bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
1 Samuel 20
1 Samuel 20
Odia Bible ERV 2004 (ପବିତ୍ର ବାଇବଲ)
← Chapter 19
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 21 →
1
ଦାଉଦ ଓ ଯୋନାଥନ ଏକ ଚୁକ୍ତି କଲେ ଦାଉଦ ନାୟୋତଠାରୁ ରାମାକୁ ପଳାୟନ କଲେ। ଦାଉଦ ଯୋନାଥନଙ୍କ ପାଖକୁ ଯାଇ ପଗ୍ଭରିଲେ, “ମୁଁ କ’ଣ ଭୁଲ୍ କଲି, ମୁଁ ତୁମ୍ଭ ପିତାଙ୍କ ବିରୁଦ୍ଧରେ କ’ଣ ଦୋଷ କରିଛି? ତୁମ୍ଭର ପିତା କାହିଁକି ମୋତେ ମାରିବାକୁ ଗ୍ଭହୁଁଛନ୍ତି?”
2
ଯୋନାଥନ ତାଙ୍କ ଉତ୍ତରରେ କହିଲେ, “ତାହା ସତ୍ୟ ହୋଇ ପାରିବ ନାହିଁ। ମୋର ବାପା ମୋତେ ପ୍ରଥମେ ନ ପଗ୍ଭରି କିଛି କରନ୍ତି ନାହିଁ। ସାଧାରଣ କଥା ହୋଇଥାଉ କିମ୍ବା ଗୁରୁତ୍ୱପୂର୍ଣ୍ଣ କଥା ହୋଇଥାଉ, ସେ ସର୍ବଦା ମୋ’ ସହିତ ପରାମର୍ଶ କରନ୍ତି। ମୋତେ ନ ପଗ୍ଭରି କାହିଁକି ତୁମ୍ଭକୁ ମାରିବାକୁ ଗ୍ଭହିଁଲେ? ନା! ଏହା ସତ୍ୟ ନୁହେଁ?”
3
କିନ୍ତୁ ଦାଉଦ ଉତ୍ତର ଦେଲେ, “ତୁମ୍ଭ ବାପା ଭଲଭାବରେ ଜାଣନ୍ତି ଯେ ମୁଁ ତୁମ୍ଭର ସାଙ୍ଗ।” ତୁମ୍ଭ ବାପା ନିଜକୁ କହିଲେ, ‘ଯୋନାଥନ ନିଶ୍ଚୟ ଏହା ଜାଣି ନ ଥିବ। ଯଦି ସେ ଜାଣେ ତା’ର ହୃଦୟ ଦୁଃଖରେ ପୂର୍ଣ୍ଣ ହୋଇଯିବ, ସେ ମଧ୍ୟ ଦାଉଦଙ୍କୁ କହି ପାରି ଥା’ନ୍ତେ।’ କିନ୍ତୁ ତୁମ୍ଭେ ଏବଂ ପ୍ରଭୁ ଜୀବିତ ଥିବା ବେଳେ ମୁଁ ମୃତ୍ୟୁର ନିକଟତର ହେଉଅଛି।”
4
ଯୋନାଥନ ଦାଉଦଙ୍କୁ କହିଲେ, “ତୁମ୍ଭେ ଯାହା ଗ୍ଭହିଁବ ମୁଁ ତାହା କରିବାକୁ ପ୍ରସ୍ତୁତ ଅଛି।”
5
ତା’ପରେ ଦାଉଦ କହିଲେ, “ଦେଖ ଆସନ୍ତା କାଲି ଅମାବାସ୍ୟାର ଭୋଜି। ମୋତେ କାଲି ରାଜାଙ୍କ ସହିତ ଭୋଜନ କରିବାକୁ ପଡ଼ିବ କିନ୍ତୁ ମୋତେ ସନ୍ଧ୍ୟା ପର୍ଯ୍ୟନ୍ତ କ୍ଷେତରେ ଲୁଚିବାକୁ ଅନୁମତି ଦିଅ।
6
ଯଦି ତୁମ୍ଭର ବାପା ଭୋଜିରେ ମୋର ଅନୁପସ୍ଥିତ ଲକ୍ଷ୍ୟ କରନ୍ତି, ତୁମ୍ଭେ ତାଙ୍କୁ କୁହ, ‘ଦାଉଦ ତା’ର ବୈଥ୍ଲେହମସ୍ଥିତ ତା’ର ପରିବାରର ଗୃହକୁ ଯିବ ବୋଲି, ତାକୁ ଯିବାକୁ ଦେବା ପାଇଁ ଅନୁରୋଧ କଲା। କାରଣ ତାଙ୍କର ପରିବାର ସେଠାରେ ସେମାନଙ୍କର ବାର୍ଷିକ ବଳିଦାନ କରାଯିବ।’
7
ଯଦି ତୁମ୍ଭର ବାପା କହନ୍ତି, ‘ଠିକ୍ ଅଛି,’ ମୁଁ ଏବେ ନିରାପଦ କିନ୍ତୁ ତୁମ୍ଭର ପିତା ଯଦି ରାଗନ୍ତି, ତେବେ ତୁମ୍ଭେ ଜାଣିବ ଯେ ସେ ମୋତେ ମାରିବାକୁ ସ୍ଥିର କରିଛନ୍ତି।
8
ଯୋନାଥନ ମୋ’ ଉପରେ ଦୟାକର, ମୁଁ ତୁମ୍ଭର ଦାସ ଅଟେ। ତୁମ୍ଭେ ମୋ’ ସହିତ ସଦାପ୍ରଭୁଙ୍କ ସମ୍ମୁଖରେ ଏକ ଚୁକ୍ତି କଲ। ଯଦି ମୁଁ ଦୋଷି ତେବେ ତୁମ୍ଭେ ମୋତେ ମାରି ଦିଅ। କିନ୍ତୁ ଦୟାକରି ମୋତେ ତୁମ୍ଭ ପିତାଙ୍କ ପାଖକୁ ନିଅ ନାହିଁ।”
9
ଯୋନାଥନ କହିଲେ, “କଦାପି ନୁହେଁ। ଯଦି ମୁଁ ଏହା ଜାଣେ ଯେ ମୋର ବାପା ତୁମ୍ଭକୁ ମାରିବାକୁ ଯୋଜନା କରିଛନ୍ତି ତେବେ ମୁଁ ତୁମ୍ଭକୁ ସତର୍କ କରାଇ ଦେବି।”
10
ଦାଉଦ କହିଲେ, “କିଏ ମୋତେ ସତର୍କ କରାଇବ। ଯଦି ତୁମ୍ଭର ବାପା ତୁମ୍ଭକୁ ରୁକ୍ଷ ଭାବରେ ଉତ୍ତର ଦିଅନ୍ତି?”
11
ତା’ପରେ ଯୋନାଥନ କହିଲେ, “ଆସ ଆମ୍ଭେ ବିଲକୁ ପଳାଇବା,” ଯୋନାଥନ ଏବଂ ଦାଉଦ ସାଥୀ ହୋଇ ବିଲକୁ ପଳାଇ ଗଲେ।
12
ଯୋନାଥନ ଦାଉଦଙ୍କୁ କହିଲେ, “ମୁଁ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ସମ୍ମୁଖରେ ପ୍ରତିଜ୍ଞା କରୁଅଛି, ମୁଁ ମୋର ବାପାଙ୍କଠାରୁ କାଲି ବୁଝିବି। ତାଙ୍କର ଧାରଣା ତୁମ୍ଭ ସମ୍ବନ୍ଧରେ ଭଲ କି ତିକ୍ତ, ତା’ପରେ ତୃତୀୟ ଦିନ ମୁଁ ତୁମ୍ଭ ପାଖକୁ କ୍ଷେତକୁ ନିଶ୍ଚିତ ଖବର ପଠାଇବି।
13
ଯଦି ମୋର ବାପା ତୁମ୍ଭକୁ ହତ୍ୟା କରିବାକୁ ଗ୍ଭହାନ୍ତି ମୁଁ ତୁମ୍ଭକୁ ଜଣାଇ ଦେବି। ମୁଁ ତୁମ୍ଭକୁ ନିରାପଦରେ ପଠାଇ ଦେବି। ମୁଁ ଯଦି ଏହା ନ କରେ ସଦାପ୍ରଭୁ ମୋତେ ନିଶ୍ଚୟ ଦଣ୍ତ ଦେବେ। ସଦାପ୍ରଭୁ ଯେପରି ମୋର ବାପାଙ୍କ ସହିତ ଅଛନ୍ତି ସେହିପରି ତୁମ୍ଭ ସହିତ ରୁହନ୍ତୁ।
14
ମୁଁ ବଞ୍ଚିଥିବାଯାଏ ମୋତେ ଦୟା ଦେଖାଅ। ଏବଂ ମୁଁ ମଲାପରେ,
15
ମୋ’ ପରିବାର ପ୍ରତି ତୁମ୍ଭର ଦୟା ଦେଖାଇବା ବନ୍ଦ କରିବ ନାହିଁ। ସଦାପ୍ରଭୁ ତୁମ୍ଭର ସମସ୍ତ ଶତ୍ରୁକୁ ପୃଥିବୀରୁ ବିନାଶ କରିବେ।”
16
ତେଣୁ ଯୋନାଥନ ଦାଉଦଙ୍କ ସହିତ ଏକ ଚୁକ୍ତି କଲେ, ସଦାପ୍ରଭୁ ଦାଉଦଙ୍କର ଶତ୍ରୁମାନଙ୍କୁ ଦଣ୍ତ ଦିଅନ୍ତୁ।
17
ତା’ପରେ ଯୋନାଥନ ଦାଉଦଙ୍କୁ ସ୍ନେହ କରିବାରୁ ତା’ର ପ୍ରତିଜ୍ଞା ଦୋହୋରାଇଲେ ଓ ସେ ତାଙ୍କୁ କରିଥିବା ପ୍ରତିଜ୍ଞା ପୁନର୍ବାର ସତ୍ୟତା ପ୍ରମାଣ କରାଇବାକୁ ଦାଉଦଙ୍କୁ ପଗ୍ଭରିଲେ। ଯୋନାଥନ ଏପରି କଲେ କାରଣ ସେ ନିଜକୁ ଯେତିକି ଭଲ ପାଉଥିଲେ ଦାଉଦଙ୍କୁ ମଧ୍ୟ ସେହିପରି ଭଲ ପାଉଥିଲେ।
18
ଯୋନାଥନ ଦାଉଦଙ୍କୁ କହିଲେ, “ଆସନ୍ତାକାଲି ଅମାବାସ୍ୟା। ତୁମ୍ଭର ଆସନ ଖାଲି ହେଲେ ମୋ’ ବାପା ତୁମ୍ଭକୁ ଖୋଜିବେ।
19
ତୃତୀୟ ଦିନ ସେହି ସ୍ଥାନକୁ ଯାଅ, ଯେଉଁଠାରେ ତୁମ୍ଭେ ଲୁଚି ରହିଥିଲ। ଯେତେବେଳେ ଅସୁବିଧା କେବଳ ଆରମ୍ଭ ହେବ, ସେ ପର୍ବତ ପାଖରେ ଅପେକ୍ଷାରେ ରହିବ।
20
ତୃତୀୟ ଦିନ ମୁଁ ସେହି ପର୍ବତପାଖକୁ ଯିବି ଏବଂ ମୁଁ ଅଭିନୟ କରିବି ଯେପରି ମୁଁ ଲକ୍ଷ୍ୟକରି ତୀର ମାରିବି।
21
ତା’ପରେ ମୁଁ ସେ ପିଲାକୁ ତୀରଗୁଡ଼ିକ ସାଉଁଟି ଆଣିବା ପାଇଁ କହିବି। ଯଦି ସବୁକଥା ଭଲ ଥାଏ, ତେବେ ମୁଁ ସେ ପିଲାକୁ କହିବି, ‘ତୁମ୍ଭେ ବହୁତ ଦୂରକୁ ଯାଇଅଛ ତୀରଗୁଡ଼ିକ ମୋ’ ପାଖାପାଖି ଅଛି। ଫେରି ଆସ ଏବଂ ସେଗୁଡ଼ିକ ସଂଗ୍ରହ କର।’ ଯଦି ମୁଁ ଏହା କହେ, ତେବେ ତୁମ୍ଭେ ସେଠାରୁ ବାହାରି ଆସିବ। ମୁଁ ପ୍ରତିଜ୍ଞା କରୁଛି, ସଦାପ୍ରଭୁ ଜୀବିତ ଥିବା ପର୍ଯ୍ୟନ୍ତ ତୁମ୍ଭେ ନିରାପଦ, ତୁମ୍ଭ ଉପରେ ବିପଦ ନାହିଁ।
22
ଯଦି ଅସୁବିଧା ଥାଏ ତେବେ ମୁଁ ସେ ବାଳକକୁ କହିବି, ‘ତୀରଗୁଡ଼ିକ ବହୁତ ଦୂର ପଳାଇଛି। ଯାଅ ସେଗୁଡ଼ିକୁ ସଂଗ୍ରହ କର।’ ଯଦି ମୁଁ ଏହା କହେ, ତେବେ ତୁମ୍ଭେ ସେ ସ୍ଥାନ ଛାଡ଼ି ପଳାଇ ଯିବ। ସଦାପ୍ରଭୁ ତୁମ୍ଭକୁ ଦୂରକୁ ପଠାଇ ଦେବେ।
23
ପ୍ରଭୁ ଆମର ସର୍ବଦା ସାକ୍ଷୀ ଅଛନ୍ତି, ଯେ ମନେରଖ ଆମ ଭିତରେ ଏପରି ଚୁକ୍ତି ହୋଇଛି।”
24
ତା’ପରେ ଦାଉଦ ନିଜକୁ ଲୁଗ୍ଭଇ ରଖିଲେ। ଶାଉଲଙ୍କର ଭୋଜିରେ ଲକ୍ଷ୍ୟ ଅମାବାସ୍ୟା ଭୋଜିଦିନ ରାଜା ଆସିଲେ ଏବଂ ଭୋଜନ ପାଇଁ ବସିଲେ।
25
ରାଜା ସବୁଥର ବସିଲା ପରି କାନ୍ଥ ନିକଟରେ ଥିବା ଆସନରେ ବସିଲେ। ଯୋନାଥନ ଶାଉଲଙ୍କୁ ମୁହଁ କରି ବସିଲେ। ଅବ୍ନର ଶାଉଲଙ୍କ ପାଖରେ ବସିଲେ। ଦାଉଦଙ୍କର ସ୍ଥାନ ଶୂନ୍ୟ ରହିଲା।
26
ସେଦିନ ଶାଉଲ କିଛି କହିଲେ ନାହିଁ। ସେ ଚିନ୍ତା କଲେ, “ଦାଉଦର କିଛି ହୋଇଛି। ସେ ପ୍ରାୟ ଶୁଚି ନାହିଁ।”
27
ତା’ ପରଦିନ ମାସର ଦ୍ୱିତୀୟ ଦିନ ଦାଉଦଙ୍କର ସ୍ଥାନ ମଧ୍ୟ ଶୂନ୍ୟ ରହିଲା। ତା’ପରେ ଶାଉଲ ତାଙ୍କର ପୁତ୍ର ଯୋନାଥନଙ୍କୁ ପଗ୍ଭରିଲେ, “କାହିଁକି ଯିଶୀର ପୁଅ ଗତକାଲି ଏବଂ ଆଜି ଏଠାକୁ ଭୋଜନ କରିବାକୁ ଆସିଲେ ନାହିଁ?”
28
ଯୋନାଥନ ଉତ୍ତର ଦେଲେ, “ଦାଉଦ ବୈଥ୍ଲେହମକୁ ଯିବା ପାଇଁ ମୋତେ କହିଲେ।
29
ସେ କହିଲେ, ‘ମୋତେ ଯିବାକୁ ଦିଅ, କାରଣ ଆମ ପରିବାରର ଏକ ବଳିଦାନ ବୈଥ୍ଲେହମରେ ହେବାର ଅଛି । ମୋର ଭାଇ ମୋତେ ଆଦେଶ ଦେଇଛନ୍ତି ସେଠାକୁ ଯିବା ପାଇଁ। ମୁଁ ଯଦି ତୁମ୍ଭର ବନ୍ଧୁ ତେବେ ମୋତେ ଯିବାକୁ ଦିଅ ଏବଂ ମୁଁ ମୋର ଭାଇମାନଙ୍କୁ ଦେଖେ।’ ଏଥିପାଇଁ ପ୍ରାୟ ଦାଉଦ ରାଜାଙ୍କ ଟେବୁଲ୍ ପାଖକୁ ଆସି ନାହିଁ।”
30
ଶାଉଲ ଯୋନାଥନ ଉପରେ ଭୟଙ୍କର ରାଗିଲେ। ସେ ଯୋନାଥନଙ୍କୁ କହିଲେ, “ତୁ ହେଉଛୁ ଜଣେ ଦାସୀ ସ୍ତ୍ରୀଲୋକର ପୁତ୍ର। ଯିଏ କି ମାନିବା ପାଇଁ ମନାକରେ। ତୁବି ଠିକ୍ ତା’ପରି, ମୁଁ ଜାଣେ ତୁ ଦାଉଦର ପକ୍ଷ ନେଇଛୁ। ତୁ ନିଜ ପାଇଁ ଓ ତୋର ମା ପାଇଁ ଅପମାନ ଆଣୁଛୁ।
31
ଯିଶୀର ପୁତ୍ର ଏ ପୃଥିବୀରେ ଯେତେ ଦିନ ବଞ୍ଚିଥାଏ ସେତେ ଦିନ ପର୍ଯ୍ୟନ୍ତ ତୋର ରାଜ୍ୟ ଠିକ୍ ହେବ ନାହିଁ। ତେଣୁ ଲୋକ ପଠାଇ ତାକୁ ମୋ’ ପାଖକୁ ଆଣ କାରଣ ସେ ନିଶ୍ଚୟ ମରିବ।”
32
ଯୋନାଥନ ତା’ର ପିତାଙ୍କୁ ପଗ୍ଭରିଲେ, “ଦାଉଦକୁ କାହିଁକି ମାରିବ? ତା’ର ଅପରାଧ କ’ଣ?”
33
କିନ୍ତୁ ଶାଉଲ ଯୋନାଥନଙ୍କୁ ମାରିବା ପାଇଁ ତା’ ଉପରକୁ ବର୍ଚ୍ଛା ଫୋପାଡ଼ିଲେ। ତେଣୁ ଯୋନାଥନ ଜାଣିଲେ ତାଙ୍କ ବାପା ଦାଉଦଙ୍କୁ ମାରିବା ପାଇଁ ବହୁତ ଆଗ୍ରହୀ।
34
ଯୋନାଥନ ବହୁତ ରାଗିଗଲେ ଓ ଖାଇବା ଟେବୁଲ୍ ପାଖରୁ ଉଠିଗଲେ। ଯୋନାଥନ ତାଙ୍କ ପିତାଙ୍କ ଉପରେ ରାଗିଗଲେ ଓ ଦ୍ୱିତୀୟ ଦିନ ଭୋଜିରେ କିଛି ଖାଇଲେ ନାହିଁ। ଯୋନାଥନ ରାଗିଲେ କାରଣ ଶାଉଲ ତାଙ୍କୁ ଅପମାନିତ କଲେ ଆଉ ମଧ୍ୟ ଶାଉଲ ଦାଉଦଙ୍କୁ ମାରିବାକୁ ଗ୍ଭହୁଁଥିଲେ।
35
ଦାଉଦ ଏବଂ ଯୋନାଥନ ଉଭୟେ ବିଦାୟ ନେଲେ ତା’ ପରଦିନ ସକାଳେ ଯୋନାଥନ ସେହି କ୍ଷେତକୁ ଗଲେ। ସେମାନଙ୍କର ଯୋଜନା ଅନୁସାରେ ସେ ଦାଉଦଙ୍କୁ ସାକ୍ଷାତ କରିବାକୁ ଗଲେ। ଯୋନାଥନ ତାଙ୍କ ସହିତ ଏକ ଛୋଟ ବାଳକକୁ ମଧ୍ୟ ନେଲେ।
36
ଯୋନାଥନ ସେହି ବାଳକକୁ କହିଲେ, “ତୁମ୍ଭେ ଦୌଡ଼ି ଯାଇ ମୁଁ ଯେଉଁ ତୀର ମାରିଲି ସେଗୁଡ଼ିକୁ ଗୋଟାଇ ଆଣ।” ବାଳକଟି ଦୌଡ଼ିବାକୁ ଲାଗିଲା ଏବଂ ଯୋନାଥନ ସେ ବାଳକ ମୁଣ୍ଡ ଉପରେ ତୀରଗୁଡ଼ିକୁ ମାରିଲେ।
37
ବାଳକଟି ତୀର ପଡ଼ିଥିବା ସ୍ଥାନ ପାଖକୁ ଗଲା। କିନ୍ତୁ ଯୋନାଥନ ତାଙ୍କୁ ଡାକିଲେ, “ତୀରଗୁଡ଼ିକ ତୋ’ ଆଗରେ ପଡ଼ିଛି।”
38
ଯୋନାଥନ ଚିତ୍କାର କରି କହିଲେ, “ଶୀଘ୍ର ଦୌଡ଼ ଓ ସେଗୁଡ଼ିକୁ ସଂଗ୍ରହ କର। ସେଠାରେ ଛିଡ଼ା ହୁଅ ନାହିଁ।” ବାଳକଟି ତୀରଗୁଡ଼ିକୁ ସଂଗ୍ରହ କଲା ଓ ତା’ର ମୁନିବକୁ ଆଣି ଦେଲା।
39
କ’ଣ ଗ୍ଭଲିଥିଲା ବାଳକଟି ଏ ବିଷୟରେ କିଛି ଜାଣି ନ ଥିଲା। କେବଳ ଯୋନାଥନ ଓ ଦାଉଦ ଏ କଥା ଜାଣିଥିଲେ।
40
ଯୋନାଥନ ବାଳକଟିକୁ ଧନୁ ଏବଂ ତୀରଗୁଡ଼ିକ ଦେଲେ। ତା’ପରେ ସେ ବାଳକକୁ କହିଲେ, ସହରକୁ ଫେରିଯାଅ।
41
ଯେତେବେଳେ ବାଳକଟି ପଳାଇଗଲା, ଦାଉଦ ଲୁଚିଥିବା ସ୍ଥାନରୁ ପର୍ବତର ଅପରପାର୍ଶ୍ୱକୁ ପଳାଇଲେ। ଦାଉଦ ମୁଣ୍ଡ ନୁଆଇଁ ଯୋନାଥନକୁ ତିନିଥର ପ୍ରଣାମ କଲେ। ଦାଉଦ ଓ ଯୋନାଥନ ପରସ୍ପରକୁ ଚୁମ୍ବନ କଲେ। ସେମାନେ ଉଭୟେ ମଧ୍ୟ କାନ୍ଦିଲେ। କିନ୍ତୁ ଦାଉଦ ଯୋନାଥନଙ୍କଠାରୁ ଅଧିକ କାନ୍ଦିଲେ।
42
ଯୋନାଥନ ଦାଉଦଙ୍କୁ କହିଲେ, “ତୁମ୍ଭେ ଶାନ୍ତିରେ ଯାଅ। ଆମ୍ଭେ ସଦାପ୍ରଭୁଙ୍କ ନିକଟରେ ଶପଥ କରିଅଛୁ, ଆମ୍ଭେ ସର୍ବଦା ବନ୍ଧୁ ହୋଇ ରହିବା। ଆମ୍ଭେ କହିଲୁ ଯେ, ଆମ୍ଭେ ଓ ଆମ୍ଭ ସଦାପ୍ରଭୁ ଚିରଦିନ ପାଇଁ ଆମ୍ଭ ଓ ଆମ୍ଭର ବଂଶଧରମାନଙ୍କର ସାକ୍ଷୀ।”
← Chapter 19
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 21 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31