bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
2 Samuel 23
2 Samuel 23
Odia Bible ERV 2004 (ପବିତ୍ର ବାଇବଲ)
← Chapter 22
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 24 →
1
ଦାଉଦଙ୍କର ଶେଷ ବାକ୍ୟ ଏଗୁଡ଼ିକ ଦାଉଦଙ୍କର ଶେଷ କଥା, “ଯିଶୀର ପୁତ୍ର ଦାଉଦ କହନ୍ତି ଏହି ବ୍ୟକ୍ତିକୁ ପରମେଶ୍ୱର ମହାନ କରିଛନ୍ତି ଏବଂ ଯିଏ କି ଯାକୁବଙ୍କର ପରମେଶ୍ୱର ଅଭିଷିକ୍ତ ଏବଂ ଯିଏ ଇସ୍ରାଏଲର ସୁମଧୁର ଗାୟକ କହନ୍ତି,
2
ମୋ’ ଦ୍ୱାରା ସଦାପ୍ରଭୁଙ୍କ ଆତ୍ମା କହିଲେ, ଓ ତାଙ୍କର ବାକ୍ୟ ମୋ’ ଜିହ୍ୱାରେ ଥିଲା।
3
ଇସ୍ରାଏଲର ପରମେଶ୍ୱର କହିଲେ, ଇସ୍ରାଏଲର ଶୈଳ ମୋତେ କହିଲେ, ‘ଯେଉଁ ବ୍ୟକ୍ତି ନ୍ୟାୟ ଭାବରେ ଲୋକମାନଙ୍କୁ ଶାସନ କରେ, ଯିଏ ସଦାପ୍ରଭୁଙ୍କ ଭୟରେ ଓ ଭକ୍ତିରେ ଶାସନ କରେ।
4
ଏହି ଲୋକ ଉଦିତ ସୂର୍ଯ୍ୟରେ ଦୀପ୍ତି ତୁଲ୍ୟ ଉଜ୍ଜ୍ୱଳମାନ ହେବ। ସେ ଲୋକ ବାଦଲ ବିହୀନ ପ୍ରଭାତ ତୁଲ୍ୟ, ବୃଷ୍ଟି ହୋଇଯାଇଥିବା ଆକାଶ ତୁଲ୍ୟ, ଯେଉଁ ବୃଷ୍ଟି ସୂକ୍ଷ୍ମ ଘସାକୁ ବଢ଼ାଏ।’
5
“ପରମେଶ୍ୱର ମୋର ପରିବାରକୁ ଶକ୍ତିଶାଳୀ ଓ ସୁରକ୍ଷିତ କରିଛନ୍ତି ଏବଂ ଚିରଦିନ ପାଇଁ ମୋ’ ସହିତ ଏକ ନିୟମ କରିଛନ୍ତି। ଏହି ନିୟମଟି ସଦାପ୍ରଭୁଙ୍କ ଦ୍ୱାରା ସୁରକ୍ଷିତ। ସେ ମୋତେ ପ୍ରତ୍ୟେକ ଥର ବିଜୟ ଦେବେ ଓ ମୁଁ ଯାହା ଆଶା କରୁଅଛି ଦେବେ।
6
“କିନ୍ତୁ ସମସ୍ତ ମନ୍ଦ ଲୋକମାନେ କଣ୍ଟା ତୁଲ୍ୟ। ସାଧାରଣତଃ ଲୋକମାନେ ସେମାନଙ୍କର ହାତରେ କଣ୍ଟା ଧରନ୍ତି ନାହିଁ, ମାତ୍ର ସେମାନଙ୍କୁ ଦୂରକୁ ଫିଙ୍ଗିଦିଅନ୍ତି।
7
ମାତ୍ର ଯେଉଁ ଲୋକ ତାକୁ ସ୍ପର୍ଶ କରିବ, ଲୌହ ଓ କାଠର ବର୍ଚ୍ଛାଦଣ୍ଡରେ ସେମାନେ ଆଘାତ ପ୍ରାପ୍ତ ହେବ। ହଁ ସେଗୁଡ଼ିକ କଣ୍ଟା ତୁଲ୍ୟ। ସେଗୁଡ଼ିକ ନିଆଁରେ ପୋଡ଼ାଯିବ।”
8
ତିନି ମହାଯୋଦ୍ଧା ଦାଉଦ କହିଲେ ଏଗୁଡ଼ିକ ସେହି ସାହସୀ ବ୍ୟକ୍ତିମାନଙ୍କର ତାଲିକା, ଯେଉଁମାନେ ଦାଉଦଙ୍କର ଥିଲେ। ତଖୋମନୀୟ ଯାବେଶ୍ ବଶେବତ୍ ବିଶେଷତଃ ଦଳର ମୁଖ୍ୟ ଥିଲେ। ସେ ଏକ କାଳୀନ 800 ଲୋକକୁ ବର୍ଚ୍ଛାରେ ବଧ କରିଥିଲା।
9
ତା’ପରେ ଅହୋହୀୟ ବଂଶଜ ଦୋଦୟର ପୁତ୍ର ଇଲିୟାସର, ଦାଉଦଙ୍କ ସଙ୍ଗେ ଥିବା ତିନି ଜଣ ଶକ୍ତିଶାଳୀ ବୀରଙ୍କ ମଧ୍ୟରେ ଜଣେ ଥିଲା, ଯେତେବେଳେ ସେମାନେ ପଲେଷ୍ଟୀୟମାନଙ୍କୁ ମୁକାବୁଲା କଲେ, ସେମାନେ ଦାଉଦଙ୍କ ସହିତ ଥିଲେ। ସେମାନେ ଯୁଦ୍ଧ ପାଇଁ ଏକତ୍ରିତ ହେଲେ କିନ୍ତୁ ଇସ୍ରାଏଲ ଲୋକମାନେ ଦୌଡ଼ି ପଳାଇଲେ।
10
ସେ ଉଠିଲେ ଏବଂ ତାଙ୍କର ହସ୍ତ କ୍ଳାନ୍ତ ହେବା ପର୍ଯ୍ୟନ୍ତ ପଲେଷ୍ଟୀୟମାନଙ୍କୁ ଆକ୍ରମଣ କଲେ। କିନ୍ତୁ ସେ ଖଣ୍ତାଟିକୁ ଶକ୍ତ ଭାବରେ ଧରି ଯୁଦ୍ଧ କରିବା ଗ୍ଭଲୁ ରଖିଲେ। ପୁଣି ସେହି ଦିନ ସଦାପ୍ରଭୁ ଏକ ବିରାଟ ଜୟ କରାଇଲେ ଏବଂ ଲୋକମାନେ ତାଙ୍କୁ ଲୁଣ୍ଠନ କରିବାକୁ ଅନୁସରଣ କଲେ।
11
ତା’ପରେ ହରାରୀୟ ଆଗିର ପୁତ୍ର ଶମ୍ମ ସେଠାରେ ଥିଲା ସମୟରେ ପଲେଷ୍ଟୀୟମାନେ କୌଣସି ମସୂର ପୂର୍ଣ୍ଣ କ୍ଷେତ୍ର ନିକଟରେ ଏକତ୍ର ଦଳବଦ୍ଧ ହୋଇଥିଲେ। କିନ୍ତୁ ଲୋକମାନେ ପଲେଷ୍ଟୀୟମାନଙ୍କ ଆଗରୁ ପଳାୟନ କଲେ।
12
କିନ୍ତୁ ଶମ୍ମ କ୍ଷେତ୍ର ମଧ୍ୟରେ ଠିଆ ହୋଇ ତାହା ରକ୍ଷା କଲା ଓ ପଲେଷ୍ଟୀୟମାନଙ୍କୁ ବଧ କଲା। ତହିଁରେ ସଦାପ୍ରଭୁ ମହାଜୟ ସାଧନ କଲେ।
13
ତା’ପରେ ରାଜାଙ୍କର ବିଶେଷ ଦଳର ତିନି ଜଣ ଲୋକ ଶସ୍ୟଅମଳ ସମୟରେ ଗଲେ ଓ ଅଦୁଲ୍ଲମ ଦାଉଦଙ୍କ ନିକଟକୁ ଗଲେ। ସେତେବେଳେ ପଲେଷ୍ଟୀୟମାନଙ୍କ ସୈନ୍ୟ ରଫାୟୀମ ତଳ ଭୂମିରେ ଛାଉଣି ସ୍ଥାପନ କରିଥିଲେ।
14
ଅନ୍ୟ ସମୟରେ ଦାଉଦ ଦୁର୍ଗରେ ଥିଲେ ଓ ପଲେଷ୍ଟୀୟମାନଙ୍କ ପ୍ରହରୀ ସୈନ୍ୟଦଳ ବୈଥ୍ଲେହମରେ ଥିଲେ।
15
ଦାଉଦ ତୃଷାର୍ତ୍ତ ହୋଇ କହିଲେ, “ଆଃ କେହି ବୈଥ୍ଲେହମରେ ନଗରଦ୍ୱାର ନିକଟସ୍ଥ କୂଅରୁ ଜଳ ଦିଅନ୍ତା କି।”
16
ତହିଁରେ ସେହି ତିନି ବୀର ରାସ୍ତାରେ ପଲେଷ୍ଟୀୟମାନଙ୍କ ସୈନ୍ୟ ମଧ୍ୟଦେଇ ପଶିଯାଇ ବୈଥ୍ଲେହମ ନଗରଦ୍ୱାର ନିକଟସ୍ଥ କୂଅରୁ ପାଣି ଆଣିଲେ। ମାତ୍ର ସେ ତହିଁରୁ ପିଇବାକୁ ସମ୍ମତ ନ ହୋଇ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତାହାକୁ ଢାଳି ଦେଲେ।
17
ଦାଉଦ କହିଲେ, “ହେ ସଦାପ୍ରଭୁ, ମୁଁ ନିଶ୍ଚୟ ଏହି ପାଣି ପିଇବି ନାହିଁ। ଏହା ସେହି ମଣିଷର ରକ୍ତ ପିଇବା ପରି ହେବ, ଯେଉଁମାନେ ମୋ’ ପାଇଁ ସେମାନଙ୍କ ପାଇଁ ଉତ୍ସର୍ଗ କରିଦେଲେ।” ଏଥିପାଇଁ ଦାଉଦ ପାଣି ପିଇବା ପାଇଁ ମନା କରିଥିଲେ। ଏହିପରି କର୍ମ ସେହି ତିନି ବୀର କରିଥିଲେ।
18
ଅନ୍ୟ ସାହସିକ ସୈନ୍ୟ ସେହି ତିନି ଜଣଙ୍କ ମଧ୍ୟରେ ସରୁୟାର ପୁତ୍ର ଯୋୟାବ, ଯୋୟାବର ଭ୍ରାତା ଅବୀଶୟ ମୁଖ୍ୟ ଥିଲେ। ସେ 300 ଲୋକ ବିରୁଦ୍ଧରେ ନିଜର ବର୍ଚ୍ଛା ଉଠାଇ ସେମାନଙ୍କୁ ହତ୍ୟା କରିଥିଲା। ଏଣୁ ସେ ଏହି ତିନିଙ୍କ ମଧ୍ୟରେ ବିଖ୍ୟାତ ହେଲା।
19
ସେ ଏହି ତିନିଙ୍କ ମଧ୍ୟରେ ପ୍ରସିଦ୍ଧ ଥିଲା। ଏହି ହେତୁ ସେ ସେମାନଙ୍କର ସେନାପତି ହେଲା। ତଥାପି ସେ ପ୍ରଥମ ତିନି ଜଣଙ୍କ ତୁଲ୍ୟ ନ ଥିଲା।
20
ତା’ପରେ ସେଠାରେ ଜଣେ ଯିହୋୟାଦାର ପୁତ୍ର ବନାୟ ଥିଲା। ସେ ଥିଲେ ଜଣେ ପରାକ୍ରମଶାଳୀ ବିକ୍ରମି ପୁରୁଷର ପୁତ୍ର। ସେ କବ୍ସେଲୀୟର ଅଧିବାସୀ ଥିଲା। ବନାୟ ବହୁତ ସାହସିକ କାର୍ଯ୍ୟ କରିଥିଲା। ସେ ମୋୟାବୀୟ ଅରୀୟଲର ଦୁଇ ପୁତ୍ରଙ୍କୁ ବଧ କଲା। ଦିନେ ଏକ ସମୟରେ ଯେତେବେଳେ ବରଫ ପଡ଼ୁଥିଲା, ବନାୟ ଏକ ଗୁମ୍ଫାରେ ଏକ ସିଂହକୁ ହତ୍ୟା କଲା।
21
ବନାୟ ଏକ ମିସ୍ରୀୟ ମହାପୁରୁଷଙ୍କୁ ହତ୍ୟା କଲା। ସେହି ମିସ୍ରୀୟ ହାତରେ ଏକ ବର୍ଚ୍ଛା ଥିଲା କିନ୍ତୁ ବନାୟର ହାତରେ ଏକ ଯଷ୍ଟି ଥିଲା, ବନାୟ ତା’ର ହାତରୁ ବର୍ଚ୍ଛା ଛଡ଼ାଇ ଆଣିଲା ଓ ତା’ର ବର୍ଚ୍ଛାରେ ତାକୁ ବଧ କଲା।
22
ଯିହୋୟାଦାର ପୁତ୍ର ବନାୟ ଏହିପରି ସାହସିକ କାର୍ଯ୍ୟମାନ କଲା ଏବଂ ସେ ଏହି ତିନି ବୀରମାନଙ୍କ ମଧ୍ୟରେ ବିଖ୍ୟାତ ଥିଲା।
23
ବନାୟ ତିରିଶ୍ ଜଣ ବୀର ଅପେକ୍ଷା ଅଧିକ ବିଖ୍ୟାତ ଥିଲା। ତଥାପି ସେ ପ୍ରଥମ ତିନି ଜଣ ବୀରଙ୍କ ତୁଲ୍ୟ ନ ଥିଲା। ଆଉ ଦାଉଦ ତାକୁ ନିଜର ପ୍ରହରୀ ଦଳ ଉପରେ ନିଯୁକ୍ତି କଲେ।
24
ତିରିଶ୍ ଜଣ ମହା ଯୋଦ୍ଧା ଯୋୟାବର ଭ୍ରାତା ଅସାହେଲ୍ ଉକ୍ତ ତିରିଶ୍ ଜଣ ମଧ୍ୟରେ ଜଣେ ଥିଲା। ସେହି ତିରିଶ୍ ଜଣ ବୀରମାନଙ୍କ ମଧ୍ୟରେ ବୈଥ୍ଲେହମସ୍ଥ ଦୋଦୟର ପୁତ୍ର ଇଲ୍ହାନନ୍ ଥିଲା।
25
ହରୋଦୀୟ ଶମ୍ମ, ହରୋଦୀୟ ଇଲୀକା,
26
ପଲ୍ଟୀୟ ହେଲସ୍, ତକୋୟୀୟ ଇକ୍କୋଶର ପୁତ୍ର ଈରା,
27
ଅନାଥୋତୀୟ ଅବୀୟେଷର, ହୂଶାତୀୟ ମବୁନ୍ନୟ,
28
ଅହୋହୀୟ ସଲ୍ମୋନ୍, ନଟୋଫାତୀୟରୁ ମହରୟ,
29
ନଟୋଫାତୀୟ ବାନାର ପୁତ୍ର ହେଲବ, ବିନ୍ୟାମୀନ ବଂଶୀୟ ଗିବିୟା ନିବାସୀ ରୀବୟର ପୁତ୍ର ଇତ୍ତୟ।
30
ପିରିୟାଥୋନୀୟ ବନାୟ, ଗାଶ୍-ନଦୀତୀର ନିବାସୀ ହିଦ୍ଦୟ,
31
ଅର୍ବତୀୟ ଅବିୟଲ୍ବୋନ, ବରହୂମୀୟ ଅସ୍ମାବତ୍
32
ଶାଲ୍ବୋନୀୟ ଇଲିୟହବା, ଯାଶେନର ପୁତ୍ରଗଣ, ଯୋନାଥନ
33
ହରାରୀୟ ଶମ୍ମ, ଅରାରୀୟ ଶାରରର ପୁତ୍ର ଅହୀୟାମ,
34
ମାଖାତୀୟର ପୌତ୍ର ଅହସ୍ବୟର ପୁତ୍ର ଇଲୀଫେଲଟ୍, ଗୀଲୋନୀୟ ଅହୀଥୋଫଲର ପୁତ୍ର ଇଲୀୟାମ,
35
କର୍ମିଲୀୟ ହିଷ୍ରୟ, ଅର୍ବୀୟ ପାରୟ,
36
ସୋବା ନିବାସୀ ନାଥନର ପୁତ୍ର ଯିଗାଲ, ଗାଦୀୟ ବାନୀ,
37
ଅମ୍ମୋନୀୟ ସେଲକ, ସରୁୟାର ପୁତ୍ର ଯୋୟାବର ଅସ୍ତ୍ରବାହକ ବରୋତୀୟ ନହରୟ,
38
ଇଥ୍ରୀୟ ଈରା, ଇଥ୍ରୀୟ ଗାରେବ୍,
39
ହିତ୍ତୀୟ ଊରିୟ, ସର୍ବସୁଦ୍ଧା ସଇଁତିରିଶ୍ ଜଣ।
← Chapter 22
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 24 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
Recommended Reading
Commentary
2 Samuel Commentaries
→
Devotional
2 Samuel Devotional Guide
→
Get This Bible
Odia Bible ERV (ପବିତ୍ର ବାଇବଲ) Study Bible
→