bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
1 Samuel 25
1 Samuel 25
Odia Bible ERV 2004 (ପବିତ୍ର ବାଇବଲ)
← Chapter 24
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 26 →
1
ଦାଉଦ ଓ ମୂର୍ଖ ନାବଲ ଶାମୁୟେଲଙ୍କର ଦେହାନ୍ତ ହେଲା। ସମସ୍ତ ଇସ୍ରାଏଲୀୟବାସୀ ଏକତ୍ର ହୋଇ ଶାମୁୟେଲଙ୍କ ମୃତ୍ୟୁରେ ଶୋକ ପାଳନ କଲେ ଓ ରାମାସ୍ଥିତ ତାଙ୍କ ଗୃହରେ ତାଙ୍କୁ କବର ଦେଲେ। ତା’ପରେ ଦାଉଦ ପାରଣ ପ୍ରାନ୍ତରକୁ ଗଲେ।
2
ମାୟୋନରେ ଜଣେ ଧନି ଲୋକ ବାସ କରୁଥିଲେ। ତାଙ୍କର 3000 ମେଣ୍ଢା ଏବଂ 1000 ଛେଳି ଥିଲା। ସେ ଲୋକ ଜଣକ କର୍ମିଲକୁ ମେଣ୍ଢାମାନଙ୍କର ଲୋମ କାଟିବାକୁ ଯାଇଥିଲା।
3
ସେ ଲୋକ ଜଣକର ନାମ ନାବଲ ଥିଲା ଏବଂ ତାଙ୍କ ସ୍ତ୍ରୀର ନାମ ଅବୀଗଲ ଥିଲା, ସେ ଭାରି ସୁନ୍ଦରୀ ଓ ବୁଦ୍ଧିମତୀ ମଧ୍ୟ ଥିଲା। କିନ୍ତୁ ନାବଲ ଭାରି ନିର୍ଦ୍ଦୟ ଓ ପାପିଷ୍ଠ ଥିଲା। ସେ କାଲେବ ପରିବାରର ଥିଲା।
4
ଦାଉଦ ମରୁଭୂମିରେ ଶୁଣିଲେ ଯେ ନାବଲ ଆପଣା ମେଣ୍ଢାମାନଙ୍କର ଲୋମ କାଟୁଅଛି।
5
ଦାଉଦ 10ଜଣ ଯୁବକଙ୍କୁ କହିଲେ ଶୁଣ, “କର୍ମିଲକୁ ଯାଅ ଓ ନାବଲକୁ ମୋର ‘ନମସ୍କାର’ ଜଣାଅ।”
6
ଦାଉଦ କହିଲେ ତୁମ୍ଭେ ଯାଇ ଏହିପରି କୁହ, ଯେ, “ତୁମ୍ଭେ ଚୀରଜୀବି ହୁଅ ତୁମ୍ଭର ମଙ୍ଗଳ ହେଉ, ତୁମ୍ଭ ଗୃହର ମଙ୍ଗଳ ହେଉ। ତୁମ୍ଭର ସର୍ବସ୍ୱ ମଙ୍ଗଳ ହେଉ।
7
ମୁଁ ଶୁଣିଲି ତୁମ୍ଭର ମେଷପାଳକମାନେ ମେଷମାନଙ୍କର ଲୋମ କାଟୁଛନ୍ତି। କିଛି ସମୟ ପାଇଁ ତୁମ୍ଭର ମେଷପାଳକମାନେ ଆମ୍ଭ ସହିତ ଥିଲେ। ଆମ୍ଭେମାନେ ସେମାନଙ୍କର କୌଣସି କ୍ଷତି କରି ନାହୁଁ କି କର୍ମିଲରେ ଥିବା ସମୟରେ ସେମାନଙ୍କର କିଛି ହଜି ନାହିଁ।
8
ତୁମ୍ଭର ଗ୍ଭକରମାନଙ୍କୁ ପଗ୍ଭର, ସେମାନେ ତୁମ୍ଭକୁ ସତ କହିବେ। ମୋର ଯୁବକ ଲୋକମାନଙ୍କୁ ଦୟାକର। ଆମ୍ଭେମାନେ ଏହି ଖୁସୀ ସମୟରେ ତୁମ୍ଭ ପାଖକୁ ଆସିଛୁ। ବିନୟ କରୁଅଛୁ ତୁମ୍ଭେ ଯାହାପାର ଏମାନଙ୍କୁ ଦିଅ। ଦୟାକରି ତୁମ୍ଭେ ତୁମ୍ଭର ସାଙ୍ଗ ଦାଉଦ ପାଇଁ ଏହା କର।”
9
ଦାଉଦଙ୍କର ଲୋକମାନେ ଯାଇ ଦାଉଦଙ୍କ ନାମରେ ନାବଲକୁ ଏହିସବୁ କଥା କହିଲେ।
10
ନାବଲ ଦାଉଦଙ୍କ ଲୋକମାନଙ୍କୁ ଉତ୍ତର ଦେଇ କହିଲା, “ଦାଉଦ କିଏ? ଯିଶୀର ପୁତ୍ର କିଏ? ଆଜିକାଲି ଅନେକ ଦାସ ଅଛନ୍ତି ଯେଉଁମାନେ ଆପଣା ଆପଣା ମୁନିବଠାରୁ ପଳାଇଯାଇ ବୁଲୁଛନ୍ତି।
11
ମୁଁ କ’ଣ ନିଜର ରୋଟୀ, ନିଜର ଜଳ ଓ ନିଜର ଲୋମଛେଦକମାନଙ୍କ ନିମନ୍ତେ ହତ ପଶୁମାନଙ୍କ ମାଂସ ନେଇ କେଉଁ ଅଜ୍ଞାନ ଲୋକମାନଙ୍କୁ ଦେବି?”
12
ଦାଉଦର ଲୋକମାନେ ନିଜ ବାଟରେ ଫେରିଗଲେ ଓ ତାଙ୍କ ନିକଟକୁ ଆସି ସେ ସବୁ କଥା ତାଙ୍କୁ ଜଣାଇଲେ।
13
ତା’ପରେ ଦାଉଦ ତାଙ୍କର ଲୋକମାନଙ୍କୁ କହିଲେ, “ତୁମ୍ଭେମାନେ ନିଜ ନିଜର ଖଡ଼୍ଗ ବାନ୍ଧ,” ତେଣୁ ସେମାନେ ନିଜ ନିଜର ଖଡ଼୍ଗ ବାନ୍ଧିଲେ, ଦାଉଦ ମଧ୍ୟ ନିଜର ଖଡ଼୍ଗ ବାନ୍ଧିଲେ, ଦାଉଦଙ୍କ ସହିତ 400 ଲୋକ ଗଲେ ଓ 200 ଲୋକ ସାମଗ୍ରୀ ପାଖରେ ରହିଲେ।
14
ଅବୀଗଲ କଷ୍ଟକୁ ନିବାରଣ କଲା ଯୁବକମାନଙ୍କ ମଧ୍ୟରୁ ଜଣେ ନାବଲର ସ୍ତ୍ରୀ ଅବୀଗଲକୁ ଜଣାଇ କହିଲା, “ଦେଖ, ଦାଉଦ ଆମ୍ଭମାନଙ୍କ କର୍ତ୍ତାଙ୍କୁ ଶୁଭେଚ୍ଛା ଜଣେଇବା ନିମନ୍ତେ ମରୁଭୂମିରୁ ଦୂତମାନଙ୍କୁ ପଠାଇଥିଲେ, କିନ୍ତୁ ସେ ସେମାନଙ୍କୁ ଖରାପ ଭାବିଲେ।
15
ସେହି ଲୋକମାନେ ଆମ୍ଭମାନଙ୍କର ବଡ଼ ଉପକାରୀ, ଆମ୍ଭେମାନେ କ୍ଷେତ୍ରରେ ମେଣ୍ଢାଙ୍କୁ ନେଇ ଥିବା ସମୟରେ ଦାଉଦଙ୍କର ଲୋକମାନେ ଆମ ସହିତ ଥିଲେ। ସେମାନେ ଆମର କିଛି ନେଇ ନାହାନ୍ତି କି ଆମର କିଛି କ୍ଷତି କରି ନାହାନ୍ତି।
16
ଦାଉଦର ଲୋକମାନେ ଆମ୍ଭମାନଙ୍କୁ ଦିନରାତି ସର୍ବଦା ନିରାପତ୍ତା ଦେଇଛନ୍ତି। ଆମ୍ଭେ ଯେତେବେଳେ ମେଷମାନଙ୍କୁ ନେଇ କ୍ଷେତରେ ଥିବା ସମୟରେ ସେମାନେ ଆମର ଚତୁର୍ଦ୍ଦିଗରେ ପ୍ରାଚୀର ସଦୃଶ ଥିଲେ।
17
ବର୍ତ୍ତମାନ ଚିନ୍ତାକର ଓ କ’ଣ କରାଯାଇ ପାରିବ ସ୍ଥିର କର। ଆମର ସ୍ୱାମୀ ଓ ତାଙ୍କର ସମସ୍ତ ପରିବାର ପ୍ରତି ଭୟଙ୍କର ବିପତ୍ତି ଆସୁଅଛି। ଏପରି ଦୁଷ୍ଟ ବ୍ୟକ୍ତିକୁ କେହି କିଛି କହି ନ ପାରେ, କାଳେ ସେ ତା’ର ମନ ପରିବର୍ତ୍ତନ କରିବ।”
18
ଅବୀଗଲ ଶୀଘ୍ର 200 ରୋଟୀ, ଦୁଇ କୁମ୍ଫା ଦ୍ରାକ୍ଷାରସ ଓ ପାଞ୍ଚୋଟି ମେଷର ମାଂସ ତରକାରୀ ଓ ପାଞ୍ଚ ଗୋଉଣୀ ଭଜା ଶସ୍ୟ ଓ 100 ପେଣ୍ଡା ଦ୍ରାକ୍ଷାରସ ଓ 200 ଡିମ୍ବିରି ପିଠା ନେଇ ଗଧମାନଙ୍କ ପିଠିରେ ଲଦିଲା।
19
ତା’ପରେ ଅବୀଗଲ ତା’ର ଦାସମାନଙ୍କୁ କହିଲା, “ମୋ’ ଆଗେ ଆଗେ ଗ୍ଭଲ, ଦେଖ, ମୁଁ ତୁମ୍ଭ ପଛେ ପଛେ ଯାଉଛି।” କିନ୍ତୁ ସେ ତା’ର ସ୍ୱାମୀକୁ ଏ କଥା ଜଣାଇଲା ନାହିଁ।
20
ଅବୀଗଲ ଗଧ ପିଠିରେ ଚଢ଼ି ପର୍ବତର ତଳକୁ ଆସନ୍ତେ ସେ ଦେଖିଲେ, ଦାଉଦ ଓ ସେମାନଙ୍କର ଲୋକମାନେ ତା’ର ବିପରୀତ ଦିଗରୁ ଆସୁଛନ୍ତି।
21
ଦାଉଦ ଅବୀଗଲଙ୍କୁ ଦେଖିବା ପୂର୍ବରୁ କହୁଥିଲେ, “ମୁଁ ନାବଲର ସମ୍ପତ୍ତିକୁ ମରୁଭୂମିରେ ଜଗିଲି। ମୁଁ ଭାବୁଥିଲି ଏହାର ଗୋଟିଏ ହେଲେ ମେଷ ନ ହଜୁ। ମୁଁ ଏହା କରୁଥିଲି ମୋର କିଛି ସ୍ୱାର୍ଥ ନ ଥିଲା। କିନ୍ତୁ ତା’ର ସବୁ ମଙ୍ଗଳ ପାଇଁ କରୁଥିଲି। କିନ୍ତୁ ସେ ମୋ’ ପ୍ରତି ଖରାପ ବ୍ୟବହାର ଦେଖାଇଲା।
22
ଯଦି ତା’ ପରଦିନ ସକାଳ ପର୍ଯ୍ୟନ୍ତ ନାବଲ ପରିବାରର ଗୋଟିଏ ବି ଲୋକକୁ ମୁଁ ବଞ୍ଚିବାକୁ ଦିଏ, ତାହାହେଲେ ପରମେଶ୍ୱର ମୋତେ ଦଣ୍ତ ଦିଅନ୍ତୁ।”
23
ଠିକ୍ ସେହି ସମୟରେ ଅବୀଗଲ ପହଞ୍ଚିଗଲା, ଯେତେବେଳେ ଅବୀଗଲ ଦାଉଦଙ୍କୁ ଦେଖିଲା, ସେ ସଙ୍ଗେ ସଙ୍ଗେ ଗଧ ପିଠିରୁ ଓହ୍ଲାଇ ପଡ଼ି ନତମସ୍ତକ ହୋଇ ଦାଉଦ ସମ୍ମୁଖରେ ସମ୍ମାନ ଜଣାଇଲା।
24
ଅବୀଗଲ ଦାଉଦଙ୍କ ଚରଣରେ ପଡ଼ି କହିଲା, “ହେ ମୋର ପ୍ରଭୁ, ମୋର କଥା ଟିକେ ଶୁଣନ୍ତୁ। ଯାହାସବୁ ଘଟିଗଲା, ସେଥିରେ ମୋତେ ଦୋଷ ଦିଅନ୍ତୁ।
25
ତୁମ୍ଭେ ପଠାଇଥିବା ଲୋକମାନଙ୍କୁ ମୁଁ ଆଦୌ ଦେଖି ନାହିଁ। ସେପରି ଅଜ୍ଞାନ ବ୍ୟକ୍ତିର କଥାକୁ ଧର ନାହିଁ। ସେ ତା’ର ନାମକୁ ସାର୍ଥକ କରିଛି। ତା’ର ନାମ ନାବଲ ଯାହାର ଅର୍ଥ ‘ମୂର୍ଖ’ ଠିକ୍ ସେହିପରି ସେ ମୂର୍ଖମାନଙ୍କ ପରି ବ୍ୟବହାର କରିଛି।
26
ହେ ମୋର ପ୍ରଭୁ, ସଦାପ୍ରଭୁ ତ ଆପଣଙ୍କୁ ନିରୀହ ଲୋକମାନଙ୍କର ରକ୍ତପାତ ବାରଣ କଲେ। ତେଣୁ ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ଓ ତୁମ୍ଭେ ଜୀବିତ ଥିବା ଯାଏ ତୁମ୍ଭର ଶତ୍ରୁମାନେ ଯେଉଁମାନେ ତୁମ୍ଭର କ୍ଷତି କରିବା ପାଇଁ ଗ୍ଭହାନ୍ତି, ସେମାନେ ନାବଲ ପରି ହୁଅନ୍ତୁ।
27
ବର୍ତ୍ତମାନ ମୁଁ ଆଣିଥିବା ଭେଟି, ଦୟାକରି ତୁମ୍ଭର ଲୋକମାନଙ୍କୁ ଦିଅ।
28
ଦୟାକରି ମୋତେ ମୋର କରିଥିବା ଦୋଷ ପାଇଁ କ୍ଷମା କର। ମୁଁ ଜାଣେ ସଦାପ୍ରଭୁ ତୁମ୍ଭ ପରିବାରକୁ ଶକ୍ତିଶାଳୀ କରିବେ। ସଦାପ୍ରଭୁ ଏପରି କରିଛନ୍ତି, କାରଣ ତୁମ୍ଭେମାନେ ତାଙ୍କର ପ୍ରତିରୋଧରେ ଯୁଦ୍ଧ କରିଅଛ, ତୁମ୍ଭେ ବଞ୍ଚିଥିବା ପର୍ଯ୍ୟନ୍ତ କୌଣସି ଲୋକ ତୁମ୍ଭର ଦୋଷ ବାଛି ପାରିବ ନାହିଁ।
29
ଯଦି ଜଣେ ବ୍ୟକ୍ତି ତୁମ୍ଭକୁ ତାଡ଼ନା କରିବାକୁ ଓ ତୁମ୍ଭକୁ ହତ୍ୟା କରିବାକୁ ଗ୍ଭହେଁ, ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭର ଜୀବନ ରକ୍ଷା କରିବେ। କିନ୍ତୁ ସେ ତୁମ୍ଭର ଶତ୍ରୁମାନଙ୍କ ପ୍ରାଣକୁ ଛାଟିଣୀ ଖୋଲରୁ ପଥର ଫିଙ୍ଗି ଦେଲାପରି ଫିଙ୍ଗି ଦେବ।
30
ସଦାପ୍ରଭୁ ତୁମ୍ଭର ମଙ୍ଗଳ କରିବା ପାଇଁ ପ୍ରତିଜ୍ଞା କରିଛନ୍ତି ଏବଂ ସେ ତାଙ୍କର ପ୍ରତିଜ୍ଞା ରକ୍ଷା କରିବେ। ସେ ତୁମ୍ଭକୁ ଇସ୍ରାଏଲର ଶାସକ ରୂପେ ନିଯୁକ୍ତ କରିବେ। ଯେତେବେଳେ ସେ ମୋର ପ୍ରଭୁ ପ୍ରତି ସଫଳ କରି ତୁମ୍ଭକୁ ଇସ୍ରାଏଲର ଅଗ୍ରଣୀ ରୂପେ ନିଯୁକ୍ତ କରିବେ।
31
ତୁମ୍ଭେ ନିରୀହମାନଙ୍କର ରକ୍ତପାତ ଦୋଷରେ ଦୋଷୀ ହେବ ନାହିଁ। ଯେତେବେଳେ ସଦାପ୍ରଭୁ ତୁମ୍ଭର ମଙ୍ଗଳ କରୁଛନ୍ତି, ତୁମ୍ଭେ ତୁମ୍ଭର ଏହି ଦାସୀକୁ ମନେରଖ।”
32
ଦାଉଦ ଅବୀଗଲକୁ କହିଲେ, “ଆଜି ଯେ ମୋ’ ସଙ୍ଗରେ ସାକ୍ଷାତ କରିବାକୁ ତୁମ୍ଭକୁ ପଠାଇଲେ, ସେହି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଧନ୍ୟ।
33
ତୁମ୍ଭର ସୁବିଗ୍ଭର ଧନ୍ୟ ହେଉ ଓ ଆଜି ମୋତେ ନିରୀହମାନଙ୍କର ରକ୍ତପାତ କରିବାରୁ ମନା ହେଲା। ଏଥିପାଇଁ ତୁମ୍ଭର ମଙ୍ଗଳ ହେଉ।
34
ସଦାପ୍ରଭୁ ମୋତେ ତୁମ୍ଭକୁ ଆଘାତ କରିବାରୁ ବାରଣ କଲେ। ନିଶ୍ଚିତ ଭାବରେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଯେପର୍ଯ୍ୟନ୍ତ ଅଛନ୍ତି, ଯଦି ତୁମ୍ଭେ ମୋତେ ସାକ୍ଷାତ କରିବା ପାଇଁ ଶୀଘ୍ର ଆସି ନ ଥା’ନ୍ତ, ପ୍ରତ୍ୟୁଷ ବେଳକୁ ନାବଲ ପରିବାର କେହି ଜଣେ ପୁରୁଷ ଜୀବିତ ରହି ନ ଥା’ନ୍ତା।”
35
ତହୁଁ ସେ ତାଙ୍କ ପାଇଁ ଯାହା ଆଣିଥିଲା, ଦାଉଦ ତାହା ହସ୍ତରୁ ତାହା ଗ୍ରହଣ କଲେ ଓ ତାକୁ କହିଲେ, “ଭଲରେ ତୁମ୍ଭେ ଘରକୁ ଯାଅ, ଦେଖ, ମୁଁ ତୁମ୍ଭ କଥା ଶୁଣିଲି ଓ ତୁମ୍ଭକୁ ଗ୍ରହଣ କଲି।”
36
ନାବଲର ମୃତ୍ୟୁ ଯେତେବେଳେ ଅବୀଗଲ ନାବଲ ନିକଟକୁ ଆସିଲା। ସେତେବେଳେ ସେ ଦେଖିଲା ସେ ନିଜ ଘରେ ରାଜ ଭୋଜନ ପରି ଭୋଜନ କରୁଥିଲା, ନାବଲ ଅତିଶୟ ମଦ୍ୟପାନ କରିଥିଲା ଓ ତା’ର ମନ ଅତ୍ୟନ୍ତ ଖୁସୀ ଥିଲା। ଏହି ହେତୁ ସେ ସକାଳ ପର୍ଯ୍ୟନ୍ତ କୌଣସି କଥା ଜଣାଇଲା ନାହିଁ।
37
ତା’ ପରଦିନ ସକାଳେ ତା’ର ନିଶା କମିଲା ପରେ ତା’ର ସ୍ତ୍ରୀ ତାକୁ ସବୁକଥା ଜଣାଇଲା, ଏଥିରେ ତା’ର ହୃଦୟ ବନ୍ଦ ହୋଇଗଲା ତାହା ଅନ୍ତରରେ ମରିଗଲା। ତା’ର ହୃତ୍କ୍ରିୟା ବନ୍ଦ ହୋଇଗଲା ଓ ସେ ପଥର ପରି ପଡ଼ି ରହିଲା।
38
ଦଶ ଦିନ ପରେ ସଦାପ୍ରଭୁ ନାବଲର ମୃତ୍ୟୁର କାରଣ ହେଲେ।
39
ଦାଉଦ ଶୁଣିଲେ ଯେ ନାବଲ ମୃତ୍ୟୁବରଣ କରିଛି। ଦାଉଦ କହିଲେ, “ସଦାପ୍ରଭୁଙ୍କ ପ୍ରଶଂସା କର। ନାବଲ ମୋ’ ବିଷୟରେ ଖରାପ କଥା କହିଥିଲା କିନ୍ତୁ ସଦାପ୍ରଭୁ ମୋତେ ସାହାଯ୍ୟ କଲେ। ସଦାପ୍ରଭୁ ମୋତେ ମନ୍ଦକାର୍ଯ୍ୟ କରିବାରୁ କ୍ଷାନ୍ତ କଲେ। ସଦାପ୍ରଭୁ ତା’ର ମୃତ୍ୟୁର କାରଣ ହେଲେ, କାରଣ ସେ କୁକର୍ମ କରିଥିଲା।” ତା’ପରେ ଦାଉଦ ଅବୀଗଲକୁ ଏକ ବାର୍ତ୍ତା ପଠାଇଲେ। ଦାଉଦଙ୍କର ସ୍ତ୍ରୀ ହେବା ପାଇଁ ତାଙ୍କୁ ପଗ୍ଭରିଲେ।
40
ଦାଉଦଙ୍କ ଦାସମାନେ କର୍ମିଲକୁ ଗଲେ ଏବଂ ଅବୀଗଲକୁ କହିଲେ, “ଦାଉଦ ତୁମ୍ଭକୁ ନେଇଯିବା ପାଇଁ ଏଠାକୁ ପଠାଇଛନ୍ତି। ଦାଉଦ ଗ୍ଭହାନ୍ତି, ତୁମ୍ଭକୁ ସ୍ତ୍ରୀରୂପେ ଗ୍ରହଣ କରିବା ପାଇଁ।”
41
ଅବୀଗଲ ନତମସ୍ତକ ହୋଇ ଠିଆ ହେଲେ, ସେ କହିଲେ, “ମୁଁ ହେଉଛି ତୁମ୍ଭର ଦାସୀ, ମୋର ପ୍ରଭୁଙ୍କ ଦାସମାନଙ୍କ ପାଦ ଧୋଇବା ପାଇଁ ଗ୍ଭହେଁ।”
42
ଅବୀଗଲ ଶୀଘ୍ର ଗଧପିଠିରେ ବସି ଦାଉଦଙ୍କର ବାର୍ତ୍ତାବହଙ୍କ ସହିତ ଆସିଲେ, ଅବୀଗଲ ତାଙ୍କ ସହିତ ପାଞ୍ଚ ଜଣ ଅନୁଚରୀ ଯୁବତୀଙ୍କୁ ସଙ୍ଗରେ ଆଣିଲେ। ସେ ଦାଉଦଙ୍କର ସ୍ତ୍ରୀ ହୋଇ ରହିଲେ।
43
ଦାଉଦ ମଧ୍ୟ ଯିଷ୍ରିୟେଲୀୟା ଅହୀନୋୟମକୁ ବିବାହ କଲେ ତହିଁରେ ସେ ଦୁହେଁ ତା’ର ସ୍ତ୍ରୀ ହେଲେ।
44
ଶାଉଲ ନିଜର କନ୍ୟା ମୀଖଲକୁ, ଦାଉଦଙ୍କର ସ୍ତ୍ରୀକୁ ଗଲିମ୍ ନିବାସୀ ଲୟିସ ପୁତ୍ର ପଲ୍ଟିକି ଦେଇଥିଲେ।
← Chapter 24
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 26 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31