bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
1 Samuel 12
1 Samuel 12
Odia Bible ERV 2004 (ପବିତ୍ର ବାଇବଲ)
← Chapter 11
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 13 →
1
ଶାମୁୟେଲ ରାଜାଙ୍କ ବିଷୟରେ କହିଲେ ଶାମୁୟେଲ ସମସ୍ତ ଇସ୍ରାଏଲୀଙ୍କୁ କହିଲେ, “ତୁମ୍ଭେମାନେ ମୋତେ ଯାହା ଯାହା କହିଲ, ମୁଁ ସେ ପ୍ରକାରେ ତୁମ୍ଭମାନଙ୍କର ଏକ ରାଜା ନିୟୋଜନ କଲି।
2
ବର୍ତ୍ତମାନ ତୁମ୍ଭର ନେତୃତ୍ୱ କରିବା ପାଇଁ ଜଣେ ରାଜା ଅଛନ୍ତି। ମୁଁ ବୃଦ୍ଧ ଓ ପକ୍ୱକେଶ ହୋଇ ଗଲିଣି। ମୁଁ ମୋ’ ଯୁବାବସ୍ଥାରୁ ତୁମ୍ଭ ମୁନିବ ଥିଲି। ବର୍ତ୍ତମାନ ମୋ’ ପୁଅମାନେ ତୁମ୍ଭ ସାଥୀରେ ଅଛନ୍ତି।
3
ମୁଁ ତୁମ୍ଭମାନଙ୍କ ସମ୍ମୁଖରେ ଉପସ୍ଥିତ ଅଛି। ଯଦି ମୁଁ କିଛି ଭୁଲ୍ କରିଛି ତୁମ୍ଭେମାନେ ନିଶ୍ଚିତଭାବେ ସଦାପ୍ରଭୁ ଏବଂ ତାଙ୍କ ମନୋନୀତ ରାଜାକୁ କୁହ। ମୁଁ କାହାର ଗଧ କିମ୍ବା ଗାଈ ଗ୍ଭେରି କରିଛି କି? ମୁଁ କାହାକୁ ଆଘାତ କିମ୍ବା ଧକ୍କା ଦେଇଛି କି? ମୁଁ ମୋର ଚକ୍ଷୁକୁ ଅନ୍ଧ କରିବା ପାଇଁ କାହା ହସ୍ତରୁ ଲାଞ୍ଚ ନେଇ ନାହିଁ, ଯେପରିକି ମୁଁ ଅନ୍ୟ ଦ୍ୱାରା ଅପରାଧ କରିଥିବା ଉପଦ୍ରବ୍ୟ ଦେଖି ନ ପାରେ? ଯଦି ମୁଁ ଏଥିରୁ କୌଣସିଟି କରିଛି, ତେବେ ମୁଁ ତାହା ଭରଣା କରିବା ପାଇଁ ପ୍ରସ୍ତୁତ ଅଛି।”
4
ଇସ୍ରାଏଲୀୟମାନେ ଉତ୍ତର ଦେଲେ, “ନା! ତୁମ୍ଭେ ଏପରି ଖରାପ କାମ କେବେ ବି କରି ନାହଁ। ତୁମ୍ଭେ ଆମକୁ ଠକି ନାହଁ କିମ୍ବା ଆମ୍ଭଠାରୁ କିଛି ନେଇ ନାହଁ।”
5
ଶାମୁୟେଲ ଇସ୍ରାଏଲୀୟମାନଙ୍କୁ କହିଲେ, “ତୁମ୍ଭେ ଯାହା କହିଲ ସଦାପ୍ରଭୁ ଏବଂ ନୂତନ ମନୋନୀତ ରାଜା ତାହା ଶୁଣିଲେ, ସେମାନେ ଦୃଢ଼ କରିବାକୁ ସାକ୍ଷୀ ରହିଲେ ଯେ ତୁମ୍ଭ ବିରୁଦ୍ଧରେ ଜାଣିଲେ ମୁଁ କିଛି ଭୁଲ୍ କରି ନାହିଁ।” ଲୋକମାନେ କହିଲେ, “ହଁ ସଦାପ୍ରଭୁ ସାକ୍ଷୀ ଅଛନ୍ତି ଏହା ସତ୍ୟ।”
6
ଶାମୁୟେଲ ଲୋକମାନଙ୍କୁ କହିଲେ, “ଯାହାସବୁ ଘଟିଛି ସଦାପ୍ରଭୁ ସବୁ ଦେଖିଛନ୍ତି। ସଦାପ୍ରଭୁ ମୋଶା ଓ ହାରୋଣଙ୍କୁ ନିଯୁକ୍ତି କରିଥିଲେ ଏବଂ ସଦାପ୍ରଭୁ ତୁମ୍ଭମାନଙ୍କ ପୂର୍ବପୁରୁଷଙ୍କୁ ମିଶରରୁ ବାହାର କରି ଆଣିଥିଲେ।
7
ଆହୁରି ମଧ୍ୟ ଶୁଣ ମୁଁ ତୁମ୍ଭକୁ ସଦାପ୍ରଭୁଙ୍କ ତୁମ୍ଭମାନଙ୍କ ପ୍ରତି ଅଲୌକିକତା ଓ ତୁମ୍ଭ ପୂର୍ବପୁରୁଷଙ୍କ କଥା କହିବି।
8
“ଯାକୁବ ମିଶରକୁ ଗଲା ଉତ୍ତାରୁ ମିଶରୀୟମାନେ ତୁମ୍ଭମାନଙ୍କର ବଂଶଧରଗଣଙ୍କର ଜୀବନକୁ ଦୁର୍ବିସହ କରିଦେଲେ। ତେଣୁ ସେମାନେ ସାହାଯ୍ୟ ପାଇଁ ସଦାପ୍ରଭୁଙ୍କୁ ଡାକିଲେ। ସେତେବେଳେ ସଦାପ୍ରଭୁ ମୋଶା ଓ ହାରୋଣଙ୍କୁ ପଠାଇଲେ। ସେମାନେ ତୁମ୍ଭମାନଙ୍କ ପୂର୍ବପୁରୁଷଙ୍କୁ ମିଶରରୁ ଆଣିଲେ ଏବଂ ଏହି ସ୍ଥାନରେ ବାସ କରାଇଲେ।
9
“କିନ୍ତୁ ତୁମ୍ଭ ପୂର୍ବପୁରୁଷମାନେ ସଦାପ୍ରଭୁ ସେମାନଙ୍କର ପରମେଶ୍ୱରଙ୍କୁ ପାଶୋରିବାରୁ ସଦାପ୍ରଭୁ ସେମାନଙ୍କୁ ସୀଷରାର କ୍ରୀତଦାସ କରାଇଲେ। ସୀଷରା ହାତ୍ସୋର ସୈନ୍ୟବାହିନୀର ସେନାପତି ଥିଲେ। ସଦାପ୍ରଭୁ ସେମାନଙ୍କୁ ପଲେଷ୍ଟୀୟମାନଙ୍କର ଓ ମୋୟାବ ରାଜାର ଦାସ କଲେ। ସେମାନେ ସମସ୍ତେ ତୁମ୍ଭମାନଙ୍କର ପୂର୍ବପୁରୁଷଗଣ ସହିତ ଯୁଦ୍ଧ କଲେ।
10
ତା’ପରେ ତୁମ୍ଭ ପୂର୍ବପୁରୁଷମାନେ ସଦାପ୍ରଭୁଙ୍କ ନିକଟରେ କ୍ରନ୍ଦନ କରି କହିଲେ, ‘ଆମ୍ଭେମାନେ ପାପ କରିଛୁ ଯେହେତୁ ଆମ୍ଭେ ସଦାପ୍ରଭୁଙ୍କୁ ତ୍ୟାଗ କରି ବାଲ୍ଦେବଗଣର ଏବଂ ଅଷ୍ଟାରୋତ୍ ଦେବଗଣର ପୂଜା କରୁଛୁ। ଏବେ ଆମ୍ଭମାନଙ୍କୁ ଶତ୍ରୁ କବଳରୁ ରକ୍ଷା କର, ଆମ୍ଭେମାନେ ତୁମ୍ଭର ଉପାସନା କରିବୁ।’
11
“ସଦାପ୍ରଭୁ ତୁମ୍ଭମାନଙ୍କୁ ଯିରୁବ୍ବାଲ୍କୁ, ବଦାନ୍କୁ, ଯିପ୍ତହକୁ ଓ ଶାମୁୟେଲଙ୍କୁ ପଠାଇ ଚତୁର୍ଦ୍ଦିଗରେ ଥିବା ତୁମ୍ଭ ଶତ୍ରୁମାନଙ୍କ କବଳରୁ ତୁମ୍ଭମାନଙ୍କୁ ରକ୍ଷା କଲେ। ତହିଁରେ ତୁମ୍ଭେମାନେ ନିର୍ଭୟରେ ବାସ କଲ।
12
ତା’ପରେ ତୁମ୍ଭେ ଦେଖିଲ ଅମ୍ମୋନର ରାଜା ନାହଶ ତୁମ୍ଭମାନଙ୍କ ବିରୁଦ୍ଧରେ ଯୁଦ୍ଧ କଲେ। ତୁମ୍ଭେ କହିଲ, ‘ନା! ଆମ୍ଭେ ଜଣେ ରାଜା ଗ୍ଭହୁଁ’ ଯଦିଓ ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭମାନଙ୍କର ରାଜା ଥିଲେ।
13
ବର୍ତ୍ତମାନ ତୁମ୍ଭମାନଙ୍କ ଅନୁରୋଧ ଓ ପସନ୍ଦ ଅନୁସାରେ ସଦାପ୍ରଭୁ ତୁମ୍ଭକୁ ଶାସନ କରିବା ପାଇଁ ଜଣେ ରାଜାଙ୍କୁ ଦେଇଛନ୍ତି।
14
ବର୍ତ୍ତମାନ ଯଦି ତୁମ୍ଭେମାନେ ସଦାପ୍ରଭୁଙ୍କୁ ଭୟ କର ଓ ତାଙ୍କୁ ସେବା କର, ଯେବେ ତୁମ୍ଭେମାନେ ତାଙ୍କର ବାକ୍ୟ ଶୁଣ, ତାଙ୍କର ଆଜ୍ଞା ପାଳନ କର ଏବଂ ତାଙ୍କ ବିରୁଦ୍ଧରେ ନ ଯାଅ, ପୁଣି ତୁମ୍ଭେମାନେ ଓ ତୁମ୍ଭମାନଙ୍କର ଶାସକ ରାଜା, ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କ ଦ୍ୱାରା ରକ୍ଷା ପାଇବ ।
15
କିନ୍ତୁ ଯଦି ତୁମ୍ଭେ ସଦାପ୍ରଭୁଙ୍କ କଥା ନ ମାନ ଏବଂ ତାଙ୍କ ବିରୁଦ୍ଧରେ ଯାଅ, ତେବେ ପରମେଶ୍ୱରଙ୍କର ହସ୍ତ ତୁମ୍ଭମାନଙ୍କ ବିରୁଦ୍ଧରେ ଯିବ। ଯେପରି ସେ ତୁମ୍ଭମାନଙ୍କର ପୂର୍ବପୁରୁଷଗଣଙ୍କ ବିରୁଦ୍ଧରେ ଥିଲେ।
16
“ବର୍ତ୍ତମାନ ଧିର ହୋଇ ଛିଡ଼ା ହୁଅ ଓ ସଦାପ୍ରଭୁ ତୁମ୍ଭମାନଙ୍କ ସମ୍ମୁଖରେ ଯେଉଁ ମହତ୍ କାର୍ଯ୍ୟ କରିବେ ଦେଖ।
17
ବର୍ତ୍ତମାନ ଗହମ କାଟିବାର ସମୟ । କିନ୍ତୁ ମୁଁ ସଦାପ୍ରଭୁଙ୍କୁ ପ୍ରାର୍ଥନା କରିବି ଯେପରି ସେ ମେଘ ଗର୍ଜନ ଓ ବୃଷ୍ଟି ପଠାଇବେ। ସେଥିରୁ ତୁମ୍ଭେମାନେ ଜାଣିବ ଯେ, ସଦାପ୍ରଭୁଙ୍କ ବିରୁଦ୍ଧରେ ତୁମ୍ଭେ ରାଜା ଦାବିକରି ବହୁତ ପାପ କରିଅଛ।”
18
ତେଣୁ ଶାମୁୟେଲ ସଦାପ୍ରଭୁଙ୍କୁ ଡାକିଲେ, ସେହି ସମୟରେ ସଦାପ୍ରଭୁ ମେଘଗର୍ଜନ ଓ ବୃଷ୍ଟି ପଠାଇଲେ। ତେଣୁ ସବୁଲୋକ ସଦାପ୍ରଭୁ ଓ ଶାମୁୟେଲଙ୍କୁ ଭୟ କଲେ।
19
ସମସ୍ତ ଲୋକ ଶାମୁୟେଲଙ୍କୁ କହିଲେ, “ଆମ୍ଭେମାନେ ଯେପରି ନ ମରୁ ସେଥିପାଇଁ ତୁମ୍ଭେ ଆପଣା ଦାସମାନଙ୍କ ନିମନ୍ତେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କର, କାରଣ ଆମ୍ଭେମାନେ ସଦାପ୍ରଭୁଙ୍କ ବିରୁଦ୍ଧରେ ଅନେକ ଥର ପାପ କରିଅଛୁ ଏବଂ ବର୍ତ୍ତମାନ ଆମ୍ଭେମାନେ ରାଜାଙ୍କୁ ମାଗି ପାପକୁ ବଢ଼େଇ ଦେଉଛୁ।”
20
ତା’ପରେ ଶାମୁୟେଲ ଲୋକମାନଙ୍କୁ କହିଲେ, “ଭୟଭୀତ ହୁଅ ନାହିଁ। ଏହା ସତ୍ୟ ତୁମ୍ଭେମାନେ ଏହିସବୁ ବହୁତ ମନ୍ଦକାର୍ଯ୍ୟ କରିଛ କିନ୍ତୁ ସଦାପ୍ରଭୁଙ୍କୁ ଅନୁସରଣ କରିବା ବନ୍ଦ କର ନାହିଁ। ମନ ପ୍ରାଣ ଦେଇ ସଦାପ୍ରଭୁଙ୍କର ସେବା କର।
21
ମୂର୍ତ୍ତିଗୁଡ଼ିକୁ ଅନୁସରଣ କରିବା ପାଇଁ ପରମେଶ୍ୱରଙ୍କଠାରୁ ଦୌଡ଼ି ପଳାଅ ନାହିଁ! ସେମାନେ ଅସାର, ସେମାନେ ମଙ୍ଗଳ କରିବା ପାଇଁ କିମ୍ବା ତୁମ୍ଭମାନଙ୍କୁ ରକ୍ଷା କରିବା ପାଇଁ ଅକ୍ଷମ ଅଟନ୍ତି।
22
“ସଦାପ୍ରଭୁ ଆପଣା ମହାନ ନାମ ସକାଶେ ଆପଣା ଲୋକମାନଙ୍କୁ ତ୍ୟାଗ କରିବେ ନାହିଁ। କାରଣ ତୁମ୍ଭମାନଙ୍କୁ ଆପଣା ଲୋକ କରିବା ପାଇଁ ସଦାପ୍ରଭୁ ସନ୍ତୁଷ୍ଟ ହୋଇ ଅଛନ୍ତି।
23
ମୋ’ ପକ୍ଷରେ, ମୁଁ ତୁମ୍ଭମାନଙ୍କ ନିମନ୍ତେ ପ୍ରାର୍ଥନା କରିବାରୁ ନିବୃତ୍ତ ହେବି ନାହିଁ। ଯଦି ମୁଁ ତୁମ୍ଭମାନଙ୍କ ପାଇଁ ପ୍ରାର୍ଥନା କରିବା ବନ୍ଦ କରି ଦେବି, ତେବେ ମୁଁ ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରିବି। ମୁଁ ତୁମ୍ଭମାନଙ୍କୁ ଉତ୍ତମ ଓ ସତ୍ଶିକ୍ଷା ଦେବା ଗ୍ଭଲୁ ରଖିବି।
24
କିନ୍ତୁ ତୁମ୍ଭେମାନେ ନିଶ୍ଚିତ ସଦାପ୍ରଭୁଙ୍କୁ ଭୟ ଓ ସମ୍ମାନ କର। ମନ ପ୍ରାଣ ଦେଇ ସଦାପ୍ରଭୁଙ୍କ ସେବା କର, କାରଣ ସେ ତୁମ୍ଭମାନଙ୍କ ନିମନ୍ତେ ବଡ଼ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିଛନ୍ତି।
25
କିନ୍ତୁ ଯଦି ତୁମ୍ଭେମାନେ କ୍ରମାଗତ କୁକର୍ମ କରିବାରେ ଆଗ୍ରହ ପ୍ରକାଶ କର, ତେବେ ତୁମ୍ଭେମାନେ ଓ ତୁମ୍ଭମାନଙ୍କ ରାଜା ଧ୍ୱଂସ ହେବ।”
← Chapter 11
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 13 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31