bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
1 Samuel 23
1 Samuel 23
Odia Bible ERV 2004 (ପବିତ୍ର ବାଇବଲ)
← Chapter 22
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 24 →
1
କିୟୀଲାରେ ଦାଉଦ ଲୋକମାନେ ଦାଉଦଙ୍କୁ କହିଲେ, “ଦେଖ, ପଲେଷ୍ଟୀୟମାନେ କିୟୀଲାମାନଙ୍କ ବିରୁଦ୍ଧରେ ଲଢ଼ୁଛନ୍ତି ଓ ଖଳାରୁ ଶସ୍ୟ ଗ୍ଭେରି କରୁଛନ୍ତି।”
2
ଦାଉଦ ସଦାପ୍ରଭୁଙ୍କୁ ପଗ୍ଭରିଲେ, “ମୁଁ ପଲେଷ୍ଟୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବି କି?” ସଦାପ୍ରଭୁ ଦାଉଦଙ୍କୁ ଉତ୍ତର ଦେଲେ, “ହଁ ଯାଅ! ପଲେଷ୍ଟୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧ କର ଓ କିୟୀଲାକୁ ରକ୍ଷା କର।”
3
ଦାଉଦଙ୍କ ଲୋକମାନେ ତାଙ୍କୁ କହିଲେ, “ଦେଖ, ଆମ୍ଭେମାନେ ଏ ଯିହୁଦା ଦେଶରେ କେତେ ଭୟ କରୁଅଛୁ। ଯଦି ପଲେଷ୍ଟୀୟମାନଙ୍କ ସୈନ୍ୟଗଣ ବିରୁଦ୍ଧରେ କିୟୀଲାକୁ ଯିବା, ତେବେ ଚିନ୍ତା କର କେତେ ଅଧିକ ଭୟ ନ କରିବା?”
4
ଦାଉଦ ସଦାପ୍ରଭୁଙ୍କୁ ପୁନର୍ବାର ପଗ୍ଭରିଲେ, ତହିଁରେ ସଦାପ୍ରଭୁ ଉତ୍ତର ଦେଇ କହିଲେ, “ଉଠ, କିୟୀଲାକୁ ଯାଅ। କାରଣ, ଆମ୍ଭେ ତୁମ୍ଭର ସହାୟକ। ଆମ୍ଭେ ପଲେଷ୍ଟୀୟମାନଙ୍କୁ ତୁମ୍ଭ ହସ୍ତରେ ସମର୍ପଣ କରିବା।”
5
ତେଣୁ ଦାଉଦ ଓ ତାଙ୍କର ଲୋକମାନେ କିୟୀଲାକୁ ଗଲେ, ପଲେଷ୍ଟୀୟମାନଙ୍କ ସହିତ ଯୁଦ୍ଧ କରି ତାଙ୍କୁ ପରାସ୍ତ କଲେ ଓ ସେମାନଙ୍କର ପଶୁମାନଙ୍କୁ ନେଇଗଲେ। ଏହିପରି ଭାବରେ ଦାଉଦ କିୟୀଲାର ଲୋକମାନଙ୍କୁ ରକ୍ଷା କଲେ।
6
ଯେତେବେଳେ ଅହୀମେଲକର ପୁତ୍ର ଅବିୟାଥର କିୟୀଲାକୁ ଦାଉଦଙ୍କ ନିକଟକୁ ପଳାଇ ଆସିଲା, ସେତେବେଳେ ଏକ ଏଫୋଦ ହାତରେ ଆଣିଥିଲା।
7
ଲୋକମାନେ ଶାଉଲଙ୍କୁ କହିଲେ ଯେ ବର୍ତ୍ତମାନ ଦାଉଦ କିୟୀଲାରେ ଅଛନ୍ତି। ଶାଉଲ କହିଲେ, “ପରମେଶ୍ୱର ମୋ’ ହସ୍ତରେ ତାକୁ ରକ୍ଷା କରିଅଛନ୍ତି। ସେ ଦ୍ୱାର ଓ ଅର୍ଗଳ ବିଶିଷ୍ଟ ନଗରରେ ପ୍ରବେଶ କରିବା ହେତୁରୁ ସେ ମଧ୍ୟ ନିଜେ ନିଜେ ଧରା ଦେଇଛି।”
8
ଶାଉଲ ତାଙ୍କର ସମସ୍ତ ସୈନ୍ୟମାନଙ୍କୁ ଏକତ୍ରିତ ହେବା ପାଇଁ ଆଦେଶ ଦେଲେ। ଏବଂ ସେମାନେ କିୟୀଲାରେ ଯାଇ ଦାଉଦ ଓ ତା’ର ଲୋକମାନଙ୍କ ସହିତ ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ହେଲେ।
9
ଦାଉଦ ଜାଣି ପାରିଲେ ଶାଉଲ ତାଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ଯୋଜନା କରିଛନ୍ତି। ତେଣୁ ଦାଉଦ ଯାଜକ ଅବିୟାଥରକୁ କହିଲେ, “ଏଠାକୁ ଏଫୋଦ ଆଣ।”
10
ତେଣୁ ଦାଉଦ ସଦାପ୍ରଭୁଙ୍କୁ ପ୍ରାର୍ଥନା କଲେ, “ହେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର, ମୁଁ ଶୁଣିବାକୁ ପାଇଲି ଯେ, ଶାଉଲ ମୋ’ ପାଇଁ କିୟୀଲାକୁ ଧ୍ୱଂସ କରିବାର ଯୋଜନା ପ୍ରସ୍ତୁତ କରିଛି।
11
ଶାଉଲ କ’ଣ କିୟୀଲାକୁ ଆସିବ? କିୟୀଲାର ଲୋକମାନେ କ’ଣ ମୋତେ ତାଙ୍କ ହାତରେ ସମର୍ପି ଦେବେ? ହେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର, ଏ କଥା ତୁମ୍ଭ ଦାସକୁ ଜଣାଅ।” ତହିଁରେ ସଦାପ୍ରଭୁ ଉତ୍ତର ଦେଲେ, “ଶାଉଲ ଆସିବ।”
12
ଆଉଥରେ ଦାଉଦ ପଗ୍ଭରିଲେ, “କିୟୀଲାର ଲୋକମାନେ କ’ଣ ମୋତେ ଓ ମୋର ଲୋକମାନଙ୍କୁ ତାଙ୍କ ହସ୍ତରେ ଧରାଇ ଦେବେ?” ସଦାପ୍ରଭୁ ଉତ୍ତର ଦେଲେ, “ହଁ ସେମାନେ କରିବେ।”
13
ତେଣୁ ଦାଉଦ ଓ ତାଙ୍କର ଲୋକମାନେ କିୟୀଲା ପରିତ୍ୟାଗ କରି ଗ୍ଭଲିଗଲେ। ପ୍ରାୟ 600 ଲୋକ ଦାଉଦଙ୍କ ସାଥୀରେ ଗ୍ଭଲିଗଲେ। ଦାଉଦର ଲୋକମାନେ ଏଣେ ତେଣେ ବୁଲିବାକୁ ଲାଗିଲେ। ଶାଉଲ ଜାଣିଲେ ଦାଉଦ କିୟୀଲା ଛାଡ଼ି ପଳାୟନ କରିଛି। ତେଣୁ ଶାଉଲ ସେହି ସହରକୁ ଗଲେ ନାହିଁ।
14
ଶାଉଲ ଦାଉଦଙ୍କର ପିଛା କଲେ ଦାଉଦ ମରୁଭୂମିକୁ ଗଲେ ଏବଂ ସେଠାରେ ଏକ ସୁରକ୍ଷିତ ସ୍ଥାନ ଭିତରେ ବାସ କଲେ। ସେ ମଧ୍ୟ ସୀଫର ପାର୍ବତ୍ୟମୟ ଦେଶରେ ବାସ କଲେ, ପୁଣି ଶାଉଲ ପ୍ରତିଦିନ ତାଙ୍କର ଅନ୍ୱେଷଣ କଲେ, କିନ୍ତୁ ସଦାପ୍ରଭୁ ଦାଉଦଙ୍କୁ ଶାଉଲଙ୍କ ହାତରେ ଦେଲେ ନାହିଁ।
15
ଏହା ପରେ ଦାଉଦ ଜାଣିଲେ ଯେ, ଶାଉଲ ତାଙ୍କୁ ମାରିବା ପାଇଁ ବାହାରି ଆସିଛନ୍ତି। ସେହି ସମୟରେ ଦାଉଦ ସୀଫ ମରୁଭୂମିସ୍ଥ ହୋରେଶରେ ଥିଲେ।
16
ଶାଉଲଙ୍କର ପୁତ୍ର ଯୋନାଥନ ଦାଉଦଙ୍କ ପାଖକୁ ଗଲେ। ତାଙ୍କୁ ପରମେଶ୍ୱରଙ୍କଠାରେ ଏକ ଦୃଢ଼ ବିଶ୍ୱାସ କରିବାରେ ସାହାଯ୍ୟ କଲେ।
17
ଯୋନାଥନ ଦାଉଦଙ୍କୁ କହିଲେ, “ଭୟ କର ନାହିଁ। ମୋର ପିତା ତୁମ୍ଭକୁ ମାରି ପାରିବେ ନାହିଁ। ତୁମ୍ଭେ ଇସ୍ରାଏଲର ରାଜା ହେବ। ଏବଂ ମୁଁ ତୁମ୍ଭର ଦ୍ୱିତୀୟ ହେବି। ଏହା ମଧ୍ୟ ମୋର ବାପା ଶାଉଲ ଜାଣନ୍ତି।”
18
ଏହା ପରେ ସେ ଦୁହେଁ ସଦାପ୍ରଭୁଙ୍କ ସମ୍ମୁଖରେ ଏକ ଚୁକ୍ତି କଲେ। ତେଣୁ ଦାଉଦ ହୋରେଶରେ ରହିଲେ ଏବଂ ଯୋନାଥନ ସ୍ୱଗୃହକୁ ପ୍ରତ୍ୟାବର୍ତ୍ତନ କଲେ।
19
ସୀଫୀୟ ଲୋକମାନେ ଦାଉଦଙ୍କ ବିଷୟରେ ଶାଉଲଙ୍କୁ କହିଲେ ଏହା ପରେ ସୀଫୀୟ ଲୋକମାନେ ଗିବିୟାକୁ ଶାଉଲଙ୍କ ପାଖକୁ ଆସି କହିଲେ, “ଦାଉଦ ଆମ୍ଭମାନଙ୍କ ଅଞ୍ଚଳରେ ଦକ୍ଷିଣ ଦିଗରେ ହଖୀଲା ପର୍ବତର ହୋରେଶର ସୁରକ୍ଷା ସ୍ଥାନ କିଲ୍ଲାରେ ଲୁଚି ରହିଅଛି।
20
ମହାରାଜ, ବର୍ତ୍ତମାନ ଆପଣ ସମସ୍ତ ମନୋବାଞ୍ଛାନୁସାରେ ଆସନ୍ତୁ ରାଜାଙ୍କ ହସ୍ତ ଦାଉଦଙ୍କୁ ସମର୍ପଣ କରିବା ଦାୟିତ୍ୱ ଆମ୍ଭର।”
21
ଶାଉଲ କହିଲେ, “ତୁମ୍ଭେ ମୋତେ ସାହାଯ୍ୟ କରିଥିବାରୁ ସଦାପ୍ରଭୁ ତୁମ୍ଭକୁ ଆଶୀର୍ବାଦ କରନ୍ତୁ।
22
ତୁମ୍ଭେମାନେ ଯାଇ ସ୍ଥିର କର ସାଧାରଣତଃ ଦାଉଦ କେଉଁଠାକୁ ଯାଏ ଓ କିଏ ତାକୁ ଦେଖିଛି। ଏହା ବୁଝି ଦେଖ, କାରଣ ମୋତେ କୁହାଯାଇଛି ଯେ, ସେ ଅତି ସତର୍କତାର ସହ ଚଳୁଛି।
23
ଦାଉଦ ଯେଉଁ ଯେଉଁ ସ୍ଥାନରେ ଲୁଚେ ସେହି ସେହି ସ୍ଥାନ ଖୋଜ ଏବଂ ମୋ’ ପାଖରେ ଆସି ସମସ୍ତ ବିଷୟରେ ଜଣାଅ। ତା’ପରେ ମୁଁ ତୁମ୍ଭ ସହିତ ଯିବି। ଯଦି ଦାଉଦ ଏହି ଅଞ୍ଚଳରେ ଥାଏ, ମୁଁ ତାଙ୍କୁ ଖୋଜି ବାହାର କରିବି। ଏପରିକି ମୁଁ ତାକୁ ଯିହୁଦାର ପ୍ରତ୍ୟେକ ପରିବାରର ଜରିଆରେ ଖୋଜିବି।”
24
ତେଣୁ ସେମାନେ ଉଠି ଶାଉଲଙ୍କ ଆଗେ ସୀଫକୁ ଗଲେ। ଦାଉଦ ଓ ତାଙ୍କର ଲୋକମାନେ ମରୁଭୂମିର ମାୟୋନ୍, ତାହା ଯେଶିମନର ଦକ୍ଷିଣରେ ଆରବ ନିକଟରେ ଥିଲା।
25
ଶାଉଲ ଓ ତାଙ୍କର ଲୋକମାନେ ତାହାଙ୍କୁ ଖୋଜିବା ପାଇଁ ଗଲେ। ମାତ୍ର ଲୋକମାନେ ଦାଉଦଙ୍କୁ ଏ କଥା ଜଣାନ୍ତେ ସେ, ଯାହାକୁ କୁହାଯାଏ “ଶୈଳ” ତଳକୁ ଓହ୍ଲାଇ ଆସି ମାୟୋନ୍ ମରୁଭୂମିରେ ରହିଲେ। ଏହା ପରେ ଶାଉଲ ତାହା ଶୁଣି ମାୟୋନ୍ ମରୁଭୂମିରେ ଦାଉଦଙ୍କୁ ଖୋଜିବାକୁ ଗଲେ।
26
ଶାଉଲ ପର୍ବତର ଏକ ପାର୍ଶ୍ୱକୁ ଗଲେ ଓ ଦାଉଦ ତାଙ୍କର ଲୋକମାନେ ସେହି ପର୍ବତର ଅନ୍ୟ ଏକ ପାଖକୁ ଗଲେ। ତେଣୁ ଦାଉଦ ଶାଉଲଙ୍କ ଭୟରୁ ଶୀଘ୍ର ଦୌଡ଼ି ପଳାଇଲେ, କାରଣ ଶାଉଲ ଓ ତାଙ୍କର ଲୋକମାନେ ଦାଉଦଙ୍କୁ ଧରିବା ନିମନ୍ତେ ପର୍ବତର ଚତୁର୍ପାର୍ଶ୍ୱରେ ଘେରି ଯାଇଥିଲେ।
27
ଏହି ସମୟରେ ଜଣେ ଦୂତ ଶାଉଲଙ୍କ ନିକଟକୁ ଆସି କହିଲା, “ଶୀଘ୍ର ଆସନ୍ତୁ, କାରଣ ପଲେଷ୍ଟୀୟମାନେ ଆମ୍ଭର ଦେଶକୁ ଆକ୍ରମଣ କଲେଣି।”
28
ତେଣୁ ଶାଉଲ ଦାଉଦଙ୍କ ପଶ୍ଚାତ ଗୋଡ଼ାଇବାକୁ ଛାଡ଼ି ପଲେଷ୍ଟୀୟମାନଙ୍କ ସହିତ ଯୁଦ୍ଧ କରିବାକୁ ଗଲେ। ତେଣୁ ସେମାନେ ସେହି ସ୍ଥାନର ନାମ “ପିଛିଳ ଶୈଳ” ନାମ ଦେଲେ।
29
ଏହା ପରେ ଦାଉଦ ସେ ସ୍ଥାନରେ ଯାଇ ଐନଗଦୀସ୍ଥ ଦୁର୍ଗମ ସ୍ଥାନରେ ବାସ କଲେ।
← Chapter 22
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 24 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31