bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
2 Samuel 15
2 Samuel 15
Odia Bible ERV 2004 (ପବିତ୍ର ବାଇବଲ)
← Chapter 14
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 16 →
1
ଅବଶାଲୋମ ବହୁତ ମିତ୍ର ବନାଇଲେ ଏହା ପରେ ଅବଶାଲୋମ ଗୋଟିଏ ରଥ ଓ ଅଶ୍ୱମାନ ପାଇଲା। ଆଉ ସେ ଯେତେବେଳେ ଘୋଡ଼ାଗାଡ଼ି ଆରୋହଣ କଲା, ପଗ୍ଭଶ୍ ଜଣ ଲୋକ ତା’ ସମ୍ମୁଖକୁ ଦୌଡ଼ି ଆସିଲେ।
2
ଅବଶାଲୋମ ପ୍ରତ୍ୟୁଷରୁ ଉଠି ରାଜ ଦ୍ୱାରର ପଥପାର୍ଶ୍ୱରେ ଆସି ଠିଆ ହୁଏ। ଯେତେବେଳେ କୌଣସି ଲୋକ ରାଜାଙ୍କ ନିକଟକୁ ବିଗ୍ଭର ନ୍ୟାୟ ପାଇବା ପାଇଁ ଆସିଲେ, ଅବଶାଲୋମ ତାଙ୍କୁ ପ୍ରଥମେ ପଗ୍ଭରିଲା, “ତୁମ୍ଭେ କେଉଁ ନଗରରୁ ଆସିଛ?” ସେ ଲୋକ ଉତ୍ତର ଦେଲା, “ମୁଁ ଇସ୍ରାଏଲର ଏହି ଗୋଷ୍ଠୀୟ ଲୋକ ଅଟେ।”
3
ଲୋକର ଯୁକ୍ତି ଶୁଣିଲା ପରେ ଅବଶାଲୋମ ତାକୁ କହିଥା’ନ୍ତି, “ତୁମ୍ଭେ ଠିକ୍ କହୁଛ, ତୁମ୍ଭର କଥା ଯଥାର୍ଥ ଅଟେ। କିନ୍ତୁ ରାଜା ତୁମ୍ଭ କଥା ଶୁଣିବେ ନାହିଁ।”
4
ଅବଶାଲୋମ କହେ, “ଆଃ, ମୁଁ ଯଦି ଦେଶର ବିଗ୍ଭରକର୍ତ୍ତାରୂପେ ନିଯୁକ୍ତି ହୁଅନ୍ତି ଏବଂ ଯଦି କୌଣସି ଲୋକ ମୋ’ ପାଖକୁ ତା’ର ସମସ୍ୟା କହିବାକୁ ଆସିଥା’ନ୍ତି, ତାହାହେଲେ ମୁଁ ତାକୁ ସାହାଯ୍ୟ କରିଥା’ନ୍ତି ଓ ଯଥାର୍ଥ ଶାସନ ଦେଇଥା’ନ୍ତି।”
5
ଯଦି କେହି ତାକୁ ପ୍ରଣାମ କରିବାକୁ ଆସେ ତେବେ ସେ ତାକୁ ଧରି ଚୁମ୍ବନ କରୁଥିଲେ।
6
ଇସ୍ରାଏଲୀୟ ଯେତେ ଲୋକ ବିଗ୍ଭର ପାଇଁ ରାଜାଙ୍କ ନିକଟକୁ ଆସନ୍ତି, ଅବଶାଲୋମ ସେ ସମସ୍ତଙ୍କ ପ୍ରତି ଏହି ପ୍ରକାର ବ୍ୟବହାର ପ୍ରଦର୍ଶନ କରନ୍ତି। ଏହିପରି ଭାବରେ ସେ ଇସ୍ରାଏଲ ଲୋକମାନଙ୍କର ହୃଦୟକୁ ଜୟ କଲେ।
7
ଅବଶାଲୋମ ଦାଉଦଙ୍କର ରାଜ୍ୟ ନେବା ପାଇଁ ଯୋଜନା କଲେ ଏହିପରି ଗ୍ଭରି ବର୍ଷ ପରେ ଅବଶାଲୋମ ରାଜା ଦାଉଦଙ୍କୁ କହିଲେ, “ଦୟାକରି ମୋତେ ହିବ୍ରୋଣକୁ ମୋର ଶପଥ ପୁରଣ କରିବା ପାଇଁ ଯିବାକୁ ଦିଅନ୍ତୁ।
8
ଅବଶାଲୋମ କହିଲେ, ମୁଁ ଅରାମର ଗଶୂରରେ ଥିବା ସମୟରେ ଏକ ଶପଥ କରିଥିଲି ଯେ, ‘ଯଦି ରାଜା ମୋତେ ଯିରୁଶାଲମକୁ ଫେରି ଆସିବାକୁ କହନ୍ତି ତେବେ ମୁଁ ସଦାପ୍ରଭୁଙ୍କର ସେବା କରିବି।’”
9
ରାଜା ତାଙ୍କୁ କହିଲେ, “ତୁମ୍ଭେ ଶାନ୍ତିରେ ଯାଅ।” ତା’ପରେ ସେ ହିବ୍ରୋଣକୁ ଗଲେ।
10
ଅବଶାଲୋମ ଇସ୍ରାଏଲର ଗ୍ଭରିଆଡ଼େ ଲୋକ ପଠାଇ ଥିଲେ, “ତୁମ୍ଭେମାନେ ତୂରୀଧ୍ୱନି ଶୁଣିବା ମାତ୍ରେ ତୁମ୍ଭେମାନେ ଘୋଷଣା କର ଅବଶାଲୋମ ହିବ୍ରୋଣର ରାଜା ହୋଇଛନ୍ତି।’”
11
ଯେଉଁ 200 ଲୋକ ଅବଶାଲୋମ ଦ୍ୱାରା ନିମନ୍ତ୍ରିତ ହୋଇଥିଲେ, ସେମାନେ ତାଙ୍କ ସହିତ ଯିରୁଶାଲମ ପରିତ୍ୟାଗ କଲେ। ସେମାନେ ଜାଣି ନ ଥିଲେ କ’ଣ ତାଙ୍କର ଯୋଜନା।
12
ଯେତେବେଳେ ଅବଶାଲୋମ ବଳିଦାନ ଉତ୍ସର୍ଗ କଲେ, ସେ ଦାଉଦଙ୍କର ମନ୍ତ୍ରୀ ଗୀଲୋନୀୟ ଅହୀଥୋଫଲକୁ ତାହାର ନଗର ଗୀଲୋରୁ ଡକାଇଲେ। ତହିଁରେ ଚକ୍ରାନ୍ତ ଦୃଢ଼ ହେଲା, କାରଣ ଅବଶାଲୋମର ସପକ୍ଷର ଲୋକମାନେ ବହୁତ ବୃଦ୍ଧି ପାଇଲେ।
13
ଅବଶାଲୋମଙ୍କ ଯୋଜନା ବିଷୟରେ ଦାଉଦ ଜାଣିବାକୁ ପାଇଲେ ଏହା ପରେ ଜଣେ ଦୂତ ଦାଉଦଙ୍କ ନିକଟକୁ ଆସି କହିଲା, “ଇସ୍ରାଏଲ ଲୋକମାନଙ୍କର ମନ ଅବଶାଲୋମଙ୍କ ଉପରେ ଅଛି।”
14
ଏଥିରେ ଦାଉଦ ତାଙ୍କ ସହିତ ଥିବା ସମସ୍ତ ଦାସ ଯେଉଁମାନେ ଯିରୁଶାଲମରେ ଥିଲେ ତାଙ୍କୁ କହିଲେ ଯେ, “ଆମ୍ଭେମାନେ ଏଠାରୁ ପଳାଇବା, ନଚେତ୍ ଅବଶାଲୋମ ଆମ୍ଭକୁ କାହାରିକୁ ଛାଡ଼ିବ ନାହିଁ। ଆଉ ସେ ଆମ୍ଭମାନଙ୍କୁ ଧ୍ୱଂସ କରିବ ଓ ଯିରୁଶାଲମର ସମସ୍ତ ଲୋକଙ୍କୁ ହତ୍ୟା କରିବ।”
15
ରାଜାଙ୍କର କର୍ମଗ୍ଭରୀମାନେ ଦାଉଦ ରାଜାଙ୍କୁ କହିଲେ, “ଆପଣ ଯାହା କହିବେ ଆମ୍ଭେ ତାହା କରିବାକୁ ପ୍ରସ୍ତୁତ ଅଛୁ।”
16
ଦାଉଦ ଓ ତାଙ୍କର ଲୋକମାନେ ରକ୍ଷା ପାଇଲେ ତାଙ୍କର ଘର ଜଗିବା ପାଇଁ ଦଶ ଜଣ ଉପପତ୍ନୀଙ୍କୁ ଛାଡ଼ି ଅନ୍ୟ ସମସ୍ତେ ସେ ସ୍ଥାନରୁ ପଳାୟନ କଲେ।
17
ରାଜା ଗ୍ଭଲି ଗଲେ ଓ ତାଙ୍କ ପଛେ ପଛେ ସମସ୍ତ ଲୋକ ଗଲେ। ସେମାନେ ଶେଷ ମୁଣ୍ଡରେ ଥିବା ଗୃହରେ ଅଟକି ଗଲେ।
18
ପୁଣି ତାଙ୍କର ସମସ୍ତ କର୍ମଗ୍ଭରୀ ଅଗ୍ରସର ହେଲେ। ଗାଥ୍ ନଗରରୁ ତାଙ୍କ ପଛେ ପଛେ ଯେଉଁ 600 ଲୋକ ଆସିଥିଲେ, ସେମାନେ ସମସ୍ତେ କରେଥୀୟ, ପଲେଥୀୟ ଓ ଗାଥୀୟ ଲୋକ ଥିଲେ। ସେମାନେ ସମସ୍ତେ ରାଜାଙ୍କର ଆଗରେ ପାର ହୋଇ ଗଲେ।
19
ସେତେବେଳେ ରାଜା ଗାଥୀୟ ଇତ୍ତୟକୁ କହିଲେ, “ତୁମ୍ଭେମାନେ କାହିଁକି ଆମ୍ଭମାନଙ୍କ ସଙ୍ଗରେ ଯାଉଛ? ଫେରିଯାଅ, ରାଜାଙ୍କ ସହିତ ରହିଯାଅ। କାରଣ ତୁମ୍ଭେ ତ ଜଣେ ବିଦେଶୀ। ତୁମ୍ଭେ ମଧ୍ୟ ନିର୍ବାସିତ ଲୋକ, ତୁମ୍ଭେ ନିଜ ସ୍ଥାନକୁ ଫେରିଯାଅ।
20
ତୁମ୍ଭେମାନେ ଏବେ ମୋ’ ସହିତ ଯୋଗ ଦେଇଛ, କାହିଁକି ମୁଁ ତୁମ୍ଭମାନଙ୍କୁ ଏ ସ୍ଥାନରୁ ସେସ୍ଥାନରୁ ଏଣେ ତେଣେ ବୁଲାଇବି? ଆମ୍ଭେମାନେ ଯୁଆଡ଼େ ପାରିବୁ ସେଆଡ଼େ ଯିବୁ। ତୁମ୍ଭେ ତ କାଲି ଆସିଲ, ଆଜି କ’ଣ ଆମ୍ଭେ ତୁମ୍ଭକୁ ନେଇ ଏଣେ ତେଣେ ସାଙ୍ଗରେ ବୁଲାଇବା? ଫେରିଯାଅ ଓ ତୁମ୍ଭ ଭାଇମାନଙ୍କୁ ମଧ୍ୟ ତୁମ୍ଭ ସହିତ ନିଅ। ଦୟା ଓ ସତ୍ୟତା ତୁମ୍ଭର ସହବର୍ତ୍ତୀ ହେଉ।”
21
ଏଥିରେ ଇତ୍ତୟ ରାଜାଙ୍କୁ ଉତ୍ତର ଦେଇ କହିଲା, “ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ଓ ମୋର ପ୍ରଭୁ ମହାରାଜା ଜୀବିତ ଥିବା ପ୍ରମାଣେ, ମୁଁ ଆପଣଙ୍କ ସହିତ ରହିବି। ମୁଁ ଆପଣଙ୍କର ଦାସ। ଜୀବନରେ ବା ମୃତ୍ୟୁରେ ମୁଁ ଆପଣଙ୍କ ସହିତ ରହିବି।”
22
ଦାଉଦ ଇତ୍ତୟକୁ କହିଲେ, “ତେବେ ଯାଅ, ଅଗ୍ରସର ହୁଅ।” ତହିଁରେ ଗାଥୀୟ ଇତ୍ତୟ ଓ ତାଙ୍କର ସମସ୍ତ ଲୋକ ଏବଂ ତାଙ୍କ ସହିତ ଥିବା ସମସ୍ତ ବାଳକ ମଧ୍ୟ ଅଗ୍ରସର ହୋଇଗଲେ ଓ କିଦ୍ରୋଣ ନଦୀ ପାର ହୋଇଗଲେ।
23
ସମସ୍ତ ଲୋକ ଉଚ୍ଚ ସ୍ୱରରେ ଚିତ୍କାର କଲେ। ରାଜା ମଧ୍ୟ କିଦ୍ରୋଣ ନଦୀ ପାର ହୋଇଗଲେ ଓ ସମସ୍ତ ଲୋକ ନଦୀ ପାର ହୋଇ ମରୁଭୂମିରେ ପ୍ରବେଶ କଲେ।
24
ସାଦୋକ ଓ ସମସ୍ତ ଲେବୀୟ ପରମେଶ୍ୱରଙ୍କ ନିୟମ-ସିନ୍ଦୁକ ନେଇ ଆସିଲେ। ଯିରୁଶାଲମ ନଗରରେ ସେମାନେ ପରମେଶ୍ୱରଙ୍କର ପବିତ୍ର ନିୟମ-ସିନ୍ଦୁକ ସ୍ଥାପନ କଲେ। ସମସ୍ତ ଲୋକ ବାହାର ହୋଇ ଆସିବା ପର୍ଯ୍ୟନ୍ତ ଅବିୟାଥର ପ୍ରାର୍ଥନା କଲେ ।
25
ରାଜା ଦାଉଦ ସାଦୋକକୁ କହିଲେ, “ପରମେଶ୍ୱରଙ୍କ ପବିତ୍ର ସିନ୍ଦୁକକୁ ଯିରୁଶାଲମକୁ ଫେରାଇ ନିଅ। ଯଦି ସଦାପ୍ରଭୁ ମୋ’ ଉପରେ ପ୍ରିତ ହୁଅନ୍ତି, ତେବେ ସଦାପ୍ରଭୁ ମୋତେ ଯିରୁଶାଲମକୁ ଫେରାଇ ଆଣିବେ ଓ ତାଙ୍କର ମନ୍ଦିର ଦେଖିବାର ସୁଯୋଗ ମୋତେ ଦେବେ।
26
କିନ୍ତୁ ଯଦି ସଦାପ୍ରଭୁ ମୋ’ ଉପରେ ସଦୟ ନୁହନ୍ତି ବୋଲି କହନ୍ତି, ତେବେ ସେ ଯାହା ଗ୍ଭହିଁବେ ମୋ’ ଉପରେ ତାହା କରି ପାରିବେ।”
27
ରାଜା ଯାଜକ ସାଦୋକକୁ କହିଲେ, “ତୁମ୍ଭେ ଜଣେ ସିଦ୍ଧ ପୁରୁଷ। ତୁମ୍ଭେ ଓ ତୁମ୍ଭ ସହିତ ତୁମ୍ଭର ପୁତ୍ର ଅହୀମାସ୍ ଓ ଅବିୟାଥରର ପୁତ୍ର ଯୋନାଥନ ନିରାପଦରେ ନଗରକୁ ଫେରିଯାଅ।
28
ତୁମ୍ଭମାନଙ୍କଠାରୁ ମୋ’ ପାଖକୁ ତଥ୍ୟ ବାର୍ତ୍ତା ଆସିବା ପର୍ଯ୍ୟନ୍ତ ଯେଉଁଠାରେ ମରୁଭୂମିକୁ ଯିବା ପାଇଁ ନଦୀ ପାରି ହୁଅନ୍ତି ସେଠାରେ ମୁଁ ଅପେକ୍ଷା କରି ରହିବି।”
29
ଏଣୁ ସାଦୋକ ଓ ଅବିୟାଥର ପୁନର୍ବାର ଯିରୁଶାଲମକୁ ପରମେଶ୍ୱରଙ୍କ ପବିତ୍ର ସିନ୍ଦୁକ ନେଇ ଗଲେ ଓ ସେମାନେ ସେଠାରେ ରହିଲେ।
30
ଅହୀଥୋଫଲଙ୍କ ବିରୁଦ୍ଧରେ ଦାଉଦଙ୍କ ପ୍ରାର୍ଥନା ଦାଉଦ ଜୈତୁନ ପର୍ବତ ଉପରକୁ ଚଢ଼ିଲେ ଓ ସେ କାନ୍ଦୁଥିଲେ, ସେ ତାଙ୍କର ମୁଣ୍ଡକୁ ଘୋଡ଼ାଇ ଦେଇ ଖାଲି ପାଦରେ ଗ୍ଭଲୁଥିଲେ। ଦାଉଦଙ୍କ ସାଙ୍ଗରେ ଥିବା ସମସ୍ତ ଲୋକ ଠିକ୍ ସେହିପରି ସେମାନଙ୍କର ମୁଣ୍ଡକୁ ଘୋଡ଼ାଇ ଖାଲି ପାଦରେ ପର୍ବତ ଉପରକୁ ଚଢ଼ିଲେ ଓ ସେମାନେ ମଧ୍ୟ କାନ୍ଦୁଥିଲେ।
31
ଜଣେ ଲୋକ ଦାଉଦଙ୍କୁ କହିଲେ, “ଅବଶାଲୋମଙ୍କର ଚକ୍ରାନ୍ତକାରୀମାନଙ୍କ ସହିତ ଅହୀଥୋଫଲ ଅଛି।” ତା’ପରେ ଦାଉଦ ପ୍ରାର୍ଥନା କଲେ, “ହେ ମୋର ସଦାପ୍ରଭୁ, ଦୟାକରି ଅହୀଥୋଫଲର ଉପଦେଶକୁ ଅଦରକାରୀ କର।”
32
ଦାଉଦ ପର୍ବତର ଉପରି ଭାଗକୁ ଆସିଲେ, ଯେଉଁଠାରେ ସେ ସଦାପ୍ରଭୁଙ୍କୁ ଉପାସନା କରୁଥିଲେ। ଉଠାଣୀର ଶୃଙ୍ଗ ନିକଟରେ ଦାଉଦ ପହଞ୍ଚି ଦେଖିଲେ ଅର୍କୀୟ ହୂଶୟ ନିଜର ଚିରାଜାମା ପିନ୍ଧି ଓ ମସ୍ତକରେ ମୂର୍ତ୍ତିକା ଦେଇ ତାଙ୍କୁ ଭେଟିବା ପାଇଁ ଉପସ୍ଥିତ ହେଲା।
33
ସେଥିରେ ଦାଉଦ ତାଙ୍କୁ କହିଲେ, “ତୁମ୍ଭେ ଯଦି ମୋ’ ସହିତ ଅଗ୍ରସର ହୁଅ, ତେବେ ତୁମ୍ଭେ ମୋର ଭାର ସଦୃଶ ହେବ।
34
କିନ୍ତୁ ତୁମ୍ଭେ ଯଦି ଯିରୁଶାଲମକୁ ଫେରିଯାଅ, ତୁମ୍ଭେ ଅହୀଥୋଫଲର ଉପଦେଶକୁ ହତାଶ କରିପାର। ତେବେ ଅବଶାଲୋମକୁ କୁହ, ‘ହେ ମହାରାଜ, ମୁଁ ଆପଣଙ୍କର ଦାସ ଅଟେ, ମୁଁ ଆପଣଙ୍କର ପିତାଙ୍କର ସେବା କଲି, ବର୍ତ୍ତମାନ ମୁଁ ଆପଣଙ୍କର ସେବା କରିବି।’
35
ସେଠାରେ ତୁମ୍ଭ ସହିତ ଯାଜକ ସାଦୋକ ଓ ଅବିୟାଥର ଅଛନ୍ତି। ଏଣୁ ତୁମ୍ଭେ ରାଜଗୃହରୁ ଯାହାସବୁ ଶୁଣିବ, ତାହା ସାଦୋକ ଓ ଅବିୟାଥର ଯାଜକକୁ ଜଣାଇବ।
36
ସେଠାରେ ସେମାନଙ୍କ ସଙ୍ଗେ ସେମାନଙ୍କର ଦୁଇ ପୁତ୍ର, ସାଦୋକର ପୁତ୍ର ଅହୀମାସ ଓ ଅବିୟାଥର ପୁତ୍ର ଯୋନାଥନ ଅଛନ୍ତି, ତୁମ୍ଭେମାନେ ଯାହା ଯାହା ଶୁଣିବ, ସେସବୁ କଥା ସେମାନଙ୍କ ହାତରେ ମୋ’ ପାଖକୁ ଖବର ଦେବ।”
37
ତା’ପରେ ଦାଉଦଙ୍କର ବନ୍ଧୁ ହୂଶୟ ନଗରକୁ ଆସିଲା ଏବଂ ଅବଶାଲୋମ ମଧ୍ୟ ଯିରୁଶାଲମରେ ପହଞ୍ଚିଲେ।
← Chapter 14
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 16 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24