bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
1 Samuel 9
1 Samuel 9
Odia Bible ERV 2004 (ପବିତ୍ର ବାଇବଲ)
← Chapter 8
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 10 →
1
ଶାଉଲ ତାଙ୍କ ବାପାଙ୍କ ଗଧର ଯତ୍ନ ନେଲେ ସେହି ସମୟରେ ବିନ୍ୟାମୀନବଂଶୀୟ କୀଶ୍ ନାମକ ଜଣେ ମହତ୍ତ୍ୱପୂର୍ଣ୍ଣ ବ୍ୟକ୍ତି ଥିଲେ। ସେ ଅବୀୟଲର ପୁତ୍ର ଥିଲେ, ଯିଏ କି ସରୋରର ପୁତ୍ର ଥିଲା, ଯିଏ କି ବଖୋରତର ପୁତ୍ର ଥିଲା, ଯିଏ କି ବିନ୍ୟାମୀନୀୟ ଅଫୀହର ପୁତ୍ର ଥିଲା।
2
କୀଶ୍ଙ୍କର ପୁଅଙ୍କର ନାମ ଶାଉଲ। ଶାଉଲ ଜଣେ ସୁନ୍ଦର ପୁରୁଷ ଥିଲେ। ଶାଉଲ ସମସ୍ତ ଇସ୍ରାଏଲୀୟଙ୍କ ମଧ୍ୟରେ ସୁନ୍ଦର ଥିଲେ ଏବଂ ସେ ସମସ୍ତ ଲୋକଙ୍କ ଅପେକ୍ଷା ସ୍କନ୍ଧରୁ ଅଧିକ ଉଚ୍ଚ ଥିଲେ।
3
ଏକଦା ଶାଉଲଙ୍କ ପିତାଙ୍କର ଗଧସବୁ ହଜିଗଲେ। ତେଣୁ କୀଶ୍ ଶାଉଲକୁ କହିଲେ, “ତୁମ୍ଭେ ଗ୍ଭକରମାନଙ୍କ ମଧ୍ୟରୁ ଜଣକୁ ନେଇ ଗଧମାନଙ୍କର ସନ୍ଧାନ ନିଅ।”
4
ଶାଉଲ ଗଧମାନଙ୍କୁ ଖୋଜିବା ପାଇଁ ଗଲେ। ସେ ଇଫ୍ରୟିମ ପର୍ବତ ଅଞ୍ଚଳ ଦେଇ ଗଲେ, ତା’ପରେ ଶାଲିଶା ପ୍ରଦେଶ ଦେଇ ଗଲେ। କିନ୍ତୁ ସେ ଦୁହେଁ ନିରାଶ ହେଲେ। ତେଣୁ ସେମାନେ ଶାଲୀମ୍ ପ୍ରଦେଶ ଦେଇ ଗଲେ ସେଠାରୁ ନିରାଶ ହେବାରୁ ବିନ୍ୟାମୀନଙ୍କ ପ୍ରବେଶ ଦେଇଗଲେ। ସେଠାରେ ମଧ୍ୟ ନିରାଶ ହେଲେ।
5
ଶେଷରେ ସେମାନେ ସୂଫ ସହରକୁ ଆସିଲେ। ତା’ପରେ ଶାଉଲ ତାଙ୍କର ଗ୍ଭକରକୁ କହିଲେ, “ଗ୍ଭଲ! ଆମ୍ଭେ ଫେରିଯିବା, ଆମ୍ଭମାନଙ୍କର ବାପା ଗଧମାନଙ୍କ ପରିବର୍ତ୍ତେ ଆମ୍ଭମାନଙ୍କ ପାଇଁ ବ୍ୟସ୍ତ ହେଉଥିବେ।”
6
ଗ୍ଭକର କହିଲା, “ଏ ସହରରେ ଜଣେ ପରମେଶ୍ୱରଙ୍କ ଲୋକ ଅଛନ୍ତି। ଲୋକମାନେ ତାଙ୍କୁ ସମ୍ମାନ କରନ୍ତି। ତାଙ୍କର ସମସ୍ତ ଭବିଷ୍ୟଦ୍ବାଣୀ ସତ ହୁଏ। ଗ୍ଭଲ, ସେଠାକୁ ଯିବା, ପରମେଶ୍ୱରଙ୍କ ଲୋକ ଆମ୍ଭକୁ ଗଧମାନଙ୍କର ସନ୍ଧାନ ଦେଇପାରନ୍ତି।”
7
ତା’ପରେ ଶାଉଲ ଗ୍ଭକରକୁ କହିଲେ, “ଆମ୍ଭେ ନିଶ୍ଚୟ ସହରକୁ ଯିବା, କିନ୍ତୁ ଆମ୍ଭେମାନେ ତାଙ୍କୁ କ’ଣ ଉପହାର ଦେବା। ବର୍ତ୍ତମାନ ଏପରିକି ଆମ୍ଭ ଖାଦ୍ୟ ମୁଣାରୁ ଖାଦ୍ୟ ସରିଗଲାଣି। ଆମ୍ଭେ ତାଙ୍କୁ ଉପହାର କ’ଣ ଦେବା।”
8
ପୁନ୍ନରାୟ ଗ୍ଭକର କହିଲା, “ଦେଖ, ମୋ’ ପାଖରେ ଏକ ଶେକଲ ରୂପାର ଚତୁର୍ଥାଂଶ ଅଛି। ଆସ ପଇସାକୁ ଆମ୍ଭେ ପରମେଶ୍ୱରଙ୍କର ଲୋକମାନଙ୍କୁ ଦେବା। ତା’ପରେ ତାଙ୍କ କଥା ଅନୁସାରେ ଆମ୍ଭେ ସେ ସ୍ଥାନକୁ ଯିବା।”
9
ଶାଉଲ ଗ୍ଭକରକୁ କହିଲେ, “ଏହା ଏକ ଉତ୍ତମ ବୁଦ୍ଧି। ଗ୍ଭଲ ଯିବା,” ତା’ପରେ ସେମାନେ ପରମେଶ୍ୱରଙ୍କ ଲୋକଙ୍କ ନଗରକୁ ଯାତ୍ରା ଆରମ୍ଭ କଲେ। ଶାଉଲ ଏବଂ ଗ୍ଭକର ପାର୍ବତ୍ୟାଞ୍ଚଳ ଦେଇ ଯାତ୍ରା କଲେ। ସେମାନେ ଯିବା ରାସ୍ତାରେ କେତେକ ଯୁବତୀଙ୍କୁ ଦେଖିଲେ। ଯୁବତୀମାନେ ପାଣି ନେବା ପାଇଁ ଆସିଥିଲେ। ଶାଉଲ ଓ ତାଙ୍କ ଗ୍ଭକର ଯୁବତୀମାନଙ୍କୁ ପଗ୍ଭରିଲେ, “ଧର୍ମାତ୍ମା ଏଠାରେ ଅବସ୍ଥାନ କରୁଛନ୍ତି କି?” (ଅତୀତରେ ଇସ୍ରାଏଲୀୟମାନେ ଭବିଷ୍ୟଦ୍ବକ୍ତାଙ୍କୁ “ଧର୍ମାତ୍ମା” କହୁଥିଲେ। ଯଦି ସେମାନେ ପରମେଶ୍ୱରଙ୍କଠାରୁ କିଛି ମାଗିବା ପାଇଁ ଗ୍ଭହୁଁଥିଲେ, ସେମାନେ କହିଲେ, “ଆସ ଧର୍ମାତ୍ମା ନିକଟକୁ ଯିବା।”)
12
ଯୁବତୀମାନେ ଉତ୍ତର ଦେଲେ, “ହଁ, ସେ ଏଠାରେ ଅଛନ୍ତି, ଏଇ ରାସ୍ତାର ଅଳ୍ପ ଆଗରେ ଅଛନ୍ତି। ସେ ଆଜି ସହରକୁ ଆସିଛନ୍ତି। ଲୋକମାନେ ଦଳ ଦଳ ହୋଇ ଆସି ତାଙ୍କୁ ପବିତ୍ରପୀଠରେ ଦର୍ଶନ କରୁଛନ୍ତି।
13
ତୁମ୍ଭେମାନେ ସହର ଭିତରକୁ ଯାଅ, ତାଙ୍କୁ ପାଇଯିବ। ଯଦି ତୁମ୍ଭେ ଚଞ୍ଚଳ ଯିବ, ତେବେ ତୁମ୍ଭେ ତାଙ୍କୁ ଉପାସନା ସ୍ଥାନରେ ଭୋଜନ ପୂର୍ବରୁ ସାକ୍ଷାତ କରି ପାରିବ। ସେଠାରେ ସେ ନୈବେଦ୍ୟ ଆଶୀର୍ବାଦ କରିବେ। ତା’ପରେ ଲୋକମାନେ ଭୋଜନ କରିବେ। ସେ ନ ଆସିବା ପର୍ଯ୍ୟନ୍ତ ଲୋକମାନେ ଖାଇବା ଆରମ୍ଭ କରନ୍ତି ନାହିଁ। ତେଣୁ ଯଦି ତୁମ୍ଭେ ଚଞ୍ଚଳ ହୁଅ ତାଙ୍କୁ ପାଇ ପାରିବ।”
14
ଶାଉଲ ଏବଂ ତାଙ୍କ ଗ୍ଭକର ଆଗକୁ ଗ୍ଭଲିଲେ। ସେମାନେ ସହରରେ ପହଞ୍ଚିବା ମାତ୍ରେ ଦେଖିଲେ ଶାମୁୟେଲ ଠିକ୍ ସେ ସମୟରେ ସହରରୁ ଉପାସନା ସ୍ଥାନକୁ ଆସୁଛନ୍ତି।
15
ଶାଉଲ ଆସିବାର ଦିନକପୂର୍ବରୁ ସଦାପ୍ରଭୁ ଶାମୁୟେଲଙ୍କୁ ଏହି କଥା କହିଥିଲେ,
16
“ଆସନ୍ତା କାଲି ଠିକ୍ ଏହି ସମୟରେ ମୁଁ ତୁମ୍ଭ ପାଖକୁ ଜଣେ ଲୋକ ପଠାଇବି। ସେ ବିନ୍ୟାମୀନୀୟ ବଂଶଧର। ତୁମ୍ଭେ ତାଙ୍କୁ ଇସ୍ରାଏଲୀୟମାନଙ୍କ ନେତା ରୂପେ ଅଭିଷିକ୍ତ କରିବ। ଏହି ଲୋକ ଇସ୍ରାଏଲୀୟମାନଙ୍କୁ ପଲେଷ୍ଟୀୟଙ୍କ କବଳରୁ ରକ୍ଷା କରିବ। କାରଣ ମୁଁ ମୋର ଲୋକମାନଙ୍କର ଯନ୍ତ୍ରଣା ଦେଖିଛି। ମୁଁ ସେମାନଙ୍କର କ୍ରନ୍ଦନ ଶୁଣିଅଛି।”
17
ଶାମୁୟେଲ ଶାଉଲକୁ ଦେଖିଲେ, ଏବଂ ସଦାପ୍ରଭୁ ତାଙ୍କୁ କହିଲେ, “ଏହି ସେହି ଲୋକ, ମୁଁ ଯାହା କଥା କହୁଥିଲି ସେ ମୋର ଲୋକମାନଙ୍କୁ ଶାସନ କରିବ।”
18
ଶାଉଲ ଫାଟକ ପାଖରେ ଠିଆ ହୋଇଥିବା ଜଣେ ଲୋକଙ୍କୁ ପରମେଶ୍ୱରଙ୍କ ଲୋକଙ୍କୁ ଭେଟିବାର ଦିଗ ପଗ୍ଭରିଲେ। ଏ ବ୍ୟକ୍ତି ଜଣକ କିନ୍ତୁ ଶାମୁୟେଲ ଥିଲେ, ଶାଉଲ କହିଲେ, “କ୍ଷମା କରିବେ, ଆପଣ ପରମେଶ୍ୱରଙ୍କ ଲୋକଙ୍କ ଘର ବତେଇ ଦେବେ କି?”
19
ଶାମୁୟେଲ କହିଲେ, “ମୁଁ ପରମେଶ୍ୱରଙ୍କ ଲୋକ। ମୋତେ ଅନୁସରଣ କର ମୁଁ ଉଚ୍ଚସ୍ଥାନକୁ ନେଇଯିବି। ତୁମ୍ଭେ ଏବଂ ତୁମ୍ଭ ଦାସ ମୋ’ ସହିତ ଆଜି ଭୋଜନ କରିବ। କାଲି ସକାଳେ ତୁମ୍ଭେମାନେ ଘରକୁ ଫେରିଯିବ। ଏବଂ ମୁଁ ତୁମ୍ଭର ସମସ୍ତ ପ୍ରଶ୍ନର ଉତ୍ତର ଦେବି।
20
ତୁମ୍ଭେମାନେ ତିନି ଦିନ ପୂର୍ବେ ହଜିଥିବା ଗଧମାନଙ୍କ ପାଇଁ ଦୁଃଖ କର ନାହିଁ। ସେମାନଙ୍କୁ ମିଳିଯାଇଛି। ବର୍ତ୍ତମାନ ଇସ୍ରାଏଲୀୟମାନେ ଜଣେ ବ୍ୟକ୍ତିର ସନ୍ଧାନରେ ଅଛନ୍ତି ଏବଂ ସେ ବ୍ୟକ୍ତିଜଣକ ତୁମ୍ଭେ ଅଟ। ସେମାନେ ତୁମ୍ଭକୁ ଏବଂ ତୁମ୍ଭ ପିତାଙ୍କ ପରିବାରବର୍ଗକୁ ଗ୍ଭହାନ୍ତି।”
21
ଶାଉଲ ଉତ୍ତର ଦେଲେ, “ମୁଁ ବିନ୍ୟାମୀନ ବଂଶର ସଦସ୍ୟ ଅଟେ। ଏହା ଇସ୍ରାଏଲର ଏକ ଛୋଟ ପରିବାରବର୍ଗ। ଆପଣ କାହିଁକି କହୁଛନ୍ତି ଇସ୍ରାଏଲୀୟମାନେ ମୋତେ ଗ୍ଭହାନ୍ତି?”
22
ଶାମୁୟେଲ ଶାଉଲ ଏବଂ ତାଙ୍କ ଦାସକୁ ଭୋଜନ ସ୍ଥାନକୁ ନେଲେ। ସେ ଅତି ମହତ୍ତ୍ୱପୂର୍ଣ୍ଣ ସ୍ଥାନ ଟେବୁଲ୍ ପାଖରେ ଶାଉଲଙ୍କୁ ଏବଂ ତାଙ୍କର ଦାସ ତିରିଶ୍ ଜଣ ନିମନ୍ତ୍ରିତ ଅତିଥି ମଧ୍ୟରେ ପ୍ରଦାନ କଲେ।
23
ଶାମୁୟେଲ ରୋଷେଇଆକୁ ନିର୍ଦ୍ଦେଶ ଦେଲେ, “ମୁଁ ତୁମ୍ଭକୁ ରଖିବାକୁ କହି ଦେଇଥିବା ମାଂସ ଆଣ।”
24
ରୋଷେଇଆ ଚଟୁଆ ମାଂସ ଆଣି ଶାଉଲଙ୍କ ସମ୍ମୁଖରେ ଟେବୁଲ୍ ଉପରେ ରଖିଲା। ଶାମୁୟେଲ କହିଲେ, “ତୁମ୍ଭେ ତୁମ୍ଭ ଟେବୁଲ୍ରେ ଥିବା ମାଂସ ଖାଅ। ଏହା ତୁମ୍ଭମାନଙ୍କ ପାଇଁ ସଂରକ୍ଷିତ ଥିଲା। ଏହି ବିଶେଷ ସମୟ ପାଇଁ ଯେତେବେଳେ ଏକତ୍ରିତ ହେବା ପାଇଁ ମୁଁ ଲୋକମାନଙ୍କୁ ଡାକିଲି।” ତା’ପରେ ଶାଉଲ ଶାମୁୟେଲଙ୍କ ସହ ତାଙ୍କର ଖାଦ୍ୟ ଖାଇଲେ।
25
ସେମାନେ ଖାଦ୍ୟ ଖାଇ ସାରିବା ପରେ ସେ ଉପାସନା ସ୍ଥଳରୁ ସହରକୁ ଫେରିଲେ। ଶାମୁୟେଲ ଛାତ ଉପରେ ଶାଉଲଙ୍କ ପାଇଁ ବିଛଣା ତିଆରି କଲେ
26
ଏବଂ ଶାଉଲ ଶୋଇବା ପାଇଁ ଗଲେ। ତା’ ପରଦିନ ପ୍ରତ୍ୟୁଷରୁ ଶାମୁୟେଲ ଶାଉଲଙ୍କୁ ବିଛଣାରୁ ଉଠାଇଲେ ଏବଂ କହିଲେ, “ଶଯ୍ୟା ତ୍ୟାଗ କର, ମୁଁ ତୁମ୍ଭକୁ ତୁମ୍ଭ ଗନ୍ତବ୍ୟ ସ୍ଥାନକୁ ପଠାଇବି।” ଶାଉଲ ବିଛଣାରୁ ଉଠିଲେ ଶାମୁୟେଲଙ୍କ ସହ ବାହାରକୁ ଗଲେ।
27
ଶାଉଲ, ଦାସ ଏବଂ ଶାମୁୟେଲ ସହର ପ୍ରାନ୍ତରେ ପହଞ୍ଚିବା ସମୟରେ ଶାମୁୟେଲ କହିଲେ, “ଦାସକୁ ଆଗକୁ ଯିବାକୁ କୁହ। ମୁଁ ତୁମ୍ଭକୁ ପରମେଶ୍ୱରଙ୍କ ବାର୍ତ୍ତା କହିବାକୁ ଗ୍ଭହେଁ।” ତେଣୁ ଦାସ ଆଗରେ ଗ୍ଭଲିଲା।
← Chapter 8
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 10 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31