bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
1 Samuel 17
1 Samuel 17
Odia Bible ERV 2004 (ପବିତ୍ର ବାଇବଲ)
← Chapter 16
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 18 →
1
ଗଲିୟାତ ଇସ୍ରାଏଲକୁ ଟକ୍କର ଦିଅନ୍ତି ପଲେଷ୍ଟୀୟ ସୈନ୍ୟସାମନ୍ତମାନେ ଯୁଦ୍ଧ ପାଇଁ ଏକତ୍ରିତ ହେଲେ। ସେମାନେ ଯିହୁଦାର ଅଧିକାରସ୍ଥ ସୋଖୋରେ ସଂଗୃହୀତ ହୋଇ ସୋଖୋ ଓ ଅସେକା ମଧ୍ୟରେ ଏଫସ୍-ଦମ୍ମୀମରେ ଛାଉଣି ସ୍ଥାପନ କଲେ।
2
ଶାଉଲ ଓ ଇସ୍ରାଏଲୀୟ ଲୋକମାନେ ଏଲା ତଳଭୂମିରେ ଏକତ୍ରିତ ହୋଇ ଛାଉଣି ସ୍ଥାପନ କଲେ। ସେମାନେ ପଲେଷ୍ଟୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ସୈନ୍ୟ ସଜାଇଲେ।
3
ତହିଁରେ ପଲେଷ୍ଟୀୟମାନେ ପର୍ବତର ଏକ ଦିଗରେ ଓ ଇସ୍ରାଏଲ ପର୍ବତର ଅନ୍ୟ ଦିଗରେ ଠିଆ ହେଲେ। ଉଭୟଙ୍କ ମଧ୍ୟରେ ଉପତ୍ୟକା ଥିଲା।
4
ଗାଥ୍ନିବାସୀ ଗଲିୟାତ ନାମକ ଏକ ମଲ୍ଲ ଯୋଦ୍ଧା ପଲେଷ୍ଟୀୟମାନଙ୍କ ଛାଉଣିରୁ ବାହାର ହେଲା, ସେ ସାଢ଼େ ଛଅ ହାତ ଉଚ୍ଚ।
5
ତା’ର ମସ୍ତକରେ ପିତ୍ତଳର ଟୋପର ଥିଲା ଓ ସେ ମାଛକାତି ତୁଲ୍ୟ ସାଞ୍ଜୁଆରେ ସଜ୍ଜିତ ଥିଲା। ସେହି ସାଞ୍ଜୁଆଟି ପାଞ୍ଚ ସହସ୍ର ଶେକଲ ଓଜନ ପିତ୍ତଳର ଥିଲା।
6
ସେ ଗୋଡ଼ରେ ପିତ୍ତଳର ସ୍ତ୍ରାଣ ପିନ୍ଧି ଥିଲା ଓ ତା’ର ପଛରେ ପିତ୍ତଳର ବର୍ଚ୍ଛା ବନ୍ଧା ହୋଇଥିଲା।
7
ତା’ର ବର୍ଚ୍ଛାର ଦଣ୍ତ ବୁଣାକାରର କାଠ ତୁଲ୍ୟ ଓ ଏହାର ପାତର ଓଜନ ଥିଲା, ଛଅ ଶହ ଶେକଲ ଲୌହ ଢାଲର ସମ୍ମୁଖରେ ଥିଲା। ତା’ର ଆଗେ ଆଗେ ତା’ର ଢାଲବାହକ ଗ୍ଭଲିଥିଲା।
8
ପ୍ରତ୍ୟେକ ଦିନ ଗଲିୟାତ ବାହାରେ ଛିଡ଼ା ହୋଇ ଇସ୍ରାଏଲର ସୈନ୍ୟ ଶ୍ରେଣୀଙ୍କୁ ଚିତ୍କାର କରି କହୁଥିଲା, “ତୁମ୍ଭେମାନେ କାହିଁକି ଯୁଦ୍ଧ ସାଜିବା ପାଇଁ ବାହାର ହୋଇ ଆସିଛ? ମୁଁ କି ଜଣେ ପଲେଷ୍ଟୀୟ ଲୋକ ନୁହେଁ? ତୁମ୍ଭେମାନେ ଶାଉଲର ଦାସ, ତୁମ୍ଭେମାନେ ଆପଣାମାନଙ୍କ ପାଇଁ ଜଣେ ଲୋକ ମନୋନୀତ କର ଓ ସେ ମୋ’ ପାଖକୁ ଓହ୍ଲାଇ ଆସୁ।
9
ଯଦି ସେ ଲୋକଟି ମୋତେ ମାରିଦିଏ, ତେବେ ଆମ୍ଭେ ପଲେଷ୍ଟୀୟମାନେ ତୁମ୍ଭର ଦାସ ହେବୁ। ଯଦି ମୁଁ ତାକୁ ବଧ କରେ ତେବେ ତୁମ୍ଭେମାନେ ଆମ୍ଭର ଦାସ ହେବ ଓ ଆମ୍ଭମାନଙ୍କର ଦାସ କାର୍ଯ୍ୟ କରିବ।”
10
ପଲେଷ୍ଟୀୟ ମଧ୍ୟ କହିଲା, “ଆଜି ମୁଁ ଇସ୍ରାଏଲର ସୈନ୍ୟବାହିନୀକୁ ତୁଚ୍ଛ କରୁଅଛି। ମୁଁ ସାହସ କରି କହୁଅଛି ମୋତେ ଜଣେ ଲୋକ ଦିଅ, ତେବେ ଆମ୍ଭେମାନେ ପରସ୍ପର ଯୁଦ୍ଧ କରି ପାରିବୁ।”
11
ଯେତେବେଳେ ଶାଉଲ ଓ ଇସ୍ରାଏଲୀୟମାନେ ପଲେଷ୍ଟୀୟର ଏହି ସକଳ କଥା ଶୁଣନ୍ତେ। ସେମାନେ ହତାଶ ହେଲେ ଓ ଅତିଶୟ ଭୟ କଲେ।
12
ଦାଉଦ ଯୁଦ୍ଧ ସମ୍ମୁଖକୁ ଗଲେ ଦାଉଦ ଯିଶୀଙ୍କର ପୁତ୍ର ଥିଲେ, ଯିଶୀ ଥିଲେ ଇଫ୍ରାଥିୟ ପରିବାରର, ଯିଏ ବୈଥ୍ଲେହମ ଓ ଯିହୁଦାରେ ବାସ କରୁଥିଲେ ଏବଂ ଯିଶୀଙ୍କର ଆଠ ପୁତ୍ର ଥିଲେ। ପୁଣି ଶାଉଲଙ୍କର ସମୟରେ ସେ ପୁରୁଷ ବୃଦ୍ଧ ଥିଲେ।
13
ଯିଶୀଙ୍କର ତିନି ବଡ଼ ପୁତ୍ର ଶାଉଲଙ୍କର ପଶ୍ଚାତ ଯୁଦ୍ଧକୁ ଯାଇଥିଲେ। ପ୍ରଥମ ପୁତ୍ର ଥିଲେ ଇଲୀୟାବ୍ ଓ ଦ୍ୱିତୀୟ ପୁତ୍ରର ନାମ ଅବିନାଦବ୍ ଓ ତୃତୀୟର ନାମ ଶମ୍ମ।
14
ଦାଉଦ ଥିଲେ ସବୁଠାରୁ କନିଷ୍ଠ। ତିନି ଜଣ ଜ୍ୟେଷ୍ଠ ପୁତ୍ର ଶାଉଲଙ୍କର ସୈନ୍ୟ ଛାଉଣିରେ ଥିଲେ।
15
କିନ୍ତୁ ଦାଉଦ ଆପଣା ପିତାର ମେଷପଲ ଚରାଇବା ନିମନ୍ତେ ଶାଉଲଙ୍କ ନିକଟରୁ ବୈଥ୍ଲେହମକୁ ସମୟ ସମୟରେ ଯାଆ ଆସ କରୁଥା’ନ୍ତି।
16
ସେହି ପଲେଷ୍ଟୀୟ ରାକ୍ଷସଟି ଗ୍ଭଳିଶ୍ ଦିନ ପର୍ଯ୍ୟନ୍ତ ପ୍ରାତଃକାଳରେ ଓ ସନ୍ଧ୍ୟା ସମୟରେ ଇସ୍ରାଏଲର ସୈନ୍ୟ ସମ୍ମୁଖକୁ ଆସୁଥାଏ।
17
ଦିନେ ଯିଶୀ ନିଜର ପୁତ୍ର ଦାଉଦଙ୍କୁ କହିଲେ, “ସୈନ୍ୟ ଛାଉଣିରେ ଥିବା ନିଜ ଭାଇମାନଙ୍କ ପାଇଁ ଏହି ଭଜା ଶସ୍ୟରୁ ଏକ ଐଫା ଓ ଏହି ଦଶଟା ରୋଟୀ ନେଇ ଯାଅ।
18
ସେ ମଧ୍ୟ ତାଙ୍କୁ କହିଲେ, “ଏହି ଦଶଖଣ୍ତ ବଡ଼ ଛେନାପୋଡ଼ 1000 ସୈନ୍ୟମାନଙ୍କର କପ୍ତାନମାନଙ୍କ ପାଇଁ ନେଇ ଯାଅ ଏବଂ ତୁମ୍ଭର ଭାଇମାନଙ୍କର କୁଶଳତାର ଖବର ଆଣିବା ସହିତ, ସେମାନେ କିପରି ଅଛନ୍ତି ତାହା ଜାଣିବା ନିମନ୍ତେ କିଛି ଚିହ୍ନ ଆଣ।”
19
ତୁମ୍ଭର ଭାଇମାନେ ଶାଉଲଙ୍କ ସାଥୀରେ ଇସ୍ରାଏଲୀୟ ସୈନ୍ୟମାନଙ୍କ ସହିତ ଏଲା ତଳ ଭୂମିରେ ଥାଇ ପଲେଷ୍ଟୀୟମାନଙ୍କ ସହିତ ଯୁଦ୍ଧ କରୁଥିଲେ।”
20
ଦାଉଦ ପ୍ରଭାତରେ ଉଠି ଜଣେ ରଖୁଆଳି ହସ୍ତରେ ମେଷପଲ ଛାଡ଼ି ଯିଶୀର ଆଜ୍ଞା ଅନୁସାରେ ସେସବୁ ଦ୍ରବ୍ୟ ନେଇଗଲେ। ସୈନ୍ୟଗଣ ବାହାରି ଯୁଦ୍ଧ ନିମନ୍ତେ ମହାନାଦ କରିବା ସମୟରେ ସେ ଶଗଡ଼ ବନ୍ଦୀ ଜାଗାରେ ଉପସ୍ଥିତ ହେଲେ।
21
ଇସ୍ରାଏଲୀୟମାନେ ଓ ପଲେଷ୍ଟୀୟମାନେ ଯୁଦ୍ଧ ସଜାଇଲେ ଓ ସୈନ୍ୟଶ୍ରେଣୀ ପରସ୍ପର ମୁହାଁ ମୁହିଁ ହେଲେ।
22
ଦାଉଦ ସାମଗ୍ରୀ ରକ୍ଷକ ହସ୍ତରେ, ନିଜର ସାମଗ୍ରୀ ରଖି ସୈନ୍ୟମାନଙ୍କ ମଝିକୁ ଆସି ନିଜର ଭାଇମାନଙ୍କୁ କୁଶଳବାର୍ତ୍ତା ପଗ୍ଭରିଲେ।
23
ସେ ସେମାନଙ୍କ ସଙ୍ଗେ କଥାବାର୍ତ୍ତା କରୁଥିବା ସମୟରେ ଗାଥନିବାସୀ ପଲେଷ୍ଟୀୟ ଗଲିୟାତ ନାମକ ମଲ୍ଲ ଯୋଦ୍ଧା ପଲେଷ୍ଟୀୟ ସୈନ୍ୟବାହିନୀ ମଧ୍ୟରୁ ଉଠି ଆସି ପୂର୍ବ ପରି ପାଟିକଲା। ଦାଉଦ ତାହା ଶୁଣିଲେ।
24
ଇସ୍ରାଏଲର ସମସ୍ତ ସୈନ୍ୟଗଣ ସେହି ପୁରୁଷକୁ ଦେଖି ତାହା ସମ୍ମୁଖରୁ ପଳାଇଲେ ଓ ଅତି ଭୟଭୀତ ହେଲେ।
25
ଜଣେ ଇସ୍ରାଏଲର ଲୋକ କହିଲା, “ତୁମ୍ଭେମାନେ ସେହି ବ୍ୟକ୍ତିକୁ ଦେଖିଲକି ଯିଏ ଇସ୍ରାଏଲକୁ ଅବମାନନା କରିବାକୁ ଆସିଥିଲା? ଏହାକୁ ଯେଉଁ ଲୋକ ହତ୍ୟା କରିବ, ରାଜା ତାହାଙ୍କୁ ବହୁତ ଧନରେ ଧନବାନ କରିବେ ଓ ତାହାକୁ ଆପଣା କନ୍ୟା ଦେବେ। ଆଉ ଇସ୍ରାଏଲ ମଧ୍ୟରେ ତା’ର ପିତୃ ଗୃହକୁ ନିଷ୍କର କରିବେ।”
26
ଦାଉଦ ସେଠାରେ ଠିଆ ହୋଇଥିବା ଲୋକମାନଙ୍କୁ ପଗ୍ଭରିଲେ, “ସେ କ’ଣ କହିଲା? ଯେଉଁ ଲୋକ ଏହି ପଲେଷ୍ଟୀୟକୁ ବଧ କରି ଏବଂ ଇସ୍ରାଏଲର ଏହି ଅପମାନ ଦୂର କରିବ, ତାହା ପ୍ରତି କ’ଣ କରାଯିବ? କିଏ ଏହି ଅସୁନ୍ନତ ପଲେଷ୍ଟୀୟ ଯିଏ ଜୀବିତ ପରମେଶ୍ୱରଙ୍କ ସୈନ୍ୟ ଛାଉଣିକି ଅବମାନନା କରିବାକୁ ସାହସ କରେ।”
27
ଲୋକମାନେ ପୂର୍ବପରି ଉତ୍ତର ଦେଇ କହିଲେ, ଯେ ତାହାକୁ ବଧ କରିବ, ତାହାକୁ ପୁରସ୍କୃତ କରାଯିବ।
28
ଦାଉଦ ସେହି ଲୋକମାନଙ୍କ ସହିତ କଥାବାର୍ତ୍ତା କରୁଥିବା ସମୟରେ ତା’ର ଜ୍ୟେଷ୍ଠଭ୍ରାତା ଇଲୀୟାବ ଶୁଣିଲା। ଇଲୀୟାବର କ୍ରୋଧ ଦାଉଦ ଉପରେ ପ୍ରଜ୍ୱଳିତ ହେଲା, ଆଉ ସେ କହିଲା, “ତୁ ଏଠାକୁ କାହିଁକି ଆସିଲୁ? ପ୍ରାନ୍ତରରେ ମେଣ୍ଢାମାନଙ୍କୁ କାହା ପାଖରେ ଛାଡ଼ିଲୁ? ମୁଁ ତୋ’ ଗର୍ବ ଓ ମନର ଦୁଷ୍ଟତା ଜାଣେ। କାରଣ ତୁ କେବଳ ଯୁଦ୍ଧ ଦେଖିବା ପାଇଁ ଆସିଛୁ।”
29
ଦାଉଦ ଉତ୍ତର ଦେଲେ, “ମୁଁ ଏବେ କ’ଣ କଲି, ଏମିତି ମୁଁ ଏହି ଲୋକମାନଙ୍କ ସହିତ କଥାବାର୍ତ୍ତା କରୁଥିଲି।”
30
ଦାଉଦ ଅନ୍ୟ ଲୋକମାନଙ୍କ ପାଖକୁ ଗଲେ ଓ ପୂର୍ବପରି କହିଲେ, ତହିଁରେ ଲୋକମାନେ ପୁନର୍ବାର ପୂର୍ବପରି ଉତ୍ତର ଦେଲେ।
31
ଦାଉଦଙ୍କ ଏହିପରି କଥା ଯେତେବେଳେ ଲୋକମାନେ ଶୁଣିଲେ, ସେମାନେ ତାକୁ ଶାଉଲଙ୍କ ନିକଟକୁ ନେଇଗଲେ ଏବଂ ଦାଉଦ ଯାହା କହିଥିଲେ ତାହା କହିଲେ।
32
ଦାଉଦ ଶାଉଲଙ୍କୁ କହିଲେ, “ଗଲିୟାତ ଯୋଗୁଁ ଲୋକମାନେ ହତାଶ ହେବା ଉଚିତ୍ ନୁହେଁ। ଆପଣଙ୍କ ଦାସ ଯାଇ ସେହି ପଲେଷ୍ଟୀୟ ସହିତ ଯୁଦ୍ଧ କରିବ।”
33
ଶାଉଲ ଉତ୍ତର ଦେଲେ, “ତୁମ୍ଭେ ସେହି ପଲେଷ୍ଟୀୟ ବିରୁଦ୍ଧରେ ଯୁଦ୍ଧ କରି ପାରିବ ନାହିଁ। କାରଣ ତୁମ୍ଭେ ତ ଜଣେ ସୈନିକ ନୁହଁ ଏବଂ ଗଲିୟାତ ବାଳକ ଅବସ୍ଥାରୁ ଯୁଦ୍ଧ କରି ଆସୁଅଛି।”
34
କିନ୍ତୁ ଦାଉଦ ଶାଉଲଙ୍କୁ ଉତ୍ତର ଦେଲେ, “ମୁଁ ତୁମ୍ଭର ଦାସ, ଆପଣା ପିତାର ମେଷ ଚରାଉ ଥାଏ। ଥରେ ଗୋଟିଏ ସିଂହ ଓ ଅନ୍ୟଥର ଗୋଟିଏ ଭାଲୁ ଆସି ପଲ ମଧ୍ୟରୁ ଗୋଟିଏ ମେଷକୁ ନେଇଗଲା।
35
ମୁଁ ତା’ ପଛରେ ଗୋଡ଼ାଇଲି ଏବଂ ତାକୁ ଆଘାତ କରି, ତା’ ପାଟିରୁ ମେଷକୁ ଛଡ଼ାଇ ଆଣିଲି। ବନ୍ୟ ପଶୁଟି ମୋ’ ଉପରକୁ କୁଦା ମାରିଲା ମୁଁ ତା’ର ଦାଢ଼ି ଧରି ତାହାକୁ ମାରି ଦେଲି।
36
ମୁଁ ସିଂହ ଓ ଭାଲୁ ଉଭୟଙ୍କୁ ବଧ କରିଛି ଏବଂ ମୁଁ ମଧ୍ୟ ଗଲିୟାତକୁ ସେହିପରି ବଧ କରିବି। ଗଲିୟାତ ମରିବ କାରଣ ସେ ଜୀବିତ ପରମେଶ୍ୱରଙ୍କର ସୈନ୍ୟକୁ ତୁଚ୍ଛ କରିଅଛି।
37
ସଦାପ୍ରଭୁ ମୋତେ ସିଂହ ଓ ଭାଲୁ ନିକଟରୁ ରକ୍ଷା କରିଛନ୍ତି। ସଦାପ୍ରଭୁ ମୋତେ ପଲେଷ୍ଟୀୟଠାରୁ ରକ୍ଷା କରିବେ।” ଶାଉଲ ଦାଉଦଙ୍କୁ କହିଲେ, “ତୁମ୍ଭେ ଯାଅ ସଦାପ୍ରଭୁ ତୁମ୍ଭ ସହିତ ଅଛନ୍ତି।”
38
ଶାଉଲ ଦାଉଦଙ୍କୁ ଆପଣା ବସ୍ତ୍ର ପିନ୍ଧାଇ ତାଙ୍କ ମସ୍ତକରେ ପିତ୍ତଳ ଟୋପର ଦେଇ ତାହାଙ୍କୁ ସାଞ୍ଜୁଆ ପିନ୍ଧାଇଲେ।
39
ଦାଉଦ ଆପଣା ବସ୍ତ୍ର ଉପରେ ଖଡ଼୍ଗ ବାନ୍ଧି ଗ୍ଭଲିବାକୁ ଚେଷ୍ଟା କଲେ, ସେ ଅକୃତକାର୍ଯ୍ୟ ହେଲେ, କାରଣ ଏହିପରି ଓଜନିଆଁ ସାମଗ୍ରୀ ପିନ୍ଧିବାର ଅଭ୍ୟାସ ନ ଥିଲା। ଆଉ ଦାଉଦ ଶାଉଲଙ୍କୁ କହିଲେ, “ମୁଁ ଏହି ସାମଗ୍ରୀ ନେଇ ଯୁଦ୍ଧ କରି ନ ପାରେ, ମୁଁ ସେଗୁଡ଼ିକ ସହିତ ଅଭ୍ୟସ୍ତ ନୁହେଁ।” ତେଣୁ ତାକୁ ସେ କାଢ଼ି ରଖିଲେ।
40
ଦାଉଦ ଆପଣା ଯଷ୍ଟି ହାତରେ ଧରି ନଦୀରୁ ପାଞ୍ଚ ଗୋଟି ଚିକ୍କଣ ପଥର ବାଛିଲେ ଓ ସେଗୁଡ଼ିକୁ ନିଜର ମେଷପାଳକ ଥଳି ମଧ୍ୟରେ ରଖିଲେ। ନିଜ ହାତରେ ନିଜର ଛାଟିଣୀଟି ଧରି ପଲେଷ୍ଟୀୟ ନିକଟକୁ ଗଲେ।
41
ଦାଉଦ ଗଲିୟାତକୁ ବଧ କଲେ ପଲେଷ୍ଟୀୟ ଧୀରେ ଧୀରେ ଅଗ୍ରସର ହୋଇ ଦାଉଦଙ୍କର ସନ୍ନିକଟ ହେଲା ଓ ତା’ର ଢାଲବାହକ ତା’ର ଆଗେ ଆଗେ ଗ୍ଭଲିଲା।
42
ପଲେଷ୍ଟୀୟମାନେ ଅନାଇ ଦାଉଦଙ୍କୁ ଦେଖିଲେ ଓ ତାକୁ ତୁଚ୍ଛ ଜ୍ଞାନ କଲେ କାରଣ ଦାଉଦ ଯୁବା ଓ ଈଷତ୍ ରକ୍ତବର୍ଣ୍ଣ ଓ ସୁନ୍ଦର ବଦନ ଥିଲେ।
43
ଗଲିୟାତ ଦାଉଦଙ୍କୁ କହିଲେ, “ମୁଁ କ’ଣ ଗୋଟିଏ କୁକୁର ତୁମ୍ଭେ ମୋ’ ପାଖକୁ ବାଡ଼ି ନେଇ ଆସିଛ।” ତା’ପରେ ଗଲିୟାତ ଆପଣା ଦେବତାମାନଙ୍କ ନାମରେ ଦାଉଦଙ୍କୁ ଶାପ ଦେଲା।
44
ଗଲିୟାତ ଦାଉଦଙ୍କୁ କହିଲା, “ଏହିଠାକୁ ଆସ ମୁଁ ତୁମ୍ଭର ମାଂସକୁ ହିଂସ୍ର ପଶୁ-ପକ୍ଷୀମାନଙ୍କୁ ଖୁଆଇବି।”
45
ଦାଉଦ ଗଲିୟାତକୁ କହିଲେ, “ତୁମ୍ଭେ ଖଡ଼୍ଗ ବର୍ଚ୍ଛା ଓ ଶଲ୍ୟ ଘେନି ମୋ’ ପାଖକୁ ଆସିଛ। କିନ୍ତୁ ତୁମ୍ଭେ ଯାହାଙ୍କୁ ତୁଚ୍ଛ କରିଅଛ ସେହି ଇସ୍ରାଏଲର ସୈନ୍ୟବାହିନୀର ପରମେଶ୍ୱର, ସର୍ବଶକ୍ତିମାନ ସଦାପ୍ରଭୁଙ୍କ ନାମରେ ତୁମ୍ଭ ନିକଟକୁ ମୁଁ ଆସୁଅଛି।
46
ଆଜି ସଦାପ୍ରଭୁ ତୁମ୍ଭକୁ ମୋ’ ହସ୍ତରେ ସମର୍ପି ଦେବେ। ଏବଂ ମୁଁ ତୁମ୍ଭକୁ ଆଘାତ କରିବି ଏବଂ ତୁମ୍ଭର ଶିରଚ୍ଛେଦନ କରିବି। ମୁଁ ଆଜି ପଲେଷ୍ଟୀୟମାନଙ୍କ ସୈନ୍ୟଗଣର ଶରୀର ଆକାଶ ପକ୍ଷୀଗଣକୁ ଓ ପୃଥିବୀସ୍ଥ ବନ୍ୟପଶୁମାନଙ୍କୁ ଦେବି, ତହିଁରେ ଇସ୍ରାଏଲ ମଧ୍ୟରେ ଏକ ପରମେଶ୍ୱର ଅଛନ୍ତି ବୋଲି ସମୁଦାୟ ଜଗତ ଜାଣିବେ।
47
ଏଠାରେ ରୁଣ୍ଡ ହୋଇଥିବା ସବୁ ଲୋକମାନେ ଜାଣିବେ ଯେ, ସଦାପ୍ରଭୁ ଖଡ଼୍ଗ ଓ ବର୍ଚ୍ଛାଦ୍ୱାରା ରକ୍ଷା କରନ୍ତି ନାହିଁ, କାରଣ ଏହି ଯୁଦ୍ଧ ସଦାପ୍ରଭୁଙ୍କର ଓ ତୁମ୍ଭେ ପଲେଷ୍ଟୀୟମାନଙ୍କୁ ପରାସ୍ତ କରିବାରେ ସେ ଆମ୍ଭମାନଙ୍କୁ ସାହାଯ୍ୟ କରିବେ।”
48
ଏହା ପରେ ସେହି ପଲେଷ୍ଟୀୟ ଦାଉଦକୁ ଆକ୍ରମଣ କରିବାକୁ ଉଠି ପଡ଼ିଲା ଏବଂ ଦାଉଦର ନିକଟରୁ ନିକଟତର ହେଲା। ଦାଉଦ ଶୀଘ୍ର ପଲେଷ୍ଟୀୟମାନଙ୍କ ସହିତ ଭେଟିବାକୁ ସୈନ୍ୟବାହିନୀ ଆଡ଼େ ଦୌଡ଼ିଲେ।
49
ଦାଉଦ ଆପଣା ଥଳିରେ ହାତ ପୁରାଇ ତହିଁରୁ ଗୋଟିଏ ପଥର କାଢ଼ି ଛାଟିଣୀରେ ମାରି ସେହି ପଲେଷ୍ଟୀୟର କପାଳକୁ ଆଘାତ କଲେ। ତହିଁରେ ସେ ପଥର ତା’ର କପାଳରେ ପଶିଯା’ନ୍ତେ ସେ ମୁହଁ ମାଡ଼ି ଭୂମିରେ ପଡ଼ିଲା।
50
ଏହିପରି ଭାବରେ ଦାଉଦ ବାଟୁଳି ଓ ପଥର ଦ୍ୱାରା ସେହି ପଲେଷ୍ଟୀୟକୁ ପରାସ୍ତ କଲେ ଓ ଆଘାତ କରି ବଧ କଲେ। ମାତ୍ର ଦାଉଦଙ୍କ ହସ୍ତରେ ଖଡ଼୍ଗ ନ ଥିଲା।
51
ଦାଉଦ ଦୌଡ଼ିଯାଇ ସେହି ପଲେଷ୍ଟୀୟ ଉପରେ ଠିଆ ହେଲେ ଓ ଗଲିୟାତର ଖଡ଼୍ଗ ଖାପରୁ କାଢ଼ି ତାହାର ମସ୍ତକ ଛେଦନ କଲେ। ପଲେଷ୍ଟୀୟମାନେ ଆପଣାମାନଙ୍କ ବୀରକୁ ମୃତ ଦେଖି ପଳାଇଲେ।
52
ଇସ୍ରାଏଲର ଓ ଯିହୁଦାର ଲୋକମାନେ ଉଠି ଜୟଧ୍ୱନି କଲେ ଓ ସନ୍ନିକଟ ଇକ୍ରୋଣ ଫାଟକ ପର୍ଯ୍ୟନ୍ତ ପଲେଷ୍ଟୀୟମାନଙ୍କ ପଛେ ପଛେ ଗୋଡ଼ାଇଲେ। ତା’ପରେ ସେମାନେ ପଲେଷ୍ଟୀୟମାନଙ୍କୁ ହତ୍ୟା କରି ଶାରୟିମ ପଥରେ ଗାଥ୍ ଓ ଇକ୍ରୋଣ ପର୍ଯ୍ୟନ୍ତ ପକାଇଲେ।
53
ଇସ୍ରାଏଲର ପଲେଷ୍ଟୀୟମାନଙ୍କ ପଛେ ପଛେ ଗୋଡ଼ାଇବାରୁ ଲେଉଟି ଆସି ସେମାନଙ୍କ ଛାଉଣି ଲୁଟ୍ କଲେ।
54
ଦାଉଦ ସେହି ପଲେଷ୍ଟୀୟର ମସ୍ତକ ନେଇ ଯିରୁଶାଲମକୁ ଆଣିଲେ କିନ୍ତୁ ତା’ର ଅସ୍ତ୍ର ଆପଣା ଗୃହରେ ରଖିଲେ।
55
ଶାଉଲ ଦାଉଦଙ୍କୁ ଭୟ କରିବାକୁ ଆରମ୍ଭ କଲେ ସେହି ପଲେଷ୍ଟୀୟ ବିରୁଦ୍ଧରେ ଦାଉଦଙ୍କୁ ବାହାରିବାର ଦେଖି ଶାଉଲ ସୈନ୍ୟର ସେନାପତି ଅବ୍ନରକୁ କହିଲେ, “ଅବ୍ନର ଏ ଯୁବକ କାହାର ପୁତ୍ର?” ଅବ୍ନର କହିଲା, “ହେ ମହାରାଜ ଆପଣଙ୍କ ଜୀବନ ପ୍ରମାଣେ ମୁଁ କହି ପାରିବି ନାହିଁ।”
56
ରାଜା କହିଲେ, “ପଗ୍ଭର ଏ ଯୁବକ କାହାର ପୁଅ?”
57
ଦାଉଦ ପଲେଷ୍ଟୀୟକୁ ହତ୍ୟା କରି ପଲେଷ୍ଟୀୟର ମସ୍ତକ ହସ୍ତରେ ଧରି ଫେରି ଆସିବା ବେଳେ ଅବ୍ନର ତାଙ୍କୁ ନେଇ ଶାଉଲଙ୍କ ନିକଟକୁ ଆସିଲା।
58
ଶାଉଲ ତାଙ୍କୁ ପଗ୍ଭରିଲେ, “ହେ ଯୁବକ ତୁମ୍ଭେ କାହାର ପୁଅ?” ଦାଉଦ କହିଲେ, “ମୁଁ ଆପଣଙ୍କ ଦାସ ବୈଥ୍ଲେହମୀୟ ଯିଶୀର ପୁତ୍ର।”
← Chapter 16
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 18 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31