bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
2 Samuel 3
2 Samuel 3
Odia Bible ERV 2004 (ପବିତ୍ର ବାଇବଲ)
← Chapter 2
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 4 →
1
ଇସ୍ରାଏଲ ଓ ଯିହୁଦା ମଧ୍ୟରେ ଯୁଦ୍ଧ ଏହିପରି ଭାବରେ, ଦୀର୍ଘଦିନ ଧରି ଦାଉଦ ଓ ଶାଉଲଙ୍କ ପରିବାର ମଧ୍ୟରେ କ୍ରମାଗତ ଯୁଦ୍ଧ ଗ୍ଭଲିଲା। ଦାଉଦ ଧୀରେ ଧୀରେ ଶକ୍ତିଶାଳୀ ହେବାକୁ ଲାଗିଲେ ଏବଂ ଶାଉଲର ପରିବାର, ଦିନକୁ ଦିନ ଦୁର୍ବଳ ହେବାକୁ ଲାଗିଲା।
2
ହିବ୍ରୋଣଠାରେ ଦାଉଦଙ୍କର ଛଅ ପୁତ୍ର ଜନ୍ମ ହେଲେ ଦାଉଦଙ୍କର ଅନେକ ପୁତ୍ର ହିବ୍ରୋଣରେ ଜନ୍ମଲାଭ କଲେ। ତାଙ୍କର ପ୍ରଥମ ପୁତ୍ର ଥିଲେ ଅମ୍ନୋନ୍, ଯିଷ୍ରିୟେଲୀୟାର ତାଙ୍କର ସ୍ତ୍ରୀ ଅହୀନୋୟମଠାରୁ ଜନ୍ମ ହେଲେ।
3
କର୍ମିଲୀୟ ନାବଲ୍ର ସ୍ତ୍ରୀ ଅବୀଗଲ୍ଙ୍କଠାରୁ ଜନ୍ମ ହେଲେ ଦ୍ୱିତୀୟ ପୁତ୍ର କିଲାବ୍ ଏବଂ ତୃତୀୟ ପୁତ୍ର ହେଲେ ଅବଶାଲୋମ, ସେ ଗଶୂରର ରାଜା ତଲ୍ମୟର କନ୍ୟା ମାଖାରର ପୁତ୍ର।
4
ଚତୁର୍ଥ ପୁତ୍ର ଜନ୍ମ ହେଲେ, ତାଙ୍କର ନାମ ଅଦୋନୀୟ, ଅଦୋନୀୟର ମାତା ହେଲେ, ହଗୀତ୍ ଏବଂ ପଞ୍ଚମ ପୁତ୍ର ହେଲେ ଶଫଟୀୟ ସେ ଅବିଟଲର ପୁତ୍ର।
5
ଷଷ୍ଠ ପୁତ୍ର ହେଲେ, ଯିତ୍ରିୟମ୍। ସେ ଦାଉଦଙ୍କର ସ୍ତ୍ରୀ ଇଗ୍ଲାର ପୁତ୍ର। ଏହିପରି ଛଅଟି ପୁତ୍ର ଦାଉଦଙ୍କର ହିବ୍ରୋଣରେ ଜନ୍ମ ହେଲେ।
6
ଅବ୍ନର ଦାଉଦଙ୍କ ସହିତ ଯୋଗଦେବା ପାଇଁ ନିର୍ଣ୍ଣୟ କଲେ ଶାଉଲ ବଂଶ ଓ ଦାଉଦ ବଂଶ ଯୁଦ୍ଧ ଲାଗିବା ସମୟରେ ଅବ୍ନର ଶାଉଲଙ୍କ ଗୃହ ମଧ୍ୟରେ ନିଜକୁ ବଳବାନ୍ କଲା।
7
ଶାଉଲଙ୍କର ଜଣେ ଉପପତ୍ନୀ ଥିଲା, ଯାହାର ନାମ ରିସ୍ପା, ସେ ଅୟାର କନ୍ୟା ଥିଲା। ଈଶ୍ବୋଶତ୍ ଅବ୍ନରକୁ କହିଲେ, “ତୁମ୍ଭେ କାହିଁକି ମୋର ପିତାଙ୍କର ଉପପତ୍ନୀଙ୍କ ସହିତ ଯୌନ ସମ୍ପର୍କ ରଖିଛ?”
8
ଅବ୍ନର ଈଶ୍ବୋଶତ୍ର କଥା ଶୁଣି ଅତି ରାଗରେ କହିଲା, “ମୁଁ ତ ତୁମ୍ଭ ପିତା ଶାଉଲ ବଂଶକୁ ଓ ତାଙ୍କର ଭାଇ ବନ୍ଧୁମାନଙ୍କୁ ଦୟା କରୁଅଛି। ମୁଁ ମଧ୍ୟ ତୁମ୍ଭକୁ ଦାଉଦ ହସ୍ତରେ ସମର୍ପଣ କରି ନାହିଁ। ତଥାପି ତୁମ୍ଭେ ଆଜି ଏହି ସ୍ତ୍ରୀ ବିଷୟରେ ଅପରାଧ ମୋ’ ଉପରେ ଆରୋପ କରୁଅଛ।
9
ମୁଁ ବର୍ତ୍ତମାନ ଏହି ପ୍ରତିଜ୍ଞା କରୁଅଛି। ମୁଁ ବର୍ତ୍ତମାନ ନିଶ୍ଚିତ ହେଉଅଛି ଯେ, ପରମେଶ୍ୱର ଯାହା କହିଥିଲେ, ତାହା ଘଟିବାକୁ ଯାଉଛି। ସଦାପ୍ରଭୁ କହିଥିଲେ, ଯେ ସେ ଶାଉଲ ବଂଶଠାରୁ ରାଜ ସିଂହାସନ ନେଇ ଦାଉଦଙ୍କୁ ଦେବେ। ସଦାପ୍ରଭୁ ଦାଉଦଙ୍କୁ ଯିହୁଦା ଏବଂ ଇସ୍ରାଏଲର ରାଜା କରିବେ। ସେ ଦାନ୍ଠାରୁ ବେର୍ଶେବା ପର୍ଯ୍ୟନ୍ତ ଶାସନ କରିବେ। ଏବଂ ମୁଁ ଭାବୁଛି, ସଦାପ୍ରଭୁ ମୋ’ ଉପରେ ଅନ୍ୟାୟ କରିବେ ଯଦି ମୁଁ ତାହା ନ କରେ।”
11
ଈଶ୍ବୋଶତ୍ ଅତ୍ୟନ୍ତ ଭୟରେ ସବୁ କଥା ଅବ୍ନରକୁ କହିପାରି ନ ଥିଲା।
12
ଅବ୍ନର ଦାଉଦଙ୍କ ନିକଟକୁ ଦୂତଗଣ ପଠାଇଲେ ଏବଂ କହିଲେ, “ଏ ଦେଶକୁ କିଏ ଶାସନ କରିବା ଯୋଗ୍ୟ ବ୍ୟକ୍ତି ବୋଲି ତୁମ୍ଭେ ଭାବୁଛ? ମୋ’ ସହିତ ତୁମ୍ଭେ ଏକ ଚୁକ୍ତି କର ଏବଂ ସମଗ୍ର ଇସ୍ରାଏଲ ଉପରେ ତୁମ୍ଭେ ରାଜତ୍ୱ କରିବା ପାଇଁ ମୁଁ ତୁମ୍ଭକୁ ସାହାଯ୍ୟ କରିବି।”
13
ଦାଉଦ କହିଲେ, “ଉତ୍ତମ, ମୁଁ ତୁମ୍ଭ ସହିତ ଚୁକ୍ତି କରୁଅଛି। କିନ୍ତୁ ମୁଁ ତୁମ୍ଭକୁ ଗୋଟିଏ କଥା ପଗ୍ଭରିବି, ତୁମ୍ଭେ ଶାଉଲଙ୍କର କନ୍ୟା ମୀଖଲକୁ ମୋ’ ସମ୍ମୁଖକୁ ନ ଆଣିବା ପର୍ଯ୍ୟନ୍ତ ମୁଁ ତୁମ୍ଭକୁ ସାକ୍ଷାତ କରିବି ନାହିଁ।”
14
ଦାଉଦ ଶାଉଲଙ୍କର ପୁତ୍ର ଈଶ୍ବୋଶତ୍ଙ୍କ ନିକଟକୁ ଏକ ଦୂତ ପଠାଇ କହିଲେ, “ମୋର ସ୍ତ୍ରୀ ମୀଖଲକୁ ମୋତେ ଫେରାଇ ଦିଅ। ଯେହେତୁ ମୁଁ ତାକୁ ପାଇବା ପାଇଁ 100 ଜଣ ପଲେଷ୍ଟୀୟଙ୍କୁ ହତ୍ୟା କରିଛି” ।
15
ଈଶ୍ବୋଶତ୍ ଲୋକ ପଠାଇ ଲୟିଶର ପୁତ୍ର ପଲ୍ଟିୟେଲ୍ ନାମକ ତାହାର ସ୍ୱାମୀ ନିକଟରୁ ମୀଖଲକୁ ନେଲା।
16
ତା’ର ସ୍ୱାମୀ ରୋଦନ କଲା ଏବଂ ବହୁରୀମ ପର୍ଯ୍ୟନ୍ତ ତାକୁ ଅନୁସରଣ କଲା। ତା’ପରେ ଅବ୍ନର ପଲ୍ଟିୟେଲ୍ଙ୍କୁ କହିଲା, “ଯାଅ, ଫେରିଯାଅ,” ତା’ପରେ ସେ ଫେରିଗଲା।
17
ଅବ୍ନର ଏହି ବାର୍ତ୍ତା ଇସ୍ରାଏଲର ନେତାଙ୍କ ପାଖକୁ ପଠାଇଲେ। ସେ କହିଲେ, “ତୁମ୍ଭେମାନେ ଦାଉଦଙ୍କୁ ରାଜା କରିବା ପାଇଁ ଅପେକ୍ଷା କରି ଆସୁଅଛ।
18
ବର୍ତ୍ତମାନ ଏହା କର, ସଦାପ୍ରଭୁ ଦାଉଦଙ୍କ ବିଷୟରେ କହିଥିଲେ ଯେତେବେଳେ ସେ କହିଲେ, ‘ମୁଁ ମୋର ଇସ୍ରାଏଲର ଲୋକମାନଙ୍କୁ ପଲେଷ୍ଟୀୟମାନଙ୍କଠାରୁ ରକ୍ଷା କରିବି ଏବଂ ମୁଁ ସେମାନଙ୍କୁ ସେମାନଙ୍କର ଅନ୍ୟ ସମସ୍ତ ଶତ୍ରୁମାନଙ୍କଠାରୁ ମଧ୍ୟ ରକ୍ଷା କରିବି। ମୁଁ ଏହା ମୋର ପ୍ରିୟ ଦାସ ଦାଉଦଙ୍କ ଦ୍ୱାରା ହିଁ କରିବି।’”
19
ଅବ୍ନର ଏହିସବୁ କଥାଗୁଡ଼ିକ ଦାଉଦଙ୍କୁ ହିବ୍ରୋଣଠାରେ କହିଲେ, ଏବଂ ବିନ୍ୟାମୀନ ବଂଶଧରକୁ କହିଲେ। ଅବ୍ନରଙ୍କର ଏହିକଥା ଇସ୍ରାଏଲର ଲୋକମାନଙ୍କୁ ଓ ବିନ୍ୟାମୀନ ପରିବାରବର୍ଗର ଲୋକମାନଙ୍କୁ ଶୁଣିବାକୁ ଭଲ ଲାଗିଲା।
20
ତା’ପରେ ଅବ୍ନର ଦାଉଦଙ୍କ ପାଖକୁ ହିବ୍ରୋଣକୁ ଆସିଲେ। ଅବ୍ନର ତାଙ୍କ ସହିତ କୋଡ଼ିଏ ଜଣ ଲୋକଙ୍କୁ ସାଙ୍ଗରେ ଆଣିଥିଲେ। ଅବ୍ନର ଓ ତାଙ୍କ ସହିତ ଆସିଥିବା ଲୋକମାନଙ୍କୁ ଦାଉଦ ଏକ ଭୋଜି ଦେଲେ।
21
ଅବ୍ନର ଦାଉଦଙ୍କୁ କହିଲେ, “ହେ ମୋର ପ୍ରଭୁ ମହାରାଜ, ମୋତେ ଯିବାକୁ ଦିଅ, ଏବଂ ସମସ୍ତ ଇସ୍ରାଏଲୀୟମାନଙ୍କୁ ତୁମ୍ଭ ସମ୍ମୁଖକୁ ଆଣିବାକୁ ଦିଅ। ତା’ପରେ ସେମାନେ ତୁମ୍ଭ ସମ୍ମୁଖରେ ଏକ ଚୁକ୍ତି କରିବେ ଏବଂ ତୁମ୍ଭେ ସମଗ୍ର ଇସ୍ରାଏଲର ରାଜା ହେବ, ଏବଂ ତୁମ୍ଭ ଇଚ୍ଛାମତେ ରାଜତ୍ୱ କରିବ।” ତେଣୁ ଦାଉଦ ଅବ୍ନରକୁ ଯିବାକୁ ଅନୁମତି ଦେଲେ ଏବଂ ଅବ୍ନର ଶାନ୍ତିରେ ଉକ୍ତ ସ୍ଥାନ ପରିତ୍ୟାଗ କଲେ।
22
ଅବ୍ନରଙ୍କର ମୃତ୍ୟୁ ଯୋୟାବ ଏବଂ ଦାଉଦଙ୍କର ଉଚ୍ଚପଦସ୍ଥ ସାମରୀକ ପଦାଧିକାରୀମାନେ ଯୁଦ୍ଧରୁ ଫେରିଲେ। ଏବଂ ସେମାନେ ସେମାନଙ୍କ ସହିତ ଶତ୍ରୁମାନଙ୍କଠାରୁ ବହୁ ମୂଲ୍ୟବାନ ପଦାର୍ଥ ସଙ୍ଗରେ ଆଣିଥିଲେ। ଅବ୍ନର ହିବ୍ରୋଣରେ ସେତେବେଳେ ଦାଉଦଙ୍କ ସଙ୍ଗରେ ନ ଥିଲେ। କାରଣ ସେ ତାଙ୍କୁ ଯିବାକୁ ଦେଇଥିବାରୁ ସେ ସେଠାରୁ ଶାନ୍ତିରେ ସ୍ଥାନ ପରିତ୍ୟାଗ କରିଥିଲେ।
23
ଯୋୟାବ ଓ ତାଙ୍କର ସୈନ୍ୟମାନେ ହିବ୍ରୋଣଠାରେ ପହଞ୍ଚିଲେ। ସୈନ୍ୟମାନେ ଯୋୟାବକୁ କହିଲେ, “ନରର ପୁତ୍ର ଅବ୍ନର ଦାଉଦଙ୍କ ନିକଟକୁ ଆସିଥିଲା ଓ ଦାଉଦ ଅବ୍ନରକୁ ଶାନ୍ତିରେ ଯିବାକୁ ଦେଲେ। ସେଥିପାଇଁ ସେ ନିରାପଦରେ ଫେରିଗଲା।”
24
ଯୋୟାବ ରାଜାଙ୍କ ସମ୍ମୁଖକୁ ଆସିଲେ ଏବଂ ପଗ୍ଭରିଲେ, “ଆପଣ କ’ଣ କଲେ? ଅବ୍ନର ଆପଣଙ୍କ ନିକଟକୁ ଆସିଥିଲା, କିନ୍ତୁ ଆପଣ ତାକୁ ଆଘାତ ନ କରି ପଠାଇ ଦେଲେ।
25
ଆପଣ ଜାଣନ୍ତି ଅବ୍ନର ହେଉଛି ନରର ପୁତ୍ର, ଆପଣ ଜାଣନ୍ତି ଯେ, ସେ ଆପଣଙ୍କ ପାଖକୁ ଛଳନା କରିବାକୁ ଆସିଥିଲା ଓ ଆପଣ କ’ଣ କରୁଥିଲେ ତାହା ଖୋଜିବାକୁ ସେ ଆସିଥିଲା।”
26
ଯୋୟାବ ଦାଉଦଙ୍କ ନିକଟରୁ ଆସିଲେ ଏବଂ ସିରା ନିକଟରେ ଥିବା ଅବ୍ନରଙ୍କ ନିକଟକୁ ଦୂତ ପଠାଇଲେ। ଦୂତଗଣ ସିରାର କୂଅ ନିକଟରୁ ଅବ୍ନରକୁ ଫେରାଇ ଆଣିଲେ। କିନ୍ତୁ ଏ କଥା ଦାଉଦଙ୍କୁ ଅଜଣା ଥିଲା।
27
ଯେତେବେଳେ ଅବ୍ନର ହିବ୍ରୋଣଠାରେ ପହଞ୍ଚିଲେ। ଯୋୟାବ ତାଙ୍କ ସହିତ ନିରୋଳାରେ କଥାବାର୍ତ୍ତା ପାଇଁ ତାଙ୍କୁ ନଗର ଦ୍ୱାର ଭିତରକୁ ନେଇଗଲେ। ଏବଂ ଯୋୟାବ ଅବ୍ନରକୁ ସେହିଠାରେ ତାଙ୍କ ପେଟରେ ଖଡ଼୍ଗ ଭୂଷି ମାରି ଦେଲେ। ଅବ୍ନର ଯୋୟାବର ଭାଇ ଅସାହେଲ୍କୁ ହତ୍ୟା କରିଥିଲେ। ତେଣୁ ଯୋୟାବ ଅବ୍ନରକୁ ହତ୍ୟା କଲେ।
28
ଦାଉଦ ଅବ୍ନରଙ୍କ ପାଇଁ କାନ୍ଦିଲେ ଏହା ପରେ ଦାଉଦ ଏ କଥା ଜାଣିବାକୁ ପାଇଲେ, ଏବଂ କହିଲେ, “ନରର ପୁତ୍ର ଅବ୍ନର ରକ୍ତପାତ ବିଷୟରେ ସବୁ ବେଳେ ମୁଁ ଓ ମୋର ରାଜ୍ୟ ନିର୍ଦ୍ଦୋଷୀ। ସଦାପ୍ରଭୁ ଏହି ବିଷୟରେ ଜାଣନ୍ତି।
29
ଯୋୟାବ ଏବଂ ତାଙ୍କର ପରିବାର ଏଥିପାଇଁ ଦାୟୀ ଏବଂ ମୁଁ ଭାବୁଛି ତାଙ୍କର ସମସ୍ତ ପରିବାରବର୍ଗ ଦୋଷୀ। ତାଙ୍କ ପରିବାରବର୍ଗ ସମସ୍ତେ କୁଷ୍ଠରୋଗରେ ଆକ୍ରାନ୍ତ ହେବେ, ଅଭାବରେ ରହିବେ ଓ ଯୁଦ୍ଧରେ ହତ ହେବେ।”
30
ଯୋୟାବ ଓ ତା’ର ଭାଇ ଅବୀଶୟ ଅବ୍ନରକୁ ହତ୍ୟା କଲେ, କାରଣ ଅବ୍ନର ସେମାନଙ୍କର ଭାଇ ଅସାହେଲ୍କୁ ଗିବିୟା ଯୁଦ୍ଧରେ ହତ୍ୟା କରିଥିଲେ।
31
ଦାଉଦ ଯୋୟାବ ଓ ତାଙ୍କ ସହିତ ଥିବା ସମସ୍ତ ଲୋକଙ୍କୁ କହିଲେ, “ତୁମ୍ଭର ବସ୍ତ୍ର ଚିରିଦିଅ ଓ ସମସ୍ତେ ଦୁଃଖଦ ବସ୍ତ୍ର ପିନ୍ଧ, ଅବ୍ନର ପାଇଁ ରୋଦନ କର।” ସେମାନେ ହିବ୍ରୋଣଠାରେ ଅବ୍ନରକୁ କବର ଦେଲେ। ରାଜା ଦାଉଦ ମଧ୍ୟ ସେ ସ୍ଥାନରେ ଉପସ୍ଥିତ ରହିଲେ। ରାଜା ଦାଉଦ ଓ ତାଙ୍କର ଲୋକମାନେ କବର ନିକଟରେ ଠିଆ ହୋଇ ରୋଦନ କଲେ।
33
ରାଜା ଦାଉଦ ଅବ୍ନର ଚିତାରେ ଛିଡ଼ା ହୋଇ ଏହି ଦୁଃଖ ଗୀତ ବୋଲିଲେ, “ଅବ୍ନର ଏକ ଦୁଷ୍ଟ ଦୋଷୀପରି ମଲା କି?
34
ଅବ୍ନର ତୁମ୍ଭ ହାତ ବନ୍ଧା ନ ଥିଲା କି? ତୁମ୍ଭ ପାଦରେ ଶିଙ୍କୁଳି ନ ଥିଲା, ତଥାପି, ତୁମ୍ଭକୁ ଦୁଷ୍ଟ ଲୋକମାନେ ମାରି ଦେଲେ।” ତା’ପରେ ସମସ୍ତ ଲୋକ ଅବ୍ନର ପାଇଁ ରୋଦନ କଲେ।
35
ଦିନତମାମ ଲୋକମାନେ ଦାଉଦଙ୍କୁ ଖାଇବାକୁ କହିଲେ, କିନ୍ତୁ ଦାଉଦ ଏକ ପ୍ରତିଜ୍ଞା କରିଥିଲେ ଓ କହିଲେ, “ଯଦି ସୂର୍ଯ୍ୟାସ୍ତ ପୂର୍ବରୁ ମୁଁ ରୋଟୀ କିମ୍ବା ଅନ୍ୟ କିଛି ଆହାର କରେ, ତେବେ ପରମେଶ୍ୱର ମୋତେ ଦଣ୍ତ ଓ ଦୁଃଖ ଦେବେ।”
36
ସମସ୍ତ ଲୋକ ଏ କଥା ବୁଝିଲେ, ରାଜା ଯାହା କରୁଛନ୍ତି ସମସ୍ତଙ୍କ ଦୃଷ୍ଟିରେ ତାହା ଭଲ ଥିଲା ବୋଲି ସମସ୍ତେ ତାହା ହୃଦୟଙ୍ଗମ କଲେ।
37
ଏହିପରି ନରର ପୁତ୍ର ଅବ୍ନରକୁ ହତ୍ୟା କରିବା ଯେ ରାଜାଙ୍କ ଆଡ଼କୁ ହୋଇ ନାହିଁ, ଏ କଥା ସେଦିନ ଇସ୍ରାଏଲର ସମସ୍ତ ଲୋକ ବୁଝିଲେ।
38
ରାଜା ଦାଉଦ ତାଙ୍କର ସୈନ୍ୟମାନଙ୍କୁ କହିଲେ, “ତୁମ୍ଭେମାନେ ଜାଣ ଯେ ଆଜି ଇସ୍ରାଏଲର ଜଣେ ମହତ୍ତ୍ୱପୂର୍ଣ୍ଣ ନେତାଙ୍କର ମୃତ୍ୟୁ ହେଲା।
39
ମୁଁ ରାଜା ରୂପେ ଅଭିଷିକ୍ତ ହେଲେ ହେଁ ତଥାପି ମୁଁ ଆଜି ଦୁର୍ବଳ। ଏହି ସରୁୟାର ପୁତ୍ରମାନେ ମୋତେ ଅତି ଦୁଃଖର କାରଣ ଦେଲେ। ସଦାପ୍ରଭୁ ଏହି କୁକାର୍ଯ୍ୟ କରିଥିବା ଲୋକମାନଙ୍କୁ ତାଙ୍କର କୁକର୍ମ ଅନୁସାରେ ଦଣ୍ତ ଦିଅନ୍ତୁ।”
← Chapter 2
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 4 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24