bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
2 Samuel 4
2 Samuel 4
Odia Bible ERV 2004 (ପବିତ୍ର ବାଇବଲ)
← Chapter 3
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 5 →
1
ଶାଉଲଙ୍କ ପରିବାରକୁ ସମସ୍ୟା ଆସିଲା ଶାଉଲର ପୁତ୍ର ଈଶ୍ବୋତ୍ ଶୁଣିବାକୁ ପାଇଲେ ଯେ ଅବ୍ନର ହିବ୍ରୋଣରେ ମୃତ୍ୟୁବରଣ କରିଛି। ଈଶ୍ବୋତ୍ ଓ ତାଙ୍କର ସମସ୍ତ ଲୋକ ଭୟଭୀତ ହୋଇପଡ଼ିଲେ।
2
ଦୁଇଜଣ ପୁରୁଷ ଶାଉଲଙ୍କର ପୁତ୍ର ଈଶ୍ବୋଶତ୍କୁ ଦେଖିବାକୁ ଗଲେ। ଏହି ଦୁଇଜଣ ପୁରୁଷ ସୈନ୍ୟମାନଙ୍କର ଅଧିନାୟକ ଥିଲେ। ସେମାନେ ରେଖବ୍ ଓ ବାନା, ବେରୋତୀୟ ରିମ୍ମୋଣର ପୁତ୍ର ଥିଲେ। ସେମାନେ ବେରୋତୀୟ ନଗରର ବିନ୍ୟାମୀନ ପରିବାରବର୍ଗରେ ଗଣିତ ଥିଲେ।
3
କିନ୍ତୁ ସମସ୍ତ ବେରୋତୀୟମାନେ ଗିତ୍ତୟିମକୁ ପଳାଇଲେ ଓ ସେମାନେ ଆଜି ପର୍ଯ୍ୟନ୍ତ ମଧ୍ୟ ସେହି ସ୍ଥାନରେ ବାସ କରୁଛନ୍ତି।
4
ଶାଉଲଙ୍କର ପୁତ୍ର ଯୋନାଥନଙ୍କର ଏକ ପୁତ୍ର ଥିଲେ, ଯାହାଙ୍କର ନାମଥିଲା ମଫୀବୋଶତ୍। ଯେତେବେଳେ ତାକୁ ମାତ୍ର ପାଞ୍ଚ ବର୍ଷ ବୟସ ହୋଇଥିଲା, ସେତେବେଳେ ଯିଷ୍ରିୟେଲରୁ ଖବର ଆସିଲା ଯେ, ଶାଉଲ ଏବଂ ଯୋନାଥନକୁ ହତ୍ୟା କରାଯାଇଛି। ଯେତେବେଳେ ମଫୀବୋଶତ୍ର ଧାତ୍ରୀ ଏ ଖବର ପାଇଲା, ସେ ମଫୀବୋଶତକୁ ଉଠାଇଲା ଏବଂ ସେ ଭୟରେ ଦୌଡ଼ି ପଳାଇଲା। କିନ୍ତୁ ପିଲାଟି ତଳେ ପଡ଼ିଗଲା ଏବଂ ତା’ପରେ ତା’ର ଦୁଇ ଗୋଡ଼ ଛୋଟା ହୋଇଗଲା।
5
ରେଖବ୍ ଓ ବାନା, ଯିଏ କି ବେରୋତୀୟ ରିମ୍ମୋଣର ପୁତ୍ର। ସେମାନେ ମଧ୍ୟାହ୍ନ ସମୟରେ ଈଶ୍ବୋଶତ୍ଙ୍କ ଗୃହରେ ପ୍ରବେଶ କଲେ। ସେହି ସମୟରେ ଈଶ୍ବୋଶତ୍ ବିଶ୍ରାମ ନେଉଥିଲେ, କାରଣ ସେହି ଅପରାହ୍ନ ବହୁତ ଗରମ ଥିଲା।
6
ରେଖବ ଓ ବାନା ଈଶ୍ବୋଶତ୍ର ଗୃହରେ ପ୍ରବେଶ କଲେ, ସତେ ଯେପରି ସେମାନେ ଗହମ ନେବାକୁ ଆସିଛନ୍ତି। ଈଶ୍ବୋଶତ୍ ସେହି ସମୟରେ ତାଙ୍କର ଶୋଇବା ଘରେ ବିଛଣା ଉପରେ ବିଶ୍ରାମ ନେଉଥିଲେ। ସେହି ସମୟରେ ରେଖବ୍ ଓ ବାନା ତାଙ୍କର ପେଟରେ ଖଡ଼୍ଗ ଭୂଷି ହତ୍ୟା କଲେ ଓ ତାଙ୍କର ମୁଣ୍ଡ କାଟି ତାଙ୍କ ସହିତ ନେଇ ଆସିଲେ। ସେମାନେ ଯର୍ଦ୍ଦନ ଉପତ୍ୟକା ଦେଇ ରାତିସାରା ଗ୍ଭଲିଲେ।
8
ସେମାନେ ଆସି ହିବ୍ରୋଣରେ ପହଞ୍ଚିଲେ ଏବଂ ସେମାନେ ଦାଉଦଙ୍କୁ ଈଶ୍ବୋଶତ୍ର କଟାମୁଣ୍ଡ ଦେଲେ। ରେଖବ୍ ଓ ବାନା ଦାଉଦଙ୍କୁ କହିଲେ, “ଏହିଠାରେ ଆପଣଙ୍କର ଶତ୍ରୁର ମୁଣ୍ଡ ପଡ଼ିଅଛି। ଶାଉଲଙ୍କର ପୁତ୍ର ଈଶ୍ବୋଶତ୍, ଯିଏ କି ଆପଣଙ୍କୁ ମାରିବାକୁ ଗ୍ଭହିଁଥିଲା। ସଦାପ୍ରଭୁ, ଆଜି ପ୍ରଭୁ ମୋର ରାଜା ଆପଣଙ୍କ ପାଇଁ ଶାଉଲ ଓ ତାଙ୍କର ପରିବାରକୁ ଦଣ୍ତିତ କରିଛନ୍ତି।”
9
ତଥାପି ଦାଉଦ ରିମ୍ମୋଣର ପୁତ୍ରଗଣ ରେଖବ୍ ଓ ବାନାକୁ କହିଲେ, “ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ସେ ମୋତେ ସମସ୍ତ ବିପଦରୁ ରକ୍ଷା କରିଛନ୍ତି।
10
କିନ୍ତୁ ଯେତେବେଳେ ଜଣେ ନିଜକୁ ଶୁଭବାର୍ତ୍ତା ଆଣିଛି ବୋଲି ମନେ କରି ମୋତେ କହିଲା, ‘ଦେଖନ୍ତୁ ଶାଉଲ ମରିଅଛି।’ ମୁଁ ତାକୁ ପୁରଷ୍କାର ଦେବା ପରିବର୍ତ୍ତେ ଯାହା ସେ ଆଶା କରିଥିଲା, ତାକୁ ଖଡ଼୍ଗ ଦ୍ୱାରା ସିକ୍ଳଗ୍ରେ ହତ୍ୟା କଲି।
11
ତେଣୁ ମୁଁ ତୁମ୍ଭକୁ ହତ୍ୟା କରିବି ଓ ତୁମ୍ଭମାନଙ୍କୁ ଏହି ଭୂମିରୁ ଉଚ୍ଛିନ୍ନ କରିବି। କାରଣ ତୁମ୍ଭେ ଦୁଷ୍ଟ ପ୍ରକୃତିର ଲୋକ, ଏକ ଧର୍ମପରାୟଣ ଲୋକକୁ ହତ୍ୟା କରିଛ, ଯେତେବେଳେ ସେ ତା’ର ନିଜ ଗୃହରେ ତା’ର ଶଯ୍ୟାରେ ବିଶ୍ରାମ ନେଉଥିଲା।”
12
ତେଣୁ ରାଜା ଦାଉଦ ତାଙ୍କର ଯୁବା ସୈନିକମାନଙ୍କୁ ରେଖବ ଓ ବାନାକୁ ହତ୍ୟା କରିବା ପାଇଁ ଆଦେଶ ଦେଲେ। ସୈନ୍ୟମାନେ ରେଖବ ଓ ବାନାର ହସ୍ତ ଓ ପାଦ କାଟି ହିବ୍ରୋଣସ୍ଥ ପୋଖରୀ ନିକଟରେ ଝୁଲାଇ ଦେଲେ। ଏବଂ ଈଶ୍ବୋଶତ୍ର ମସ୍ତକ ନେଇ ହିବ୍ରୋଣରେ ଅବ୍ନର କବରରେ କବର ଦେଲେ।
← Chapter 3
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 5 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24