bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
1 Samuel 2
1 Samuel 2
Odia Bible ERV 2004 (ପବିତ୍ର ବାଇବଲ)
← Chapter 1
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 3 →
1
ହାନ୍ନା ଧନ୍ୟବାଦ ଦେଲା ହାନ୍ନା ପ୍ରାର୍ଥନା କରି କହିଲା, “ମୋର ଅନ୍ତଃକରଣ ସଦାପ୍ରଭୁଙ୍କଠାରେ ମହାଉଲ୍ଲାସ କରୁଅଛି। ପରମେଶ୍ୱରଙ୍କଠାରେ ମୁଁ ମୋର ବହୁତ ଶକ୍ତି ଅନୁଭବ କରୁଛି। ମୁଁ ମୋର ଶତ୍ରୁମାନଙ୍କୁ ଉପହାସ କରୁଛି। ଯେହେତୁ ତୁମ୍ଭେ ମୋତେ ରକ୍ଷା କରିଥିବାରୁ ମୁଁ ବହୁତ ଖୁସୀ।
2
ପରମେଶ୍ୱରଙ୍କ ତୁଲ୍ୟ ପବିତ୍ର ଆଉ କେହି ନାହିଁ, କାରଣ ତୁମ୍ଭ ବ୍ୟତୀତ ଆଉ କେହି ପରମେଶ୍ୱର ନାହାନ୍ତି। ଆମ୍ଭର ପରମେଶ୍ୱରଙ୍କ ତୁଲ୍ୟ କୌଣସି ଶୈଳ ନାହିଁ।
3
ନିଜ ବୃଥାଗର୍ବ ବନ୍ଦ କର। ଅହଂକାର ଭାବରେ କହିବା ବନ୍ଦ କର। ସଦାପ୍ରଭୁ ପରମେଶ୍ୱର ସର୍ବଜ୍ଞ ଅଟନ୍ତି ଏବଂ ସେ ଲୋକମାନଙ୍କୁ ସେମାନଙ୍କର କର୍ମ ଅନୁଯାୟୀ ବିଗ୍ଭର କରନ୍ତି।
4
ବୀରମାନଙ୍କର ସମସ୍ତ ଧନୁ ଭଙ୍ଗା ଯାଇଅଛି ଓ ଝୁଣ୍ଟି ପଡ଼ୁଥିବା ଦୁର୍ବଳ ଲୋକମାନେ ବଳଶାଳୀ ହୋଇଛନ୍ତି।
5
ଯେଉଁମାନେ, ବେଶି ଖାଦ୍ୟ ଖାଉଥିଲେ, ବର୍ତ୍ତମାନ ନିଶ୍ଚୟ କଠିନ ପରିଶ୍ରମ କରିବେ। ଖାଦ୍ୟ ଅଭାବରୁ ଯେଉଁମାନେ କ୍ଷୁଧାର୍ତ୍ତ ଥିଲେ, ସେମାନେ ଖାଦ୍ୟ ପାଇ ଅଛନ୍ତି। ବନ୍ଧ୍ୟା ସପ୍ତ ସନ୍ତାନ ପ୍ରସବ କରିଅଛି ଓ ସ୍ତ୍ରୀଲୋକଟି ଯାହାର ବହୁତ ସନ୍ତାନ ଥିଲା ସେ ଦୁଃଖିତା ହୋଇଅଛି।
6
ସଦାପ୍ରଭୁ ଲୋକମାନଙ୍କର ମୃତ୍ୟୁର କାରଣ ହୁଅ ଓ ସେ ପୁନର୍ବାର ଲୋକମାନଙ୍କ ଜୀବନ ଫେରାଇ ଆଣି ପାରନ୍ତି। ସଦାପ୍ରଭୁ ଲୋକମାନଙ୍କୁ କବରକୁ ପଠାନ୍ତି ଓ କବରରୁ ସେମାନଙ୍କୁ ଉଠାଇ ଆଣିପାରନ୍ତି।
7
ସଦାପ୍ରଭୁ ଲୋକମାନଙ୍କୁ ନିର୍ଦ୍ଧନ କରନ୍ତି ବା ଧନବାନ୍ କରାନ୍ତି। ସେ ଲୋକମାନଙ୍କୁ ନମ୍ର କରନ୍ତି କିମ୍ବା ସେମାନଙ୍କୁ ଉଚ୍ଚ ସ୍ଥାନରେ ପ୍ରତିଷ୍ଠିତ କରାନ୍ତି।
8
ସଦାପ୍ରଭୁ ଗରିବ ଲୋକମାନଙ୍କୁ ଧୂଳିରୁ ଉଠାନ୍ତି। ସେ ଦରିଦ୍ର ଲୋକମାନଙ୍କୁ ଅଳିଆ ଗଦାରୁ ଉଠାଇବେ। ସେ ଗରିବ ଲୋକମାନଙ୍କୁ ରାଜକୁମାରମାନଙ୍କ ସହିତ ଓ କୁଳୀନ ଅତୀଥିମାନଙ୍କ ସହିତ ବସିବା ପାଇଁ ଉଠେଇ ଦିଅନ୍ତି କାରଣ ସଦାପ୍ରଭୁ ସମଗ୍ର ବ୍ରହ୍ମାଣ୍ଡକୁ ନିର୍ମାଣ କରିଛନ୍ତି ଏବଂ ସମୁଦାୟ ବ୍ରହ୍ମାଣ୍ତ ତାଙ୍କର ଅଟେ।
9
ସଦାପ୍ରଭୁ ତାଙ୍କର ପବିତ୍ର ଭକ୍ତମାନଙ୍କୁ ସୁରକ୍ଷା କରନ୍ତି। ସେ ସେମାନଙ୍କୁ ଝୁଣ୍ଟିବାରୁ ରକ୍ଷା କରନ୍ତି। କିନ୍ତୁ ମନ୍ଦ ଲୋକମାନେ ଅନ୍ଧକାରରେ ଝୁଣ୍ଟିପଡ଼ନ୍ତି ଓ ଧ୍ୱଂସ ହୁଅନ୍ତି। ସେମାନଙ୍କର ଶକ୍ତି ସେମାନଙ୍କୁ ରକ୍ଷା କରିବା ପାଇଁ ସାହାଯ୍ୟ କରେ ନାହିଁ।
10
ଯେଉଁମାନେ ସର୍ବୋପରିସ୍ଥ ପରମେଶ୍ୱରଙ୍କ ସହିତ ପ୍ରତିବାଦ କରନ୍ତି, ସେମାନେ ଭଗ୍ନ ହେବେ। ସଦାପ୍ରଭୁ ସ୍ୱର୍ଗରେ ଥାଇ ସେହି ଲୋକମାନଙ୍କ ବିରୁଦ୍ଧରେ ଗର୍ଜନ କରିବେ। ଏବଂ ସଦାପ୍ରଭୁ ପୃଥିବୀର ସମସ୍ତ ଲୋକମାନଙ୍କର ବିଗ୍ଭର କରିବେ ଓ ସେ ଆପଣା ରାଜାକୁ ବଳ ଦେବେ। ସେ ତାଙ୍କର ଅଭିଷିକ୍ତ ରାଜାଙ୍କୁ ଉନ୍ନତ କରିବେ।”
11
ଏହା ପରେ ଇଲ୍କାନା ରାମାସ୍ଥିତ ଆପଣା ଘରକୁ ଗଲା। କିନ୍ତୁ ବାଳକ ଶାମୁୟେଲ ଯାଜକ ଏଲି ଅଧୀନରେ ଥାଇ ସଦାପ୍ରଭୁଙ୍କର ସେବା କଲା।
12
ଏଲିଙ୍କର ଦୁଷ୍ଟ ପୁତ୍ରମାନେ ଏଲିଙ୍କର ପୁତ୍ରମାନେ ପାପୀ ଥିଲେ ଏବଂ ସେମାନେ ସଦାପ୍ରଭଙ୍କୁ ଜାଣନ୍ତି ନାହିଁ ।
13
ସେହି ଯାଜକମାନେ ଲୋକମାନଙ୍କ ସହିତ ଏପରି ବ୍ୟବହାର କରିବା ଉଚିତ୍। ଯେତେବେଳେ କେହି ଜଣେ ବଳିଦାନ କଲେ ମାଂସ ସିଦ୍ଧ ହେବା ସମୟରେ ଯାଜକର ଦାସ ହସ୍ତରେ ତ୍ରିଶୁଳ ଧରି ଆସେ।
14
ଆଉ ଯାଜକର ସେବକ ମାଂସକୁ ତସଲା ବା ହଣ୍ଡାରୁ ବାହାର କରିବା ପାଇଁ କଣ୍ଟା ଗ୍ଭମୁଚର ବ୍ୟବହାର କରିବା ଉଚିତ୍। କଣ୍ଟା ଗ୍ଭମୁଚ ଦ୍ୱାରା ଯେତିକି ସେବକ ଆଣି ଥାଏ କେବଳ ସେତିକି ହିଁ ଯାଜକ ନେବା ଉଚିତ୍। ଇସ୍ରାଏଲ ଲୋକମାନେ ଯେଉଁମାନେ ଶିଲୋକୁ ଉପାସନା କରିବା ପାଇଁ ଆସନ୍ତି, ଏହା ଯାହାକି ଯାଜକଗଣ ନୈବେଦ୍ୟ ପ୍ରତି କରିବା ଉଚିତ୍।
15
କିନ୍ତୁ ଯାଜକଗଣ ଯେପରି ବ୍ୟବହାର କରିବା ଉଚିତ୍, ଏଲିର ପୁତ୍ରଗଣ ସେପରି ବ୍ୟବହାର କଲେ ନାହିଁ। ଏପରିକି ସେହି ମାଂସର ମେଦ ଯଜ୍ଞବେଦିରେ ଦଗ୍ଧ ହେବା ପୂର୍ବରୁ, ସେମାନଙ୍କର ସେବକମାନେ ସେହି ବଳିଦାନ ଉତ୍ସର୍ଗ କରୁଥିବା ବ୍ୟକ୍ତି ପାଖକୁ ଗଲେ ଏବଂ କହିଲେ, “ପୋଡ଼ିବା ପାଇଁ ଯାଜକମାନଙ୍କୁ କିଛି ମାଂସ ଦିଅ। ଯାଜକମାନେ ତୁମ୍ଭଠାରୁ ରନ୍ଧା ମାଂସ ଗ୍ରହଣ କରିବେ ନାହିଁ। କେବଳ କଞ୍ଚାମାଂସ ଗ୍ରହଣ କରିବେ।”
16
ଏଥିରେ ଯେବେ ସେ ଲୋକ ତାହାକୁ କହେ, “ପ୍ରଥମେ ମେଦ ଦଗ୍ଧ ହେବାକୁ ଦିଅ, ତା’ପରେ ତୁମ୍ଭେ ଯେତେ ଗ୍ଭହଁ ସେତେ ନିଅ।” ତେବେ ସେ ଯାଜକର ସେବକ କହିଥାଏ। ମାତ୍ର “ଏହିକ୍ଷଣି ତାହା ମୋତେ ଦେବାକୁ ହେବ। ଯଦି ତୁମ୍ଭେ ମୋତେ ନ ଦିଅ, ତାହାହେଲେ ମୁଁ ଜୋର୍ କରି ନେଇଯିବି।”
17
ଏହିରୂପରେ, ସଦାପ୍ରଭୁଙ୍କ ବିପକ୍ଷରେ ସେହି ଏଲିଙ୍କ ପୁତ୍ରମାନଙ୍କର ପାପ ଅତି ଭାରି ହେଲା କାରଣ ସେହି ଲୋକମାନେ ସଦାପ୍ରଭୁଙ୍କର ନୈବେଦ୍ୟ ତୁଚ୍ଛଜ୍ଞାନ କଲେ।
18
ସେ ସମୟରେ ବାଳକ ଶାମୁୟେଲ ଶୁକ୍ଳ ଏଫୋଦ ପିନ୍ଧି ସଦାପ୍ରଭୁଙ୍କ ସମ୍ମୁଖରେ ପରିଚର୍ଯ୍ୟା କଲେ।
19
ଆହୁରି ମଧ୍ୟ ତାଙ୍କର ମାତା ପ୍ରତି ବର୍ଷ ଆପଣା ସ୍ୱାମୀ ସଙ୍ଗେ ବାର୍ଷିକ ବଳି ଉତ୍ସର୍ଗ କରିବାକୁ ଆସିବା ବେଳେ ସେ ଶାମୁୟେଲ ପାଇଁ ଗୋଟିଏ ସାନ ବସ୍ତ୍ର ବନାଇଥିବା, ତାହା ସେ ତାଙ୍କ ପାଖକୁ ଆଣିବ।
20
ପୁଣି ଏଲି ଇଲ୍କାନାକୁ ଓ ତା’ର ସ୍ତ୍ରୀକୁ ଆଶୀର୍ବାଦ କଲେ ଏବଂ କହିଲେ, “ସଦାପ୍ରଭୁଙ୍କର ଏହି ସ୍ତ୍ରୀଲୋକ ପ୍ରତି ଗୋଟିଏ ପିଲା ପାଇଁ ଆଶୀର୍ବାଦ ହେଉ, ହନାହାବ ପୁତ୍ର ପ୍ରାର୍ଥନା କରୁଥିବା ସ୍ଥାନକୁ ନିଆ ହେଉ ଏବଂ ତା’ପରେ ସଦାପ୍ରଭୁଙ୍କୁ ଦେଲେ।” ଏହା ପରେ ସେମାନେ ଆପଣା ଗୃହକୁ ଫେରିଗଲେ।
21
ପୁଣି ସଦାପ୍ରଭୁ ହାନ୍ନା ପ୍ରତି ଦୟା କଲେ ଓ ସେ ତିନି ପୁତ୍ର ଓ ଦୁଇ କନ୍ୟା ପ୍ରସବ କଲା। ଏଥି ମଧ୍ୟରେ ବାଳକ ଶାମୁୟେଲ ସଦାପ୍ରଭୁଙ୍କ ଉପସ୍ଥିତିରେ ବଢ଼ିଲା।
22
ଏଲି ଦୁଷ୍ଟ ପୁତ୍ରମାନଙ୍କୁ ଶାସନ କରିବାରେ ବିଫଳ ହେଲେ ଏଲି ଅତି ବୃଦ୍ଧ ହେଲେ। ପୁଣି ତାଙ୍କର ପୁତ୍ରମାନେ ସମୁଦାୟ ଇସ୍ରାଏଲକୁ ଯାହା ଯାହା କଲେ ଓ ଯିଏ କି ସମାଗମ-ତମ୍ବୁର ପ୍ରବେଶ ନିକଟରେ ସେବା କାରୀଣୀ ସ୍ତ୍ରୀଗଣ ସହିତ କିପରି ଶୟନ କଲେ, ଏସବୁ କଥା ତାଙ୍କ ଦ୍ୱାରା ଶୁଣା ହେଲା।
23
ତହୁଁ ସେ ସେମାନଙ୍କୁ କହିଲେ, “ତୁମ୍ଭେମାନେ କାହିଁକି ଏପରି କରୁଅଛ? କାରଣ ମୁଁ ଏହି ସମସ୍ତ ଲୋକଙ୍କଠାରୁ ତୁମ୍ଭମାନଙ୍କ ବିଷୟରେ ନାନା ମନ୍ଦ କଥା ଶୁଣିଅଛି।
24
ନାହିଁ, ନାହିଁ, ମୋର ପୁତ୍ରମାନେ, ମୁଁ ଯେଉଁ ଜନରବ ଶୁଣୁଅଛି, ଭଲ ନୁହେଁ, ତୁମ୍ଭେମାନେ ସଦାପ୍ରଭୁଙ୍କ ଲୋକମାନଙ୍କୁ ଆଜ୍ଞାଲଂଘନ କରାଉଅଛ।
25
ଜଣେ ମନୁଷ୍ୟ ଯେବେ ଅନ୍ୟ ଜଣେ ମନୁଷ୍ୟ ବିରୁଦ୍ଧରେ ପାପ କରେ, ତେବେ ପରମେଶ୍ୱର ହୁଏତ ସାହାଯ୍ୟ କରି ପାରନ୍ତି। କିନ୍ତ ମନୁଷ୍ୟ ଯେବେ ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରେ, ତେବେ କିଏ ତାହା ପାଇଁ ପ୍ରାର୍ଥନା କରିବ?” ତଥାପି ସେମାନେ ପିତାଙ୍କ ବାକ୍ୟ ଶୁଣିଲେ ନାହିଁ, କାରଣ ସେମାନଙ୍କୁ ହତ୍ୟା କରିବାକୁ ସଦାପ୍ରଭୁଙ୍କର ଇଚ୍ଛା ଥିଲା।
26
କିନ୍ତୁ ବାଳକ ଶାମୁୟେଲ କ୍ରମେ କ୍ରମେ ବଡ଼ ହେଲା ଆଉ ପରମେଶ୍ୱରଙ୍କର ଓ ଲୋକମାନଙ୍କର ଅନୁଗ୍ରହ ପାତ୍ର ହେଲା।
27
ଏଲିଙ୍କ ପରିବାର ବିଷୟରେ ଭୟଙ୍କର ଭବିଷ୍ୟଦ୍ବାଣୀ ଏହା ପରେ ପରମେଶ୍ୱରଙ୍କଠାରୁ ଏକ ଲୋକ ଏଲିଙ୍କ ନିକଟକୁ ଆସି କହିଲା, “ସଦାପ୍ରଭୁ ଏହା କହନ୍ତି, ‘ଯେତେବେଳେ ତୁମ୍ଭର ପୂର୍ବପୁରୁଷଗଣ ମିଶରରେ ଫାରୋର ଦାସତ୍ୱରେ ଥିଲେ। ସେ ସମୟରେ ମୁଁ ସେମାନଙ୍କ ଆଗରେ ଆବିର୍ଭାବ ହେଲି।
28
ଇସ୍ରାଏଲର ଗୋଷ୍ଠୀମାନଙ୍କ ମଧ୍ୟରୁ ତୁମ୍ଭର ପରିବାରବର୍ଗକୁ ମୋର ଯାଜକ ହୋଇ ସେବା କରିବାକୁ, ଏଫୋଦ ପରିଧାନ କରିବାକୁ ଓ ଯଜ୍ଞବେଦିରେ ଧୂପ ଜଳାଇବାକୁ ମୁଁ ମନୋନୀତ କରିଅଛି। ଆହୁରି ମଧ୍ୟ ମୁଁ ତୁମ୍ଭକୁ ଏକ ନିୟମ ଦେଲି ଯେ, ମୋ’ ପାଇଁ ଇସ୍ରାଏଲର ଲୋକମାନେ ଉତ୍ସର୍ଗ କରୁଥିବା ମାଂସ ଓ ଅନ୍ୟ ସାମଗ୍ରୀ ତୁମ୍ଭ ପରିବାରବର୍ଗକୁ ଦିଆଯିବ।
29
ତେବେ ତୁମ୍ଭେମାନେ କାହିଁକି ମୋର ନୈବେଦ୍ୟ ଓ ବଳିଦାନକୁ ପରିତ୍ୟାଗ କରୁଛ ଯାହାକି ମୋ’ ମନ୍ଦିରରେ ଉତ୍ସର୍ଗ କରାଯିବ ବୋଲି ମୁଁ ଆଜ୍ଞା ଦେଇଅଛି? ପୁଣି କାହିଁକି ତୁମ୍ଭର ପୁତ୍ରଗଣଙ୍କୁ ମୋ’ଠାରୁ ଅଧିକ ସମ୍ମାନ ଦେଉଛ, ଇସ୍ରାଏଲୀୟମାନେ ମୋ’ ସକାଶେ ଉତ୍ସର୍ଗ କରୁଥିବା ବଳିର ଅଂଶ ଓ ମେଦ କାହିଁକି ତୁମ୍ଭ ନିଜ ପାଇଁ ନେଉଛ?’
30
“ଏଣୁ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର କହନ୍ତି, ତୁମ୍ଭ ଗୃହରୁ ଓ ତୁମ୍ଭ ପିତୃଗୃହରୁ ଚିରଦିନ ପାଇଁ ମୋର ଯାଜକ ହେବ ବୋଲି ମୁଁ ପ୍ରତିଜ୍ଞା କଲି। କିନ୍ତୁ ଏବେ ସଦାପ୍ରଭୁ କହନ୍ତି, ‘ତାହା ଆଉ କେବେ ଘଟିବ ନାହିଁ। କାରଣ ଯେଉଁମାନେ ମୋତେ ସମ୍ମାନ କରନ୍ତି, ମୁଁ ସେମାନଙ୍କୁ ସମ୍ମାନ କରିବି। କିନ୍ତୁ ଯେଉଁମାନେ ମୋତେ ତୁଚ୍ଛଜ୍ଞାନ କରନ୍ତି, ସେମାନଙ୍କୁ ଅସମ୍ମାନ କରାଯିବ।
31
ସମୟ ଆସୁଅଛି, ଯେତେବେଳେ ମୁଁ ତୁମ୍ଭର ଶକ୍ତି ଓ ତୁମ୍ଭର ପିତୃଗୃହର ଶକ୍ତି କାଟି ପକାଇବି, ସେହି ଦିନ ଆସୁଅଛି, ତହିଁରେ ତୁମ୍ଭ ବଂଶରେ ଜଣେ ବି ବୃଦ୍ଧ ଲୋକ ରହିବ ନାହିଁ।
32
ପୁଣି ପରମେଶ୍ୱର ଇସ୍ରାଏଲକୁ ଆଶୀର୍ବାଦ ଓ ମଙ୍ଗଳ ପ୍ରଦାନ କରିବେ। କିନ୍ତୁ ତୁମ୍ଭେ ତୁମ୍ଭର ଗୃହରେ ଦୁଃଖ ଦେଖିବ; ଆଉ ତୁମ୍ଭ ଗୃହରେ କେହି କଦାପି ବୃଦ୍ଧ ହେବେ ନାହିଁ।
33
ଆଉ ତୁମ୍ଭର ସମସ୍ତ ବଂଶଧରଗଣଙ୍କୁ ଆପଣା ଯଜ୍ଞବେଦିରୁ ଆସୁଥିବା ମୁଁ ଉଚ୍ଛିନ୍ନ କରିବି ନାହିଁ। ତୁମ୍ଭମାନଙ୍କ ମଧ୍ୟରୁ କେତେକ ମୋର ଯଜ୍ଞବେଦିରେ ସେବା କରିବ। ସେମାନେ ତୁମ୍ଭର ପରିବାର ଧ୍ୱଂସ ପାଇଁ କାନ୍ଦୁଥିବେ ଓ ଶୋକ କରୁଥିବେ। କିନ୍ତୁ ତୁମ୍ଭର ଅଧିକାଂଶ ବଂଶଧରଗଣ ସେମାନଙ୍କର ଯୌବନାବସ୍ଥାରେ ମରିବେ।
34
ପୁଣି ତୁମ୍ଭର ଦୁଇପୁତ୍ର ହଫ୍ନି ଓ ପିନହସ ପ୍ରତି ଯାହା ଘଟିବ, ତାହା ତୁମ୍ଭ ପାଇଁ ଚିହ୍ନ ସ୍ୱରୂପ ହେବ। ସେ ଦୁହେଁ ଏକ ଦିନରେ ମରିବେ।
35
ପୁଣି ମୁଁ ମୋ’ ନିମନ୍ତେ ଏକ ବିଶ୍ୱସ୍ତ ଯାଜକ ଉତ୍ପନ୍ନ କରିବି ଯିଏ ମୋ’ ମନ ଓ ମୋ’ ହୃଦୟ ଅନୁସାରେ କର୍ମ କରିବ। ଆଉ ମୁଁ ତାହାର ଗୃହ ପ୍ରତିଷ୍ଠା କରିବି ଏବଂ ସେ ମୋର ମନୋନୀତ ରାଜାଙ୍କ ସମ୍ମୁଖରେ ସର୍ବଦା ସେବା କରିବ।
36
ଆଉ ତୁମ୍ଭର ଅବଶିଷ୍ଟ ବଂଶଧରଗଣ ଯାଜକ ନିକଟରେ ଆସି ତାଙ୍କୁ ଜବାବ କରିବେ, “ଦୟାକରି ମୋତେ ଯାଜକ ଭାବରେ କିଛି କାମ ଦିଅନ୍ତୁ, ଯାହା ଫଳରେ ମୁଁ କିଛି ଖାଦ୍ୟ ଓ କିଛି ଟଙ୍କା ରୋଜଗାର କରି ପାରିବି।”’”
← Chapter 1
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 3 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31