bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
2 Samuel 19
2 Samuel 19
Odia Bible ERV 2004 (ପବିତ୍ର ବାଇବଲ)
← Chapter 18
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 20 →
1
ଯୋୟାବ ଦାଉଦଙ୍କୁ ଗାଳି ଦେଲେ ଲୋକମାନେ ଯୋୟାବକୁ ଏ ଖବର ଜଣାଇଲେ। ସେମାନେ ଯୋୟାବକୁ କହିଲେ, “ଦେଖନ୍ତୁ ରାଜା ଅବଶାଲୋମ ପାଇଁ କ୍ରନ୍ଦନ କରୁଛନ୍ତି ଓ ଶୋକ ମଧ୍ୟ କରୁଛନ୍ତି।”
2
ଦାଉଦଙ୍କର ସୈନ୍ୟଦଳ ସେଦିନ ଯୁଦ୍ଧରେ ଜୟଲାଭ କଲେ। କିନ୍ତୁ ଜୟଲାଭ କରିବାର ଆନନ୍ଦ ସମସ୍ତ ଲୋକମାନଙ୍କ ପାଇଁ ଦୁଃଖରେ ପରିଣତ ହେଲା। ଏହା ଥିଲା ଏକ ଦୁଃଖର ଦିନ, କାରଣ ଲୋକମାନେ ଶୁଣିବାକୁ ପାଇଲେ ଯେ, “ରାଜା ତାଙ୍କର ନିଜ ପୁତ୍ର ପାଇଁ ଅତ୍ୟନ୍ତ ଦୁଃଖିତ।”
3
ସୈନ୍ୟମାନେ ନଗରକୁ ପ୍ରବେଶ କରୁଥିଲେ, ଯେପରି ସେମାନଙ୍କର ପରାସ୍ତ ସୈନିକମାନେ ଲଜ୍ଜା ବସତଃ ନଗରରେ ପ୍ରବେଶ କରନ୍ତି।
4
ରାଜା ତାଙ୍କର ମୁହଁକୁ ଢାଙ୍କି ଉଚ୍ଚସ୍ୱରରେ କ୍ରନ୍ଦନ କରିବାକୁ ଲାଗିଲେ, “ହେ ମୋର ପୁତ୍ର ଅବଶାଲୋମ, ହେ ମୋର ପୁତ୍ର ଅବଶାଲୋମ।”
5
ଯୋୟାବ ରାଜ ଗୃହରେ ପ୍ରବେଶ କରି ରାଜାଙ୍କୁ କହିଲେ, “ଆପଣ ଆଜି ଆପଣଙ୍କର ପଦସ୍ଥ କର୍ମଗ୍ଭରୀମାନଙ୍କୁ ଲଜ୍ଜିତ କରିଛନ୍ତି। ଆପଣ ସେଇ ପଦସ୍ଥ କର୍ମଗ୍ଭରୀମାନଙ୍କୁ ଅପମାନିତ କରିଛନ୍ତି, ଯେଉଁମାନେ ଆଜି ଆପଣଙ୍କର ପୁତ୍ର, କନ୍ୟା, ସ୍ତ୍ରୀ ଓ ଆପଣଙ୍କର ଉପପତ୍ନୀମାନଙ୍କର ଜୀବନ ରକ୍ଷା କରିଛନ୍ତି।
6
କାରଣ ଯେଉଁମାନେ ଆପଣଙ୍କୁ ଘୃଣା କରନ୍ତି ଆପଣ ସେମାନଙ୍କୁ ପ୍ରେମ କରୁଛନ୍ତି। ଏବଂ ଆପଣ ସେମାନଙ୍କୁ ଘୃଣା କରନ୍ତି, ଯେଉଁମାନେ ଆପଣଙ୍କୁ ଭଲ ପାଆନ୍ତି। ଏବଂ ସେମାନଙ୍କୁ ଆପଣ ଭଲ ପାଆନ୍ତି, ଯେଉଁମାନେ ଆପଣଙ୍କୁ ଘୃଣା କରନ୍ତି। ମୁଁ ଆଜି ଦେଖୁଛି, ଯେ ଯଦି ଆଜି ଆମ୍ଭେମାନେ ସମସ୍ତେ ମରିଥା’ନ୍ତୁ ଓ ଅବଶାଲୋମ ଜୀବିତ ଥା’ନ୍ତା ତେବେ ଆପଣ ଖୁସୀ ହୋଇଥା’ନ୍ତେ।
7
ଏବେ ଉଠନ୍ତୁ, ଆପଣଙ୍କର ସୈନ୍ୟମାନଙ୍କୁ ଉତ୍ସାହିତ କରନ୍ତୁ ଏବଂ ସେମାନଙ୍କୁ ଉତ୍ସାହ ଜନକ କଥା କୁହନ୍ତୁ। ମୁଁ ସଦାପ୍ରଭୁଙ୍କ ନାମରେ ଶପଥ କରୁଅଛି ଯେବେ ଆପଣ ବାହାରକୁ ଯାଆନ୍ତି ନାହିଁ, ତେବେ ଏହି ରାତ୍ରିରେ ଆପଣଙ୍କ ସହିତ କେହି ଜଣେ ହେଲେବି ରହିବେ ନାହିଁ। ଆଉ ଆପଣଙ୍କ ଯୌବନକାଳାବଧି ବର୍ତ୍ତମାନ ପର୍ଯ୍ୟନ୍ତ ଯେତେ ଅମଙ୍ଗଳ ଆପଣଙ୍କୁ ଘଟିଅଛି ସେଗୁଡ଼ିକରୁ ହିଁ ଏହି ଦୁର୍ଘଟଣା ବଡ଼ ହେବ।”
8
ଏହା ପରେ ରାଜା ଉଠି ନଗର ଦ୍ୱାରରେ ବସିଲେ, ଏ ଖବର ଗ୍ଭରିଆଡ଼େ ପ୍ରଗ୍ଭରିତ ହୋଇଗଲା ଯେ ରାଜା ନଗରଦ୍ୱାର ନିକଟରେ ବସିଛନ୍ତି। ତେଣୁ ସମସ୍ତ ଲୋକ ରାଜା ଦାଉଦଙ୍କୁ ଦେଖିବାକୁ ଆସିଲେ। ଏଥି ମଧ୍ୟରେ ସମସ୍ତ ଇସ୍ରାଏଲୀୟ, ଯେଉଁମାନେ ଅବଶାଲୋମକୁ ଅନୁସରଣ କରୁଥିଲେ, ନିଜ ନିଜ ତମ୍ବୁକୁ ପଳାୟନ କଲେ।
9
ଦାଉଦ ପୁଣି ଥରେ ରାଜା ହେଲେ ବର୍ତ୍ତମାନ ଇସ୍ରାଏଲର ପରିବାରବର୍ଗର ସମସ୍ତ ଲୋକ ଯୁକ୍ତି କରିବାକୁ ଲାଗିଲେ ଏବଂ ସେମାନେ କହିଲେ, “ରାଜା ଦାଉଦ ଆମ୍ଭମାନଙ୍କୁ ପଲେଷ୍ଟୀୟମାନଙ୍କ ହସ୍ତରୁ ରକ୍ଷା କଲେ, ଏବଂ ଅନ୍ୟ ଶତ୍ରୁମାନଙ୍କଠାରୁ ମଧ୍ୟ ଆମ୍ଭକୁ ସେ ରକ୍ଷା କଲେ। ଦାଉଦ ଅବଶାଲୋମ ଯୋଗୁଁ ରାଜ୍ୟ ଛାଡ଼ି ପଳାଇଛନ୍ତି।
10
ତେଣୁ ବର୍ତ୍ତମାନ ଅବଶାଲୋମକୁ ଆମ୍ଭେ ଯାହାକୁ ରାଜା କରିଥିଲୁ ସେ ବର୍ତ୍ତମାନ ମୃତ। ସେ ଯୁଦ୍ଧରେ ମୃତ୍ୟୁବରଣ କଲେ। ତେଣୁ ଆମ୍ଭେମାନେ ଦାଉଦଙ୍କୁ ଆଉଥରେ ଆମ୍ଭମାନଙ୍କର ରାଜା କରିବୁ।”
11
ରାଜା ଦାଉଦ ସାଦୋକ୍ ଓ ଅବିୟାଥରଙ୍କୁ ଯାଜକମାନଙ୍କ ନିକଟକୁ ଗୋଟିଏ ବାର୍ତ୍ତା ପଠାଇଲେ। ଦାଉଦ କହିଲେ, “ତୁମ୍ଭେମାନେ ଯାଅ ଓ ଯିହୁଦାର ପ୍ରାଚୀନବର୍ଗମାନଙ୍କୁ କୁହ, ‘ରାଜାଙ୍କୁ ତାଙ୍କ ଗୃହକୁ ଆଣିବା ପାଇଁ ସସମ୍ତ ଇସ୍ରାଏଲ କହନ୍ତି। ତାହାହେଲେ ରାଜାଙ୍କୁ ତାଙ୍କ ଗୃହକୁ ଫେରାଇ ଆଣିବା ପାଇଁ ତୁମ୍ଭେମାନେ କାହିଁକି ଅନ୍ତିମ ଗୋଷ୍ଠୀ ହେଉଛ?
12
ତୁମ୍ଭେମାନେ ମୋର ଭାଇ, ତୁମ୍ଭେ ହେଉଛ ମୋର ପରିବାରବର୍ଗ, ତେବେ ତୁମ୍ଭେମାନେ ରାଜାଙ୍କୁ ଫେରାଇ ଆଣିବାରେ କାହିଁକି ଅନ୍ତିମ ଗୋଷ୍ଠୀ ହେଉଛ?’
13
ପୁଣି ତୁମ୍ଭେ ଯାଅ ଅମାସାକୁ କୁହ, ‘ତୁମ୍ଭେ ହେଉଛ ମୋର ପରିବାର ଅଂଶ ସଦସ୍ୟ, ଯଦି ମୁଁ ଯୋୟାବଙ୍କ ସ୍ଥାନରେ ତୁମ୍ଭକୁ ସେନାପତି ନ କରେ ପରମେଶ୍ୱର ମୋତେ ଦଣ୍ତ ଦେବେ।’”
14
ଦାଉଦ ଏହିପରି ଭାବରେ ଯିହୁଦାର ସମସ୍ତ ଲୋକମାନଙ୍କର ହୃଦୟକୁ ଛୁଁଇ ଥିଲେ। ତେଣୁ ସେମାନେ ସମସ୍ତେ ଗୋଟିଏ ଲୋକପରି ଏ କଥାରେ ସମ୍ମତି ପ୍ରକାଶ କଲେ। ଯିହୁଦାର ଲୋକମାନେ ରାଜା ଦାଉଦଙ୍କ ନିକଟକୁ ଦୂତ ପଠାଇଲେ, ସେମାନେ କହିଲେ, “ଆପଣ ଓ ଆପଣଙ୍କର ସମସ୍ତ ଦାସ ଫେରି ଆସନ୍ତୁ।”
15
ତେଣୁ ରାଜା ଦାଉଦ ଯର୍ଦ୍ଦନ ନଦୀ ପର୍ଯ୍ୟନ୍ତ ଗଲେ। ଯିହୁଦାର ଲୋକମାନେ ରାଜାଙ୍କୁ ଗିଲ୍ଗଲ୍ଠାରେ ଭେଟିଲେ ଓ ଯର୍ଦ୍ଦନ ପାର କରି ନେଇଗଲେ।
16
ଶିମିୟି ଦାଉଦଙ୍କୁ କ୍ଷମା ମାଗିଲେ ବହୁରୀମ ନିବାସୀ ଗେରାର ପୁତ୍ର ବିନ୍ୟାମୀନୀୟ ଶିମିୟି ଶୀଘ୍ର ଯିହୁଦାର ଲୋକମାନଙ୍କ ସଙ୍ଗରେ ରାଜା ଦାଉଦଙ୍କୁ ଭେଟିବା ପାଇଁ ଆସିଲେ।
17
ବିନ୍ୟାମୀନ ପରିବାରବର୍ଗର 1000 ଲୋକ ଶିମିୟି ସଙ୍ଗରେ ଆସିଲେ। ସୀବଃ ଶାଉଲ ପରିବାରର ଦାସ, ତାଙ୍କ ସହିତ ତାଙ୍କର ପନ୍ଦର ଜଣ ପୁଅଙ୍କୁ ଓ କୋଡ଼ିଏ ଜଣ ଗ୍ଭକରକୁ ଆଣିଲେ। ଏ ସମସ୍ତ ଲୋକ ଯର୍ଦ୍ଦନ ନଦୀ ପାର ହୋଇ ରାଜାଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ।
18
ଲୋକମାନେ ଯର୍ଦ୍ଦନ ନଦୀ ପାର ହୋଇ ରାଜାଙ୍କ ପରିବାର ଓ ରାଜାଙ୍କୁ ନଦୀ ପାର କରି ଯିହୁଦାକୁ ଆଣିବାକୁ ଗଲେ। ରାଜା ଯାହା ଇଚ୍ଛା କଲେ ଲୋକମାନେ ତାହା କଲେ। ଯେତେବେଳେ ରାଜା ନଦୀ ପାର ହୋଉଥିଲେ, ସେହି ସମୟରେ ଶିମିୟିର ପୁତ୍ର ଗେରା ରାଜାଙ୍କୁ ସାକ୍ଷାତ କରିବାକୁ ଆସିଲା। ଶିମିୟି ଆସି ରାଜାଙ୍କ ସମ୍ମୁଖରେ ଭୂମିଷ୍ଟ ପ୍ରଣାମ କଲା।
19
ଶିମିୟି ରାଜାଙ୍କୁ କହିଲା, “ହେ ସଦାପ୍ରଭୁ ମୋର ପ୍ରଭୁ, ମୁଁ କରିଥିବା ପାପ ବିଷୟରେ ଚିନ୍ତା କର ନାହିଁ। ଆପଣ ଯିରୁଶାଲମରୁ ଗଲାପରେ ମୁଁ ଯେଉଁ କୁକର୍ମ କରିଛି ତାହାକୁ ସ୍ମରଣ କରନ୍ତୁ ନାହିଁ।
20
ଆପଣ ଜାଣନ୍ତି ଯେ ମୁଁ ପାପ କରିଛି। ଯେଉଁଥିପାଇଁ ଯୋଷେଫଙ୍କର ବଂଶରୁ ମୁଁ ପ୍ରଥମ ବ୍ୟକ୍ତି, ମୁଁ ଆଜି ମୋର ପ୍ରଭୁ ମହାରାଜାଙ୍କୁ ଭେଟିବାକୁ ଆସିଲି।”
21
କିନ୍ତୁ ସରୁୟାର ପୁତ୍ର ଅବୀଶୟ ଉତ୍ତର କରି କହିଲା, “ଶିମିୟିକୁ ଆମେ ନିଶ୍ଚିତ ମାରିଦେବୁ କାରଣ ସେ ସଦାପ୍ରଭୁଙ୍କ ଅଭିଷିକ୍ତକୁ ଶାପ ଦେଇ ଅଛି।”
22
ଦାଉଦ କହିଲେ, “ହେ ସରୁୟାର ପୁତ୍ର, ତୁମ୍ଭମାନଙ୍କ ସହିତ ମୁଁ କ’ଣ କରିବି? ଆଜି ତୁମ୍ଭେମାନେ ମୋର ବିରୁଦ୍ଧରେ ଅଛ। ଇସ୍ରାଏଲରେ କୌଣସି ଲୋକକୁ ମୃତ୍ୟୁ ଦଣ୍ତ ଦିଆଯିବ ନାହିଁ। ଆଜି ମୁଁ ଜାଣେ ଯେ ମୁଁ ଇସ୍ରାଏଲ ଉପରେ ରାଜା ଅଟେ।”
23
ତା’ପରେ ରାଜା ଶିମିୟିକୁ କହିଲେ, “ତୁମ୍ଭେ ମରିବ ନାହିଁ।” ରାଜା ଏହା ଶିମିୟି ନିକଟରେ ଶପଥ କଲେ।
24
ମଫୀବୋଶତ୍ ରାଜାଙ୍କୁ ସାକ୍ଷାତ କରିବାକୁ ଗଲେ ଶାଉଲଙ୍କର ପୌତ୍ର ମଫୀବୋଶତ୍ ରାଜାଙ୍କୁ ଭେଟିବା ପାଇଁ ଆସିଲା। ରାଜା ଯିରୁଶାଲମ ଛାଡ଼ିବା ଦିନଠାରୁ ମଫୀବୋଶତ୍ ତା’ର ଦାଢ଼ି କାଟି ନ ଥିଲା। ନିଜର ପାଦ ଧୋଇ ନ ଥିଲା, ତା’ର ବସ୍ତ୍ର ମଧ୍ୟ ସଫା କରି ନ ଥିଲା।
25
ଯେତେବେଳେ ମଫୀବୋଶତ୍ ରାଜାଙ୍କୁ ଯିରୁଶାଲମରେ ଦେଖା କଲା, “ରାଜା ପଗ୍ଭରିଲେ ତୁମ୍ଭେ କାହିଁକି ମୋ’ ସହିତ ଗଲ ନାହିଁ?”
26
ମଫୀବୋଶତ୍ ଉତ୍ତର ଦେଲା, “ହେ ମୋର ପ୍ରଭୁ ମହାରାଜ, ମୋର ଦାସ ମୋତେ ପ୍ରବଞ୍ଚନା କଲା। ମୁଁ ତ ଛୋଟା ତେଣୁ ମୁଁ ମୋ’ ଦାସ ସୀବଃକୁ କହିଲି, ‘ଏକ ଗଧ ସଜାଇବା ପାଇଁ, ଯେଉଁଥିରେ ମୁଁ ଯାଇ ମୋର ରାଜାଙ୍କୁ ଦେଖା କରିବି।’
27
କିନ୍ତୁ ମୋର ଦାସ ମୋତେ ପ୍ରବଞ୍ଚନା କଲା। ସେ ହିଁ ଆପଣଙ୍କ ପାଖକୁ ଗଲା ଓ ସେ ଆପଣଙ୍କ ଆଗରେ ମୋର ଅପବାଦ କରିଅଛି। କିନ୍ତୁ ହେ ମୋର ପ୍ରଭୁ ଓ ମହାରାଜ, ଆପଣ ହେଉଛନ୍ତି ପରମେଶ୍ୱରଙ୍କର ଜଣେ ଦୂତପରି, ତେଣୁ ଆପଣଙ୍କ ଦୃଷ୍ଟିରେ ଯାହା ଭଲ ତାହା କରନ୍ତୁ।
28
ଆପଣ ମୋର ଜେଜେବାପାଙ୍କର ସମସ୍ତ ପରିବାରକୁ ହତ୍ୟା କରି ପାରିଥା’ନ୍ତେ, କିନ୍ତୁ ଆପଣ ତାହା କଲେ ନାହିଁ। ତଥାପି ଆପଣ ଆପଣଙ୍କର ଏହି ଦାସକୁ ନିଜ ମେଜରେ ଭୋଜନକାରୀ ଲୋକମାନଙ୍କ ସଙ୍ଗରେ ସ୍ଥାନ ଦେଲେ। ଏହି ହେତୁ ଏବେ ମହାରାଜାଙ୍କ ନିକଟରେ ଆଉ ଆପତ୍ତି କରିବା ପାଇଁ ମୋର କେଉଁ ଅଧିକାର ଅଛି?”
29
ରାଜା ମଫୀବୋଶତକୁ କହିଲେ, “ତୁମ୍ଭର ସମସ୍ୟା ବିଷୟରେ ଆଉ କିଛି କୁହ ନାହିଁ। ମୁଁ କହୁଅଛି ତୁମ୍ଭେ ଓ ସୀବଃ ସେହି ଭୂମିକୁ ବାଣ୍ଟି ନିଅ।”
30
ମଫୀବୋଶତ୍ ରାଜାଙ୍କୁ କହିଲେ, “ହେଉ, ମୋର ପ୍ରଭୁ ମହାରାଜା, ଆପଣ ନିରାପଦରେ ଗୃହକୁ ଫେରି ଆସିଛନ୍ତି, ତାହା ହିଁ ଯଥେଷ୍ଟ। ତେଣୁ ସୀବଃ ସବୁକିଛି ନେଇଯାଉ।”
31
ଦାଉଦ ବର୍ସିଲ୍ଲୟଙ୍କୁ ନିଜ ସହିତ ଆସିବାକୁ କହିଲେ ଗିଲିୟଦୀୟ ବର୍ସିଲ୍ଲୟ ରୋଗଲୀମରୁ ଆସିଲା। ସେ ରାଜାଙ୍କୁ ଯର୍ଦ୍ଦନ ନଦୀ ପାର କରାଇ ସୁରକ୍ଷା ଦେବା ପାଇଁ ତାଙ୍କ ସଙ୍ଗେ ପାର ହୋଇଗଲା।
32
ବର୍ସିଲ୍ଲୟ ଜଣେ ଅତି ବୃଦ୍ଧ ଲୋକ ଥିଲା। ତାଙ୍କୁ ଅଶୀ ବର୍ଷ ବୟସ ହୋଇଥିଲା। ସେ ଅତି ବଡ଼ଲୋକ ଥିବାରୁ ରାଜା ମହନୟିମରେ ଥିବା ବେଳେ ତାହାଙ୍କୁ ଖାଦ୍ୟ ସାମଗ୍ରୀ ସମସ୍ତ ଯୋଗାଉ ଥିଲା।
33
ଦାଉଦ ବର୍ସିଲ୍ଲୟକୁ କହିଲେ, “ତୁମ୍ଭେ ମୋ’ ସହିତ ନଦୀ ପାର ହୋଇ ଆସ। ମୁଁ ତୁମ୍ଭକୁ ଯିରୁଶାଲମରେ ଆପଣା ସଙ୍ଗେ ପ୍ରତିପାଳନ କରିବି।”
34
କିନ୍ତୁ ବର୍ସିଲ୍ଲୟ ରାଜାଙ୍କୁ କହିଲେ, “ଆପଣ ଜାଣନ୍ତି ମୋର କେତେ ବୟସ? ଆପଣ କ’ଣ ଭାବୁଛନ୍ତି ମୁଁ ଆପଣଙ୍କ ସହିତ ଯିରୁଶାଲମକୁ ଯାଇପାରିବି?
35
ମୁଁ ଅଶୀ ବର୍ଷର ଜଣେ ବୃଦ୍ଧ। ମୁଁ ଭଲମନ୍ଦ ବାରିବା ପାଇଁ ବହୁତ ଦକ୍ଷ। ମୁଁ ଯାହା ଭୋଜନ କି ପାନକରେ କ’ଣ ତହିଁର ସ୍ୱାଦ ଭଲ ଭାବରେ ବାରିପାରେ? ମୁଁ ଗାୟକ କି ଗାୟୀକାମାନଙ୍କର ସ୍ୱର ବାରିପାରେ? ତେବେ କାହିଁକି ଆପଣଙ୍କ ଦାସ ମୋର ପ୍ରଭୁ ମହାରାଜାଙ୍କ ପ୍ରତି ଭାର ସ୍ୱରୂପ ହେବି?
36
ଆପଣଙ୍କ ଦାସ କେବଳ ଯର୍ଦ୍ଦନ ପାର ହୋଇ ମହାରାଜାଙ୍କ ସଙ୍ଗେ ଯିବ, ମୁଁ ଏତେଗୁଡ଼ିଏ ସାମଗ୍ରୀ ଦରକାର କରେ ନାହିଁ। ଯାହା ଆପଣ ମୋତେ ପୁରସ୍କୃତ କରିବା ପାଇଁ ଇଚ୍ଛା କରନ୍ତି।
37
ମୋତେ ଦୟାକରି ଅନୁମତି ଦିଅନ୍ତୁ ମୁଁ ଯେମନ୍ତ ନିଜ ନଗରରେ ମୋର ପିତା ଓ ମାତାଙ୍କ କବର ନିକଟରେ ମରିବି। ଏଥିପାଇଁ ଆପଣଙ୍କ ଏହି ଦାସକୁ ଫେରିଯିବାକୁ ଅନୁମତି ଦିଅନ୍ତୁ। ମାତ୍ର ଆପଣଙ୍କ ଦାସ କିମ୍ହମ୍କୁ ଦେଖନ୍ତୁ, ସେ ମୋହର ସଦାପ୍ରଭୁ ମହାରାଜଙ୍କ ସଙ୍ଗେ ପାର ହୋଇ ଯାଉ, ଆଉ ଆପଣଙ୍କ ଦୃଷ୍ଟିରେ ଯାହା ଭଲ ଦିଶେ, ତାହା ତା’ ପ୍ରତି କରନ୍ତୁ।”
38
ତା’ପରେ ରାଜା ଉତ୍ତର ଦେଲେ, “କିମ୍ହମ୍ ମୋ’ ସଙ୍ଗେ ପାର ହୋଇଯିବ। ମୁଁ ତାକୁ ତୁମ୍ଭ ପାଇଁ ଦୟା ଦେଖାଇବି। ମୁଁ ତୁମ୍ଭ ପାଇଁ ସବୁକିଛି କରିବି।”
39
ଦାଉଦ ଗୃହକୁ ଫେରିଲେ ରାଜା ବର୍ସିଲ୍ଲୟକୁ ଚୁମ୍ବନ ଦେଇ ବିଦାୟ ଦେଲେ ଓ ଆଶୀର୍ବାଦ କଲେ। ବର୍ସିଲ୍ଲୟ ଗୃହକୁ ଫେରିଗଲା ଓ ରାଜା ଓ ସମସ୍ତ ଲୋକ ଯର୍ଦ୍ଦନ ପାର ହେଲେ।
40
ରାଜା ଯର୍ଦ୍ଦନ ପାର ହୋଇ ଗିଲ୍ଗଲ୍କୁ ଗଲେ ଓ କିମ୍ହମ୍ ତାଙ୍କ ସଙ୍ଗେ ପାର ହୋଇଗଲେ। ପୁଣି ଯିହୁଦାର ସମସ୍ତ ଲୋକ ମଧ୍ୟ ଇସ୍ରାଏଲର ଅର୍ଦ୍ଧେକ ଲୋକ ରାଜାଙ୍କୁ ଘେନି ଆସିଲେ।
41
ଇସ୍ରାଏଲୀୟମାନେ ଯିହୁଦାର ଲୋକମାନଙ୍କ ସହିତ ଯୁକ୍ତିତର୍କ କଲେ ଏଥିରେ ଦେଖ ସମୁଦାୟ ଇସ୍ରାଏଲ ଲୋକ ରାଜାଙ୍କ ନିକଟକୁ ଆସି ରାଜାଙ୍କୁ କହିଲେ, “ଆମ୍ଭମାନଙ୍କ ଭାତୃବର୍ଗ ଯିହୁଦା ଲୋକେ କି ହେତୁ ଆପଣଙ୍କୁ ଗ୍ଭେରି କରି ନେଲେ। ଆଉ ମହାରାଜାଙ୍କୁ ଓ ତାଙ୍କ ପରିଜନ ବର୍ଗଙ୍କୁ ଓ ଦାଉଦଙ୍କ ସଙ୍ଗେ ତାଙ୍କର ସମସ୍ତ ଲୋକଙ୍କୁ ଯର୍ଦ୍ଦନ ପାର କରି ଆଣିଲେ? ସେତେବେଳେ ଦାଉଦଙ୍କର ସମସ୍ତ ଲୋକ ତାହାଙ୍କ ସାଙ୍ଗରେ ଥିଲେ।”
42
ତହୁଁ ଯିହୁଦାର ସମସ୍ତ ଲୋକ ଇସ୍ରାଏଲ ଲୋକମାନଙ୍କୁ ଉତ୍ତର ଦେଲେ, “ରାଜା ଆମ୍ଭମାନଙ୍କ ବଂଶର ଅନ୍ତର୍ଭୁକ୍ତ ଅଟନ୍ତି। ତେବେ ତୁମ୍ଭେମାନେ କାହିଁକି କ୍ରୋଧ କରୁଅଛ? ଆମ୍ଭେମାନେ ରାଜାଙ୍କର ଖର୍ଚ୍ଚରେ କିଛି ଖାଇ ନାହୁଁ କିମ୍ବା ରାଜା ଆମ୍ଭକୁ ଭେଟି ଦେଇ ନାହାନ୍ତି?”
43
ଇସ୍ରାଏଲ ଲୋକମାନେ ଉତ୍ତର ଦେଇ କହିଲେ, “ଦାଉଦଙ୍କଠାରେ ଆମ୍ଭମାନଙ୍କର ଦଶମାଂଶ ଅଧିକାର ଅଛି ମଧ୍ୟ ଦାଉଦଙ୍କଠାରେ ତୁମ୍ଭମାନଙ୍କ ଅପେକ୍ଷା ଆମ୍ଭମାନଙ୍କ ଅଧିକାର ଅଧିକ। ତେବେ ରାଜାଙ୍କୁ ଫେରାଇ ଆଣିବା ପାଇଁ ଆମ୍ଭମାନଙ୍କ ପରାମର୍ଶ କାହିଁକି ନେଇ ନାହିଁ ଓ କାହିଁକି ଆମ୍ଭମାନଙ୍କୁ ହେୟଜ୍ଞାନ କଲ?” କିନ୍ତୁ ଯିହୁଦାର ସମସ୍ତ ଲୋକ ଇସ୍ରାଏଲ ଲୋକମାନଙ୍କୁ ଟାଣ ବାକ୍ୟ କହିଲେ। ଇସ୍ରାଏଲର ଲୋକମାନଙ୍କ ବାକ୍ୟଠାରୁ ଏମାନଙ୍କ ବାକ୍ୟ ଅଧିକ ଟାଣ ଥିଲା।
← Chapter 18
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 20 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
Recommended Reading
Commentary
2 Samuel Commentaries
→
Devotional
2 Samuel Devotional Guide
→
Get This Bible
Odia Bible ERV (ପବିତ୍ର ବାଇବଲ) Study Bible
→