bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
2 Samuel 1
2 Samuel 1
Odia Bible ERV 2004 (ପବିତ୍ର ବାଇବଲ)
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 2 →
1
ଦାଉଦ ଶାଉଲଙ୍କର ମୃତ୍ୟୁ ବିଷୟରେ ଜାଣିବାକୁ ପାଇଲେ ଅମାଲେକୀୟମାନଙ୍କୁ ମାରିସାରିବା ପରେ ଦାଉଦ ସିକ୍ଳଗ୍କୁ ଫେରି ଆସିଲେ। ଏହା ଠିକ୍ ଶାଉଲଙ୍କର ମୃତ୍ୟୁ ପରେ ପରେ, ଦାଉଦ ସେଠାରେ ମାତ୍ର ଦୁଇ ଦିନ ରହିଲେ।
2
ତା’ପରେ ତୃତୀୟ ଦିନ ଶାଉଲଙ୍କର ଛାଉଣିରୁ ଜଣେ ସୈନ୍ୟ ସିକ୍ଳଗ୍କୁ ଆସିଲା। ସେ ଲୋକଟି ଅତ୍ୟନ୍ତ ଦୁଃଖିତ ଥିଲା। ତା’ର ବସ୍ତ୍ର ଚିରି ଯାଇଥିଲା ଏବଂ ତା’ ମୁଣ୍ଡରେ ମାଟି ବୋଳି ହୋଇଥିଲା। ଉକ୍ତ ଲୋକ ଜଣକ ଦାଉଦଙ୍କ ପାଖକୁ ଆସି ଭୂମିଷ୍ଠ ପ୍ରଣାମ କଲା।
3
ଦାଉଦ ତାଙ୍କୁ ପଗ୍ଭରିଲେ, “ତୁମ୍ଭେ କେଉଁଠାରୁ ଆସିଅଛ?” ସେ ଲୋକଟି ଦାଉଦଙ୍କୁ ଉତ୍ତର ଦେଇ କହିଲା, “ମୁଁ ଇସ୍ରାଏଲୀୟ ଛାଉଣିରୁ ପଳାଇ ଆସିଛି।”
4
ଦାଉଦ ସେହି ଲୋକଟିକୁ ପଗ୍ଭରିଲେ, “ଏ ଯୁଦ୍ଧରେ କିଏ ଜିତିଲା?” ଲୋକଟି ଉତ୍ତରରେ କହିଲା, “ଆମ୍ଭର ଲୋକମାନେ ଯୁଦ୍ଧ କ୍ଷେତ୍ରରୁ ପଳାୟନ କଲେ, ବହୁତ ଲୋକ ଯୁଦ୍ଧରେ ମୃତ୍ୟୁବରଣ କଲେ, ଏପରିକି ଶାଉଲ ଓ ତାଙ୍କର ପୁତ୍ର ଯୋନାଥନ ମଧ୍ୟ ମୃତ୍ୟୁବରଣ କଲେ।”
5
ଦାଉଦ ସେହି ଯୁବ ସୈନିକକୁ ପଗ୍ଭରିଲେ, “ଶାଉଲ ଓ ତାଙ୍କର ପୁତ୍ର ଯୋନାଥନ ମୃତ୍ୟୁବରଣ କଲେ ବୋଲି ତୁମ୍ଭେ କିପରି ଜାଣିଲ?”
6
ଯୁବକ ଜଣକ କହିଲା, “ମୁଁ ଯେତେବେଳେ ଗିଲ୍ବୋୟ ପର୍ବତ ଉପରେ ଥିଲି, ମୁଁ ଦେଖିଲି, ଶାଉଲ ନିଜର ବର୍ଚ୍ଛା ଉପରେ ଆଉଜିଛନ୍ତି ଏବଂ ପଲେଷ୍ଟୀୟ ରଥସବୁ ଓ ଅଶ୍ୱାରୋହୀମାନେ ତାଙ୍କର ପାଖକୁ ଆସୁଛନ୍ତି।”
7
ଶାଉଲ ପଛକୁ ଗ୍ଭହିଁ ମୋତେ ଦେଖିଲେ ଓ ଡାକିଲେ, ମୁଁ ମଧ୍ୟ ଉତ୍ତର ଦେଲି।
8
ଶାଉଲ ମୋତେ ପଗ୍ଭରିଲେ, ତୁମ୍ଭେ କିଏ? ମୁଁ ଉତ୍ତର ଦେଲି ମୁଁ ଜଣେ ଅମାଲେକୀୟ ଲୋକ।
9
ତା’ପରେ ଶାଉଲ କହିଲେ, ‘ତୁମ୍ଭେ ମୋତେ ହତ୍ୟା କର। କାରଣ ମୁଁ ବଡ଼ ଯନ୍ତ୍ରଣା ପାଉଛି। ତଥାପି ମୋ’ ପ୍ରାଣ ସମ୍ପୂର୍ଣ୍ଣ ରହିଅଛି।’
10
ସେ ଗଭୀର ଭାବରେ ଆହତ ହୋଇଥିଲେ। ମୁଁ ଜାଣିଲି ସେ ବଞ୍ଚିବେ ନାହିଁ, ତେଣୁ ମୁଁ ତାଙ୍କୁ ମାରିଦେଲି, ତା’ପରେ ମୁଁ ତାଙ୍କ ମୁଣ୍ଡରୁ ମୁକୁଟ ଓ ବାହୁରୁ ବାଜୁ କାଢ଼ିଲି, ଏବଂ ମୁଁ ମୋର ପ୍ରଭୁଙ୍କ ନିକଟକୁ ନେଇ ଆସିଲି।”
11
ତା’ପରେ ଦାଉଦ ଦୁଃଖରେ ନିଜର ବସ୍ତ୍ରକୁ ଚିରି ପକାଇଲେ, ଏବଂ ଦାଉଦଙ୍କ ନିକଟରେ ଥିବା ସମସ୍ତ ଲୋକ ମଧ୍ୟ ଦାଉଦଙ୍କ ପରି କଲେ।
12
ସେମାନେ ଦୁଃଖରେ କାନ୍ଦିଲେ ଏବଂ ସେମାନେ ମଧ୍ୟ ଦିନସାରା କିଛି ଖାଇଲେ ନାହିଁ। ସେମାନେ ଏପରି କଲେ କାରଣ ଯୋନାଥନ ଓ ଶାଉଲ ମୃତ୍ୟୁବରଣ କଲେ ଏବଂ ସଦାପ୍ରଭୁଙ୍କର ବହୁତ ଇସ୍ରାଏଲୀୟ ଲୋକମାନେ ଯୁଦ୍ଧରେ ହତ ହେଲେ। ତେଣୁ ସେମାନେ କାନ୍ଦିଲେ ଓ ଶୋକ ପାଳନ କଲେ।
13
ଦାଉଦ ଅମାଲେକୀୟ ଯୁବକକୁ ମାରିବାକୁ ଆଦେଶ ଦେଲେ ତା’ପରେ, ଦାଉଦ ସେହି ଯୁବକ ସହିତ କଥା ହେଲେ, ଯିଏ ତାଙ୍କୁ ଶାଉଲଙ୍କର ମୃତ୍ୟୁ ବିଷୟରେ କହିଥିଲା ଏବଂ ପଗ୍ଭରିଲେ, “ତୁମ୍ଭେ କେଉଁଠାରୁ ଆସିଛ?” ସେ ଉତ୍ତର ଦେଲା, “ମୁଁ ଜଣେ ବିଦେଶୀର ପୁତ୍ର। ମୁଁ ଜଣେ ଅମାଲେକୀୟ।”
14
ତା’ପରେ ଦାଉଦ ତାକୁ ପଗ୍ଭରିଲେ, “ତୁମ୍ଭେ କିପରି ସାହସ କଲ ଓ ସଦାପ୍ରଭୁଙ୍କ ଦ୍ୱାରା ମନୋନୀତ ରାଜାଙ୍କୁ ହତ୍ୟା କରିବା ପାଇଁ ଭୟ କଲ ନାହିଁ।”
15
ଦାଉଦ ଅମାଲେକୀୟଙ୍କୁ କହିଲେ, “ତୁମ୍ଭେ ତୁମ୍ଭର ମୃତ୍ୟୁ ପାଇଁ ଦାୟୀ, ତୁମ୍ଭେ ନିଜେ କହୁଛ ଯେ ସଦାପ୍ରଭୁଙ୍କ ଦ୍ୱାରା ମନୋନୀତ ରାଜାଙ୍କୁ ତୁମ୍ଭେ ହତ୍ୟା କରିଛ ବୋଲି। ତେଣୁ ତୁମ୍ଭେ ଦୋଷୀ।” ଦାଉଦ ତାଙ୍କର ଜଣେ ଦାସଙ୍କୁ ଆଦେଶ ଦେଲେ, ତୁମ୍ଭେ ଏହି ଅମାଲେକୀୟଙ୍କୁ ହତ୍ୟା କର। ତେଣୁ ସେ ଏହି ଅମାଲେକୀୟଙ୍କୁ ହତ୍ୟା କଲେ।
17
ଶାଉଲ ଓ ଯୋନାଥନଙ୍କ ପାଇଁ ଦାଉଦଙ୍କର ଦୁଃଖଭରା ଗୀତ ଶାଉଲ ଓ ତାଙ୍କର ପୁତ୍ର ଯୋନାଥନ ପାଇଁ ଦାଉଦ ଏକ ଦୁଃଖଦ ଗୀତ ଗାଇଲେ।
18
ତା’ପରେ ଦାଉଦ ତାଙ୍କର ଲୋକମାନଙ୍କୁ, ଯିହୁଦୀୟମାନଙ୍କୁ ଉକ୍ତ ଗୀତ ଗାଇବା ପାଇଁ ଏବଂ ଶିକ୍ଷା ଦେବା ପାଇଁ ଆଦେଶ ଦେଲେ। ଏହାକୁ “ଧନୁ” କୁହାଯାଏ। ଏହା ଯାଶେର ପୁସ୍ତକରେ ଲେଖାଅଛି।
19
“ହେ ଇସ୍ରାଏଲ, ତୁମ୍ଭର ସୌନ୍ଦର୍ଯ୍ୟ ତୁମ୍ଭର ପର୍ବତକୁ ଭାଙ୍ଗି ଦେଲା। ଦେଖ! କେମିତି ସେହି ବୀରଗଣଙ୍କର ପତନ ହେଲା।”
20
ଗାଥ୍ ସହରକୁ ଏହି ସମ୍ବାଦ ଦିଅ ନାହିଁ। ଅସ୍କିଲୋନର ଦାଣ୍ଡରେ ଏହା ପ୍ରଗ୍ଭର କର ନାହିଁ। ଯଦି ତୁମ୍ଭେ ଏହା କର, ସେହି ପଲେଷ୍ଟୀୟ ନଗରଗୁଡ଼ିକ ଆନନ୍ଦ କରିବେ। ସେହି ନଗରର ଅସଭ୍ୟ ପ୍ରତିମା ପୂଜକଗଣ ଆନନ୍ଦିତ ହେବେ।
21
“ହେ ଗିଲ୍ବୋୟ ପର୍ବତଗଣ, ତୁମ୍ଭମାନଙ୍କ ଉପରେ କାକର କି ବୃଷ୍ଟି ନ ପଡ଼ୁ। ଅଥବା ଉପହାରଜନକ କ୍ଷେତ୍ର ନ ହେଉ। କାରଣ ସେଠାରେ ବୀରମାନଙ୍କର ଢାଲ ଅଦରକାରୀ ପରି ଫିଙ୍ଗି ଦିଆଗଲା। ଶାଉଲଙ୍କର ଢାଲ ତୈଳରେ ଅଭିଷିକ୍ତ ହେଲା ନାହିଁ।
22
ହତ ଲୋକମାନଙ୍କର ରକ୍ତରୁ ବୀରମାନଙ୍କ ମେଦରୁ ଯୋନାଥନର ଧନୁ ଓ ଶାଉଲଙ୍କର ଖଡ଼୍ଗ ରିକ୍ତ ହୋଇ ଫେରେ ନାହିଁ।
23
“ଶାଉଲ ଓ ଯୋନାଥନ ସେମାନଙ୍କ ଜୀବନକାଳ ମଧ୍ୟରେ ଲୋକମାନଙ୍କଠାରୁ ବହୁତ ପ୍ରେମ ପାଇଲେ। ଏପରିକି ମୃତ୍ୟୁ ସମୟରେ ମଧ୍ୟ ସେମାନେ ଅଲଗା ହେଲେ ନାହିଁ। ସେମାନେ ଉତ୍କ୍ରୋଶପକ୍ଷୀଠାରୁ ବେଗବାନ ଓ ସିଂହଠାରୁ ବଳବାନ ଥିଲେ।
24
ହେ ଇସ୍ରାଏଲର କନ୍ୟାଗଣ ଶାଉଲଙ୍କ ପାଇଁ କ୍ରନ୍ଦନ କର। ସେ ତୁମ୍ଭମାନଙ୍କୁ ସିନ୍ଦୁରବର୍ଣ୍ଣ ବସ୍ତ୍ରରେ ସୁନ୍ଦର ରୂପେ ବସ୍ତ୍ରାନ୍ୱିତ କଲେ। ସେ ତୁମ୍ଭମାନଙ୍କ ବସ୍ତ୍ର ଉପରେ ସ୍ୱର୍ଣ୍ଣ ଅଳଙ୍କାର ଖଚିତ କଲେ।
25
“ବୀରମାନେ ଯୁଦ୍ଧରେ ପତିତ ହେଲେ। ଯୋନାଥନ ତୁମ୍ଭ ରାଜା ପର୍ବତରେ ହତ ହେଲେ।
26
ହେ ମୋର ଭାଇ ଯୋନାଥନ, ମୁଁ ତୁମ୍ଭ ଲାଗି ଦୁଃଖ କରୁଅଛି। ମୁଁ ତୁମ୍ଭ ସହିତ ଥିବାରୁ ଆନନ୍ଦ ଉପଭୋଗ କରୁଅଛି। ମୋର ପ୍ରତି ତୁମ୍ଭର ପ୍ରେମ ଆଶ୍ଚର୍ଯ୍ୟ ଓ ତାହା ସ୍ତ୍ରୀମାନଙ୍କ ପ୍ରେମରୁ ବଳିଗଲା।
27
ବୀରମାନେ ଯୁଦ୍ଧରେ ପତିତ ହେଲେ ଏବଂ ଯୁଦ୍ଧାସ୍ତ୍ରଗୁଡ଼ିକ ଧ୍ୱଂସ କରାଗଲା।”
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 2 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24