bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
2 Samuel 22
2 Samuel 22
Odia Bible ERV 2004 (ପବିତ୍ର ବାଇବଲ)
← Chapter 21
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 23 →
1
ସଦାପ୍ରଭୁ ନିକଟରେ ଦାଉଦଙ୍କର ପ୍ରଶଂସାର ଗୀତ ଯେଉଁ ସମୟରେ ସଦାପ୍ରଭୁ ଯାବତୀୟ ଶତ୍ରୁ ହସ୍ତରୁ ଓ ଶାଉଲଙ୍କର ହସ୍ତରୁ ଦାଉଦଙ୍କୁ ଉଦ୍ଧାର କଲେ। ସେ ସମୟରେ ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏହି ଗୀତ ନିବେଦନ କଲେ।
2
ସଦାପ୍ରଭୁ ମୋର ଶୈଳ ଏବଂ ମୋର ଦୁର୍ଗ, ମୋର ନିରାପଦସ୍ଥାନ।
3
ସେ ମୋର ପରମେଶ୍ୱର, ଶୈଳସ୍ୱରୂପ, ମୁଁ ତାଙ୍କ ପାଖକୁ ଆଶ୍ରୟ ପାଇଁ ଦୌଡ଼ିବି, ପରମେଶ୍ୱର ମୋର ଢାଲ, ତାଙ୍କର ଶକ୍ତି ମୋତେ ରକ୍ଷା କରିବ। ସଦାପ୍ରଭୁ ହେଉଛନ୍ତି ମୋର ଆଶ୍ରୟ ସ୍ଥାନ, ମୋର ନିରାପଦ ସ୍ଥାନ, ଉଚ୍ଚ ଦୁର୍ଗ, ସେ ମୋତେ ଦୁଷ୍ଟମାନଙ୍କର ଦୌରାତ୍ମ୍ୟରୁ ରକ୍ଷା କରନ୍ତି।
4
ସେମାନେ ମୋତେ ପରିହାସ କଲେ, କିନ୍ତୁ ଯେତେବେଳେ ମୁଁ ସଦାପ୍ରଭୁଙ୍କୁ ଡାକିଲି, ସେ ମୋତେ ମୋର ଶତ୍ରୁମାନଙ୍କଠାରୁ ରକ୍ଷା କଲେ।
5
ମୋର ଶତ୍ରୁମାନେ ସର୍ବଦା ମୋତେ ମାରିବାକୁ ଚେଷ୍ଟା କରିଛନ୍ତି। ମୃତ୍ୟୁର ଲହରୀ ମୋତେ ବେଷ୍ଟନ କଲା, ବନ୍ୟାଜଳ ମୋତେ ମୃତ୍ୟୁର ଗହ୍ୱରକୁ ନେଇଗଲା।
6
କବରର ରଶି ମୋର ଗ୍ଭରିପଟେ ଥିଲା। ମୃତ୍ୟୁର ଫାନ୍ଦ ମୋହର ସମ୍ମୁଖରେ ପଡ଼ିଥିଲା।
7
ମୁଁ ଫାନ୍ଦରେ ପଡ଼ି ସହାୟତା ପାଇଁ ସଦାପ୍ରଭୁଙ୍କୁ ଡାକିବାକୁ ଲାଗିଲି। ହଁ, ମୁଁ ମୋର ପରମେଶ୍ୱରଙ୍କୁ ଡାକିଲି, ସେ ଆପଣା ମନ୍ଦିରରେ ଥାଇ ମୋର ଡାକ ଶୁଣିଲେ। ସେ ମୋର ଆର୍ତ୍ତାନାଦ ଶୁଣିବାକୁ ଲାଗିଲେ।
8
ସେତେବେଳେ ପୃଥିବୀ ଟଳମଳ ଓ କମ୍ପିତ ହେଲା, ସ୍ୱର୍ଗ ରାଜ୍ୟର ମୂଳଦୂଆ ଟଳମଳ ଓ କମ୍ପିତ ହେଲା, କାରଣ ସଦାପ୍ରଭୁ କ୍ରୋଧିତ ଥିଲେ।
9
ପରମେଶ୍ୱରଙ୍କର ନାକରୁ ଧୂଆଁ ନିର୍ଗତ ହେଲା, ଜ୍ୱଳନ୍ତ ଅଗ୍ନିଶିଖା ତାଙ୍କର ମୁଖରୁ ବାହାରିଲା। ଜ୍ୱଳନ୍ତ ଅଙ୍ଗାର ସବୁ ତାଙ୍କଠାରୁ ନିର୍ଗତ ହେବାକୁ ଲାଗିଲା।
10
ସଦାପ୍ରଭୁ ଆକାଶର ବକ୍ଷ ଚିରି ତଳକୁ ଓହ୍ଲାଇ ଆସିଲେ। ସେ ଘନ ଅନ୍ଧକାର ତାଙ୍କ ପାଦତଳେ ଥିଲା।
11
ସେ ଉଡ଼ୁଥିଲେ, ସେ କିରୁବଦୂତଗଣ ଉପରେ ଆରୋହଣ କରି ଉଡ୍ଡୀୟମାନ ହେଲେ। ସେ ବାୟୁର ପକ୍ଷ ଉପରେ ଦେଖାଗଲେ।
12
ସଦାପ୍ରଭୁ କଳା, ଘନ ବାଦଲ ଖଣ୍ତ ଭିତରେ ଲୁଚି ଗଲେ, ସତେ ଯେମିତି ଏକ ତମ୍ବୁ ଭିତରେ ଲୁଚି ରହିଲେ। ସେ ଘନ ବିଜୁଳି ଯୁକ୍ତ ମେଘ ଭିତରେ ଲୁଚି ଗଲେ।
13
ତାଙ୍କର ଚତୁର୍ଦ୍ଦିଗର ଉଜ୍ଜ୍ୱଳ ଆଲୋକଗୁଡ଼ିକ ଜ୍ୱଳନ୍ତ ଅଗ୍ନିକଣା ସଦୃଶ।
14
ସଦାପ୍ରଭୁ ଆକାଶ ମଧ୍ୟରୁ ଗର୍ଜନ କଲେ। ସେ ସର୍ବୋପରିସ୍ଥ ଆପଣା ଶବ୍ଦରେ ଚତୁର୍ଦ୍ଦିଗ ପ୍ରକମ୍ପିତ କଲେ।
15
ସଦାପ୍ରଭୁ ଆପଣା ବାଣ ପ୍ରୟୋଗ କଲେ। ସେ ଶତ୍ରୁମାନଙ୍କୁ ଛିନ୍ଛତ୍ର କଲେ। ସଦାପ୍ରଭୁ ବିଜୁଳି ଦ୍ୱାରା ସେମାନଙ୍କୁ ଉଦ୍ବିଗ୍ନ କଲେ।
16
ସଦାପ୍ରଭୁଙ୍କ ଗର୍ଜନରେ ତାଙ୍କ ନାସିକାର ପ୍ରଶ୍ୱାସ ବାୟୁରେ ସମୁଦ୍ରର ଗର୍ତ୍ତ ପ୍ରକାଶ ପାଇଲା, ଭୂମଣ୍ତର ମୂଳ ସକଳ ଅନାବୃତ୍ତ ହେଲା।
17
ସଦାପ୍ରଭୁ ଉର୍ଦ୍ଧରୁ ମୋତେ ହସ୍ତ ବଢ଼ାଇ ଉଦ୍ଧାର କଲେ। ସଦାପ୍ରଭୁ ସେହି ଗଭୀର ଜଳରୁ ହାତ ବଢ଼ାଇ ମୋତେ ଟେକି ଆଣିଲେ।
18
ମୋର ଶତ୍ରୁମାନେ ମୋ’ଠାରୁ ଶକ୍ତିଶାଳୀ ଥିଲେ, ସେମାନେ ମୋତେ ଘୃଣା କରୁଥିଲେ। ମୋର ଶତ୍ରୁମାନେ ମୋ’ ପ୍ରତି ଅଧିକ ଶକ୍ତିଶାଳୀ ଥିଲେ। ତେଣୁ ପରମେଶ୍ୱର ମୋତେ ରକ୍ଷା କଲେ।
19
ମୁଁ ଯେତେବେଳେ ବିପଦରେ ପଡ଼ିଥିଲି ମୋର ଶତ୍ରୁମାନେ ମୋତେ ଆକ୍ରମଣ କରୁଥିଲେ, କିନ୍ତୁ ସଦାପ୍ରଭୁ ମୋତେ ରକ୍ଷା କରିବାକୁ ସେଠାରେ ଉପସ୍ଥିତ ଥିଲେ।
20
ସଦାପ୍ରଭୁ ମୋତେ ଭଲ ପାଆନ୍ତି, ତେଣୁ ସେ ମୋତେ ରକ୍ଷା କଲେ, ସେ ମୋତେ ନିରାପଦ ସ୍ଥାନକୁ ନେଇଗଲେ।
21
ସଦାପ୍ରଭୁ ମୋତେ ପୁରସ୍କୃତ କରିବେ, କାରଣ ଯାହା ଠିକ୍ ମୁଁ ତାହା ହିଁ କଲି, ମୁଁ କିଛି ଭୁଲ୍ କରି ନ ଥିଲି, ତେଣୁ ସେ ମୋ’ ପାଇଁ ନିଶ୍ଚୟ ମଙ୍ଗଳ କରିବେ।
22
କାରଣ ମୁଁ ସଦାପ୍ରଭୁଙ୍କ ଆଦେଶ ପାଳନ କରେ। ମୁଁ ପରମେଶ୍ୱରଙ୍କ ବିରୁଦ୍ଧରେ ପାପ କରି ନ ଥିଲି।
23
ମୁଁ ସବୁ ବେଳେ ସଦାପ୍ରଭୁଙ୍କ ନିଷ୍ପତ୍ତିକୁ ମାନି ଆସିଅଛି। ମୁଁ ତାଙ୍କ ବ୍ୟବସ୍ଥାଗୁଡ଼ିକୁ ପାଳନ କରେ।
24
ମୁଁ ତାଙ୍କ ସମ୍ମୁଖରେ ନିଜକୁ ଶୁଦ୍ଧ ଓ ନିର୍ମଳ ରଖେ।
25
ତେଣୁ ମୋର ସଦାପ୍ରଭୁ ମୋତେ ପୁରସ୍କୃତ କଲେ, କାରଣ ମୁଁ ତାଙ୍କ ଦୃଷ୍ଟିରେ ସରଳ ତଥା ନିରପରାଧ ଅଟେ। ମୁଁ କିଛି ଭୁଲ୍ କରି ନାହିଁ। ତେଣୁ ସେ ମୋ’ ପାଇଁ ନିଶ୍ଚୟ ମଙ୍ଗଳ କରିବେ।
26
ହେ ସଦାପ୍ରଭୁ, ଯଦି କେହି ପ୍ରକୃତରେ ତୁମ୍ଭଙ୍କୁ ଭଲପାଏ, ତା’ପରେ ତୁମ୍ଭେ ନିଶ୍ଚୟ ତାକୁ ଭଲ ପାଇବ। ଯଦି ଜଣେ ବ୍ୟକ୍ତି ତୁମ୍ଭ ପ୍ରତି ନିର୍ମଳ ଅନୁରକ୍ତ ପ୍ରକାଶ କରେ, ତୁମ୍ଭେ ମଧ୍ୟ ତାକୁ ସେହିପରି ପ୍ରତିଦାନ ଦିଅ।
27
ହେ ସଦାପ୍ରଭୁ, ତୁମ୍ଭେ ମହାନ ଓ ଯେଉଁମାନେ ଉତ୍ତମ ତଥା ନିର୍ମଳ ହୃଦୟର ତୁମ୍ଭେ ସେହିମାନଙ୍କ ପାଇଁ ପବିତ୍ର ଅଟ। କିନ୍ତୁ ତୁମ୍ଭେ ଦୁଷ୍ଟ ଲୋକମାନଙ୍କ ଅପେକ୍ଷା ଅଧିକ ଚତୁର ଅଟ।
28
ହେ ସଦାପ୍ରଭୁ, ତୁମ୍ଭେ ଦୁଃଖୀ ଲୋକମାନଙ୍କୁ ସାହାଯ୍ୟ କର କିନ୍ତୁ ଗର୍ବୀ ଓ ଅହଂକାରୀର ଦର୍ପକୁ ଚୂର୍ଣ୍ଣ କର।
29
ହେ ସଦାପ୍ରଭୁ, ତୁମ୍ଭେ ମୋର ପ୍ରଦୀପ। ମୋର ଅନ୍ଧକାରକୁ ଆଲୋକମୟ କରିବ।
30
ହେ ସଦାପ୍ରଭୁ, ତୁମ୍ଭର ସାହାଯ୍ୟରେ ମୁଁ ସୈନ୍ୟମାନଙ୍କ ସହିତ ଲଢ଼ିପାରେ। ପରମେଶ୍ୱରଙ୍କ ସାହାଯ୍ୟରେ ମୁଁ ଶତ୍ରୁର ପ୍ରାଚୀରକୁ ଚଢ଼ିଯାଇପାରେ।
31
ପରମେଶ୍ୱରଙ୍କ ଶକ୍ତି ଅତୁଳନୀୟ। ସଦାପ୍ରଭୁଙ୍କ ବାକ୍ୟ ସୁପରୀକ୍ଷିତ, ସେ ତାଙ୍କର ଆଶ୍ରିତମାନଙ୍କୁ ରକ୍ଷା କରନ୍ତି।
32
ସଦାପ୍ରଭୁଙ୍କ ବ୍ୟତୀତ ଅନ୍ୟ ପରମେଶ୍ୱର ନାହାନ୍ତି। ଆମ୍ଭମାନଙ୍କ ପରମେଶ୍ୱରଙ୍କ ବ୍ୟତୀତ ଅନ୍ୟ ଶୈଳ ନାହିଁ।
33
ପରମେଶ୍ୱର ମୋର ଦୃଢ଼ ଦୁର୍ଗ। ସେ ପବିତ୍ର ଲୋକମାନଙ୍କୁ ଠିକ୍ ଭାବରେ ଜୀବନ ଧାରଣ କରିବାରେ ସାହାଯ୍ୟ କରନ୍ତି।
34
ପରମେଶ୍ୱର ମୋତେ ହରିଣୀଠାରୁ ଅଧିକ ବେଗରେ ଦୌଡ଼ିବାକୁ ସାହାଯ୍ୟ କରନ୍ତି। ସେ ମୋତେ ସ୍ଥଳରେ ସୁଦୃଢ଼ କରନ୍ତି।
35
ସେ ମୋତେ ଯୁଦ୍ଧ କରିବା ପାଇଁ ଶିକ୍ଷା ଦିଅନ୍ତି। ସେଥିପାଇଁ ମୋର ବାହୁଗୁଡ଼ିକ ଏକ ଶକ୍ତ ଧନୁକୁ ବଙ୍କେଇବା ପାଇଁ ଯଥେଷ୍ଟ ବଳିଷ୍ଠ।
36
ହେ ପରମେଶ୍ୱର, ମୋତେ ତୁମ୍ଭେ ରକ୍ଷା କଲ ଏବଂ ଜିତିବାରେ ସାହାଯ୍ୟ କଲ। ତୁମ୍ଭେ ମୋତେ ତୁମ୍ଭର ଦକ୍ଷିଣ ବାହୁଦ୍ୱାରା ସାହାଯ୍ୟ କଲ।
37
ମୋର ଗୋଡ଼ ଓ ଗଣ୍ତିକୁ ଦୃଢ଼ କର, ତେଣୁ ମୁଁ ଦୁର୍ବଳ ହେବି ନାହିଁ ଏବଂ ପଡ଼ିବି ନାହିଁ।
38
ମୁଁ ମୋର ଶତ୍ରୁମାନଙ୍କୁ ବିନାଶ କରିବା ପାଇଁ ସେମାନଙ୍କୁ ଗୋଡ଼ାଇବି, ସେମାନଙ୍କୁ ଧ୍ୱଂସ ନ କରିବା ଯାଏ। ସେମାନେ ବିନାଶ ନ ହେବା ପର୍ଯ୍ୟନ୍ତ ମୁଁ ଫେରିବି ନାହିଁ।
39
ମୁଁ ମୋର ଶତ୍ରୁମାନଙ୍କୁ ବିନାଶ କରିଅଛି, ମୁଁ ସେମାନଙ୍କୁ ପରାସ୍ତ କରିଅଛି। ସେମାନେ ପୁନରାୟ ଉଠିପାରି ନାହାନ୍ତି। ହଁ, ସେମାନେ ମୋର ପାଦତଳେ ପଡ଼ି ଅଛନ୍ତି।
40
ହେ ପରମେଶ୍ୱର, ତୁମ୍ଭେ ମୋତେ ଯୁଦ୍ଧ କ୍ଷେତ୍ରରେ ବଳଶାଳୀ କରିଅଛ। ତୁମ୍ଭେ ମୋର ଶତ୍ରୁମାନଙ୍କୁ ମୋ’ ନିକଟରେ ପକାଇ ଦେଇଅଛ।
41
ତୁମ୍ଭେ ମୋତେ ସୁଯୋଗ ଦେଇଅଛ ମୋର ଶତ୍ରୁର ବେକକୁ ଧରିବା ପାଇଁ ଓ ମୁଁ ମୋର ଶତ୍ରୁକୁ ଧ୍ୱଂସ କରିଅଛି।
42
ସେମାନେ ସାହାଯ୍ୟ ପାଇଁ ଚିତ୍କାର କଲେ, କିନ୍ତୁ କେହି ସେମାନଙ୍କୁ ରକ୍ଷା କରିବାକୁ ଆଗେଇ ଆସି ନ ଥିଲେ। ସେମାନେ ସଦାପ୍ରଭୁଙ୍କୁ ମଧ୍ୟ ଡାକିଲେ, କିନ୍ତୁ ସେ ତାଙ୍କୁ ଉତ୍ତର ଦେଲେ ନାହିଁ।
43
ମୁଁ ପୃଥିବୀର ଧୂଳି ପରି ସେମାନଙ୍କୁ ଦଳିଲି, ମୁଁ ସଡ଼କରେ କାଦୁଅ ପରି ସେମାନଙ୍କୁ ଦଳିଲି। ସେମାନଙ୍କୁ ଛତରାଇ ଦେଲି।
44
ଯେଉଁମାନେ ମୋ’ ବିରୁଦ୍ଧରେ ଲାଗିଛନ୍ତି, ସେମାନଙ୍କଠାରୁ ମୋତେ ରକ୍ଷା କର। ମୋତେ ସେହିସବୁ ରାଜ୍ୟର ନେତା କର। ଯେଉଁ ଲୋକମାନଙ୍କୁ ମୁଁ ଜାଣି ନାହିଁ, ସେମାନେ ମୋର ସେବା କରିବେ।
45
ବିଦେଶୀମାନେ ମୋତେ ମାନିବେ। ସେମାନେ ଯେତେବେଳେ ମୋର ଆଜ୍ଞା ଶୁଣିବେ, ସେମାନେ ମୋର ଆଜ୍ଞାବହ ହେବେ।
46
ସେମାନେ ଭୟରେ ଦୁର୍ବଳ ହୋଇଯିବେ। ସେମାନେ ଲୁଚିଥିବା ଗୁପ୍ତ ସ୍ଥାନମାନଙ୍କରୁ ଭୟରେ ଥରହର ହୋଇ ବାହାରି ଆସିବେ।
47
ସଦାପ୍ରଭୁ ଜୀବିତ! ମୁଁ ମୋର ଶୈଳକୁ ପ୍ରଶଂସା କରେ! ପରମେଶ୍ୱର ମହାନ। ସେ ହିଁ ସେଇ ଶୈଳ ଯିଏ ମୋତେ ରକ୍ଷା କରନ୍ତି।
48
ସେହି ପରମେଶ୍ୱର ମୋ’ ତରଫରୁ ପରିଶୋଧ ନିଅନ୍ତି। ସେ ଦେଶଗୁଡ଼ିକୁ ମୋର ଶାସନାଧୀନ କରନ୍ତି।
49
ପରମେଶ୍ୱର ମୋ’ ଶତ୍ରୁଗଣଠାରୁ ମୋତେ ରକ୍ଷା କରନ୍ତି। ଯେଉଁ ଲୋକମାନେ ମୋ’ ବିରୁଦ୍ଧରେ ଉଠିଛନ୍ତି, ସେମାନଙ୍କୁ ପରାସ୍ତ କରିବାରେ ତୁମ୍ଭେ ମୋତେ ସାହାଯ୍ୟ କଲ। ତୁମ୍ଭେ ମୋତେ ସେହି ନିର୍ଦ୍ଦୟଲୋକମାନଙ୍କଠାରୁ ରକ୍ଷା କଲ।
50
ହେ ସଦାପ୍ରଭୁ, ସେଥିପାଇଁ ମୁଁ ମୋର ଗୋଷ୍ଠୀୟମାନଙ୍କ ମଧ୍ୟରୁ ତୁମ୍ଭର ପ୍ରଶଂସା କରେ। ସେହି କାରଣରୁ ତୁମ୍ଭ ନାମରେ ଜୟଗାନ କରି ଗୀତ ଗାଏ।
51
ସଦାପ୍ରଭୁ ତାଙ୍କର ନିଜର ରାଜାଙ୍କୁ ଯୁଦ୍ଧରେ ଜୟଲାଭ କରିବାକୁ ସାହାଯ୍ୟ କରିଛନ୍ତି। ସେ ତାଙ୍କର ମନୋନୀତ ରାଜା ଦାଉଦଙ୍କ ପ୍ରତି ପ୍ରେମ ଦେଖାଇଛନ୍ତି। ସେଥିପାଇଁ ସେ ଦାଉଦ ଓ ତାଙ୍କର ପରିବାରବର୍ଗମାନଙ୍କ ପ୍ରତି ଅନନ୍ତକାଳ ପାଇଁ ଦୟା ଦେଖାଇଛନ୍ତି।
← Chapter 21
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 23 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
Recommended Reading
Commentary
2 Samuel Commentaries
→
Devotional
2 Samuel Devotional Guide
→
Get This Bible
Odia Bible ERV (ପବିତ୍ର ବାଇବଲ) Study Bible
→