bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
2 Samuel 2
2 Samuel 2
Odia Bible ERV 2004 (ପବିତ୍ର ବାଇବଲ)
← Chapter 1
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 3 →
1
ଦାଉଦ ଓ ତାଙ୍କ ଲୋକମାନେ ହିବ୍ରୋଣକୁ ଗଲେ ଏହା ପରେ ଦାଉଦ ସଦାପ୍ରଭୁଙ୍କ ନିକଟରେ ପଗ୍ଭରିଲେ, “ମୁଁ କ’ଣ ଯିହୁଦାର କୌଣସି ଏକ ନଗରକୁ ନିୟନ୍ତ୍ରଣ କରିବାକୁ ଯିବି?” ସଦାପ୍ରଭୁ ଉତ୍ତର ଦେଲେ, “ଯାଅ।” ତା’ପରେ ଦାଉଦ ପଗ୍ଭରିଲେ, “ମୁଁ କେଉଁଠାକୁ ଯିବା ଉଚିତ୍?” ସଦାପ୍ରଭୁ କହିଲେ, “ତୁମ୍ଭେ ହିବ୍ରୋଣକୁ ଯାଅ।”
2
ତେଣୁ ଦାଉଦ ଓ ତାଙ୍କର ଦୁଇ ଜଣ ସ୍ତ୍ରୀଙ୍କ ସହିତ ହିବ୍ରୋଣକୁ ଗଲେ। ତାଙ୍କର ସ୍ତ୍ରୀମାନେ ଥିଲେ ଯିଷ୍ରିୟେଲୀୟା ଅହୀନୋୟମ୍ ଓ କର୍ମିଲୀୟ ନାବଲର ସ୍ତ୍ରୀ ଅବୀଗଲ।
3
ଦାଉଦ ତାଙ୍କର ଲୋକମାନଙ୍କୁ ଓ ସେମାନଙ୍କର ପରିବାରବର୍ଗମାନଙ୍କୁ ସାଙ୍ଗରେ ନେଇଗଲେ। ଏବଂ ସେମାନେ ସମସ୍ତେ ସେହି ହିବ୍ରୋଣ ସହରରେ ଓ ତା’ର ପାଖାପାଖି ସହରରେ ବାସ କଲେ।
4
ଯିହୁଦାର ଲୋକମାନେ ହିବ୍ରୋଣକୁ ଆସି ଦାଉଦଙ୍କୁ ଯିହୁଦାର ରାଜା ଭାବରେ ଅଭିଷିକ୍ତ କଲେ। ତା’ପରେ ସେମାନେ ଦାଉଦଙ୍କୁ କହିଲେ, “ଯାବେଶ୍ ଗିଲିୟଦୀୟମାନେ ଶାଉଲଙ୍କୁ କବର ଦେଲେ ବୋଲି ଲୋକମାନେ ଦାଉଦଙ୍କୁ ଜଣାଇଲେ।”
5
ଦାଉଦ ଯାବେଶ୍ ଗିଲିୟଦର ଲୋକମାନଙ୍କ ନିକଟକୁ ଦୂତଗଣ ପଠାଇଲେ ଓ କହିଲେ, “ସଦାପ୍ରଭୁ ତୁମ୍ଭମାନଙ୍କୁ ଆଶୀର୍ବାଦ କରନ୍ତୁ। କାରଣ ତୁମ୍ଭେମାନେ ନିଜର ପ୍ରଭୁ ଶାଉଲଙ୍କ ପ୍ରତି ଏହି ଦୟା ପ୍ରକାଶ କରି ତାଙ୍କୁ କବର ଦେଇଅଛ।
6
ସଦାପ୍ରଭୁ ତୁମ୍ଭମାନଙ୍କ ପ୍ରତି ଦୟା ଓ ବିଶ୍ୱସ୍ତତା ପ୍ରକାଶ କରନ୍ତୁ। କାରଣ ତୁମ୍ଭେମାନେ ଏହି କର୍ମ କରିଥିବାରୁ ମୁଁ ମଧ୍ୟ ତୁମ୍ଭମାନଙ୍କୁ ସେହି ଦୟା ପ୍ରଦର୍ଶନ କରିବି।
7
ତୁମ୍ଭେମାନେ ସାହସୀ ଓ ଶକ୍ତିଶାଳୀ ହୁଅ। ତୁମ୍ଭର ରାଜା ଶାଉଲ ମୃତ, କିନ୍ତୁ ତୁମ୍ଭର ଯିହୁଦାର ପରିବାରବର୍ଗ ମୋତେ ରାଜା ଭାବରେ ଅଭିଷିକ୍ତ କରିଛନ୍ତି।”
8
ଈଶ୍ବୋଶତ୍ ରାଜା ହେଲେ ନରର ପୁତ୍ର ଅବ୍ନର ଶାଉଲଙ୍କ ସୈନ୍ୟଦଳର ସେନାପତି ଥିଲେ। ଅବ୍ନର ଶାଉଲଙ୍କର ପୁତ୍ର ଈଶ୍ବୋଶତ୍କୁ ମହନୟିମକୁ ନେଇଗଲେ।
9
ଏବଂ ତାଙ୍କୁ ଗିଲିୟଦ, ଅଶୂରି, ଯିଷ୍ରିୟେଲ ଓ ଇଫ୍ରୟିମ, ବିନ୍ୟାମୀନ ଓ ସମସ୍ତ ଇସ୍ରାଏଲର ରାଜା ଭାବରେ ଅଭିଷିକ୍ତ କରାଇଲେ।
10
ଈଶ୍ବୋଶତ୍ ଥିଲେ ଶାଉଲଙ୍କର ପୁତ୍ର। ସେ ଯେତେବେଳେ ଇସ୍ରାଏଲର ରାଜା ହେଲେ ତାଙ୍କୁ ସେତେବେଳେ 40 ବର୍ଷ ବୟସ ହୋଇଥିଲା। ସେ ମାତ୍ର ଦୁଇ ବର୍ଷ ପାଇଁ ରାଜତ୍ୱ କରିଥିଲେ। କିନ୍ତୁ ଯିହୁଦାର ଲୋକମାନେ ଦାଉଦଙ୍କୁ ରାଜା ଭାବରେ ମାନୁଥିଲେ।
11
ଦାଉଦ ଥିଲେ ହିବ୍ରୋଣର ରାଜା। ସେ ଯିହୁଦାର ପରିବାରବର୍ଗ ଉପରେ ସାଢ଼େ ସାତ ବର୍ଷ ଶାସନ କଲେ।
12
ସାଘାଂତିକ ପ୍ରତିଦ୍ୱନ୍ଦିତା ନରର ପୁତ୍ର ଅବ୍ନର ଓ ଶାଉଲଙ୍କର ପୁତ୍ର ଈଶ୍ବୋଶତ୍ର କର୍ମଗ୍ଭରୀମାନେ ମହନୟିମରୁ ଗିବିୟୋନକୁ ଗଲେ।
13
ସରୁୟାର ପୁତ୍ର ଯୋୟାବ୍ ଓ ଦାଉଦଙ୍କର ଉଚ୍ଚପଦସ୍ତ କର୍ମଗ୍ଭରୀମାନେ ମଧ୍ୟ ଗିବିୟୋନକୁ ଗଲେ। ସେମାନେ ଅବ୍ନର ଏବଂ ଈଶ୍ବୋଶତ୍ର କର୍ମଗ୍ଭରୀମାନଙ୍କୁ ଗିବିୟୋନର ଏକ ପୋଖରୀ ପାଖରେ ଭେଟିଲେ। ଯୋୟାବର ଦଳ ପୋଖରୀର ଏକ ପାର୍ଶ୍ୱରେ ବସିଲା ବେଳେ ଅବ୍ନରର ଦଳ ପୋଖରୀର ଅନ୍ୟ ପାର୍ଶ୍ୱରେ ବସିଲେ।
14
ଅବ୍ନର ଯୋୟାବକୁ କହିଲେ, “ଯୁବକ ସୈନ୍ୟମାନେ ଆମ୍ଭମାନଙ୍କ ସମ୍ମୁଖରେ ପ୍ରତିଯୋଗିତା କରନ୍ତୁ।” ଯୋୟାବ ଉତ୍ତର ଦେଲେ, “ହଁ ପ୍ରତିଯୋଗିତା ହେଉ।”
15
ତେଣୁ ଯୁବକ ସୈନ୍ୟମାନେ ଉଠିଲେ, ଦୁଇ ଦଳ ସେମାନଙ୍କର ସୈନ୍ୟମାନେ ପ୍ରତିଯୋଗିତା ପାଇଁ ଗଣତି ହେଲେ। ସେମାନେ ଶାଉଲଙ୍କର ପୁତ୍ର ଈଶ୍ବୋଶତ୍ ପାଇଁ ପ୍ରତିଯୋଗିତା କରିବା ପାଇଁ ବିନ୍ୟାମୀନ ବଂଶରୁ ବାର ଜଣଙ୍କୁ ବାଛିଲେ। ଏବଂ ସେମାନେ ଦାଉଦଙ୍କର କର୍ମଗ୍ଭରୀ ମଧ୍ୟରୁ ବାର ଜଣଙ୍କୁ ବାଛିଲେ।
16
ପ୍ରତ୍ୟେକ ସୈନ୍ୟ ଏକ ଆରେକର ମସ୍ତକ ଧରିଲେ ଏବଂ ଏକ ଆରେକକୁ ଖଡ଼୍ଗରେ ଭୂଷିଲେ। ତେଣୁ ସେମାନେ ଏକତ୍ର ପଡ଼ିଗଲେ। ତେଣୁ ସେହି ସ୍ଥାନର ନାମ “ତୀକ୍ଷ୍ଣ ଖଡ଼୍ଗ କ୍ଷେତ୍ର” ବୋଲି ଡକାଯାଏ। ସେହି ସ୍ଥାନଟି ଗିବିୟୋନରେ ଥିଲା।
17
ସେହି ପ୍ରତିଯୋଗିତା ଏକ ଭୟଙ୍କର ଯୁଦ୍ଧରେ ପରିଣତ ହେଲା। ଦାଉଦର ସୈନ୍ୟମାନେ ସେଦିନ ଅବ୍ନର ଓ ଇସ୍ରାଏଲୀୟମାନଙ୍କୁ ପରାସ୍ତ କଲେ।
18
ଅବ୍ନର ଅସାହେଲ୍କୁ ହତ୍ୟା କଲେ ସରୁୟାର ତିନି ପୁତ୍ର ଥିଲେ। ସେମାନେ ହେଲେ, ଯୋୟାବ, ଅବୀଶୟ ଏବଂ ଅସାହେଲ୍। ଅସାହେଲ୍ ଥିଲେ ଜଣେ କ୍ଷିପ୍ର ଧାବକ। ସେ କୃଷ୍ଣସାର ମୃଗପରି କ୍ଷିପ୍ର ଗତିରେ ଦୌଡ଼ି ପାରନ୍ତି।
19
ଅସାହେଲ୍ ଅବ୍ନର ପଛେ ପଛେ ଦୌଡ଼ିଗଲା। ଏବଂ ତାଙ୍କ ପଛେ ପଛେ ଯିବା ଆରମ୍ଭ କଲା।
20
ଅବ୍ନର ପଛକୁ ଅନାଇ କହିଲା, “ଅସାହେଲ୍ ଏ କି ତୁମ୍ଭେ?” ସେ ଉତ୍ତର କଲା, “ହଁ, ମୁଁ।”
21
ଅସାହେଲ୍କୁ ହତ୍ୟା କରିବା ପାଇଁ ଅବ୍ନର ଗ୍ଭହୁଁ ନ ଥିଲେ। ତେଣୁ ଅବ୍ନର ଅସାହେଲ୍କୁ କହିଲେ, “ମୋ’ ପଛରେ ଦୌଡ଼ିବା ବନ୍ଦ କର। ତୁମ୍ଭେ ଅନ୍ୟ ଜଣକ ପଛରେ ଦୌଡ଼, ତା’ଠାରୁ ତୁମ୍ଭେ ସହଜରେ ସାଂଜୁ ଛଡ଼ାଇ ତୁମ୍ଭ ପାଇଁ ଆଣି ପାରିବ।” କିନ୍ତୁ ଅସାହେଲ୍ ମନା କଲେ ଓ ଅବ୍ନର ପଛରେ ଗୋଡ଼ାଇଲେ।
22
ଅବ୍ନର ଆଉଥରେ ଅସାହେଲ୍କୁ କହିଲେ, “ମୋ’ ପଛେ ଗୋଡ଼ାଇବା ବନ୍ଦ କର ନଚେତ୍ ମୁଁ ତୁମ୍ଭକୁ ହତ୍ୟା କରିବି। ମୁଁ ତୁମ୍ଭକୁ ହତ୍ୟା କଲେ ତୁମ୍ଭର ଭାଇ ଯୋୟାବକୁ କିପରି ମୁହଁ ଦେଖାଇବି?”
23
କିନ୍ତୁ ଅସାହେଲ୍ ଅବ୍ନର ପଛରେ ଦୌଡ଼ିବାରୁ ବିରତ ହେଲା ନାହିଁ। ତେଣୁ ଅବ୍ନର ବର୍ଚ୍ଛାର ମୁନରେ ତା’ର ପେଟକୁ ଭୂଷି ଦେବାରୁ ତାହା ପିଠି ଦେଇ ବାହାରି ଗଲା। ତେଣୁ ସେ ସେହିଠାରେ ମରିଗଲା। ଯୋୟାବ ଓ ଅବୀଶୟ ଅବ୍ନର ପଛରେ ଗୋଡ଼ାଇଲେ ଅସାହେଲ୍ର ମୃତ ଶରୀର ଭୂମି ଉପରେ ସେହିଠାରେ ପଡ଼ି ରହିଥିଲା। ଯେତେ ଲୋକ ସେ ବାଟ ଦେଇ ଦୌଡ଼ୁ ଥିଲେ, ସମସ୍ତେ ସେହିଠାରେ ଅଟକି ଗଲେ।
24
କିନ୍ତୁ ଯୋୟାବ ଓ ଅବୀଶୟ ଅବ୍ନର ପଛରେ ଗୋଡ଼ାଇଲେ, ସେମାନେ ଯେତେବେଳେ ଅମା ପର୍ବତ ନିକଟରେ ପହଞ୍ଚିଲେ, ସେତେବେଳକୁ ସୂର୍ଯ୍ୟାସ୍ତ ହୋଇଯାଇ ଥିଲା। ଗିବିୟୋନ ମରୁଭୂମିର ପଥ ନିକଟବର୍ତ୍ତି ଗୀଆ ପୂର୍ବରୁ ଅମା ପର୍ବତ ଉପସ୍ଥିତ।
25
ବିନ୍ୟାମୀନର ପରିବାରବର୍ଗ ଅବ୍ନର ଚତୁର୍ପାର୍ଶ୍ୱରେ ପର୍ବତର ଶିର୍ଷରେ ଘେରି ରହିଥିଲେ।
26
ଅବ୍ନର ଯୋୟାବକୁ ଡାକି କହିଲେ, “ଆମ୍ଭେ ନିଶ୍ଚିତ ଯୁଦ୍ଧ କରୁଥିବା ଓ ପରସ୍ପରକୁ ଚିରଦିନ ହତ୍ୟା କରୁଥିବା କି? ତୁମ୍ଭେ ନିଶ୍ଚିତରେ ଜାଣ ଯେ, ଏହା ଦୁଃଖଦ ପୂର୍ଣ୍ଣ ଶେଷ ହେବ। ତୁମ୍ଭମାନଙ୍କର ଲୋକମାନଙ୍କୁ କୁହ ସେମାନଙ୍କର ଭାଇମାନଙ୍କ ପଛରେ ନ ଗୋଡ଼ାଇବା ପାଇଁ।”
27
ତା’ପରେ ଯୋୟାବ କହିଲା, “ତୁମ୍ଭେ ଗୋଟିଏ ଭଲ କଥା କହିଲ, ପରମେଶ୍ୱର ଜୀବିତ ଥିବା ପ୍ରମାଣେ, ଯଦି ତୁମ୍ଭେ ଏହିପରି କହି ନ ଥା’ନ୍ତ, ଲୋକମାନେ ସେମାନଙ୍କର ନିଜର ଭାଇମାନଙ୍କ ପଛରେ ପ୍ରଭାତ ପର୍ଯ୍ୟନ୍ତ ଗୋଡ଼ାଉ ଥା’ନ୍ତେ।”
28
ତେଣୁ ଯୋୟାବ ତୂରୀ ବଜାଇଲେ ଓ ଲୋକମାନେ ଇସ୍ରାଏଲୀୟମାନଙ୍କ ପଛରେ ଦୌଡ଼ିବା ବନ୍ଦ କଲେ। ତା’ପରେ ସେମାନେ ଆଉ ଯୁଦ୍ଧ କଲେ ନାହିଁ।
29
ଅବ୍ନର ଓ ତାଙ୍କର ଲୋକମାନେ ସେ ରାତ୍ରି ତମାମ ଯର୍ଦ୍ଦନ ଉପତ୍ୟକା ଦେଇ ଗମନ କଲେ ଓ ସେମାନେ ଯର୍ଦ୍ଦନ ନଦୀ ପାର ହେଲେ ଓ ସେମାନେ ମହନୟିମକୁ ପହଞ୍ଚିବା ପର୍ଯ୍ୟନ୍ତ ଦିନସାରା ଗମନ କଲେ।
30
ଯୋୟାବ ପଶ୍ଚାଦ୍ଧାବନ ବନ୍ଦ କରି ଗଣି ଦେଖିଲେ, ଅସାହେଲ୍କୁ ମିଶାଇ ଦାଉଦଙ୍କର ସୈନ୍ୟମାନଙ୍କ ମଧ୍ୟରୁ ଊଣାଇଶ ଜଣ ନାହାନ୍ତି।
31
କିନ୍ତୁ ଦାଉଦଙ୍କର ସୈନ୍ୟମାନେ ବିନ୍ୟାମୀନ ପରିବାରରୁ 360 ଜଣ ଅବ୍ନରର ଲୋକମାନଙ୍କୁ ମାରି ଦେଇଥିଲେ।
32
ଦାଉଦର ସୈନ୍ୟମାନେ ଅସାହେଲ୍ର ଶରୀରକୁ ଆଣି ବୈଥ୍ଲେହମ ସ୍ଥିତ ତା’ର ପିତାଙ୍କର କବରରେ କବର ଦେଲେ। ପୁଣି ଯୋୟାବ ଓ ତା’ର ଲୋକମାନେ ରାତ୍ରିସାରା ପଦଗ୍ଭରଣ କରି ବୁଲିଲେ। ଏବଂ ସକାଳ ହେଲା ବେଳକୁ ସେମାନେ ହିବ୍ରୋଣ ନିକଟରେ ପହଞ୍ଚି ଯାଇଥିଲେ।
← Chapter 1
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 3 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24