bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
2 Samuel 13
2 Samuel 13
Odia Bible ERV 2004 (ପବିତ୍ର ବାଇବଲ)
← Chapter 12
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 14 →
1
ଅମ୍ନୋନ ଓ ତାମର ଦାଉଦଙ୍କର ଏକ ପୁତ୍ର ଥିଲା, ଯାହାର ନାମ ଥିଲା ଅବଶାଲୋମ। ଅବଶାଲୋମର ଏକ ଭଉଣୀ ଥିଲା, ଯାହାର ନାମ ଥିଲା ତାମର। ତାମର ଭାରୀ ସୁନ୍ଦରୀ ଥିଲା। ଦାଉଦଙ୍କର ଅନ୍ୟ ଏକ ପୁତ୍ର ଥିଲା ଅମ୍ନୋନ।
2
ଅମ୍ନୋନ ନିଜର ସାବତ ଭଉଣୀ ତାମରକୁ ଭଲପାଇ ବସିଲା ଓ ତା’ ପ୍ରେମରେ ତାକୁ ଜ୍ୱର ଆସିଗଲା। ତାମର ଅନୁଢ଼ା ଥିଲା। ଅମ୍ନୋନ ତାକୁ ବହୁତ ଗ୍ଭହୁଁଥିଲା, କିନ୍ତୁ ତା’ ସହିତ ଏକାକି ରହିବା ପାଇଁ ଅବକାଶ ପାଇଲା ନାହିଁ।
3
ଅମ୍ନୋନର ଯୋନାଦବ୍ ନାମକ ଜଣେ ଚତୁର ବନ୍ଧୁ ଥିଲା, ଯିଏ କି ଶିମିୟର ପୁତ୍ର। ଶିମିୟ ଦାଉଦଙ୍କର ଭାଇ ଥିଲା।
4
ସେ ଅମ୍ନୋନକୁ ପଗ୍ଭରିଲା, “ତୁମ୍ଭେ କାହିଁକି ଦିନକୁ ଦିନ ଏପରି କ୍ଷୀଣ ହୋଇ ଯାଉଛ। ତୁମ୍ଭେ ମୋତେ କ’ଣ ତାହା କହିବ ନାହିଁ?” ତା’ପରେ ଅମ୍ନୋନ କହିଲା, “ମୁଁ ଅବଶାଲୋମର ଭଉଣୀ ତାମରକୁ ଭଲ ପାଏ।”
5
ଯୋନାଦବ୍ ତାହାକୁ କହିଲା, “ତୁମ୍ଭେ ଶଯ୍ୟାରେ ପଡ଼ି ରୋଗର ବାହାନା କର। ପୁଣି ତୁମ୍ଭ ପିତା ତୁମ୍ଭକୁ ଦେଖିବାକୁ ଆସିଲେ ତାଙ୍କୁ କୁହ, ‘ଦୟାକରି ମୋର ଭଉଣୀ ତାମରକୁ ମୋ’ ପାଖକୁ ଆସି ମୋତେ ଖାଦ୍ୟ ଦେବାକୁ ଅନୁମତି ଦିଅନ୍ତୁ। ସେ ମୋ’ ଆଗରେ ଖାଦ୍ୟ ରାନ୍ଧିବ, ତହିଁରେ ମୁଁ ତାହା ଦେଖି ତାହା ହାତରୁ ଭୋଜନ କରିବି।’”
6
ରାଜା ଦେଖିବାକୁ ଆସିବା ସମୟରେ ଅମ୍ନୋନ ରୋଗର ବାହାନା କରି ପଡ଼ି ରହିଲା। ଅମ୍ନୋନ କହିଲା, “ମୋ’ ଭଉଣୀ ତାମରକୁ ଆସିବାକୁ ଦିଅନ୍ତୁ ଏବଂ ସେ ମୋ’ ଆଗରେ ଦୁଇଟି ପିଠା କରିବ, ତା’ପରେ ମୁଁ ସେଗୁଡ଼ିକ ତା’ ହାତରୁ ଖାଇବି।”
7
ତେବେ ଦାଉଦ ତାମରର ଗୃହକୁ ଲୋକ ପଠାଇ କହିଲେ, “ତୁମ୍ଭ ଭାଇ ଅମ୍ନୋନର ଘରକୁ ଟିକିଏ ଯାଇ ତାହାର ଖାଇବା ପାଇଁ କିଛି ରାନ୍ଧି ଦିଅ।”
8
ଯେତେବେଳେ ତାମର ଆପଣା ଭାଇ ଅମ୍ନୋନର ଗୃହକୁ ଗଲା, ସେତେବେଳେ ସେ ଶଯ୍ୟାରେ ଥିଲା। ତେଣୁ ତାମର ଚକଟା ମଇଦା ନେଇ ଦଳି ଅମ୍ନୋନ ଦେଖୁଥିବା ବେଳେ ପିଠା ପ୍ରସ୍ତୁତ କରି ତାକୁ ପାକ କଲା।
9
ସେ କରେଇରୁ ପିଠାଗୁଡ଼ିକ କାଢ଼ିନେଇ ତା’ ଆଗରେ ରଖିଲା। ଏବଂ ସେ ଖାଇବାକୁ ମନାକଲା ଏବଂ ଅମ୍ନୋନ କହିଲା, “ସମସ୍ତଙ୍କୁ ବାହାରକୁ ପଠେଇ ଦିଅ।” ଏବଂ ସମସ୍ତେ କୋଠରୀରୁ ବାହାରି ଗଲେ।
10
ଅମ୍ନୋନ ତାମର ସହିତ ବଳତ୍କାର କଲା ତା’ପରେ ଅମ୍ନୋନ ତାମରକୁ କହିଲା, “ଖାଦ୍ୟ ଦ୍ରବ୍ୟ ଶୟନ ଗୃହକୁ ଆଣ, ମୁଁ ତୁମ୍ଭ ହାତରୁ ତାହା ଭୋଜନ କରିବି।” ଏଥିରେ ତାମର ନିଜେ ତିଆରି କରିଥିବା ପିଠା ନେଇ ଅମ୍ନୋନର ଶୟନ କକ୍ଷକୁ ଗଲା।
11
ତାହାକୁ ଖୁଆଇବା ପାଇଁ ତାହା ନିକଟକୁ ନିଅନ୍ତେ ସେ ତାମରକୁ ଧରି କହିଲା, “ଆସ ମୋର ଭଉଣୀ ମୋ’ ପାଖରେ ଶୟନ କର।”
12
ସେଥିରେ ସେ ଉତ୍ତର ଦେଲା, “ନା, ନା, ଭାଇ ମୋତେ ଏହା କରିବାକୁ ବାଧ୍ୟ ନ କର, କାରଣ ଇସ୍ରାଏଲ ମଧ୍ୟରେ ଏପରି କର୍ମ ନିଷେଧ। ଏହିପରି ଭୟଙ୍କର କାର୍ଯ୍ୟ କର ନାହିଁ।
13
ଯଦି ତୁମ୍ଭେ ଏହା କର, ମୁଁ ଲଜ୍ଜାରୁ କେବେ ମୁକ୍ତ ହୋଇ ପାରିବି ନାହିଁ। ଏବଂ ଇସ୍ରାଏଲରେ ତୁମ୍ଭେ ଜଣେ ସାଧାରଣ ଦୋଷୀ ରୂପେ ବିବେଚିତ ହେବ। ଏଣୁ ମୁଁ ବିନୟ କରୁଅଛି, ରାଜାଙ୍କ ସଙ୍ଗେ କଥାବାର୍ତ୍ତା କର, ସେ ତୁମ୍ଭ ପ୍ରତି ମୋତେ ଦେବା ପାଇଁ ଅସମ୍ମତ ହେବେ ନାହିଁ।”
14
ତଥାପି ଅମ୍ନୋନ ତାହାର କଥା ଶୁଣିଲା ନାହିଁ। ମାତ୍ର ସେ ତା’ଠାରୁ ବଳବାନ୍ ହେବାରୁ ତାହାକୁ ବଳତ୍କାର କରି ତା’ ସଙ୍ଗେ ଶୟନ କଲା।
15
ତା’ପରେ ଅମ୍ନୋନ ତାକୁ ଅତି ଘୃଣା କଲା, ସେ ତାକୁ ଯେପରି ପ୍ରେମ କରିଥିଲା, ତା’ ଅପେକ୍ଷା ଅଧିକ ଘୃଣା କଲା। ଏଣୁ ଅମ୍ନୋନ ତାହାକୁ କହିଲା, “ଉଠ ଏଠାରୁ ଗ୍ଭଲିଯାଅ।”
16
ସେଥିରେ ସେ କହିଲା, “ମୋତେ ଏହିପରି ଅବସ୍ଥାରେ ଦୂରେଇ ଦିଅ ନାହିଁ। ତୁମ୍ଭେ ମୋ’ ପ୍ରତି ବର୍ତ୍ତମାନ ଯାହା କଲ, ତା’ଠାରୁ ମଧ୍ୟ ଏହା ଅଧିକରୁ ଅଧିକ ମନ୍ଦ ହେବ।” କିନ୍ତୁ ସେ ତା’ର କଥାକୁ ଶୁଣିଲା ନାହିଁ।
17
ତା’ପରେ ଅମ୍ନୋନ ତା’ର ଦାସକୁ ଡାକି କହିଲା, “ଏହାକୁ ମୋ’ ପାଖରୁ ବାହାର କରିଦିଅ, ଏବଂ କବାଟ ବନ୍ଦ କରିଦିଅ।”
18
ତେଣୁ ଅମ୍ନୋନଙ୍କର ଦାସ ତାକୁ ଘରୁ ବାହାର କରି କବାଟ ବନ୍ଦ କରି ଦେଲା। ତାମର ଏକ ଦୀର୍ଘ ଛାପାବସ୍ତ୍ର ପିନ୍ଧି ଥିଲା, କାରଣ ଅନୁଢ଼ା ରାଜକନ୍ୟାମାନେ ସେହି ପ୍ରକାର ବସ୍ତ୍ର ପିନ୍ଧନ୍ତି।
19
ଏଥିରେ ଅମ୍ନୋନର ଦାସ ତାହାକୁ ବାହାରେ ଆଣି ତାହା ପଛେ ପଛେ କବାଟ ଦେଇଦେବାରୁ ସେ ନିଜର ମୁଣ୍ଡରେ ଭସ୍ମ ଦେଇ ତାହା ଦେହର ଦୀର୍ଘ ଅଙ୍ଗରେଖା ଚିରି ଦେଲା। ତା’ପରେ ସେ ମୁଣ୍ଡରେ ହାତ ଦେଇ କାନ୍ଦି କାନ୍ଦି ସେଠାରୁ ପ୍ରସ୍ଥାନ କଲା।
20
ତୁମ୍ଭ ସହିତ ତୁମ୍ଭର ଭାଇ ଅମ୍ନୋନ ଅଛି କି? “ସେ ତୁମ୍ଭକୁ ଆଘାତ କଲା କି? ଭଉଣୀ, ଏବେ ତୁନି ହୁଅ, ସେ ତୁମ୍ଭର ଭାଇ, ଏ ବିଷୟରେ ଚିନ୍ତା କରି ବ୍ୟତିବ୍ୟସ୍ତ ହୁଅ ନାହିଁ।” ଏହା ପରେ ସେ ନିଜର ସହୋଦର ଅବଶାଲୋମର ଗୃହରେ ରହିଲା। ଏବଂ ସେ କିଛି କହିଲା ନାହିଁ। ସେ ସେଠାରେ ବାସ କଲା ଓ ଏକାକି ଥିଲା ଓ ଉଦାସ ଥିଲା।
21
ମାତ୍ର ରାଜା ଦାଉଦ ଏହିସବୁ କଥା ଶୁଣି ଅତ୍ୟନ୍ତ କ୍ରୁଦ୍ଧ ହେଲେ।
22
ଅବଶାଲୋମ ଅମ୍ନୋନକୁ ଭଲ କି ମନ୍ଦ କିଛି କହିଲା ନାହିଁ। କାରଣ ତାହାର ଭଉଣୀ ତାମରକୁ ବଳାତ୍କାର କରିବାରୁ ଅବଶାଲୋମ ଅମ୍ନୋନକୁ ଘୃଣା କଲା।
23
ଅବଶାଲୋମଙ୍କର ପ୍ରତିଶୋଧ ଏହା ପରେ ସମ୍ପୂର୍ଣ୍ଣ ଦୁଇ ବର୍ଷ ପରେ ଇଫ୍ରୟିମ ସୀମାରେ ବାଲ୍ହାତ୍ସୋରରେ ଅବଶାଲୋମର ମେଷଲୋମ ଛେଦନ କଲା ଏବଂ ଅବଶାଲୋମ ସମସ୍ତ ରାଜପୁତ୍ରଙ୍କୁ ନିମନ୍ତ୍ରଣ କଲା।
24
ପୁଣି ଅବଶାଲୋମ ରାଜାଙ୍କ ନିକଟକୁ ଆସିଲା ଓ କହିଲା, “ଦେଖନ୍ତୁ ମୋର ମେଷଗୁଡ଼ିକର ଲୋମ ଛେଦନ ହୋଇଛି, ଏଣୁ ମହାରାଜ ଓ ରାଜାଙ୍କ ଦାସମାନେ ଆପଣଙ୍କ ଏହି ଦାସ ସଙ୍ଗରେ ଆସନ୍ତୁ।”
25
ଏଥିରେ ରାଜା ଅବଶାଲୋମକୁ କହିଲେ, “ନାହିଁ ମୋର ପୁତ୍ର, ଆମ୍ଭେ ସମସ୍ତେ ନ ଯାଉ, ଗଲେ ତୁମ୍ଭ ପ୍ରତି ଭାରସ୍ୱରୂପ ହେବୁ।” ମାତ୍ର ସେ ବହୁତ ବଳାଇଲା। ତେବେ ହିଁ ରାଜା ଯିବାକୁ ସମ୍ମତ ନୋହି ତାହାକୁ ଆଶୀର୍ବାଦ କଲେ।
26
ଏଥିରେ ଅବଶାଲୋମ କହିଲା, “ଯଦି ଆପଣ ଆସୁନାହାନ୍ତି, ତେବେ ମୋର ଭାଇ ଅମ୍ନୋନକୁ ଆମ ସଙ୍ଗରେ ଯିବାକୁ ଅନୁମତି ଦିଅନ୍ତୁ।” ରାଜା ତାଙ୍କୁ କହିଲେ, “ସେ କାହିଁକି ତୁମ୍ଭ ସଙ୍ଗେ ଯିବ?”
27
ମାତ୍ର ଅବଶାଲୋମ ବଳାଇବାରୁ ରାଜା ଅମ୍ନୋନକୁ ଓ ସବୁ ରାଜ ପୁତ୍ରଙ୍କୁ ତାହା ସଙ୍ଗେ ପଠାଇଲେ।
28
ଅମ୍ନୋନଙ୍କର ହତ୍ୟା ଏହା ପରେ ଅବଶାଲୋମ ନିଜର ସେବକମାନଙ୍କୁ ଆଜ୍ଞା ଦେଲେ ଓ କହିଲେ, “ଅମ୍ନୋନକୁ ଜଗି ଥାଅ, ଯେତେବେଳେ ସେ ଟିକେ ମାତାଲ ହେବ, ଦ୍ରକ୍ଷାରସରୁ ଉତ୍ତମ ଅନୁଭବ କରିବ, ମୋ’ ଆଦେଶ ଅନୁକରଣ କରି ତାକୁ ହତ୍ୟା କର। ଭୟ କର ନାହିଁ, ମୁଁ କ’ଣ ତୁମ୍ଭମାନଙ୍କୁ ଆଜ୍ଞା ଦେଇ ନାହିଁ, ବଳବାନ୍ ଏବଂ ସାହସୀ ହୁଅ।”
29
ଅବଶାଲୋମର ଲୋକମାନେ ଗଲେ ଓ ଅବଶାଲୋମର ଆଜ୍ଞାନୁସାରେ ଅମ୍ନୋନକୁ ହତ୍ୟା କଲେ। ତେଣୁ ରାଜପୁତ୍ରମାନେ ସମସ୍ତେ ଉଠି ପ୍ରତ୍ୟେକ ନିଜ ନିଜ ଖଚର ଉପରେ ଚଢ଼ି ପଳାଇଲେ।
30
ଅମ୍ନୋନଙ୍କର ମୃତ୍ୟୁ ବିଷୟରେ ଦାଉଦ ଶୁଣିଲେ ସେମାନେ ବାଟରେ ଥିଲେ। ଦାଉଦ ନିକଟରେ ସମ୍ବାଦ ଉପସ୍ଥିତ ହେଲା ଯେ, “ଅବଶାଲୋମ ସମସ୍ତ ରାଜପୁତ୍ରଙ୍କୁ ବଧ କରିଅଛି, ସେମାନଙ୍କ ମଧ୍ୟରୁ ଜଣେ ଅବଶିଷ୍ଟ ନାହିଁ।”
31
ତହିଁରେ ରାଜା ଉଠି ଆପଣା ବସ୍ତ୍ର ଚିରି ଭୂମିରେ ଲମ୍ବ ହୋଇ ପଡ଼ିଲେ ଓ ତାଙ୍କର ଦାସ ସମସ୍ତେ ନିଜ ନିଜର ବସ୍ତ୍ର ଚିରି ତାହାଙ୍କ ନିକଟରେ ଠିଆ ହେଲେ।
32
ସେତେବେଳେ ଦାଉଦଙ୍କର ଭାଇ ଶିମିୟର ପୁତ୍ର ଯୋନାଦବ୍ ପହଞ୍ଚିଲା ଓ କହିଲା, “ନା! ସମସ୍ତଙ୍କୁ ହତ୍ୟା କରାଯାଇ ନାହିଁ। ମାତ୍ର ଅମ୍ନୋନକୁ ହତ୍ୟା କରାଗଲା। ଅମ୍ନୋନ ତାମରକୁ ଧର୍ଷଣ କରିବା ଦିନଠାରୁ ଅବଶାଲୋମ ଏହି ଷଡ଼ଯନ୍ତ୍ର କରି ଆସୁଅଛି।
33
ଏଣୁ ସମସ୍ତ ରାଜପୁତ୍ର ମରିଛନ୍ତି ବୋଲି ମୋର ପ୍ରଭୁ, ମହାରାଜ ମନରେ ନ ଘେନନ୍ତୁ। କାରଣ କେବଳ ଅମ୍ନୋନ ମରିଛି।”
34
ଏଥି ମଧ୍ୟରେ ଅବଶାଲୋମ ପଳାୟନ କରିଥିଲା। ଏହି ସମୟରେ ଜଣେ ପ୍ରହରୀ ନଗରର ପ୍ରାଚୀର ଉପରେ ଛିଡ଼ା ହୋଇଥିଲା। ସେ ଦେଖିଲା, ବହୁତ ଗୁଡ଼ିଏ ଲୋକ ପର୍ବତର ଅନ୍ୟ ପାର୍ଶ୍ୱରୁ ଆସୁଛନ୍ତି।
35
ତେଣୁ ଯୋନାଦବ୍, ରାଜା ଦାଉଦଙ୍କୁ କହିଲା, “ଦେଖ ମୁଁ ଠିକ୍ କହୁଅଛି, ଦେଖ, ରାଜାଙ୍କର ପୁତ୍ରମାନେ ଆସୁଛନ୍ତି।”
36
ଏହା କହି ସାରିବା ପରେ ରାଜକୁମାରଗଣ ଆସି ସେଠାରେ ପହଞ୍ଚି ଗଲେ ଏବଂ ସେମାନେ କ୍ରନ୍ଦନ କରୁଥିଲେ। ଦାଉଦ ଏବଂ ତାଙ୍କର ଦାସୀମାନେ ମଧ୍ୟ କାନ୍ଦିବାକୁ ଲାଗିଲେ ଓ ଚିତ୍କାର କରି କାନ୍ଦିଲେ।
37
ତାଙ୍କର ପୁତ୍ର ଅମ୍ନୋନଙ୍କ ପାଇଁ ଦାଉଦ ବହୁତ ଦିନ ଶୋକ କଲେ। ଅବଶାଲୋମ ଗଶୂରକୁ ପଳାୟନ କଲେ ଅବଶାଲୋମ ପଳାଇ ଗଶୂରର ରାଜା ଅମ୍ମୀହୁରର ପୁତ୍ର ତଲ୍ମୟ ନିକଟକୁ ଯାଇଥିଲା।
38
ଏହା ପରେ ଅବଶାଲୋମ ଗଶୂରକୁ ପଳାଇ ସେଠାରେ ତିନି ବର୍ଷ ଧରି ରହିଲା।
39
ଦାଉଦ ତାଙ୍କର ମନ ଅବଶାଲୋମ ଆଡ଼େ ଗଲାପରେ ତାଙ୍କର ପ୍ରାଣ କ୍ଷୀଣ ହେଲା କାରଣ ସେ ଅମ୍ନୋନର ମୃତ୍ୟୁ ଜାଣି ସାନ୍ତ୍ୱନା ପ୍ରାପ୍ତ ହେଲେ।
← Chapter 12
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 14 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
Recommended Reading
Commentary
2 Samuel Commentaries
→
Devotional
2 Samuel Devotional Guide
→
Get This Bible
Odia Bible ERV (ପବିତ୍ର ବାଇବଲ) Study Bible
→