bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
1 Samuel 22
1 Samuel 22
Odia Bible ERV 2004 (ପବିତ୍ର ବାଇବଲ)
← Chapter 21
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 23 →
1
ଦାଉଦ ଭିନ୍ନ ଭିନ୍ନ ସ୍ଥାନମାନଙ୍କୁ ଗଲେ ଦାଉଦ ଗାଥ୍ ପରିତ୍ୟାଗ କଲେ। ସେ ସେଠାରୁ ଅଦୁଲ୍ଲମ ଗୁମ୍ଫାକୁ ପଳାଇଲେ। ଦାଉଦର ଭାଇମାନେ ଓ ସମ୍ପର୍କୀୟମାନେ ମଧ୍ୟ ଜାଣିଲେ ଯେ ସେ ଅଦୁଲ୍ଲମରେ ଅଛନ୍ତି। ସେମାନେ ସେଠାକୁ ଦାଉଦକୁ ଦେଖା କରିବାକୁ ଗଲେ।
2
ଦାଉଦଙ୍କ ସହିତ ବହୁତ ଲୋକ ଥିଲେ ଯେଉଁମାନେ ବିପଦରେ ଥିଲେ, ଯେଉଁମାନେ ଋଣଗ୍ରସ୍ତ ଥିଲେ, ଆଉ ଯେଉଁମାନେ ଜୀବନରେ ଶାନ୍ତି ପାଇ ନାହାନ୍ତି, ଏହିପରି ଲୋକମାନେ ଦାଉଦଙ୍କ ସାଥୀ ହେଲେ। ଏହିପରି ଭାବରେ ଦାଉଦ 400 ଲୋକଙ୍କର ନେତା ହେଲେ।
3
ଦାଉଦ ଅଦୁଲ୍ଲମ ଛାଡ଼ି ମୋୟାବ ଦେଶର ମିସ୍ପୀକୁ ଗଲେ। ଦାଉଦ ମୋୟାବର ରାଜାଙ୍କୁ କହିଲେ, “ମୁଁ ଆପଣଙ୍କୁ ଅନୁରୋଧ କରି କହୁଅଛି, ମୋର ପିତାମାତାଙ୍କୁ ତୁମ୍ଭମାନଙ୍କ ମଧ୍ୟରେ ରହିବାକୁ ଦିଅ। ପରମେଶ୍ୱର ମୋ’ ଉପରେ କ’ଣ କରିବେ ମୋର ଜାଣିବା ପର୍ଯ୍ୟନ୍ତ ସେମାନଙ୍କୁ ଏଠାରେ ରହିବାକୁ ଦିଅ।”
4
ତେଣୁ ଦାଉଦ ତାଙ୍କର ପିତାମାତାଙ୍କୁ ମୋୟାବର ରାଜାଙ୍କ ନିକଟରେ ଛାଡ଼ି ଗଲେ। ଯେତେଦିନ ଯାଏ ଦାଉଦ ସେହି ଦୁର୍ଗରେ ବାସ କଲେ, ସେ ପର୍ଯ୍ୟନ୍ତ ସେମାନେ ମୋୟାବର ରାଜାଙ୍କ ସହିତ ରହିଲେ।
5
କିନ୍ତୁ ଭବିଷ୍ୟଦ୍ବକ୍ତା ଗାଦ୍ ଦାଉଦଙ୍କୁ କହିଲେ, “ତୁମ୍ଭେ ଏହି ଦୁର୍ଗରେ ରୁହ ନାହିଁ। ତୁମ୍ଭେ ଯିହୁଦାକୁ ଯାଅ।” ତେଣୁ ଦାଉଦ ସେସ୍ଥାନ ପରିତ୍ୟାଗ କରି ହେରତ୍ ବଣକୁ ଗଲେ।
6
ଶାଉଲ ଅହୀମେଲକ ପରିବାରକୁ ହତ୍ୟା କଲେ ଶାଉଲ ଜାଣିବାକୁ ପାଇଲେ ଯେ, ତାଙ୍କର ଲୋକମାନେ ଦାଉଦ ଓ ତାଙ୍କର ସାଥୀ ଲୋକମାନଙ୍କ ବିଷୟରେ ଜାଣିବାକୁ ପାଇଲେ ଯେ ସେମାନେ କେଉଁଠାରେ ଅଛନ୍ତି। ଏହି ସମୟରେ ଶାଉଲ ନିଜ ହସ୍ତରେ ବର୍ଚ୍ଛା ଧରି ଗିବିୟାସ୍ଥିତ ରାମାର ଏକ ଗଛ ମୂଳରେ ବସି ରହିଲେ। ଏବଂ ତାଙ୍କର ଦାସମାନେ ତାଙ୍କୁ ଘେରି ରହିଥିଲେ।
7
ଶାଉଲ ତାଙ୍କ ଦାସମାନଙ୍କୁ କହିଲେ, “ହେ ବିନ୍ୟାମୀନୀୟ ଲୋକମାନେ, ଶୁଣ ଯିଶୀର ପୁତ୍ର କ’ଣ ତୁମ୍ଭ ପ୍ରତି ଜଣଙ୍କୁ କ୍ଷେତ୍ର ଓ ଦ୍ରାକ୍ଷାକ୍ଷେତ୍ର ଦେବ? ସେ କ’ଣ ତୁମ୍ଭ ସମସ୍ତଙ୍କୁ ସହସ୍ରପତି ଓ ଶତପତି କରିବ?
8
ଏଥିପାଇଁ ତୁମ୍ଭେ କ’ଣ ସମସ୍ତେ ମୋର ବିରୁଦ୍ଧରେ କୁମନ୍ତ୍ରଣା କରୁଅଛ? ଆଉ ତୁମ୍ଭମାନଙ୍କ ମଧ୍ୟରୁ ମୋତେ କେହି କହିଲ ନାହିଁ ଯେତେବେଳେ ମୋର ପୁତ୍ର ଯିଶୀର ପୁତ୍ର ସହିତ ନିୟମ କଲା, ତୁମ୍ଭମାନଙ୍କ ମଧ୍ୟରୁ କେହି ମୋ’ କଥା ଚିନ୍ତା କଲ ନାହିଁ। ଯେତେବେଳେ ମୋର ପୁତ୍ର ଦାଉଦକୁ ଓ ସେବକମାନଙ୍କୁ ମୋ’ ବିରୁଦ୍ଧରେ ଉତ୍ତେଜିତ କଲା ମୋ’ ବିରୁଦ୍ଧରେ କାର୍ଯ୍ୟ କରିବା ପାଇଁ ଏବଂ ଲୁଚି କରି ମୋତେ ଆକ୍ରମଣ କରିବା ପାଇଁ।”
9
ଶାଉଲଙ୍କର ଦାସ ନିକଟରେ ଛିଡ଼ା ହୋଇଥିବା ଇଦୋମୀୟ ଦୋୟେଗ ଉତ୍ତର ଦେଲା, “ମୁଁ ଯିଶୀର ପୁତ୍ରକୁ ନୋବରେ ଅହୀଟୂବର ପୁତ୍ର ଅହୀମେଲକ୍ ନିକଟକୁ ଯିବାର ଦେଖିଥିଲି।
10
ଅହୀମେଲକ ଦାଉଦଙ୍କ ନିମନ୍ତେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ ଓ ତାହାକୁ ଖାଦ୍ୟ ଦ୍ରବ୍ୟ ଓ ପଲେଷ୍ଟୀୟର ଖଣ୍ତା ଦେଲେ।”
11
ତେଣୁ ରାଜା ଅହୀଟୂବର ପୁତ୍ର ଅହୀମେଲକ ଯାଜକକୁ ଓ ନୋବ ନିବାସୀ ତା’ର ପିତୃବଂଶିୟ ସମସ୍ତ ଯାଜକକୁ ଡାକିବା ପାଇଁ ଲୋକ ପଠାଇଲେ, ତହିଁରେ ସମସ୍ତେ ରାଜାଙ୍କ ନିକଟକୁ ଆସିଲେ।
12
ଏଥିରେ ଶାଉଲ କହିଲେ, “ହେ ଅହୀଟୂବର ପୁତ୍ର, ତୁମ୍ଭେ ଶୁଣ,” ସେ ଉତ୍ତର ଦେଲେ, “ହେ ମୋର ପ୍ରଭୁ ମୁଁ ଏଠାରେ ଅଛି।”
13
ପୁଣି ଶାଉଲ ତାଙ୍କୁ କହିଲେ, “ତୁମ୍ଭେ ଓ ଯିଶୀର ପୁତ୍ର କାହିଁକି ମୋ’ ବିରୁଦ୍ଧରେ କୁମନ୍ତ୍ରଣା କରିଅଛ? ଆଜି ଯିଶୀର ପୁତ୍ର ମୋ’ ବିରୁଦ୍ଧରେ ଉଠି ଓଗାଳି ବସିବା ପାଇଁ ତୁମ୍ଭେ ତ ତାହାକୁ ରୋଟୀ ଓ ଖଣ୍ତା ଦେଇଅଛ ଓ ପରମେଶ୍ୱରଙ୍କ ନିକଟରେ ତା’ ପାଇଁ ପ୍ରାର୍ଥନା କରିଅଛ।”
14
ଅହୀମେଲକ ରାଜାଙ୍କୁ ଉତ୍ତର ଦେଲେ, “ଆପଣଙ୍କ ସମସ୍ତ ଦାସମାନଙ୍କ ମଧ୍ୟରେ, ଦାଉଦ ପରି କିଏ ବିଶ୍ୱାସୀ, ସେତ ମହାରାଜାଙ୍କ ଜ୍ୱାଇଁ ଏବଂ ଦାଉଦ ହେଉଛନ୍ତି ଆପଣଙ୍କର ଦେହରକ୍ଷୀମାନଙ୍କର ମୁଖ୍ୟ, ଆପଣଙ୍କ ପରିବାରର ସମସ୍ତ ସଦସ୍ୟ ତାଙ୍କୁ ସମ୍ମାନ କରନ୍ତି।
15
ଏହା ପ୍ରଥମ ଦିନ ନ ଥିଲା, ମୁଁ ଦାଉଦ ନିମନ୍ତେ ପ୍ରାର୍ଥନା କଲି, ମୋତେ କିମ୍ବା ମୋର ପରିବାରକୁ କାହାକୁ ଦୋଷାରୋପ କରନ୍ତୁ ନାହିଁ। ଆମ୍ଭେ ଆପଣଙ୍କର ଦାସଗଣ। କ’ଣ ହେଉଛି ଏହା ମୁଁ କିଛି ଜାଣେ ନାହିଁ।”
16
କିନ୍ତୁ ରାଜା କହିଲେ, ଅହୀମେଲକ, “ତୁମ୍ଭେ ଏବଂ ତୁମ୍ଭର ସମସ୍ତ ସମ୍ପର୍କୀୟ ମରିବ।”
17
ରାଜା ତାଙ୍କ ନିକଟରେ ଥିବା ଦେହ ରକ୍ଷୀକୁ ଆଦେଶ ଦେଲେ, “ଯାଅ, ପ୍ରଭୁଙ୍କର ଯାଜକମାନଙ୍କୁ ହତ୍ୟା କର।” ଏହିପରି କର କାରଣ ସେମାନେ ସମସ୍ତେ ଦାଉଦଙ୍କର ସପକ୍ଷରେ ଅଛନ୍ତି। ସେମାନେ ଜାଣିଲେ ଦାଉଦ ଏଠାରୁ ପଳାୟନ କରିଛି, କିନ୍ତୁ ସେମାନେ ମୋତେ ଜଣାଇଲେ ନାହିଁ। କିନ୍ତୁ ରାଜାଙ୍କର ଦାସମାନେ ସଦାପ୍ରଭୁଙ୍କର ଯାଜକଙ୍କୁ ହତ୍ୟା କରିବା ପାଇଁ ମନା କଲେ।
18
ତେଣୁ ରାଜା ଦୋୟେଗକୁ ଆଦେଶ ଦେଲେ, “ତୁମ୍ଭେ ଯାଅ ଏବଂ ଯାଜକଗଣଙ୍କୁ ବଧକର।” ତେଣୁ ଇଦୋମୀୟ ଦୋୟେଗ ଗଲା ଏବଂ ଯାଜକମାନଙ୍କୁ ଆକ୍ରମଣ କଲା ଓ ସେହି ଦିନ ସେ ଶୁକ୍ଳ ଏଫୋଦ ପରିଧାନ କରିଥିବା ପଞ୍ଚାଅଶୀ ଜଣଙ୍କୁ ହତ୍ୟା କଲା।
19
ସେ ଯାଜକମାନଙ୍କର ନୋବ୍ ନଗରକୁ ଖଣ୍ଡାରେ ଆଘାତ କଲା, ଦୋୟେଗ ନୋବ୍ର ସମସ୍ତ ଲୋକମାନଙ୍କୁ ହତ୍ୟା କଲା। ଏପରିକି ପିଲା, ସ୍ତ୍ରୀ, ପୁରୁଷ ସ୍ତନ୍ୟପାୟୀ ଶିଶୁ ଏବଂ ସେମାନଙ୍କର ଗାଈ, ଗଧ ଓ ମେଷମାନଙ୍କୁ ହତ୍ୟା କଲା।
20
କିନ୍ତୁ ଅହୀଟୂବର ପୁତ୍ର ଅହୀମେଲକର ପୁତ୍ରମାନଙ୍କ ମଧ୍ୟରୁ ଅବିୟାଥର ନାମରେ ଜଣେ ରକ୍ଷା ପାଇ ଦାଉଦଙ୍କ ଆଡ଼କୁ ପଳାଇଲା।
21
ଅବିୟାଥର ଦାଉଦଙ୍କୁ ଜଣାଇଲା ଯେ, ଶାଉଲ ସଦାପ୍ରଭୁଙ୍କର ଯାଜକମାନଙ୍କୁ ହତ୍ୟା କଲେ।
22
ଦାଉଦ ଅବିୟାଥରକୁ କହିଲେ, “ଇଦୋମୀୟ ଦୋୟେଗ ସେଠାରେ ଉପସ୍ଥିତ ଥିବା ବେଳେ ମୁଁ ସେହି ଦିନ ଜାଣିଥିଲି ଯେ, ସେ ନିଶ୍ଚୟ ଶାଉଲଙ୍କୁ ଜଣାଇବ, ତୁମ୍ଭ ପିତୃଗୃହସ୍ଥ ସମସ୍ତଙ୍କୁ ହତ୍ୟା କରାଯାଇଛି ଏବଂ ମୁଁ ସେମାନଙ୍କର ମୃତ୍ୟୁର ଦାୟୀଅଟେ।
23
ତୁମ୍ଭେ ମୋ’ ସଙ୍ଗେ ରୁହ, ଭୟ କର ନାହିଁ କାରଣ ଯେ ମୋତେ ମାରିବାକୁ ଗ୍ଭହେଁ, ସେ ତୁମ୍ଭକୁ ମଧ୍ୟ ମାରିବାକୁ ଗ୍ଭହୁଁଛି। କିନ୍ତୁ ତୁମ୍ଭେ ମୋ’ ପାଖରେ ସୁରକ୍ଷିତ ରହିବ।”
← Chapter 21
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 23 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31