bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
1 Samuel 26
1 Samuel 26
Odia Bible ERV 2004 (ପବିତ୍ର ବାଇବଲ)
← Chapter 25
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 27 →
1
ଦାଉଦ ଓ ଅବୀଶୟ ଶାଉଲଙ୍କ ଛାଉଣିରେ ପ୍ରବେଶ କଲେ ସୀଫୀୟରୁ ଲୋକମାନେ ଗିବିୟାକୁ ଶାଉଲଙ୍କୁ ସାକ୍ଷାତ କରିବାକୁ ଆସିଲେ ଓ କହିଲେ, “ଦାଉଦ ଯେଶିମନର ହଖୀଲା ପର୍ବତରେ ଆପଣାକୁ ଲୁଗ୍ଭଇ ଅଛି।”
2
ଶାଉଲ ସୀଫ୍ ମରୁଭୂମିକୁ ଗଲେ, ଦାଉଦଙ୍କୁ ଖୋଜିବା ପାଇଁ ଇସ୍ରାଏଲର 3000 ବଛା ବଛା ସୈନିକ ନେଇ ସୀଫ୍ ପ୍ରାନ୍ତରକୁ ଗଲେ।
3
ଶାଉଲ ପଥ ପାର୍ଶ୍ୱରେ ମରୁଭୂମି ସମ୍ମୁଖସ୍ଥ ହଖୀଲା ପର୍ବତରେ ସେନା ଛାଉଣି ସ୍ଥାପନ କଲେ। ଦାଉଦ ପ୍ରାନ୍ତରରେ ଲୁଚିଥିଲେ। ସେ ଅନୁଭବ କଲେ ଯେ, ସେଠାରେ ଶାଉଲ ତାଙ୍କ ପଛେ ପଛେ ଅନୁସରଣ କରିଥିଲେ।
4
ଦାଉଦ ଗୁପ୍ତଚର ପଠାଇ ନିଶ୍ଚୟ ଆସିଛନ୍ତି ବୋଲି ଜାଣିଲେ।
5
ଦାଉଦ ଶାଉଲଙ୍କର ଛାଉଣି ସ୍ଥାନକୁ ଆସିଲେ, ଆଉ ଦାଉଦ ଶାଉଲଙ୍କର ଓ ତାଙ୍କର ସେନାପତି, ନରର ପୁତ୍ର ଅବ୍ନରର ଶୋଇବା ଜାଗା ଦେଖିଲେ। ଶାଉଲ ସେନା ଛାଉଣିର ମଧ୍ୟ ଭାଗରେ ଶୋଇଥିଲେ। ସୈନ୍ୟମାନେ ତାଙ୍କୁ ବେଢ଼ି ରହିଥିଲେ।
6
ଦାଉଦ ହିତ୍ତୀୟ ଅହୀମେଲକକୁ ଓ ସରୁୟାରର ପୁତ୍ର ଯୋୟାବର ଭ୍ରାତା, ଅବୀଶୟକୁ ପଗ୍ଭରିଲେ, “ମୋ’ ସଙ୍ଗରେ ଶାଉଲଙ୍କ ଛାଉଣି ନିକଟକୁ କିଏ ଯିବ।” ତହିଁରେ ଅବୀଶୟ ଉତ୍ତର ଦେଲା, “ମୁଁ ତୁମ୍ଭ ସଙ୍ଗେ ଯିବି।”
7
ଯେତେବେଳେ ରାତ୍ରି ଥିଲା ଦାଉଦ ଓ ଅବୀଶୟ ଶାଉଲଙ୍କ ଛାଉଣିକୁ ଗଲେ। ଶାଉଲ ଛାଉଣି ମଧ୍ୟ ଭାଗରେ ଶୋଇଥିଲା। ତାଙ୍କର ବର୍ଚ୍ଛା ତାଙ୍କର ମସ୍ତକ ପାଖରେ ଭୂମିରେ ମରା ହୋଇଅଛି। ଅବ୍ନର ଓ ଅନ୍ୟ ସୈନିକମାନେ ମଧ୍ୟ ନିଦରେ ଶୋଇଥିଲେ।
8
ଅବୀଶୟ ଦାଉଦଙ୍କୁ କହିଲା, “ଆଜି ପରମେଶ୍ୱର ତୁମ୍ଭକୁ ତୁମ୍ଭ ଶତ୍ରୁକୁ ପରାସ୍ତ କରିବାର ସୁଯୋଗ ଦେଇଛନ୍ତି। ତେଣୁ ଏହି ବର୍ଚ୍ଛାରେ ତାକୁ ଭୂମିରେ ବଧ କରିବାକୁ ଅନୁମତି ଦିଅ। ମୁଁ ତାକୁ ଏକାଥରେ ହତ୍ୟା କରିବି।”
9
କିନ୍ତୁ ଦାଉଦ ଅବୀଶୟକୁ କହିଲେ, “ଶାଉଲଙ୍କୁ ମାର ନାହିଁ। ଯେକୌଣସି ଲୋକ ଯେବେ ସଦାପ୍ରଭୁଙ୍କ ଦ୍ୱାରା ବଛା ଯାଇଥିବା ରାଜାଙ୍କୁ ବଧ କରିବ ତାଙ୍କୁ ପ୍ରଭୁ ଦଣ୍ତ ଦେବେ।
10
ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ, ସଦାପ୍ରଭୁ ଶାଉଲଙ୍କୁ ଦଣ୍ତ ଦେବେ। ଶାଉଲ ସାଧାରଣ ମୃତ୍ୟୁବରଣ କରି ପାରନ୍ତି କିମ୍ବା ସେ ଯୁଦ୍ଧକୁ ଯାଇ ମରିବେ।
11
କିନ୍ତୁ ମୁଁ ପ୍ରାର୍ଥନା କରୁଛି, ସଦାପ୍ରଭୁ ମୋତେ ତାଙ୍କଦ୍ୱାରା ବଛା ଯାଇଥିବା ରାଜାଙ୍କୁ ଆଘାତ କରିବାକୁ ନ ଦିଅନ୍ତୁ। କିନ୍ତୁ ତୁମ୍ଭେ ତାଙ୍କ ମସ୍ତକ ପାଖରୁ ବର୍ଚ୍ଛା ଓ ଜଳପାତ୍ର ନେଇ ଆସ, ତା’ପରେ ଆମ୍ଭେମାନେ ଯିବା।”
12
ତେଣୁ ଦାଉଦ ଶାଉଲଙ୍କ ପାଖରେ ଥିବା ପାଣିପାତ୍ର ବର୍ଚ୍ଛାକୁ ସାଙ୍ଗରେ ଆଣିଲେ ଓ ତା’ପରେ ଦାଉଦ ଓ ଅବୀଶୟ ସେ ସ୍ଥାନ ପରିତ୍ୟାଗ କରି ଆସିଲେ। କୌଣସି ଲୋକ ଜାଣି ପାରିଲେ ନାହିଁ କ’ଣ ସବୁ ଘଟିଗଲା। କୌଣସି ଲୋକ ଏହାକୁ ଦେଖି ନ ଥିଲେ। କୌଣସି ଲୋକ ମଧ୍ୟ ନିଦରୁ ଉଠି ନ ଥିଲେ। ଶାଉଲ ଏବଂ ତାଙ୍କର ସମସ୍ତ ସୈନ୍ୟ ଶୋଇ ପଡ଼ିଥିଲେ। କାରଣ ସଦାପ୍ରଭୁ ତାଙ୍କୁ ଗଭୀର ନିଦ୍ରା ଦେଇଥିଲେ।
13
ଦାଉଦ ପୁଣି ଥରେ ଶାଉଲଙ୍କୁ ଲଜ୍ଜିତ କଲେ ଦାଉଦ ପାହାଡ଼ ଆର ପାଖକୁ ଯାଇ ଦୂରରେ ପର୍ବତ ଶିଖରରେ ଠିଆ ହେଲେ, ସେମାନଙ୍କ ମଧ୍ୟରେ ବହୁତ ସ୍ଥାନ ଦୂର ଥିଲା।
14
ଦାଉଦ ସୈନ୍ୟମାନଙ୍କୁ ଓ ନରର ପୁତ୍ର ଅବ୍ନରକୁ ଡାକି କହିଲେ, “ହେ ଅବ୍ନର ତୁମ୍ଭେ ମୋତେ ଉତ୍ତର ଦିଅ।” ଅବ୍ନର ଉତ୍ତର ଦେଲା, “ତୁମ୍ଭେ କିଏ? ତୁମ୍ଭେ କାହିଁକି ରାଜାଙ୍କୁ ଡାକୁଛ?”
15
ଦାଉଦ ଅବ୍ନରକୁ କହିଲେ, “ତୁମ୍ଭେ କ’ଣ ଜଣେ ପୁରୁଷ ନୁହଁ? ତୁମ୍ଭେ ଇସ୍ରାଏଲରେ ଅନ୍ୟମାନଙ୍କ ଅପେକ୍ଷା ଭଲ। ତେବେ ତୁମ୍ଭେ କାହିଁକି ନିଜର ପ୍ରଭୁ ରାଜାଙ୍କୁ ଜଗିଲ ନାହିଁ? ତୁମ୍ଭର ପ୍ରଭୁ ରାଜାଙ୍କୁ ମାରିବା ପାଇଁ ଜଣେ ସାଧାରଣ ଲୋକ ଛାଉଣିକୁ ଆସିଥିଲା।
16
ତୁମ୍ଭେ ଏହି ଯେଉଁ କଥା କଲ, ତାହା ଭଲ ନୁହେଁ। ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ତୁମ୍ଭମାନଙ୍କୁ ମୃତ୍ୟୁଦଣ୍ତ ଦିଆଯିବା ଉଚିତ୍, କାରଣ ତୁମ୍ଭେମାନେ ସଦାପ୍ରଭୁଙ୍କ ମନୋନୀତ ରାଜା ତୁମ୍ଭମାନଙ୍କ ରାଜାଙ୍କୁ ଜଗି ରହିଲ ନାହିଁ। ରାଜାଙ୍କର ବର୍ଚ୍ଛା ଓ ତାଙ୍କ ମୁଣ୍ଡ ନିକଟରେ ଥିବା ଜଳପାତ୍ର ବର୍ତ୍ତମାନ ଦେଖୁଛ।”
17
ଶାଉଲ ଦାଉଦଙ୍କ ସ୍ୱର ଜାଣିଥିଲେ। ଶାଉଲ କହିଲେ, “ଏହା କ’ଣ ତୁମ୍ଭ ସ୍ୱର ହେ ମୋହର ପୁତ୍ର ଦାଉଦ?” ଦାଉଦ ଉତ୍ତର ଦେଲେ, “ହଁ, ଏହା ମୋର ସ୍ୱର ଅଟେ। ହେ ମୋର ପ୍ରଭୁ, ମୋର ମହାଶୟ।”
18
ଦାଉଦ ପୁଣି କହିଲେ, “ମହାଶୟ ତୁମ୍ଭେ କାହିଁକି ମୋର ପଛେ ପଛେ ଗୋଡ଼ଉଛ? ମୁଁ କ’ଣ ଅପରାଧ କଲି? କେଉଁ ଦୋଷ ମୁଁ କରିଛି?
19
ମୋର ପ୍ରଭୁ, ମହାରାଜ, ମୁଁ ତୁମ୍ଭର ସେବକ ମୋ’ କଥା ଶୁଣ, ଯଦି ସଦାପ୍ରଭୁ ମୋ’ ଉପରେ କ୍ରୋଧ କରିବାକୁ ତୁମ୍ଭକୁ ବାର୍ତ୍ତା ଦିଅନ୍ତି, ତାହାହେଲେ ତାଙ୍କୁ ତାହା ଗ୍ରହଣ କରିବାକୁ ଦିଅ। ଯଦି ମନୁଷ୍ୟ ସନ୍ତାନମାନେ ତାହା କରିଥା’ନ୍ତି, ତେବେ ସେମାନେ ସଦାପ୍ରଭୁଙ୍କ ନିକଟରେ ଅଭିଶାପ ପାଆନ୍ତୁ। କାରଣ ସେମାନେ ମୋତେ ସେହି ଦେଶରୁ ବାହାର କରି ଦେଇଛନ୍ତି। ଯେଉଁଟାକି ମୋତେ ଦେଲେ ଏବଂ କହିଲେ, ‘ଯାଅ ଅନ୍ୟ ଦେବଗଣଙ୍କର ପୂଜା କର।’
20
ବର୍ତ୍ତମାନ ତୁମ୍ଭେ ମୋତେ ସଦାପ୍ରଭୁଙ୍କଠାରୁ ଦୂରରେ ମରିବାକୁ ଦିଅ ନାହିଁ। ଇସ୍ରାଏଲର ରାଜା ଗୋଟିଏ ଡାଆଁଶର ଅନ୍ୱେଷଣରେ କିମ୍ବା ପର୍ବତରେ ଏକ ତିତ୍ତିରି ପକ୍ଷୀ ଶିକାର କରିବା ଉଦ୍ଦେଶ୍ୟରେ ବାହାରି ଆସିଛନ୍ତି।”
21
ତା’ପରେ ଶାଉଲ କହିଲେ, “ମୁଁ ପାପ କଲି, ହେ ମୋର ପୁତ୍ର ଦାଉଦ ଫେରି ଆସ। ମୁଁ ତୁମ୍ଭକୁ ଆଉ ଆଘାତ କରିବାକୁ ଚେଷ୍ଟା କରିବି ନାହିଁ। ଆଜି ମୋର ଜୀବନ ତୁମ୍ଭ ନିକଟରେ ବହୁମୂଲ୍ୟ ହେଲା। ମୁଁ ମୁର୍ଖତାର କର୍ମ କରିଅଛି ଓ ଅତିଶୟ ଭୁଲ୍ କରିଅଛି।”
22
ଦାଉଦ ଉତ୍ତର ଦେଲେ, “ଏହିଠାରେ ରାଜାଙ୍କର ବର୍ଚ୍ଛା ଅଛି। ତୁମ୍ଭର ଜଣେ ଲୋକକୁ ପଠାଇ ଏହାକୁ ନେଇ ଯାଅ।
23
ସଦାପ୍ରଭୁ ପ୍ରତ୍ୟେକ ମନୁଷ୍ୟକୁ ତାହାର କର୍ମ ଅନୁସାରେ ଫଳ ଦିଅନ୍ତି। ସେ ତାକୁ ସତ୍ କାର୍ଯ୍ୟ ପାଇଁ ପୁରସ୍କାର ଦିଅନ୍ତି ଏବଂ ଭୁଲ୍ କାର୍ଯ୍ୟ ପାଇଁ ଦଣ୍ତ ଦିଅନ୍ତି। ସଦାପ୍ରଭୁ ତୁମ୍ଭକୁ ମୋ’ ହସ୍ତରେ ଆଜି ସମର୍ପଣ କଲେ, ପରମେଶ୍ୱରଙ୍କ ଦ୍ୱାରା ମନୋନୀତ ରାଜାଙ୍କୁ ମୁଁ ହତ୍ୟା କରି ନାହିଁ।
24
ଆଜି ମୁଁ ଦେଖାଇ ଦେଲି ଯେ ମୋର ଦୃଷ୍ଟିରେ ତୁମ୍ଭର ପ୍ରାଣ ମହାନ, ସେହିପରି ସଦାପ୍ରଭୁଙ୍କ ଦୃଷ୍ଟିରେ ମୋର ପ୍ରାଣ ମହତ୍ତ୍ୱପୂର୍ଣ୍ଣ ବୋଲି ସେ ଦେଖାଇ ଦେବେ। ସଦାପ୍ରଭୁ ମୋତେ ସମସ୍ତ ଦୁଃଖରୁ ଉଦ୍ଧାର କରନ୍ତୁ।”
25
ତା’ପରେ ଶାଉଲ ଦାଉଦଙ୍କୁ କହିଲେ, “ସଦାପ୍ରଭୁ ତୁମ୍ଭକୁ ଆଶୀର୍ବାଦ କରନ୍ତୁ। ହେ ମୋର ପୁତ୍ର, ଦାଉଦ, ତୁମ୍ଭେ ମହାନ କାର୍ଯ୍ୟ କରିବ ଓ ତୁମ୍ଭେ ମଧ୍ୟ ସେଥିରେ ସଫଳ ହେବ।” ଦାଉଦ ତାଙ୍କ ବାଟରେ ଗଲେ ଓ ଶାଉଲ ତାଙ୍କ ଗୃହକୁ ଫେରିଲେ।
← Chapter 25
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 27 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31