bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
1 Samuel 19
1 Samuel 19
Odia Bible ERV 2004 (ପବିତ୍ର ବାଇବଲ)
← Chapter 18
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 20 →
1
ଯୋନାଥନ ଦାଉଦଙ୍କୁ ସାହାଯ୍ୟ କଲେ ଶାଉଲ ଦାଉଦଙ୍କୁ ହତ୍ୟା କରିବା ପାଇଁ ତାଙ୍କର ପୁତ୍ର ଯୋନାଥନ ଓ ତାଙ୍କର ଦାସମାନଙ୍କୁ କହିଲେ। କିନ୍ତୁ ଯୋନାଥନ ଦାଉଦଙ୍କୁ ବହୁତ ଭଲ ପାଉଥିଲେ।
2
ଯୋନାଥନ ଦାଉଦଙ୍କୁ ସତର୍କ କରାଇ କହିଲେ, “ମୋର ପିତା ତୁମ୍ଭକୁ ମାରିବାକୁ ଗ୍ଭହାନ୍ତି। ତୁମ୍ଭେ ପ୍ରାତଃକାଳରେ ସାବଧାନ ସହକାରେ କୌଣସି ଜାଗାରେ ଲୁଚି ରୁହ। ତୁମ୍ଭେ ଯେଉଁଠାରେ ଲୁଚିଥିବ, ମୁଁ ସେ ସ୍ଥାନ ନିକଟକୁ ଯାଇ ମୋର ପିତାଙ୍କ ସହିତ ତୁମ୍ଭ ବିଷୟରେ କଥୋପକଥନ ହେବି। ଯଦି ମୁଁ କିଛି ଦେଖେ ତେବେ ମୁଁ ତୁମ୍ଭକୁ ଜଣାଇବି।”
4
ଯୋନାଥନ ତାଙ୍କର ପିତା ଶାଉଲଙ୍କ ସହିତ କଥା ହେଲେ। ଯୋନାଥନ ଦାଉଦଙ୍କ ବିଷୟରେ ଭଲ କଥା ତାଙ୍କ ପିତାଙ୍କୁ କହିଲେ। ଯୋନାଥନ କହିଲେ, “ମହାରାଜ ଆପଣା ଦାସ ଦାଉଦଙ୍କ ବିରୁଦ୍ଧରେ ପାପ କରନ୍ତୁ ନାହିଁ। କାରଣ ସେ ଆପଣଙ୍କ ବିରୁଦ୍ଧରେ ପାପ କରି ନାହିଁ। ତା’ର ସମସ୍ତ କର୍ମ ଆପଣଙ୍କ ପକ୍ଷରେ ଅତି ମଙ୍ଗଳଜନକ ହୋଇଅଛି।
5
ସେ ଆପଣା ପ୍ରାଣକୁ ବିପଦରେ ପକାଇ ପଲେଷ୍ଟୀୟକୁ ହତ୍ୟା କଲା। ସେଥିରେ ସଦାପ୍ରଭୁ ସମୁଦାୟ ଇସ୍ରାଏଲ ନିମନ୍ତେ ମହା ବିଜୟ ସାଧନ କଲେ। ଆପଣ ତାହା ଦେଖି ଆନନ୍ଦ କରିଥିଲେ। ଏବେ ଆପଣ ବିନା କାରଣରେ ଦାଉଦକୁ ହତ୍ୟା କରିବେ କାହିଁକି? ସେ ନିର୍ଦ୍ଦୋଷ, ତାକୁ ହତ୍ୟା କରିବାର କିଛି କାରଣ ନାହିଁ।”
6
ଶାଉଲ ଯୋନାଥନର କଥା ଶୁଣିଲେ ଓ ପ୍ରତିଜ୍ଞା କଲେ। ସେ କହିଲେ, “ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ସେ ମରିବ ନାହିଁ।”
7
ଯୋନାଥନ ଦାଉଦଙ୍କୁ ଡାକିଲେ ଓ ତାଙ୍କୁ ସମସ୍ତ କଥା ଶୁଣାଇଲେ। ଯୋନାଥନ ଦାଉଦଙ୍କୁ ଶାଉଲଙ୍କ ନିକଟକୁ ଆଣିଲେ, ତହିଁରେ ଦାଉଦ ପୂର୍ବ ପରି ଶାଉଲଙ୍କ ପାଖରେ ରହିଲେ।
8
ଶାଉଲ ଦାଉଦଙ୍କୁ ମାରିବାକୁ ପୁନର୍ବାର ଚେଷ୍ଟା କଲେ ପୁନର୍ବାର ଯୁଦ୍ଧ ହେଲା ତହିଁରେ ଦାଉଦ ବାହାରି ପଲେଷ୍ଟୀୟମାନଙ୍କ ସଙ୍ଗେ ଯୁଦ୍ଧ କଲେ, ସେ ଏତେ ଜୋର୍ରେ ଆଘାତ କଲେ ଯେ, ପଲେଷ୍ଟୀୟମାନେ ଭୟରେ ଦୌଡ଼ି ପଳାଇଲେ।
9
କିନ୍ତୁ ଏକ ମନ୍ଦ ଆତ୍ମା ସଦାପ୍ରଭୁଙ୍କଠାରୁ ଶାଉଲଙ୍କ ଉପରକୁ ଆସିଲା। ଶାଉଲ ତାଙ୍କ ନିଜ ଗୃହରେ ବସିଥିଲେ। ଶାଉଲ ହାତରେ ବର୍ଚ୍ଛା ଧରି ଥିଲେ। ଦାଉଦ ଆପଣା ହସ୍ତରେ ବାଦ୍ୟ ବଜାଉ ଥିଲେ।
10
ଶାଉଲ ବର୍ଚ୍ଛାରେ ଦାଉଦଙ୍କୁ କାନ୍ଥରେ ଫୋଡ଼ି ପକାଇବାକୁ ଗ୍ଭହିଁଥିଲେ, ମାତ୍ର ସେ ଶାଉଲଙ୍କ ସମ୍ମୁଖରୁ ଘୁଞ୍ଚି ଯିବାରୁ ବର୍ଚ୍ଛା କାନ୍ଥରେ ଫୋଡ଼ି ହୋଇଗଲା। ସେହି ରାତ୍ରିରେ ଦାଉଦ ପଳାୟନ କଲେ।
11
ଶାଉଲ ଦାଉଦଙ୍କ ଘରକୁ ଲୋକ ପଠାଇଲେ। ଲୋକମାନେ ଦାଉଦଙ୍କ ଗୃହକୁ ଜଗି ରହିଲେ। ସେମାନେ ସେଠାରେ ରାତ୍ରି ତମାମ ଜଗି ରହିଲେ। ସେମାନେ ଦାଉଦଙ୍କୁ ପ୍ରଭାତରେ ମାରି ଦେବା ପାଇଁ ଅପେକ୍ଷା କରିଥିଲେ, କିନ୍ତୁ ଦାଉଦଙ୍କ ସ୍ତ୍ରୀ ମୀଖଲ ତାଙ୍କୁ ସତର୍କ କରାଇ ଦେଲା। ସେ କହିଲା, “ତୁମ୍ଭେ ରାତ୍ରିରେ ପଳାୟନ କରି ଜୀବନ ରକ୍ଷା କର। ଯଦି ତୁମ୍ଭେ ଏହା ନ କର ତେବେ ସେମାନେ ତୁମ୍ଭକୁ ଆସନ୍ତା କାଲି ମାରି ଦେବେ।”
12
ତା’ପରେ ମୀଖଲ ଦାଉଦଙ୍କୁ ଏକ ଝରକା ଦେଇ ବାହାରକୁ ପଠାଇ ଦେଲା। ଦାଉଦ ରକ୍ଷା ପାଇଗଲେ ଏବଂ ଦୌଡ଼ି ପଳାଇ ଗଲେ।
13
ମୀଖଲ ଗୃହର ଦେବତାଙ୍କୁ ଲୁଗାରେ ଘୋଡ଼ାଇ ଦେଲା। ତା’ପରେ ସେ ପ୍ରତିମୂର୍ତ୍ତିକୁ ବିଛଣା ମଧ୍ୟରେ ପୁରାଇ ଦେଲା। ସେ ମଧ୍ୟ ଛାଗ ଚମଡ଼ାକୁ ତହିଁର ମସ୍ତକରେ ଘୋଡ଼ାଇ ଦେଲା।
14
ଦାଉଦଙ୍କୁ ଧରି ନେବା ପାଇଁ ଶାଉଲ ଦୂତମାନଙ୍କୁ ପଠାନ୍ତେ ମୀଖଲ କହିଲା, “ସେ ପିଡ଼ୀତ ଅଛନ୍ତି।”
15
ଶାଉଲ ଦାଉଦଙ୍କୁ ଦେଖିବା ପାଇଁ ଦୂତମାନଙ୍କୁ ପଠାଇ କହିଲା, “ତାହାକୁ ଶଯ୍ୟାରେ ମୋ’ ପାଖକୁ ଆଣ। ମୁଁ ତାକୁ ହତ୍ୟା କରିବି।”
16
ଯେତେବେଳେ ଦୂତମାନେ ଗୃହ ଭିତରକୁ ଯାଇ ଦେଖନ୍ତେ, ସେମାନେ ଶଯ୍ୟା ଉପରେ ପ୍ରତିମୂର୍ତ୍ତି ଦେବତା ଦେଖିଲେ ଓ ତହିଁର ମସ୍ତକର ଛାଗ ଲୋମ ନିର୍ମିତ କମ୍ବଳ ଅଛି।
17
ଶାଉଲ ମୀଖଲକୁ କହିଲେ, “ଏପରି କରି ତୁମ୍ଭେ କାହିଁକି ମୋତେ ପ୍ରବଞ୍ଚନା କଲ? ମୋ’ ଶତ୍ରୁକୁ କାହିଁକି ତୁମ୍ଭେ ଖସିଯିବାକୁ ଦେଲେ।” ମୀଖଲ ଶାଉଲକୁ ଉତ୍ତର ଦେଇ କହିଲା, “ସେ ମୋତେ କହିଲେ ମୋତେ ଛାଡ଼ିଦିଅ, ତା’ ନ ହେଲେ ମୁଁ ତୁମ୍ଭକୁ ବଧ କରିବି?”
18
ଦାଉଦ ରାମାସ୍ଥିତ ସେନାଛାଉଣିକୁ ଗଲେ ଦାଉଦ ପଳାୟନ କରି ରକ୍ଷା ପାଇଲେ ଓ ରାମାରେ ଶାମୁୟେଲ ନିକଟକୁ ଯାଇ ଶାଉଲ ତାଙ୍କ ପ୍ରତି ଯେଉଁ ଆଚରଣ କରିଥିଲେ ତାହା କହିଲେ। ତେଣୁ ସେ ଓ ଶାମୁୟେଲ ଯାଇ ନାୟୋତରେ ବାସ କଲେ।
19
ଶାଉଲଙ୍କୁ ଜଣାଇ ଦିଆଗଲା, ଦେଖ ଦାଉଦ ରାମାସ୍ଥିତ ନାୟୋତରେ ଅଛି।
20
ତେଣୁ ଶାଉଲ ଦାଉଦଙ୍କୁ ଧରିବା ପାଇଁ ଦୂତମାନଙ୍କୁ ପଠାଇଲେ। ମାତ୍ର ସେମାନେ ଭବିଷ୍ୟଦ୍ବକ୍ତା ଦଳକୁ ଭବିଷ୍ୟଦ୍ବାକ୍ୟ ପ୍ରଗ୍ଭର କରିବାର ଓ ସେମାନଙ୍କ ଉପରେ ନିଯୁକ୍ତି ଶାମୁୟେଲଙ୍କୁ ଠିଆ ହେବାର ଦେଖନ୍ତେ ପରମେଶ୍ୱରଙ୍କ ଆତ୍ମା ଶାଉଲଙ୍କର ଦୂତମାନଙ୍କ ଉପରକୁ ଆସିଲେ। ତହିଁରେ ସେମାନେ ମଧ୍ୟ ଭବିଷ୍ୟଦ୍ବାକ୍ୟ ପ୍ରଗ୍ଭର କଲେ।
21
ଏହିକଥା ଶାଉଲଙ୍କୁ ଜଣାଇ ଦିଆଯା’ନ୍ତେ ସେ ଅନ୍ୟ ଦୂତମାନଙ୍କୁ ପଠାଇଲେ, ମାତ୍ର ସେମାନେ ମଧ୍ୟ ଭବିଷ୍ୟଦ୍ବାକ୍ୟ ପ୍ରଗ୍ଭର କଲେ, ଶାଉଲ ପୁନର୍ବାର ତୃତୀୟ ଥର ପାଇଁ ଦୂତମାନଙ୍କୁ ପଠାଇଲେ ଓ ସେମାନେ ମଧ୍ୟ ଭବିଷ୍ୟଦ୍ବାକ୍ୟ ପ୍ରଗ୍ଭର କଲେ।
22
ଶେଷରେ ଶାଉଲ ନିଜେ ରାମାକୁ ଗଲେ ଓ ସେଠାରେ ଥିବା ବୃହତ କୂପ ନିକଟରେ ଉପସ୍ଥିତ ହେଲେ, ପୁଣି ସେ ପଗ୍ଭରି କହିଲେ, “ଶାମୁୟେଲ ଓ ଦାଉଦ କେଉଁଠାରେ ଅଛନ୍ତି?” ଜଣେ କହିଲା, “ସେମାନେ ରାମାସ୍ଥିତ ନାୟୋତରେ ଅଛନ୍ତି।”
23
ତେଣୁ ଶାଉଲ ରାମା ନିକଟସ୍ଥ ନାୟୋତକୁ ଗଲେ। ତହିଁରେ ପରମେଶ୍ୱରଙ୍କ ଆତ୍ମା ତାଙ୍କ ଉପରକୁ ଆସନ୍ତେ ସେ ଯାଉ ଯାଉ ରାମାସ୍ଥିତ ନାୟୋତରେ ଉପସ୍ଥିତ ହେବା ପର୍ଯ୍ୟନ୍ତ ଭବିଷ୍ୟଦ୍ବାକ୍ୟ ପ୍ରଗ୍ଭର କଲେ।
24
ତା’ପରେ ଶାଉଲ ନିଜର ବସ୍ତ୍ର ଉତ୍ତାରିଲେ ଓ ଶାମୁୟେଲଙ୍କ ସମ୍ମୁଖରେ ଭବିଷ୍ୟଦ୍ବାକ୍ୟ ପ୍ରଗ୍ଭର କଲେ। ସେ ସେହି ଦିନଯାକ ଏବଂ ରାତ୍ରି ତମାମ ପୋଷାକ ନ ପିନ୍ଧି ପଡ଼ି ରହିଲେ। ତେଣୁ ଲୋକେ କହନ୍ତି, “ଶାଉଲ ବି କ’ଣ ଭବିଷ୍ୟଦ୍ବକ୍ତାମାନଙ୍କ ମଧ୍ୟରେ ଜଣେ?”
← Chapter 18
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 20 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31