bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Leviticus 10
Leviticus 10
Odia Bible ERV 2004 (ପବିତ୍ର ବାଇବଲ)
← Chapter 9
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 11 →
1
ପରମେଶ୍ୱର ନାଦବ ଓ ଅବୀହୂଙ୍କୁ ବିନାଶ କରନ୍ତି ଏହା ପରେ ହାରୋଣଙ୍କ ପୁତ୍ର ନାଦବ ଓ ଅବୀହୂ ପାପ କଲେ। ପ୍ରତ୍ୟେକ ନିଜ ନିଜ ଅଙ୍ଗାରଧାନୀ ନେଇ ତହିଁରେ ଅଗ୍ନି ଦେଇ ତହିଁ ଉପରେ ସୁଗନ୍ଧି ଧୂପ ରଖିଲେ। ସେମାନେ ପରମେଶ୍ୱରଙ୍କ ସମ୍ମୁଖରେ, ତାଙ୍କର ଆଜ୍ଞା ଅନୁସାରେ ଭିନ୍ନ ଅଗ୍ନି ଉତ୍ସର୍ଗ କଲେ।
2
ତେଣୁ ସଦାପ୍ରଭୁଙ୍କ ସମ୍ମୁଖରୁ ଅଗ୍ନି ନିର୍ଗତ ହୋଇ ସେମାନଙ୍କୁ ଗ୍ରାସ କଲା ଓ ସେମାନେ ସଦାପ୍ରଭୁଙ୍କ ସମ୍ମୁଖରେ ମଲେ।
3
ମୋଶା ହାରୋଣଙ୍କୁ କହିଲେ, “ସଦାପ୍ରଭୁ କହନ୍ତି, ‘ଯେଉଁମାନେ ମୋ’ ନିକଟକୁ ଆସନ୍ତି, ସେମାନେ ଚିହ୍ନିବା ଉଚିତ୍ ଯେ, ମୁଁ ପବିତ୍ର କାରଣ ସବୁ ଲୋକଙ୍କ ସମ୍ମୁଖରେ ମୁଁ ଗୌରବାନ୍ୱିତ ହେବି।’” ତେଣୁ ହାରୋଣ ନିଜ ପୁତ୍ରମାନଙ୍କ ମୃତ୍ୟୁ କଥା ନ କହି ନୀରବ ରହିଲେ।
4
ଏହା ପରେ ମୋଶା ହାରୋଣଙ୍କର କକା ଉଷୀୟେଲର ପୁତ୍ର ମୀଖାୟେଲକୁ ଓ ଇଲୀଷାଫନକୁ ଡାକିଲେ ଏବଂ କହିଲେ, “ତୁମ୍ଭେମାନେ ପବିତ୍ର ସ୍ଥାନର ସମ୍ମୁଖକୁ ଯାଅ ଓ ତୁମ୍ଭମାନଙ୍କର ସମ୍ପର୍କୀୟ ଭାଇମାନଙ୍କର ଶବକୁ ଛାଉଣିର ବାହାରକୁ ନେଇଯାଅ।”
5
ତେଣୁ ମୀଖାୟେଲ ଓ ଇଲୀଷାଫନ ମୋଶାଙ୍କ ଆଜ୍ଞା ପାଳନ କଲେ। ସେମାନେ ନାଦବ ଓ ଅବୀହୂର ଶବକୁ ଜାମା ସହିତ ଛାଉଣିର ବାହାରକୁ ନେଇଗଲେ।
6
ମୋଶା ହାରୋଣଙ୍କୁ ଓ ତାଙ୍କର ପୁତ୍ର ଇଲୀୟାସର ଓ ଈଥାମରଙ୍କୁ କହିଲେ, “ତୁମ୍ଭମାନଙ୍କ ବସ୍ତ୍ର ଚିର ନାହିଁ କି କେଶ ମୁକୁଳା କର ନାହିଁ, ତୁମ୍ଭେମାନେ ତୁମ୍ଭମାନଙ୍କର ଦୁଃଖ ପ୍ରକାଶ କର ନାହିଁ। ତୁମ୍ଭେ ମୁଁ ଆଦେଶ ଦେବାଭଳି କାର୍ଯ୍ୟ କର ଓ ତୁମ୍ଭେମାନେ ମୃତ୍ୟୁବରଣ କରିବ ନାହିଁ ଏବଂ ପରମେଶ୍ୱର ସମଗ୍ର ମଣ୍ଡଳୀ ଉପରେ ରାଗିବେ ନାହିଁ। ମାତ୍ର ସଦାପ୍ରଭୁ ଯେଉଁ ଅଗ୍ନିଦାହ ପ୍ରଜ୍ୱଳିତ କରିଅଛନ୍ତି, ସେଥିପାଇଁ ତୁମ୍ଭ ଭାତୃବର୍ଗଙ୍କ ପାଇଁ ସମସ୍ତ ଇସ୍ରାଏଲ ବଂଶ ରୋଦନ କରନ୍ତୁ।
7
ଆଉ ତୁମ୍ଭେ ସମାଗମ-ତମ୍ବୁ ଦ୍ୱାରରୁ ବାହାରକୁ ଯିବ ନାହିଁ, ଗଲେ ମରିବ। କାରଣ ତୁମ୍ଭମାନଙ୍କ ଦେହରେ ସଦାପ୍ରଭୁଙ୍କର ଅଭିଷେକ ତୈଳ ଅଛି।” ତେଣୁ ହାରୋଣ, ଇଲିୟାସର ଓ ଈଥାମର ମୋଶାଙ୍କ ଆଜ୍ଞା ଅନୁସାରେ କାର୍ଯ୍ୟ କଲେ।
8
ଅନନ୍ତର ସଦାପ୍ରଭୁ ହାରୋଣଙ୍କୁ କହିଲେ,
9
“ତୁମ୍ଭେ କିମ୍ବା ତୁମ୍ଭର ପୁତ୍ରଗଣ ଯେତେବେଳେ ସମାଗମ-ତମ୍ବୁରେ ପ୍ରବେଶ କରିବ ତୁମ୍ଭେମାନେ ଦ୍ରାକ୍ଷାରସ କିମ୍ବା ମଦ୍ୟପାନ କରିବ ନାହିଁ। ଯଦି ତୁମ୍ଭେମାନେ ତାହା କର ତେବେ ତୁମ୍ଭେମାନେ ମରିବ। ଏହି ବ୍ୟବସ୍ଥା ପୁରୁଷାନୁକ୍ରମେ ଅନନ୍ତକାଳ ପର୍ଯ୍ୟନ୍ତ ପାଳିତ ହେବ।
10
ତାହାଦ୍ୱାରା ତୁମ୍ଭେମାନେ ପବିତ୍ର ଓ ଅପବିତ୍ର, ପୁଣି ଶୁଚି ଓ ଅଶୁଚି ମଧ୍ୟରେ ପ୍ରଭେଦ ସ୍ପଷ୍ଟ ଭାବରେ ଜାଣି ପାରିବ।
11
ସଦାପ୍ରଭୁ ମୋଶାଙ୍କୁ ଯେଉଁ ବ୍ୟବସ୍ଥାମାନ ଦେଇଥିଲେ, ମୋଶା ସେ ସମସ୍ତ ବ୍ୟବସ୍ଥା ଇସ୍ରାଏଲର ସନ୍ତାନଗଣଙ୍କୁ ଦେଲେ। ହାରୋଣ ତୁମ୍ଭେ ସେହିସବୁ ବ୍ୟବସ୍ଥା ଲୋକମାନଙ୍କୁ ଶିକ୍ଷା ଦେଇ ପାରିବ।”
12
ଏହା ପରେ ମୋଶା ହାରୋଣଙ୍କୁ ଓ ତାଙ୍କର ଜୀବିତ ଥିବା ଅବଶିଷ୍ଟ ଦୁଇପୁତ୍ର ଇଲିୟାସର ଓ ଈଥାମରଙ୍କୁ କହିଲେ, “ସଦାପ୍ରଭୁଙ୍କ ଉପହାରରୁ ଅବଶିଷ୍ଟ ଯେଉଁ ଶସ୍ୟ ନୈବେଦ୍ୟ, ତାହା ତୁମ୍ଭେମାନେ ନେଇ ଯଜ୍ଞବେଦି ନିକଟରେ ବିନା ତାଡ଼ିରେ ଭୋଜନ କର, ତାହା ମହାପବିତ୍ର।
13
ମୋର ନିର୍ଦ୍ଦେଶ ଅନୁସାରେ ତୁମ୍ଭେମାନେ ସେହି ଶସ୍ୟ ନୈବେଦ୍ୟ ଏକ ପବିତ୍ର ସ୍ଥାନରେ ଖାଇବା ଉଚିତ୍। କାରଣ, ଏହା ତୁମ୍ଭମାନଙ୍କର ଓ ତୁମ୍ଭ ପୁତ୍ରଗଣର ଅଂଶ ସଦାପ୍ରଭୁଙ୍କ ଉପହାରରୁ। ଏହା ମୁଁ ନିର୍ଦ୍ଦେଶ ଦେଲି।
14
“ପୁଣି ତୁମ୍ଭେ ତୁମ୍ଭର ପୁତ୍ରଗଣ ଓ ତୁମ୍ଭର କନ୍ୟାଗଣ ଝୁଲାଯାଇଥିବା ବକ୍ଷ ଓ ଚଟୁଆ ନେଇ ଏକ ଶୁଚି ସ୍ଥାନରେ ଭୋଜନ କରିବ, ଯେହେତୁ ଇସ୍ରାଏଲ ସନ୍ତାନଗଣର ମଙ୍ଗଳାର୍ଥକ ନୈବେଦ୍ୟ ମଧ୍ୟରୁ ତାହା ତୁମ୍ଭର ଓ ତୁମ୍ଭ ସନ୍ତାନଗଣର ପ୍ରାପ୍ୟ ଅଂଶ।
15
ଯାହା ସେମାନେ ଦୋଳନୀୟ ନୈବେଦ୍ୟ ସହିତ ଉତ୍ତୋଳନୀୟ ଚଟୁଆ ଓ ଟଙ୍ଗାଯାଇଥିବା ବକ୍ଷ ସଦାପ୍ରଭୁଙ୍କ ସମ୍ମୁଖରେ ଟାଙ୍ଗିବାକୁ ଆଣିବେ, ତାହା ତୁମ୍ଭର ଓ ତୁମ୍ଭ ସନ୍ତାନଗଣଙ୍କର ଅନନ୍ତକାଳୀନ ଅଧିକାର ହେବ। ଯେପରି ସଦାପ୍ରଭୁ ଆଜ୍ଞା କରିଛନ୍ତି।”
16
ମୋଶା ପାପାର୍ଥକ ଛାଗର ବହୁତ ଅନ୍ୱେଷଣ କଲେ, ମାତ୍ର ତାହା ଦଗ୍ଧ ହୋଇ ସାରିଥିଲା। ଏଣୁ ସେ ହାରୋଣଙ୍କ ଅବଶିଷ୍ଟ ଦୁଇ ପୁତ୍ର ଇଲିୟାସର ଓ ଈଥାମରଙ୍କ ଉପରେ ରାଗି କହିଲେ,
17
“ତୁମ୍ଭେମାନେ କାହିଁକି ପବିତ୍ର ସ୍ଥାନରେ ସେହି ପାପାର୍ଥକ ବଳି ଭୋଜନ କଲ ନାହିଁ? ତାହା ମହାପବିତ୍ର ଥିଲା। ପୁଣି ସଦାପ୍ରଭୁ ତୁମ୍ଭମାନଙ୍କୁ ମଣ୍ଡଳୀର ଅପରାଧ ବହନକରି ଲୋକମାନଙ୍କୁ ତାଙ୍କ ସମ୍ମୁଖରେ ପ୍ରାୟଶ୍ଚିତ କରିବାକୁ ତୁମ୍ଭମାନଙ୍କୁ ଦେଇଛନ୍ତି।
18
ଦେଖ ପବିତ୍ର ସ୍ଥାନ ଭିତରକୁ ଉତ୍ସର୍ଗ ପଶୁର ରକ୍ତ ଅଣାଗଲା ନାହିଁ। ତେଣୁ ତୁମ୍ଭେମାନେ ତାହା ମୋ’ ଆଦେଶାନୁସାରେ ପବିତ୍ର ସ୍ଥାନରେ ଭୋଜନ କରିବା ଉଚିତ୍।”
19
ମାତ୍ର ହାରୋଣ ମୋଶାଙ୍କୁ କହିଲେ, “ଦେଖ, ସେମାନେ ଆଜି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନିଜ ନିଜର ପାପାର୍ଥକ ବଳି ଓ ନିଜ ନିଜର ହୋମବଳି ଉତ୍ସର୍ଗ କଲେ। ତଥାପି ମୋ’ ପ୍ରତି ଏହା ଘଟିଲା। ଯେବେ ମୁଁ ଆଜି ପାପାର୍ଥକ ବଳି ଭୋଜନ କରିଥା’ନ୍ତି ତେବେ ତାହା କ’ଣ ସଦାପ୍ରଭୁଙ୍କ ଦୃଷ୍ଟିରେ ଭଲ ହୋଇଥା’ନ୍ତା?”
20
ଯେତେବେଳେ ମୋଶା ଏହା ଶୁଣିଲେ, ତାହା ତାଙ୍କ ଦୃଷ୍ଟିରେ ଭଲ ଦେଖାଗଲା।
← Chapter 9
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 11 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27