bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
2 Samuel 16
2 Samuel 16
Odia Bible ERV 2004 (ପବିତ୍ର ବାଇବଲ)
← Chapter 15
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 17 →
1
ଦାଉଦଙ୍କ ସହିତ ସୀବଃଙ୍କ ସାକ୍ଷାତ ଦାଉଦ ପର୍ବତ ଶୃଙ୍ଗ ପାର ହୋଇ କିଛି ବାଟ ଗଲାପରେ ମଫୀବୋଶତର ଦାସ ସୀବଃ ସଜ୍ଜିତ ଦୁଇଟି ଗଧ ସଙ୍ଗରେ ଯାଉଥିବାର ଦେଖିଲେ। ସେ ଗଧମାନଙ୍କ ଉପରେ 200 ରୋଟୀ ଏବଂ 100 ପେଣ୍ତା ଦ୍ରାକ୍ଷାଫଳ ଏବଂ 100 ଗ୍ରୀଷ୍ମକାଳୀନ ଫଳ ଏବଂ ଏକ କୁମ୍ଫା ଦ୍ରାକ୍ଷାରସ ଥିଲା।
2
ରାଜା ଦାଉଦ ସୀବଃକୁ ପଗ୍ଭରିଲେ, “ଏଗୁଡ଼ିକ କାହା ପାଇଁ?” ସୀବଃ ଉତ୍ତର ଦେଲା, “ଏହି ଗଧଗୁଡ଼ିକ ତୁମ୍ଭର ଲୋକମାନେ ଚଢ଼ିବା ପାଇଁ ଏବଂ ରୋଟୀ ଓ ଗ୍ରୀଷ୍ମକାଳୀନ ଫଳଗୁଡ଼ିକ ଯୁବକମାନଙ୍କର ଖାଇବା ପାଇଁ, ଦ୍ରାକ୍ଷାରସ ତୁମ୍ଭମାନଙ୍କ ସହିତ ମରୁଭୂମିକୁ ନେବା ପାଇଁ ଯେଉଁମାନେ ମୂର୍ଛା ହୋଇ ଯାଆନ୍ତି।”
3
ରାଜା ଦାଉଦ ପଗ୍ଭରିଲେ, “ତୁମ୍ଭ ମୁନିବର ପୁତ୍ର କାହିଁ।” ସୀବଃ ରାଜାଙ୍କୁ କହିଲା, “ସେ ଯିରୁଶାଲମରେ ଅଛନ୍ତି। କାରଣ ସେ କହିଲେ, ‘ଇସ୍ରାଏଲ ପରିବାର ଆଜି ମୋର ଅଜାଙ୍କ ରାଜ୍ୟକୁ ଫେରି ଆସିବ।’”
4
ତା’ପରେ ରାଜା ସୀବଃକୁ କହିଲେ, “ସେହି କାରଣରୁ, ବର୍ତ୍ତମାନ ମୁଁ ତୁମ୍ଭକୁ ମଫୀବୋଶତର ସର୍ବସ୍ୱ ଦେଉଛି।” ସୀବଃ କହିଲା, “ମୁଁ ଆପଣଙ୍କୁ ପ୍ରଣାମ କରୁଅଛି ହେ ପ୍ରଭୁ ମହାରାଜ, ଆପଣଙ୍କୁ ଖୁସୀ କରିବା ପାଇଁ ମୁଁ ସର୍ବଦା ଆଶା କରୁଛି।”
5
ଦାଉଦଙ୍କୁ ଶିମିୟିର ଅଭିଶାପ ଦାଉଦ ବହୁରୀମକୁ ଗଲେ, ସେଠାରେ ଦେଖିଲେ ଶାଉଲ ବଂଶର ଏକ ବ୍ୟକ୍ତି ସେଠାରୁ ବାହାରି ଆସିଲା, ତା’ର ନାମ ଥିଲା ଶିମିୟି। ସେ ଥିଲା ଗେରାର ପୁତ୍ର, ସେ ବାହାରି ଆସିବା ସମୟରେ ଦାଉଦଙ୍କୁ ଗାଳି ଦେଉଥିଲା। ଏବଂ ଦାଉଦଙ୍କ ବିଷୟରେ ଗାଳି କରି କରି ବାହାରୁ ଥିଲା।
6
ଶିମିୟି ଗାଳି ଦେଉ ଦେଉ ଦାଉଦ ଓ ତାଙ୍କର ସୈନ୍ୟମାନଙ୍କ ଉପରକୁ ପଥର ଫିଙ୍ଗୁ ଥିଲା। କିନ୍ତୁ ଦାଉଦଙ୍କର ସୈନ୍ୟଦଳ ଓ ଲୋକମାନେ ଦାଉଦଙ୍କୁ ଘେରି କରି ରହିଥିଲେ।
7
ଶିମିୟି ଦାଉଦଙ୍କୁ ଅଭିଶାପ ଦେଉଥିଲା ଏବଂ କହିଲା, “ଆରେ ହତ୍ୟାକାରୀ ଏବଂ ମନ୍ଦ ଲୋକ ଏଠାରୁ ଦୂର ହୁଅ।
8
ସଦାପ୍ରଭୁ ତୁମ୍ଭଙ୍କୁ ଦଣ୍ତ ଦେଉଛନ୍ତି, କାରଣ ତୁମ୍ଭେ ଶାଉଲଙ୍କର ପରିବାରର ଲୋକମାନଙ୍କୁ ହତ୍ୟା କଲ ଏବଂ ଶାଉଲଙ୍କର ରାଜପଦ ଗ୍ଭେରାଇ ନେଲ। କିନ୍ତୁ ବର୍ତ୍ତମାନ ଠିକ୍ ସେହି ମନ୍ଦ କର୍ମ ତୁମ୍ଭ ପାଇଁ ଘଟିବାକୁ ଯାଉଛି। ସଦାପ୍ରଭୁ ସେହି ରାଜ୍ୟକୁ ତୁମ୍ଭ ପୁଅ ଅବଶାଲୋମକୁ ହସ୍ତାନ୍ତର କରିଅଛନ୍ତି। କାରଣ ତୁମ୍ଭେ ଜଣେ ରକ୍ତପିପାସୁ ମଣିଷ।”
9
ସରୁୟାର ପୁତ୍ର ଅବିଶୟ ରାଜାଙ୍କୁ କହିଲା, “ଏ ମଲା କୁକୁରଟା କାହିଁକି ମୋ’ ପ୍ରଭୁ ମହାରାଜାଙ୍କୁ ଅଭିଶାପ ଦେବ? ଅନୁମତି ଦିଅନ୍ତୁ ମୁଁ ପାର ହୋଇ ତା’ର ମୁଣ୍ଡ କାଟି ଆଣିବି।”
10
କିନ୍ତୁ ରାଜା କହିଲେ, “ସରୁୟାର ପୁତ୍ରମାନେ, କାହିଁକି ତୁମ୍ଭେମାନେ ମୋ’ ବିଷୟରେ ଅନ୍ୟଥା ଚର୍ଚ୍ଚା କରୁଛ? ଶିମିୟି ମୋତେ ଅଭିଶାପ ଦେଉଛି, କିନ୍ତୁ ସଦାପ୍ରଭୁ ତାକୁ କହିଛନ୍ତି, ମୋତେ ଅଭିଶାପ ଦେବା ପାଇଁ। ଏବଂ କିଏ ସଦାପ୍ରଭୁଙ୍କୁ ପ୍ରଶ୍ନ କରି ପାରିବ, ଜିନିଷଗୁଡ଼ିକ ବିଷୟରେ ସେ କରନ୍ତି?”
11
ଦାଉଦ ଅବିଶୟକୁ ଓ ନିଜର ଦାସମାନଙ୍କୁ କହିଲେ, “ଦେଖ, ମୋର ନିଜ ପୁତ୍ର ମୋତେ ହତ୍ୟା କରିବାକୁ ଚେଷ୍ଟା କରୁଛି। ବର୍ତ୍ତମାନ ବିନ୍ୟାମୀନ ଗୋଷ୍ଠୀବର୍ଗର ଏହି ଲୋକ ମୋତେ ମାରିବାକୁ ଚେଷ୍ଟା କରିବା ପାଇଁ ଅଧିକ ଅଧିକାର ଅଛି। ତାକୁ ଏକା ଛାଡ଼ିଦିଅ। ତାକୁ ଅଭିଶାପ ଦେବାକୁ ଦିଅ। କାରଣ ସଦାପ୍ରଭୁ ତାକୁ ଅନୁମତି ଦେଇ ଅଛନ୍ତି।
12
ଏହା ହୋଇପାରେ ଯେ, ସଦାପ୍ରଭୁ ମୋ’ ପ୍ରତି ଅନ୍ୟାୟ ହେଉଥିବାର ଦେଖିବେ ଏବଂ ଶିମିୟିର ଅଭିଶାପ ବଦଳରେ ସେ ମୋତେ ଆଶୀର୍ବାଦ କରିବେ।”
13
ଏହିରୂପେ ଦାଉଦ ଓ ତାଙ୍କର ଲୋକମାନେ ତାଙ୍କ ବାଟରେ ଗଲେ। କିନ୍ତୁ ଶିମିୟି ତାଙ୍କୁ ପର୍ବତର ଅନ୍ୟ ପାଖର ରାସ୍ତାରେ ଅନୁସରଣ କରୁଥିଲା ଓ ଅଭିଶାପ ଦେଉଥିଲା। ଏବଂ ସେ ତାଙ୍କୁ ପଥର ଫିଙ୍ଗୁଥାଏ ଓ ଧୂଳି ପକାଉ ଥାଏ।
14
ରାଜା ଦାଉଦ ଓ ତାଙ୍କର ଲୋକମାନେ ଆସି ଯର୍ଦ୍ଦନ ନଦୀ କୂଳରେ ପହଞ୍ଚିଲେ। ରାଜା ଏବଂ ତାଙ୍କର ଲୋକମାନେ କ୍ଳାନ୍ତ ହୋଇଯାଇ ଥିଲେ। ତେଣୁ ସେମାନେ ସେଠାରେ ବିଶ୍ରାମ ନେଲେ ଓ କ୍ଳାନ୍ତ ମେଣ୍ଟାଇଲେ।
15
ଅବଶାଲୋମ, ଅହୀଥୋଫଲ ଓ ସମସ୍ତ ଇସ୍ରାଏଲୀୟ ଲୋକମାନେ ଯିରୁଶାଲମକୁ ଫେରି ଆସିଲେ।
16
ଦାଉଦଙ୍କର ସାଙ୍ଗ ଅର୍କୀୟ ହୂଶୟ ଅବଶାଲୋମ ନିକଟକୁ ଆସନ୍ତେ ହୂଶୟ ଅବଶାଲୋମକୁ କହିଲା, “ମହାରାଜ ଚିରଜୀବୀ ହୁଅନ୍ତୁ, ମହାରାଜ ଚିରଜୀବୀ ହୁଅନ୍ତୁ।”
17
ଅବଶାଲୋମ ହୂଶୟକୁ କହିଲେ, “ତୁମ୍ଭେ ସାଙ୍ଗ ପ୍ରତି କାହିଁକି ବିଶ୍ୱସ୍ତ ନୁହଁ, ତୁମ୍ଭେ କାହିଁକି ନିଜର ସାଙ୍ଗ ସହିତ ଗଲ ନାହିଁ?”
18
ହୂଶୟ ଅବଶାଲୋମକୁ କହିଲା, “ସଦାପ୍ରଭୁ ଓ ଏହି ସମୁଦାୟ ଇସ୍ରାଏଲର ଲୋକମାନେ ତୁମ୍ଭକୁ ମନୋନୀତ କଲେ, ତେଣୁ ମୁଁ ତୁମ୍ଭର ସମର୍ଥନ କରିବି ଏବଂ ତୁମ୍ଭ ସହିତ ମୁଁ ରହିବି।
19
ମୁଁ କାହାର ସେବା କରିବି, ଅତୀତରେ ମୁଁ ତୁମ୍ଭର ପିତାଙ୍କର ସେବା କରିଛି। ତେଣୁ ମୁଁ ବର୍ତ୍ତମାନ ତୁମ୍ଭର ସେବା କରିବି।”
20
ଅବଶାଲୋମ ଅହୀଥୋଫଲଙ୍କୁ ପରାମର୍ଶ ପାଇଁ ପଗ୍ଭରିଲେ ଅବଶାଲୋମ ଅହୀଥୋଫଲକୁ କହିଲା, “ଏବେ ଆମ୍ଭମାନଙ୍କର କି କର୍ତ୍ତବ୍ୟ, ଏ ବିଷୟରେ ତୁମ୍ଭେ ମନ୍ତ୍ରଣା ଦିଅ।”
21
ଅହୀଥୋଫଲ ଅବଶାଲୋମକୁ କହିଲା, “ତୁମ୍ଭ ପିତା ଗୃହ ଜଗିବା ନିମନ୍ତେ ନିଜର ଯେଉଁ ଉପପତ୍ନୀମାନଙ୍କୁ ଛାଡ଼ିଯାଇ ଅଛନ୍ତି, ତୁମ୍ଭେ ସେମାନଙ୍କ ସହିତ ସହବାସ କରିବାକୁ ଯାଅ। ଏହା ସମୁଦାୟ ଇସ୍ରାଏଲୀୟମାନେ ଶୁଣିବେ। ସେମାନେ ହୃଦ୍ବୋଧ କରିବେ ଯେ, ତୁମ୍ଭର ପିତା ବର୍ତ୍ତମାନ ତୁମ୍ଭକୁ ଘୃଣା କରନ୍ତି। ତାହାହେଲେ ତୁମ୍ଭର ସମର୍ଥକମାନେ ତୁମ୍ଭକୁ ସମର୍ଥନ ଦେବା ପାଇଁ ଅଧିକ ଉତ୍ସାହିତ ହେବେ।”
22
ଏହା ପରେ ଲୋକମାନେ ଅବଶାଲୋମ ନିମନ୍ତେ ଗୃହର ଛାତ ଉପରେ ଏକ ତମ୍ବୁ ଲଗାଇଲେ, ତା’ପରେ ଅବଶାଲୋମ ନିଜ ପିତାର ଉପପତ୍ନୀମାନଙ୍କ ସହିତ ସହବାସ କଲା। ସମସ୍ତ ଇସ୍ରାଏଲୀୟମାନେ ଏହା ଦେଖିଲେ।
23
ସେ ସମୟରେ ଅହୀଥୋଫଲ ଯେଉଁ ମନ୍ତ୍ରଣା ଦିଏ, ସେହି ମନ୍ତ୍ରଣା ପରମେଶ୍ୱରଙ୍କ ବାକ୍ୟ ବୋଲି ବିବେଚନା କରାଯାଏ। ଦାଉଦ ଓ ଅବଶାଲୋମ ଉଭୟ ଏହାକୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କଲେ।
← Chapter 15
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 17 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
Recommended Reading
Commentary
2 Samuel Commentaries
→
Devotional
2 Samuel Devotional Guide
→
Get This Bible
Odia Bible ERV (ପବିତ୍ର ବାଇବଲ) Study Bible
→