bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
2 Samuel 12
2 Samuel 12
Odia Bible ERV 2004 (ପବିତ୍ର ବାଇବଲ)
← Chapter 11
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 13 →
1
ନାଥନ ଦାଉଦଙ୍କ ସହିତ ଆଳାପ କଲେ ସଦାପ୍ରଭୁ ଦାଉଦଙ୍କ ନିକଟକୁ ନାଥନକୁ ପଠାଇଲେ। ନାଥନ ଯାଇ ଦାଉଦଙ୍କୁ କହିଲେ, “ଏକ ନଗରରେ ଦୁଇଜଣ ଲୋକ ଥିଲେ। ସେଥି ମଧ୍ୟରୁ ଜଣେ ଥିଲେ ଧନୀ ଓ ଅନ୍ୟ ଜଣକ ଥିଲେ ଗରିବ।
2
ଧନୀ ଲୋକର ବହୁତ ଗାଈ, ବଳଦ ଓ ମେଣ୍ଢାପଲ ଥିଲା।
3
ମାତ୍ର ଦରିଦ୍ର ଲୋକଟିର ଗୋଟିଏ ସାନ ମେଣ୍ଢା ଛୁଆ ବ୍ୟତୀତ ଆଉ କିଛି ନ ଥିଲା। ସେ ମଧ୍ୟ ତାକୁ କିଣି ପାଳୁଥିଲା। ତା’ ସଙ୍ଗେ ଓ ତା’ର ବାଳକମାନଙ୍କ ସଙ୍ଗେ ସେ ଏକତ୍ର ବଢ଼ିଲା। ମେଣ୍ଢା ଛୁଆଟି ତା’ର ନିଜ ତୁଣ୍ଡରୁ ଆହାର ଖାଇଲା ଓ ତାହାର ନିଜ ପାତ୍ରରୁ ପାନ କଲା ଓ ତା’ର କୋଳରେ ମଧ୍ୟ ଶୟନ କଲା। ସେହି ମେଣ୍ଢା ଛୁଆଟି ସେ ଗରିବ ଲୋକଟିର ଝିଅପରି ବଢ଼ିଲା।
4
“ତା’ପରେ ଜଣେ ଯାତ୍ରୀ ଆସିଲେ ଓ ସେହି ଧନୀ ଲୋକଙ୍କୁ ଦେଖିଲେ। ତହିଁରେ ସେହି ଧନୀ ଲୋକଟି, ତା’ ନିକଟକୁ ଆସିଥିବା ଅତିଥି ପାଇଁ ରାନ୍ଧିବାକୁ ନିଜ ପଲରୁ ଓ ନିଜ ଗୋଠରୁ ନେଇ ମେଣ୍ଢା ଖାଇବାକୁ ଦେବାକୁ ଇଚ୍ଛା କଲା ନାହିଁ। ମାତ୍ର ସେହି ଦରିଦ୍ର ଲୋକଟିର ମେଣ୍ଢା ଛୁଆଟିକୁ ନେଇ ଅତିଥିଙ୍କ ପାଇଁ ରାନ୍ଧିଲା।”
5
ଏ କଥା ଶୁଣି, ଧନୀ ଲୋକଟି ଉପରେ ଦାଉଦ ରାଗିଗଲେ, ପୁଣି ଦାଉଦ ନାଥନଙ୍କୁ କହିଲେ, “ଯେଉଁ ବ୍ୟକ୍ତିଟି ଏପରି କରିଅଛି, ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ସେ ନିଶ୍ଚିତ ମରିବ।
6
ସେ ଏପରି କର୍ମ କରିବାରୁ ଓ ସେ କିଛି ଦୟା ନ କରିବାରୁ ସେହି ମେଣ୍ଢାର ଗ୍ଭରିଗୁଣ ଫେରାଇ ଦେବ।”
7
ନାଥନ ଦାଉଦଙ୍କୁ ତାଙ୍କ ପାପ ବିଷୟରେ କହିଲେ ନାଥନ ଦାଉଦଙ୍କୁ କହିଲେ, “ତୁମ୍ଭେ ହେଉଛ ସେହି ଧନୀ ଲୋକ, ଯାହାକି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହିକଥା କହିଛନ୍ତି, ‘ମୁଁ ତୁମ୍ଭକୁ ଇସ୍ରାଏଲର ରାଜା କରିବାକୁ ପସନ୍ଦ କଲି। ମୁଁ ତୁମ୍ଭକୁ ଶାଉଲଠାରୁ ରକ୍ଷା କଲି।
8
ମୁଁ ତୁମ୍ଭକୁ ତୁମ୍ଭ ପ୍ରଭୁର ଗୃହ ଓ ତା’ର ସ୍ତ୍ରୀମାନଙ୍କୁ ଦେଲି। ଇସ୍ରାଏଲ ଓ ଯିହୁଦାକୁ ଶାସନ କରିବା ପାଇଁ ମଧ୍ୟ ତୁମ୍ଭଙ୍କୁ ଦେଲି। ଯଦି ଏହା ଅଳ୍ପ ହେଲା, ତେବେ ମୁଁ ତୁମ୍ଭକୁ ଅଧିକ ଦେଇଥା’ନ୍ତି।
9
ତେଣୁ ତୁମ୍ଭେ କାହିଁକି ସଦାପ୍ରଭୁଙ୍କର ଆଦେଶକୁ ଅବଜ୍ଞା କଲ? ସେ ଯାହା ଭୁଲ୍ ବୋଲି କହନ୍ତି ତୁମ୍ଭେ ତାହା କାହିଁକି କଲ? ତୁମ୍ଭେ ହିତ୍ତୀୟ ଊରିୟକୁ ମାରି ତା’ ସ୍ତ୍ରୀକୁ ତୁମ୍ଭେ ସ୍ତ୍ରୀ କରିଅଛ। ତୁମ୍ଭେ ଅମ୍ମୋନୀୟମାନଙ୍କ ଖଣ୍ତାଦ୍ୱାରା ଊରିୟକୁ ମାରି ଅଛ।
10
ତେଣୁ ଖଡ଼୍ଗ ତୁମ୍ଭର ପରିବାରର ଜୀବନ ନେବା ଚିରଦିନ ଗ୍ଭଲୁରଖିବ। କାରଣ ହିତ୍ତୀୟ ଊରିୟର ସ୍ତ୍ରୀକୁ ନେଇ ତୁମ୍ଭର ସ୍ତ୍ରୀ କରି ମୋତେ ତୁଚ୍ଛ ଜ୍ଞାନ କରିଅଛ।’
11
“ସଦାପ୍ରଭୁ ଏ କଥା କହନ୍ତି, ‘ମୁଁ ତୁମ୍ଭ ବିରୁଦ୍ଧରେ ବିପତ୍ତି ଆଣିବାକୁ ଯାଉଅଛି ଏବଂ ଏବା ତୁମ୍ଭ ପରିବାରରୁ ଆସିବ। ମୁଁ ତୁମ୍ଭର ସ୍ତ୍ରୀମାନଙ୍କୁ ନେଇଯିବି ଓ ତୁମ୍ଭର ଅତି ନିଜର ଲୋକକୁ ଦେବି। ସେ ସେମାନଙ୍କ ସହିତ ଶୟନ କରିବ ଏବଂ ପ୍ରତ୍ୟେକ ତାହା ଜାଣିବେ।
12
ତୁମ୍ଭେ ବତ୍ଶେବା ସହିତ ଗୋପନରେ ଶୟନ କଲ, କିନ୍ତୁ ମୁଁ ତୁମ୍ଭକୁ ଦଣ୍ତ ଦେବି ସମସ୍ତ ଇସ୍ରାଏଲଙ୍କ ସମ୍ମୁଖରେ ଯେପରି ସମସ୍ତ ଲୋକ ଏହା ଦେଖି ପାରିବେ।’”
13
ଦାଉଦ ନାଥନକୁ କହିଲେ, “ମୁଁ ସଦାପ୍ରଭୁଙ୍କ ବିରୁଦ୍ଧରେ ଅପରାଧ କରିଅଛି।” ନାଥନ ଦାଉଦଙ୍କୁ କହିଲେ, “ଏଥିରେ ସଦାପ୍ରଭୁ ତୁମ୍ଭର ଅପରାଧ କ୍ଷମା କରିଅଛନ୍ତି, ତୁମ୍ଭେ ମରିବ ନାହିଁ।
14
କିନ୍ତୁ ତୁମ୍ଭେ ଏହି କୁକର୍ମ କରି ସଦାପ୍ରଭୁଙ୍କୁ ବହୁତ ଅସମ୍ମାନ ଦେଖାଇଅଛ। ତେଣୁ ଜନ୍ମ କରୁଥିବା ପୁତ୍ରଗଣ ନିଶ୍ଚୟ ମରିବ।”
15
ଦାଉଦ ଓ ବତ୍ଶେବାଙ୍କ ପିଲାର ମୃତ୍ୟୁ ତା’ପରେ ନାଥନ ଗୃହକୁ ଫେରିଗଲେ। ସଦାପ୍ରଭୁ ଊରିୟର ସ୍ତ୍ରୀଠାରୁ ଜନ୍ମ ଦାଉଦର ସନ୍ତାନକୁ ଅତ୍ୟନ୍ତ ପୀଡ଼ିତ କରି ଦେଲେ।
16
ଦାଉଦ ବାଳକ ନିମନ୍ତେ ପରମେଶ୍ୱରଙ୍କ ନିକଟରେ ନିବେଦନ କଲେ ଓ ଦାଉଦ ଉପବାସ କଲେ ଓ ଭିତରେ ଯାଇ ରାତ୍ରିଯାକ ଭୂମି ଉପରେ ପଡ଼ି ରହିଲେ।
17
ଦାଉଦଙ୍କ ପରିବାରର ବୟସ୍କମାନେ ଦାଉଦଙ୍କୁ ଭୂମିରୁ ଉଠାଇବାକୁ ଗ୍ଭହିଁଲେ। କିନ୍ତୁ ଦାଉଦ ଉଠିଲେ ନାହିଁ କି ସେମାନଙ୍କ ସହିତ ଭୋଜନ କଲେ ନାହିଁ।
18
ଏହିପରି ସପ୍ତମ ଦିନରେ ପିଲାଟି ମରିଗଲା, କିନ୍ତୁ ସେମାନେ ଭୟରେ ଦାଉଦଙ୍କୁ ଏ କଥା ଜଣାଇଲେ ନାହିଁ, ସେମାନେ ନିଜ ଭିତରେ କୁହାକୁହି ହେଲେ, “କାରଣ ପିଲାଟି ବଞ୍ଚିଥିବା ସମୟରେ ସେ ଆମ୍ଭ କଥା ଶୁଣିଲେ ନାହିଁ। ଯଦି ଆମ୍ଭେ ପିଲାଟିର ମୃତ୍ୟୁ ବିଷୟରେ କହିଥା’ନ୍ତୁ, ସେ ତା’ର ନିଜର କ୍ଷତି କରିଥା’ନ୍ତା। ସେଥିପାଇଁ ସେମାନେ ଏହା କହିଲେ ନାହିଁ।”
19
କିନ୍ତୁ ଦାଉଦ ଦେଖିଲେ ଲୋକମାନେ ଫୁସରୁଫାସର ହେଉଛନ୍ତି। ତେଣୁ ଦାଉଦ ବୁଝିପାରିଲେ ଯେ ପିଲାଟି ମରି ଯାଇଛି। ତେଣୁ ଦାଉଦ ତାଙ୍କର ଦାସମାନଙ୍କୁ ପଗ୍ଭରିଲେ, “କ’ଣ ପିଲାଟି ମରିଗଲା?” ତାଙ୍କର ଦାସମାନେ ଉତ୍ତର ଦେଲେ, “ହଁ ସେ ପିଲାଟି ମରିଗଲା।”
20
ତା’ପରେ ଦାଉଦ ଉଠିଲେ, ଗାଧୋଇଲେ, ତାଙ୍କର ପୋଷାକ ପରିବର୍ତ୍ତନ କରି ପୋଷାକ ପିନ୍ଧିଲେ ଏବଂ ସଦାପ୍ରଭୁଙ୍କର ମନ୍ଦିରକୁ ଉପାସନା ପାଇଁ ଗଲେ। ତା’ପରେ ଘରକୁ ଯାଇ ଖାଇବାକୁ ଖାଦ୍ୟ ମାଗିଲେ। ତାଙ୍କର ଦାସମାନେ ତାଙ୍କୁ ଯାହା ଖାଦ୍ୟ ଦେଲେ ଓ ସେ ତାହା ଖାଇଲେ।
21
ଦାଉଦଙ୍କୁ ତାଙ୍କର ଦାସମାନେ ପଗ୍ଭରିଲେ, “ଆପଣ ଏପରି ବ୍ୟବହାର କାହିଁକି କଲେ? ଯେତେବେଳେ ପିଲାଟି ବଞ୍ଚିଥିଲା ଆପଣ ଖାଇବାକୁ ମନା କଲେ ଓ କାନ୍ଦିଲେ କିନ୍ତୁ ପିଲାଟି ମରିଯିବା ପରେ ଉଠିଲେ ଓ ଖାଦ୍ୟ ଖାଇଲେ।”
22
ଦାଉଦ କହିଲେ, “ପିଲାଟି ବଞ୍ଚିଥିବା ସମୟରେ ମୁଁ ଖାଇବାକୁ ମନାକଲି କାରଣ ମୁଁ କ୍ରନ୍ଦନ କଲି, ‘ଯଦି ପରମେଶ୍ୱରଙ୍କୁ ମୋର ଦୁଃଖ ଜଣାଏ କାଳେ ସେ ମୋ’ ଉପରେ ଦୟା କରିବେ ଏବଂ ପିଲାଟିକୁ ବଞ୍ଚିବାକୁ ଦେବେ।’
23
କିନ୍ତୁ ବର୍ତ୍ତମାନ ପିଲାଟି ମରିଅଛି, ମୁଁ କାହିଁକି ଆଉ ଉପବାସ କରିବି। ମୁଁ କ’ଣ ପିଲାଟିର ଜୀବନ ଫେରାଇ ଆଣି ପାରିବି। ଦିନେ ମୁଁ ତା’ ନିକଟକୁ ଯିବି କିନ୍ତୁ ସେ ମୋ’ ନିକଟକୁ ଆସି ପାରିବ ନାହିଁ।”
24
ଶଲୋମନର ଜନ୍ମ ତା’ପରେ ଦାଉଦ ବତ୍ଶେବାକୁ ସାନ୍ତ୍ୱନା ଦେଲେ ଓ ତାଙ୍କ ସହିତ ଯୌନ ସମ୍ପର୍କ ରଖିଲେ ଓ ସେ ଗର୍ଭବତୀ ହେଲେ ଓ ସେ ଆଉ ଏକ ପୁତ୍ରକୁ ଜନ୍ମ ଦେଲେ। ଦାଉଦ ସେ ପିଲାଟିର ନାମ ଶଲୋମନ ରଖିଲେ। ସଦାପ୍ରଭୁ ଶଲୋମନଙ୍କୁ ପ୍ରେମ କଲେ।
25
ସଦାପ୍ରଭୁ ନାଥନ ନାମକ ଏକ ଭବିଷ୍ୟଦ୍ବକ୍ତାଙ୍କ ମାଧ୍ୟମରେ କହି ପଠାଇଲେ ଏବଂ ସଦାପ୍ରଭୁ ନାଥନ ତା’ର ନାମ ଶଲୋମନ ଯିଦୀଦିୟପରି ଦେଲେ। ନାଥନ ସଦାପ୍ରଭୁଙ୍କ ପାଇଁ ଏହା କଲେ।
26
ଦାଉଦ ରବ୍ବାକୁ ଆୟତ୍ତ କଲେ ଅମ୍ମୋନୀୟମାନଙ୍କର ରାଜଧାନୀ ସହର ରବ୍ବାକୁ ଯୋୟାବ ଯୁଦ୍ଧ କରି କରଗତ କଲେ।
27
ଯୋୟାବ ଦାଉଦଙ୍କ ନିକଟକୁ ଦୂତଗଣ ସହିତ ଏହି ବାର୍ତ୍ତା ପଠାଇଲେ: “ମୁଁ ରବ୍ବା ବିରୁଦ୍ଧରେ ଯୁଦ୍ଧ କରିଛି ଏବଂ ଏହାର ଜଳ ଯୋଗାଣକୁ ସୁରକ୍ଷା ଦେଉଥିବା ଦୁର୍ଗକୁ ଅକ୍ତିଆର କରିଛି।
28
ଆପଣ ଅବଶିଷ୍ଟ ଲୋକମାନଙ୍କୁ ଏକତ୍ରିତ କରି ନଗର ନିକଟରେ ଛାଉଣି ସ୍ଥାପନ କରି ତାହା ହସ୍ତଗତ କରନ୍ତୁ। ନୋହିଲେ ମୁଁ ଏହାକୁ ହସ୍ତଗତ ଓ ମୋ’ ନାମାନୁସାରେ ଖ୍ୟାତ କରିବି।”
29
ଏଣୁ ଦାଉଦ ସମସ୍ତ ଲୋକଙ୍କୁ ଏକତ୍ର କରି ରବ୍ବାକୁ ଗଲେ ଓ ତହିଁ ବିରୁଦ୍ଧରେ ଯୁଦ୍ଧ କରି ତାହା ହସ୍ତଗତ କଲେ।
30
ସେ ସେମାନଙ୍କ ରାଜାର ମସ୍ତକରୁ ମୁକୁଟ କାଢ଼ି ନେଲେ। ତାହା ଏକ ମହଣ ପରିମିତ ସୁନା ଓ ତହିଁରେ ବହୁମୂଲ୍ୟ ପ୍ରସ୍ତରମାନ ଖଚିତ ହୋଇଥିଲା। ଆଉ ତାହା ଦାଉଦଙ୍କର ମସ୍ତକରେ ଦିଆଗଲା। ପୁଣି ସେ ମଧ୍ୟ ସେହି ନଗରରୁ ଲୁଟ୍ କରି ବହୁମୂଲ୍ୟ ସାମଗ୍ରୀ ନେଇଗଲେ।
31
ସେ ସହରର ଲୋକମାନଙ୍କୁ ବାହାର କରି ଆଣି ସେମାନଙ୍କୁ କରତ ଓ ଲୁହାମଇ ଓ ଲୁହା କୁହ୍ରାଡ଼ି ଦ୍ୱାରା କଠିନ କାର୍ଯ୍ୟ କରାଇ ଦଣ୍ତ ଦେଲେ ଓ ସେମାନଙ୍କୁ ଇଟା ତିଆରି କରାଇଲେ। ସେ ଅମ୍ମୋନୀୟମାନଙ୍କ ସମୁଦାୟ ନଗର ପ୍ରତି ଏପରି କଲେ। ଏହା ପରେ ଦାଉଦ ଓ ସମସ୍ତ ଲୋକ ଯିରୁଶାଲମକୁ ଫେରି ଆସିଲେ।
← Chapter 11
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 13 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
Recommended Reading
Commentary
2 Samuel Commentaries
→
Devotional
2 Samuel Devotional Guide
→
Get This Bible
Odia Bible ERV (ପବିତ୍ର ବାଇବଲ) Study Bible
→