bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
1 Samuel 13
1 Samuel 13
Odia Bible ERV 2004 (ପବିତ୍ର ବାଇବଲ)
← Chapter 12
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 14 →
1
ଶାଉଲ ପ୍ରଥମେ ଭୁଲ୍ କଲେ ସେହି ସମୟରେ ଶାଉଲ ଏକ ବର୍ଷ ପାଇଁ ରାଜା ଥିଲେ। ସେ ଇସ୍ରାଏଲରେ ଦୁଇ ବର୍ଷ ଶାସନ କଲେ।
2
ଶାଉଲ ଇସ୍ରାଏଲରୁ 3000 ପୁରୁଷମାନଙ୍କୁ ନିର୍ବାଚିତ କଲେ। ଏମାନଙ୍କ ମଧ୍ୟରୁ 2000 ମିକ୍ମସ୍ରେ ବୈଥେଲ୍ର ପାର୍ବତ୍ୟ ଅଞ୍ଚଳରେ ଶାଉଲଙ୍କ ସହ ରହିଲେ। ଏବଂ 1000 ଗିବିୟାର ଯୋନାଥନ ସହିତ ବିନ୍ୟାମୀନର ଭୂମିରେ ଅବଶିଷ୍ଟ ରହିଲେ। ସେ ଅବଶିଷ୍ଟ ସୈନ୍ୟମାନଙ୍କୁ ଆପଣା ଗୃହକୁ ପ୍ରତ୍ୟାବର୍ତ୍ତନ କରିବାକୁ ଆଦେଶ ଦେଲେ।
3
ଯୋନାଥନ ଗେବାସ୍ଥିତ ପଲେଷ୍ଟୀୟ ପ୍ରହରୀ ସୈନ୍ୟଦଳକୁ ସଂହାର କରନ୍ତେ, ପଲେଷ୍ଟୀୟମାନେ ତାହା ଶୁଣି କହିଲେ, “ଏବ୍ରୀୟ ଲୋକମାନେ ବିଦ୍ରୋହ କରିଛନ୍ତି।” ଶାଉଲ କହିଲେ, “ଏବ୍ରୀୟ ଲୋକମାନେ ଶୁଣନ୍ତୁ” ଏହା ତୂରୀ ବଜାଇ ସର୍ବତ୍ର କହି ପଠାଇଲେ।
4
ସମସ୍ତ ଇସ୍ରାଏଲୀୟ ଏ ସମ୍ବାଦ ଶୁଣିଲେ। ସେମାନେ କହିଲେ, “ଶାଉଲ ପଲେଷ୍ଟୀୟ ନେତାଙ୍କୁ ହତ୍ୟା କରିଛନ୍ତି। ବର୍ତ୍ତମାନ ପଲେଷ୍ଟୀୟମାନେ ପ୍ରକୃତରେ ଇସ୍ରାଏଲୀୟମାନଙ୍କୁ ଘୃଣା କରନ୍ତି।” ଇସ୍ରାଏଲୀୟମାନେ ଶାଉଲଙ୍କ ସହ ଗିଲ୍ଗଲ୍ରେ ଏକତ୍ରିତ ହେବାକୁ ଡକା ହେଲେ।
5
ପଲେଷ୍ଟୀୟମାନେ ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ଏକତ୍ରିତ ହେଲେ। ପଲେଷ୍ଟୀୟମାନଙ୍କର ତିରିଶ୍ ସହସ୍ର ରଥ ଓ ଛଅ ସହସ୍ର ଅଶ୍ୱାରୋହୀ ଥିଲେ ଓ ସମୁଦ୍ର ତୀରର ବାଲିଭଳି ସୈନିକ ଥିଲେ। ସେମାନେ ଆସି ମିକ୍ମସ୍ରେ ବୈଥାବନର ପୂର୍ବଦିଗରେ ଛାଉଣି ସ୍ଥାପନ କଲେ।
6
ଇସ୍ରାଏଲୀୟମାନେ ଆପଣାମାନଙ୍କୁ ବିପଦଗ୍ରସ୍ତ ଦେଖିଲେ। ଏଣୁ ଏମାନେ ଗୁମ୍ଫା, ପଥରଖୋଲ, ଶୈଳ, କୂପ ଓ ଅନ୍ୟାନ୍ୟ ଗାତ୍ରରେ ଆତ୍ମଗୋପନ କଲେ।
7
ଏପରିକି ଏବ୍ରୀୟମାନେ ଯର୍ଦ୍ଦନ ନଦୀ ପାର ହୋଇ ଗାଦ୍ ଓ ଗିଲିୟଦ ରାଜ୍ୟକୁ ଖସି ପଳାଇଲେ। ଶାଉଲ କିନ୍ତୁ ଗିଲ୍ଗଲ୍ରେ ରହିଲେ। ତାଙ୍କ ସୈନ୍ୟବାହିନୀର ସମସ୍ତ ସୈନିକମାନେ ଭୟରେ ଥରିବାକୁ ଲାଗିଲେ।
8
ଶାମୁୟେଲ କହିଲେ ସେ ଗିଲ୍ଗଲ୍ରେ ଶାଉଲଙ୍କୁ ଦେଖା କରିବାକୁ ଆସି ପାରନ୍ତି। ଶାଉଲ ସେଠାରେ ସାତ ଦିନ ଅପେକ୍ଷା କଲେ କିନ୍ତୁ ଶାମୁୟେଲ ଗିଲ୍ଗଲ୍ ଆସିଲେ ନାହିଁ। ଏବଂ ସୈନିକମାନେ ଶାଉଲଙ୍କଠାରୁ ଧୀରେ ଧୀରେ ବିଦାୟନେବା ଆରମ୍ଭ କଲେ।
9
ଶାଉଲ କହିଲେ, “ଏଥର ମୋ’ ପାଇଁ ହୋମବଳି ଓ ମଙ୍ଗଳାର୍ଥକ ବଳି ଆଣ।” ଏବଂ ସେ ନିଜେ ହୋମବଳି ଉତ୍ସର୍ଗ କଲେ।
10
ଶାଉଲ ବଳି କାର୍ଯ୍ୟ ସମାପ୍ତ କରିବା ମାତ୍ରକେ ଶାମୁୟେଲ ସେଠାରେ ପହଞ୍ଚିଲେ। ଶାଉଲ ତାଙ୍କୁ ସାକ୍ଷାତ କରିବା ପାଇଁ ଆସିଲେ।
11
ଶାମୁୟେଲ କହିଲେ, “ତୁମ୍ଭେ ଏ କ’ଣ କଲ?” ଶାଉଲ କହିଲେ, “ମୁଁ ଦେଖୁଛି ସୈନିକମାନେ ମୋତେ ତ୍ୟାଗ କରୁଛନ୍ତି ପୁଣି ନିରୂପିତ ସମୟ ମଧ୍ୟରେ ତୁମ୍ଭେ ଆସିଲ ନାହିଁ ଏବଂ ପଲେଷ୍ଟୀୟମାନେ ମିକ୍ମସ୍ରେ ଏକଜୁଟ ହୋଇଛନ୍ତି।
12
ଏଥିପାଇଁ ମୁଁ ଭାବିଲି, ‘ପଲେଷ୍ଟୀୟମାନେ ଗିଲ୍ଗଲ୍ ଆସି ଆକ୍ରମଣ କରିବେ ମାତ୍ର ମୁଁ ସଦାପ୍ରଭୁଙ୍କର ଅନୁଗ୍ରହ ମାଗି ନାହିଁ। ତେଣୁ ମୁଁ ବାଧ୍ୟ ହୋଇ ହୋମବଳି ଉତ୍ସର୍ଗ କରିଛି।’”
13
ଶାମୁୟେଲ କହିଲେ, “ତୁମ୍ଭେ ନିର୍ବୋଧ କାର୍ଯ୍ୟ କରିଛ। ତୁମ୍ଭେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କୁ ମାନିଲ ନାହିଁ। ଯଦି ତୁମ୍ଭେ ପରମେଶ୍ୱରଙ୍କ ଆଦେଶ ମାନି କାର୍ଯ୍ୟ କରିଥା’ନ୍ତ ତେବେ ପରମେଶ୍ୱର ତୁମ୍ଭ ବଂଶକୁ ଅନନ୍ତକାଳ ପାଇଁ ଇସ୍ରାଏଲର ଶାସନଭାର ସମ୍ପାଦନ କରିବାକୁ ଦେଇଥା’ନ୍ତେ।
14
ମାତ୍ର ଏବେ ତୁମ୍ଭ ରାଜ୍ୟ ଆଗକୁ ଯିବ ନାହିଁ, ପରମେଶ୍ୱର ଏଭଳି ଲୋକ ଗ୍ଭହାନ୍ତି ଯିଏ ତାଙ୍କ ଆଜ୍ଞା ପାଳନ କରୁଥିବ। ପରମେଶ୍ୱର ସେହି ବ୍ୟକ୍ତିକୁ ବାଛିଛନ୍ତି ଯିଏ କି ତାଙ୍କର ଲୋକମାନଙ୍କର ନୂଆ ନେତା ନିର୍ବାଚିତ ହେବେ। ତୁମ୍ଭେ ସଦାପ୍ରଭୁଙ୍କ ଆଦେଶ ଅବମାନନା କରିଥିବାରୁ ସଦାପ୍ରଭୁ ନୂଆ ରାଜା ବାଛିଛନ୍ତି।”
15
ମିକ୍ମସ୍ରେ ଯୁଦ୍ଧ ଶାଉଲ ଏବଂ ତାଙ୍କ ଅବଶିଷ୍ଟ ସୈନ୍ୟ ଗିଲ୍ଗଲ୍ ପରିତ୍ୟାଗ କଲେ। ସେମାନେ ବିନ୍ୟାମୀନ ଦେଇ ଗିବିୟାକୁ ଯାତ୍ରା କଲେ। ଶାଉଲ ଗଣନା କଲେ ଓ ପାଇଲେ ଯେ, ସେ ପର୍ଯ୍ୟନ୍ତ ତାଙ୍କ ସହ 600 ଲୋକ ଅଛନ୍ତି।
16
ଶାଉଲ ଏବଂ ତାଙ୍କ ପୁଅ ଯୋନାଥନ ସୈନ୍ୟମାନଙ୍କ ସହିତ ବିନ୍ୟାମୀନର ଗିବିୟାକୁ ଯାତ୍ରା କଲେ। ପଲେଷ୍ଟୀୟମାନେ ମିକ୍ମସ୍ରେ ସେମାନଙ୍କ ଶିବିର ସ୍ଥାପନ କଲେ।
17
ପଲେଷ୍ଟୀୟମାନେ ସେ ଅଞ୍ଚଳରେ ରହୁଥିବା ସ୍ରାଏଲୀୟମାନଙ୍କୁ ଦଣ୍ତିତ କରିବାକୁ ନିଷ୍ପତ୍ତି ନେଲେ। ସେମାନଙ୍କର ସୁଦକ୍ଷ ପଲେଷ୍ଟୀୟ ଯୋଦ୍ଧାଗଣ ଆକ୍ରମଣ କରିବାକୁ ଆରମ୍ଭ କଲେ। ସେମାନେ ତିନି ଦଳରେ ବିଭକ୍ତ ହୋଇ ଦଳେ ଶୂୟାଲ୍ ନିକଟରେ ଓ ଅଫ୍ରା ରାସ୍ତାର ଉତ୍ତରକୁ ଗଲେ।
18
ଦ୍ୱିତୀୟ ଦଳ ଦକ୍ଷିଣ-ପୂର୍ବ ଦିଗରେ ବୈଥୋରିଣ ରାସ୍ତାରେ ଗଲେ। ତୃତୀୟ ଦଳ ପୂର୍ବଦିଗର ରାସ୍ତାର ସୀମା ସିବୋୟିମ ଉପତ୍ୟକାର ଅଞ୍ଚଳର ପଥଦେଇ ଗମନ କଲେ। ସେହି ରାସ୍ତାଟି ସିବୋୟିମ ଉପତ୍ୟକା ଦେଇ ମରୁଭୂମି ଆଡ଼େ ମୁହଁ କରିଅଛି।
19
କୌଣସି ଇସ୍ରାଏଲୀୟ କମାର କାମ କରୁ ନ ଥିଲେ। କାରଣ ପଲେଷ୍ଟୀୟମାନେ ଇସ୍ରାଏଲୀୟମାନଙ୍କୁ ଲୌହ କର୍ମ ଶିଖାଇ ନ ଥିଲେ ସେମାନଙ୍କର ଭୟଥିଲା ଏହା ଦ୍ୱାରା ଇସ୍ରାଏଲୀୟମାନେ ଖଡ଼୍ଗ ବା ବର୍ଚ୍ଛା ନିର୍ମାଣ କରି ପାରିବେ।
20
ପଲେଷ୍ଟୀୟମାନେ କେବଳ ଲୁହା ଶାଣ ଦେବା କାମ ଛୁରୀ, ଫାଳ, କୁହ୍ରାଡ଼ି ଓ କୋଡ଼ି ପ୍ରଭୃତିରେ ଇସ୍ରାଏଲୀୟମାନେ ସେଠାକୁ ଯାଉଥିଲେ।
21
ପଲେଷ୍ଟୀୟମାନେ ଫାଳ ଓ କୋଦାଳ ଶାଣ କରିବା ପାଇଁ ଏକ ତୃତୀୟାଂଶ ପାଉନସ୍ ରୂପା ଏବଂ କୁହ୍ରାଡ଼ି ଗଇଁତି ଶାଣ କରିବା ପାଇଁ ଏକ ଷଷ୍ଠାଂଶ ପାଉନସ୍ ରୂପା ନେଉଥିଲେ।
22
ଏଣୁ ଯୁଦ୍ଧ ସମୟରେ କୌଣସି ଇସ୍ରାଏଲୀୟଙ୍କ ପାଖରେ ଖଡ଼୍ଗ କିମ୍ବା ବର୍ଚ୍ଛା ନ ଥିଲା, କେବଳ ଶାଉଲ ଏବଂ ତାଙ୍କ ପୁତ୍ର ଯୋନାଥନଙ୍କ ପାଖରେ ଲୌହ ଅସ୍ତ୍ର ଥିଲା।
23
ଏ ସମୟରେ ପଲେଷ୍ଟୀୟ ସୈନ୍ୟଦଳ ମିକ୍ମସ୍ ଘାଟୀକୁ ଜଗିବାକୁ ଗଲେ।
← Chapter 12
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 14 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31