସମ୍ମୁଖରେ ରଖିଲେ। ତା’ପରେ ଶାମୁୟେଲ ଲୋକମାନଙ୍କୁ ନିଜ ନିଜ ଘରକୁ ଯିବାକୁ କହିଲେ।
26
ଶାଉଲ ମଧ୍ୟ ଗିବିୟାରେ ଥିବା ତାଙ୍କ ଘରକୁ ଫେରିଲେ। କେତେକ ସାହସୀ ବ୍ୟକ୍ତି ଯେଉଁମାନଙ୍କ ହୃଦୟ ପରମେଶ୍ୱର ସ୍ପର୍ଶ କରିଥିଲେ, ସେମାନେ ଶାଉଲଙ୍କୁ ଅନୁସରଣ କଲେ।
27
କିନ୍ତୁ କେତେ ଖଳ ବ୍ୟକ୍ତି କହିଲେ, “କେମିତି ଏ ଲୋକ ଆମକୁ ରକ୍ଷା କରିବ?” ସେମାନେ ଶାଉଲଙ୍କ ବିରୁଦ୍ଧରେ ଖରାପ କଥା କହିଲେ ଏବଂ ତାଙ୍କ ନିକଟକୁ ଉପହାର ଆଣିବା ପାଇଁ ବାରଣ କଲେ। କିନ୍ତୁ ଶାଉଲ ନୀରବ ରହିଲେ। ନାହଶ ଅମ୍ମୋନୀୟଙ୍କ ରାଜା ଅମ୍ମୋନୀୟକ ରାଜା ନାହଶ୍ ଗାଥ୍ ଓ ରୁବେନ୍ ଗୋଷ୍ଠୀଙ୍କ ଉପରେ ଆକ୍ରମଣ ଚଳାଉ ଥିଲେ। ନାହଶ୍ ସେମାନଙ୍କ ଦକ୍ଷିଣ ଚକ୍ଷୁ ଉପାଡ଼ି ଦେଉଥିଲେ। ଯର୍ଦ୍ଦନ ନଦୀର ପୂର୍ବ ଅବବାହିକାରେ ବାସ କରୁଥିବା ଇସ୍ରାଏଲୀୟମାନଙ୍କୁ ମଧ୍ୟ ସେ ନାଲି ଆଖି ଦେଖାଇ ରଖିଥିଲେ। ସେଥିପାଇଁ 7000 ଇସ୍ରାଏଲୀୟ ଅମ୍ମୋନୀୟଠାରୁ ବାହାରି ଆସି ଯାବେଶ୍ ଗିଲିୟଦରେ ଅବସ୍ଥାନ କଲେ ।
← Chapter 9
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 11 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31