bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
2 Samuel 21
2 Samuel 21
Odia Bible ERV 2004 (ପବିତ୍ର ବାଇବଲ)
← Chapter 20
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 22 →
1
ଶାଉଲଙ୍କର ପରିବାର ଦଣ୍ତିତ ହେଲେ ଦାଉଦଙ୍କ ରାଜତ୍ୱ ସମୟରେ କ୍ରମାଗତ ତିନି ବର୍ଷ ଧରି ଦୁର୍ଭିକ୍ଷ ହେଲା। ଏହି ସମୟରେ ରାଜା ଦାଉଦ ସଦାପ୍ରଭୁଙ୍କୁ ପ୍ରାର୍ଥନା କରନ୍ତେ ସଦାପ୍ରଭୁ ଉତ୍ତର ଦେଇ କହିଲେ, “ଶାଉଲ ଓ ତା’ର ହତ୍ୟାକାରୀ ବଂଶ ଯୋଗୁଁ ଏପରି ହେଉଛି। ଯେହେତୁ ସେ ଗିବିୟୋନୀୟମାନଙ୍କୁ ହତ୍ୟା କରିଥିଲା।”
2
ଗିବିୟୋନୀୟମାନେ ଇସ୍ରାଏଲୀୟ ନ ଥିଲେ। ସେମାନେ ଇମୋରୀୟ ବଂଶଧର ଥିଲେ। ଇସ୍ରାଏଲୀୟମାନେ ପ୍ରତିଜ୍ଞା କରିଥିଲେ ସେମାନେ ଗିବିୟୋନୀୟମାନଙ୍କୁ ହତ୍ୟା କରିବେ ନାହିଁ। କିନ୍ତୁ ଶାଉଲ ସେମାନଙ୍କୁ ହତ୍ୟା କରିବାକୁ ଚେଷ୍ଟା କରିଥିଲେ। କାରଣ ତାଙ୍କର ଇସ୍ରାଏଲୀୟମାନଙ୍କ ପ୍ରତି ଓ ଯିହୁଦାମାନଙ୍କ ପ୍ରତି ଉଦ୍ଯୋଗୀ ହୋଇ ସେମାନଙ୍କୁ ବଧ କରିବାକୁ ଚେଷ୍ଟା କରିଥିଲେ। ରାଜା ଗିବିୟୋନୀୟମାନଙ୍କୁ ଡକାଇ କଥାବାର୍ତ୍ତା କଲେ।
3
ଦାଉଦ ଗିବିୟୋନୀୟମାନଙ୍କୁ କହିଲେ, “ମୁଁ ଇସ୍ରାଏଲର ପାପ ଦୂର କରିବା ପାଇଁ କ’ଣ କରି ପାରିବି, ଯାହା ଫଳରେ ତୁମ୍ଭେ ଇସ୍ରାଏଲର ଲୋକମାନଙ୍କୁ ଆଶୀର୍ବାଦ କରି ପାରିବ?”
4
ତହିଁରେ ଗିବିୟୋନୀୟମାନେ ରାଜାଙ୍କୁ କହିଲେ, “ଆମ୍ଭମାନଙ୍କୁ କ୍ଷତି ପୂରଣ ଦେବା ପାଇଁ କିମ୍ବା ତାଙ୍କ ବଂଶରେ ଯଥେଷ୍ଟ ସୁନା କି ରୂପା ନାହିଁ। କିନ୍ତୁ ଇସ୍ରାଏଲରେ କାହାକୁ ହତ୍ୟା କରିବାର ଅଧିକାର ଆମ୍ଭମାନଙ୍କର ନାହିଁ।” ତା’ପରେ ସେ କହିଲେ, “ତୁମ୍ଭେମାନେ ଯାହା ଗ୍ଭହିଁବ ମୁଁ ତୁମ୍ଭମାନଙ୍କ ପାଇଁ ତାହା କରିବି।”
5
ତହିଁରେ ସେମାନେ ରାଜାଙ୍କୁ କହିଲେ, “ଯେଉଁ ଲୋକ ଆମ୍ଭମାନଙ୍କୁ ସଂହାର କରିଅଛି, ଆମ୍ଭମାନଙ୍କ ବିରୁଦ୍ଧରେ ଯୋଜନା କରିଅଛି ଯେ, ଆମ୍ଭେ ଯେପରି ନ ରହୁ ଓ ସେଠାରୁ ବିତାଡ଼ିତ ହେଉ।
6
ତାହାରି ସନ୍ତାନମାନଙ୍କ ମଧ୍ୟରୁ ସାତ ଜଣ ପୁରୁଷ ଆମ୍ଭମାନଙ୍କ ହସ୍ତରେ ସମର୍ପିତ ହୁଅନ୍ତୁ। ତହିଁରେ ଆମ୍ଭେମାନେ ସଦାପ୍ରଭୁଙ୍କ ମନୋନୀତ ଶାଉଲଙ୍କର ଗିବିୟାରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସେମାନଙ୍କୁ ଟଙ୍ଗାଇ ଦେବା।” ଏଥିରେ ରାଜା କହିଲେ, “ମୁଁ ସେମାନଙ୍କୁ ସମର୍ପି ଦେବି।”
7
ମାତ୍ର ଶାଉଲଙ୍କର ପୌତ୍ର, ଯୋନାଥନର ପୁତ୍ର ମଫୀବୋଶତକୁ ରାଜା ରକ୍ଷା କଲେ। ଯେହେତୁ ସେମାନଙ୍କ ମଧ୍ୟରେ ଅର୍ଥାତ୍ ଦାଉଦ ଓ ଶାଉଲଙ୍କର ପୁତ୍ର ଯୋନାଥନ ମଧ୍ୟରେ ସଦାପ୍ରଭୁଙ୍କ ଶପଥ ଥିଲା।
8
କିନ୍ତୁ ସେ ସେମାନଙ୍କୁ ଶାଉଲର ଦୁଇ ପୁତ୍ର ଅମୌଣି ଓ ମଫୀବୋଶତ୍କୁ ଦେଲେ, ଯାହାର ମାତା ଅୟାର କନ୍ୟା ରିସ୍ପା ଥିଲେ। ସେ ମଧ୍ୟ ସେମାନଙ୍କୁ ମେରାବଙ୍କର ପାଞ୍ଚପୁତ୍ର ଦେଲେ। ମେରାବ ଦାଉଦଙ୍କର କନ୍ୟା ଯିଏ କି ମହୋଲ୍ଲାର ବର୍ସିଲ୍ଲୟର ପୁତ୍ର ଅଦ୍ରୀୟେଲକୁ ବିବାହ କରିଥିଲେ।
9
ସେମାନଙ୍କୁ ରାଜା ଗିବିୟୋନୀୟମାନଙ୍କ ହସ୍ତରେ ସମର୍ପଣ କଲେ। ତହୁଁ ସେମାନେ ପର୍ବତରେ ସଦାପ୍ରଭୁଙ୍କ ସମ୍ମୁଖରେ ସେମାନଙ୍କୁ ଟାଙ୍ଗି ଦେଲେ, ପୁଣି ସେ ସାତ ଜଣ ଯାକ ଏକା ବେଳେ ମାରା ପଡ଼ିଲେ। ସେମାନେ ପ୍ରଥମ ଶସ୍ୟଛେଦନ ସମୟରେ ଅର୍ଥାତ୍ ଯବ ଛେଦନର ଆରମ୍ଭ ସମୟରେ ହତ ହେଲେ।
10
ଦାଉଦ ଏବଂ ରିସ୍ପା ବର୍ତ୍ତମାନ ଅୟାର କନ୍ୟା ରିସ୍ପା ଅଖା ନେଇ ଶସ୍ୟଅମଳ ଋତୁର ଆରମ୍ଭରୁ ବର୍ଷା ହେବା ପର୍ଯ୍ୟନ୍ତ ସେହି ଶୈଳ ଉପରେ ଆପଣା ପାଇଁ ତାହା ପ୍ରସାରିଲା। ସେ ଦିନରାତି ସେହି ଶରୀରଗୁଡ଼ିକୁ ଜଗିବାକୁ ସେଠାରେ ରହିଲା। ଆଉ ସେ ଦିନ ବେଳେ ଆକାଶ ପକ୍ଷୀଗଣକୁ ସେମାନଙ୍କ ଉପରେ ବସିବାକୁ କିଅବା ରାତ୍ରି ବେଳେ ବନପଶୁଗଣକୁ ଆସିବାକୁ ଦେଲା ନାହିଁ।
11
ଏଥିରେ ଶାଉଲଙ୍କର ଉପପତ୍ନୀ ଅୟାର କନ୍ୟା ରିସ୍ପାର ଏହି କର୍ମ ଦାଉଦଙ୍କୁ ଜ୍ଞାତ କରାଗଲା।
12
ସେତେବେଳେ ଦାଉଦ ଯାଇ ଯାବେଶ୍-ଗିଲିୟଦ ନିବାସୀମାନଙ୍କ ନିକଟରୁ ଶାଉଲଙ୍କର ଅସ୍ଥି ଓ ତାଙ୍କର ପୁତ୍ର ଯୋନାଥନର ଅସ୍ଥି ନେଲେ। କାରଣ ଗିଲ୍ବୋୟରେ ପଲେଷ୍ଟୀୟମାନେ ଶାଉଲଙ୍କୁ ବଧ କରିବା ଦିନ ସେମାନଙ୍କ ଶବ ପଲେଷ୍ଟୀୟମାନଙ୍କ ଦ୍ୱାରା ବୈଥ୍ଶାନ ଛକରେ ଟଙ୍ଗାଗଲା ଉତ୍ତାରେ ଯାବେଶ୍-ଗିଲିୟଦୀୟମାନେ ସେହି ସ୍ଥାନରୁ ତାହା ଗ୍ଭେରି କରି ନେଇଥିଲେ।
13
ଏ ନିମନ୍ତେ ସେ ସେଠାରୁ ଶାଉଲଙ୍କର ଅସ୍ଥି ଓ ତାଙ୍କର ପୁତ୍ର ଯୋନାଥନର ଅସ୍ଥି ଆଣିଲେ, ପୁଣି ଲୋକମାନେ ଟଙ୍ଗାଯିବା ଲୋକମାନଙ୍କ ଅସ୍ଥି ସଂଗ୍ରହ କଲେ।
14
ଏହା ପରେ ସେମାନେ ଶାଉଲଙ୍କର ଓ ତାଙ୍କର ପୁତ୍ର ଯୋନାଥନର ଅସ୍ଥି ବିନ୍ୟାମୀନ ଦେଶସ୍ଥ ସେଲାରେ ତାହାର ପିତା କୀଶ୍ର କବର ମଧ୍ୟରେ ପୋତିଲେ। ରାଜା ଯାହା ଆଜ୍ଞା କଲେ, ଲୋକମାନେ ତାହା ସବୁ କଲେ। ତହିଁପରେ ପରମେଶ୍ୱର ପ୍ରାର୍ଥନା ଶୁଣି ଦେଶପ୍ରତି ପ୍ରସନ୍ନ ହେଲେ।
15
ପଲେଷ୍ଟୀୟମାନଙ୍କ ସହିତ ଯୁଦ୍ଧ ଏହା ପରେ ପଲେଷ୍ଟୀୟମାନଙ୍କର ଇସ୍ରାଏଲ ସହିତ ପୁନର୍ବାର ଯୁଦ୍ଧ ହେଲା। ଦାଉଦ ଓ ତାଙ୍କ ସହିତ ତାଙ୍କର ଲୋକମାନେ ଯାଇ ପଲେଷ୍ଟୀୟମାନଙ୍କ ସହିତ ଯୁଦ୍ଧ କଲେ, କିନ୍ତୁ ଦାଉଦ ଦୁର୍ବଳ ଓ କ୍ଳାନ୍ତ ହେଲେ।
16
ସେ ସମୟ ଇଶ୍ବୀବନୋବ୍ ନାମରେ ତିନିଶ ଶେକଲ ପରିମିତି ପିତ୍ତଳମୟ ବର୍ଚ୍ଛାଧାରୀ ଦୀର୍ଘକାୟ ବଂଶ ଜାତ ଜଣେ ନୂତନ ଖଡ଼୍ଗରେ ସସଜ୍ଜ ହୋଇ ଦାଉଦଙ୍କୁ ହତ୍ୟା କରିବାକୁ ଚେଷ୍ଟା କଲା।
17
ସରୁୟାର ପୁତ୍ର ଅବୀଶୟ ଦାଉଦଙ୍କର ସାହାଯ୍ୟ କଲା ଓ ସେହି ପଲେଷ୍ଟୀୟକୁ ଆଘାତ କରି ବଧ କଲା। ସେତେବେଳେ ଦାଉଦଙ୍କର ଲୋକମାନେ ତାହାଙ୍କ ନିକଟରେ ଶପଥ କରି କହିଲେ, “ତୁମ୍ଭେ ଆମ୍ଭମାନଙ୍କ ସଙ୍ଗରେ ଆଉ ଯୁଦ୍ଧକୁ ଯିବ ନାହିଁ, ଇସ୍ରାଏଲ ଏକ ମହାନ ନେତାଙ୍କୁ ହରାଇବ।”
18
ଏହା ପରେ ପୁଣି ଥରେ ଗୋବରେ ପଲେଷ୍ଟୀୟମାନଙ୍କ ସହିତ ଯୁଦ୍ଧ ହେଲା, ତହିଁରେ ହୂଶାତୀୟ ସିବ୍ବଖୟ ଦୀର୍ଘକାୟ ବଂଶଜାତ ସଫକୁ ବଧ କଲା।
19
ଏହା ପରେ ପୁନର୍ବାର ପଲେଷ୍ଟୀୟମାନଙ୍କ ସହିତ ଗୋବରେ ଯୁଦ୍ଧ ହେଲା। ସେଥିରେ ବୈଥ୍ଲେହମୀୟ ଯାରେ-ଓରଗୀମର ପୁତ୍ର ଇଲ୍ହାନନ୍ ତନ୍ତି ନରାଜ ତୁଲ୍ୟ ବର୍ଚ୍ଛାଧାରୀ ଗାଥୀୟ ଗଲିୟାତକୁ ବଧ କଲା।
20
ଏହା ପରେ ପୁଣି ଥରେ ଗାଥ୍ରେ ଯୁଦ୍ଧ ହେଲା, ସେଠାରେ ଅତି ଦୀର୍ଘକାୟ ପୁଣି ପ୍ରତି ହସ୍ତ ପାଦରେ ଛଅ ଛଅ ଅଙ୍ଗୁଳି, ସର୍ବସୁଦ୍ଧା ଚବିଶ ଅଙ୍ଗୁଳି ବିଶିଷ୍ଟ ଏକ ଜଣ ଥିଲା। ସେ ମଧ୍ୟ ଦୀର୍ଘକାୟ ବଂଶଜାତ।
21
ପୁଣି ସେ ଇସ୍ରାଏଲକୁ ତୁଚ୍ଛ କରନ୍ତେ ଦାଉଦଙ୍କର ଭ୍ରାତା ଶିମିୟିର ପୁତ୍ର ଯୋନାଥନ ତାହାକୁ ବଧ କଲା।
22
ଏହି ଗ୍ଭରିଜଣ ଗାଥ୍ରେ ଦୀର୍ଘକାୟ ବଂଶରେ ଜନ୍ମି ଥିଲେ, ଏବଂ ସେମାନେ ଦାଉଦଙ୍କ ହସ୍ତରେ ଓ ତାଙ୍କର ଲୋକମାନଙ୍କ ହସ୍ତରେ ହତ ହେଲେ।
← Chapter 20
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 22 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
Recommended Reading
Commentary
2 Samuel Commentaries
→
Devotional
2 Samuel Devotional Guide
→
Get This Bible
Odia Bible ERV (ପବିତ୍ର ବାଇବଲ) Study Bible
→