bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
1 Samuel 11
1 Samuel 11
Odia Bible ERV 2004 (ପବିତ୍ର ବାଇବଲ)
← Chapter 10
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 12 →
1
ପ୍ରାୟ ଏକ ମାସ ପରେ ଅମ୍ମୋନୀୟ ନାହଶ ଏବଂ ତାଙ୍କ ସେନା ଯାବେଶ୍ ଗିଲିୟଦ ଛାଉଣି ସ୍ଥାପନ କଲେ। ଯାବେଶ୍ର ଲୋକ କହିଲେ, “ତୁମ୍ଭେ ଆମ୍ଭମାନଙ୍କ ପାଇଁ ଏକ ନିୟମ ପ୍ରବର୍ତ୍ତନ କର, ଆମ୍ଭେ ତାହା ପାଳନ କରିବୁ।”
2
ଅମ୍ମୋନୀୟ ନାହଶ ତାଙ୍କୁ ଉତ୍ତର କଲା, “ତୁମ୍ଭ ସମସ୍ତଙ୍କର ଦକ୍ଷିଣଚକ୍ଷୁ ଉପୁଡ଼ା ଗଲେ ମୁଁ ତା’ପରେ ନିୟମ ସ୍ଥିର କରିବି। ତଦ୍ଦ୍ୱାରା ସମସ୍ତ ଇସ୍ରାଏଲୀୟ ଲଜ୍ଜିତ ହେବେ।”
3
ଯାବେଶ୍ର ନେତାମାନେ କହିଲେ, “ଆମ୍ଭକୁ ସାତ ଦିନ ସମୟ ଦିଅ, ଆମ୍ଭେ ସାରା ଇସ୍ରାଏଲକୁ ଦୂତଗଣଙ୍କୁ ପଠାଇବୁ ଯଦି ଆମ୍ଭକୁ କେହି ସାହାଯ୍ୟ ନ କରନ୍ତି, ତେବେ ତୁମ୍ଭ ନିକଟକୁ ଆସିବୁ ଓ ସମର୍ପଣ କରିବୁ।”
4
ଶାଉଲ ଯାବେଶ୍-ଗିଲିୟଦ୍କୁ ରକ୍ଷା କଲେ ଗିବିୟା ଦୂତ ଶାଉଲ ବାସ କରୁଥିବା ସହରରେ ଲୋକମାନଙ୍କୁ ଏହି କଥା କହିବାରୁ ଲୋକମାନେ ଦୁଃଖରେ କ୍ରନ୍ଦନ କରିବାକୁ ଲାଗିଲେ।
5
ଶାଉଲ ଗାଈମାନଙ୍କୁ ଚରାଇବା ପାଇଁ ବିଲକୁ ଯାଇଥିଲେ। ସେ ସେଠାରୁ ଆସି ଲୋକମାନେ କ୍ରନ୍ଦନ କରିବାର ଶୁଣିବାକୁ ପାଇଲେ। ଶାଉଲ କହିଲେ, “ତୁମ୍ଭର କ’ଣ ହୋଇଛି ତୁମ୍ଭେମାନେ ଏପରି କାନ୍ଦୁଛ କାହିଁକି?” ତା’ପରେ ଲୋକମାନେ ତାଙ୍କୁ ଯାବେଶ୍ର ଦୂତମାନେ କହିଥିବା ସମସ୍ତ କଥା କହିଲେ।
6
ଶାଉଲ ସମସ୍ତ କଥା ଶୁଣିଲେ। ତା’ପରେ ପରମେଶ୍ୱରଙ୍କ ଆତ୍ମା ଶାଉଲଙ୍କ ଦେହରେ ଅତିଶୟ ପ୍ରଜ୍ୱଳିତ ହେଲା। ଶାଉଲ କ୍ରୋଧରେ ଜର୍ଜରିତ ହେଲେ।
7
ଶାଉଲ ହଳେ ବଳଦ ଆଣି ସେମାନଙ୍କୁ ଖଣ୍ତ ଖଣ୍ତ କରି କାଟିଲେ। ତା’ପରେ ସେ ଟୁକୁରାଗୁଡ଼ିକୁ ଦୂତଗଣକୁ ଦେଲେ। ସେ ଏହା ଇସ୍ରାଏଲୀୟଙ୍କୁ ସତର୍କ କରିବା ପାଇଁ ଦେଲେ। ସେ ଏକ ବାର୍ତ୍ତା ପଠାଇଲେ, “ଯଦି କେହି ଶାଉଲ ଏବଂ ଶାମୁୟେଲଙ୍କୁ ଅନୁସରଣ ନ କରନ୍ତି, ତେବେ ସେମାନଙ୍କର ଗାଈଗୁଡ଼ିକୁ ଏପରି ଖଣ୍ତ ଖଣ୍ତ କରି ଦିଆଯିବ।” ତା’ପରେ ଏହି ବାର୍ତ୍ତା ପାଇବାପରେ ସଦାପ୍ରଭୁଙ୍କଠାରେ ଲୋକମାନଙ୍କର ଭୀତ ସଞ୍ଚାର ହେବାରୁ ସେମାନେ ଏକତ୍ରିତ ହୋଇ ଗୋଟିଏ ମଣିଷ ପରି ଆସିଲେ।
8
ଶାଉଲ ବେସକରେ ଲୋକମାନଙ୍କୁ ଏକାଠି କଲେ। ସେଠାରେ ଇସ୍ରାଏଲରୁ 300,000 ଲୋକ ଯିହୁଦାରୁ 30,000 ଲୋକ ଉପସ୍ଥିତ ହେଲେ।
9
ଶାଉଲ ଏବଂ ତାଙ୍କ ସୈନ୍ୟମାନେ ଯାବେଶ୍ର ଦୂତମାନଙ୍କୁ କହିଲେ, “ତୁମ୍ଭେମାନେ ଯାବେଶ୍ ଗିଲିୟଦର ଲୋକମାନଙ୍କୁ କୁହ ଆସନ୍ତା କାଲି ମଧ୍ୟାହ୍ନ ସୁଦ୍ଧା ସେମାନେ ମୁକ୍ତ ହେବେ।” ଦୂତମାନେ ଫେରି ଶାଉଲଙ୍କ ବାର୍ତ୍ତା ଯାବେଶ୍ର ଲୋକମାନଙ୍କୁ କହିଲେ ଏବଂ ସେମାନେ ବହୁତ ଖୁସୀ ହେଲେ।
10
ତା’ପରେ ଯାବେଶ୍ର ଲୋକମାନେ ଅମ୍ମୋନୀୟ ନାହଶକୁ କହିଲେ, “ଆସନ୍ତା କାଲି ଆମ୍ଭେମାନେ ତୁମ୍ଭମାନଙ୍କ ନିକଟକୁ ଆସିବୁ। ତୁମ୍ଭର ଯାହା ଇଚ୍ଛା ହେବ ତାହା ଆମ୍ଭମାନଙ୍କ ପ୍ରତି କରିବ।”
11
ତା’ ପରଦିନ ପ୍ରଭାତରେ ଶାଉଲ ତାଙ୍କ ସୈନ୍ୟମାନଙ୍କୁ ତିନିଭାଗ କରି ସୂର୍ଯ୍ୟୋଦୟ ସମୟରେ ଅମ୍ମୋନୀୟ ଶିବିରରେ ଅତର୍କିତଆକ୍ରମଣ କଲେ। ସେମାନେ ସେମାନଙ୍କର ପ୍ରହରୀସବୁ ପରିବର୍ତ୍ତନ କରୁଥିଲେ ତେଣୁ ପୂର୍ବାହ୍ନ ପୂର୍ବରୁ ଶାଉଲ ଏବଂ ତାଙ୍କ ସୈନ୍ୟ ତାଙ୍କୁ ପରାସ୍ତ କଲେ ଅମ୍ମୋନୀୟମାନେ ବିଭିନ୍ନ ଆଡ଼େ ଦୌଡ଼ି ପଳାଇଲେ। ସୈନ୍ୟମାନେ ଏପରି ପଳାୟନ କଲେ ଯେ, ଦୁଇଟି ସୈନ୍ୟ ଏକତ୍ରିତ ହୋଇ ପାରିଲେ ନାହିଁ।
12
ତା’ପରେ ଲୋକମାନେ ଶାମୁୟେଲଙ୍କୁ ପଗ୍ଭରିଲେ, “ଯେଉଁମାନେ ଶାଉଲଙ୍କୁ ବିରୁଦ୍ଧ କରୁଥିଲେ ସେମାନେ କେଉଁଠି ଅଛନ୍ତି। ସେ ଲୋକମାନଙ୍କୁ ଆମ୍ଭେ ହତ୍ୟା କରିବୁ।”
13
ଶାଉଲ କହିଲେ, “ନା! ଆଜି କାହାକୁ ହତ୍ୟା କର ନାହିଁ। ସଦାପ୍ରଭୁ ଆଜି ଇସ୍ରାଏଲୀୟମାନଙ୍କୁ ରକ୍ଷା କରିଛନ୍ତି।”
14
ତା’ପରେ ଶାମୁୟେଲ ଲୋକମାନଙ୍କୁ କହିଲେ, “ଆସ ଗିଲ୍ଗଲ୍କୁ ଯିବା, ସେଠାରେ ଶାଉଲଙ୍କୁ ପୁନର୍ବାର ରାଜାରୂପେ ଅଭିଷିକ୍ତ କରିବା।”
15
ତା’ପରେ ସମସ୍ତେ ଗିଲ୍ଗଲ୍ ଗଲେ, ସେଠାରେ ସଦାପ୍ରଭୁଙ୍କ ସମ୍ମୁଖରେ ଶାଉଲଙ୍କୁ ରାଜାରୂପେ ଅଭିଷକ୍ତ କଲେ। ସେମାନେ ସମସ୍ତେ ସଦାପ୍ରଭୁଙ୍କୁ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲେ। ଶାଉଲ ଏବଂ ଇସ୍ରାଏଲୀୟମାନେ ମହା ଆନନ୍ଦରେ ଏହା ପାଳନ କଲେ।
← Chapter 10
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 12 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31