bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
2 Samuel 18
2 Samuel 18
Odia Bible ERV 2004 (ପବିତ୍ର ବାଇବଲ)
← Chapter 17
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 19 →
1
ଦାଉଦ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଲେ ଦାଉଦ ଲୋକମାନଙ୍କୁ ଗଣି 1000 ଜଣରେ ଜଣେ ଓ ପ୍ରତି 100 ଜଣରେ ଜଣେ ଲେଖାଏ ମୁଖିଆଙ୍କୁ ନିଯୁକ୍ତ କଲେ।
2
ଦାଉଦ ତାଙ୍କର ଲୋକମାନଙ୍କୁ ମୋଟ ତିନି ଭାଗରେ ବିଭକ୍ତ କଲେ। ଯୋୟାବ ଦାଉଦଙ୍କର ଏକ ତୃତୀୟାଂଶ ଲୋକମାନଙ୍କ ଉପରେ ନିଯୁକ୍ତି ହେଲେ। ଅନ୍ୟ ଏକ ତୃତୀୟାଂଶ ଯୋୟାବର ଭାଇ ସରୁୟାର ପୁତ୍ର ଅବୀଶୟର ଆଦେଶର ଅଧୀନରେ ରହିଲା ଏବଂ ଅବଶିଷ୍ଟ ଏକ ତୃତୀୟାଂଶ ଗାଥ୍ର ଇତ୍ତୟ ଆଦେଶର ଅଧୀନରେ ଥିଲେ। ରାଜା ତାଙ୍କର ଲୋକମାନଙ୍କୁ କହିଲେ, “ମୁଁ ମଧ୍ୟ ତୁମ୍ଭମାନଙ୍କ ସହିତ ଯୁଦ୍ଧକୁ ଯିବି।”
3
ଲୋକମାନେ କହିଲେ, “ଆପଣ ଆମ୍ଭ ସହିତ ନିଶ୍ଚୟ ଯିବେ ନାହିଁ। କାରଣ ଆମ୍ଭେମାନେ ପଳାଇଲେ ଅବଶାଲୋମର ଲୋକମାନେ ଆମ୍ଭମାନଙ୍କ ପାଇଁ ଖାତିରି କରିବେ ନାହିଁ। ଆମ୍ଭମାନଙ୍କରୁ ଅର୍ଦ୍ଧେକ ମୃତ୍ୟୁବରଣ କଲେ ହେଁ, ସେମାନେ ଆମ୍ଭମାନଙ୍କ ପାଇଁ ଚିନ୍ତା କରିବେ ନାହିଁ। ମାତ୍ର ଆପଣ ଆମ୍ଭମାନଙ୍କର 10,000 ସହିତ ସମାନ। ତେଣୁ ଏହା ଉତ୍ତମ ଯେ, ଆପଣ ଏହି ନଗରରେ ସାହାଯ୍ୟ ପାଇଁ ରୁହନ୍ତୁ।”
4
ରାଜା ତାଙ୍କର ଲୋକମାନଙ୍କୁ କହିଲେ, “ତୁମ୍ଭେମାନେ ଯାହା ଉତ୍ତମ ବିଗ୍ଭର କର ମୁଁ ତାହା କରିବି।” ଏହା ପରେ ସେ ନଗର ଫାଟକ ପାର୍ଶ୍ୱରେ ଛିଡ଼ା ହେଲେ ଓ ହଜାର ଲୋକ ଦଳ ଦଳ ହୋଇ ବାହାରି ଆସିଲେ।
5
ରାଜା ଯୋୟାବ ଅବୀଶୟ ଓ ଇତ୍ତୟକୁ ଆଦେଶ ଦେଇ କହିଲେ, “ମୋ’ ପାଇଁ ଅବଶାଲୋମ ପ୍ରତି ଭଦ୍ର ବ୍ୟବହାର କର।” ଯେତେବେଳେ ରାଜା ଏହି ଆଦେଶ ସମସ୍ତ ଅଧିପତିମାନଙ୍କୁ ଦେଲେ, ସମସ୍ତ ଲୋକ ଏ କଥା ଶୁଣି ପାରିଲେ।
6
ଦାଉଦଙ୍କର ସେନା ଅବଶାଲୋମଙ୍କର ସେନାକୁ ପରାଜିତ କଲେ ଏହିପରି ଦାଉଦଙ୍କର ଲୋକମାନେ ଇସ୍ରାଏଲୀୟ ବିରୁଦ୍ଧରେ ଯୁଦ୍ଧ କ୍ଷେତ୍ରକୁ ଗଲେ ଓ ଇଫ୍ରୟିମ ବଣରେ ଯୁଦ୍ଧ ହେଲା।
7
ସେଠାରେ ଇସ୍ରାଏଲୀୟ ଲୋକମାନେ ଦାଉଦଙ୍କ ସୈନ୍ୟମାନଙ୍କ ଆଗରେ ପରାସ୍ତ ହେଲେ ଓ ସେହି ଦିନ ସେଠାରେ ବହୁତ କ୍ଷତି ହେଲା ଏବଂ 20,000 ଲୋକ ସେଠାରେ ମୃତ୍ୟୁବରଣ କଲେ।
8
ଦେଶଯାକ ଯୁଦ୍ଧ ବ୍ୟାପିଗଲା। ପୁଣି ସେଦିନ ଖଡ଼୍ଗ ଗ୍ରାସ କରିବା ଅପେକ୍ଷା ବନ ଅଧିକ ଲୋକ ଗ୍ରାସ କଲା।
9
ଅବଶାଲୋମ ଦାଉଦଙ୍କର ଅଧିକାରୀମାନଙ୍କ ସହିତ ଦେଖା ହେଲା। ସେ ସମୟରେ ଅବଶାଲୋମ ଖଚର ଉପରେ ଚଢ଼ି ଥିଲା। ସେ ଯେତେବେଳେ ଖଚରରେ ଆରୋହଣ କରୁଥିଲା, ସେ ଖସିଯିବା ପାଇଁ ଗ୍ଭହୁଁଥିଲା ସେହି ସମୟରେ ଏକ ବିରାଟ ଅଲୋନ୍ବୃକ୍ଷରେ ତା’ର ମୁଣ୍ଡ ଧକ୍କା ହେଲା ଏବଂ ବାଳଗୁଡ଼ାକ ଗଛ ଡାଳରେ ଲାଗି ଭୂମିର ଉପରେ ଝୁଲି ରହିଲା। ଯେତେବେଳେ ଖଚରଟି ସେହି ବାଟେ ଦୌଡ଼ିଥିଲା।
10
ସେହି ସମୟରେ ଜଣେ ଲୋକ ତାହା ଦେଖି ଯୋୟାବକୁ ଜଣାଇ ଦେଲା, “ମୁଁ ଅବଶାଲୋମକୁ ଅଲୋନ ବୃକ୍ଷରେ ଟଙ୍ଗା ହୋଇଥିବାର ଦେଖିଲି।”
11
ଯୋୟାବ ସେ ଲୋକକୁ କହିଲେ, “ଦେଖ, ତୁମ୍ଭେ ଏସବୁ ଦେଖିଲ ମାତ୍ର ତୁମ୍ଭେ କାହିଁକି ତାକୁ ମାରି ଭୂମିରେ ପକାଇ ନ ଦେଲ? ତାହା କରିଥିଲେ ମୁଁ ତୁମ୍ଭକୁ ଦଶ ଖଣ୍ତ ରୂପା ଓ ଏକ କଟିବନ୍ଧନ ଦେଇଥା’ନ୍ତି।”
12
ସେ ଲୋକଟି ଯୋୟାବକୁ କହିଲା, “ମୁଁ ସେ ରାଜପୁତ୍ରକୁ ମାରି ପାରି ନ ଥା’ନ୍ତି, ମୋତେ ଆପଣ ଯେତେ ଧନ ଦେଲେବି। ବା 1000 ଖଣ୍ତ ରୂପା ଦେଲେ ମଧ୍ୟ ଏକାର୍ଯ୍ୟ ଅସମ୍ଭବ। କାରଣ ଆମ୍ଭେମାନେ ରାଜାଙ୍କର ଆଦେଶ ତୁମ୍ଭ ପ୍ରତି, ଅବୀଶୟ ପ୍ରତି ଓ ଇତ୍ତୟ ପ୍ରତି ଶୁଣିଥିଲୁ। ରାଜାଙ୍କର ଆଦେଶ ଥିଲା, ‘ସାବଧାନ, ଅବଶାଲୋମକୁ ଆଘାତ କର ନାହିଁ।’
13
ଯଦି ମୁଁ ଅବଶାଲୋମକୁ ହତ୍ୟା କରିଥା’ନ୍ତି, ରାଜା ଏ କଥା ଜାଣିଥା’ନ୍ତେ ଏବଂ ଆପଣ ମୋର ରକ୍ଷା କରିବାକୁ ଆସି ନ ଥା’ନ୍ତେ।”
14
ଯୋୟାବ କହିଲେ, “ମୁଁ ଏଠାରେ ତୁମ୍ଭ ସହିତ ସମୟ ନଷ୍ଟ କରି ପାରିବି ନାହିଁ।” ଅବଶାଲୋମ ତଥାପି ଜୀବିତ ଅବସ୍ଥାରେ ଅଲୋନ୍ଗଛରେ ଝୁଲୁଥିଲା। ଯୋୟାବ ଏକ ତ୍ରିଶୁଳ ନେଇ ଅବଶାଲୋମର ଛାତିରେ ଆଘାତ କଲେ।
15
ଯୋୟାବଙ୍କର ଦଶ ଜଣ ଯୁବା ସୈନିକ ଥିଲେ। ଯେଉଁମାନେ ତାଙ୍କୁ ଯୁଦ୍ଧରେ ସାହାଯ୍ୟ କରୁଥିଲେ। ସେହି ସୈନିକମାନେ ଅବଶାଲୋମର ଚତୁର୍ପାର୍ଶ୍ୱରେ ଏକତ୍ରିତ ହୋଇ ତାକୁ ହତ୍ୟା କଲେ।
16
ଯୋୟାବ ତୂରୀ ବଜାଇ ଇସ୍ରାଏଲୀୟମାନଙ୍କ ପଛରେ ନ ଗୋଡ଼ାଇବା ପାଇଁ ନିର୍ଦ୍ଦେଶ ଦେଲେ।
17
ତା’ପରେ ଯୋୟାବର ଲୋକମାନେ ଅବଶାଲୋମର ମୃତ ଶରୀରକୁ ଆଣିଲେ। ଏବଂ ଜଙ୍ଗଲର ଏକ ଗର୍ତ୍ତରେ ଫିଙ୍ଗି ଦେଲେ। ଏବଂ ସେ ଗର୍ତ୍ତକୁ ପଥର ପକେଇ ପୋତି ଦେଲେ। ଯେଉଁ ଇସ୍ରାଏଲୀୟମାନେ ଅବଶାଲୋମଙ୍କର ସାଙ୍ଗ ଦେଇଥିଲେ, ସେମାନେ ସେମାନଙ୍କର ଗୃହକୁ ପଳାୟନ କଲେ।
18
ଅବଶାଲୋମ ବଞ୍ଚିଥିବା ବେଳେ ରାଜାଙ୍କର ଉପତ୍ୟକାରେ ଏକ ସ୍ତମ୍ଭ ନିର୍ମାଣ କରିଥିଲେ। ସେ କହିଲେ, “ମୋର ନାମକୁ ଜୀବିତ ରଖିବା ପାଇଁ ମୋର ପୁତ୍ର ନାହିଁ। ସେଥିପାଇଁ ସେ ତାଙ୍କର ସ୍ମୃତିଫଳକ ରଖିବା ପାଇଁ ସ୍ଥାପନ କଲେ ଓ ତାଙ୍କ ନିଜ ନାମ ରଖିଲେ।” ସେହି ନାମ ଅଦ୍ୟପି “ଅବଶାଲୋମର ସମାଧି ସ୍ତୁପ” ରହିଅଛି।
19
ଯୋୟାବଙ୍କର ସମ୍ବାଦ ଦାଉଦଙ୍କ ପାଖକୁ ଏହା ପରେ ସାଦୋକର ପୁତ୍ର ଅହୀମାସ ଯୋୟାବଙ୍କୁ କହିଲେ, “ମୁଁ ଧାଇଁବି ଏବଂ ରାଜାଙ୍କୁ କହିବି ଯେ, ସଦାପ୍ରଭୁ ତାଙ୍କର ଶତ୍ରୁମାନଙ୍କୁ ଧ୍ୱଂସ କରିଛନ୍ତି।”
20
ଯୋୟାବ ଉତ୍ତରରେ ଅହୀମାସକୁ କହିଲେ, “ନାଁ, ତୁମ୍ଭେ ଏ ସମ୍ବାଦ ଦାଉଦଙ୍କ ପାଖକୁ ନେଇ ଯିବ ନାହିଁ। ତୁମ୍ଭେ ଏ ସମ୍ବାଦ ଅନ୍ୟ ସମୟରେ ନେଇଯିବ। କିନ୍ତୁ ଆଜି ନେବ ନାହିଁ। କାରଣ ରାଜାଙ୍କର ପୁତ୍ର ମରିଅଛି।”
21
ଏହା ପରେ ଯୋୟାବ କୂଶୀୟରୁ ଆସିଥିବା ଲୋକକୁ କହିଲେ, “ତୁମ୍ଭେ ଯାଅ, ଆଉ ଯାହା ଦେଖିଛ ତାହା ରାଜାଙ୍କୁ କୁହ।” ତେଣୁ କୂଶୀୟ ତାଙ୍କୁ ପ୍ରଣାମ କରି ଦାଉଦଙ୍କ ନିକଟକୁ କହିବାକୁ ଦୌଡ଼ିଲା।
22
କିନ୍ତୁ ସାଦୋକର ପୁତ୍ର ଅହୀମାସ ପୁନର୍ବାର ଯୋୟାବକୁ ଅନୁରୋଧ କଲା, “ଯାହା ହେଉନା ପଛେ, ମୋତେ ମଧ୍ୟ ସେଇ କୂଶୀୟମାନଙ୍କ ପଛରେ ଦାଉଦଙ୍କ ଆଡ଼କୁ ଧାଇଁବାକୁ ଦିଅ।” ଯୋୟାବ କହିଲେ, “ମୋ’ ପୁତ୍ର, ତୁମ୍ଭେ କାହିଁକି ଏ ଖବର ନେବାକୁ ଇଚ୍ଛା କର? ଏହା ପାଇଁ କୌଣସି ପୁରସ୍କାର ପାଇବ ନାହିଁ।”
23
ଅହୀମାସ ଉତ୍ତର ଦେଲା, “ଯାହା ହେଉନା କାହିଁକି ମୁଁ ଯିବି।” ତହିଁରେ ଯୋୟାବ ତାକୁ କହିଲେ, “ଠିକ୍ ଅଛି, ତୁମ୍ଭେ ଦାଉଦଙ୍କ ନିକଟକୁ ଦୌଡ଼।” ଏହା ପରେ ଅହୀମାସ ଯର୍ଦ୍ଦନ ଉପତ୍ୟକା ଦେଇ କୂଶୀୟକୁ ଅତିକ୍ରମ କରିଗଲା।
24
ଦାଉଦ ସମ୍ବାଦ ଶୁଣିଲେ ଦାଉଦ ନଗରର ଦୁଇ ଫାଟକର ମଧ୍ୟରେ ବସିଥିଲେ। ତା’ପରେ ଜଣେ ପ୍ରହରୀ ଦ୍ୱାର ଛାତର କାନ୍ଥ ଉପରକୁ ଯାଇ ଦେଖିଲା ଜଣେ ଲୋକ ଦୌଡ଼ି ଦୌଡ଼ି ଆସୁଅଛି।
25
ପ୍ରହରୀଟି ରାଜା ଦାଉଦଙ୍କୁ କହିଲା, ରାଜା ଦାଉଦ କହିଲେ, “ଯଦି ସେ ଲୋକଜଣକ ଏକା ଆସୁଅଛି ତେବେ ସେ ଖବର ନେଇ ଆସୁଅଛି।” ଲୋକ ଜଣକ ସହରର ନିକଟରୁ ନିକଟତର ହେଲା।
26
ପ୍ରହରୀ ଆଉ ଜଣେ ଦୌଡ଼ି ଆସିବାର ଦେଖିଲା। ପ୍ରହରୀ ଜଣକ ଦ୍ୱାରପାଳକୁ ଡାକି କହିଲା, “ଦେଖ! ଆଉ ଜଣେ ଲୋକ ଦୌଡ଼ି ଆସୁଅଛି।” ରାଜା କହିଲେ, “ସେ ମଧ୍ୟ ଖବର ଆଣୁଅଛି।”
27
ପ୍ରହରୀ ଜଣକ କହିଲା, “ମୁଁ ଭାବୁଛି ପ୍ରଥମ ଲୋକଟି ସାଦୋକର ପୁତ୍ର ଅହୀମାସ୍।” ରାଜା କହିଲେ, “ଅହୀମାସ ଜଣେ ଉତ୍ତମ ଲୋକ। ସେ ନିଶ୍ଚିତ ଏକ ଭଲ ଖବର ନେଇ ଆସିଥିବ।”
28
ଅହୀମାସ ଉଚ୍ଚସ୍ୱରରେ କହିଲା, “ସବୁ ମଙ୍ଗଳ!” ଅହୀମାସ ରାଜାଙ୍କ ସମ୍ମୁଖରେ ମୁହଁ ମାଡ଼ି ପ୍ରଣାମ କଲା। ଅହୀମାସ କହିଲା, “ସଦାପ୍ରଭୁ ଆପଣଙ୍କ ପରମେଶ୍ୱରଙ୍କର ପ୍ରଶଂସା କରନ୍ତୁ। ମୋର ସଦାପ୍ରଭୁ ସେହିମାନଙ୍କୁ ପରାସ୍ତ କରିଛନ୍ତି, ଯେଉଁମାନେ ରାଜାଙ୍କ ବିରୁଦ୍ଧରେ ଯାଉଥିଲେ।”
29
ରାଜା ପଗ୍ଭରିଲେ, “ଯୁବକ ଅବଶାଲୋମର ମଙ୍ଗଳ ତ?” ଅହୀମାସ ଉତ୍ତର ଦେଲା, “ଯୋୟାବ ମୋତେ ଯେତେବେଳେ ପଠାଇଲେ, ମୁଁ ଦେଖିଲି ଏକ ମହା ଲୋକ ଗହଳି। କିନ୍ତୁ ଏହା କ’ଣ ଥିଲା ମୁଁ ଜାଣି ପାରିଲି ନାହିଁ।”
30
ତା’ପରେ ରାଜା କହିଲେ, “ଏଠାରୁ ପଳାଇ ଆସ ଓ କିଛି ସମୟ ଅପେକ୍ଷା କର।” ଅହୀମାସ ସେଠାରୁ ଯାଇ ଅନ୍ୟତ୍ର ଠିଆ ହୋଇ ଅପେକ୍ଷା କଲା।
31
ଠିକ୍ ତା’ପର ସମୟରେ କୂଶୀୟ ଆସି ପହଞ୍ଚିଲା। ସେ କହିଲା, “ମୋର ପ୍ରଭୁ ମହାରାଜାଙ୍କ ପାଇଁ ଏକ ସୁସମ୍ବାଦ ଅଛି। ଯେଉଁମାନେ ଆପଣଙ୍କର ବିରୁଦ୍ଧାଚରଣ କରୁଥିଲେ ସେମାନଙ୍କୁ ଆଜି ସଦାପ୍ରଭୁ ଦଣ୍ତିତ କରିଛନ୍ତି।”
32
ରାଜା କୂଶୀୟକୁ ପଗ୍ଭରିଲେ, “ଯୁବକ ଅବଶାଲୋମର ମଙ୍ଗଳ ତ?” କୂଶୀୟ ଉତ୍ତର ଦେଲା, “ମୋର ପ୍ରଭୁ ମହାରାଜାଙ୍କର ଶତ୍ରୁଗଣ ଓ ଆପଣଙ୍କର ଅମଙ୍ଗଳ କରିବା ପାଇଁ ଯେଉଁ ଲୋକମାନେ ଆଗେଇ ଆସିଥିଲେ, ସମସ୍ତେ ସେହି ଯୁବକ ଅବଶାଲୋମ ପରି ହୁଅନ୍ତୁ।”
33
ଏହା ପରେ ରାଜା ଜାଣିଗଲେ ଯେ ଅବଶାଲୋମ ମୃତ। ରାଜା ଦୁଃଖରେ ଭାଙ୍ଗି ପଡ଼ିଲେ, ସେ ନଗର ଦ୍ୱାର ଉପରିସ୍ଥ କୋଠରୀକୁ ଯାଇ କ୍ରନ୍ଦନ କଲେ। ସେ କୋଠରୀରେ ଏପଟରୁ ସେପଟ କ୍ରନ୍ଦନ କରି କରି ବୁଲୁଥା’ନ୍ତି। ସେ କହୁଥିଲେ, “ହେ ମୋର ପୁତ୍ର ଅବଶାଲୋମ, ମୋର ପୁତ୍ର ଅବଶାଲୋମ, ମୁଁ ଆଶା କରୁଥିଲି ମୁଁ ତୁମ୍ଭ ବଦଳରେ ମରିଥା’ନ୍ତି କି! ହାୟ ମୋର ପୁତ୍ର ଅବଶାଲୋମ ମୋର ପୁତ୍ର, ଅବଶାଲୋମ।”
← Chapter 17
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 19 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
Recommended Reading
Commentary
2 Samuel Commentaries
→
Devotional
2 Samuel Devotional Guide
→
Get This Bible
Odia Bible ERV (ପବିତ୍ର ବାଇବଲ) Study Bible
→