bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Leviticus 8
Leviticus 8
Odia Bible ERV 2004 (ପବିତ୍ର ବାଇବଲ)
← Chapter 7
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 9 →
1
ମୋଶା ଯାଜକମାନଙ୍କୁ ପ୍ରସ୍ତୁତ କଲେ ସଦାପ୍ରଭୁ ମୋଶାଙ୍କୁ କହିଲେ,
2
“ତୁମ୍ଭେ ହାରୋଣଙ୍କୁ ଓ ତାଙ୍କ ସହିତ ତାଙ୍କର ପୁତ୍ରଗଣଙ୍କୁ, ସକଳ ବସ୍ତ୍ର, ଅଭିଷେକାର୍ଥକ ତୈଳ, ପାପାର୍ଥକ ବଳି ନିମନ୍ତେ ଷଣ୍ଢ, ଦୁଇଟି ମେଷଛୁଆ ଓ ତାଡ଼ିଶୂନ୍ୟ ରୋଟୀର ଡାଲା ଏକତ୍ରିତ କର।
3
ପୁଣି ସମାଗମ-ତମ୍ବୁ ଦ୍ୱାର ନିକଟରେ ସମଗ୍ର ମଣ୍ଡଳୀକୁ ଏକତ୍ର କର।”
4
ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ମୋଶା ସବୁ କଲେ, ସମାଗମ-ତମ୍ବୁ ନିକଟରେ ସମଗ୍ର ମଣ୍ଡଳୀ ଏକତ୍ରିତ ହେଲେ।
5
ପୁଣି ମୋଶା ମଣ୍ଡଳୀକୁ କହିଲେ, “ଯାହାସବୁ କରିବାକୁ ସଦାପ୍ରଭୁ ଆଦେଶ ଦେଇଛନ୍ତି, ସେଗୁଡ଼ିକ ହେଉଛି ଏହି।”
6
ତା’ପରେ ମୋଶା ହାରୋଣଙ୍କୁ ଓ ତାଙ୍କର ପୁତ୍ରଗଣଙ୍କୁ ଆଣି ଜଳରେ ସ୍ନାନ କରାଇଲେ।
7
ସେ ହାରୋଣଙ୍କୁ ଜାମା ପିନ୍ଧାଇଲେ, କଟିରେ ତାଙ୍କର ବେଲ୍ଟ ବାନ୍ଧିଲେ, ତାଙ୍କୁ ଗ୍ଭେଗା ପିନ୍ଧାଇଲେ, ତାଙ୍କୁ ଏଫୋଦ ପିନ୍ଧାଇଲେ, ତା’ପରେ ଏଫୋଦକୁ ସିନ୍ଦୁର ବେଲ୍ଟରେ ବାନ୍ଧିଲେ।
8
ସେ ହାରୋଣଙ୍କୁ ବୁକୁପଟା ଦେଲେ, ଆଉ ବୁକୁପଟାରେ ଊରୀମ୍ ଓ ତୁମ୍ମୀମ୍ ରଖିଲେ।
9
ପୁଣି ତାଙ୍କ ମସ୍ତକରେ ପଗଡ଼ି ରଖିଲେ, ପଗଡ଼ି ସମ୍ମୁଖରେ ସ୍ୱର୍ଣ୍ଣପତ୍ରର ପବିତ୍ର ମୁକୁଟ ଦେଲେ, ମୋଶା ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଏହା କଲେ।
10
ଅନନ୍ତର ମୋଶା ଅଭିଷେକାର୍ଥକ ତୈଳ ନେଇ ପବିତ୍ର ତମ୍ବୁ ଓ ତହିଁ ମଧ୍ୟରେ ଥିବା ସମସ୍ତ ବସ୍ତୁ ଉପରେ ସିଞ୍ଚନ କରି ସେସବୁକୁ ପବିତ୍ର କଲେ।
11
ତା’ପରେ ସେ ଅଭିଷେକାର୍ଥକ ତୈଳ ପାଇଁ ରଖାଯାଇଥିବା ତୈଳ ନେଲେ ଏବଂ ଏହା ଯଜ୍ଞବେଦି ଉପରେ ସାତଥର ଛିଞ୍ଚିଲେ। ସେ ଯଜ୍ଞବେଦି, ତା’ର ସମସ୍ତ ପାତ୍ର, ପ୍ରକ୍ଷାଳନ ପାତ୍ର, ରୁଖା ଓ ଅନ୍ୟାନ୍ୟ ବସ୍ତୁକୁ ପବିତ୍ର କରିବାକୁ ଅଭିଷେକ କଲେ।
12
ଏହା ପରେ ସେ ହାରୋଣଙ୍କ ମସ୍ତକରେ କିଛି ଅଭିଷେକାର୍ଥକ ତୈଳ ଢାଳି ତାଙ୍କୁ ମଧ୍ୟ ପବିତ୍ର କଲେ।
13
ତା’ପରେ ମୋଶା ହାରୋଣଙ୍କ ପୁତ୍ରଗଣଙ୍କୁ ଆଣି ସେମାନଙ୍କୁ ଜାମା ପିନ୍ଧାଇଲେ, କଟିରେ ସେମାନଙ୍କର କଟିବନ୍ଧନୀ ବାନ୍ଧିଲେ ଓ ସେମାନଙ୍କୁ ଶିରୋଭୂଷଣରେ ଭୂଷିତ କଲେ। ମୋଶା ଏହା ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ କଲେ।
14
ତା’ପରେ ମୋଶା ପାପାର୍ଥକ ବଳିର ଗୋବତ୍ସ ଆଣିଲେ। ତା’ପରେ ହାରୋଣ ଓ ତାଙ୍କର ପୁତ୍ରଗଣ ସେହି ପାପାର୍ଥକ ବଳିର ଗୋବତ୍ସ ମସ୍ତକ ଉପରେ ହସ୍ତ ରଖିଲେ।
15
ତତ୍ପରେ ମୋଶା ତାକୁ ବଧ କଲେ ଓ ସେହି ରକ୍ତ ନେଇ ଅଙ୍ଗୁଳି ଦ୍ୱାରା ଯଜ୍ଞବେଦିର ଗ୍ଭରିଆଡ଼େ ଶିଙ୍ଗ ଉପରେ ଦେଇ ଯଜ୍ଞବେଦିକି ପାପ ମୁକ୍ତ କଲେ। ଆଉ ଯଜ୍ଞବେଦି ମୂଳରେ ସେହି ରକ୍ତକୁ ଢାଳି ଦେଲେ। ଲୋକମାନଙ୍କୁ ପ୍ରାୟଶ୍ଚିତ କରିବା ପାଇଁ ସେ ଏହାକୁ ପବିତ୍ର କଲେ।
16
ଅନନ୍ତର ମୋଶା ଅନ୍ତ ଚତୁର୍ପାର୍ଶ୍ୱସ୍ଥ ସମସ୍ତ ମେଦ, ଯକୃତ ଉପରିସ୍ଥ ଅନ୍ତ୍ରାପ୍ଳାବକ, ଦୁଇ ଗୁରୁଦା ଓ ତାହାର ମେଦ ନେଇ ଯଜ୍ଞବେଦି ଉପରେ ଦଗ୍ଧ କଲେ।
17
ମାତ୍ର ସେ ଚର୍ମ, ମାଂସ ଓ ଗୋମୟ ନେଇ ଛାଉଣିର ବାହାରେ ଦଗ୍ଧ କଲେ। ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ମୋଶା ଏହା କଲେ।
18
ତା’ପରେ ସେ ହୋମବଳି ପାଇଁ ମେଷ ଆଣିଲେ। ହାରୋଣ ଓ ତାଙ୍କର ପୁତ୍ରଗଣ ମେଷର ମସ୍ତକରେ ହସ୍ତ ରଖିଲେ।
19
ତା’ପରେ ମୋଶା ମେଷଟିକୁ ବଧ କଲେ ଓ ତା’ର ରକ୍ତ ନେଇ ଯଜ୍ଞବେଦିର ଗ୍ଭରିଆଡ଼େ ଛିଞ୍ଚିଲେ।
20
ଆଉ ସେ ମେଷକୁ ଖଣ୍ଡ ଖଣ୍ଡ କରି କାଟିଲେ, ମୋଶା ତାହାର ମସ୍ତକ, ସମସ୍ତ ମାଂସ ଖଣ୍ଡ ଓ ମେଦ ଦଗ୍ଧ କଲେ। ସେ ତାହାର ଅନ୍ତ ଓ ନଳି ଗୋଡ଼ ଜଳରେ ଧୌତ କଲେ। ତା’ପରେ ଯଜ୍ଞବେଦି ଉପରେ ମୋଶା ସମସ୍ତ ମେଷକୁ ଦଗ୍ଧ କଲେ। ଏହା ଥିଲା ସଦାପ୍ରଭୁଙ୍କ ପାଇଁ ହୋମବଳି ଓ ସଦାପ୍ରଭୁଙ୍କର ଏକ ସୁବାସିତ ନୈବେଦ୍ୟ। ମୋଶା ଠିକ୍ ତାହା କଲେ, ଯାହା ସଦାପ୍ରଭୁ ତାଙ୍କୁ ଆଜ୍ଞା ଦେଇଥିଲେ।
22
ଅନନ୍ତର ସେ ଅନ୍ୟ ମେଷ ଅର୍ଥାତ୍ ପଦନିଯୋଗାର୍ଥକ ମେଷ ଆଣିଲେ। ହାରୋଣ ଓ ତାଙ୍କର ପୁତ୍ରଗଣ ମେଷର ମସ୍ତକ ଉପରେ ହସ୍ତ ରଖିଲେ।
23
ତା’ପରେ ମୋଶା ମେଷକୁ ବଧ କଲେ ଓ ତାହାର କିଛି ରକ୍ତ ନେଇ ହାରୋଣର ଦକ୍ଷିଣ କର୍ଣ୍ଣ ଗହ୍ୱରରେ ଓ ଦକ୍ଷିଣ ହସ୍ତର ବୃଦ୍ଧାଙ୍ଗୁଳି ଉପରେ ଓ ହାରୋଣର ଦକ୍ଷିଣ ପାଦର ବୃଦ୍ଧାଙ୍ଗୁଳି ଉପରେ ଦେଲେ।
24
ଏହା ପରେ ସେ ହାରୋଣର ପୁତ୍ରଗଣଙ୍କୁ ଆଣିଲେ। ତହୁଁ ମୋଶା ସେହି ରକ୍ତରୁ କିଛି ନେଇ ସେମାନଙ୍କ ଦକ୍ଷିଣ କର୍ଣ୍ଣ ପ୍ରାନ୍ତରେ ଓ ସେମାନଙ୍କ ଦକ୍ଷିଣ ହସ୍ତର ବୃଦ୍ଧାଙ୍ଗୁଳି ଉପରେ ଓ ସେମାନଙ୍କ ଦକ୍ଷିଣ ପାଦର ବୃଦ୍ଧାଙ୍ଗୁଳି ଉପରେ ଦେଲେ, ଆଉ ମୋଶା ଯଜ୍ଞବେଦିର ଉପରେ ଗ୍ଭରିଆଡ଼େ ରକ୍ତ ସିଞ୍ଚନ କଲେ।
25
ପୁଣି ସେ ମେଦ, ମେଦମୟ ଲାଙ୍ଗୁଳ, ଅନ୍ତ ଉପରିସ୍ଥିତ ସକଳ ମେଦ, ଯକୃତର ଉପରିସ୍ଥିତ ଅନ୍ତ୍ରପ୍ଳାବକ, ଦୁଇ ଗୁରୁଦା, ତହିଁର ମେଦ ଓ ଡାହାଣ ଚଟୁଆ ନେଲେ।
26
ଆଉ ସେ ତାଡ଼ିଶୂନ୍ୟ ରୋଟୀ, ଯାହା ସଦାପ୍ରଭୁଙ୍କ ସମ୍ମୁଖରେ ନିତ୍ୟ ରଖାଯାଉଥିଲା ତାହା ନେଲେ ଓ ତୈଳ ପକ୍ୱ ରୋଟୀର ଗୋଟିଏ ପିଠା ଓ ଗୋଟିଏ ତାଡ଼ିଶୂନ୍ୟ ରୋଟୀ ଓ ଡାହାଣ ଚଟୁଆ ଓ ମେଦ ଉପରେ ଥୋଇଲେ।
27
ତହୁଁ ସେ ହାରୋଣଙ୍କର ଓ ତାଙ୍କର ପୁତ୍ରଗଣଙ୍କର ହସ୍ତରେ ସେହିସବୁ ଦେଇ ସଦାପ୍ରଭୁଙ୍କ ସମ୍ମୁଖରେ ଦୋଳନୀୟ ନୈବେଦ୍ୟାର୍ଥେ ଦୋଳାଇଲେ।
28
ଏହା ପରେ ମୋଶା ସେମାନଙ୍କ ହସ୍ତରୁ ସେସବୁ ନେଇ ଯଜ୍ଞବେଦିସ୍ଥିତ ହୋମବଳି ଉପରେ ଦଗ୍ଧ କଲେ। ହାରୋଣ ଓ ତାଙ୍କର ପୁତ୍ରମାନଙ୍କୁ ଯାଜକ ରୂପେ ନିଯୁକ୍ତି ଉପଲକ୍ଷେ ଏହା ଏକ ନୈବେଦ୍ୟ ଥିଲା, ଏହା ସଦାପ୍ରଭୁଙ୍କ ପାଇ ଏକ ସୁବାସିତ ନୈବେଦ୍ୟ।
29
ଆଉ ମୋଶା ବକ୍ଷ ନେଇ ସଦାପ୍ରଭୁଙ୍କ ସମ୍ମୁଖରେ ଦୋଳନୀୟ ନୈବେଦ୍ୟାର୍ଥେ ଦୋଳାଇଲେ। ପଦନିଯୋଗାର୍ଥକ ମେଷର ଏହି ଅଂଶ ମୋଶାଙ୍କର ହେଲା। ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ମୋଶା ଏହା କଲେ।
30
ଅନନ୍ତର ମୋଶା ଅଭିଷେକାର୍ଥକ ତୈଳରୁ ଓ ଯଜ୍ଞବେଦି ଉପରିସ୍ଥ ରକ୍ତରୁ କିଛି ନେଇ ହାରୋଣଙ୍କ ଉପରେ ଓ ତାଙ୍କର ବସ୍ତ୍ର ଉପରେ। ପୁଣି ତାଙ୍କ ସହିତ ତାଙ୍କର ପୁତ୍ରଗଣଙ୍କ ଉପରେ ଓ ସେମାନଙ୍କ ବସ୍ତ୍ର ଉପରେ ତାହା ସିଞ୍ଚନ କଲେ। ଆଉ ହାରୋଣଙ୍କୁ ଓ ତାଙ୍କର ସମସ୍ତ ବସ୍ତ୍ରକୁ ପବିତ୍ର କଲେ।
31
ମୋଶା ହାରୋଣଙ୍କୁ ଓ ତାଙ୍କର ପୁତ୍ରଗଣଙ୍କୁ କହିଲେ, “ସମାଗମ-ତମ୍ବୁ ସମ୍ମୁଖରେ ମାଂସ ରାନ୍ଧ। ‘ତୁମ୍ଭେମାନେ ମଧ୍ୟ ତାହା ସେଠାରେ ଭୋଜନ କରିବ।’ ନିଯୋଗାର୍ଥକ ଡାଲାରେ ଥିବା ରୋଟୀ ନେଇ ଏକାଠି ଭୋଜନ କର।
32
ଯାହା ମାଂସ ଓ ରୋଟୀ ଅବଶିଷ୍ଟ ରହିବ ତାକୁ ଅଗ୍ନିରେ ଦଗ୍ଧ କରିବ।
33
ଆଉ ପଦ ଅଭିଷେକ ଉତ୍ସବ ସାତ ଦିନ ଧରି ଗ୍ଭଲିବ। ତୁମ୍ଭେମାନେ ଏହି ସାତ ଦିନ ଯାଏ ସମାଗମ-ତମ୍ବୁ ଦ୍ୱାରରୁ ବାହାରକୁ ଯିବ ନାହିଁ। କାରଣ ପୌରହିତ୍ୟ ନିଶ୍ଚୟ ସାତ ଦିନ ଯାଏ ଗ୍ଭଲିବ।
34
ଆଜି ଯାହାସବୁ କରାଗଲା, ସଦାପ୍ରଭୁ ତୁମ୍ଭମାନଙ୍କ ନିମନ୍ତେ ପ୍ରାୟଶ୍ଚିତ କରିବାକୁ ସେସବୁ ଆଜ୍ଞା ଦେଇଛନ୍ତି।
35
ତୁମ୍ଭେମାନେ ସାତ ଦିନ ଧରି ଦିବାରାତ୍ରି ସମାଗମ-ତମ୍ବୁ ଦ୍ୱାରରେ ରହିବ। ତାହାହେଲେ ତୁମ୍ଭେମାନେ ସଦାପ୍ରଭୁଙ୍କ ଦ୍ୱାରା ରକ୍ଷା ପାଇବ। ଏହା ପାଳନ ନ କଲେ ତୁମ୍ଭେମାନେ ମୃତ୍ୟୁବରଣ କରିବ କାରଣ ସଦାପ୍ରଭୁ ମୋତେ ଏହି ଆଜ୍ଞା ଦେଇଛନ୍ତି।”
36
ତେଣୁ ସଦାପ୍ରଭୁ ମୋଶାଙ୍କୁ ଯେଉଁ ଆଜ୍ଞା ଦେଇଥିଲେ, ହାରୋଣ ଓ ତାଙ୍କର ପୁତ୍ରଗଣ ସେସବୁ କଥା ପାଳନ କଲେ।
← Chapter 7
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 9 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27