bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
2 Samuel 20
2 Samuel 20
Odia Bible ERV 2004 (ପବିତ୍ର ବାଇବଲ)
← Chapter 19
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 21 →
1
ଶେବଃ ଇସ୍ରାଏଲକୁ ଦାଉଦଙ୍କଠାରୁ ଦୂରେଇ ନେଲେ ସେ ସମୟରେ ବିନ୍ୟାମୀନୀୟ ବିଖ୍ରିର ପୁତ୍ର ଶେବଃ ନାମରେ ଜଣେ ପାପଧମ ଲୋକ ସେଠାରେ ଥିଲା, ପୁଣି ସେ ତୂରୀ ବଜାଇ କହିଲା, “ଦାଉଦଙ୍କଠାରେ ଆମ୍ଭମାନଙ୍କର କୌଣସି ଅଂଶ ନାହିଁ। ଯିଶୀର ପୁତ୍ରଠାରେ ଆମ୍ଭମାନଙ୍କର ଅଧିକାର ନାହିଁ। ହେ ଇସ୍ରାଏଲ, ପ୍ରତ୍ୟେକ ନିଜ ନିଜ ତମ୍ବୁକୁ ଗ୍ଭଲ।”
2
ତେଣୁ ଇସ୍ରାଏଲର ସମସ୍ତ ଲୋକ ଦାଉଦଙ୍କୁ ପରିତ୍ୟାଗ କଲେ ଓ ବିଖ୍ରିର ପୁତ୍ର ଶେବଃର ଅନୁସରଣ କଲେ। ମାତ୍ର ଯର୍ଦ୍ଦନଠାରୁ ଯିରୁଶାଲମ ପର୍ଯ୍ୟନ୍ତ ଯିହୁଦାର ଲୋକମାନେ ଆପଣା ରାଜାଙ୍କ ସହିତ ରହିଲେ।
3
ଦାଉଦ ଯିରୁଶାଲମସ୍ଥ ଆପଣା ଗୃହକୁ ଆସିଲେ। ପୁଣି ରାଜା ଆପଣାର ଦଶ ଉପପତ୍ନୀଙ୍କୁ ଗୃହ ଜଗିବାକୁ ଛାଡ଼ି ଯାଇଥିଲେ। ବର୍ତ୍ତମାନ ସେ ଅନ୍ୟ ଏକ ଗୃହରେ ପ୍ରହରୀମାନଙ୍କ ଦ୍ୱାରା ଜଗାଇଲେ। ସେ ସେମାନଙ୍କୁ ଖାଦ୍ୟ ଯୋଗାଇଲେ, ମାତ୍ର ସେମାନଙ୍କ ସହ ସହବାସ କଲେ ନାହିଁ। ଏଣୁ ସେମାନେ ମରଣ ଦିନ ପର୍ଯ୍ୟନ୍ତ ରୁଦ୍ଧ ହୋଇ ବୈଧବ୍ୟ ଦଶାରେ ରହିଲେ।
4
ତା’ପରେ ରାଜା ଅମାସାକୁ କହିଲେ, “ତିନି ଦିନ ମଧ୍ୟରେ ଯିହୁଦାର ଲୋକମାନଙ୍କୁ କୁହ ମୋତେ ସାକ୍ଷାତ କରିବା ପାଇଁ ଏବଂ ତୁମ୍ଭେ ମଧ୍ୟ ସେଠାରେ ଉପସ୍ଥିତ ହୁଅ।”
5
ତହିଁରେ ଅମାସା ଯିହୁଦାର ଲୋକମାନଙ୍କୁ ଡାକି ଏକତ୍ର କରିବାକୁ ଗଲା, ମାତ୍ର ସେ ନିରୂପିତ ସମୟରୁ ଅଧିକ ବିଳମ୍ବ କଲା।
6
ଶେବଃକୁ ହତ୍ୟା କରିବାକୁ ଦାଉଦ ଅବୀଶୟକୁ କହିଲେ ତହିଁରେ ଦାଉଦ ଅବୀଶୟକୁ କହିଲେ, “ଏବେ ଅବଶାଲୋମ ଅପେକ୍ଷା ବିଖ୍ରିର ପୁତ୍ର ଶେବଃ ଆମ୍ଭମାନଙ୍କର ଅଧିକ ଅନିଷ୍ଟ କରିବ। ତୁମ୍ଭେ ମୋର ଅଧିକାରୀମାନଙ୍କୁ ନେଇ ତାଙ୍କ ପଛେ ପଛେ ଯାଅ, ନୋହିଲେ ସେ ପ୍ରାଚୀର ବେଷ୍ଟିତ କୌଣସି ନଗରକୁ ଯାଇ ଆମ୍ଭମାନଙ୍କ ଦୃଷ୍ଟିରୁ ପଳାଇବ।”
7
ତେଣୁ ଯୋୟାବ ଯିରୁଶାଲମ ଛାଡ଼ି ବିଖ୍ରିର ପୁତ୍ର ଶେବଃର ପଛେ ଗୋଡ଼ାଇଲା। ଯୋୟାବ ସହିତ, କରେଥୀୟ, ପଲେଥୀୟ ଓ ସମସ୍ତ ବୀରମାନେ ବାହାରିଲେ।
8
ଯୋୟାବ ଅମାସାକୁ ହତ୍ୟା କଲେ ସେମାନେ ଗିବିୟୋନସ୍ଥ ବୃହତ ପ୍ରସ୍ତର ନିକଟରେ ଉପସ୍ଥିତ ହେଲା ବେଳେ ଅମାସା ସେମାନଙ୍କର ସମ୍ମୁଖକୁ ଆସିଲା। ବର୍ତ୍ତମାନ ଯୋୟାବ ଆପଣା ପରିହିତ ଯୁଦ୍ଧବସ୍ତ୍ର ଭିଡ଼ି ପିନ୍ଧିଥିଲା। ତହିଁ ଉପରେ ଏକ କଟିବନ୍ଧନ ଓ କୋଷବଦ୍ଧ ଖଡ଼୍ଗ ତାହାର କଟି ଦେଶରେ ବନ୍ଧାଥିଲା। ପୁଣି ସେ ଯାଉ ଯାଉ ତାହା ପଡ଼ିଗଲା। ତେଣୁ ଯୋୟାବ ଏହାକୁ ଉଠାଇଲା ଓ ଧରିଲା।
9
ଯୋୟାବ ଅମାସାକୁ ପଗ୍ଭରିଲା, “କି ଭାଇ ତୁମ୍ଭର ମଙ୍ଗଳ?” ତହୁଁ ଯୋୟାବ ଅମାସାକୁ ଚୁମ୍ବନ କରିବା ପାଇଁ ନିଜର ଦକ୍ଷିଣ ହସ୍ତରେ ତାହାର ଦାଢ଼ି ଧରିଲା।
10
ମାତ୍ର ଯୋୟାବର ହସ୍ତସ୍ଥିତ ଖଡ଼୍ଗ ପ୍ରତି ଅମାସା କିଛି ଦୃଷ୍ଟି ଦେଲା ନାହିଁ। ଏବଂ ଯୋୟାବ ସେହି ଖଡ଼୍ଗରେ ତା’ର ଉଦରକୁ ଆଘାତ କରି ତାହାର ଅନ୍ତବୁଜୁଳି କାଢ଼ି ଭୂମିରେ ପକାଇ ଦେଲା। ସେ ଦ୍ୱିତୀୟ ଥର ଆଘାତ କଲା ନାହିଁ। ସେଥିରେ ହିଁ ସେ ମରି ଯାଇଥିଲା। ତା’ପରେ ଯୋୟାବ ଏବଂ ତାହାର ଭାଇ ଅବୀଶୟ ବିଖ୍ରିର ପୁତ୍ର ପଛରେ ଗୋଡ଼ାଇବାକୁ ଆରମ୍ଭ କଲେ। ଦାଉଦଙ୍କର ଲୋକମାନେ ଶେବଃର ଅନୁସନ୍ଧାନରେ ଲାଗି ରହିଲେ ଯୋୟାବ ଓ ତା’ର ଭ୍ରାତା ଅବୀଶୟ ବିଖ୍ରିର ପୁତ୍ର ଶେବଃର ପଛେ ପଛେ ଗୋଡ଼ାଇଲେ।
11
ଯୋୟାବର ଜଣେ ଯୁବା ଲୋକ ଅମାସାଙ୍କ ଶରୀର ନିକଟରେ ଠିଆ ହୋଇ କହିଲା, “ଯେଉଁମାନେ ଯୋୟାବକୁ ଭଲପାଆନ୍ତି ଓ ଯେଉଁମାନେ ଦାଉଦଙ୍କ ପକ୍ଷ, ସେମାନେ ଯୋୟାବର ପଛେ ପଛେ ଯାଆନ୍ତୁ।”
12
ସେ ସମୟରେ ଅମାସା ରାଜପଥ ମଧ୍ୟରେ ନିଜ ରକ୍ତରେ ଲଟପଟ ହୋଇ ପଡ଼ିଥିଲା। ପୁଣି ସେହି ଯୁବକ ସମସ୍ତ ଲୋକଙ୍କୁ ଠିଆ ହେବାର ଦେଖି ଅମାସାକୁ ରାଜପଥରୁ କ୍ଷେତ୍ରକୁ ନେଇଗଲା। ତା’ପରେ ସେ ତାହା ଉପରେ ଏକ ବସ୍ତ୍ର ଘୋଡ଼ାଇ ଦେଲା। ଯେତେ ଲୋକ ତା’ର ନିକଟ ଦେଇ ଆସିଲେ, ପ୍ରତ୍ୟେକକୁ ଠିଆ ହେବାର ଦେଖନ୍ତେ ସେ ତାହା ଉପରେ ଖଣ୍ଡେ ବସ୍ତ୍ର ପକାଇ ଦେଲା।
13
ଅମାସାକୁ ରାଜ ପଥରୁ ନେଇ ଗଲାପରେ ସମସ୍ତ ଲୋକ ବିଖ୍ରିର ପୁତ୍ର ଶେବଃର ପଛେ ଗୋଡ଼ାଇବା ପାଇଁ ଯୋୟାବର ଅନୁଗାମୀ ହେଲେ।
14
ଶେବଃ ବୈଥ୍ମାଖାସ୍ଥିତ ଆବେଲକୁ ପଳାୟନ କଲେ ଶେବଃ ଇସ୍ରାଏଲର ସମସ୍ତ ପରିବାରବର୍ଗ ମଧ୍ୟଦେଇ ଆବେଲ୍, ବୈଥ୍ମାଖା ଗମନ କଲା। ସମସ୍ତ ବେରୀୟମାନେ ଏକତ୍ରିତ ହେଲେ, ଓ ତା’ର ପଛେ ପଛେ ଗମନ କଲେ।
15
ଯୋୟାବ ଏବଂ ତାଙ୍କର ଲୋକମାନେ ଆସିଲେ ଏବଂ ବୈଥ୍ମାଖାସ୍ଥିତ ଆବେଲରେ ତାଙ୍କୁ ରୁଦ୍ଧ କଲେ ଓ ନଗର ନିକଟରେ ଏକ ଢିପି ପ୍ରସ୍ତୁତ କଲେ। ତାହା ଗଡ଼ପାଚେରୀ ପାଖରେ ନିର୍ମିତ ହେଲା, ତହିଁରେ ଯୋୟାବର ସମସ୍ତ ସଙ୍ଗୀଲୋକ ପାଚେରୀ ଭୂମିସାତ୍ କରିବା ପାଇଁ ଭାଙ୍ଗିବାକୁ ଲାଗିଲେ।
16
ସେତେବେଳେ ନଗର ମଧ୍ୟରୁ ଏକ ବୁଦ୍ଧିମତି ସ୍ତ୍ରୀ ଡାକି କହିଲା, “ଶୁଣ ଶୁଣ, ମୁଁ ବିନୟ କରୁଅଛି ଯୋୟାବକୁ ଏ ସ୍ଥାନ ପର୍ଯ୍ୟନ୍ତ ଆସିବାକୁ କୁହ। ମୁଁ ତା’ ସହିତ କଥାବାର୍ତ୍ତା କରିବାକୁ ଗ୍ଭହୁଁଛି।”
17
ଯୋୟାବ ସ୍ତ୍ରୀଲୋକଟି ସହିତ କଥାବାର୍ତ୍ତା କରିବାକୁ ଗଲା। ସେହି ସ୍ତ୍ରୀ ପଗ୍ଭରିଲା, “ତୁମ୍ଭେ କ’ଣ ଯୋୟାବ?” ଯୋୟାବ ଉତ୍ତର ଦେଲେ, “ହଁ, ମୁଁ ଯୋୟାବ ଅଟେ।” ତେଣୁ ସେହି ସ୍ତ୍ରୀଲୋକଟି କହିଲା, “ମୋ’ କଥା ଟିକେ ଶୁଣ।” ଯୋୟାବ କହିଲେ, “ମୁଁ ଶୁଣୁଅଛି।”
18
ତା’ପରେ ସ୍ତ୍ରୀଲୋକଟି କହିଲା, “ପୂର୍ବକାଳରେ ଲୋକମାନେ କହୁଥିଲେ, ‘ଲୋକେ ଆବେଲ୍ରେ ସାହାଯ୍ୟ ମାଗିବା ଉଚିତ୍ ଏବଂ ସେମାନେ ଯାହା ଦରକାର କଲେ ତାହା ପାଇପାରିବେ।’
19
ମୁଁ ଇସ୍ରାଏଲର ଶାନ୍ତ ଓ ବିଶ୍ୱସ୍ତ ଲୋକମାନଙ୍କ ମଧ୍ୟରୁ ଜଣେ, ତୁମ୍ଭେ ଇସ୍ରାଏଲର ଗୁରୁତ୍ୱପୂର୍ଣ୍ଣ ନଗରକୁ ଧ୍ୱଂସ କରିବାକୁ ଖୋଜୁଅଛ। ଯାହା ସଦାପ୍ରଭୁଙ୍କର ଅଟେ, ତୁମ୍ଭେ କାହିଁକି ଧ୍ୱଂସ କରିବାକୁ ଇଚ୍ଛା କରୁଅଛ?”
20
ଯୋୟାବ ଉତ୍ତର ଦେଲେ, “ମୁଁ କୌଣସି ଜିନିଷ ଧ୍ୱଂସ କରିବାର ଦରକାର ନାହିଁ। ମୁଁ ତୁମ୍ଭର ସହର ଧ୍ୱଂସ କରିବାର ଦରକାର ନାହିଁ।
21
କିନ୍ତୁ ତୁମ୍ଭର ସହରରେ ଇଫ୍ରୟିମ ପର୍ବତମୟ ଦେଶୀୟ ଲୋକ ଅଛି ଯାହାର ନାମ ଶେବଃ, ସେ ବିଖ୍ରିର ପୁତ୍ର। ସେ ରାଜାଙ୍କର ବିରୁଦ୍ଧାଚରଣ କରୁଅଛି। ତାକୁ ମୋତେ ଦିଅ ମୁଁ ଏଠାରୁ ପରିତ୍ୟାଗ କରିବି।” ସେହି ସ୍ତ୍ରୀ ଯୋୟାବକୁ କହିଲା, “ଠିକ୍ ଅଛି ପ୍ରାଚୀର ଦେଇ ତା’ର ମସ୍ତକ ତୁମ୍ଭର ନିକଟକୁ ପକାଯିବ।”
22
ତା’ପରେ ସେ ନଗରର ସମସ୍ତ ଲୋକମାନଙ୍କୁ ବିଜ୍ଞତାର ସହିତ କହିଲା। ଲୋକମାନେ ବିଖ୍ରିର ପୁତ୍ର ଶେବଃର ମୁଣ୍ଡ କାଟି ପ୍ରାଚୀର ଉପର ଦେଇ ଯୋୟାବ ନିକଟକୁ ଫୋପାଡ଼ି ଦେଲେ। ତେଣୁ ଯୋୟାବ ତୂରୀ ବଜାଇଲେ ଏବଂ ଲୋକମାନେ ଓ ସୈନ୍ୟମାନେ ନିଜ ନିଜ ତମ୍ବୁକୁ ପଳାୟନ କଲେ, ଯୋୟାବ ଯିରୁଶାଲମକୁ ରାଜାଙ୍କ ନିକଟକୁ ଆସିଲେ।
23
ଦାଉଦଙ୍କର କର୍ମଗ୍ଭରୀ ସଂପ୍ରଦାୟ ସେ ସମୟରେ ଯୋୟାବ ସମସ୍ତ ଇସ୍ରାଏଲର ସୈନ୍ୟଦଳର ଦଳପତି ଥିଲେ। ଯିହୋୟାଦାର ପୁତ୍ର ବନାୟ କରେଥୀୟ ଓ ପଲେଥୀୟମାନଙ୍କ ମୁଖ୍ୟ ଥିଲେ।
24
ଅଦୋରାମ୍ ବେଠି କର୍ମ ଓ କର ଆଦାୟ କରିବାର ଦାୟିତ୍ୱରେ ଥିଲା ଏବଂ ଅହୀଲୂଦର ପୁତ୍ର ଯିହୋଶାଫଟ୍ ଯେ କି ଥିଲା ଜଣେ ଇତିହାସ ଲେଖକ।
25
ଶିବା ଥିଲା ଲେଖକ, ପୁଣି ସାଦୋକ୍ ଓ ଅବିୟାଥର ଯାଜକ ଥିଲେ।
26
ଯାୟୀରୀୟ ଈରା ମଧ୍ୟ ଦାଉଦଙ୍କର ବ୍ୟକ୍ତିଗତ ଯାଜକ ଥିଲା।
← Chapter 19
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 21 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
Recommended Reading
Commentary
2 Samuel Commentaries
→
Devotional
2 Samuel Devotional Guide
→
Get This Bible
Odia Bible ERV (ପବିତ୍ର ବାଇବଲ) Study Bible
→